Unknown

 

 

 

 

 

 

 

 

 

 

ପ୍ରୀତିରୁ ହୁଡ଼ିଲେ ଭୀତି

ଚିତ୍ତରଞ୍ଜନ ଦାସ

 

ତ୍ରାଣ

 

ଏ ଦୁର୍ଭାଗା ଦେଶ ହତେ, ହେ ମଙ୍ଗଳମୟ

ଦୂର କରେ ଦାଓ ତୁମି ସର୍ବ ତୁଚ୍ଛ ଭୟ–

ଲୋକଭୟ, ରାଜଭୟ, ମୃତ୍ୟୁଭୟ ଆର ।

ଦୀନପ୍ରାଣ ଦୁର୍ବଳେର ଏ ପାଷାଣଭାର,

ଏଇ ଚିରପେଷଣ ଯନ୍ତ୍ରଣା, ଧୂଳିତଳେ

ଏଇ ନିତ୍ୟ ଅବନତି, ଦଣ୍ଡେ ପଳେ ପଳେ

ଏଇ ଆମ୍ଭ-ଅବମାନ, ଅନ୍ତରେ ବାହିରେ

ଏଇ ଦାସତ୍ୱେର ରଜ୍ଜୁ, ତ୍ରସ୍ତ ନତଶିରେ

ସହସ୍ରେର ପଦପ୍ରାନ୍ତତଳେ ବାରମ୍ବାର

ମନୁଷ୍ୟମର୍ଯ୍ୟାଦାଗର୍ବ ଚିରପରିହାର

ଏ ବୃହତ୍ ଲଜ୍ଜାରାଶି ଚରଣ-ଆଘାତେ

ଚୂର୍ଣ୍ଣ କରି ଦୂର କରେ । ମଙ୍ଗଳ ପ୍ରଭାତେ

ମସ୍ତକ ତୁଲିତେ ଦାଓ ଅନନ୍ତ ଆକାଶେ

ଉଦାର ଆଲୋକ ମାଥେ ଉନ୍ମୁକ୍ତ ବାତାସେ ।।

–ରବୀନ୍ଦ୍ର ନାଥ ଠାକୁର

–‘ନୈବେଦ୍ୟ’ (୧୩୦୮)

Image

 

 

 

 

 

 

ଏହି କ୍ରମ-ସଂଗ୍ରହଟିରେ ସ୍ଥାନ ପାଇଥିବା ଲେଖାଗୁଡ଼ିକ ୨୦୦୩ ମସିହାରେ ଦୈନିକ ‘ପ୍ରଗତିବାଦୀ’ରେ ପ୍ରକାଶିତ ହୋଇଥିଲା । ସପ୍ତାହକୁ ପ୍ରାୟ ଗୋଟିଏ କରି । ପ୍ରତ୍ୟେକ ଲେଖାର ଶେଷରେ ପ୍ରକାଶର ତାରିଖକୁ ସୂଚିତ କରି ଦିଆଯାଇଛି ।

 

ଏହି ଅବସରରେ ମୁଁ ‘ପ୍ରଗତିବାଦୀ’ର ସମ୍ପାଦନା-ପରିବାରଟିକୁ ମୋର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

–ଲେଖକ

Image

 

ସୂଚୀପତ୍ର

 

୧.

ଅଧ୍ୟାତ୍ମ ଏହି ସଂସାର ପାଇଁ

୨.

ଯା ବିମୁକ୍ତୟେ ସା ବିଦ୍ୟା

୩.

ଅନକାରୀ ବିତର୍କ

୪.

ସତକୁ ସତ ଆଗ୍ରହ

୫.

ମୁକୁଟମାନେ ମସ୍ତ ମସ୍ତ

୬.

ଆମେରିକାରେ ଆଉଥରେ (୫)

୭.

ମାଆ ଧାନକୁଟୀ ପୁଅ ନାଗର

୮.

ଦୁଇ ଜଗତୀକରଣର ଯୁଦ୍ଧ

୯.

କବିବରଙ୍କ ପରମ୍ପରା

୧୦.

ପୁନର୍ବାର ପାସ୍ତରନାକ୍

୧୧.

ପୁନର୍ବାର ପାସ୍ତରନାକ୍ (୨)

୧୨.

ଆଉ ମଣିଷ ଦିଶୁ ନାହାନ୍ତି

୧୩.

ଶବ୍ଦର ମୈଥୁନଶକ୍ତି

୧୪.

କଲ୍ୟାଣମୁଳ ଶିକ୍ଷା

୧୫.

ସଚେତନ ହିତାଧିକାରୀ

୧୬.

ଯୁଦ୍ଧ, ଅସଲି ଓ ନକଲି

୧୭.

ଯୁଦ୍ଧ, ଅସଲି ଓ ନକଲି (୨)

୧୮.

କେରଳରୁ କୋଳାହଳ

୧୯.

ମୂଲ୍ୟଭିତ୍ତିକ ଶିକ୍ଷା

୨୦.

ଇରାକ-ଯୁଦ୍ଧ ଶେଷ

୨୧.

ଆମେରିକାରେ ଆଉଥରେ (୬)

୨୨.

ତାଙ୍କର କମିଶନ, ୟାଙ୍କର କର୍ମଶାଳା

୨୩.

ଧର୍ମରୁ ସିନା ଧର୍ମାନ୍ତରୀକରଣ

୨୪.

ମାଟିଆ ଚିଲକୁ ଗୋଇଠା ମାର୍

୨୫.

ସ୍ୱାଭିମାନ ଓ ଛତୁଚାଷ

୨୬.

ଦୁଃଖୀ ଦେଶର ନରେଶ

୨୭.

କବି-ସତ୍ୟ : ଲୋକସତ୍ୟ

୨୮.

ସବୁ ମଣିଷରୁ ପୂର୍ଣ୍ଣାଙ୍ଗ ମଣିଷ

୨୯.

ଇସ୍ରାଏଲରୁ ଖିଏ କଥା

୩o.

ମୋର ମନ ମୋତେ ପଚାରେ

୩୧.

ଶ୍ରୀ ଅରବିନ୍ଦ

୩୨.

ଗାନ୍ଧୀ-ବିବେକ : ଗାନ୍ଧୀକବଚ

୩୩.

କୁଆଡ଼େ ଗଲା ଜଙ୍ଗଲ ?

୩୪.

ଅର୍ଥାଭାବ ହିଁ ପ୍ରତିବନ୍ଧକ

୩୫.

ରୋଗରୁ ନାମ ନିଉରୋସିସ୍

୩୬.

ଆମେରିକାରେ ଆଉଥରେ (୭)

୩୭.

ଅଜ୍ଞାନୀ ରହିବେ କାହିଁ ?

୩୮.

ଆସିବନି କି ଓହ୍ଲାଇ ?

୩୯.

ଶତ୍ରୁ ସେଇ ଗୋଟିଏ

୪୦.

ଧର୍ମରେ ଧର୍ମ-ସଙ୍କଟ

Image

 

ଅଧ୍ୟାତ୍ମ ଏହି ସଂସାର ପାଇଁ

 

ମଣିଷ ମାଗୁଥିବା ଯାଏ ଧର୍ମ ଭିତରେ ଥାଏ, ନିମିତ୍ତଟିଏ ହେବାଲାଗି ମନ କଲେ ଅଧ୍ୟାତ୍ମ ଭିତରକୁ ଆସେ । ଧନ ମାଗେ, ଜନ ମାଗେ, ଶରଧାବାଲିରୁ ହାତେ ବା ଚାଖଣ୍ଡେକୁ ମନ କରି କେଡ଼େ ସନ୍ତର୍ପଣରେ ଗୋଟିଏ ଧର୍ମ ଭିତରେ ଅନୁଗତ ହୋଇ ରହିଥାଏ । ଏବଂ ଆପେ ମାଧ୍ୟମଟିଏ ହେବାର ଯୋଗ୍ୟ ହୋଇ ଏକ ସହସ୍ରହସ୍ତ ଶ୍ରଦ୍ଧାକୁ ପୃଥିବୀ ନାମକ ମାନବ-ମହାଖଣ୍ଡରେ ବିତରିତ କରି ଦେବାକୁ ମନ କଲେ ସିଏ ଅଧାରେ ପ୍ରବେଶ କରେ । ଯେଉଁଠି ଯେତିକି ମଧ୍ୟରେ ଥାଏ, ସେତିକକୁ ଆବୋରି ନେବାରେ ପରମସୁଖ ଲାଭ କରୁଥିବା ପର୍ଯ୍ୟନ୍ତ ଧର୍ମରେ ରହିଥାଏ । ଅଧିକର ବାସନା ପାଇ ଏଠି ଅନ୍ୟମନସ୍କ ହେବାକୁ ମନ କଲେ ଅଧାମ ଆଡ଼କୁ ଆକର୍ଷିତ ହୁଏ । ଆପଣାର ଉପଲବ୍ଧ ସକଳ କିଛିକୁ ତୁଚ୍ଛା ଆପେ ଭୁଞ୍ଜିବ ବୋଲି ସତେ ଅବା କୋଉ ଗଛର କାଭ ଉଚ୍ଚରୁ । ଆହୁରି ଉଚ୍ଚ ଡାଳଟାକୁ ଉଠିଯିବାକୁ ହିଁ ଶ୍ରେୟ ବୋଲି ବିଚାରୁ ଥିଲେ ପୋଥି ଯାବତୀୟ ସଂଜ୍ଞ। ଅନୁସାରେ ସିଏ ଧର୍ମରେ ଥାଏ, ଅଧ୍ୟାତ୍ମର ଭାଜନ ହେଲେ ହିଁ ସିଏ ଅବତରଣ ନିମନ୍ତେ ମନ କରେ । ପୃଥିବୀର ସବୁଯାକ ଧର୍ମ ଈଶ୍ୱରଙ୍କର ରାଜ୍ୟ ଏହି ପୃଥିବୀ ଉପରକୁ ଓହ୍ଳାଇ ଆସୁ ବୋଲି କେତେ ବ୍ୟାକୁଳତା ପ୍ରକାଶ କରିଛନ୍ତି, କେତେ ଆତୁର ହୋଇ ସେଥିଲାଗି ପ୍ରାର୍ଥନା କରିଛନ୍ତି । ସେହି ରାଜ୍ୟ ସତକୁ ସତ ମୋଟେ କେବେହେଲେ ବି ପୃଥିବୀ ଉପରେ ସମ୍ଭବ ହେବନାହିଁ ବୋଲି ସେମାନେ ନିଜ ଭିତରେ ବିଶ୍ୱାସ ଗୁଡ଼ିକୁ ହରାଇ କ୍ରମେ ଏଭଳି ମାନି ନେଇଛନ୍ତି କି ? ହୁଏତ ସେଇଥିପାଇଁ ମଣିଷମାନଙ୍କୁ ଏଠି ପିତୁଳା ଉପାସନାର ଗହନଟା ଭିତରେ ବଣା କରି ରଖୁଛନ୍ତି । ସତ୍ୟ ଗୁଡ଼ାକୁ ଠାକୁର କରି ଦେଉଳ ଭିତରେ ଥାପି ଦେଇଛନ୍ତି । ଏ ମଣିଷ ସବୁକାଳେ ଠିକ୍ ଏହିପରି ଗଧ ହୋଇ ରହିଥିବ ବୋଲି ସେମାନେ ଭ୍ରମ କରି ପକାଇଛନ୍ତି କି ? ତେଣୁ, ପାପ ପୁଣ୍ୟର ବଳରେ ସ୍ଵର୍ଗ ଲାଭ କରି ଅନନ୍ତ ସୁଖ ଭୁଞ୍ଜିବ ବୋଲି ସେମାନେ ମଞ୍ଜୁଳ କଥାମାନ କହି ମଣିଷର ମତିକ୍ରମ କରାଇଛନ୍ତି ଏବଂ ମଣିଷମାନେ ସେହି ଅନୁସାରେ ନାଚିବାରେ ବି ଲାଗିଛନ୍ତି ।

 

ପୃଥିବୀଯାକର ଅନୁଶାସ୍ତ୍ର ମଣିଷ ମାନଙ୍କ ଦ୍ଵାରା ହିଁ ଲେଖା ହୋଇଛି । ଧମ । ସେପାଖକୁ ଅଧ୍ୟାତ୍ମ ବୋଲି ଆହୁରି ଗୋଟାଏ ରାଜ୍ୟ ଅର୍ଥାତ୍ ଆଉ ଗୋଟିଏ ଆହ୍ଵାନ ରହିଛି ବୋଲି ଜଣେ ଜଣେ ମଣିଷ ହିଁ କହିଛନ୍ତି । ଏହି ଭୂମି ଉପରେ ଠିଆ ହୋଇ ହିଁ ସେମାନେ ସେହି ଭୂଇଁର ପ୍ରାଣଟିକୁ ପାଇଥିଲେ । ସମ୍ପୂର୍ଣ୍ଣ ଏକ ଅନ୍ୟ ରାଜ୍ୟ ହିସାବରେ ସେମାନେ ଯେ ସେଇଟିର ଅନ୍ଦାଜ କରିଥିଲେ, ସେ କଥା ଆଦୌ ନୁହେଁ । ସେହିଭଳି ରାଜ୍ୟଟାଏ ଏଇଠି ଆମର ଏହି ଭୂମିଟି ଉପରେ ପ୍ରତିଷ୍ଠିତ ହୋଇ ପାରନ୍ତା ବୋଲି କେତେ ନା କେତେ ସରାଗରେ ସେମାନେ ସେହି କଳ୍ପନା ଭିତରକୁ ମାଡ଼ି ଯାଇଥିଲେ । ସେହି ମନୁଷ୍ୟ ମାନଙ୍କ ପାଖରେ ଆମେ ଅବଶ୍ୟ କୃତଜ୍ଞ ରହିବା । ସେମାନେ ଯାବତୀୟ ଅର୍ଥରେ ସାହସୀ ମଣିଷ ଥିଲେ । ଯେତିକିରେ ଥିଲେ, ସେତିକିକୁ ଆଦୌ ଯଥେଷ୍ଟ ବୋଲି ଗ୍ରହଣ କରି ପାରୁନଥିଲେ । ନିଜ ଭିତରକୁ ସେମାନେ ହୁଏତ ଆହୁରି କେତେ କେତେ ଦୂରକୁ ତଥା ଆହୁରି କେତେ କେତେ ଆଗକୁ ଦେଖି ପାରିଥିଲେ । ସେମାନେ ଯେତିକି ଦେଖି ପାରୁଛନ୍ତି, ଆହୁରି ବହୁତ କିଛି ସମ୍ଭବ ବୋଲି ଯଦି ଅନୁଭବ କରୁଛନ୍ତି, ତେବେ ପୃଥିବୀର ସବୁଯାକ ମଣିଷ ମଧ୍ୟ କାହିଁକି ସେତିକି ଦୂରକୁ ଏବଂ ସେତିକି ଆଗକୁ ଦେଖ ପାରିବେ ନାହିଁ ବୋଲି ସେମାନେ ପ୍ରକୃତରେ ଏକ ଅଭୂତପୂର୍ବ ଆତ୍ମୀୟତା ଦ୍ଵାରା ପ୍ରେରିତ ହୋଇ ହିଁ ଏତେ ଏତେ ସାହସ କରିଥିଲେ । ଏତେ ଏତେ ସ୍ଵପ୍ନ ଦେଖୁଥିଲେ ଏବଂ ଏତେ ଏତେ ବହି ଲେଖୁଥିଲେ । ତେଣୁ, ଏପରି ବି କାହିଁକି କହିନହେବ ଯେ, ଏହି ପୃଥିବୀ ଲାଗି ସେତିକି ଶ୍ରଦ୍ଧା ଥିଲା ବୋଲି ହିଁ ସେମାନେ ଅଧ୍ୟାତ୍ମର ଯାବତୀୟ କଥା କହିଥିଲେ–ପୃଥିବୀର ବନ୍ଧୁ ହିସାବରେ ଯାହାକିଛି କହିଲେ ! ନିଜର ଘରଟିକୁ କେତେ ନିବିଡ଼ ଭାବରେ ସ୍ୱୀକାର କରିନେଇ ପାରିଲେ ଯେ ତାହାକୁ ଆହୁରି ସୁନ୍ଦର ଏବଂ ଆହୁରି ଉଜ୍ଵଳ କରି ଗଢ଼ିବା ନିମନ୍ତେ କେତେ ମଣିଷ ସତକୁ ସତ ଏକ ନୂଆ ପ୍ରକାର ସକ୍ରିୟ ହୁଅନ୍ତି, ନୂଆ ପ୍ରକାରେ ଭାବନ୍ତି ଏବଂ ଆମ ପାଖରେ ଅଧ୍ୟାତ୍ମନାମକ ସେହି ନୂଆ କଥା ଗୁଡ଼ିକୁ କହନ୍ତି, ଆମେ ଚାଲ ସେ କଥାଟିକୁ ଅନୁମାନ କରିବା ନିମନ୍ତେ ଚେଷ୍ଟା କରିବା । ତା'ପରେ ସେମାନେ ଆମର ଅତି ନିକଟରେ ବୋଲି ଅବଶ୍ୟ ଲାଗିବେ । ହାତ ବଢ଼ାଇ ଦେବା ମାତ୍ରକେ ଛୁଇଁ ହୋଇ ଯାଉଥିବେ । ମନ କରିବା ମାତ୍ରକେ ମିଳି ବି ଯାଉଥିବେ । ସେମାନେ ଆମର ଏହି ସଂସାରର ଅସଲ ବନ୍ଧୁ ବୋଲି ତା’ପରେ ଭାରି । ସହଜରେ ବୁଝି ହୋଇଯିବ ।

 

ଧର୍ମମାନେ ଯାହାକୁ ବାହାରେ ଦେଖନ୍ତି, ଅଧ୍ୟାତ୍ମ ତାହାକୁ ସବା ଆଗ ନିଜ ଭିତରେ ହିଁ ଠାବ କରିପାରିବାର ରହସ୍ୟଟିକୁ କହିଦେବାକୁ ଅଭିଳାଷ ରଖିଥାଏ । ନିଜ ଭିତରେ ଠାବ କରିପାରିଲେ ତାହାକୁ ବାହାରେ ଅନ୍ୟ ସମସ୍ତଙ୍କ ଭିତରେ ଠାବ କରାଯାଇପାରିବ ବୋଲି ତାହାକୁ ଅଧା ସମ୍ପୃକ୍ତ ଆମ ସମସ୍ତଙ୍କୁ କେଡ଼େ ସହଜରେ ହିଁ ବୁଝାଇ ଦିଏ । ଅଧ୍ୟାତ୍ମ କେତେ ନା କେତେ ପ୍ରତିଶ୍ରୁତି ଦେଇଗଲାପରି ଏକ ସକଳାଙ୍ଗ ପାରସ୍ପରିକତାକୁ ହିଁ ସ୍ଵର୍ଗ ବୋଲି ଘୋଷଣା କରେ । ଧର୍ମ ବିଚାରା ସେଇଟିକୁ ସାହସ କରିପାରେ ନାହିଁ ଅଥବା ମନୁଷ୍ୟମାନେ ସେତେ ପର୍ଯ୍ୟନ୍ତ ଯୋଗ୍ୟ ହୋଇପାରିବେ ବୋଲି ବିଶ୍ୱାସ କରିପାରେ ନାହିଁ ବୋଲି ମଝିରେ କାନ୍ଥ ମାନଙ୍କୁ ଆଗ ଛିଡ଼ା କରି ରଖେ, ଲେଖା ହୋଇଥିବା ବହି ଗୁଡ଼ାକୁ ଅଲଗା ଅଲଗା ବୋଲି କହି ବାଇଆ କରିଦିଏ ପୃଥିବୀରେ ପ୍ରାୟ ଯାବତୀୟ ଗୋଳରେ ଶୁକୁନି ହୁଏ–ତାରତମ୍ୟ ବାହାର କରେ ଏବଂ ସାଧାରଣ ମଣିଷଟା ଯେ କେଡ଼େ ଅଳପ ଓ କେଡ଼େ ନିର୍ବଳ ଏବଂ ତେଣୁ ସ୍ଵୟଂ ସତ୍ୟଟିଏ ଆବିଷ୍କାର କରି ବାଟ ଚାଲିବାକୁ ଅତ୍ୟନ୍ତ ଅଯୋଗ୍ୟ ବୋଲି ଢୋଲଗୁଡ଼ାକୁ ପିଟି ଦେଇ ସେମାନଙ୍କୁ ଶାସନ କରେ, ଡରାଏ, ଅଳପ ହୋଇ ରହିବା ନିମନ୍ତେ ଏକାବେଳେକେ ସତରଟା ଯୁକ୍ତି ବାହାର କରୁଥାଏ । ପୃଥିବୀରେ ଏତେ ଏତେ ଧର୍ମ ରାଜତ୍ଵ କରୁଥିଲେ ହେଁ ଏଠାରେ ଯେ ଏତେ ଘୃଣା ରହିଚି, ପାଶବିକତାମାନେ ଯେ ଗାଦୀରେ ବସିଛନ୍ତି, ତାହା ହିଁ ଶୁଣି ପାରୁଥିବା ମଣିଷ ମାନଙ୍କର କାନକୁ ଅନୁକ୍ଷଣ କହିଦେଇ ଯାଉଛି ଯେ । ଏତିକିରେ ଗୋଳ ଗୁଡ଼ିକର ଆଦୌ, କୌଣସି ସମାଧାନ ହୋଇପାରିବ ନାହିଁ । ପଇତାମାନେ ସିନା ବଦଳୁଥିବେ, ତଥାପି ମଣିଷକୁ ପୂରା ଫାଙ୍କି ଦେଇ ପାଷାଣ୍ଡମାନେ ହିଁ ରାଜପଣ କରିବାରେ ଲାଗିଥିବେ । ଅଧାପଟାକୁ ମଣିଷର ଅସାଧ୍ୟ ବୋଲି କହି ପୃଥ୍ଵୀବିବେକକୁ ଭୁରୁଡ଼ାଇ ରଖୁଥିବେ ତେଣୁ ଅଧ୍ୟାତ୍ମକୁ ଆମେ ଭ୍ରମରେ ପଡ଼ି କଦାପି ଧର୍ମସମ୍ପର୍କୀୟ ଏକ କବିତ୍ଵ ବୋଲି କହିବା ନାହିଁ । ଧର୍ମଚଣ୍ଡମାନେ ଯୁଗେ ଯୁଗେ ସେହି କଥାଟାକୁ କହି ମଣିଷ ମାନଙ୍କୁ ଭୂତାଇ ଆସିଛନ୍ତି । ମଜାଇ ରଖ୍ ପାରିବା ସକାଶେ ଭବ୍ୟ ମନ୍ଦିରମାନ ଗଢ଼ି ଥୋଇ ଦେଇଛନ୍ତି, ଉପନ୍ୟାସତୁଲ୍ୟ ବହୁ ଆବେଗକୁ ଭରି ଦେଇ କାହାଣୀମାନ ଶୁଣାଇଛନ୍ତି । ଏବଂ, ଏହି ଯାବତୀୟ ଅପକର୍ମରେ ସେମାନେ ପୃଥିବୀର ରାଜାମାନଙ୍କୁ ମଧ୍ୟ ଭାଗୀଦାର କରି ନେଇଛନ୍ତି । ଏବେ ତ ରଜାମାନେ ଭଳି ଭଳି ଅସ୍ତମାନ ବି ବାହାର କଲେଣି,– ଜାତୀୟତାବାଦ ନାମରେ ନୂଆ ଅଫିମଟାଏ ମଧ୍ୟ ସେହି ଚକ୍ରାନ୍ତରେ କେତେ ନା କେତେ କାମ ଦେଉଛି । ବହୁ କିସମର ଆଲୋକ-ପ୍ରଦର୍ଶନ ଭିତରେ ପୃଥିବୀଟାକୁ ଅନ୍ଧାର କରି ରଖୁବାର ରାଜକୀୟ ଉଦ୍ୟମମାନ ବି ଲାଗିଗଲାଣି । ହଁ, ବର୍ଭମାନ ସତକୁ ସତ ଅଧ୍ୟାତ୍ମ ହିଁ ପ୍ରକୃତ ଭେଷଜ ରୂପେ କାମ କରିପାରିବ । ଅସଲ ବଳ ସେହି ଅଧ୍ୟାତ୍ମରୁ ଆସିବ । ଅଧ୍ୟାତ୍ମ ଏହି ଯାବତୀୟ ନାମ କିମ୍ବା ଖଣ୍ଡବିଜ୍ଞାପନର ତଣ୍ଡ ଗୁଡ଼ାକ ଭିତରୁ ମଣିଷକୁ ବାହାର କରି ଆଣିବ । ମଣିଷ ପ୍ରତିବାଦ କରି ଜାଣିବ । ଭୟମୁକ୍ତ ହେବ । ଆପଣାର ଭିତରୁ ହିଁ ଏକ ଅଭିନବ ଭରସା ପାଇ ସିଏ ସଙ୍ଗ ଖୋଜି ପୃଥିବୀ ଭିତରକୁ ବାହାରିଯିବ । ଯେଉଁମାନେ ବାହାରର ପ୍ରରୋଚନା ଗୁଡ଼ିକ ଦ୍ଵାରା ବାନ୍ଧି ହୋଇପଡ଼ି ନିଜର କାନ୍ଥ ଗୁଡ଼ିକୁ ହିଁ ସଂସାରସତ୍ୟର ଶେଷ ସୀମା ବୋଲି କହୁଛନ୍ତି ଓ ସେତିକି ଦ୍ଵାରା ଉନ୍ମତ୍ତବତ୍ ହୋଇ ନାନା ଘୃଣାରେ ହିଂସ୍ର ହୋଇ ରହିଛନ୍ତି, ସମ୍ଭବତଃ କେବଳ ଅଧ୍ୟାତ୍ମ ହିଁ ମେରୁଦଣ୍ଡ ସିଧା କରି ସେମାନଙ୍କୁ ଆଗରେ ଛିଡ଼ା ହୋଇପାରିବ ଏବଂ ଏକ ପ୍ରତିଚୁନୌତୀ ଦେଇପାରିବ । ଆମ ପୃଥିବୀ ସେହି ଅଧ୍ୟାତ୍ମ ଲାଗି ବହୁ ଭରସା କରି ଅପେକ୍ଷା କରି ରହିଛି । ଦିନ ଗଣୁଛି ।

 

ଏହି ସଂସାର ଅଧ୍ୟାତ୍ମ ଦ୍ଵାରା ଖାଲି ଚଳିବ ନାହିଁ-। ଅଧ୍ୟାତ୍ମ ବି ଏହି ସଂସାରକୁ ବଦଳାଇବ । ବିଗତ ଯୁଗ ଯୁଗ ଧରି ପୃଥିବୀରେ ସତକୁ ସତ ଧର୍ମ ଦ୍ଵାରା ଯେତିକି ପରିବର୍ତ୍ତନ ହୋଇଛି, ତାହା ପ୍ରାୟ ସବୁଯାକ ଧର୍ମ ଭିତରେ ରହିଥିବା ଅଧ୍ୟାତ୍ମଭାଗ ଦ୍ଵାରା ହୋଇଛି । ପ୍ରତ୍ୟେକ ଧର୍ମରେ ସବୁକାଳେ ଏଭଳି କେତେକ ମଣିଷ ଥାଆନ୍ତି ଯେଉଁମାନେ କି ଅଧ୍ୟାତ୍ମ ହିଁ ଅଧିକ ଶ୍ରଦ୍ଧା ରଖିଥାଆନ୍ତି । ଅଧ୍ୟାତ୍ମରେ ଜୀବନଟିଏ ବଞ୍ଚନ୍ତି, ପୃଥିବୀରେ ଧର୍ମକୁ ତଥାପି ଗୋଟିଏ ମାଧ୍ୟମରୂପେ ବ୍ୟବହାର କରି ସେମାନେ ଅଧ୍ୟାତ୍ମକୁ ହିଁ ଆଗେଇ ନେଉଥାନ୍ତି । ଧର୍ମରେ ରହିଥିବା ସତ୍ତ୍ୱେ ସେମାନେ ତଥାପି ନିଜ ଆସ୍କୃହା ଗୁଡ଼ିକୁ ଅଧ୍ୟାତ୍ମ ସହିତ ହିଁ ଗଅଁଠାଇ ରଖିଥାନ୍ତି । ଧର୍ମର ଅଳ୍ପତା ତଥା ସଂକୀର୍ଣ୍ଣତା ଗୁଡ଼ିକୁ ସତେ ଅବା ଏଡ଼ି ଏହି ବାଟ ଚାଲୁଥାନ୍ତି । ଆପଣାର ସମସ୍ତ ଚଳଣି ତଥା କରଣିରେ ସେମାନେ ସେହି ଅଧ୍ୟାତ୍ମଟିକୁ ହିଁ ଅନ୍ୟମାନଙ୍କର ସ୍ମରଣ କରାଇ ଦେଉଥାନ୍ତି । ତଥାପି ଧର୍ମର ଯାବତୀୟ ଆଚରଣ ଅତ୍ୟନ୍ତ ସ୍ପଷ୍ଟ ଭାବରେ କହିଦେଉଛି ଯେ, ଧର୍ମ କୋଡ଼ିଛି ଯେତିକି, ସମ୍ଭବତଃ ତା’ର ବିଶାଶହେ ଗୁଣ ଅଧିକ ମାଡ଼ିଛି । ବିଶେଷ ମାର୍କା ମାନଙ୍କୁ କେଡ଼େ ଚାଇଁରେ ଠାକୁର କରି ଖଟୁଲିରେ ନେଇ ବସାଇ ଦେଇଚି ଓ ସେମାନଙ୍କ ନିମନ୍ତେ ନିତ୍ୟାହ୍ମିକ ବହୁବିଧ ପୂଜାର ବରାଦ ବି କରିଛି । ଅଥବା, କ’ଣ ପାଞ୍ଚ କରି ବିଶେଷ ଉତ୍ସାହୀମାନେ ସେହି ବିଶେଷ ମାନଙ୍କୁ କେନ୍ଦ୍ର କରି ଗୋଟିଏ ଗୋଟିଏ ନୂଆ ସଂପ୍ରଦାୟ ମଧ୍ୟ ଗଠନ କରିଛନ୍ତି । ଅଧ୍ୟାତ୍ମଟାର ମହତ ସାରି ଦେଇଛନ୍ତି । ତେଣୁ, ଅଧ୍ୟାତ୍ମ ହିଁ ବଦଳାଇବ । ଅର୍ଥାତ୍ ଆମେ ମନ କଲେ ଅଧ୍ୟାତ୍ମ ଦ୍ଵାରା ସଂସାର ବଦଳିପାରିବ ଅର୍ଥାତ୍, ଶହେ କିସମର ପାର୍ଥକ୍ୟ ଥିବ, ତଥାପି ଯେଉଁମାନେ ଏହି ପୃଥିବୀରେ ଅପେକ୍ଷମାଣ ଅଧାକୁ ମନ କରୁଥିବେ, ସେମାନେ ବାହ୍ୟତଃ ଯେଉଁ ଧର୍ମରେ ଥିଲେ ମଧ୍ୟ ପରସ୍ପରକୁ ନିଶ୍ଚୟ ଚିହ୍ନିବାକୁ ପ୍ରୟାସୀ ହେବେ । ସେମାନେ ଏକ ଅନ୍ୟ ଓ ସମଗ୍ରତର ଶ୍ରଦ୍ଧା ଦ୍ଵାରା । ପ୍ରେରିତ ହୋଇ ଅନ୍ୟମାନଙ୍କୁ ଭେଟି ବାହାରିବେ । ସାଲିଶ୍ ମୋଟେ କରିବେ ନାହିଁ, ନୂଆ କୌଣସି ଠାକୁରର ବି ଭିଆଣ କରିବେ ନାହିଁ, ସେମାନେ ସାଙ୍ଗ ଖୋଜି ବାହାରିବେ । ସାଙ୍ଗ ହୋଇ ସାଙ୍ଗ ପାଇବେ । ଭାଗ ଭାଗ କରି ଦେଉଥିବା ନଈ ଓ ନାଳ ଗୁଡ଼ାକ ଅବଶ୍ୟ ଥିବ, ମାତ୍ର ସେମାନେ ଭୂମିଟିକୁ ତଥା ନିୟତିଟିକୁ ଅବିଭାଜ୍ୟ ସେହି ଗୋଟିଏ ବୋଲି ଜାଣି ପାରୁଥିବେ ।

 

ତେଣୁ ଅଧ୍ୟାତ୍ମ ଚେତନା ହେଉଛି ଏକ ସହଜ ପାରସ୍ପରିକତାର ଚେତନା-। ତାହାରି ଦ୍ଵାର। ହିଁ ପୃଥିବୀ ଅନ୍ୟ ପ୍ରକାରେ ଗଢ଼ାହୋଇ ପାରିବ । ଅର୍ଥାତ୍ ବଦଳିଯିବ । ଏକାବେଳକେ ମୂଳରୁ ହିଁ ବଦଳିବ । କେହି ଆଦୌ ପଳାୟନ କରିବେ ନାହିଁ । ହୁଏତ ଆଗ ଅନସ୍ତରରୁ ବଦଳିବ ଏବଂ ସୋପାନ ପରେ ସୋପାନକୁ ଆଖି ରଖିଥିବା ଅତ୍ୟନ୍ତ ସ୍ଵଭାବପ୍ରେରିତ ଭାବରେ ଆରୋହଣ ତଥା ଅବରୋହଣର ଦୁଇଟିଯାକ ପ୍ରକ୍ରିୟା ଲାଗି ରହିଥିବ । ଧର୍ମମାନେ କେତେ ଚତୁରପଣିଆ ଦେଖାଇ ଅନ୍ନର୍ ସର୍ବପ୍ରଥମ ଅଭିଯୋଗ ଗୁଡ଼ିକୁ ଭୁରୁଡ଼ାଇ ଦେଇ ଆନନ୍ଦସ୍ତରକୁ ପଳାଇଛନ୍ତି । ଅଳପଙ୍କର ସିନ୍ଦୁକ ଭିତରେ ଭଗବାନଙ୍କୁ ଅର୍ଥାତ୍ ସତ୍ୟକୁ ବନ୍ଦୀ କରି ରଖୁଛନ୍ତି । ଏପରି କରି ପୃଥିବୀରେ ବହୁ ଉପେକ୍ଷା ଓ ବହୁ ଅବକୁ ପ୍ରଶ୍ରୟ ଦେଇ ଆସିଛନ୍ତି । ଅଧ୍ୟାତ୍ମ ଅଧିକ ସାବଧାନ ରହିବ । ଅଳପକୁ ସ୍ଵର୍ଗର ବିଳାସ ଆଣିଦେବ ବୋଲି ତାହା ସାମୂହିକ ଜୀବନଟିକୁ ଅତ୍ୟନ୍ତ ଦୟନୀୟ ଭାବରେ ଛତରା କରି ପକାଇ ରଖିବ ନାହିଁ । ଇତିହାସର ସକଳ ଧର୍ମ କେତେ କେତେ ଚକ୍ରାନ୍ତ କରି ଆସିଥିଲେ ହେଁ ଏବଂ ବହୁ ମନୁଷ୍ୟଙ୍କୁ ସତେ ଅବା ଯୋଜନାବଦ୍ଧ ଭାବରେ ଭାଗ୍ୟ ଆଦରି ଅନ୍ଧାର ମଧ୍ୟରେ ରହିବା ନିମନ୍ତେ ସାଧ୍ୟ କରାଯାଇଥିଲେ ହେଁ ତଥାପି ସାମାଜିକ ବହୁ ବିଚାର ତଥା ସେଥିରୁ ଉପୁଜି ପାରିଥିବା ବିପ୍ଲବମାନ ଆମର ପୃଥିବୀକୁ ସମ୍ଭବତଃ ସେହି ଆକାଂକ୍ଷିତ ଅଧ୍ୟାତ୍ମ ନିମନ୍ତେ ପ୍ରସ୍ତୁତ କରି ଆସିଛି । ସତେ ଅବା, କାଳର ବରାଦ ଗୁଡ଼ିକ ଅନୁସାରେ କାନ୍ଥ ଗୁଡ଼ାକ ସମୟକ୍ରମେ ହଟି ବି ଯାଇଛନ୍ତି । ପୃଥିବୀ ଅଧାମ ନିମନ୍ତେ ପ୍ରସ୍ତୁତ ହୋଇ ଆସିଛି । ସେଇ ବଦଳାଇବ, ଆମ ସହଯୋଗରେ ଅଭୂତପୂର୍ବ ଭାବରେ ହିଁ ବଦଳାଇ ଦେବ-

Image

 

ଯା ବିମୁକ୍ତୟେ ସା ବିଦ୍ୟା

 

ଜାନୁଆରୀ ବାର ତାରିଖ ଅତିକ୍ରମ ହୋଇଯାଉଥିବା ସମୟରେ ସବାଆଗେ । ସ୍ଵାମୀ ବିବେକାନନ୍ଦ ମନେପଡ଼ନ୍ତି । ଭାରତବର୍ଷରେ ସେହି ଦିନଟି ତାଙ୍କରି ସକାଶେ ହିଁ ଏତେ ସ୍ମରଣୀୟ ହୋଇରହିଛି । ଆଗରେ ଏକ ଭାରତବର୍ଷ ଏପରି ଉକୁଟି ଆସେ, ଯାହାକୁ କି ଆମେ ସକଳ ଅର୍ଥରେ ଏକ ଆଲୋକିତ ଭାରତବର୍ଷ ବୋଲି କହିପାରିବା । ବିଦ୍ୟାର ଆଲୋକରେ ଆଲୋକିତ ଏକ ଭାରତବର୍ଷ । ଏବେ ତ ଗଳି ଗୁଡ଼ାକରେ । କୋଣେ କୋଣେ ବି ଆଲୋକ ଗୁଡ଼ାକ ଏପରି ଉତ୍କଳ ହୋଇ ଜଳିବାର ବ୍ୟବସ୍ଥା ହୋଇଗଲାଣି ଯେ, ତୁଚ୍ଛା ଅନ୍ଧାରମାନେ କେତେ ଚିକିଚିକି ହୋଇ ଦେଖାଯାଉଛନ୍ତି । ସ୍ଵାମୀ ବିବେକାନନ୍ଦ ସତ୍ୟର ଆଲୋକ ବିଷୟରେ କହିଥିଲେ, ଅଧ୍ୟାତ୍ମର ବ୍ୟଞ୍ଜନା ଲଗାଇ ଆମେ ତାହାକୁ ବ୍ରହ୍ମର ଆଲୋକ ବୋଲି ମଧ୍ୟ କହି ପାରନ୍ତେ । ସେହି ଆଲୋକ ମଣିଷଙ୍କ ଭିତରେ ରହିଛି, ପ୍ରଚ୍ଛନ୍ନ ହୋଇରହିଛି, ପ୍ରତୀକ୍ଷାରେ ରହିଛି । ପୂର୍ବରୁ ହିଁ ରହିଛି । ତାହାକୁ ହଁ ବାହାରକୁ ଆଣିବା ବିଷୟରେ ସ୍ଵାମୀ ବିବେକାନନ୍ଦ ପ୍ରାୟ ଶହେ ବର୍ଷ ତଳେ କହିଥିଲେ । ଯାହା ଗୁପତ ହୋଇ ରହିଛି, ଏହି ସଂସାର ନିମନ୍ତେ ଅମିତ ସମ୍ଭାବନାକୁ ବହନ କରି ରହିଛି, ତାହା ବାହାରକୁ ଆସିବ, ହେଇ ମୁଁ ଆସିଲି ବୋଲି ଚାକ୍ଷୁଷ ଭାବରେ ଘୋଷଣା କରି ପାରୁଥିବ । ଗୋଟାସୁଦ୍ଧା ଦେଖା ଯାଉଥିବ ଏବଂ, ଶିକ୍ଷାଦ୍ୱାରା ସେହି କାର୍ଯ୍ୟଟି ହେବ ବୋଲି ବିବେକାନନ୍ଦ ସତକୁ ସତ ଜାଣିଥିଲେ । ସେହି ଶିକ୍ଷା ବା ବିଦ୍ୟା ପରି କାରଣ ହେବ । ଯାବତୀୟ ବନ୍ଧନକୁ ଛିନ୍ନ କରିପାରିବ । ଯାହାକିଛି ଆମର ଏହି ପ୍ରିୟ ଭୂମିଟିକୁ ନାନା ଜଡ଼ତା ସହିତ ବାନ୍ଧି ରଖିଛି, ଆମେ ତାହାକୁ ସେଥିରୁ ମୁକ୍ତ କରି ଆଣିବା । ଅର୍ଥାତ ଏଠି ମଣିଷମାନଙ୍କର ସିଧା ହୋଇ ଛିଡ଼ା ହୋଇପାରିବା ଲାଗି ଯେଉଁ ଶିକ୍ଷା ଦରକାର, ସେହି ଶିକ୍ଷା ହିଁ ଯାବତୀୟ ମୁକ୍ତିର କାରଣ ହେବ ।

 

ଭାରତବର୍ଷ ସ୍ଵାଧୀନତା ଲାଭ କରିବାର ପଚାଶବର୍ଷ ପରେ ଏଠାରେ ମାଳ । ମାଳ ଶିକ୍ଷାଦାନ କରୁଥିବାର ଭଳି ଭଳି ଅନୁଷ୍ଠାନ,–କୁଢ଼ କୁଢ଼ ପାଠ । ପାଠୁଆମାନଙ୍କର ସଂଖ୍ୟା କୋଟି କୋଟି । କିନ୍ତୁ ବିଦ୍ୟା କାହିଁ, ମୁକ୍ତ ହୋଇ ପାରିଥିବା ମଣିଷମାନେ କାହାନ୍ତି ? ଏବଂ, ଏତେ ଏତେ ଦରବାର ଏତେ ଏତେ ରାଜକୀୟତା ସହିତ ଖୋଲାହେବା ପରେ ମଧ୍ୟ ଯଦି ଅଭିଳଷିତ ମୁକ୍ତିଟି ସମ୍ଭବହୋଇ ନପାରିଲା, ତେବେ ଏମାନେ ସତକୁ ସତ ଆଦୌ କୌଣସି ବିଦ୍ୟାର୍ଜନ କରିଛନ୍ତି ବୋଲି କିପରି ବା କୁହାଯାଇପାରିବ ? ସ୍ଵାମୀ ବିବେକାନନ୍ଦ ଏକଦା କହିଥିବା ଅନୁସାରେ, ସେମାନଙ୍କ ଭିତରେ ପୂର୍ବରୁ ହିଁ ଯେଉଁ ସତ୍ୟଟି ରୋପିତ ହୋଇ ରହିଥିଲା, ପାଠ ପଢ଼ିବା ପରେ ତାହା ପ୍ରକୃତରେ କୁଆଡ଼େ ଅନ୍ତର୍ହିତ ହୋଇଗଲା କି ? ପାଠ ପଢ଼ିବାରୁ ହିଁ ଅନ୍ତର୍ହିତ ହୋଇଗଲା କି, ଯାହାଫଳରେ ସେମାନେ ଏହି ବାହାରେ କେତେ ପୃଥଳ ହୋଇ ଦେଖାଗଲେ, ଆମ ଭାଗ୍ୟମଣ୍ଡପ ମାନଙ୍କରେ ଅଧୂପ ହୋଇ ବସିଲେ, ଅଥଚ ଅଯୋଗ୍ୟ ହୋଇରହିଲେ ? ଏମାନେ ଆମ କୋଟି କୋଟି ମଣିଷଙ୍କ ପାଇଁ ଗୋଦର ହୋଇ ରହିବେ ବୋଲି କ'ଣ କୌଣସି ଈଶ୍ଵର ମଧ୍ୟ ଇଚ୍ଛା କଲେ-? ନିଜ ପଦଗୁଡ଼ାକରେ ବାନ୍ଧି ହୋଇ ରହିଲେ, ଏହି ଦେଶରେ ସେହିମାନେ ହିଁ ସବୁଠାରୁ ଅଧିକ ଭାଗ୍ୟବାନ ଅର୍ଥାତ୍ ଅଧିକ ସଫଳ ବୋଲି ଡିଣ୍ଡିମ ବଜାଇ ଘୋଷଣା କଲେ ଏବଂ ବିଦ୍ୟାଗୁଡ଼ାକୁ ପାସୋରି ପକାଇଲେ ? ଏହି ଦେଶରେ ରହିଲେ, ଦରିଦ୍ରକ ଧନରେ ସ୍ଵୟଂ ଧନ ବଢ଼ାଇଲେ, ତଥାପି ଏହି ଦେଶକୁ ଅର୍ଥାତ୍ ଦେଶବାସୀମାନଙ୍କୁ ଅସ୍ୱୀକାର କଲେ, ଏକାର ବିମୁଖ ହୋଇ ରହିଲେ । ବିଦ୍ୟା ମୁକ୍ତି ଦିଏ, ଜଡ଼ତା ଦୂର କରେ, ମନୁଷ୍ୟମାନଙ୍କୁ ପୃଥିବୀଟିର ନିକଟବର୍ତ୍ତୀ କରାଇ ଆଣେ । ବିଦ୍ୟାରେ ରହିଥିବା ମଣିଷଟିଏ ତ ବଳେ ବଳେ ମନୁଷ୍ୟମାନଙ୍କ ଆଡ଼କୁ ଆକର୍ଷିତ ହୋଇ ଆସୁଥାନ୍ତା, ଏଠି ଯଥାସମ୍ଭବ ଅଧିକ ମଣିଷଙ୍କର ସୁଖଦୁଃଖରେ ପାଖକୁ ଆସି ବସି ପାରୁଥାନ୍ତା । ପ୍ରକୃତରେ ବହୁତ କାମରେ ଲାଗି ପାରୁଥାନ୍ତା ।

 

ଏହି ପାଠୁଆମାନଙ୍କର ନିଜର ଦେଶ ବୋଲି ପ୍ରକୃତରେ କେଉଁଠି କିଛିହେଲେ ନାହିଁ । ଆତ୍ମରତି ମନୁଷ୍ୟମାନଙ୍କର ନିଜର ବୋଲି ସ୍ଵୀକାର କରି ନେଇଥିବାର ସଚରାଚର କୌଣସି ଭୂମି ହିଁ ନଥାଏ । ଆତ୍ମା ବୋଲି ହୁଏତ କିଛି ବି ନଥାଏ, ତେଣୁ ଏକାମ ହେବାର କୌଣସି ପ୍ରଶ୍ନ ମଧ୍ୟ ନଥାଏ । ସତ୍ୟ ବୋଲି, ବ୍ରହ୍ମ ବୋଲି, ଚକ୍ଷୁ ବୋଲି ଅର୍ଥାତ୍ ସଂବେଦନା ବୋଲି ଏକ ଦ୍ରବ୍ୟକୁ ସେମାନେ ପୂର୍ବରୁ ହିଁ ନିଜ ଭିତରେ ବହନ କରି ଏହି ପୃଥିବୀକୁ ଆସିଥାଆନ୍ତି ବୋଲି ସ୍ଵାମୀ ବିବେକାନନ୍ଦଙ୍କର କଥା ମାନି ଯଦି ତଥାପି ମଧ୍ୟ କୁହାଯିବ, ତେବେ ବାଧ୍ୟ ହୋଇ କହିବାକୁ ହେବ ଯେ ସେମାନେ ସେଇଟିକୁ କୌଣସି ଏକ ଅନ୍ୟ ଆବଶ୍ୟକତାରେ ପଡ଼ି ହୁଏତ ବେଶ୍ ସୁଚିନ୍ତିତ ଭାବରେ ମାରିଦେଇଥାନ୍ତି । ସେମାନେ କେବଳ ସଫଳତା ଇଚ୍ଛା କରୁଥାନ୍ତି । ସଫଳ ମଣିଷ ଅର୍ଥାତ୍ ଆଦୌ କାହାକୁ ରାଗ ଦେବାକୁ ଆଦୌ ଇଚ୍ଛା କରୁନଥିବା ଜଣେ ମଣିଷ । ଭାରତବର୍ଷରେ ସେମାନେ ଯେଉଁ ପାଠ ପଢ଼ିଥାଆନ୍ତି, ତାହା ଏହିପରି ଏକାନ୍ତ ନୃଶଂସିଆ ଭାବରେ କେବଳ ଆପଣାକୁ ଦେଖିବା ନିମନ୍ତେ ହିଁ ପ୍ରୋତ୍ସାହନ ଦେଉଥାଏ । ସେମାନେ ସଫଳ ହିଁ ହେବେ, ଅର୍ଥାତ୍ ଅନ୍ୟମାନଙ୍କ ଠାରୁ କେଇ ଚାଖଣ୍ଡ ଉଚ୍ଚ ହୋଇ ରହିବେ, ଅଧିକ ଉଚ୍ଚ ଦେଖାଯିବେ,ଉଦାସୀନ ହେବାକୁ ହିଁ ପରମଧର୍ମବତ୍ ଆଚରିବେ । ଯେଉଁଦିନ ଠାରୁ ଦେଶରେ ଯାବତୀୟ ହାନି ଓ ଲାଭର ଭାଗ୍ୟାୟତନ ଗୁଡ଼ିକୁ ସେମାନଙ୍କ ହାତକୁ ଟେକି ଦିଆଗଲାଣି, ସେହିଦିନ ଠାରୁ ସେମାନେ ଅନ୍ୟ ସମସ୍ତଙ୍କର ତୁଳନାରେ ଅଧୁକ ରକ୍ଷଣଶୀଳତାର ପରିଚୟ ଦେଇଛନ୍ତି । କେତେ କେତେ ଜଦ୍ୟମକୁ ପଣ୍ଡ କରି ଦେବାର ନିମିତ୍ତ ପରି କାର୍ଯ୍ୟ କରିଛନ୍ତି । ଏହି ଦେଶର କୋଟି କୋଟି ଟଙ୍କାକୁ ପାରିଶ୍ରମିକ ରୂପେ ହଡ଼ପ କରି ନେଉଛନ୍ତି । ତେଣୁ ଦେଶଟା ଯେଉଁଠାରେ ଅଛି ନିରନ୍ତର ସେହିଠାରେ ହିଁ ଥାଉ ବୋଲି ଚତୁରତାର ଏକାଧିକ ଯନ୍ତକୁ ଚାଲୁ ରଖିଛନ୍ତି ।

 

ଗୋଟିଏ ଅତିସହଜ କଥାକୁ ସେମାନେ ବସ୍ତୁତଃ କେତେ ସହଜରେ ଭୁଲି ଯାଇଛନ୍ତି । ଦେଶର ସମସ୍ତେ, ଉଭୟ ପାଠୁଆ ଓ ଅପାଠୁଆ, ଉଚ୍ଚ ଜାତି ଓ ନାଚ ଜାତି, ସମସ୍ତଙ୍କୁ ହିଁ ଏଠି ନାଗରିକତ୍ଵର ସଂପୂର୍ଣ୍ଣ ସ୍ୱୀକୃତି ମିଳିଛି । ସମସ୍ତଙ୍କୁ ସର୍ବନିମ୍ନ ଏକାଧିକ ଅଧିକାର ଦିଆଯାଇଛି । ନାଗରିକମାନେ, ସମସ୍ତଙ୍କ ମଧ୍ୟରେ ଯେପରି ସର୍ବନିମ୍ନ ଅଧୁକାରଗୁଡ଼ିକୁ ଲାଭ କରି ପାରିବାର ଅନୁକୂଳ ପରିବେଶଟିଏ ପ୍ରକୃତରେ ଆସି ଏଠି ଅସଲ ସଂହତିଗୁଡ଼ିକୁ ଅନୁଭବ କରିପାରିବେ, ମୁଖ୍ୟତଃ ସକାରଟିଏ ସେଇଟିକୁ ନିଜର ସବାଆଗ କାର୍ଯ୍ୟ ରୂପେ ଗ୍ରହଣ କରିଛି । ସୁଯୋଗ ଗୁଡ଼ିକର ସର୍ବଜନୀକରଣ ହିଁ ବହୁବିଧ କର୍ମନୀତିର ସର୍ବପ୍ରଧାନ ଧାରା ହୋଇରହିଛି । ମାତ୍ର, ଯେଉଁ ବଡ଼ପାଠୁଆମାନେ ଦାୟିତ୍ଵରେ ରହିଛନ୍ତି, ସେମାନେ ଏହିକ୍ଷେତ୍ରରେ ସତେ ଅବା ପହୁଣ୍ଡେ ବି ଆଗକୁ କାହାକୁ ଛାଡ଼ିନଦେବା ସକାଶେ ଶପଥ ଗ୍ରହଣ କରିଛନ୍ତି । ଅଳପ ଲୋକ ହିଁ ଯାବତ୍‌ଚନ୍ଦ୍ରାର୍ଜେ ଭାରତବର୍ଷରେ ଯଥାସମ୍ଭବ ସବୁକିଛି ଆବୋରି ବସିଥାନ୍ତୁ ବୋଲି ସେମାନେ ମନସ୍ଥ କରିଛନ୍ତି କି ? ବିଦ୍ୟାର ଆଲୋକ ଲାଭ କରିବ, ଅଥଚ ତୁମକୁ ଏତେ ଏତେ ଭରସା କରି ରହିଥିବା ଅଗଣିତ ମଣିଷଙ୍କର ଆଲୋକମାର୍ଗରେ ତୁମେ ପଥର ପରି ଛିଡ଼ା ହୋଇଥିବ, ପଢ଼ିଥିବା ପାଠର ପରିପୂର୍ଣ୍ଣ ଚାଲାଖିଗୁଡ଼ିକୁ ପ୍ରୟୋଗ କରି ତୁମେ ଏରୁଣ୍ଡିବନ୍ଧ ଉପରେ ଗଉଁତିଆ ହୋଇ ବସିଥିବ, ଏହି କଥାଟା ପୁଣି କିପରି ଓ କାହିଁକି ହେବ ? ସ୍ଵାମୀ ବିବେକାନନ୍ଦଙ୍କର କହିଥିବା ଅନୁସାରେ ଯଦି ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ କିଛି ସତକୁ ସତ ସେଇ ମୂଳରୁ ହିଁ ଅବସ୍ଥାନ କରୁଥାଏ, କେବେ ତାହା କଦାପି ଏହି ଅନାଚାରଟାକୁ ମାନି ନେବ ନାହିଁ ପ୍ରତିବାଦ କରିବ, ବିଦ୍ରୋହ ଘୋଷଣା କରିବ । ସିଏ ଅବଶ୍ୟ ବାହାରକୁ ବାହାରି ଆସିବାଲାଗି ଅସ୍ଥିର ହେବ । ପାଠୁଆମାନଙ୍କୁ ମୋଟେ ମାନିବ ନାହିଁ । ସମ୍ଭ୍ରାନ୍ତମାନେ କାଳେ କାଳେ ବଞ୍ଚିତମାନଙ୍କୁ ବର୍ବର ବୋଲି କହି ଆସିଛନ୍ତି । ଏବଂ, ବର୍ବରମାନେ ହିଁ ଉଚିତ ମୁହୂର୍ତ୍ତଟି ଆସିଲେ ସଭ୍ୟତା ଉପରକୁ ମାଡ଼ି ଆସନ୍ତି ଓ ସବୁକିଛିକୁ ଉଜାଡ଼ି ଦିଅନ୍ତି ବୋଲି ମଧ୍ୟ ସେହିମାନେ ହିଁ ଚେତାବନୀ ଦେଇ ଯାଇଛନ୍ତି ।

 

ପ୍ରକୃତ ବିମୁକ୍ତି, ତାହା ଅବତରଣରେ । ଯଥାର୍ଥ ଶିକ୍ଷା, ଯାହା ସେହି ଅବତରଣ ନିମନ୍ତେ ହିଁ ଯଥେଷ୍ଟ ଶ୍ରଦ୍ଧା ଦେଇଯାଏ । ଭାରତବର୍ଷରେ ଗୋଟାଏ ପରମ୍ପରା ରହିଛି, ଯାହା ମଣିଷକୁ ଅତ୍ୟନ୍ତ ଅବତରଣ-କାତର କରି ରଖିବାର ପ୍ରରୋଚନା ଦେବାରେ ଲାଗିଥାଏ । ସୁଖ,–ତାହା କେବଳ ଏକୁଟିଆ ଭୁଞ୍ଜିବାର ଗୋଟିଏ ଦ୍ରବ୍ୟ । ସ୍ଥିରତା ଓ ଶାନ୍ତି, ତାହା କେବଳ ଦୂରଛଡ଼ା ହୋଇ ରହିବା ଦ୍ଵାରା ହିଁ ପ୍ରାପ୍ତ ହୁଏ,–ସଂସାରବିରାଗୀ ହେଲେ ଯାଇ ଭଗବାନମୁଖୀ ହେବା ସମ୍ଭବ ହୁଏ । ଆମ ଶିକ୍ଷାପ୍ରାପ୍ତ ମାନଙ୍କୁ ଏପରି ନିର୍ମମ ଭାବରେ କିଏ ମାୟାବାଦୀ କରି ପକାଇଲା କେଜାଣି ? ଦେଶ ସ୍ଵାଧୀନ ହେବା ପରେ ଏହି ଦେଶରେ ଏତେ ଏତେ ଆହ୍ଵାନର ସାମନା କରିବାକୁ ହେବ, ଯୁଗଯୁଗରୁ ନିତାନ୍ତ ଅବହେଳିତ ମଣିଷଙ୍କର ନିକଟକୁ ଯାଇ ସାଙ୍ଗକୁ ଆଣିବାକୁ ପଡ଼ିବ, ଆମର ପାଠଗୁଡ଼ାକ କ'ଣ ପାଇଁ ଏଭଳି ଅନୁଭବ କରିବା ନିମନ୍ତେ ଇଚ୍ଛା କଲେ ନାହିଁ ? କେବଳ ଆପେହିଁ ଭୋଗ କରିବାକୁ ପାଠୁଆମାନେ ପାଠ ପଢ଼ିଲେ । ନିତାନ୍ତ ବିକଳା ଭାବରେ ହିଁ କେବଳ ନିଜକୁ ଦେଖିଲେ । ସମସ୍ତଙ୍କ ସହିତ ନିଜକୁ ଏକତ୍ର କରି ମୋଟେ ଦେଖିପାରିଲେ, ନାହିଁ । ତୁଚ୍ଛା ନିଜ ପାଇଁ ଭାଗ୍ୟଗୁଡ଼ାକୁ ମାଗିଲେ । ପାଠମାନଙ୍କୁ ହୃଦୟ ଯାଏ ପହଞ୍ଚାଇ ପାରିବା ସକାଶେ ଆଦୌ ମନ କଲେ ନାହିଁ ? ଭଳିକୁ ଭଳି ପାଠର ବିତରଣ କରାଗଲା ସିନା, ମାତ୍ର ଦେଶର ସବୁଯାକ ମନୁଷ୍ୟ ଆମ ବିଚାରର ପରିଧି ମଧ୍ୟକୁ ଆସି ପାରିଲେ ନାହିଁ । ତେଣୁ, ଏକ ସୁସ୍ଥ ସମୂହ ଗଢ଼ାହୋଇ ପାରିବାର ଯାବତୀୟ ଅବକାଶକୁ ଟାଳି ଦିଆଗଲା, ଭଳି ଭଳି କାଇଦାରେ ଫାଙ୍କି ଦିଆଗଲା । ହଁ, କାଳେ ଭୂମିରେ ପ୍ରଚଳିତ ଲୋକଭାଷାଟିକୁ ବ୍ୟବହାର କଲେ ନିଜ ଭିତରେ ରହିଥିବା ହୃଦୟଟି ମଧ୍ୟ ସଚଳ ହୋଇ ଉଠିବ ଏବଂ ଅନ୍ୟ ସବୁ ମଣିଷଙ୍କର ହୃଦୟ ରହିଛି ବୋଲି ଆବିଷ୍କାର କରି ବି ପାରିବ, ସେଥିପାଇଁ ମଥାନ ଉପରର ପାଠଗୁଡ଼ିକୁ ଏକାବେଳକେ ଏକ ଅନ୍ୟ ଭାଷାରେ ସଂପୂର୍ଣ୍ଣ ଭାବରେ ଗୋଟାଏ ଦୋସରା ହିସାବରେ ପଢ଼ାଗଲା, ଯାହାଦ୍ଵାରା କି ଆମ ସମସ୍ତଙ୍କର ଗୋଟିଏ ଘର ରହିଛି ବୋଲି ଭାବିବା ଲାଗି କୌଣସି ଅବକାଶ ମଧ୍ୟ ମିଳିନଥିଲା ।

 

ଏହି ପାଠ ତଥାକଥିତ ପାଠୁଆମାନଙ୍କୁ ଭାରି କ୍ରୁର କରି ପକାଇଲା । ସେମାନଙ୍କୁ ଗୋଟାଏ ଗୋଟାଏ ବାବୁରେ ପରିଣତ କରିଦେଲା । ଆମ ପାଇଁ ରହିଥିଲେ ମଧ୍ୟ ସେମାନେ ଆମର ସାତପର ହୋଇ ରହିଲେ । ନିଜ ନିଜ ସ୍ଵପ୍ନର ନକ୍ସା ଭିତରୁ ଦେଶଟାକୁ ଅର୍ଥାତ୍ ବୃହତ୍ତର ମନୁଷ୍ୟ-ସମୂହଟିକୁ ବହିଷ୍କୃତ କରି ରଖିଲେ । ଏବଂ, ଯଦି କିଛି କଲେ, ତେବେ ସତେ ଅବା ଦୟା କରୁଥିବା ପରି କଲେ । କେତେ କ’ଣ କରୁଛନ୍ତି ବୋଲି ନିଜର ବୁଦ୍ଧିଟାକୁ କେତେନା କେତେ ମୋଟା କରିଦେଇ ଭାବିବାକୁ ଲାଗିଲେ । ସେଇ ମୋଟା ବୁଦ୍ଧିରେ ହିଁ ସେମାନେ କଣ ଧରି ନେଇଛନ୍ତି ଯେ, ଅଧିକ ପକ୍ଷଟା ସବୁଦିନେ ପ୍ରାୟ ଏହିଭଳି ଗଧ ହୋଇ ରହିଥିବ, ଏହିପରି ମାନି ଯାଉଥିବ, ସହିଥିବ ? କ୍ରୋଧ କରି ପାରିବ ନାହିଁ, ପ୍ରତିବାଦ କରି ପାରିବନାହିଁ ? ଦେଶର ଶାସନ-ଖାତାରେ ସେମାନଙ୍କୁ ଯେତିକି ଅଧିକାର ଦିଆହୋଇ ରହିଛି, ସେହି ପକ୍ଷଟା ସେହି ବିଷୟରେ ଆଦୌ ସଚେତ ହେବନାହିଁ ! ନିଜ ଭିତରୁ ହି ଏକ ଅନ୍ୟ ସମ୍ଭାବନାର ଶକ୍ତିକୁ କେବେହେଲେ ଚିହ୍ନିବ ନାହିଁ ଏବଂ ସିଧା ଆମ ହାଟଗୁଡ଼ାକ ଭିତରକୁ ପଶି ଆସିବ ନାହିଁ ? ପୃଥିବୀଟା ସବୁଦିନେ ଏହିଭଳି ଆମପଟ୍ଟ ଶାନ୍ତ ହୋଇ ରହିବ ବୋଲି ଆମେ ଯେତେ ଭାବୁଥିଲେ ମଧ୍ୟ ଏହି ପୃଥିବୀର ନିତ୍ୟବିବର୍ତ୍ତନକୁ କ୍ରମଶଃ ଅଧୁକ ପୋଖତ କରି ନେଉଥିବା ବିଧାତା ତଥାପି ଶାନ୍ତିଭଙ୍ଗ କରାଇବ ଏବଂ ଅନୁରୂପ କେତେ କଣ ଘଟାଇବ । ସେତେବେଳେ ଆମଠାରୁ ମଧ୍ୟ କେହି ନା କେହି ଜବାବ ତଲବ କରିବା ପାଇଁ ଆସିବ । ଅବତରଣ କରି ପାରୁନଥିବା । ଏହି ପାଠୁଆ ମାନଙ୍କର ନିଦ ଭଙ୍ଗାଇବ । ଆମେ କ’ଣ ପ୍ରକୃତରେ ସେଇଯାଏ ଅପେକ୍ଷା କରି ଅମଙ୍ଗ ହୋଇ ରହିବା ? ଆମ ନିଜ ଭିତରେ ତ କେହି ଗୋଟିଏ କିମ୍ବା କ’ଣ ଗୋଟିଏ ଅବଶ୍ୟ ଥିବ, ଯିଏକି ଆମକୁ ବନ୍ଧୁ ପରି କିଛି ସଂକେତ ଦେବାଲାଗି ବି ଆସି ପହଞ୍ଚିଯିବ । ଆମେ ଆଉ କେତେଦିନ ତାକୁ ଆମର କେହି ନୁହେଁ ବୋଲି ବିଚାରୁଥିବା ଓ ତାପାଖରୁ ଲୁଚି ବୁଲୁଥିବା ?

Image

 

ଅନଧିକାରୀ ବିତର୍କ

 

ଏଇଟି ୧୯୯୫ ମସିହାରେ ସନ୍ଥ ବିପ୍ଳବୀ ବିନୋବାଙ୍କର ଓଡ଼ିଶାରେ ଭୂଦାନ ପଦଯାତ୍ରା ବେଳର କଥା । ସେଦିନ ବାଲେଶ୍ଵରର ଫକୀରମୋହନ କଲେଜରେ ଡେରା ପଡ଼ିଥାଏ । ସଂଜର ପ୍ରାର୍ଥନାସଭା ପରେ ବିନୋବାଜୀ ଭିତରକୁ ମେଲାଣି ହୋଇ ଚାଲିଯିବା । ପରେ ଗୋଟିଏ ସାନ ମେଳରେ ଆଲୋଚନାଟିଏ, ଚାଲିଥାଏ । ମୁଖ୍ୟତଃ କଲେଜ ଛାତ୍ରଙ୍କୁ ନେଇ ଆଲୋଚନା । ସେ ତରଫରୁ ବିଶିଷ୍ଟ ସର୍ବୋଦୟ-ପୂବକ୍ତା ଦାଦା ଧର୍ମାଧିକାରୀ ପ୍ରଶ୍ନକାରୀ ମାନଙ୍କର ଉତ୍ତର ଦେଉଥାନ୍ତି-। ଭାରତବର୍ଷର ଦାରିଦ୍ର୍ୟ ମୁଖ୍ୟ ଆଲୋଚ୍ୟ । ବିଷୟ ହୋଇଥାଏ । ଯେଉଁମାନେ ସତକୁ ସତ ଚାଷୀ, ସେମାନେ ବହୁସଂଖ୍ୟାରେ ଭୂମିହୀନ ହୋଇ ରହିଛନ୍ତି । ସେହିମାନେ ହିଁ ଦରିଦ୍ର । କମିବାଲାମାନଙ୍କ ଠାରୁ ଜମି ଭିକ୍ଷା କରିନେଇ ଭୂମିହୀନ ପ୍ରକୃତ ଚାଷୀମାନଙ୍କ ହାତରେ ସମର୍ପଣ କଲେ ଦାରିଦ୍ର୍ୟ ଯିବ ବୋଲି ଶ୍ରୀ ଧର୍ମାଧିକାରୀ ବହୁ ବିବେକପୂର୍ଣ୍ଣ ଯୁକ୍ତି କରି ବୁଝାଇ ଦେଉଥାନ୍ତି । ସିଏ ଭୂମିକାରି ମାଧ୍ୟମରେ ସାମାଜିକ ମୂଳଭୂତ ପରିବର୍ତ୍ତନର କଥା କହୁଥାନ୍ତି । ଜଣେ କଲେଜ ଛାତ୍ର ହଠାତ୍ ପ୍ରଶ୍ନକରି ବସିଲେ, ଯେଉଁମାନେ ଜମି ମାଲିକ, ସେମାନେ ଆପଣଙ୍କ କଥା ବୁଝିବେ, ସେମାନଙ୍କ ହୃଦୟରେ ପରିବର୍ତ୍ତନ ଘଟିବ ଏବଂ ସେମାନେ ଭୂମିଦାନ କରିବେ । ଭୂମିହୀନତା ଓ ତଜ୍ଜନିତ ଦାରିଦ୍ର୍ୟର ସମସ୍ୟା ଘୁଞ୍ଚିବା–ଏଇଟି ତ ଅତ୍ୟନ୍ତ ଦୀର୍ଘ ଓ ତେଣୁ ଅସମ୍ଭବ ପ୍ରାୟ ପଥ ପରି ଲାଗୁଛି । ତେଣୁ ଆପଣମାନେ ବରଂ ଭୂମିହୀନ ମାନଙ୍କ ପାଖକୁ ଯାଉନାହାନ୍ତି କାହିଁକି ? ସେମାନେ ଜାଗରୂକ ହୋଇ ଆସନ୍ତେ, ଭୂମି ଉପରେ ଭୂମିର ଆବାଦକାରୀ ହିସାବରେ ସେହିମାନଙ୍କର ଅଧିକାର ହିଁ ରହିବା ଉଚିତ ବୋଲି ସଚେତନ ହୁଅନ୍ତେ–ଭୂମିବାଲାଙ୍କ ପାଖରୁ ଭୂମି ଦାବି କରନ୍ତେ,–ତେବେ ତ ଅଧିକ ଶୀଘ୍ର ସାମାଜିକ ବିପ୍ଳବଟିଏ ହୋଇପାରନ୍ତା ଏବଂ ଦାରିଦ୍ର୍ୟ ମଧ୍ୟ ଦୂରୀଭୂତ ହୁଅନ୍ତା ।

 

ପ୍ରଶ୍ନକର୍ତ୍ତା ତ ଏପରି ଗୋଟିଏ ସନ୍ଦେହ ମଧ୍ୟ ପ୍ରକାଶ କଲେ ଯେ, ଅସଲ ହସ୍ତାନ୍ତରଟିକୁ ପ୍ରକୃତରେ ଇଚ୍ଛା କରୁନାହାନ୍ତି ବୋଲି ହୁଏତ ଭୂଦାନବାଲା ଭୂମିମାଲିକଙ୍କ ପାଖକୁ ଯାଉଛନ୍ତି । ସେମାନେ ବସ୍ତୁତଃ ସେଇମାନଙ୍କ ପଟେ ରହିଛନ୍ତି ବୋଲି ସନ୍ଦେହ କରିବାକୁ କିଛି କାରଣ ଅବଶ୍ୟ ରହିଛି । ଦାଦା ଧର୍ମାଧିକାରୀ ସତେଅବା ଧର୍ମସଂକଟରେ ପଡ଼ି ଯାଇଥିଲେ । ସର୍ବୋଦୟ ଆନ୍ଦୋଳନ ଏକ ସତନିଷ୍ଠା ସହିତ ହିଁ ଏହି ଭୂମିକ୍ରାନ୍ତିରେ ହାତ ଦେଇଛି । ଭୂମିହୀନମାନଙ୍କ ହାତକୁ ଭୂମି ଆସୁବୋଲି ତାହା ସତକୁ ସତ ଇଚ୍ଛା କରୁଛି । ମାତ୍ର, ଆପଣାର ସେହି କାର୍ଯ୍ୟକ୍ରମଟି ଭିତରେ କେଉଁଠି କ’ଣ ଗୋଟେ କଣ ବା କେଁ ରହିଯାଇନାହିଁ ତ. ଯାହାଫଳରେ ଆନ୍ଦୋଳନର ସମଗ୍ର ଚରିତ୍ରଟି ଭୂମି-ମାଲିକମାନଙ୍କ ତରଫଟା ଲାଗି ଅଧିକ ଦରଦ ରଖିଥିବା ପରି ଏକ ସନ୍ଦେହ ମଧ୍ୟ ଜାତ ହେଉଛି ? ଭୂମି ଆନ୍ଦୋଳନ ତ ସଚରାଚର ଭୂମିହୀନମାନଙ୍କୁ ନେତୃତ୍ଵ ଦିଏ, ସେମାନଙ୍କୁ ସାଙ୍ଗରେ ଧରି ଭୂମିବାଲାଙ୍କ ଠାରୁ ଅଧିକାର ଦାବିକରେ । ଏହି ଅଭିନବ ଭୂଦାନ-ଆନ୍ଦୋଳନ ଏପରି ଅଲଗା ବାଟରେ କାହିଁକି ଯାଉଛି ? ଶ୍ରୀଯୁକ୍ତ ଧର୍ମାଧିକାରୀ ତାଙ୍କ ପଟୁ ଯାହାସବୁ କହିଲେ, ସେଥିରେ ନିଷ୍ଠାପର ଯୁକ୍ତିମାନ ଖୁବ୍ ରହିଥିଲା ସତ, ମାତ୍ର ଆରପଟେ ଯୁକ୍ତିଟିର ଜବାବ ଦେବାକୁ ସେଥିରେ ସତେଅବା ସେତେ ବେଶି ଶକ୍ତି ମୋଟେ ନଥିଲା । ପ୍ରଧାନତଃ ଜଣେ ଗୁରୁଜନର ମୁଖମୁଦ୍ରାରେ ସିଏ କଥାଟିଏ କହିଲେ ଯେ, ତଳର ଭୂମିହୀନ ଅର୍ଥାତ୍ ଦରିଦ୍ର ଏବଂ ବଂଚିତମାନଙ୍କ ପାଖରେ ଯାଇ ପହଞ୍ଚିବାକୁ ତ ନାନାବିଧ ଆନୁଷ୍ଠାନିକ ନେତୃତ୍ଵ ସବୁଆଡ଼େ ରହିଛି । ଭୂଦାନ ଆନ୍ଦୋଳନ ଏକ ଅଭିନବ କଳ୍ପନା କରି ଉପରେ କିଛି ଘଟାଇବା ନିମନ୍ତେ ଆଶା ପୋଷଣ କରିଛି ଏବଂ ସେହି ଅନୁସାରେ ଏକ କାର୍ଯ୍ୟକ୍ରମକୁ ଗ୍ରହଣ କରିଛି । ଏହାପରେ ପଚାଶ ବର୍ଷ ବିତିଯିବାକୁ ବସିଲାଣି ସତ, ମାତ୍ର ସେହି ସଂଧାର ଆଲୋଚନାଟି ବାରମ୍ବାର ମୋର ମନେ ପଡ଼ିଯାଉଛି । ଦାରିଦ୍ର୍ୟ ଏବେ ମଧ୍ୟ ରହିଛି । ଦାରିଦ୍ର୍ୟକୁ ଜାହିର ରଖୁଥିବା ପକ୍ଷଟି ଇତିମଧ୍ୟରେ ଅଧିକ ଅଧିକ କୌଶଳ ଶିକ୍ଷା କରି ପଚାସଢ଼ା ଗୁଡ଼ାକୁ କାୟମ ବି ରଖିଛି । ଆଉ ସତରେ କିଛି ପରିବର୍ତ୍ତନ କରିବା ନିମନ୍ତେ କେହି କେଉଁଠି କେବେ ବାହାରିବ ବୋଲି ଭାବିବାକୁ ମଧ୍ୟ ଅନେକେ ନିରର୍ଥକ ବୋଲି ମନେ କଲେଣି ।

 

ସନ୍ଥ ବିନୋବା ସେତେବେଳେ କରୁଣା, କାନୁନ ଏବଂ କତଲ କଥା କହିଥିଲେ । ଇତିମଧ୍ୟରେ କାନୁନଟା କେତେ ପ୍ରକାରରେ କରାଯାଇଛି ସିନା, ମାତ୍ର ଲମ୍ପଟମାନଙ୍କୁ ତଥାପି ବାଟ ଛାଡ଼ି ଦିଆଯାଇଛି । ଲମ୍ପଟମାନେ ରାଜା ହୋଇଛନ୍ତି । ପାଠଗୁଡ଼ାକ ମଧ୍ୟ ସେଇମାନଙ୍କ କଣ୍ଠ ଭିତରେ ବହୁତ ବାଗରେ ପଇଟା ହୋଇ ରହିଛି-। କାନୁନ ଅଛି, କିନ୍ତୁ ଦୁର୍ବଳ ପାଇଁ ମୋଟେ କିଛିହେଲେ ନାହିଁ । କରୁଣାମାନେ ବହିରେ ଲେଖାହୋଇ ରହିଛନ୍ତି ସିନା, ମାତ୍ର ଜୀବନର ଦାଣ୍ଡ ଯାଏ ଆସିପାରୁ ନାହାନ୍ତି ।

 

କେତେବର୍ଷ ତଳେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଶ୍ରୀ କ୍ଲିଣ୍ଟନ ସରକାରୀ ଗସ୍ତରେ ଭାରତ ଆସିଥିବା ସମୟରେ ସର୍ବୋଦୟ ଛାଉଣିର ଜଣେ ବରେଣ୍ୟ ବାବୁ କଟକରୁ ଟେଲିଫୋନ କରି ମୋତେ କହିଲେ ଯେ ଏହି ଗସ୍ତକୁ ବିରୋଧ କରି ସେଠି। ଏକ ପ୍ରତିବାଦ ଶୋଭାଯାତ୍ରା ବାହାର କରିବାର ବ୍ୟବସ୍ଥା ହେଉଛି । ମୁଁ ମଧ୍ୟ କଟକ ଯିବି ଏବଂ ସେହି କାର୍ଯ୍ୟକ୍ରମରେ ସାମିଲ ହେବି ବୋଲି ମୋତେ ସିଏ ସୂଚାଇ ଦେଇଥିଲେ । ଭୂକ୍ରାନ୍ତି ଦ୍ଵାରା ଭାରତବର୍ଷରେ ଏକ ସାମାଜିକ କ୍ରାନ୍ତିରୁ କଟକରେ ପ୍ରସ୍ତାବିତ ହୋଇଥିବା ଏହି କ୍ଲିଣ୍ଟନ-ବିରୋଧୀ ଶୋଭାଯାତ୍ରାର ବରାଦ,–ଏହି ପ୍ରସ୍ତାବଟିର କ୍ରମରେ ଆମେ ନିଘା କରିପାରିଲେ ଏକାବେଳେ କେତେ କ’ଣ ରହିଥିବାର ଆବିଷ୍କାର କରିପାରିବା । ଏଇଟି ମଧ୍ୟରେ ଏକାଧିକ ଅବସରରେ ଏକାଧିକ ତାତ୍କାଳିକତାର ଲାଙ୍ଗୁଳ ଧରି ସମ୍ପୃକ୍ତ ନେତୃତ୍ଵଟି ଯେପରି ଭାରି ଅନ୍ୟମନସ୍କ ହୋଇଯାଇଛି, ସେହି କଥାଟିର ଗୋଟିଏ ରେଖାଚିତ୍ର ଆମକୁ ଖୁବ ମିଳିଯାଇ ପାରିବ । ଲୋକନାୟକ ଜୟପ୍ରକାଶ ତ ଜୀବନଦାନରୁ ବଙ୍କାଇ ବଙ୍କାଇ ଶେଷକୁ କଂଗ୍ରେସ ହଟାଓ ପାଖରେ ଆସି ମୁଣ୍ଡି ମାରିଲେ । ସର୍ବପ୍ରଥମେ ସିଏ ଯେଉଁ ସାମ୍ୟବାଦୀ ଘରଟିର ପ୍ରତିଷ୍ଠା କରିଥିଲେ, ସେତେବେଳକୁ ସେହି ଘରଟି ଏକାଧିକ ନାନା ପାହାଲ ଓ ଭାଡ଼ିରେ ବିଭକ୍ତ ହୋଇ ତଥାପି ରହିଥିଲେ ମଧ୍ୟ ଜୟପ୍ରକାଶ ଯାବତୀୟ ଅର୍ଥରେ ଏକୁଟିଆ ହୋଇଯାଇଥିଲେ । ତେଣୁ ସେହି ପୁରୁଣାଟି ଭିତରକୁ ଫେରିବାର କୌଣସି ଅବକାଶ ନଥିଲା । ସର୍ବୋଦୟର ଅନ୍ତେବାସୀମାନେ ବି କାଳର : ବଗାଦରେ ଦୁଇ କେନା ହୋଇ ଯାଇଥିଲେ । ଭାଗ୍ୟକୁ ମହତ୍ ରଖିବା ନିମନ୍ତେ ପରିବେଶବାଦଟା ଆସିଗଲା,–ଆମେରିକା ତରଫରୁ ଜଗତୀକରଣଟା ମଧ୍ୟ ପହଞ୍ଚି ଯାଇଥିଲା । ଗୋଟାଏ ଭଲ କାର୍ଯ୍ୟକ୍ରମ ମିଳିଗଲା । ମୂଳଟିକୁ ଯେ ଆମେ କେଉଁ ପଛରେ ଫିଙ୍ଗିଦେଇ ପଳାଇ ଆସିଛୁ, ସେହି ଭାବନାଟା ଆଉ ବିବେକଟାକୁ ମୋଟେ ଦୁଃଖ ଦେଲାନାହିଁ । ବା ଦୁଃଖ ଦେଲେ ମଧ୍ୟ ମୋଟେ କାଟିଲା ନାହିଁ । ତେଣେ ଦରିଦ୍ରମାନେ ଦରିଦ୍ର ହୋଇ ରହିଗଲେ, ଠକ ଓ ଲମ୍ପଟମାନେ ଅଧିକ ପ୍ରବଳ ହେଲେ, କ୍ଷମତା ଦଖଲ କଲେ । ଅର୍ଥନୀତି ଠାରୁ ସଂସ୍କୃତି ଓ ଧର୍ମଟା ଅଧିକ ଜରୁରୀ ବୋଲି ଗୋଟାଏ ନୂଆ ତତ୍ତ୍ଵ ବାହାରି ଆକାଶଟାଯାକ ଆଚ୍ଛାଦିତ କରିଦେଲା । ସନ୍ତାନ୍ତମାନେ ନୂଆ ନୂଆ ବୈଚିତ୍ର୍ୟରେ ସାମନ୍ତ ବନିଗଲେ ଓ ଦେଶଟା ଏଣିକି ସେଇମାନଙ୍କର ଅଲବତ ହୋଇ ରହିବ ବୋଲି ଫତୁଆ ଜାରି କରିଦେଲେ ।

 

ମହାତ୍ମା ଗାନ୍ଧୀ ଅହିଂସା କଥା କହିଥିଲେ । ଅହିଂସାକୁ ଅରାଜି ନ ହେଲେ ହିଂସା ଅବଶ୍ୟମ୍ଭାବୀ ବୋଲି ବାରମ୍ବାର ଚେତାବନୀ ଦେଉଥିଲେ । ସନ୍ଥ ବିନୋବା ବି କ'ଣ ତାହାରି ଦୋହରାଟାଏ ବାଢ଼ିଦେଇ କତଲ କଥା କହିଥିଲେ ନା କାଳେ କତଲ ପ୍ରକୃତରେ ଅର୍ଥାତ୍ ଅନିବାର୍ଯ୍ୟ ହୋଇ ପଡ଼ିବ ବୋଲି ସିଏ ପ୍ରକୃତରେ ବିଶ୍ଵାସ କରୁଥିଲେ ? କରୁଣା ତଥା କାନୁନକୁ ନେଇ ପ୍ରୟୋଗଗୁଡ଼ିଏ ପ୍ରକୃତରେ କେତେ କାଳ ପର୍ଯ୍ୟନ୍ତ ଚାଲିବ ଅର୍ଥାତ୍ କେତେ କାଳ ଯାଏ ଅପେକ୍ଷା କରି ସେପରି କିଛି ନହେବାରୁ ବିଧାତାଙ୍କର ଶେଷକୁ ଧୈର୍ଯ୍ୟଚ୍ୟୁତି ଘଟିବ ବୋଲି ସିଏ ଅନୁମାନ କରୁଥିଲେ ? ସନ୍ଥ ବିନୋବା ଏବେ ଦେହ ଧାରଣ କରି କହିଥିଲେ ସେହି ଧୈର୍ଯ୍ୟଚ୍ୟୁତିର ଗାରଟା ଆସି ପହଞ୍ଚିଲାଣି ବୋଲି କହିଥାନ୍ତେ ନା ପୁଣି ଆହୁରି ଅନ୍ୟ କିଛି ଉପଚାର ବାହାର କରିଥାନ୍ତେ ? ନିଜର ଅନ୍ତିମ ବର୍ଷମାନଙ୍କରେ ମହାତ୍ମା ଗାନ୍ଧୀ ମଧ୍ୟ ହାତରୁ ରଜ୍ଜଗୁଡ଼ିକ ଚାଲି ଯାଉଥିବା ପରି ଅନୁଭବ କରି ଆଉ ମୋଟେ ଏଠାରେ ଅଧିକ ଦିନ ବଂଚି ରହିବାକୁ ଇଚ୍ଛା କରୁନାହାନ୍ତି ବୋଲି ଭାରି ଦୁଃଖୀ ହୋଇ କହିଥିଲେ । ଆଗେ ତ ବଡ଼ ଖୁସି ହୋଇ ସେ ପୂରା ଶହେ କୋଡ଼ିଏ ବର୍ଷ ବଂଚିବେ ବୋଲି ବହୁବାର ଆଗ୍ରହ ପ୍ରକାଶ କରିଥିଲେ । ନିଜ ସେନାର ନିକଟତମ ପ୍ରମୁଖମାନେ ତାଙ୍କୁ ସତେଅବା ଏକ ମୋହଭଙ୍ଗର ସମ୍ମୁଖୀନ କରାଇଲେ ବୋଲି ଅନୁଭବ। କରି ସିଏ ଏପରି ଅନ୍ୟ ଭଳି କହିଲେ । ପୁଣି, ଆହୁରି ଅଧିକ ପ୍ରଧାନ କଥାଟି ହେଉଛି, ଯେତେବେଳେ ସତକୁ ସତ ସେହି ଚରମ ପଦକ୍ଷେପଟିର ନିର୍ଦ୍ଦିଷ୍ଟ ମୂହୁର୍ତ୍ତଟି ଆସି ପହଞ୍ଚିବ, ସେତେବେଳେ ସେମାନେ ନିଜେ ତାହାର ନେତୃତ୍ୱ ନେବେ ବୋଲି ମହାତ୍ମା ଗାନ୍ଧୀ ଅଥବା ସନ୍ଥ ବିନୋବା କେହି ଜଣେ ହେଲେ କହିନାହାନ୍ତି । ଏଥିରେ ସନ୍ଦେହ କରିବା ଆଦୌ କିଛି ନାହିଁ ଯେ ଦରିଦ୍ର ତଥା ପ୍ରତାରିତ ବର୍ଗଟି ଚିରକାଳ ଆପଣାର ଏହି ମନ୍ଦ ସ୍ଥିତିଟିକୁ ମାନି ନେଉଥିବ:- ସବୁ ସେହିପରି ଥିବେ, ଅଥଚ ତା’ ଭିତରେ ରହିଥିବା ପ୍ରତିକାର ଖୋଜିବାର ଓ ପ୍ରତିବାଦ କରିବାର ଅସଲ ନିଆଁଟି ମୋଟେ ସଚଳ ହୋଇ ଉଠିବ ନାହିଁ, ଗାନ୍ଧୀ କିମ୍ବା ବିନୋବା ସେକଥା କଦାପି ଇଚ୍ଛା କରିବେ ନାହିଁ-। ବିଶେଷତଃ ଏକ ଆଧ୍ୟାତ୍ମିକ ଭୂମିଭିରି ଉପରେ ମନୁଷ୍ୟର ପୃଥ୍ଵୀନିୟତିଟିର ବିଚାର କରୁଥିବା ସେମାନେ କଦାପି ମନୁଷ୍ୟମାନେ ନିଚନ୍ତର ଗ ପରି ସବୁକିଛିକୁ ଆଦରିନେବେ ବୋଲି କହିବେ ନାହିଁ । ତଥାକଥିତ ଅହିଂସାରେ ହେଉ ବା ତଥାକଥିତ ହିଂସାରେ ହେଉ, ଗତିଶୀଳତା ଅବଶ୍ୟ ଆସିବ ଏବଂ ଗତି ଅବଶ୍ୟ ବଦଳିବ ବୋଲି ସେମାନେ ନିଶ୍ଚୟ ସ୍ୱୀକାର କରିବେ ।

 

ତେବେ, ସେହି ମୁହୂର୍ତ୍ତଟି ଆସି ପହଞ୍ଚିଲେ କିଏ ଆଗେ ଆଗେ ରହି ବାଟ ଦେଖାଇବ ? ହୁଏତ, ଆହୁରି ବଡ଼ କଥାଟିଏ ହେଉଛି, ସେହି ମୁହୂର୍ତ୍ତଟି ଆସି ପହଞ୍ଚିଲା ବୋଲି ଆଗ କିଏ ଘ୍ରାଣ କରିପାରିବ ଏବଂ ତଦନୁରୂପ ଏକ ଘୋଷଣା କରିବାକୁ ନିଜର ଧର୍ମ ବୋଲି ଗ୍ରହଣ କରିବ ? ସରକାରମାନେ ତାହା ପାରିବେ ନାହିଁ । ମୋଟେ ପାରିବେ ନାହିଁ । ସରକାରମାନଙ୍କର ଧାତୁଟା ତ ସଚରାଚର ଆଗରୁ ହିଁ ଏପରି ତିଆରି ହୋଇ ରହିଥାଏ ଯେ, ସେମାନେ ସ୍ଥିତାବସ୍ଥାଟିକୁ ହିଁ ଏକମାତ୍ର ବୋଲି ଗ୍ରହଣ କରିଥାଆନ୍ତି ଏବଂ ସମ୍ପୃକ୍ତ ଅନ୍ୟ ସମସ୍ତଙ୍କୁ ରୋକି ରଖିବାପାଇଁ ହିଁ ହନ୍ତସନ୍ତ ହେଉଥାନ୍ତି । ଏବଂ ସେଚ୍ଛାସେବୀମାନେ ପାରିବେ ? ସେମାନେ ବି ତ ଅଧିକତର କ୍ଷେତ୍ରରେ ସେହି ପୁରୁଣା ମହାଜନମାନଙ୍କ ପାଖରେ ଅଗତ୍ୟ ବନ୍ଧା ହୋଇପଡ଼ିଥାଆନ୍ତି,–ପରୀକ୍ଷାମୂଳକ ଭାବରେ ନିର୍ଭର କରୁକରୁ କ୍ରମେ ଭାରି ନିର୍ଭରଶୀଳ ହୋଇ ପଡ଼ନ୍ତି । ଯାହାର ଉନ୍ନୟନ ନିମନ୍ତେ ସେମାନେ ଏଭଳି ଏକ ଜୀବନବୃତ୍ତି ବାଛି ନେଇଥିଲେ, ସେମାନଙ୍କ ପାଖରୁ ଟଳିଯାଇ ସତେଅବା ନିଜର ଉନ୍ନୟନ ଭିତରକୁ ଲୋସଡ଼ି ପଡ଼ନ୍ତି । ଅଧିକରୁ ଅଧିକ କାଇଦାରେ ସମ୍ପନ୍ନ ହୋଇ ରହିପାରିବେ ବା ସମ୍ପନ୍ନ ଦେଖାଯିବେ ବୋଲି ଧର୍ମଚ୍ୟୁତ ହୁଅନ୍ତି, ଆତ୍ମାଟାକୁ ହରାଇ ବସାନ୍ତି । ତେଣୁ ଅସଲ ଥାନମାନଙ୍କର ଅସଲ ଚେତନାଟିକୁ ସମ୍ଭବ କରି ଆଣିବାରେ ମୋଟେ ଯଥେଷ୍ଟ ଏକାଗ୍ର ହୋଇପାରନ୍ତି ନାହିଁ । ଦାଢ଼ ହରାଇ ଦନ୍ଥଡ଼ା ହୋଇ ରହନ୍ତି । ଆପଣାର ବିବେକ ପାଖରେ ମଧ୍ୟ ଭାରି ଛୋଟ ଦେଖାଯାଉଥାନ୍ତି ।

 

ପୃଥିବୀରେ ଆଗାମୀ ଓଲଟପାଲଟ ଗୁଡ଼ିକୁ ବର୍ତ୍ତମାନର ରାଜନୀତିକ ଦଳମାନେ ମଧ୍ୟ ତୁଲାଇ ପାରିବେ ନାହିଁ । ଏବେ ଋଷିଆ ସମେତ ସମସ୍ତ ପୂର୍ବ ୟୁରୋପରେ ଯେତେଯାହା ପରିଚ୍ଛେଦ ବଦଳା ହେଲା, ସେଥିରେ ରାଜନୀତିକ ଦଳ ଗୁଡ଼ିକର କୌଣସି ଭୂମିକା ନ ଥିଲା । ଅସଲ ରାଜନୀତିର ଯୁଗଟା ଆସୁଛି, ତେଣୁ ପୁରୁଣା ଦଳମାନେ ଆପଣାକୁ ମୁଖ୍ୟତଃ ଅସମର୍ଥ ବୋଲି ପ୍ରମାଣ କରିବାରେ ଲାଗିଥିବେ । ଭାରତବର୍ଷରେ ଦଳସ୍ଥ ଏହି ପ୍ରତିମାମାନେ କିପରି କ୍ଷିପ୍ର ବେଗରେ ଆପଣାର କଳା ହରାଇବାରେ ଲାଗିଛନ୍ତି ଏବଂ ତୁମ ଆମଙ୍କର ବିଶ୍ଵାସ ହରାଉଛନ୍ତି, ନିତି ସେହି କଥାଟିର ପ୍ରମାଣ ସମସ୍ତଙ୍କୁ ମିଳିଯାଉଛି । ଏଇଟା ଯିବ, ଅଲବତ ଯିବ । ଏକ ଭିନ୍ନ ସନ୍ଦେଶର ଘୋଷଣା କରି ଆଉ କିଛି ଆସିବ । ସେଥିରେ ମଧ୍ୟ ରାଜନୀତି ଅବଶ୍ୟ ଥିବ । ତେଣୁ, ନେତୃତ୍ଵ ମଧ୍ୟ ଅଲଗା ପ୍ରକାରର ହେବାକୁ ବାଧ୍ୟ ହେବ । ଆମ ସାମୂହିକ ବଜାରମାନଙ୍କରେ ଚଳୁଥିବା ମୁଦ୍ରାଗୁଡ଼ିକ ମଧ୍ୟ ଅଚଳ ବୋଲି ପ୍ରତିପାଦିତ ହେବେ । ଅଭାବନୀୟ ନେତୃତ୍ଵ ସବୁ ଆଗଭର ହୋଇଆସିବେ । ଉପରୁ ଆସିବେ, ତଳୁ ଆସିବେ । ପରସ୍ପର କୁ ସତକୁ ସତ ଲୋଡ଼ିବେ ଏବଂ ସେହିମାନେ ହିଁ ପାରିବେ ।

Image

 

ସତକୁ ସତ ଆଗ୍ରହ

 

ଏବେ ଅଧିକରୁ ଅଧିକ ଲୋକ ଗାନ୍ଧୀଙ୍କୁ ଝୁରି ହେଉଛନ୍ତି । ଚାରିପାଖରେ ପୃଥିବୀ ନାମରେ ଚାଲୁ ରହିଥିବା ନାଟଗୁଡ଼ାକ ସେମାନଙ୍କୁ ସମ୍ଭବତଃ ଏତେ ଅସହନୀୟ ମାତ୍ରାରେ ବିଜାର ଲାଗିବାକୁ ଆରମ୍ଭ କଲାଣି ଯେ, ଏମାନେ ଗାନ୍ଧୀଙ୍କୁ ଝୁରୁଛନ୍ତି । ଭଲକୁ ଝୁରୁଛନ୍ତି ଓ ସତ୍ୟକୁ ଝରୁଛନ୍ତି । ଏପରିକି, ଗାନ୍ଧୀ ବଂଚି ରହିଥିବା ସମୟରେ ଯେଉଁମାନେ ତାଙ୍କର ବେଭାରଗୁଡ଼ାକୁ ଭାରି ବିଚିତ୍ର ବୋଲି ମଣୁଥିଲେ, ଏହି ଆଧୁନିକ ଯୁଗଟାରେ ଗାନ୍ଧୀ ଆମକୁ ପୁଣି ସେହି ପୁରୁଣା ଯୁଗଟା ଭିତରକୁ ଓଟାରି ନେଇଯିବ ବୋଲି ଭାବି ନାକ ଟେକୁଥିଲେ, ସେମାନେ ମଧ୍ୟ କ୍ରମେ ଗାନ୍ଧୀ ନାମରେ କାରୁଣ୍ୟ କରିବାରେ ସତେ ଅବା ଖୁବ ସୁଖ ପାଇଲେଣି । ଭାରି ଧରାପଡ଼ି ଯାଉଥିଲେ ମଧ୍ୟ ଚାଲ, ଗାନ୍ଧୀ ପାଖକୁ ଫେରିଯିବା ବୋଲି ରାବି ହେଉଛନ୍ତି । ସେମାନେ ସତେ ଯେପରି କେବେ ଗାନ୍ଧୀଙ୍କ ପାଖରେ କିମ୍ବା ଗାନ୍ଧୀଙ୍କୁ ସାଙ୍ଗରେ ରହିଥିଲେ ଓ ମଝିରେ କୌଣସି ଅନ୍ୟ କାର୍ଯ୍ୟରେ ଏଣେ କୁଆଡ଼େ ବାହାରି ଆସିଥିଲେ ଏବଂ ଇହାଦେ ପୁନର୍ବାର ସେଠାକୁ ଫେରିଯିବାକୁ କହୁଛନ୍ତି, ସେମାନଙ୍କର କଥାରୁ ସେପରି ବେଶ୍ ଭ୍ରମ ମଧ୍ୟ ହେଉଛି । ଏମାନେ କେହି ଗାନ୍ଧୀଙ୍କ ପାଖରେ ନଥିଲେ । ଆବଶ୍ୟକ ଅନୁସାରେ ଦିହରେ କେତେ ନା କେତେ ପରିଚ୍ଛଦ ପିନ୍ଧି ନିଜର ତାତ୍କାଳିକ ଅଭୀଷ୍ଟମାନଙ୍କୁ ସିଦ୍ଧ କରିବାରେ ଲାଗିଥିଲେ । ଏହିପରି ଭାବରେ ଆହୁରି ଅନେକେ ମଧ୍ୟ କରୁଥିବେ ବୋଲି ସେତେବେଳେ ଅନ୍ଦାଜ ବି କରିପାରୁ ନଥିଲେ । ନିଜ ଦିଗ୍‌ବଳୟ ଗୁଡ଼ିକ ମଧ୍ୟରେ ମସ୍ତ ହୋଇ ରହିଥିଲେ । ଏହି ସମସ୍ତଙ୍କର ସହଯୋଗରୁ ଏହିପରି ଆମ ସାମୂହିକ କ୍ଷେତ୍ରଗୁଡ଼ିକ କ୍ରମେ ଅସମ୍ଭାଳ ହେଲା । ଅଣଅଭିଆର ହୋଇ ଯାଉଥିଲା । ସେତେବେଳେ ଯାଇ କ’ଣ ନିଦ ଭାଙ୍ଗିଲା କି ? ଚେତାଟା ପଶିବାକୁ ବାଟ ପାଇଲା କି ?

 

ଏମାନେ ମୂଳତଃ ଛାନିଆ ହୋଇ ଗାନ୍ଧୀଙ୍କୁ ମନେ ପକାଉଛନ୍ତି । ଗାନ୍ଧୀଙ୍କୁ ଝୁରୁଛନ୍ତି । ବାହାରୁ ପୁନର୍ବାର କେହି ଆସନ୍ତା ଓ ସତକୁ ସତ ଦମ୍ଭ ଦେଲାପରି କିଛି କହନ୍ତା ତଥା କିଛି କରନ୍ତା, ହୁଏତ ତାହାରି ଦ୍ଵାରା ମହୀ ଉଶ୍ଵାସ ହୁଅନ୍ତା । ଏହାଦ୍ଵାରା ଆଉ ଯାହା କିଛି ହେଉ ବା ନହେଉ, ଅନ୍ତତଃ ମହାତ୍ମା ଗାନ୍ଧୀଙ୍କର ଗୋଟାଏ ପରୀକ୍ଷା ମଧ୍ୟ ହୋଇଯାଉଛି । ତାଙ୍କ କଥାରେ କେଉଁମାନେ ଥିଲେ ଅଥବା ନଥିଲେ, ସେକଥା ହିସାବ ନେଇ ଦେଖିବା ପୂର୍ବରୁ, ଆମେ ଏ ଦେଶରେ ଏହି ସମ୍ପୂର୍ଣ୍ଣ ଘରଟାର ମଣିଷମାନେ ଯେ ଗାନ୍ଧୀଙ୍କ ଉପରେ ଖୁବ ଭରସା ରଖିଥିଲୁ ଏବଂ ଏପରିକି, ଆମେ ଅନେକେ ନିଜକୁ ନିଜେ ଧୋକା ଦେବାକୁ ସଂକୋଚ କରୁନଥିଲେ ମଧ୍ୟ ଗାନ୍ଧୀ ଯେ କଦାପି ଏହି ଦେଶକୁ ଧୋକା ଦେବେନାହିଁ, ସେହି ବିଷୟରେ ପ୍ରତ୍ୟୟଟିଏ ଏବେ ମଧ୍ୟ ଦୃଢ଼ ଏବଂ ବଳବତ୍ତର ରହିଛି । ସିଏ ଏହି ଦେଶକୁ ଧୋକା ଦେବେନାହିଁ ଅର୍ଥାତ୍ ଆମକୁ ଧୋକା ଦେବେନାହିଁ । ଆମ ଭିତରେ ସମ୍ମତ ତଥା ସମର୍ପିତ ଅଂଶଟି ଏବଂ ତେଣୁ ଆମ ଭିତରର ସତକୁ ସତ ସିଦ୍ଧ ଦେବଅଂଶଟି ନିରନ୍ତର ମହାତ୍ମା ଗାନ୍ଧୀଙ୍କୁ ଅବଶ୍ୟ ବୁଝୁଥିବ, ଅସଲ ବେଳଟି ଆସି ପହଞ୍ଚିଲେ ସେହି କଥାଟିକୁ ଯାଇ ଉଠ, ଉଠ ଓ ଜାଗ ବୋଲି କହିବ, ପୃଥିବୀରେ ବାସ କରୁଥିବା ତଥା ପୃଥିବୀର ଦାୟିତ୍ଵରେ ରହିଥିବା ଆମ ସମସ୍ତଙ୍କ ସକାଶେ ଏତିକି ମଧ୍ୟ

 

ଆଦୌ କମ୍ ଭରସାର କଥା ନୁହେଁ । ବିଧାତା ସମ୍ଭବତଃ ସେହିପରି ବରାଦଟିଏ କରିଛନ୍ତି ବୋଲି ଆମେ ସେହିପରି ଭରସାଟିଏ କରିବାକୁ ସମର୍ଥ ହୋଇପାରୁଛୁ । ସାରା ପୃଥିବୀରେ ସେହି ଭରସାଟି ସତକୁ ସତ ରହିଛି ବୋଲି ଆମ ସମ୍ମୁଖରେ ଏକାଧିକ ଶୁଭ ସମ୍ଭାବନା ମଧ୍ୟ ରହିଛନ୍ତି । କେତେ କ’ଣ ଭାଙ୍ଗି ଭୁଷୁଡ଼ି ପଡ଼ିଛି, ଆମର ବିବେକ ଗୁଡ଼ିକୁ ହୁଡ଼ାଇ ନେଉଛି, ତଥାପି ଆହୁରି କ’ଣଟିଏ ଅପେକ୍ଷା କରିଛି ବୋଲି ପ୍ରତ୍ୟୟଟି ମୋଟେ ଆମକୁ ପରିତ୍ୟାଗ କରୁନାହିଁ-। କୋଉଠି ଆମ ପରସ୍ପର ଭିତରେ ଡୋରଟିଏ ଲାଗିଛି ବୋଲି ସିନା ଆମେ ଇଚ୍ଛା କଲାମାତ୍ରକେ ସେଇଟିର ଅନୁଭବ ମିଳିଯାଇ ପାରୁଛି ! ଏପରିକି, ଆମେ ଛାନିଆ ହେଲାବେଳେ ମଧ୍ୟ ଡୋରଟି ରହିଛି ।

 

ଏହି ନେତାମାନେ ଏବଂ କର୍ତ୍ତାମାନେ, ଏହି ଶାସକମାନେ ଏବଂ ସାଧବମାନେ, ପାଠୁଆମାନେ, ସିଆଣିଆମାନେ ଏବଂ ନିର୍ଧୂମ କେଳାମାନେ ଆମକୁ ଛାନିଆ କରି ରଖୁବା ନିମନ୍ତେ ପ୍ରକୃତରେ କେତେ କେତେ ଭିଆଣରେ ବଜାରଗୁଡ଼ିକୁ ଆମର ପଦେ ପଦେ ମେଲି ଦେଇଛନ୍ତି । ସଳଖଗୁଡ଼ାକୁ ବଙ୍କା କରି ରଖିଛନ୍ତି ।

 

ବ୍ୟବଧାନମାନଙ୍କୁ ପକ୍କା କରି ରଖିଛନ୍ତି । ଆମେ ହାଉଲେ ହାଉଲେ ଏତେ ଅସତ୍ୟ ଭିତରେ ଆସି ପଶିଗଲୁଣି ବୋଲି ଚେତା ହେବା ମାତ୍ରକେ ସତ୍ୟକୁ ଝୁରିବାକୁ ଆରମ୍ଭ କରି ଦେଉଛୁ-। ଭଲ ଗୁଡ଼ାକ କୁଆଡ଼େ ଗଲେ ବୋଲି ରୋଦନ କରି ଉଠୁଛୁ । ବନ୍ଧୁମାନେ ପ୍ରକୃତରେ କୁଆଡ଼େ ଗଲେ ? ଏତିକିବେଳେ ଯିଏ ଆମକୁ ଯାବତୀୟ ନୈକଟ୍ୟରେ ବାନ୍ଧି ରଖିଥିବା ଡୋରଟିକୁ ସତେ ଅବା ପୁଣି ସାଉଣ୍ଟି ଆଣି ଆମ ଅଣ୍ଡାଳି ବୁଲୁଥିବା ହାତଟିରେ ଧରାଇ ଦେଇଯାଏ, ପ୍ରକୃତରେ ଧରାଇ ଦେଇ ଯାଏ, ସେହି ଆମର ବନ୍ଧୁ ଆମର ଅସଲ ସୋଦର-। ସେହି ଗାନ୍ଧୀ, ସେହି ବୃଦ୍ଧ ଏବଂ ଆମେ ସେତିକିଯାଏ ଯାଇପାରିଲେ, ସେଇ ଜଗନ୍ନାଥ ବି କାହିଁକି ନହେବେ ? ଗାନ୍ଧୀ, ବୁଦ୍ଧ ଏବଂ ଜଗନ୍ନାଥ ସେହି କାରଣରୁ ହିଁ ଏଡ଼େ ଭଲ ଲାଗନ୍ତି । ଆମେ ସେଡ଼ିକି ଯୋଗ୍ୟ ନ ହୋଇପାରିଲେ ମଧ୍ୟ କେଡ଼େ ଭଲ ଲାଗନ୍ତି । ଆମର ସାନ ଦାଣ୍ଡଗୁଡ଼ିକରୁ ସତକୁସତ ବଡ଼ଦାଣ୍ଡଟାକୁ ବାହାରି ଆସିଲେ ଯାହା ସହିତ କିମ୍ବା ଯେଉଁମାନଙ୍କ ସହିତ ଭେଟ ହୁଏ, ସେମାନେ ହେଉଛନ୍ତି ଆମର ବନ୍ଧୁ । ଜଣେ ଜଣେ ବିମୋଚନକାରୀ ବନ୍ଧୁକୁ ଝୁରିବା ସମୟରେ ସବୁ କ୍ଷେତ୍ରରେ ଯେ ଆପଣାକୁ ହୀନ ଓ ଅସମର୍ଥ ବୋଲି ଅନୁଭବ ହେଉଥାଏ, ସେକଥା ଆଦୌ ନୁହେଁ । ଝୁରିଲେ ଆହୁରି ଅଧିକ ସବଳ ହୋଇ ଲେଡ଼ି ମଧ୍ୟ ହୁଏ । ଲୋଡ଼ିପାରିଲେ ଏହି ପୃଥିବୀଟାଯାକ ଆମର ବୋଲି ଲାଗେ । ସେଇଥିପାଇଁ ତ ଆମ ଭିତରୁ ଅନେକେ ପୂରା ଅକଲ ହୋଇ ପଦାକୁ ବାହାରି ଆସିଥାଆନ୍ତି । ସେମାନେ ବୃହତ୍ତର ପୃଥିବୀଟିକୁ ଲୋଡ଼ି ବାହାରି ଥାଆନ୍ତି । ସମ୍ପୃକ୍ତ ସମସ୍ତଙ୍କୁ ସେମାନଙ୍କ ନିଜ ବହଭର ଉଦବୋଧନଟିକୁ ଦିଅନ୍ତି । ସାଙ୍ଗ ହୋଇପାରନ୍ତି ଏବଂ ତେଣୁ ଆହୁରି ବହୁତଙ୍କୁ ସାଙ୍ଗ କରାଇ ବି ନିଅନ୍ତି ।

 

ଅର୍ଥାତ୍, ସମ୍ପୂର୍ଣ୍ଣ ସକାରାତ୍ମକ ଭାବରେ ସତ୍ୟକୁ ଝୁରିପାରିଲେ ସତ୍ୟ ନିମନ୍ତେ ଆଗ୍ରହ ଜନ୍ମଲାଭ କରେ । ସତ୍ୟର ଆଗ୍ରହ, ସତ୍ୟାଗ୍ରହ । ମହାତ୍ମା ଗାନ୍ଧୀ ସତ୍ୟ ଓ । ଅହିଂସା ସହିତ ସତ୍ୟାଗ୍ରହର କଥା ମଧ୍ୟ କହିଥିଲେ । ସତ୍ୟାଗ୍ରହର କଥା କହି ତାହାରି ଛତା ତଳେ ହିଁ ସିଏ “ଭାରତବାସୀଙ୍କୁ ଏକାଠି କରି ଆଣିଲେ । ଦେଶର ସମସ୍ତେ ଯେ ସକ୍ରିୟ ଭାବରେ ଜାତୀୟ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ, ସେକଥା ଆଦୌ ନହେଁ-। କିନ୍ତୁ କୋଟି କୋଟି ମଣିଷ ପରସ୍ପର ଭିତରେ ଏପରି ଗୋଟିଏ ଜୋରର ଅନୁଭବ କଲେ, ଯାହାକି ସମସ୍ତଙ୍କୁ ଏକତ୍ର ବାନ୍ଧି ରଖିଥିଲା । ସେହି ଅନୁଭବ ହିଁ ବଳ ଦେଲା । ଯେଉଁମାନେ ସକ୍ରିୟ ଭାବରେ ସଂଗ୍ରାମ ଭିତରକୁ ବାହାରି ପଡ଼ିଲେ, ସେମାନଙ୍କୁ ମଧ୍ୟ ଅମିତ ବଳ ଦେଲା । ତାହାରି ଦ୍ଵାରା ପର୍ବତ ଟଳିଲା । ସମଗ୍ର ଦେଶ ଏକ ନୂତନ ଉଚ୍ଚତର ସୋପାନର ଯୋଗ୍ୟ ହୋଇପାରିଲା । ମାହାତ୍ମା ଗାନ୍ଧୀ ସେହି କାରଣରୁ ହିଁ ଏଠି କୋଟି କୋଟି ମନୁଷ୍ୟଙ୍କର ଏଡ଼େ ପ୍ରିୟ ହୋଇ ରହିଛନ୍ତି । କେବଳ ଗୋଟାଏ ଏହି ଭାରତବର୍ଷରେ ନୁହେଁ, ଭାରତ ବାହାରେ ଆହୁରି କେତେ କେତେ ଦେଶରେ କେଡ଼େ ପ୍ରିୟ ହୋଇ ରହିଛନ୍ତି । ଆତ୍ମୀୟବତ୍ ହୋଇ ରହିଛନ୍ତି । ସେଇଥିରୁ ହିଁ ଏହି ପୃଥ୍ୟସ୍ତରରେ କେତେ କେତେ ସଦିଚ୍ଛା ମଧ୍ୟ ଜୀବନ୍ତ ହୋଇ ଉଠିବାରେ ଲାଗିଛି । ପୁରୁଣା ଧର୍ମମାନେ ମଧ୍ୟ ସେହି ବେଢ଼ାଟି ଭିତରେ ଆସି ପ୍ରବେଶ କରି ଅଭୂତପୂର୍ବ ଭାବରେ ପ୍ରଶସ୍ତ ହୋଇ ଯାଉଛନ୍ତି ଏବଂ ନୂଆ ନୂଆ ନୈକଟ୍ୟର ଆସ୍କୃହା କରୁଛନ୍ତି । ତ୍ରାସ ବଢ଼ୁଛି, ସନ୍ତ୍ରାସମାନେ ବି ବହୁଭୁଜ ହୋଇ ବାହାରୁଛନ୍ତି, ତଥାପି ତୁମେ ଆମେ ମଣିଷମାନେ ପରସ୍ପରର ଅଧିକରୁ ଅଧୁକ ପାଖ ହୋଇ ହୋଇ ଆସିବାକୁ ସାହସ କରିପାରୁଛୁ ।

 

ତେଣୁ, ସତକୁ ସତ ଆଗ୍ରହ, ତାହା ହିଁ ସତ୍ୟାଗ୍ରହ । ପୃଥ୍ଵୀ ପାଇଁ ଆଗ୍ରହ, ସମସ୍ତଙ୍କୁ ଏକାଠି ନେଇ ଯାହା କିଛି ଆଗ୍ରହ,–ତାହା ହିଁ ଯଥାର୍ଥ ସତ୍ୟ ପାଇଁ ଆଗ୍ରହ, ଅଧ୍ୟାତ୍ମ ଏବଂ ଭଗବାନଙ୍କ ନିମନ୍ତେ ଆଗ୍ରହ । ମହାତ୍ମା ଗାନ୍ଧୀ ସବଳର ଅହିଂସା କଥା କହିଥିଲେ । ପୂର୍ବରୁ ଆମ ପୃଥିବୀରେ ପ୍ରାୟ ଏକ ଧର୍ମର ଏକାଧିକ ଚେହେରା ଦେଇ ଅହିଂସାର ପ୍ରଚାର କରାଯାଇଥିଲା । ଅହିଂସା ସତ୍ୟାଗ୍ରହକୁ ଏକ ଅପରିହାର୍ଯ୍ୟ ଅବଶ୍ୟ ରୂପେ ଗ୍ରହଣ କଲେ ତାହା ହେଉଛି ସବଳର ଅହିଂସା । ନ ହେଲେ ମଣିଷମାନଙ୍କୁ ତାହା । ମୁଖ୍ୟତଃ ଭୀରୁ ହୋଇ ରହିବାର ପରାମର୍ଶ ଦେବାକୁ ଆସି ମଧ୍ୟ ପହଞ୍ଚି ଯାଇପାରେ । ବହୁତ ଚତୁର ମଣିଷ ମଧ୍ୟ ଅତ୍ୟନ୍ତ ସୁଚିନ୍ତିତ ଭାବରେ ଭୀରୁ ହୋଇ ବସିଥାନ୍ତି । ଠିକ୍ ସେହିପରି ଆମେ ସବଳର ସତ୍ୟ ଏବଂ ଦୁର୍ବଳର ସତ୍ୟ, ଏହିପରି ଦୁଇ ପ୍ରକାରର ସତ୍ୟ ରହିଛି ବୋଲି ବି କହିପାରିବା । ସତ୍ୟ ଖାଲି ଶାସ୍ତ୍ରରେ ଥିବ, ସତ୍ୟ ନାନା ଭାବପ୍ରମତ୍ତାର ପାଟକପଡ଼ାରେ ଗୁଡ଼ା ହୋଇ ରହିଥିବ, ପଣ୍ଡିତମାନଙ୍କର ପ୍ରବଚନରେ ଥିବ, ତାହା ଯେ ଯୁଗବତ୍ ଭାବରେ କାହିଁକି ବି ଦୁର୍ବଳର ସତ୍ୟ ହୋଇ ନଥିବ, ସେ ବିଷୟରେ କେହି ସମ୍ପୂର୍ଣ୍ଣ ନିର୍ଭର ଦେଇପାରିବ ନାହିଁ । ସତ୍ୟ ସହିତ ସତ୍ୟାଗ୍ରହ ଥିବ, ଆମେ ତାହାକୁ ସବଳର ସତ୍ୟ ବୋଲି କହିବା । ଜଣେ ସତ୍ୟାଗ୍ରହୀ ସତ୍ୟକୁ ପିତୁଳା କରି ପୂଜିବାକୁ ମୋଟେ ମନା କରିବ ନାହିଁ । ସତ୍ୟକୁ ବଂଚିବ, ସତ୍ୟ ନିମନ୍ତେ ସିଏ । ସଂଗ୍ରାମ କରିବ, ଅସତ୍ୟ ସହିତ ଅସହଯୋଗ କରିବ, ଅସତ୍ୟଗୁଡ଼ାକର ଦାଣ୍ଡରେ ଦର୍ପଭରେ ଛିଡ଼ାହୋଇ କେବଳ ସତ୍ୟ ଦ୍ୱାରା ହିଁ ଜଗତର ରକ୍ଷା ତଥା ଅଭିବୃଦ୍ଧି ସମ୍ଭବ ବୋଲି ଘୋଷଣା କରିପାରିବ । ଆହୁରି ଅନେକଙ୍କର ଚିତ୍ତରେ ସିଏ ସତ୍ୟର ପ୍ରେରଣା ଦେବ । ପୃଥିବୀକୁ ସତ୍ୟ ନିମନ୍ତେ ଅଧିକ ଅନୁକୂଳ କରିପାରିବା ନିମନ୍ତେ ସିଏ ହିଁ ପୃଥିବୀକୁ ବଦଳାଇବାରେ ମଧ୍ୟ ବ୍ରତୀ ହେବ ।

 

ସ୍ଵାଧୀନତା-ସଂଗ୍ରାମ ସମୟରେ ଯେଉଁମାନେ ପ୍ରାୟ ନିଜ ନିଜ ମୁତାବକ ସିଦ୍ଧିମାନ ହାସଲ କରିବେ ବୋଲି ଗାନ୍ଧୀଙ୍କୁ ମୁରବୀ ବୋଲି ମାନିଥିଲେ, ସ୍ଵାଧୀନ ଭାରତବର୍ଷରେ ସେମାନେ କ୍ରମେ ଗୋଟି ଗୋଟି ହୋଇ ଧରା ପଡ଼ିଗଲେ । ସେମାନେ ମହାତ୍ମା ଗାନ୍ଧୀଙ୍କର ଆଖିକୁ ଭାରତବର୍ଷକୁ ଦେଖିବା ଲାଗି ଯୋଗ୍ୟ ହୋଇପାରିଲେ ନାହିଁ । ସତ୍ୟାଗ୍ରହକୁ ଡରିଲେ, ଏହି ଦେଶରେ ସତ୍ୟାଗ୍ରହ ନିମନ୍ତେ ବହୁ ଅବକାଶ ସରେ ସେମାନେ ଭୀରୁ ହେଲେ, ବାଆଁରେଇ ହେଲେ । ବହୁ ପ୍ରକାରେ ସାଲିଶ କଲେ । ସେଇମାନେ ହିଁ ବର୍ତ୍ତମାନ ପ୍ରାୟ ଯାଉଣୁ ଆସୁଣୁ ଗାନ୍ଧୀଙ୍କୁ ବାହୁନି ହେଉଛନ୍ତି କି ? ତେବେ ସତକୁ ସତ ବଳବାନ ହୁଅନ୍ତୁ । ଭୀରୁତା ପରିହାର କରନ୍ତୁ-। ଜଣେ ଆଉ ଜଣଙ୍କୁ ସତକୁ ସତ ଲୋଡ଼ନ୍ତୁ । ନିଜ ସମ୍ମୁଖରେ ସମଗ୍ର ଭାରତବର୍ଷକୁ ଉଭୋଳିତ କରି ରଖୁବା ନିମନ୍ତେ ଯୋଗ୍ୟ ହୁଅନ୍ତୁ । ଭାରତବର୍ଷ ସେଇମାନଙ୍କର ପ୍ରତୀକ୍ଷାରେ ରହିଛି ବୋଲି ଅନୁଭବ କରନ୍ତୁ । ସତ୍ୟାଗ୍ରହକୁ ଆମେ କୌଣସି ପ୍ରକାରେ ବ୍ୟାଖ୍ୟା କରି ତାହା କେବଳ ରାଜନୀତି କ୍ଷେତ୍ରର କଥାଟିଏ ବୋଲି କଦାପି କହିପାରିବା ନାହିଁ । କିମ୍ବା, ରାଜନୀତି ମଧ୍ୟ ସମାଗତପ୍ରାୟ ଆମ-। ପୃଥିବୀରେ କେବଳ ରାଜନୀତି ବୋଲି କୁହାଯାଉଥିବା ଏକ ସ୍ଵତନ୍ତ୍ର ବ୍ୟାପାରକୁ ଆଦୌ ବୁଝାଇବ ନାହିଁ । ସତ୍ୟମାନଙ୍କୁ ଯେତେବେଳେ ଛାଞ୍ଚଗୁଡ଼ିକ ଅନୁସାରେ ଅନୁକୂଳିତ କରି ଆଣି ଭଳି ଭଳି ନାମରେ ସୂଚିତ କରାଗଲା, ସେତିକିବେଳେ ହିଁ ସମ୍ପ୍ରଦାୟମାନେ ଆସିଲେ । ଦୁର୍ବଳମାନେ ମଧ୍ୟ ସମ୍ଭବତଃ ମୂଳତଃ ଆପଣାକୁ ସୁହାଇବ ବୋଲି ମତଲବ ର ଅଧ୍ୟାତ୍ମକୁ ଏ ଧର୍ମ ଓ ସେ ଧର୍ମରୀତିରେ ଅଲଗା କରିଦେଲେ ଓ ପୃଥିବୀର ମଣିଷମାନଙ୍କୁ ଭାରି ଦୁର୍ବଳ କରି ପକାଇଲେ । ଯିଏ ସତ୍ୟାଗ୍ରହୀ ହେବ, ସିଏ ଏସବୁ ବିଷୟରେ ଆଦ୍ୟରୁ ହିଁ ଜାଗରୁକ ହୋଇ ରହିବ । ତେଣୁ ସବା ଆଗ ସାହସୀ ହେବ, ସାହସୀ ମଣିଷ କେବଳ ସତ୍ୟାକୁ ହିଁ ମନ କରିପାରିବ । ଏଥର ଆମେ ସମସ୍ତେ ଏକାଠି ବିଚାର କରି କହିବା; ଆମର ଏହି ପୃଥିବୀ ସାହସୀମାନଙ୍କ ହାତରେ ରହିବ ନା ଭୟଖୋର ମଣିଷମାନଙ୍କର କବଳରେ ପଡ଼ି ବର୍ତ୍ତମାନ ପରି ଛଟପଟ ହେଉଥିବ ।

Image

 

ମୁକୁଟମାନେ ମସ୍ତ ମସ୍ତ

 

ଚାଲ ସଭା ଦେଖ ସଭାଘରକୁ ଯିବା । ସେଠାରେ ଶ୍ରୋତାମାନଙ୍କର ଠିକ୍ ସମ୍ମୁଖରେ ବକ୍ତାମାନଙ୍କର ମଞ୍ଚଟା । ବକ୍ତାମାନଙ୍କୁ ଅତିଥି ବୋଲି ମଧ୍ୟ କୁହାଯାଏ । ଅତିଥିମାନେ ଚଉକୀ ଉପରେ ବସିଥାଆନ୍ତି । ଗୋଟାସୁଦ୍ଧା ସ୍ଵତନ୍ତ୍ର କାଟର ଚଉକୀମାନ । ପୂରା ଜଣାଯିବ ଯେ, ଏମାନେ ସ୍ଵତନ୍ତ୍ରମାନଙ୍କ ନିମନ୍ତେ ଆସି ଏଠାରେ ମଞ୍ଚ ଉପରେ ପଡ଼ିଛନ୍ତି । ସ୍ୱତନ୍ତ୍ର ମଣିଷଙ୍କ ପାଇଁ, ତେଣୁ ଅଲବତ ଶୁଣନ୍ତୁ ଚଉକୀ, ଚଉକୀ ଉପରେ । ଯେଉଁମାନେ ବସିଛନ୍ତି ସେମାନେ ରାଜା ବାଗିର ଆସୀନ ହୋଇ ରହିଛନ୍ତି । ସତକୁ ସତ ମୁକୁଟ ପିନ୍ଧିନଥିଲେ ମଧ୍ୟ ମୁକୁଟ ପିନ୍ଧିଥିଲା ପରି ଦେଖାଯାଉଛନ୍ତି । ପୂରା ଆଖି ନ ପାଇବା ଭଳି ତୋରା ଚକ ଚକ ଦେଖାଯାଉଛନ୍ତି । ସେମାନେ କିଏ ବୋଲି ତୁମେ ମୋଟେ ପଚାରିନାହିଁ । ବରଂ ଚଉକୀଟାରୁ ହିଁ ସେମାନଙ୍କର କଳନା କର । ସେମାନଙ୍କର ଚଉକୀ ହିଁ ସେମାନଙ୍କର ପୂର୍ଣ୍ଣ ପରିଚୟ । ଯେତେଦିନ କ୍ଷମତାରେ ଅଛନ୍ତି, ଚଉକୀମାନଙ୍କରେ ଅବଶ୍ୟ ବସିବେ; ଯେଉଁଆଡ଼େ ଯିବେ, ସବୁଠାରେ ଯାବତୀୟ ଅର୍ଥରେ ମୁକୁଟ ପରିଧାନ କରିଛନ୍ତି ବୋଲି ଅବଶ୍ୟ ମନେ ହେଉଥିବେ I ତୁମ ଆମଙ୍କ ଦ୍ଵାରା ସେ କଥାଟା ଆଦୌ ସାଧ୍ୟ ହୁଅନ୍ତା ନାହିଁ ।

 

ସେମାନେ, ବରାଦ ଦେଇ ଏହି ସଭାଗୁଡ଼ିକର ବ୍ୟବସ୍ଥା କରାଇଛନ୍ତି । ବିଭାଗୀୟ ଖଳାମାନଙ୍କର ସବା ଉଚ୍ଚ କୋଠିଆମାନେ ସଭାର ବ୍ୟବସ୍ଥା କରାଇଛନ୍ତି । ଆଗେ ହେଉନଥିଲା, ଏବେ, ହେଉଛି, ନିର୍ଧୂମ ହେଉଛି । ହୁଏତ ଆଗେ ଏସବୁ କରିବା ପାଇଁ ବାଧ୍ୟ ହେଉଥିବାରୁ କୋଠିଆମାନଙ୍କୁ ଭାରି କେମିତି କେମିତି ଲାଗୁଥିଲା । ଏବେ ଅଭ୍ୟାସରେ ପଡ଼ିଗଲେଣି । ତେଣୁ ଆଉ କିଛି ହେଲେ ଲାଗୁନାହିଁ, ଭଲ ଲାଗୁନାହିଁ, ଖରାପ ମଧ୍ୟ ଲାଗୁନାହିଁ । ଶ୍ରୀମଦ୍ ଭଗବଦ ଗୀତାର ସେହି ଦୁଇଟା ଶବ୍ଦ ବିଗତସ୍କୃହ ଏବଂ ଅନୁଦବେଗମନା ହୋଇ ସେମାନେ ଯଥାନିଯୁକ୍ତ କାର୍ଯ୍ୟଗୁଡ଼ିକୁ ଜଣେ ପୂର୍ଣ୍ଣ ଅଭ୍ୟସ୍ତର ସହଜତା ସହିତ କରି ପାରୁଛନ୍ତି । ଭିତରେ ସଂଭବତଃ ଖୁବ୍ ହସୁଛନ୍ତି । ମାତ୍ର ବାହାରେ ସଂପୂର୍ଣ୍ଣ ଭାବରେ ଗମ୍ଭୀର ରହିଛନ୍ତି ନିଜ ଉପରେ ହସୁଛନ୍ତି ଅଥବା ଚଉକୀ ଉପରେ ମସ୍ତ ମସ୍ତ ମୁକୁଟ ଲଦି ହୋଇ ବସିଥିବା ସେହି ଓଜନିଆ ସାଆନ୍ତମାନଙ୍କ ଉପରେ ହସୁଛନ୍ତି । ଆପଣ ସେମାନଙ୍କୁ ଏହି ପ୍ରଶ୍ନଟି ମୋଟେ କରିବେନାହିଁ ଟି । କଲେ ସେମାନେ ହୁଏତ ଭାରି ଅପ୍ରସ୍ତୁତ ଅନୁଭବ କରିବେ । ସେମାନେ ନିଜ ନିଜର କର୍ତ୍ତବ୍ୟ ହିଁ କରୁଛନ୍ତି । ପୂର୍ଣ୍ଣ ଆନୁଗତ୍ୟ ସହିତ କରୁଛନ୍ତି । ସେଠାର ଆନୁଗତ୍ୟକୁ ହିଁ ସର୍ବାବଶ୍ୟକ ବୋଲି ମାନୁଥିବାରୁ ତ ବିବେକଟାକୁ ହୁଏତ ଏପରି କୌଣସି ଏକ ଗୁପ୍ତ ଜାଗାରେ ଖୋସିଦେଇ । ଆସିଛନ୍ତି ଯେ, ସେକଥା ସେମାନଙ୍କର ନିଜର ମଧ୍ୟ ମନେନାହିଁ ।

 

ନାନାବିଧ ଅବସରରେ ଏହିସବୁ ସଭା । ଏହି ଦେଶବାସୀ ବା ରାଜ୍ୟବାସୀ ଯଥୋଚିତ ମର୍ଯ୍ୟଦା ଦେଇ ପୂଜ୍ୟମାନଙ୍କର ପୂଜା କରି ଜାଣିନାହାନ୍ତି, ତେଣୁ ଭୂଇଁଟା ଏଭଳି ଶୋଚନୀୟ ଭାବରେ ପଛରେ ପଡ଼ିଛି, ଏହିପରି ଗୋଟାଏ ସ୍ଲୋଗାନରୁ ଏହିସବୁ ସଭାମଣ୍ଡନର ଏହି ଏବର ରୀତିଟା । ହଁ, ଦିନରେ ଶାସନର ଘୋର ଗହନଟା ଭିତରେ । ନେଇ ଆଣି ଥୋଉ ଥୋଉ କ୍ଷମତା-ବୈକୁଣ୍ଡର ଏହି ଦେବତାମାନେ ଗୁଡ଼ାଏ ନୟାନ୍ତ ହୋଇ ଯାଉଛନ୍ତି । ତେଣୁ ରାତିକୁ ଟିକିଏ ଶ୍କଥନ ଅବଶ୍ୟ ଦରକାର ହେଉଛି । ସଭା ହିଁ ଆବଶ୍ୟକ ଚରସଟିକୁ ଯୋଗାଇ ଦେଇ ପାରିବ ବୋଲି ସପ୍ତାହରେ ସମ୍ଭବ ହେଲେ ପାଞ୍ଚଦିନ ଅର୍ଥାତ୍ ପାଞ୍ଚଟି ପ୍ରଦୋଷ ସଭାଗୁଡ଼ିକର ବନ୍ଦୋବସ୍ତ କରିବାକୁ ପଡ଼ୁଛି । ଆମ ଇସ୍କୁଲ ପିଲାଏ ପାଠ ପଢ଼ିବା ଲାଗି ଶ୍ରେଣୀ ଭିତରେ ବସି ଯେପରି ବିଜାର ହୋଇ ପଡ଼ନ୍ତି ଏବଂ ତେଣୁ ସେମାନଙ୍କ ଲାଗି ଏକ ଖେଳଛୁଟି, ଯେପରି ଅତ୍ୟାବଶ୍ୟକ ହୋଇପଡ଼େ, ଏଇଟି ମଧ୍ୟ କ’ଣ ସେହିପରି ଗୋଟିଏ ବିକଳ୍ପ ବ୍ୟବସ୍ଥା କି ? ମସ୍ତ ମସ୍ତ ମୁକୁଟଗୁଡ଼ିକ ତଳେ ଆଖି ଜୁକୁ ଜୁକୁ କରି ବସିଥିବା ମହା-ଆମ୍ଭାମାନଙ୍କୁ ସେହି କଥାଟି ପଚାରିଲେ ସେମାନେ ହୁଏତ ଭାରି ହଡ଼ବଡ଼େଇ ଯିବେ । କାରଣ, ଏଭଳି ପ୍ରଶ୍ନଟିଏ । ସେମାନଙ୍କୁ କରାଯିବ ବୋଲି ସେମାନେ କେବେହେଲେ ଆଶା କରିନଥିବେ । ତେଣୁ କୌଣସି ଉତ୍ତର ଦେଇ ପାରିବେ ନାହିଁ । କେବଳ ବଲ ବଲ ହୋଇ ତୁମଆଡ଼କୁ ଅନାଇ ରହିବେ । ସେତେବେଳେ ମଧ୍ୟ ଆଦୌ କମ୍ ତୋରା ଦିଶୁନଥିବେ-

 

ଏସବୁ ମଞ୍ଚାଭିନୟ ଗୁଡ଼ିକ ପଛରେ ସମ୍ଭବତଃ ଆଉ କିଂଚିତ୍ କାରଣ ବି ରହିଥିବ । ଆଗେ ସରକାରଟାକୁ ସଭାନୁଷ୍ଠାନ କରିବାର ନିଶାଟା ଏଭଳି ଆକୃଷ୍ଟ କରୁନଥିଲା । ଆଗରେ ଶାସନ ନାମକ ଏକ ଦାୟିତ୍ଵ–ଚେତନତା ରହିଥିଲା । ସରକାରଙ୍କ ସାମ୍ନାରେ ସତକୁ ସତ କିଛି କାର୍ଯ୍ୟକ୍ରମ ରହିଥିଲା । ସେଗୁଡ଼ିକୁ ଅନ୍ତତଃ ଆଠପଣରେ ସାକାର କରାଯାଇ ପାରିବ ବୋଲି ଗାଦିରେ ଆରୂଢ଼ ପ୍ରତିନିଧିମାନଙ୍କ ଭିତରେ ଗୋଟିଏ ଆସ୍ଥା ମଧ୍ୟ ଥିଲା । ଏବଂ, ହୁଏତ ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ, ସରକାର କୋଟି କୋଟି ଅର୍ଥରାଶି ଲଗାଇ ଅବଶ୍ୟ କିଛି ନା କିଛି କରୁଛି ବୋଲି ମୋଟାମୋଟି–ଏକ ଲୋକପ୍ରତ୍ୟୟ ରହିଥିଲା । କ୍ରମେ ସେହି ପ୍ରତ୍ୟୟର ମାଟିଗୁଡ଼ିକ ଖସି ଖସି ଗଲା । ଯେଉଁମାନେ କ୍ଷମତା ଭିତରକୁ ଗଲେ, ସେମାନଙ୍କର ରାଜନୀତିକ ସଂଘର୍ଷଟା ସେମାନଙ୍କୁ ଏତେ ବେଶୀ ତେଣେ ସତର୍କ କରି ରଖିଲା ଯେ, ସେମାନେ ମୂଳତଃ ଯେଉଁଥିପାଇଁ ବରଣ ହୋଇ ସେଠାକୁ ଯାଇଥିଲେ, ସେମାନେ ମଧ୍ୟ ସଦିଚ୍ଛା ଥିଲେ ମଧ୍ୟ ପ୍ରକୃତରେ କିଛି କରିହେବ ବୋଲି ଆଉ ବିଶ୍ଵାସ ରଖିପାରିଲେ ନାହିଁ । ସେମାନଙ୍କର ଆଗରୁ କେତେ କେତେ ବଡ଼ ମହାବଳୀମାନେ କ୍ଷମତାରେ ରହିଥିବା। ସମୟରେ ନାହିଁ ନଥିବା ଅନାଚରଣମାନ କରିଥିଲେ ବୋଲି ପ୍ରମାଣ ପାଇ ସେମାନେ କେହି କେହି ହୁଏତ ପ୍ରଥମେ ଭାରି ହତୋତ୍ସାହିତ ହେଲେ, ମାତ୍ର ତା’ପରେ ନିଜେ ମଧ୍ୟ ସୁଯୋଗମାନଙ୍କୁ କାହିଁକି ଛାଡ଼ିଦେବେ ବୋଲି ନିଜ ଭିତର ହିସାବୀଟି ଠାରୁ ମନ୍ତ୍ରଣ ମଧ୍ୟ ପାଇଗଲେ । ଏବଂ, ତା’ପରେ ଫକଫାକ୍ ସ୍ରୋତଟି ଭିତରକୁ ଡେଇଁ ପଡ଼ିଲେ । କ୍ଷମତାରେ ରହିଥିବା ଅବଧିଟିକୁ ସବାଆଗ ନିଜ ପାଇଁ ଏକ ଅନୁକୂଳ ସୁଯୋଗ ରୂପେ ଗ୍ରହଣ କଲେ ଏବଂ ସେଇଥିରେ ହିଁ ଲାଗିଗଲେ । ତେଣୁ, ପ୍ରାୟ ଏକ ଆବଶ୍ୟକ ବିସ୍ମରଣ ରୂପେ ରାତିମାନଙ୍କରେ ସଭାକୁ ଗଲେ । ଅଧୀନସ୍ଥ ପାଳବିଣ୍ଡାମାନେ ଆଜ୍ଞାପ୍ରମାଣେ ସବୁ ବରାଦ କରିଦେଲେ । ପ୍ରଚାର ବିଭାଗଟା ନା ପୂର୍ବରୁ ରହିଥିଲା । ତହୁଁ କାମ ଦେଲା ।

 

ବହୁତ ମଣିଷ ଡାକ୍ତରଙ୍କର ପରାମର୍ଶ ଅନୁସାରେ ପ୍ରଥମେ ନିଦଔଷଧ ଖାଇବାକୁ ଆରମ୍ଭ କରନ୍ତି । ନିଦ ହେଉନଥାଏ, ତେଣୁ ନିଦ ହେବାରୁ ଔଷଧ ସେବନ କରନ୍ତି, ଏବଂ କ୍ରମେ ଏପରି ଏକ ବେଳ ଆସେ, ଯେତେବେଳେ କି ସେମାନେ ସେହି ଔଷଧର ପାଲରେ ଯାଇ ପଡ଼ିଯାଆନ୍ତି, ଏବଂ ଔଷଧଟା ନିଶାରେ ପରିଣତ ହୋଇଯାଏ । ଆମ ରଜାମାନେ ମଧ୍ୟ ସେମିତି ଏକ ଗେହ୍ଲା ନିଶାରେ ପଡ଼ି ଯାଇଛନ୍ତି କି ? ରାତିଏ ବି କେଉଁଠି ମ˚ଚରେ ବସି କିଛି କହିବାର ସୁଯୋଗ ନଥିଲେ ପାଟିଭିତରଟା ସତେଯେପରି ବଡ଼ ଗୋଦଡ଼ା ଲାଗୁଛି । ତେଣୁ ଏଣିକି ସଭା ପରେ ସଭା ନାଗୁଆ କରି ରଖିବାକୁ ବିଭାଗୀୟ ସୂତରମାନ କରି ଦିଆଗଲାଣି । ନିଶା ଜୋରରେ ସେମାନେ କେହି ଏହି ନିତାନ୍ତ ସିଧା କଥାଟିକୁ ବୁଝି ପାରୁନାହାନ୍ତି ଯେ, ସେମାନଙ୍କର ନିଜର ଏକ ଯୋଗ୍ୟତା ରହିଥିବାରୁ ସେମାନଙ୍କୁ ପ୍ରକୃତରେ କେହିହେଲେ ସଭାକୁ ଡାକୁନାହାନ୍ତି । ସେମାନଙ୍କର ଚଉକୀଟାକୁ ଡାକୁଛନ୍ତି ପ୍ରମାଣମାନ କାହାଣ କାହାଣ ରହିଛି । କ୍ଷମତାରୁ ହଟିଗଲେ ସେମାନଙ୍କ ପାଖକୁ ଯେ ଏତେଟିକିଏ ବୁଦ୍ଧି ରହିଥିବା ଆଦି କେହି ଆସିବେ ନାହିଁ, ପଛକୁ ଅନାଇଦେବା ମାତ୍ରକେ ତାହା ଜଳ ଜଳ ହୋଇ ଦିଶିଯାଉଛି । ଏଇଟା ବସ୍ତୁତଃ କେତେ ଅପମାନଜନକ ବ୍ୟାପାର ଯେ, ଦୁନିଆଟା ମୋତେ ଚିହ୍ନିବ ନାହିଁ, ଅଥଚ ମୋର ଏହି କ୍ଷଣିକ ପଦଟାକୁ ଚିହ୍ନିବ ଏବଂ ସେଇଟି ପାଇଁ ମୋତେ ସଭାକୁ ଡାକିବ ଏବଂ ମୁଁ ତାର ଯାବତୀୟ ତରାଜୁ ଅନୁସାରେ ନିତାନ୍ତ ଅପାତ୍ର ବୋଲି ଜାଣିଥିଲେ ମଧ୍ୟ ବଉକୀ ଉପରେ ବସାଇ ମୋ ମୁଣ୍ଡରେ ଏଡ଼େବଡ଼ ମୁକୁଟଟାଏ ନେଇ ଗଳାଇଦେବ ଗୋଟାଏ । ଛାର ଇତରପ୍ରାଣୀ ମୁ ହୁଏତ ଯେଉଁଭଳି ଏକ ସ୍ଥିତିରେ ଭାରି ଅସହଜ ଅନୁଭବ କରନ୍ତା, ଏହି ରାଜପଦରେ ବସିଥିଲେ ମଧ୍ୟ ମୁଁ ସେ କଥାଟିକୁ କ'ଣ ପାଇଁ ବୁଝିପାରେ ନାହିଁ କେଜାଣି ? ହୁଏତ କେଉଁ ଆମ୍ବରତି ରୂପକ କୁହୁକିନୀ ମୋତେ କ’ଣ ଏପରି ଦୁର୍ଦ୍ଦଶା ଭିତରେ ଆଣି ପକାଇ ଦେଇଥାଏ କେମିତି ?

 

ଏବେ ତ ରାଜାମାନେ ପୁସ୍ତକ-ଉନ୍ମୋଚନରେ ମଧ୍ୟ ଯୋଗଦେଲେଣି । ଯେଉଁ ଲେଖକମାନେ ନିଜ ଦ୍ଵାରା ପ୍ରସ୍ତୁତ କୌଣସି ପୁସ୍ତକର କୌଣସି ସମୀକ୍ଷା ନିମନ୍ତେ ଆଗ୍ରହୀ ହୁଅନ୍ତି ନାହିଁ ଅଥଚ ଗୋଟାଏ କୋଧା ହାତ ବରଂ ବହିଟାର ଉନ୍ମୋଚନ କର ବୋଲି ଇଚ୍ଛା କରୁଥାନ୍ତି, ସେହିମାନେ ହିଁ ଏ ପ୍ରକାର ଅବସର ମାନଙ୍କରେ ରଜାମାନଙ୍କୁ ଆଗ ଲୋଡ଼ନ୍ତି । ବନ୍ଧୁମାନଙ୍କୁ ନଲୋଡ଼ି ଚୌକୀମାନଙ୍କୁ ଲୋଡ଼ନ୍ତି । ପୁନଶ୍ଚ, ଏଥିପାଇଁ ବାହାରେ କେଉଁଠାରେ ଠାବଟିଏ ବ୍ୟବସ୍ଥା କରିବାକୁ ଅବଶ୍ୟ ଡାବୁ ଗଣିବାକୁ ପଡ଼ିବ ବୋଲି ରଜାଏ ସେମାନଙ୍କୁ ବର ବନି ଆସିବା ଲାଗି ଡାକରା ଆସିଛି ବୋଲି ବହୁତ ହୃଷ୍ଟ ହୋଇ ସେମାନଙ୍କର ନିଜ ଉଆସ ମଧ୍ୟରେ କାର୍ଯ୍ୟକ୍ରମଟି କରାଇବା ସକାଶେ ଅତ୍ୟନ୍ତ ଉଦାର ଭାବରେ ରାଜି ବି ହୋଇଯାଆନ୍ତି । ବହିଟିକୁ ଉନ୍ମୋଚନ କରିବା ପାଇଁ ଆଗରୁ ତାହାକୁ ପାଠ କରିଥିବାରୁ ମଧ୍ୟ ଆଦୌ କୌଣସି ପ୍ରୟୋଜନ ବି ନଥାଏ । ରାଜାମାନଙ୍କର ଏତେ ଧୈର୍ଯ୍ୟ କଦାପି ନଥାଏ ବା ପାଖରେ ବେଳ ବି ନଥାଏ । ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ ଏକଦା ତାଙ୍କର ଏକ ବୃହତ୍ତା ସଂପର୍କରେ ଯେପରି ସତ୍ୟାନୁମାନ ରହିଛି, ବିଚାରୀ ମାଣିକ ଗଉଡ଼ୁଣୀକୁ ସେହି ଘୋଡ଼ା ଉପରେ ଥାଇ ମଧ୍ୟ ନିଜ ଗୋଡ଼ଟା ଦ୍ଵାରା । ଗୋଟାଏ କାମସ୍ପର୍ଶ ଦେଲେ ହିଁ ତ ନାଆଁ ରହିଯାଉଛି । ଆହୁରି ମନୋରମ ହୋଇ କଥାଟା ପ୍ରକୃତରେ ଜମେ, ଯେତେବେଳେ ଉନ୍ମୋଚିତ ହେବାକୁ ଯାଉଥିବା ବହିଟି ଯେଉଁ ଭାଷାରେ ଲେଖାହୋଇଛି, ରାଜା ସେହି ଭାଷାଟିକୁ ଜାଣିନଥିଲେ ମଧ୍ୟ ସଭାରେ କର୍ତ୍ତା ହୋଇ ଆସନ୍ତି । ଏବଂ ମୁକୁଟ ପିନ୍ଧି ବସି ମଧ୍ୟ ପାରନ୍ତି ।

 

ହାୱାଟା ଭିତରେ ଗଣତନ୍ତ୍ରର ଚକିରିଟା କେତେ ସୁନ୍ଦର ସାଇଁ ସାଇଁ ହୋଇ ବୁଲି ସଂପୃକ୍ତ ଆମ ସଭିଙ୍କର ଚିତ୍ତ ହରଣ କରୁଥିଲେ ମଧ୍ୟ ଆମକୁ ଶାସନ କରୁଥିବା ମହାମୂର୍ତ୍ତିମାନେ ଯେ ଏବେ ମଧ୍ୟ ସେହି ଛୋପରା ସାମନ୍ତବାଦୀ ଯୁଗଟାର ଅବଶେଷ ପରି ହୋଇ ରହିଛନ୍ତି, ସଭାରେ ସେମାନଙ୍କର ମସ୍ତକରେ ଦାଉ ଦାଉ ଦିଶୁଥିବା ମକଟଗୁଡ଼ିକ ହିଁ ସେହି ସତ୍ୟଟିକୁ ପ୍ରକଟ କରି ଦେଉଛନ୍ତି । ଆମକୁ ଏକ ଚେତାବନୀ ହୁଏତ ଦେଉଛନ୍ତି । ରାଜା ଯାବତୀୟ ଅର୍ଥରେ କୁଆଡ଼ୁ ବାହାରୁ ହିଁ ଆସନ୍ତି । ସାମନ୍ତବାଦଟା ମଧ୍ୟ ସେହିପରି ସତେଅବା ଗୋଟାଏ ବାହ୍ୟ ଜବରଦସ୍ତି ରୂପେ ଆମକୁ ମାଡ଼ି ବସିଥାଏ ଏବଂ କାଳ କାଳକୁ ସବୁ ଏହି ଭଳି ରହିଥାଉ ବୋଲି ଛଦ୍ରମ କରିବାରେ ଲାଗିଥାଏ । ଏହି ମୁକୁଟ, ଏହି ଚଉକୀ, ଏହି ସଭା ଏବଂ ସଭାଟାକୁ ନେଇ ଧାଁ ଧପଡ଼ କରୁଥିବା ହଇରାଣିଆ ମର୍ଦ୍ଦରାଜ ଅଥବା ମତ୍ତଗଜମାନେ, ଆମ ଗଣତନ୍ତ୍ର ସତକୁ ସତ କାନଟା ଡେରି ପାରିଲେ ସେମାନଙ୍କର ଅସଲ ମତଲବଟିକୁ ଅବଶ୍ୟ ଶୁଣିପାରିବ । ଗଣତନ୍ତ୍ର ଉପରୁ ଆସେନାହିଁ, ତାକୁ ବିକଶିତ ହୁଏ । ଅସଲ ରାଜନୀତି, ଅସଲ ମାନବିକତା ତଥା ତାହାରି ଅନୁକୁଳ ବ୍ୟକ୍ତିଗତ ଓ ସାମୂହିକ ସବୁକିଛି ପରିମଳ, ଏସବୁ ତଳୁ ଆସେ । ଏଇଟି ଯଥାସଂଭବ ଅଧିକ ସୁସ୍ଥ ଭାବରେ ଅଂକୁରିତ ହୋଇ ଆମର ସମ୍ବନ୍ଧଗତ ସମଗ୍ର ଜୀବନଟି ଭିତରକୁ ସତକୁ ସତ ଭେଦି ଏଠାରେ ଏକ ଅନ୍ୟ ପୃଥିବୀ ନିମନ୍ତେ ଆମକୁ ତିଆରି କରିନେବ ବୋଲି ଆମେ ସେହି ଗଣତନ୍ତ୍ରକୁ ହିଁ ଆମର ସଙ୍ଗୀ କରି ବାଛିଛୁ । ଆମ ସଭାମାନଙ୍କରେ ମଧ୍ୟ ସେ କଥାଟି ଅବଶ୍ୟ ସ୍ମରଣ ରହିଥିବା ଉଚିତ । ଏବଂ, ରାଜାମାନେ ଯେପରି ଆମର ସେହି ସର୍ବମୂଳ ନିୟତିଟି ବିଷୟରେ ସଚେତନ ସାବଧାନ ହୋଇ ରହିଥିବେ, ସେହି ଚଉକୀଟାର ବା ମୁକୁଟ ମାନଙ୍କର ନିଶାରେ ପଡ଼ି ମୋଟେ ଚଗଲା ହେବେନାହିଁ, ଏହି ଭୂମି ଯଥାଶୀଘ୍ର ଆମ ସମସ୍ତଙ୍କ ନିମନ୍ତେ ଏକ ଯଥାର୍ଥ ପୂର୍ଣ୍ଣ । ଆହ୍ଵାନର ଭୂମିରେ ପରିଣତ ହେଉ ବୋଲି ଇଚ୍ଛା କରୁଥିବା ଆମେ ସମସ୍ତେ ସେଇଟି ବିଷୟରେ ବି ସବୁବେଳେ ଅବଶ୍ୟ ସତର୍କ ହୋଇ ରହିବା-

Image

 

ଆମେରିକାରେ ଆଉଥରେ (୫)

 

ପୃଥ୍ଵୀମଣ୍ଡଳଟାରେ ବହୁ ଆଶଙ୍କାଦାୟକ ଏହି ନାନା ହଟଚମଟ ଭିତରେ ପଛକୁ ଅନାଇ ବେଳେ ବେଳେ କହିବାକୁ ମନ ହେଉଛି ଯେ, କେତେବର୍ଷ ତଳର ସେହି ତଥାକଥିତ ଶୀତଳ ଯୁଦ୍ଧର ବର୍ଷଗୁଡ଼ାକ ବରଂ ବର୍ତ୍ତମାନ ଠାରୁ ତଥାପି ଭଲ ଥିଲା । ସେତେବେଳେ ଗୋଟାଏ ପାଖରେ ଋଷିଆ ଓ ଆଉ ଗୋଟାଏ ପାଖରେ ଯୁକ୍ତରାଜ୍ୟ ଆମେରିକା । ପୃଥିବୀରେ ଆଜିଭଳି ସେତେବେଳେ ମଧ୍ୟ ଦରିଦ୍ର ମଣିଷ ଅଧିକ ଥିଲେ । ସେମାନେ ଅଧିକ ସମ୍ପନ୍ନ ଓ ସମର୍ଥ ହେବା ନିମନ୍ତେ ଆଶା କରୁଥିଲେ । ଋଷିଆର ରାଷ୍ଟ୍ରୀୟ ଦରବାରଟା ସେହିମାନଙ୍କର ପକ୍ଷରେ ରହିଛି ବୋଲି ବେଶ୍ ଏକ ଧାରଣାକୁ କେଡ଼େ ନିଷ୍ଠା ସହକାରେ ତଥା କେତେ କେତେ ପଇସା ଖରଚ କରି ସୃଷ୍ଟି କରି ପାରିଥିଲା ଏବଂ ସେହି କାରଣରୁ ସେହି କୋଟି କୋଟିଙ୍କର ମନରେ ଏକ ନିଷ୍ଠାପର ଦରଦ ଜମାଇ ରଖିଥିଲା । ଏ ପାଖରେ ଆମେରିକା ହାତରେ ବେଶୀ ପଇସା, ଅଧିକ ବାଣିଜ୍ୟ. ଅଧିକ ବୋଲି ମନେ ହେଉଥିବା ଏକ ମୁକ୍ତ ବାତାବରଣ । ତେଣୁ, ଅଧିକ ଆଧୁନିକ ଓ ପୃଥିବୀଯାକର କୁବେରଦଳଟା ସକାଶେ ଅଧିକ ନିର୍ଭରଯୋଗ୍ୟ । କେଡ଼େ ଉତ୍ସାହିତ ଭାବରେ ଗୋଟାକୁ ସାମ୍ୟବାଦ କୁହାଯାଉଥିଲା ଏବଂ ଆରଟିକୁ ଗଣତନ୍ତ୍ର ବୋଲି କୁହାଯାଉଥିଲା । ଦୁଇଟିଯାକ ତୁଙ୍ଗ ପରସ୍ପର ସହିତ ପ୍ରତିଦ୍ଵନ୍ଦିତାରେ ମସ୍ତ ହୋଇ ରହିଥିଲେ । ବିତ୍ତ ସାହାଯ୍ୟ କରୁଥିଲେ, ଯୁଦ୍ଧାସ୍ତ୍ରମାନ ବିତରଣ କରୁଥିଲେ । ଅଳପ ଭୟଙ୍କରରୁ ଅଧିକ ଭୟଙ୍କର ହେବାରେ ଲାଗିଲେ । ପରସ୍ପରକୁ ସିଙ୍ଗ ଦେଖାଉଥିଲେ । ଏହାକୁ ସେହି ସମୟର ରାଜନୀତିସ୍ଥ ପଣ୍ଡିତମାନେ ଦୁଇଟା ଆଦର୍ଶବାଦ ମଧ୍ୟରେ ଲାଗିଥିବା ଏକ ଯୁଦ୍ଧ ବୋଲି ବର୍ଣ୍ଣନା କରୁଥିଲେ । ଦୁହିଁଙ୍କ ଭିତରୁ କାହାର ଜିତାପଟ ହେବ, ବହୁତ ସହଜବିଶ୍ଵାସୀ ମଣିଷ ସମ୍ଭବତଃ ସେଥିଲାଗି ଅପେକ୍ଷା କରି ରହିଥିଲେ । ଗୋଟାଏ ନିଜକୁ ପ୍ରଥମ ବିଶ୍ଵ ବୋଲି କହି ଅପରଟାକୁ ଦ୍ଵିତୀୟ ବିଶ୍ଵ ବୋଲି କହୁଥିଲା ।

 

ବିଧାତା କ’ଣ ସବୁ ବିଚାରିଲା କେଜାଣି, ଗୋଟାଏ ଘର ଭାଙ୍ଗି ପଡ଼ିଲା । ଯାଦବ କୁଳରେ ଜଣେ କୃଷ୍ଣ ହୋଇ ବାହାରି ସବା ଉପରକୁ ଗଲେ ଏବଂ ସତେଅବା ଆଉ ଏକ ସତ୍ୟର ନିମିତ୍ତ ବନି ଘରଟା ଭାଙ୍ଗିଯିବାର ପ୍ରକ୍ରିୟାଟିକୁ ଆରମ୍ଭ କରିଦେଲେ । ପୃଥ୍ଵୀଯାକର ମଣିଷ ଆଚମ୍ବିତ ହୋଇ ଚାହିଁ ରହିଥିଲେ । ମାମୁଁ ଯିବା ସହିତ ମାମୁଁ ରଚନା କରି ରଖିଥିବା ମଞ୍ଚାଟା ମଧ୍ୟ ଭାଙ୍ଗିଗଲା-। ଏଣିକି ଆମେରିକା ଏକା ରହିଗଲା । କେଡ଼େ ହୃଷ୍ଟ ହୋଇ ଏଣିକି ସିଏ ନିରଙ୍କୁଶ ଭାବରେ ପୃଥିବୀଟାକୁ ନିଜ ବାଗରେ ଓ ନିଜ ମର୍ଜିରେ ସଜାଡ଼ିବ ବୋଲି ପୂରା ଦମ୍ଭରେ ବୀର ହୋଇ ବାହାରିଲା । ସମଗ୍ର ପୃଥିବୀକୁ ବୋଲ ବତାଇ ବାହାରିଲା । ସବୁଠାରୁ ଅଧିକ ଅସ୍ତ୍ରବଳ ତାହାରି ହାତରେ, ବୋମାମାନେ ତା ସଙ୍ଗାରେ ଭାଡ଼ି ମାରି ରଖାଯାଇଛନ୍ତି । ତେଣୁ ଆମେରିକା ସାରା ପୃଥିବୀଟାକୁ ପରାମର୍ଶ ଦେଇ ବାହାରିଲା । ସଭିଙ୍କୁ କଣ୍ଢେଇ ବୋଲି ମନେ କରି ଏକୁଟିଆ କେଳାର ଭୂମିକା ଗ୍ରହଣ କରିବାର ଡେଙ୍ଗା ଅଭିଳାଷମାନ ପୋଷଣ କଲା । ପୃଥିବୀରେ ନିଜ ନକ୍ସାରେ ଏକ ଶାନ୍ତିର ପ୍ରତିଷ୍ଠା କରିବ ବୋଲି ବଦ୍ଧପରିକର ହୋଇ ବାହାରିଲା । ନିଜର ସାଧବ ଓ ସୌଦାଗରମାନଙ୍କୁ ପୃଥିବୀ ତମାମ ପଠାଇ ହାଟଗୁଡ଼ାକୁ କିଣିନେବାର ଦମ୍ମମାନ କଲା । ଗୋଟିଏ କଥାରେ କହିଲେ, ନିଜର ଜନ୍ମର ଅନ୍ଦାଜଗୁଡ଼ିକୁ ଦେଇ ବିଶ୍ୱମୟ ଗଣତନ୍ତ୍ରର ସଂସ୍ଥାପନା କରିବ ବୋଲି ସ୍ଵପ୍ନ ଦେଖିଲା । ବର୍ତ୍ତମାନ ତାହାର ସେହି ସ୍ଵପ୍ନଟା ପାଇଁ ହିଁ ଆମ ପୃଥିବୀଟାକୁ ବହୁ ଗ˚ଜଣା ଭୋଗ କରିବାକୁ ପଡ଼ୁଛି । ଇଏ ନୂଆ ପର୍ବଟା ପୃଥ୍ଵୀବାସୀଙ୍କର ଅଦୃଷ୍ଟରେ କେତେଦିନ ଲେଖା ହୋଇ ରହିଛି କେଜାଣି ? ଇତିହାସର ପୂରାତନ ଗଣିତାନୁମାନ ଗୁଡ଼ିକୁ ଓଲଟପାଲଟ କରିଦେଇ ଏକଦା ଯେଉଁ ଫରାସୀ ବିପ୍ଳବ ତେଣେ ଘଟିଥିଲା,ସେଥିରେ ସମାନତା, ସ୍ଵାଧୀନତା ତଥା ଭ୍ରାତୃତ୍ଵକୁ ସତେଅବା ସ୍ୱପ୍ନ-ସ୍ତରରୁ ଏକ ସଂଗ୍ରାମସ୍ତରକୁ ଓହ୍ଲାଇ ଅଣାଗଲା । ଏହି ସତ୍ୟମୂଲ୍ୟ ଗୁଡ଼ିକୁ ଆଧାର କରି ସାରା ପୃଥିବୀଟାକୁ ଏକାବେଳେକେ ଏକ ଅନ୍ୟ ସମ୍ଭାବନାର ପଟ ଉପରେ ଦେଖିହେଲା । ସାଧାରଣ ମଣିଷମାନେ ନିଜ ଭିତରେ ସତେ ଅବା କୌଣସି ମହାବଳୀର ପରିଚୟ ପାଇ ରଜାର ଦୁର୍ଗକୁ ଭାଙ୍ଗି ପକାଇଥିଲେ । ସ୍ଥବିର ବିଶ୍ଵାସଗୁଡ଼ାକ ପୂରାପୂରି ବଦଳି ଯାଇଥିଲା । କିନ୍ତୁ ତା’ପରେ ଫ୍ରାନ୍ସ ନାମକ ସେହି ଦେଶରେ କ’ଣ ହେଲା ? ନୂଆ ଘୋଷଣାଗୁଡ଼ିକର ଦାଉଗୁଡ଼ିକୁ ନେତାମାନେ ସମ୍ଭବତଃ ଆଦୌ ସମାଳିପାରିଲେ ନାହିଁ । ଏକାଠି ବସି ଆଗକୁ ଥିବାଟଟିଏ ବାହାର କରିବାକୁ ସେମାନଙ୍କର ବିବେକ ପାଇଲା ନାହିଁ । ସେମାନେ ନିଜ ନିଜ ଭିତରେ ହଣାହଣି ହେଲେ । ଅଭିଜ୍ଞ ଗବେଷଣାରୁ ସୂଚନା ମିଳୁଛି ଯେ, ସମସମାଜର ଗଠନ ନିମନ୍ତେ ଯଥେଷ୍ଟ ପରିମଳଗୁଡ଼ିକ ସହିତ ଏକତ୍ର କ୍ରିୟାଶୀଳ ହେବାର ବୃଦ୍ଧି ପାଇପାରିଲେ ନାହିଁ ଓ ବାଇଆ ହେଲେ । ଜାତୀୟତାବାଦୀ ହେଲେ । ଉପନିବେଶ ଖୋଜିଲେ । ସେଗୁଡ଼ିକ ଉପରେ ନିଜକୁ ନୂଆ ରଜା ପରି ଅନୁଭବ କଲେ । ଉପନିବେଶରୁ ଧନ ନେଇ ନିଜର ଘର-ବାଣିଜ୍ୟଟାକୁ ସମୃଦ୍ଧ କଲେ ଏବଂ ନିଜର ତଥାକଥିତ ସଂସ୍କୃତି ଦ୍ଵାରା ଉପନିବେଶ ଗୁଡ଼ିକୁ ଗ୍ରାସ କଲେ । ଯେତେବେଳେ ସ୍ଵାଧୀନ ହେବାର ଏକ ନୂତନ ବ୍ୟାକୁଳତାରେ ଉପନିବେଶ ମାନଙ୍କରେ ସଂଗ୍ରାମ ଆରମ୍ଭ ହେଲା, ସେତେବେଳେ ଫରାସୀ ବାମପନ୍ଥୀମାନେ ମଧ୍ୟ ଉତ୍ତର ଆଫ୍ରିକାର ଆଲଜିରିଆକୁ ତଥାପି ସ୍ଵାଧୀନ ହେବାକୁ ଦିଆନଯାଉ ବୋଲି କେଡ଼େ ଜାତୀୟତାବାଦୀ ଦରଦର ପ୍ରଦର୍ଶନ ସହିତ ଇଚ୍ଛା କରିଥିଲେ । ଆଲଜିରିଆ ସ୍ଵାଧୀନ ହେବ ବୋଲି ତାହାକୁ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କର ଜୀବନକୁ ବିସର୍ଜନ ଦେବାକୁ ପଡ଼ିଥିଲା । ଏବେ ମଧ୍ୟ ୟୁରୋପୀୟ ମହାଦେଶରେ କେତେକ ବିଶେଷ ମାନଦଣ୍ଡ ଅନୁସାରେ ଫରାସୀ ଦେଶ ଅଧିକ ସଂକୀର୍ଣ୍ଣ ଭାବରେ ଜାତୀୟତାବାଦୀ ହୋଇ ରହିଛି ଏବଂ ସଂକୀର୍ଣ୍ଣ ହୋଇ ରହିଥିବା ଜନିତ ଏକାଧିକ ରୁଗଣତାରୁ ତଥାପି ମୁକ୍ତ ହୋଇପାରି ନାହିଁ । ଫରାସୀ ବିପ୍ଳବର ସେ ଦିନର ସେହି ପୃଥୀଉଦବେଳନକାରୀ ସନ୍ଦେଶଗୁଡ଼ିକ ସେଠାରେ ପ୍ରାୟ ପୋତି ହୋଇପଡ଼ିଛି କି ? ଋଷିଆ ଦେଶରେ ବି ତ ଗୋଟାଏ ବହୁ ସମ୍ଭାବନା ଦ୍ଵାରା ପରିପୂର୍ଣ୍ଣ ବିପ୍ଳବ ହୋଇଥିଲା । କେବଳ ସେହି ଗୋଟାଏ ଦେଶର ମାଟିରେ ସିନା ହେଲା ଓ ସେଇ ଗୋଟାଏ ଦେଶର ମଜବୁତ ବୀରମାନଙ୍କର ରକ୍ତ ଦ୍ଵାରା ରଞ୍ଜିତ ହୋଇ ହୋଇଥିଲା, ମାତ୍ର ସମଗ୍ର ପୃଥିବୀର ମନୁଷ୍ୟସମାଜ ନିମନ୍ତେ ତାହାର ଏକ ବଳିଷ୍ଠ ସନ୍ଦେଶ ରହିଥିଲା। ଉପନିବେଶର ସ୍ଵାଧୀନତା ଲାଭରେ ତାହା ଆଦୌ କମ୍ ପ୍ରେରଣା ଯୋଗାଇ ଦେଇନାହିଁ । ବିଶ୍ୱର ମଣିଷ ଦ୍ଵାରା ମଣିଷର ଶୋଷଣ ଦୂର ହେବ, ଏବଂ ଋଷିଆ ସେଥିରେ ବାଟ ଦେଖାଇ ଆମକୁ ଆଗକୁ ଆଗକୁ ବାଟ କଢ଼ାଇ ନେବ,–ନୂଆ ଋଷିଆର ଶାସନ କରୁଥିବା । ଗାଦୀଟା ଏଥିଲାଗି କ'ଣ ପାଇଁ ସମର୍ଥ ହେଲା ନାହିଁ କେଜାଣି ? ସମାଜବାଦକୁ ପାରିଲା । ନାହିଁ ବୋଲି ସେଠାରେ ମଧ୍ୟ ସମାଜବାଦୀ ନେତୃତ୍ଵ ଜାତୀୟତାବାଦୀ ହୋଇଗଲା । ଆଗକୁ ନଦେଖି ବେଶୀ ପଛକୁ ହିଁ ଦେଖିଲା । ପଛ ଇତିହାସର ପ୍ରଖ୍ୟାତମାନଙ୍କୁ ଖୋଜି ବାହାର କଲା,–ତେଣିକି Mother Russia ର ଜୟଗାନ କରାଗଲା । ସେହି ତଥାକଥିତ ସୋଭିଏଟ୍ ୟୁନିୟନରେ ମଧ୍ୟ ବହୁ ଭାଷା, ବହୁ ସାଂସ୍କୃତିକ ସମୁହ ରହିଲେ,–ତଥାପି ନିଜେ ଋଷୀୟମାନେ ହିଁ ନିଜକୁ ମନ୍ଦୋଦରୀ ରାଣୀ ପରି ଭାବିଲେ ଓ ସର୍ବାଗ୍ରେ ଅଧିକାରୀ ହୋଇ ରହିଲେ । ବିଚାରା ସମଗ୍ର ପୃଥିବୀଟାର କମ୍ୟୁନିଷ୍ଟ ପାର୍ଟିମାନେ ସତେ ଅବା ନିତାନ୍ତ ହାସ୍ୟକର ଏକାଧିକ ବଶୀକରଣର ଘର ଭିତରେ ପଡ଼ି ତୁଚ୍ଛାବୋଲକରା ବନି ରହିଲେ । ଏବଂ ସେଠାରେ ଯେଉଁମାନେ ବିଶ୍ଵବିପ୍ଳବର କଥା କହୁଥିଲେ, କ୍ଷମତାସୀନ ଜବର ପକ୍ଷଟା ସେମାନଙ୍କୁ କେତେ କେତେ ମନ୍ଦ କଉଶଳରେ ଜବତ କଲା, ବିଶ୍ଵକୁ ନଦେଖ କେବଳ ରୁଷିଆକୁ ଦେଖିଲା ଓ ମୂଳତଃ ସେହି ବାଉଳାରେ ସର୍ବଶେଷରେ ପାଣି ଫାଟିଗଲା । ଏବେ ଅସଲ ପିଞ୍ଜରାତଳର ହାଲତମାନଙ୍କୁ ଦେଖ ଭାରି ପରିଷ୍କାର ହୋଇଯାଉଛି ଯେ, ସେଠାରେ କ୍ଷମତାଖୋର ନେତାମାନେ ସମାଜବାଦ ସକାଶେ ସମ୍ଭବତଃ ଯେତେ ବେଶି ବିଚାର କରୁନଥିଲେ, ଆପେ କ୍ଷମତାରେ ରହିବେ ବୋଲି ଅଧିକ ନସରପସର ହେଉଥିଲେ । ତେଣୁ, ସମାଜବାଦ ଅପେକ୍ଷା କ୍ରମେ ଜାତୀୟତାବାଦଟା ସେମାନଙ୍କୁ ଅଧିକ ପରିମାଣରେ ସୁହାଇଗଲା । ବିଧାତାର କୂଟକୁ ବି ଦେଖିବା ଉଚିତ ଯେ, ଏହା ଫଳରେ ସେମାନେ ସିନାଗଲେ, କିନ୍ତୁ ସମାଜବାଦ ନାମକ ସେହି ବିଶେଷ ସତ୍ୟ-ବିବେକଟି ଅଧିକ ନିରୁତା ଭାବରେ ବିଶ୍ୱବାସୀକୁ ଏବେ ମଧ୍ୟ ତଥାପି ଆକର୍ଷିତ କରିବାରେ ଲାଗିଛି ।

 

ବିଚରା ଆମେରିକା ମଧ୍ୟ ଆଉ ଗଣତନ୍ତ୍ରକୁ ନପାରିଲା ପରି ଅଧିକରୁ ଅଧିକ ମନେ ହେବାକୁ ଲାଗିଛି ଓ ପୃଥୀବାସୀଙ୍କୁ ବଡ଼ ଆଚମ୍ବିତ କରି ବି ଦେଉଛି । ସମ୍ଭବତଃ ଅସଲ କଥାଟି ହେଉଛି ଯେ, ସମାଜବାଦ କିମ୍ବା ଗଣତନ୍ତ୍ର କୌଣସିଟି କ୍ଷମତା-ବାଉଳାଙ୍କୁ ହାତରେ ଏକ କ୍ରୀଡ଼ନକ ଆଦୌ ନୁହେଁ-। ପୃଥିବୀରେ ଅସଲ ଲୋକ-ସଚେତନତା ସ୍ତରରେ ଯେତିକି ଯେତିକି ସତ ମୁହୁର୍ତ୍ତଗୁଡ଼ିକ ଆସି ପହଞ୍ଚି ଯାଉଛି, ସେତିକି ସେତିକି ଅଧିକ ପ୍ରାଞ୍ଜଳ ହୋଇ ବୁଝିବାଟି ବି ସମ୍ଭବ ହେଉଛି ଯେ, ଯଦି ତୁମେ ନିଜ ପାଇଁ ଗାଦୀ ଗୁଡ଼ିକୁ ନଚାହିଁ ପ୍ରକୃତରେ ପୃଥ୍ଵୀଭାଗ୍ୟର ଉତ୍ତୋଳନରେ ନିମିତ୍ତ ହେବାକୁ ଇଚ୍ଛା କରୁଥିବ, ତେବେ ତୁମେ ସମାଜବାଦ ତଥା ଗଣତନ୍ତ୍ର ଭିତରେ ଆଦୌ ସେପରି କୌଣସି ଅଲ˚ଘ୍ୟ ପାର୍ଥକ୍ୟ ରହିଥିବାର ମୋଟେ ଦେଖି ପାରିବନାହିଁ । ଏବଂ, ଗୋଟାଏ କଥା ସଂପୂର୍ଣ୍ଣ ଭାବରେ ସତ ଯେ, ତୁମେ ଅର୍ଥଲୋଭ, ଅସ୍ତ୍ରବଳ ଅଥବା ବାଣିଜ୍ୟିକ କୌଣସି ଆଡ଼ମ୍ବର ଦେଖାଇ । ପୃଥିବୀର ବନ୍ଧୁ ବୋଲି ନିଜକୁ ପୃଥିବୀରେ ମାମଲତକାର କରି ବାହାରିଲେ ତୁମେ ସ୍ଵୟଂ ପୃଥ୍ଵୀନିୟତିର ଦରବାରରେ ପୂରା ଶିଶୁପାଳ ବୋଲି ପ୍ରମାଣିତ ହୋଇଯିବ-। ତେଣୁ କ'ଣ ପାଇଁ ପୃଥିବୀଟାକୁ ଅସ୍ତ୍ରର ବଳ ଓ ଅର୍ଥର ଲୋଭ ଦେଖାଉଛ କହିଲ ! ସବୁ ଆତଙ୍କବାଦକୁ ନିଜେ ପୂର୍ଣ୍ଣ ପ୍ରଲୁବ୍ଧ ହୋଇ ଖୋରାକ ଯୋଗାଇ ଦେଉଛ ଏବଂ ତଥାପି ଭୁଲି ଯାଉଛ ଯେ ଏକ ଯଥାର୍ଥ ମାନବିକ ଭାରସାମ୍ୟ ସହିତ ତୁମେ ଯଦି ଗଣତନ୍ତ୍ର କିମ୍ବା ସମାଜବାଦ ଯେଉଁଟାର ପରିଚର୍ଯ୍ୟା କରିବାକୁ ଯୋଗ୍ୟ ହୋଇପାରିବ, ତେବେଯାଇ ତୁମକୁ ଏହି ବିଶ୍ଵସଦନଟି ନିଶ୍ଚୟ ବିଶ୍ୱାସ ମଧ୍ୟ କରିବ । ଏବଂ, ଆହୁରି ଅବଶ୍ୟମ୍ଭାବୀ ସତ୍ୟଟି ହେଉଛି ଯେ, ଯାହାକିଛି ଅସଲ ସାର୍ଥକ ପଦକ୍ଷେପ ଗୁଡ଼ିକ ସେହି ଉଭୟ ଦିଗରେ ନିଆଯିବ, ତାହା ରାଷ୍ଟ୍ର ଦ୍ଵାରା ନୁହେଁ, ଲୋକମାନଙ୍କ ଦ୍ଵାରା ହିଁ ନିଆଯିବ ।

 

ମନେ ରଖିବା ଉଚିତ, ପୃଥିବୀର ବୁଦ୍ଧିଟା କଦାପି ପଛକୁ ଫେରିବ ନାହିଁ । ଋଷିଆରେ ଶାସନଟା ନପାରିଲା ବୋଲି ସିନା ଭୁଷୁଡ଼ି ପଡ଼ିଲା, କିନ୍ତୁ ସମାଜବାଦ ଜନମାନସର ଆସ୍କୃହାରେ ଅଧିକ ଉଜ୍ଜଳ ହୋଇ ପ୍ରଭାବିତ ହୋଇପାରିଲା । ପୃଥିବୀରେ ଜାତୀୟତାବାଦର ଅପାରଗତା ଗୁଡ଼ିକୁ ହୃଦୟଙ୍ଗମ କରି ହିଁ ଏବେ ସମଗ୍ର ପୃଥିବୀ ସ୍ତରରେ ସଂଗଠନମାନ ଗଢ଼ାହୋଇ ସାରିଲାଣି । ସେହି ଗୁଡ଼ିକ ହଁ ସତ ନିୟାମକ ରୂପେ ସ୍ୱୀକୃତ ହେବେ । ତାକୁ ଏହି ଧନଗରୁ ରାଷ୍ଟ୍ରମାନେ କଦାପି ଉପେକ୍ଷା କରିପାରିବେ ନାହିଁ । ଧମକ ଦେବେ, ବାଟ ଓଗାଳିବେ, ଭାତରୁ ମାରିବା ପାଇଁ ଚେଷ୍ଟା କରିବେ, ଦୟାଟାକୁ ଉଣା କରିବାର ହୁଙ୍କାର ଦେବେ । ତଥାପି ସେମାନେ ଗଣତନ୍ତ୍ର ଅଥବା ସମାଜବାଦ କୌଣସିଟାକୁ ରୋକି ରଖିପାରିବେନାହିଁ । ପୃଥିବୀମୟ ନିଜର ଅନୁଗତ ତମ୍ବୁଗୁଡ଼ାକୁ ଖଟାଇ ରଖିଥିଲେ ମଧ୍ୟ ଋଷିଆର ସେହି ଆଗ ଶାସନଟା ଯେପରି ସମାଜବାଦକୁ ବାଟ ଛାଡ଼ିଦେଲା, ଏହି ଆମେରିକା ନାମକ ଅନ୍ୟ ମାହାଲାଟି ମଧ୍ୟ ସେହିପରି ସ୍ଵୟଂ ରହିଯିବା ଓ ଗଣତନ୍ତ୍ରକୁ ବାଟ ଛାଡ଼ିଦେବ । ପୃଥିବୀର ଏକ ବଡ଼ ଦୁର୍ଭାଗ୍ୟ ଯେ ଗଣତନ୍ତ୍ର ଛାଞ୍ଚଟାର ଏତେ ବଡ଼ ନମୁନା ଏହି ଆମେରିକା କେବଳ ଅତିସିଆଣିଆ ହୋଇ ଗଣତନ୍ତ୍ରର ଅଇରିମାନଙ୍କର ପଟାଳିଟାକୁ ହିଁ ଅଧିକ ଉପ୍ରୋଧ ଦେଖାଇଛି । ଅତିସିଆଣିଆ ଅର୍ଥାତ୍ ଅତିକାତର ହୋଇ ସେହି ରଙ୍ଗଟା ଖୁବ ଧରାପଡ଼ିଯାଉଛି । ଧରାପଡ଼ିବାର ସେହି ପ୍ରକ୍ରିୟାରେ ନିତାନ୍ତ ଅମଙ୍ଗ ମାଟିମୁଣ୍ଡାମାନେ ମଧ୍ୟ ବାଟ ଛାଡ଼ିଦେବା ପାଇଁ ଅବଶ୍ୟ ବାଧ୍ୟ ହେବେ । ତେଣୁ, ଆମେରିକା ହିଁ ଗଣତନ୍ତ୍ର ଅନୁସାରେ ଯେପରି, ଆମ ଭାରତବର୍ଷରେ ଓ ଏପରିକି ଆମ ଗାଆଁରେ ମଧ୍ୟ ଆମେ ଗଣତନ୍ତ୍ର ଦ୍ଵାରା ହିଁ ବାଧ୍ୟ ହେବା । ଏବଂ ଭାରତବର୍ଷର କ୍ଷମତାଧାରୀ ଓ ଏପରିକି ଆମ ଗାଆଁର ମହ। ମହାମାନଙ୍କର ଫରମାସନୁସାରେ ଗଣତନ୍ତ୍ର କଦାପି ବାଧ୍ୟ ହୋଇ ରହିବ ନାହିଁ । ଯେପରି ଋଷିଆ ସମାଜବାଦକୁ ବାଧ୍ୟ କରି ରଖି ପାରିଲା ନାହିଁ ଏବଂ ବାଟ ଛାଡ଼ିଦେଲା, ଠିକ୍ ସେହିପରି ଆମେରିକା ମଧ୍ୟ ଗଣତନ୍ତ୍ରକୁ ବାଟ ଛାଡ଼ିଦେବ । ସାରା ପୃଥିବୀର ଅଧିକ କାମରେ ଲାଗିବ । ସତକୁ ସତ ସାରା ପୃଥିବୀକୁ ବୁଝିବ ଏବଂ ଆଖୁସାର ହୋଇଯିବ ।

Image

 

ମାଆ ଧାନକୁଟୀ ପୁଅ ନାଗର

 

ନିଜ ଭୂମିକୁ ମାଆ ବୋଲି ସମ୍ବୋଧନ କରିବା ଏବଂ ସେଥିରେ ଏକ ନାହିଁନଥିବା ଉଲ୍ଲାସ ଅନୁଭବ କରିବା, ଏହି ମାର୍ଗଟି କ’ଣ ଶ୍ରୀବଙ୍କିମଚନ୍ଦ୍ରଙ୍କ ସେହି ବହୁ ପରିଚିତ ଉପନ୍ୟାସଟିକୁ ମାଧ୍ୟମ କରି ସର୍ବପ୍ରଥମେ ଭାରତବର୍ଷରେ ପ୍ରଚଳିତ ହେଲା ? ୟୁରୋପରେ ଜାତୀୟ ଜାଗରଣର ସେହି ପ୍ରଥମ କାଳରେ ନିଜ ଦେଶଟିକୁ ବାପା ବୋଲି କହିବାର ରିବାଜଟି ଅଧିକତର ଚଳୁଥିଲା । ବସ୍ତୁତଃ ବନ୍ଦେ ମାତରମ୍ କଥାଟି ବଙ୍ଗରଂଗର ବିରୋଧ କରୁଥିବା ଆନ୍ଦୋଳନଟିରେ ଅଧିକ ଏକ ନିଷ୍ଠାର ସହିତ ବ୍ୟବହୃତ ହୋଇଥିଲା ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ତାହା ଯାବତୀୟ ଅର୍ଥରେ ଏକ ମନ୍ତ୍ରରେ ପରିଣତ ହେଲା ଓ ତା' ପରେ ସ୍ଵାଧୀନତାପ୍ରାପ୍ତି ପର୍ଯ୍ୟନ୍ତ ସେହି ମନ୍ତ୍ରର ପ୍ରେରଣା ଏହି ଭୂମିରେ କେତେ କ’ଣ ଘଟାଇଲା ଓ କେତେକେତେ ସଂକଳ୍ପକୁ ଏକତ୍ର କରାଇ ଆଣିଥିଲା । ସେହି ଚିତ୍ରପଟଟି ମୁଖ୍ୟତଃ ଏକ ଭବିଷ୍ୟର ଚିତ୍ରପଟ । ଗୋଟିଏ ପତିତ ପରାଧୀନ ଭୂମିକୁ ଏକ ନିର୍ଦ୍ଦିଷ୍ଟ ଗଢ଼ଣରେ କ୍ରମ-ଗଠିତ କରି ନେବାର ଏକ ଉତ୍ସାହ । ଭାରତବର୍ଷରେ ଲୋକମାନେ ପୂର୍ଣ୍ଣ ଆସ୍ଥା ସହିତ ସେହି ନୂତନ ଘଟଣାଟିକୁ ସ୍ଵୀକାର କରିନେଲେ। ସଂଗ୍ରାମର ନେତାମାନଙ୍କୁ ନିଜର ପ୍ରତିନିଧ ହିସାବରେ ବାଛିଲେ । କେତେ କ'ଣ ସାକାର କରି ଆଣିବା ସକାଶେ ସମ୍ବିଧାନଟିଏ ଲେଖାଗଲା, ଯୋଜନାମାନେ ଗଢ଼ା ହେଲେ । ଯେଉଁ ଭାରତ-ଭାଗ୍ୟବିଧାତା ସତେଅବା ସମ୍ମୁଖରେ ଦଣ୍ଡାୟମାନ ରହି ଉଦ୍ୟତ ଆମ ସମସ୍ତଙ୍କୁ ଏକ ଇପସିତ ଅନ୍ୟ ଭାରତବର୍ଷ ଆଡ଼କୁ ଅଗ୍ରସର କରାଇନେବେ, ମହାନ୍ ସ୍ଥାନମାନେ କେଡ଼େ ଛନଛନିଆ କଥାରେ ଆମକୁ ପ୍ରତ୍ୟୟ ଦେବାକୁ ଲାଗିଲେ । ନୂଆ ଇମାରତମାନେ କେତେକେତେ ଉଚ୍ଚ ହୋଇ ଗଢ଼ାଗଲେ । ଭଳି ଭଳି ପାଠ ପଢ଼ାଗଲା ଓ ଭଳି ଭଳି ସିରସ୍ତାମାନ ମଧ୍ୟ ଖୋଲିଗଲା । ସେଠାରେ କେଡ଼େ କେଡ଼େ ବାବୁ ଆମ ଲାଗି ସବୁକିଛି ଚିନ୍ତା କଲେ, କେଡ଼େ ତୋରା ଦେଖାଗଲେ । ଭାଗ୍ୟର ଚାବିଗୁଡ଼ାକ ସେହିମାନଙ୍କ ହାତରେ ଧରାଇ ଦିଆଗଲା । ଏଣିକି ସେହି ନିର୍ମାଣଗୁଡ଼ିକ ହେବ ବୋଲି ଚାରିଆଡୁ ନିଘୋଷିତ ହେଲା । ଦେଶ-ନିର୍ମାଣମୂଳକ ଅର୍ଥାତ୍–ଲୋକନିର୍ମାଣ ମୂଳକ । ଦେଶ ଅପେକ୍ଷା କରି ରହିଲା ଅର୍ଥାତ୍ ଲୋକମାନେ ଅପେକ୍ଷା କରି ରହିଲେ । ନିଜ ପେଟରୁ କାଟି ସେମାନେ ନେତାମାନଙ୍କୁ ଓ ହାକିମମାନଙ୍କୁ ସରଲବଣୀ ଖୁଆଇଲେ-। ଅପେକ୍ଷା କରୁ କରୁ କ୍ରମେ ପଚାଶ ବର୍ଷ ଅତିବାହିତ ହୋଇଗଲା ।

 

ପିଲାଦିନେ ଭାରତମାତାଙ୍କର ପ୍ରଶସ୍ତି କରି ଓଡ଼ିଆ ଭାଷାରେ ଲେଖାଯାଇଥିବା କେତେ କେତେ ଗୀତ ବୋଲିବା ସମୟରେ ଆମ ସହଜ ତାରୁଣ୍ୟର ଡେଣାମାନେ କୁଆଡ଼େ କେତେ ସଂଭାବନାର ପୁରକୁ ଉଡ଼ିଯାଇ ପାରୁଥିଲେ । ଆମ ଗୋଡ଼ ଆଉ ଭୂଇଁଟା ଉପରେ ଲାଗିକରି ମୋଟେ ରହୁନଥିଲା-। ସେହି ସହଜ ଉଲ୍ଲାସଟିର ବଳରେ ହୁଏତ ସଂଗ୍ରାମଟାକୁ ମଧ୍ୟ ଏଡ଼େ ଅକୁଣ୍ଠିତ ଭାବରେ ଲଢ଼ିହେଲା ଓ ଅଙ୍ଗେ ନିଭାଇ ହେଲା-। ମୋ ମାଆ ହେଉଛି ରାଜରାଣୀ, ସିଏ ଆଦୌ କାଙ୍ଗାଳିନୀ ନୁହେଁ,ଗୋଟିଏ । ଗୀତ ଏହିଭଳି ଗୋଟିଏ ଧାଡ଼୍ ଦ୍ଵାରା ଆରମ୍ଭ ହୋଇଥିଲା । ଋଷି ବଙ୍କିମଚନ୍ଦ୍ର ବି ତ ଏହି ଭୂମିକୁ ସୁଜଳା, ସୁଫଳା ଓ ଶସ୍ୟଶ୍ୟାମଳା ବୋଲି କହିଥିଲେ । ବାସ୍ତବ ସ୍ଥିତିଟାର ଅନୁସାରେ ସେତେବେଳେ ମଧ୍ୟ ଭାରତବର୍ଷ ଏସବୁ କିଛିହେଲେ ନଥିଲା । କାରଣ, ଲୋକଜୀବନରେ ଅଭାବ ଥିଲା, ଦାରିଦ୍ର୍ୟ ଥିଲା, ଜାତି ଅଜାତି ରହିଥିଲା । ମଣିଷ ମଣିଷକୁ ଶୋଷଣ କରୁଥିଲା । ଭାରତ ନାମକ ଆମର ଏହି ମାତୃଭୂମି ସ୍ଵାଧୀନତା ଲାଭ କରିପାରିବା ପରେ ଏମିତି ଏକ ଜୀବନୋଜ୍ଵଳ ଅନୁକୁଳତା ଏଠାରେ କ୍ରମେ ସାକାର ହୋଇପାରିବ, ଯାହାଦ୍ଵାରା କୋଟି କୋଟି ମନୁଷ୍ୟ ସମ୍ମାନ ସହିତ ବଞ୍ଚିପାରିବେ । ଏହି କମିଟିକୁ ସକଳ ଅର୍ଥରେ ନିଜର ଭୂମି ବୋଲି ଅନୁଭବ କରିପାରିବେ । ତେଣୁ ସ୍ଵାଧୀନତା କହିଲେ ସେତେବେଳେ ଏପରି ଗୋଟିଏ ଗାରକୁ ଅତିକ୍ରମ କରିଯିବାକୁ ବୁଝାଉଥିଲା । ଯାହା ମଣିଷଜନ୍ମ ପାଇଥିଲେ ମଧ୍ୟ ଆମ ବହୁକୋଟି ମନୁଷ୍ୟକୁ ଏଠାରେ ଏଡ଼େ ଅସମର୍ଥ କରି ରଖିଛି, ସେହି ଅସମର୍ଥତ! ଗୁଡ଼ିକୁ ଦୂର ହେବ । କାରଣ ଅସମର୍ଥତା ହିଁ ପରାଧୀନତା । ଆମେ ସ୍ୱାଧୀନ ଦେଶକୁ ଅନ୍ୟ ଅନ୍ଦାଜରେ ଗଢ଼ିବା, ମଣିଷମାନଙ୍କୁ ପାଇଁ ଗଢ଼ିବା, ସବୁ ମଣିଷଙ୍କ ପାଇଁ ଗଢ଼ିବା । ଏବଂ ଚାହୁଁ ଚାହୁଁ ପଚାଶରୁ ଅଧିକ ବରଷ ଅତିବାହିତ ହୋଇଗଲା । ଦେଶଟା ବାହାରୁ କେତେ କ'ଣ ଡଉଲ ଡାଉଲ ହୋଇ ଦିଶିଲା । ସରକାରୀ କୋଠାଘରମାନେ ଅମରାବତୀପୁର ଭଳି ଦେଖାଗଲେ । ଆମ ନେତାମାନେ ଆମ ବିଶ୍ଵାସର ଅନୁମତିପତ୍ର ଧରି ସରକାର ଚଳାଇଲେ । ଡଙ୍ଗା ଡଙ୍ଗା ହାକିମ ରହିଲେ । ସେମାନେ ସମସ୍ତେ କି ସୁନ୍ଦର କଥାମାନ କହିଲେ । ଏହି ଭୂମିରୁ ଦାରିଦ୍ର୍ୟ ହଟାଇ ଦେବେ ବୋଲି ହଲପ କରି ମୋଟା ମୋଟା ବହିମାନ ବାହାରକଲେ । ତଥାପି ଜନଗଣ ଦରିଦ୍ର ରହିଲେ । ଅଧେ ମଣିଷ ନିରକ୍ଷର ରହିଲେ, ଅଧେ ପିଲା ଆଦୌ କୌଣସି ଇସ୍କୁଲ ଯିବାରୁ ବଂଚିତ ହୋଇ ରହିଲେ । ଏ ଦେଶର କାମରେ ଲାଗିବା ନିମନ୍ତେ ଯେଉଁ କିସମ କିସମର ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ତଥା ଆହୁରି ଉଚ୍ଚବିଦ୍ୟାଳୟମାନ ବସିଲେ, ସେଗୁଡ଼ାକରେ ଅଜବ ଅଜବ ଘଟଣମାନଙ୍କରେ ପେଷା ହୋଇ ବାବୁମାନେ ବାହାରିଲେ, ସେମାନେ ଏହି ଦେଶରେ ନିଜକୁ ଗେହ୍ଲା କରି ରଖିବା ଲାଗି ହିଁ ଅଧିକ ପାଠ ଶିଖିଲେ । ଧନୀ ଅଧିକ ଧନୀ ହେଲେ ଓ ଗରିବ ଅଧକ ଗରିବ ମଧ୍ୟ ହେଲେ । ଭାରତମାଆ ଧାନକୁଟୀ ହେବା ସଙ୍ଗେ ସଙ୍ଗେ ଆମେ ସେବକ କରି ପଠାଇଥିବା ଆମ ଶାସକ ଏବଂ ହାକିମମାନେ ଅଧିକରୁ ଅଧିକ ପଣରେ ନାଗର ହେଲେ । ସେମାନେ ପୂରାପୂରି ଆପଣାର ଅଙ୍ଗଭୋଗ ସକାଶେ ହିଁ ଆପଣର ଥାନଗୁଡ଼ିକୁ ବ୍ୟବହାର କଲେ । ଏଠି ଆମ ଘରେ ନିଜକୁ କୁଣିଆ ବୋଲି ଭାବିଲେ । ଯେଉଁ ମୋଟା ଭତ୍ତା ଓ ଦରମାପାନ ପାଇଲେ, ସେଥକୁ ଅଧିକାଂଶ ମଣିଷଙ୍କର ଆଖି ପାଇଲା ନାହିଁ । ସଉକଗୁଡ଼ାକ ଏଡ଼େ ଅଜବ । ହେବାକୁ ଲାଗିଲା ଯେ, ଯେଉଁମାନଙ୍କର ଉଦୟ ନିମନ୍ତେ ସେମାନେ ଦରମା ପାଇ ନିଯୁକ୍ତ ହେଲେ, ସେମାନଙ୍କୁ ନିଧିମ ଅବଜ୍ଞା କଲେ । ଦେଶବାସୀ ସେମାନଙ୍କର ଭାଷାଟାକୁ ବି ବୁଝି ପାରିଲେ ନାହିଁ-। ସରକାରୀ ସିରସ୍ତାମାନ ନାଗରମାନଙ୍କର ନଅରଭଳି ଦେଖାଗଲା। ନାଗର ହେବାର ଚହଟ ଚହଳରେ ଏହା ସତେଅବା ବିବେକ ଲାଜରା ହୋଇ ଆଉ କେଣେ ।

 

ପଳାଇଗଲା । ଠାକୁରମାନେ ବି ମଉନ ହୋଇଗଲେ । ନାଗରମାନେ ସତେ ଅବା ନିଶା ଖାଇ କୋଟି କୋଟି ମଣିଷଙ୍କ ଠାରୁ ଦୂରଛଡ଼ା ହୋଇ ରହିବାକୁ ଆପଣର ଧର୍ମ ବୋଲି ଗ୍ରହଣ କଲେ କି ?

 

ତେଣୁ ଭାରତମାଆଟାକୁ ଆପଣ କୋଉଠି ଖୋଜିବାକୁ ଯିବେ ଥରେ ଥରେ ହୋଇ ଭାବି କହନ୍ତୁ ତ ! ଏହି ନାଗରମାନଙ୍କର ନାଟ ଦେଖି ଭରତ ଜନନୀଙ୍କୁ ନିଶ୍ଚୟ ଡର ଲାଗୁଥିବ । ଯେଉଁ କୋଟି କୋଟି ମନୁଷ୍ୟ ଏହି ଦେଶରେ ଥାଇ ମଧ୍ୟ ତଥାପି ଦାରୁଣ ନାନା ଅବହେଳା ତଥା ଅବଜ୍ଞା ଭିତରେ ରହିଛନ୍ତି, ସିଏ ସେମାନଙ୍କୁ ନିଶ୍ଚୟ ଝୁରି ହେଉଥିବେ । ସିଏ ଆମ ରାଜଧାନୀର ଏହି ତାମସାଗୁଡ଼ାକର ପଟେ ଆଦୌ ନଥିବେ । ତେଣୁ ରାଜଧାନୀରେ ଏହି ନିଶାଗ୍ରସ୍ତ ଜୀବନ ଭିତରେ କୁଣ୍ଢାକୁଣ୍ଢି ହୋଇ ରହିଥିବା ଏହି ବିଶେଷମାନଙ୍କର ଜାଲଟାକୁ ହିଁ ଜୀବନ ବୋଲି ସ୍ଵୀକାର କରୁଥିବା ପର୍ଯ୍ୟନ୍ତ ଆମେ କଦାପି ଏହି ଭୂମିରୂପକ ମାଆକୁ ସତକୁ ସତ ଚିହ୍ନି ପାରିବା ନାହିଁ । ଆମ ସାହିତ୍ୟଟା ମଧ୍ୟ ତ କେଡ଼େ ବୋକାପଣେ ଏହିଠାରେ ହିଁ ନାଗରମାନଙ୍କର ଗୋଲାମବଦ୍ ହୋଇ ରହିଛି । ନିଶା ଖାଇ ଏହିଠାରେ ପଡ଼ିରହିଛି ଏବଂ ନାଗରମାନଙ୍କର ଚିତ୍ତବିନୋଦନ କରିବାକୁ ହିଁ ଆପଣାର ବାସ୍ତବ ବାଣିଜ୍ୟ ରୂପେ ବାଛି ନେଇଛି । ଏହି ଦେଶରେ ଅଛି, ତଥାପି ଏଠୁ ସତେଅବା ଆଉକୁଆଡ଼େ ପଳାଇ ଯାଇଛି । ମଣିଷମାନଙ୍କୁ ବାଦ୍ ଦେଇ ହିଁ ସାହିତ୍ୟିକଗଣ ସାହିତ୍ୟରେ ରସ ଚାଖୁଛନ୍ତି । ମଣିଷମାନଙ୍କ ଆଡ଼କୁ ସବୁଯାକ ଦ୍ଵାରକୁ ବନ୍ଦ କରି ରଖିବାର ଗୋଟାଏ ବର୍ଣ୍ଣାଢ଼ୀ ବାହାନା ପାଇଯିବେ ବୋଲି ସଂସ୍କୃତି କରୁଛନ୍ତି । ଯାହା ପ୍ରକୃତରେ ନୁହେଁ, ଆପଣାକୁ ସେଇଟା ହିଁ ବୋଲି କଳାତ୍ମକ ନାଗରପଣ କରିବାରେ ଲାଗିଛନ୍ତି । ଦୁଇ କାନରେ ସାହିତ୍ୟ ନାମରେ ଫୁଲ ଖୋଷି ଦେଇ କେଶର ଭ୍ରମ ଉତ୍ପାଦନ କରୁଛନ୍ତି ସିନା, ମାତ୍ର ସଂଜ ଭିତରେ ସେହି ନାଗରସୁଲଭ ନାନା ଉତ୍ପାତ ପାଖରେ ନିଜର ଚିରକୁ ବନ୍ଧା ପକାଇ ରଖିଛନ୍ତି । ସିଏ ଆପେ ବି ବିଭୁକରୁଣା ଲାଭ କରି ପରିପୂର୍ଣ୍ଣ ନାଗରଟିଏ କେମିତି ହୋଇପାରନ୍ତା ବୋଲି ଆମର ଏହି ଲେଖକ କୋଉ ବାଦଶାହାମାନଙ୍କୁ ପାଖରେ ଯାଇ ଅଧିଆ ପଡ଼ିଛି କି ? ବାବୁ, ତୁମେ ନାଗର ଗୋଠରେ ରହିବ ନା ଏଠି ଭୂମିଟାକୁ ଚିହ୍ନିବ ? ଭୂମିଟାକୁ ଚିହ୍ନିବା ସକାଶେ ମନ କଲେ ତୁମକୁ ଯେ ସବାଆଗ କୋଟି କୋଟି ମଣିଷ ଦେଖାଯିବେ, ତୁମକୁ ସେଥିପାଇଁ ଆଦୌ କିଛି ବାଛିବା ପୂର୍ବରୁ ହିଁ ଜାଣି ରଖୁବାକୁ ହେବ । ସାହିତ୍ୟ ଆଗ ଦିଶିବ ନାହିଁ, ଆମ ମଣିଷମାନେ ଦେଖାଯିବେ । ଗୋଡ଼ କାଢ଼ି ଆଗକୁ ଚାଲିବା ସକାଶେ ପାଦ ପକାଇବା ମାତ୍ରକେ କୋଟି କୋଟି ମଣିଷ ତୁମର ହାତକୁ ଧରି ବି ବାଟ ଚାଲିବା ଲାଗି ବ୍ୟାକୁଳ ହୋଇ ହିମ୍ମତ କରି ଅନାଇ ରହିଥିବାର ନିଶ୍ଚୟ ଦେଖୁବାକୁ ପାଇବ । ସେତେବେଳେ ସିନା ଅନୁଭବ କରିପାରିବ ଯେ, ତୁମେ ତଥା ସେମାନେ ସଭିଏ ହେଉଛନ୍ତି ଏହି ଭୂମିର ଅଧିନିୟମ ଗୁଡ଼ିକ ଅନୁସାରେ ଜଣେ ଜଣେ ନାଗରିକ । ପୂର୍ଣ୍ଣ ଅଧିକାର ପାଇଥିବା ନାଗରିକ । ତୁମେ ତାକୁ କଦାପି ପ୍ରତ୍ୟାଖ୍ୟାନ କରି ପାରିବ ନାହିଁ । ବରଂ ତାହାରି ସହିତ ଏକତ୍ର ବାଟ ଚାଲିବାର ଅଧିକ ଯୋଗ୍ୟ ହୋଇ ପାରିବା ନିମନ୍ତେ ତୁମର ସେହି ବିକାରର ପ୍ରଭତାମାନଙ୍କୁ ହିଁ ତୁମକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ । ନହେଲେ ଏହି ଦେଶରେ ଲୋକଧର୍ମର ତଥା ଲୋକୋଦୟର ହାନି ଘଟାଇବାରେ ତୁମେ ଜଣେ ଅପରାଧୀ ହୋଇ ରହିଥିବ । ତୁମର ପାଠ, ତୁମର ସାହିତ୍ୟ ତଥା ତୁମର ମୋଟା ଦରମାଟା ତୁମକୁ ହୁଏତ ସେହି ଅଭ୍ୟସ୍ତ ଅନ୍ଧାର ଭିତରେ ଜନ୍ମନା ହୋଇ ରହିବାକୁ ଫୁସୁଲାଇବାରେ ଲାଗିଥିବ ସିନା, ମାତ୍ର ଏଠି ତୁମର ହୃଦୟଟାକୁ ବଦଳାଇଦେବା ଦିଗରେ ଏତେ ଟିକିଏ ମଧ୍ୟ ସାହାଯ୍ୟ କରିବ ନାହିଁ । ଅର୍ଥାତ୍, ତୁମର ନାଗରପଣ ତଥାପି ଛାଡ଼ିବ ନାହିଁ । ହୁଏତ ଏପରି ହେବ ଯେ, ତୁମର ଅନ୍ତର୍ମନଟାରୁ ସେହିଭଳି ହୋଇ ରହିବାର ଚିକିଟାଟା ଛାଡ଼ିଯିବା ପରେ ମଧ୍ୟ ତୁମେ ନାଗରତୁଲ୍ୟ ଦେଖାଯିବାର ଓ ଆଚରିବାର ବେଭାରଟିକୁ ତଥାପି ପରିତ୍ୟାଗ କରି ପାରୁନଥିବ । ଅନ୍ୟମାନେ ଯେତେବେଳେ ସେହିପରି ଆଚରଣ କରୁଛନ୍ତି, ତୁମେ ମଧ୍ୟ ସେହିପରି କରିବାର ଏକ ଅସ୍ୱାସ୍ଥ୍ୟକରତା ଭିତରେ ବାଧ୍ୟ ହୋଇ ରହିଥିବ । ନିଜେ ନିଜର ବଇରୀ ହୋଇ ରହିଥିବ । ଗୁଳାଟାକୁ ଛାଡ଼ିବା ମୋଟେ ଏତେ ସହଜ କଦାପି ହୁଏନାହିଁ । ହୃଦୟକୁ ଲୋଡ଼ିଲେ ତଥା ନିଜର ବହଳ ବାହ୍ୟ ବାଧତାଗୁଡ଼ାକୁ ବର୍ଜନ କରି ନିଜ ଭିତରେ ମଧ୍ୟ ହୃଦୟଟିକୁ ଠାବ କରି ପାରିଲେ ଯାର ଗୁଳାରୁ ବାହାରି ଯିବାର ସାହସ ହୁଏ । ଅନେକ ହାକିମ ଓ ଅନେକ ନେତା ହୁଏତ ସେହି କାରଣରୁ କ’ଣଟାଏ ଛାଡ଼ି ଆସିବା ନିମନ୍ତେ ଭାରି ଇଚ୍ଛା କରୁଥାଆନ୍ତି, ମାତ୍ର ତଥାପି ଛାଡ଼ି ପାରନ୍ତି ନାହିଁ । ମଣିଷମାନଙ୍କ ସହିତ ମେଳରେ ଥାଆନ୍ତି, ତଥାପି ନିଜର ମିଛ ପ୍ରୀତିଗୁଡ଼ିକୁ ହିଁ ନିଜର ସର୍ବପ୍ରଦର୍ଶନୀୟ ପରିଚୟ ବୋଲି ଦେଖାଇ ହେବାର କୁଲା ଢାଉଁ ଢାଉଁ କରୁଥାନ୍ତି ।

 

ଆମେ ଏହି ଖୋଳଗୁଡ଼ାକୁ ଫିଙ୍ଗିଦେବା । ତେବେ ଯାଇ ଏହି ଭୂମିରେ ସବାଆଗ ମନୁଷ୍ୟମାନଙ୍କୁ ଚିହ୍ନି ନେଇ ପାରିବା । ଏବଂ ସବାଆଗ ମଣିଷମାନଙ୍କୁ ଚିହ୍ନି ପାରିବାରେ ସୁଖ ପାଇଲେ ଯାଇ ଏହି ଭୂମିରେ ଆପଣାକୁ ସବାଆଗ ବାବୁଟିଏ, ହାକିମଟିଏ କିମ୍ବା ନାଗରଟିଏ ନୁହେଁ, ସନ୍ତାନଟିଏ ରୂପେ ଆବିଷ୍କାର କରି ପାରିବା । ତରିଯିବା-ସନ୍ତାନଟିଏ ହୋଇଗଲେ ଏଠି ଚତୁର୍ଦ୍ଦିଗରେ ଆମର ଯାବତୀୟ କ୍ରିୟାଶୀଳତାରେ ଏହି ଭୂମିଟି ଆମକୁ ଜନନୀର ଅନୁଭବ ଆଣି ଯୋଗାଇ ଦେବ । ମାଆଟା ଧାନକୁଟୀ ହୋଇ ରହିଛି ବୋଲି ଆମକୁ ସତକୁ ସତ ଲାଜ ମାଡ଼ିବ । ତା’ ପରେ ଆମେ ଏହି ଭୂମିଟିକୁ ନେଇ ଦେଖାହୋଇଥିବା ସ୍ଵପ୍ନଗୁଡ଼ିକର ଯୋଗ୍ୟ ବି ହୋଇପାରିବା-। ରାତି ପାହି ଆସିଲା ପରି । ପ୍ରତ୍ୟକ୍ଷ ଅନୁଭବମାନ ହେବାକୁ ଲାଗିବ ।

Image

 

ଦୁଇ ଜଗତୀକରଣର ଯୁଦ୍ଧ

 

ଯାବତୀୟ ଚଳନ୍ତି ଦୃଷ୍ଟିରୁ ଦେଖିଲେ ଆମେରିକା ଆମ ବର୍ତ୍ତମାନର ଏହି ପୃଥିବୀରେ ସବା ଉପରେ ରହିଛି । ସବା ଆଗରେ ରହିଛି କି ନାହିଁ, ସେକଥା କହିବାରେ ହୁଏତ ଦ୍ଵିଧା ରହିବ, କିନ୍ତୁ ସବା ଉପରେ ଅବଶ୍ୟ ରହିଛି । ଗୋଟାଏ ଚକ୍ରବର୍ତ୍ତୀ ପରି ଭାବୁଛି ଏବଂ ପରମ ସ୍ଵାଭିମାନ ସହିତ ସେହିଭଳି ଆଚରଣ ମଧ୍ୟ କରୁଛି । ଆମେରିକା ଅର୍ଥାତ୍ ଆମେରିକା ନାମକ ଘରର ବର୍ତ୍ତମାନ କାରିନ୍ଦା ହୋଇ ରହିଥିବା ଆମେରିକା ରାଷ୍ଟ୍ର । ସେହି ରାଷ୍ଟ୍ର ପାଇଁ ଗୋଟାଏ ଅନନ୍ୟ ମଉକାର ସମୟ । ଏକାଧାରରେ ସାହୁକାର, ପୃଥିବୀଟା ଯାକର କାନ ଧରି ବସ ଉଠ କରାଇ ପାରିବାର ଅତୁଳ ଓ ଅପ୍ରମିତ ରାଜନୀତିକ ବ୍ୟୁହମାନଙ୍କୁ ଜାରି କରି ରଖିବାର ନାହିଁ ନଥିବା କ୍ଷମତା-। କେତେ ନା କେତେ ଅସ୍ତ୍ର, ତା’ର ପଲ ଭିତରେ ନିରାପଦ ହୋଇ ରହିବାକୁ ପଶିଥିବା କେତେ ନା-। କେତେ ଗଧିଆଙ୍କର ପରାମର୍ଶଦାତା ଅର୍ଥାତ୍ ନିର୍ଭରଶିଳା। ଏହି ମଉକା କଦାପି । ସବୁବେଳେ ଆସେ ନାହିଁ । ତେଣୁ, ଆମେରିକା ଯେ ଏଡ଼େ ତୁରୁ ତୁରୁ ହୋଇ ତା’ ନିଜର ନିର୍ଦ୍ଦେଶ ପ୍ରମାଣେ ସବୁକିଛି ହୋଇଯାଉ ବୋଲି ଇଚ୍ଛା କରୁଛି, ସେହି କଥାଟିକୁ ବି ଖୁବ୍ ଭଲ କରି ବୁଝି ହେଉଛି । ଆମେରିକା ଚାହୁଛି, ତାହାରି ହିସାବଟା ଅନୁସାରେ ଏହି ବିଶ୍ୱ ନାମକ ସମ୍ପୂର୍ଣ୍ଣ ଜଙ୍ଗଲଟା ନିୟନ୍ତ୍ରିତ ହେଉ । ବିଶ୍ୱଶାନ୍ତି କହିଲେ ସିଏ ଯେଉଁ ଦରବାରୀ ଆନ୍ତର୍ଜାତିକ ବ୍ୟବସ୍ଥାଟାକୁ ବୁଝୁଛି, ସେଇଟା ହିଁ ତାହାରି ସଲାଗୁଡ଼ାକୁ ମାନି ତତ୍‌କ୍ଷଣାତ୍ କାଏମ୍ ହୋଇଯାଉ । ନବାବମାନେ ଦୁଯୌଗ ପଡ଼ିଲେ ନିଜର ନଗୁଡ଼ାକୁ ଏପରି କାମନାବହଳ ଭାବରେ ଭାବନ୍ତି ଯେ, ସେଇଟା କାର୍ଯ୍ୟକାରୀ ହୋଇ ନପାରିଲେ ଖୁମାଣ କର, ଖୁବ୍ ଧମକ ଦିଅନ୍ତି- ବିଚରା ଉପସ୍ଥିତ କାକର ବିବେକଟାକୁ ମୋଟେ ସହି ପାରନ୍ତି ନାହିଁ ।

 

ପ୍ରାୟ ଦୁଇଶହ ସରିକି ପ୍ରତିନିଧି ଦେଶକୁ ନେଇ ଗୋଟାଏ ପୃଥ୍ଵୀମସଂଗଠନ ରହିଛି ବୋଲି ଆମେରିକା ରାଷ୍ଟ୍ରକୁ ଭାବିବା ନିମନ୍ତେ ଆଉ ଧୈର୍ଯ୍ୟ ପାଉନାହିଁ । ସେହି ସଭାରେ ପ୍ରତ୍ୟେକ ଦେଶର କେବଳ ଗୋଟାଏ ଭୋଟ ଅଛି ବୋଲି ଆମେରିକା ଇତି ମଧ୍ୟରେ ହୁଏତ ଭାରି ଖଞ୍ଜରେ ପାସୋରି ପକାଇଲାଣି । ପ୍ରାୟ ଦଶବର୍ଷ ପୂର୍ବେ ତାଙ୍କର ବାପା ଯୋଉ ଦେଶକୁ ଗିଳି ପକାଇବେ ବୋଲି ବାହାରିଥିଲେ ମଧ୍ୟ କାଳର ଆଉ ଏକ ଫିସାଦ ଦ୍ଵାରା ବାଧ୍ୟ ହୋଇ ଘରକୁ ବାହୁଡ଼ି ଆସିଥିଲେ, ଇହାଦେ ପୁଏ ସେହି ଉତ୍ତାପରେ ସରସର ଗରଗର ହୋଇ ଅପୂର୍ଣ୍ଣ କାର୍ଯ୍ୟଟିକୁ ସଂପୂର୍ଣ୍ଣ କରିବେ ବୋଲି କେଡ଼େ ସରାଗରେ ବାହାରିଛନ୍ତି ଏବଂ ହୁଏତ ସେଥିପାଇଁ ଆଉ ଆଦୌ ତର ସହୁନାହିଁ । ସଭାଟାଯାକ ପ୍ରାୟ ସମସ୍ତେ ରହ ବୋଲି କହୁଛନ୍ତି । ପ୍ରତ୍ୟକ୍ଷ ତଥା ପରୋକ୍ଷ ଉଭୟ ରୀତିରେ କହୁଛନ୍ତି । ଆମେରିକା ମୋଟେ ଥୟ ଧରି ପାରୁନାହିଁ । ଯେଉଁ ହନୁଟା ବାପାଙ୍କର ଅମଳରେ ସେଠି ବସି ଖତେଇ ହେଉଥିଲା, ଏବେ ମଧ୍ୟ ସେହି ହନୁଟା ବସି ରହିଛି । ତେଣୁ ସତକୁ ସତ ମୋଟେ ଥୟ ହୋଇ ରହି ହେଉନାହିଁ । ଯୁଦ୍ଧଟା ଅବଶ୍ୟ ହେବ ବୋଲି ସୂପକାରମାନେ କାର୍ଯ୍ୟ ଆରମ୍ଭ କରିଦେଲେଣି । ଅତି କମରେ ସେଇ ହନୁଟା ଦେଶ ଛାଡ଼ି ଚାଲିଯାଉ, ସେତିକିରେ ମଧ୍ୟ ଆଶ୍ଚ ରହିଲା ପରି ଲାଗିବ ବୋଲି ଆମେରିକା ସୂଚିତ କରି ସାରିଲାଣି । ହନୁ ରାଜି ହୋଇଯାଉ, ତା ପାଇଁ ଆମେ ପୃଥିବୀର ଯେକୌଣସି ସ୍ଥାନରେ ସବୁକିଛି ଯୋଗାଡ଼ କରିଦେବୁ । ହଁ, ହନୁ ଚାଲିଯିବା ପରେ ଯେପରି ସେଠାରେ ଆଉ କେହି ହନୁ ହୋଇ ବସିବାର କୌଣସି ସମ୍ଭାବନା ରହିବ ନାହିଁ । ସେହି କାର୍ଯ୍ୟଟି ମଧ୍ୟ ଆମେରିକାର ରାଷ୍ଟ୍ର ତରଫରୁ ଠିକା ନିଆଯିବ, ସେଠାରେ ଆମେରିକାର ସେନାପତି ଶାସକ ହୋଇ ବସିବେ ଏବଂ ଦେଶଟାକୁ ଏପରି ବୁଦ୍ଧିମତ୍ତା ସହିତ ସଜାଡ଼ି ଦେବେ ଯେ ସେଠାରେ ଆଉ କେହି ହେଲେ କେବେ ଚଗଲା ହେବେ ନାହିଁ । କେତେ ବେଶି ନିଶା ଖାଇଥିଲେ ଯେ ଆମର ଏହି ସାଂପ୍ରତିକ ପରିମଳ ଗୁଡ଼ିକର ପୃଥିବୀରେ ଲଜ୍ଜାରହିତ ହୋଇ ସେକଥା କହିହେବ, ଆମେରିକାକୁ ସେକଥା ଆଉ କିଏ ପ୍ରକୃତରେ ବୁଝାଇ ଦେଇ କହିପାରିବ ? ଦ୍ଵିତୀୟ ମହାଯୁଦ୍ଧ ପରେ ପରାସ୍ତ ହୋଇଥିବା ଜର୍ମାନୀଟାକୁ ସେହିପରି ପୂରାସଜାଡ଼ି ଦେବା ସକାଶେ ତତ୍କାଳୀନ ବିଜୟୀମାନେ ବି ଯେଉଁ ବାଚାଳ ବକ୍ତବ୍ୟମାନ ଦେଇଥିଲେ, ସେଥିରେ ମଧ୍ୟ ଆମେରିକାର ରାଷ୍ଟ୍ରଟା ନେତା ପରି କାର୍ଯ୍ୟ କରିଥିଲା ।

 

ଏହି ଜମିଦାରିଆ ଜଗତୀକରଣର ସମାନ୍ତର ଭାବରେ ଜଗତ ମଧ୍ୟ କେତେ ମନ୍ତେ ବୃଦ୍ଧିଲାଭ କରିପାରିଛି, ଅଙ୍ଗେ ନିଭାଇଛି ଏବଂ ଶିକ୍ଷା କରିଛି । କ୍ରମ-ପରିପକ୍ଵ ହୋଇଛି । ରାଷ୍ଟ୍ର ତଥା ରାଷ୍ଟ୍ରୀୟ କ୍ଷମତାର ସୁମାରି ଦ୍ଵାରା ନୁହେଁ, ବିଶ୍ୱମୟ ଲୋକଭାଗ୍ୟକୁ ଗୋଟିଏ ସଦ୍‌ଭାବନା ତଥା ଭବିଷ୍ୟ-ଚିତ୍ରର ବେଢ଼ ଭିତରକୁ ସମାରି ଆଣି ଜଗତର ମାନବସମୂହ କେତେ ଅଭୂତପୂର୍ବ ବିଶ୍ଵାସରେ ସ୍ଵପ୍ନ ଦେଖିଲେଣି । ପୃଥିବୀଯାକର ବିଦ୍ୟା, ବିଜ୍ଞାନ, ବିଚାର ତଥା ବିବେକ ସେହି ପ୍ରୟାସଟିରେ ସତେଅବା ଆପଣାର ଦକ୍ଷିଣ ହସ୍ତଟିକୁ ପ୍ରସାରିତ କରି ଦେଇଛି । ପୁରୁଣା ଛାଞ୍ଚ ଗୁଡ଼ିକ ଉପରେ ଏପରି ଏକ ସମନ୍ୱୟ କ୍ରମେ ଦାନା ବାନ୍ଧି ଆସିଛି, ଯାହାକୁ.ସକଳ ସଂଗତି ସହିତ କେବଳ ଏକ mutal concern ବୋଲି କୁହାଯାଇ ପାରିବ । ଏହା କୌଣସି ରାଷ୍ଟ୍ରୀୟ ଅଥବା ବାଣିଜ୍ୟିକ concern ଆଦୌ ନୁହେଁ, ଏହା ଏକ ସର୍ବମାନବିକ ଏବଂ ସାର୍ବଜାଗତିକ concern; ଅର୍ଥାତ୍, ଏହି ବିଶ୍ଵ ଆମ ସମସ୍ତଙ୍କର, ଏଠାରେ ଆମେ ସମସ୍ତେ ରହିବା, ସମସ୍ତେ ନିଜ ନିଜ ତାରାଟି ଅନୁସାରେ ବାଟ ଚାଲିବା, ପରସ୍ପର ଠାରୁ କେତେ ନା କେହେଁ ଫରକ ହୋଇ । ରହିଥିଲେ ମଧ୍ୟ ସତେ ଅବା ସେହି ଗୋଟାଏ କଲ୍ୟାଣକାରୀ ନିୟତିକୁ ପରିପୂର୍ଣ୍ଣ କରିବାର ମାର୍ଗରେ ପରସ୍ପରର ଗୋଟାସୁଦ୍ଧା କତି ହୋଇ ରହିଥିବା । ଆମେ ଏହାକୁ ହଁ ଆମ ଏକାଳର ସେହି ଅନ୍ୟ ଅଥଚ ଅସଲ ଜଗତୀକରଣର ପ୍ରକ୍ରିୟା ବୋଲି କହିପାରିବା । ସେହି ପ୍ରକ୍ରିୟାଟି ଯେ କ୍ରମେ ବିଶ୍ୱ ତମାମ ଅଧିକରୁ ଅଧିକ ପ୍ରାଞ୍ଜଳ ଏବଂ ସୌଜାର ହୋଇ ଉଠୁଛି, ତାହାହିଁ ଆମ ପୃଥିବୀର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଖବର । ଗୋଟାଏ ନୂଆ ଆଖୁ ଏହି ପୃଥିବୀରେ ସତେଅବା ଆମ ସମସ୍ତଙ୍କର ଅସଲ ଆଖି ହୋଇ ଖୋଲିବାକୁ ଆରମ୍ଭ କଲାଣି, ଯାହାକି ପୁରୁଣା ଯାବତୀୟ ହିସାବ ଓ ଅକଲନୀତିକୁ ନିତାନ୍ତ ଅଳପ ବୋଲି ଦର୍ଶାଇ ଦେବ ତଥା ଗୋଟିଏ ପୂର। ପାହାଚ ଡି ଆଇଁ ନେଇ ଏହି ମନୁଷ୍ୟ-ମହାଖଣ୍ଡକୁ ଆହୁରି ବହୁତ କିଛିର ଭାଜନ କରାଇବ । ଏହି ଦୁଇ ଜଗତୀକରଣ ମଧ୍ୟରେ ଯେଉଁ ଯୁଦ୍ଧ, ସେଥିରେ ତୁମେ କୋଉ ଶିବିରରେ ରହିବ, ବନ୍ଧୁ ତୁମେ କହିଲ-! ଯଦି ଅସଲ ପଟଟିରେ ରହିପାରିବ, ତେବେ ଉଭୟ ଉଇଲିଅମ୍ ବ୍ରଶ୍ ଏବଂ ସଦ୍ଦାମ ହୁସେନ୍ ପରସ୍ପରର ବିରୋଧୀ ହୋଇ ନୁହେଁ, ସେହି ପୁରୁଣା ଏକା ଶିବିରଟାରେ ରହିଥିଲା ପରି ତୁମକୁ ଜଳ ଜଳ ହୋଇ ଦେଖାଯିବ । ସେମାନଙ୍କର ବଳଟା ସରିଆସିଲାଣି ବୋଲି ସେମାନେ ପରସ୍ପରକୁ ଭସ୍ମ କରିଦେବା ସକାଶେ ଏମିତି ପ୍ରଚଣ୍ଡ ହୋଇ ନାଚିବା ଲାଗି ବାହାରି ପଡ଼ିଛନ୍ତି । ସେମାନଙ୍କର ଧେଇ ଧେଇ ଗୁଡ଼ାକ ଯେତେ ଅଲଗା ଅଲଗା ପ୍ରକାରର ବୋଲି ପ୍ରତୀତ ହେଉଥିଲେ ମଧ୍ୟ ସେମାନେ ଯେ ସେହି ଏକା ରଜୁରେ ଗୁନ୍ଥା ହୋଇଛନ୍ତି, କାଳଟାକୁ ପଚାରି ପାରିଲେ ତୁମକୁ ସେହି ସିଧା ଉତ୍ତରଟି ଅବଶ୍ୟ ମିଳିଯିବ ।

 

ନୂଆ ଜଗତୀକରଣର ଏହି ଆହ୍ଵାନଟି ପୁରୁଣା ସାମ୍ରାଜ୍ୟକରଣର ସେହି ସୃଷ୍ଟିକ୍ଷୟକାରୀ ଆଣ୍ଟଟା ବିରୋଧରେ ପ୍ରତିବାଦ କରୁଛି । ସେହି ଆମେରିକାରେ ହିଁ ହଜାର ହଜାର ମଣିଷ ନିଜ ରାଜାଟାର ବାଟ ଓଗାଳିବେ ବୋଲି ବିକ୍ଷୋଭ କରି ରାସ୍ତାକୁ ବାହାରିଲେଣି । ପ୍ରତ୍ୟହ ବିକ୍ଷୋଭ ହେଉଛି ଏବଂ ଅଧିକରୁ ଅଧିକ ମଣିଷଙ୍କୁ ସାମିଲ କରାଉଛି ସେହି ଅସଲି ଜଗତୀକରଣଟିର ପ୍ରକ୍ରିୟା । ଏବଂ, ଜର୍ମାନୀ ସମେତ ଇଉରୋପ ମହାଦେଶୀୟ ଭୂଖଣ୍ଡଟାରେ ମଧ୍ୟ ଲୋକମାନେ ପ୍ରତିବାଦ କରି ବାହାରିଲେଣି । ସେମାନେ ଯେ ସଦ୍ଦାମ ହୁସେନ୍‌ଙ୍କୁ ସମର୍ଥନ କରି ରାଷ୍ଟ୍ରମୁଖ୍ୟ ଉଇଲିଅମ୍ ବୁଶଙ୍କ ବିରୋଧରେ ବାହାରିଛନ୍ତି, ସେକଥା ଆଦୌ ନୁହେଁ । ସେମାନେ ଏପରି ଆଉ କିଛିର ଉତପ୍ରେରଣା ଲାଭ କରି ବିକ୍ଷୋଭ କରୁଛନ୍ତି, ଯାହାର ମୁହୁର୍ତ୍ତଟି ଆସି ପହଞ୍ଚି ଯାଇଛି । କୋଉ ବୋମାର ସାଧ୍ୟ ଅଛି, ସେମାନଙ୍କୁ ଧମକାଇ ଅଟକାଇ ରଖିବ ଏବଂ କୋଉ ବିତ୍ତବଳର ସାଧ ଅଛି, ସେମାନଙ୍କର ମୁହଁକୁ ବନ୍ଦ କରିଦେଇପାରିବ ? ସଂଯୁକ୍ତ ରାଷ୍ଟ୍ର ସଂଘରେ ସେହି ଅଭିନବ ଯୁଦ୍ଧଟି ନିମନ୍ତେ ନୂଆ ନୂଆ ମେଳ ଏବଂ ମେଣ୍ଟମାନେ ଗଠିତ ହୋଇ ଆସିଲେଣି । ଏ ଭେଟୋର ବିରୋଧ କରିବା ନିମନ୍ତେ ସେ ଭେଟୋଟା ଖୋଲାଖୋଲି ପ୍ରସ୍ତୁତ ହୋଇଯାଉଛି । ଶୀତଳଯୁଦ୍ଧ ସମୟରେ ତ ଉଭୟ ପକ୍ଷରେ ପ୍ରଧାନତଃ ଗୋଛାଏ ଗୋଛାଏ ଗୋଲାମ ରହିଲେ ଓ ତେଣୁ ସତେଅବା ଗୋଟାଏ ମିଛ ଯୁଦ୍ଧ ହିଁ ଲାଗି ରହିଥିଲା । ବିଧାତାଙ୍କର କେଡ଼େ ବଡ଼ କରୁଣା ଯେ, ସେଇ ବିକ୍ଷୋଭ ଏବଂ ପ୍ରତିବାଦର ପ୍ରଦର୍ଶନ ଭାରତବର୍ଷରେ ମଧ୍ୟ ହେଉଛି, ଦିଲ୍ଲୀରେ ହେଉଛି, ଭୁବନେଶ୍ଵରରେ ହେଉଛି । ତଥାପି ପୂରା ପାଚିନଥିବା ପରି ହେଉଛି । ଏଗୁଡ଼ାକ ଆମେରିକା-ବିରୋଧୀ ଏକ ଅନ୍ୟ ମତଲବରେ କରାହେଉଥିବା ପରି ମନେ ହେଉଛି । ସେହି ପୁରୁଣାକାଳର ହିସାବଟା ଅନୁସାରେ ରାଜନୀତିବାଲାଏ ଏସବୁ କରାଉଛନ୍ତି । ତେଣୁ, ହୁଏତ ଅସଲ ଜଗତୀକରଣର ପ୍ରକୃତ ଶିବିରଟିରେ ସେମାନେ ଆଦୌ ସାମିଲ ହୋଇନାହାନ୍ତି । କାରଣ, ସିଧା ସତ କଥାଟି ହେଉଛି ଯେ, ଅସଲ ଜଗତୀକରଣର ଆବେଦନଟି କେବଳ ରାଜନୀତିର ଚତୁର ଖେଳଟା ଭିତରେ ମୋଟେ ସୀମାବଦ୍ଧ ହୋଇ ରହିନାହିଁ । ଆମ ଗାଁଟି ପାଇଁ ମଧ୍ୟ ତାହାର ଏକ ଆବେଦନ ରହିଛି । ଆମ ପିଲାଏ ଏଠି ଯେଉଁ ଇସ୍କୁଲମାନଙ୍କୁ ପାଠ ପଢ଼ି ଯାଉଛନ୍ତି, ସେଗୁଡ଼ିକ ନିମନ୍ତେ ମଧ୍ୟ ତାହାର ଅବଶ୍ୟ ବାର୍ତ୍ତାଟିଏ ରହିଛି । ଯେଉଁ ମାଦଳ ସାମନ୍ତବାଦୀ ଅମଙ୍ଗଟା ଆମ ଦେଶରେ, ଆମର ଗାଆଁରେ ଓ ଆମର ରାଜଧାନୀରେ କୋଟି କୋଟି ମଣିଷଙ୍କ ଉପରେ ଘୋଡ଼ା ଚଢ଼ି ବସିଛି, ସେଇଟାର ବହୁବିଧ ପରିଚର୍ଯ୍ୟାଗୁଡ଼ାକ ଏଠି ଲାଗି ରହିଥିବା ପର୍ଯ୍ୟନ୍ତ ନୂଆ ଜଗତୀକରଣର ବିବେକଟି ଆମ ଏଠାକୁ ଆସି ତଥାପି ଭଣ୍ଡୁର ହୋଇ ଯାଉଥିବାର ଭୟଟା ଅବଶ୍ୟ ରହିଥିବ । ନୂଆ ନୂଆ ଅବସର ସୃଷ୍ଟି କରି ଭାରତବର୍ଷରେ ମଣିଷମାନଙ୍କୁ ବଳଦ କରି ରଖୁଥିବା ମାଫିଆମାନେ ଆମକୁ ହୁଏତ ଚଉବନଟା ବାଚାରେ ଭୂତାଇ ଭଣ୍ଡାଇ ଯୋଉଠି ସେଠି ପକାଇ ରଖିବେ । ଜଗତୀକରଣ କହିଲେ ଭାରତବର୍ଷରେ ଆମ ଅପାକଳ ତଥା ଭୀରୁ ନେତୃତ୍ଵମାନେ ପ୍ରଧାନତଃ "ଆମେରିକାର ବିରସ୍ଵାର୍ଥ ହେତୁ ଉପୁଜିଥିବା ବିଡ଼ମ୍ବନାଗୁଡ଼ିକୁ ଯେ ବୁଝୁଛନ୍ତି ଓ ସେହିଗୁଡ଼ିକ ବିଷୟରେ ଆମକୁ ଉସୁକାଇ ଦେଇ ଏଠି ନିଜ ଘରଟିର ଅସଇ ଆହାନଗୁଡ଼ିକ ଠାରୁ ହୁଡ଼ାଇ ରଖିବାର ଚକ୍ରାନ୍ତ କରିଛନ୍ତି, ଏବେ ଯାଇ ସେହି କଥାଟିର ନିହିତ ମର୍ମଗୁଡ଼ାକୁ ବୁଝି ହେଉଛି-। ତଥାପି, ବହୁତ ଆଶାର କଥା ଯେ, ବିଶ୍ୱ ସମଗ୍ରର ସେହି ଅସଲ ଉଦ୍‌ବେଳନର ପ୍ଲାବନଟି ଭାରତବର୍ଷକୁ ମଧ୍ୟ କ୍ରମଶଃ ସଂକ୍ରାମିତ କରିନେବ, ଦେଶଟାକୁ ଏକାଧିକ ତଥାକଥିତ ଅସାମର୍ଥ୍ୟ ଜନିତ ଛଳଦ୍ଵାରା ଅନ୍ୟମନସ୍କ କରି ରଖିଥିବା ଖଳତା ଗୁଡ଼ାକୁ ଅବଶ୍ୟ ଧରା ପକାଇଦେବ । ଗୋଟାଏ ପାଖରେ ରାଷ୍ଟ୍ରୀୟତା, ଧର୍ମୀୟତା ଓ ତଦନୁରୂପ ଅଫିମଗୁଡ଼ାକୁ ସେବନ କରାଇ ମଣିଷମାନଙ୍କୁ ଶୁଆଇ ପକାଇବାର ଚକ୍ରାନ୍ତ ଏବଂ ଅନ୍ୟପକ୍ଷରେ ଏକ ଅନ୍ୟ ଜଗତୀକରଣ ନିମନ୍ତେ ନିଦ ଭାଙ୍ଗି କ୍ରିୟାଶୀଳ ହେବା ଏବଂ ସେହି କ୍ରିୟାଶୀଳ ହେବାରେ ପରସ୍ପରକୁ ଠାବ କରି ବାହାରିବା, ଆମକୁ ଗୋଟିଏକୁ ବାଛିନବାକୁ ପଡ଼ିବ । ଆମ ବାଛିନେବା ଅନୁସାରେ ହିଁ ଯୁଗର ବିଧାତା ଆମକୁ କାର୍ଯ୍ୟରେ ଲଗାଇବ । ପୃଥିବୀ ସତକୁ ସତ ଆମର ବାଟ ଚାହିଁ ବସିଛି । ଆମ ଗାଁରେ ବସିଛି, ଭାରତବର୍ଷରେ ମଧ୍ୟ ଆମଲାଗି ଅପେକ୍ଷା କରି ରହିଛି । ଆମେ ଯେଉଁପରି ବାଛିବା, ଆମର ପରୀକ୍ଷା ଠିକ୍ ସେହି ଅନୁସାରେ ହେବ, ହୋଇ ହୋଇ ଯାଉଥିବ ।

Image

 

Unknown

କବିବରଙ୍କ ପରମ୍ପରା

 

କି ଥିଲା ଏ ରାଜ୍ୟ କି ହୋଇଛି ଆଜ, କବିବର ରାଧାନାଥଙ୍କର ଗୋଟିଏ । କାବ୍ୟ ପୁସ୍ତକରେ ଏଇଟି ହେଉଛି ଗୋଟିଏ ଧାଡ଼ି । ରାଜ୍ୟ କହିଲେ ରାଧାନାଥ ସେହି ଧାଡ଼ିଟିରେ ଓଡ଼ିଶାକୁ ହିଁ କଳ୍ପନା କରିଛନ୍ତି । ଓଡ଼ିଶା ରାଜ୍ୟ କୌଣସି ପୂର୍ବ ଯୁଗରେ ପ୍ରକୃତରେ କ’ଣ କିପରି ଥିଲା କି ନାହିଁ, କବିବର ସେ କଥାଟିକୁ ଥୟ କରି ଜାଣିବା ସକାଶେ ହୁଏତ କୌଣସି ଚେଷ୍ଟା କରିନଥିଲେ । ସତକୁସତ ରାଜ୍ୟଟି କ’ଣ ଥିଲା, ସେହି କଥାଟିକୁ ଅନ୍ତତଃ କିଂଚିତ୍ ସ୍ଥଳ ଭାବେ ଜାଣିନଥିଲେ ତାହା ସଂପ୍ରତି ଏପରି ଦୟନୀୟ ସ୍ଥିତିକୁ ଚାଲି ଆସିଲା ବୋଲି ମୁଁ ପୁଣି କିପରି କହିପାରିବି ! କାବ୍ୟନହସରେ ଭାସିଯାଇ କବିବର ରାଧାନାଥ ଆମକୁ ଏହିଭଳି ଏକ ବିଳାପର ବାୟୁଝଡ଼ରେ ଖୁସିରେ ଖୁସିରେ ଉଡ଼ାଇ ନେବାକୁ ଇଚ୍ଛାକରି ନାହାନ୍ତି ତ ? କବିମାନେ ଯଦି ସବୁ କରିପାରନ୍ତି, ତେବେ ଏହି କଥାଟିକୁ ମଧ୍ୟ କାହିଁକି କରି ନପାରିବେ ? କବି ରାଧାନାଥଙ୍କର ସାହିତ୍ୟ ବିଷୟରେ ଆଲୋଚନା କରିଥିବା ଗୋଟିଏ ବହିରେ ତାଙ୍କୁ ଯୁଗପ୍ରବର୍ତ୍ତକ ବୋଲି କୁହାଯାଇଛି । ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସିଏ ହେଉଛନ୍ତି ଏକନମ୍ବର ପ୍ରବର୍ତ୍ତକ । । ଆଧୁନିକ ମନୋଦୃଷ୍ଟିର ପୋଷଣ କରିବା କହିଲେ ସଚରାଚର ପଛକୁ ନୁହେଁ, ସାମ୍ନାକୁ । ହିଁ ଅନାଇବାର ପ୍ରବୃଭିଟିକୁ ବୁଝାଇ ଆସିଛି । ସାମ୍ନା ଅର୍ଥାତ୍ ଅତୀତ ନୁହେଁ, ଭବିଷ୍ୟତ ଏବଂ, ଏହି ସନ୍ଦର୍ଭରେ ପୂରାପୂରି ସତକଥାଟି ମଧକୁ ଦେଖୁ ସୁସ୍ଥ ଭାବରେ କହି ହେଉଛି ଯେ, ଭବିଷ୍ୟତଟି ମଧ୍ୟକୁ ସୁସ୍ଥ ଭାବରେ ଦୃଷ୍ଟିପାତ କରି ପାରିବାକୁ ହେଲେ ଆମକୁ ଆଗ ପ୍ରାୟ ଏକ ଅପରିହାର୍ଯ୍ୟ ପୂର୍ବସର୍ତ୍ତ ସ୍ଵରୂପ ନିଜ ଚତୁର୍ଦ୍ଦିଗକୁ ମଧ୍ୟ ଅନାଇବାକୁ ପଡ଼ିବ । ବର୍ତ୍ତମାନଟି ସହିତ ଏକ ଛଳନାରହିତ ଅଙ୍ଗୀକାରବଦ୍ଧତା ସହିତ ଆପଣାର ସକଳ କ୍ରିୟାଶୀଳ ଶ୍ରଦ୍ଧାଗ୍ରହଗୁଡ଼ିକୁ ନେଇ ଯୋଡ଼ିବାକୁ ପଡ଼ିବ । ବତ୍ତର୍ମାନ ଭିତରେ ଛିଡ଼ା ହୋଇ ସେଇଥିରୁ ପ୍ରେରଣାଲବ୍ଧ ଅନ୍ଦାଜଗୁଡ଼ିକର ବଳରେ ହିଁ ଭବିଷ୍ୟତର ଆବାହନ କରିବାକୁ ପଡ଼ିବ ।

 

ନଚେତ୍ ଆମର ଯାବତୀୟ ପ୍ରୟାସ ଭିତରେ ବହୁ ଅସୁସ୍ଥତା ପଶିଯିବ, ଗୁଡ଼ାଏ । ଭାବପ୍ରବଣ ପଳାୟନ ଆମକୁ ଭଣ୍ଡାଇ ଓ ମଜାଇ ରଖୁ ପାରୁଥିବେ ସିନା, ଯାବତୀୟ ଆଧୁନିକ କୁହାଯାଇ ପାରୁଥିବା ସମର୍ଥତା ଠାରୁ ଆମକୁ ଏକାଧିକ ଅପକୌଶଳରେ ବହୁ ଦୂରରେ ନେଇ ପକାଇ ରଖିଥିବେ । ହଁ, ଆମେ କେତେ କେତେ କଳାତ୍ମକ ଉତ୍ସାହରେ ବହୁ ନିଷ୍ଠାର ପ୍ରଦର୍ଶନ କରୁଛୁ ବୋଲି ଭାବି ରୋଦନ କରିବାରେ ଲାଗିଥିବା ସିନା, ମାତ୍ର ତଥାପି ଖୋଜେ ହେଲେ ବି ଆଗକୁ ଯାଇ ପାରୁନଥିବା । କବି ରାଧାନାଥଙ୍କ ପରେ ଓଡ଼ିଶାରେ ସେହି ପଛକୁ ଅନାଇବାଟା ଗୋଟାଏ ପ୍ରାୟ ନଛୋଡ଼ବନ୍ଦା ପରମ୍ପରାରେ ମଧ୍ୟ ପରିଣତ ହୋଇଗଲା କି ? ରାଧାନାଥଙ୍କ ପରେ ବିଗତ ଏହି ବହୁ ଦଶନ୍ଧି ମଧ୍ୟରେ ପୃଥିବୀରେ କେତେ କ'ଣ ଘଟିଲା, ପୁରୁଣା ମୋହ କେତେ କ’ଣ ତୁଟିଲା, ନୂଆ ନୂଆ ପ୍ରସ୍ଥମାନ ସଂପୃକ୍ତ ସମସ୍ତଙ୍କୁ ଅଭିଭୂତ କଲା ପରି ଉନ୍ମୋଚିତ ହୋଇଗଲେ । ଆମ ଭାରତବର୍ଷରେ ମୁଁ କେତେ କଣ ଘଟିଲା, ଏବଂ ଭାରତରେ ଘଟିବା ହେତୁ ଓଡ଼ିଶାରେ ମଧ୍ୟ ଘଟିଲା । ନିଜର ଭୂଇଁଟିକୁ ନିବିଡ଼ତର ଭାବରେ ଚିହ୍ନି ଓ ଉପସ୍ଥିତ ନୂଆ ନୂଆ ଆହ୍ଵାନ ଅର୍ଥାତ୍ ଆବଶ୍ୟକତା ଗୁଡ଼ିକୁ ଯଥାସମ୍ଭବ ବହୁପ୍ରସ୍ଥଯୁକ୍ତ ଭାବରେ ଘ୍ରାଣ କରିପାରି ସେଗୁଡ଼ିକ ସକାଶେ ଯୋଗ୍ୟତର ହୋଇ ତିଆରି ହେବାର ମୁହୁର୍ତ୍ତମାନେ ଆସି ପହଞ୍ଚିଗଲେ । ସ୍ଵାଧୀନ ଭାରତବର୍ଷର ଦୀର୍ଘ ପଚାଶ ବର୍ଷ ଅତିବାହିତ ହୋଇଗଲା । ତଥାପି ଆମ ଏଠାରେ ଏତେ ଏତେ ଜାଣିବା ଶୁଣିବା ଲୋକ ପଛକୁ ଅନାଇ ଫୁଲେଇ ହେବାକୁ କାହିଁକି ପସନ୍ଦ କଲେ କେଜାଣି ? ଫୁଲେଇ ହେଲେ ଏବଂ ରୋଦନ କଲେ । ଅତୀତଟାକୁ ଅତ୍ୟନ୍ତ ଅସୁସ୍ଥ ନାନା ସରାଗ ସହକାରେ ଖୋଳି ତାଡ଼ି ଆପଣାର ରୋଦନଗୁଡ଼ିକ ନିମନ୍ତେ ସତେଅବା କେତେ କେତେ ସରଞ୍ଜାମକୁ ଠାବ କରି ଆଣିଲେ । ଅନ୍ଧାର ରହିଲା, ଦୂରତାମାନେ ରହିଲେ, ଭିତରେ କେତେ ନା କେତେ ଗଭୀରରେ ଗୋଟାସୁଦ୍ଧା ଅମଙ୍ଗ ହୋଇ ରହିଥିବା ନାନା ହୀନମନ୍ୟତା ବାହାରେ ବହୁ ଉଗ୍ରମନ୍ୟତାର ଦୌରାତ୍ମ୍ୟ ବାହାର କଲେ ଏବଂ ସମ୍ମଖଟା ପାଖରେ, ଉପସ୍ଥିତଟା ପାଖରେ ଚୋର ହୋଇ ରହିଲେ । ଓଡ଼ିଶାରେ କୌଣସି ପାପର ଫଳରେ ଦେବୀ ବୀଣାପାଣିଙ୍କର କରୁଣା ଏଠାରେ ଉଣା ହୋଇ ରହିଛି ବୋଲି କବିବର ରାଧାନାଥ ତାଙ୍କୁ କାବ୍ୟରେ ଯାହା ଅନୁମାନ କରିଥିଲେ, ସେହି ଅନୁମାନଟା ହିଁ ଏଠି ଆହୁରି ବହୁ କାଳକୁ ମହୁଡ଼ ମାରି ରହିଗଲା କି ? କବିବର ରାଧାନାଥଙ୍କର ସେହି ରୋଦନଧର୍ମୀ କାବ୍ୟବସାଣଟି–ଏଇଟକୁ ଆଉ ସାହିତ୍ୟର ଏକ ବିଶେଷ ଶୈଳୀ ବୋଲି କୁହାଯାଇ ପାରିବ କି ? କେବଳ ସାହିତ୍ୟରେ ନୁହେଁ, ଜୀବନରେ ମଧ୍ୟ ଆମ ଅବଲୋକନ କରିବାର ଗୋଟିଏ ଶୈଳୀବୋଲି କୁହାଯାଇ ପାରିବ କି ? ଜୀବନକୁ ଅବଲୋକନ କରିବାର ଅର୍ଥାତ୍ ଜୀବନର ଆହ୍ଵାନ ଗୁଡ଼ିକର, ସମ୍ମୁଖୀନ ହେବାର ? କିମ୍ବା, ରୋଦନକୁ, ନିତାନ୍ତ କାମୁକ ଭାବରେ ଅତୀତଟାକୁ ଝୁରିବାର ସେଇ ରୀତିଟାକୁ ପଳାୟନ କରିବାର ଏକ ପରମାକର୍ଷକ ପଥ ବୋଲି କୁହାଯାଇ ପାରିବ କି ? ଓଡ଼ିଶାରେ ଉପରେ ଏଠି ସାମୂହିକ ଆପ ଜୀବନଟାର ପ୍ରାୟ ସବୁକିଛିର ଆତଯାତ କରାଉଥିବା ଜାଗରୂକମାନଙ୍କର ଏକ ରୀତି ରୂପେ ସେଇଟି ସତେଅବା ଆମକୁ ନିତାନ୍ତ ଆନମନା କରି ରଖୁଛି । ଭାରି ଦୁଷ୍ଟମନା କରି ରଖିଛି । ହଁ, ଜାଗରୂକ ସେହି ଅଳପ ମଣିଷମାନେ ଅଧିକ ପାଠ ପଢ଼ିଛନ୍ତି, ଅଧିକ ଲକ୍ଷ୍ମୀମନ୍ତ ହୋଇ ପାରିଛନ୍ତି । ସୌଭାଗ୍ୟର ଯାବତୀୟ କବଚ ଓ କୁଣ୍ଡଳ ସେହିମାନଙ୍କର ଅଙ୍ଗଭୂଷଣ ହୋଇ ରହିଛି । ସେମାନେ ରାଜ୍ୟଟାକୁ ଶାସନ କରୁଛନ୍ତି, ସେମାନେ ସହରରେ ବସି ମୁଲକଟା ଯାକର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି; ଯୋଜନା, ସେବା ଓ ଅଧାପନା ସେହିମାନଙ୍କର ଅଭିଆରରେ ରହିଛି । ସେହିମାନେ ହିଁ ଏଠି କଥାରେ ଅକଥାରେ ଏବଂ କ୍ଷେତ୍ରରେ ଅକ୍ଷେତ୍ରରେ ପଛକୁ ଅନାଇ ବାହୁନିବାରେ ଲାଗିଛନ୍ତି । ସବୁଥିଲା ଏବେ କାହିଁକି କୁଆଡ଼େ ଚାଲିଗଲା ବୋଲି ଅଭିଯୋଗ କରି ଆମକୁ ବାଉଳା କରି ରଖୁଛନ୍ତି । ପୂଜ୍ୟ ପୂଜା କହିଲେ ତୁଚ୍ଛା ପଛକୁ ଅନାଇ ଝିଙ୍ଗସି ହେବାକୁ ବୁଝାଇବ ବୋଲି ସେମାନେ କୋଉଠୁ ସୁରାଖ ପାଇ ଆସିଥିବା ଆମ କାନ୍ଧଗୁଡ଼ାକ ଉପରେ ସବାର ହୋଇ ବସିଛନ୍ତି କାହିଁକି କୋଜଣି ? ବହକାଲିଆ, ମାରି ମାରି ସେମାନେ ଆମକୁ ସିଧା ଖାରବେଳଙ୍କ ପର୍ଯ୍ୟନ୍ତ ନେଇଯିବାର ଚକ୍ରାନ୍ତ କଲେଣି । ଓଡ଼ିଶା କେବେ କଳିଙ୍ଗ ହେବ ବୋଲି ବିଳାପ କରିବାରେ ବହୁ ବୁଦ୍ଧିମତ୍ତାର ପରିଚୟ ଦେଲେଣି । ଓଡ଼ିଶାର ପରିଚିତିଟାକୁ ଠିକଣା ଦୈର୍ଘ୍ୟ ଏବଂ ପ୍ରସ୍ଥ ଦେଇ ଠଉରାଇବାର ବହୁ ଶରଧାରେ ମଧ୍ୟ ସେମାନେ ଆମକୁ ସେଇ ପଛଟା ଆଡ଼କୁ ହିଁ ଅଡ଼ାଇ ନେବାର ଫିସାଦ କରିବାରେ ଲାଗିଛନ୍ତି । ଓଡ଼ିଶା କହିଲେ ଆମେ ଯେଉଁପରି ଦୃଷ୍ଟତା ଓ ଧୃଷ୍ଟତାଗୁଡ଼ାକୁ ବୁଝିଛୁ, ଆଉ କେହି ସେପରି ନବୁଝିଲେ ବୋଲି ଆମେ ଠେଙ୍ଗାବାଡ଼ି ଧରି ବାହାରି ପଡ଼ୁଛି ଏବଂ ଓଡ଼ିଆ ଜାତିର ଘୋର ଅପମାନ ହେଲା ବୋଲି ଏହି ଘରଟା ଭିତରେ ହୁରି ପକାଉଛୁ-। ଜାତି କହିଲେ ଯେଉଁ ଭୂମିର ସାମ୍ବନ୍ଧିକ ସଂସ୍କାର ଗୁଡ଼ିକରେ ଶତାବ୍ଦୀ ଶତାବ୍ଦୀ ଧରି ପାଚକମାନଙ୍କୁ ହିଁ ବୁଝାଇ ଆସିଲା, ସେଠି ଓଡ଼ିଆ ଜାତି ବା ନେସନଟା ସତେଅବା ବିଶ୍ଵକର୍ମା ବ୍ରହ୍ମାଙ୍କ ଅମଳରୁ ରହି ଆସିଛି ବୋଲି ଅତୀବ ପୁଲକ ସହିତ ଆମେ ଘୋଷଣା କରି ପକାଇବାରେ ଆଦୌ କୌଣସି କୁଣ୍ଡାମଧ୍ୟ ଅନୁଭବ କରୁନାହୁଁ । ଏବଂ ପରସ୍ପର ମେଳରେ ଏକାଠି ବସି ନିଜ ଘରଟିର ନିନ୍ଦାଗାନ କରିବାରେ ମଧ୍ୟ ବହୁତ ଆମତ୍ମପ୍ରସାଦ ଲାଭ କରିବାରେ ଲାଗିଛୁ । ଏସବୁ କୌଣସି ସୁଚିନ୍ତିତ ଅବଚେତନସ୍ତରୀୟ ଷଡ଼ଯନ୍ତ୍ର ହେତୁ ହେବାରେ ଲାଗିଛି କି ? କବିବର ରାଧାନାଥ ଭାରି ମନେ ପଡ଼ିଯାଉଛନ୍ତି । ସମୀକ୍ଷକଙ୍କର ନିର୍ଣ୍ଣୟ ଅନୁସାରେ ସିଏ ଓଡ଼ିଶାରେ ଯେଉଁ ଯୁଗଟିର ପ୍ରବର୍ତ୍ତନ କରିଥିଲେ, ଆମର କୌଣସି ଅମଙ୍ଗପଣିଆ ହେତୁ ଆମେ ଏବେ ମଧ୍ୟ ସେଇଟା ମଧ୍ୟରେ ହିଁ ଉବେଇ ଟୁବେଇ ହେବାରେ ଲାଗିଛୁ କି ? ଏବଂ ଆମ ଭୂମି ନାମବାଚୀ ଭାଗ୍ୟଟା ଖାସ୍ ଆମରି ଚତୁରପଣର କବଳରେ ପଡ଼ି କୋଉ ସାଆନ୍ତମାନଙ୍କର କୁକ୍ଷିଗତ ହୋଇ ରହିଛି କି ?

 

ଭାବସରସର ହୋଇ ଅତୀତ ଭିତରକୁ ଧାଇଁ ପଳାଇବା ପଛରେ ସଚରାଚର ଯେଉଁ ମର୍ମକାରଣଟା ପାଷଣ୍ଡବତ୍ ରହିଥାଏ, ତାହା ହେଉଛି ଏକ ଉଦାସୀନତା । ଆମ ଚାରି ପାଖରେ ଆତଯାତ ହେଉଥିବା ମନୁଷ୍ୟମାନଙ୍କ ବିଷୟରେ ଏକ ଚରମ । ଉଦାସୀନତାର ଭାବନା । ଆମେ ଯଦି ସତକୁ ସତ ଓଡ଼ିଶାକୁ ନିଜର ଭୂମି ବୋଲି ସ୍ଵୀକାର କରିବାକୁ ଆଗ୍ରହୀ ହେବା, ତେବେ ସବାଆଗ ଉପସ୍ଥିତ ବର୍ତ୍ତମାନଟା ହିଁ ଦେଖାଯିବ ଏବଂ ବର୍ତ୍ତମାନ କହିଲେ ଏହି ବର୍ତ୍ତମାନଟାରେ ବାସ କରୁଥିବା ମନୁଷ୍ୟମାନଙ୍କୁ ହିଁ ବୁଝାଇବ ଏବଂ, ଆହୁରି ଅଧିକ ବଡ଼ ସତକଥାଟି ହେଉଛି ଯେ, ଏଠାରେ ମଣିଷମାତ୍ରକେ ସମସ୍ତେ ଠିକ୍ ଆମରି ପରି ମନୁଷ୍ୟ । ସେମାନେ ସମସ୍ତେ ଠିକ୍ ଆମରି ପରି ଏକ ସ୍ଵାଧୀନ ଦେଶର ନାଗରିକ । ସେମାନଙ୍କର ମଧ୍ୟ ନିଜ ନିଜର ସୁପ୍ତ ରହିଛି । ଏହି ଦେଶରେ ସେହି ସ୍ଵପ୍ନଗୁଡ଼ିକୁ ସାକାର କରି ଏହି ଭୂମି ନିମନ୍ତେ ଅଧିକରୁ ଅଧିକ ଯୋଗ୍ୟ ହେବା ଲାଗି ସେମାନଙ୍କର ପରିପୂର୍ଣ୍ଣ ଅଧିକାର ରହିଛି । ସେମାନେ ଆମ ପରି, ଠିକ୍ ଆମରି ପରି ନିଜର ପୁଅ-ଝିଅଙ୍କ ବିଷୟରେ ଅଲବତ୍ ଭାବିବେ, ଏକ ସନ୍ଦୀପନସମର୍ଥ ଜୀବନ ନିମନ୍ତେ ସେମାନଙ୍କୁ ଏହି ଦେଶରେ ସବୁକିଛି ଅବଶ୍ୟ ଖଞ୍ଜି ଦିଆଯିବ । ଅତୀତଟାକୁ ବାହୁନିବାର ଆନୁଷ୍ଠିନିକ ଅଭିନୟମାନ ଫାନ୍ଦି ଆମେ ସାମନ୍ତମାନେ ଆଉ କେତେଦିନ ପାଇଁ ସେମାନଙ୍କୁ ବଞ୍ଚିତ କରି ରଖୁଥିବା ? କାହିଁକି ବା ରଖୁଥିବା ? ଯେଉଁ ସାମନ୍ତବର୍ଗ ସ୍ଵାଧୀନ ଭାରତରେ ସବୁଯାକ ଭୋଗ ଓ ସୁଯୋଗକୁ ଏକାକୀ । ମାଡ଼ିବସିଛନ୍ତି, ସେମାନେ ହୁଏତ ଧରିନେଇଛନ୍ତି ଯେ, ଏଠାରେ ଆହୁରି କିଛି ସମୟ ଯାଏ ଅନ୍ଧାରିଟାକୁ ଜାରି କରି ରଖାଯାଇ ପାରିବ । ହୁଏତ ସେହି କାରଣରୁ ହିଁ ଏଠି ଶାସନଟା ଉଦାସୀନ ରହିଛି, ପାଠୁଆମାନେ ଉଦାସୀନ ରହିଛନ୍ତି । ସାହିତ୍ୟ ଉଦାସୀନ ରହିଛି । ଏବଂ ସେହି କାରଣରୁ ଏମାନେ ସକଳେ ହିଁ ଅଧିକରୁ ଅଧିକ ଅବକ୍ଷୟର କାରଣ ହୋଇ ରହିଛନ୍ତି । ଜୀବନକୁ ସତକୁ ସତ ଆନନ୍ଦ ଆଣିଦେଇ ପାରୁଥିବା ବହୁ ସହଜତାରୁ ଆପଣାକୁ ବଞ୍ଚିତ କରି ରଖିଛନ୍ତି । ଅତୀତରେ ସବୁ ରହିଥିଲା ବୋଲି କହି କାରୁଣ୍ୟ କରିବା- ଏଇଟି ହେଉଛି ଗୋଟାପଣେ ଏକ ଅଲକ୍ଷଣା ପରମ୍ପରା। ଅଲକ୍ଷଣାମାନଙ୍କର ପରମ୍ପରା । ବର୍ତ୍ତମାନ ଭୂମିଟାରେ ସେହି ଅଲକ୍ଷଣା ମାନଙ୍କର ହିଁ ରାଜତ୍ଵ ଅର୍ଥାତ୍ ଜୁଲମ ଚାଲିଛି । ଶାସନ ଜୁଲମ କରୁଛି, ହାକିମମାନେ ପରିପୂର୍ଣ୍ଣ ସମ୍ଭ୍ରମ ସହିତ ତୁଚ୍ଛା ଜୁଲମଗୁଡ଼ାକ ସ୍ଥାୟୀ ହୋଇ ରହିବାରେ ସହାୟତା କରୁଛନ୍ତି । ପାଠୁଆମାନେ କ’ଣ କମ୍ ଜୁଲମ କରୁଛନ୍ତି ? ଅସଲ କଥାଟ! ହେଉଛି, ଆମେ ସମସ୍ତେ ସର୍ବପ୍ରଥମେ ମଣିଷ, ଏବଂ ସେହି ସର୍ବପ୍ରଥମେ ମଣିଷମାନଙ୍କ ସକାଶେ ହିଁ ଦେଶକୁ ସ୍ୱାଧୀନତା ଆସିଛି ଏବଂ ସେହି ଅନୁସାରେ ସମ୍ବିଧାନଟିଏ ତିଆରି ହୋଇଛି । ସବୁ ମଣିଷଙ୍କର ପେଟ ପୂରିବ ସେଥିଲାଗି ଆବଶ୍ୟକ କର୍ମସଂସ୍ଥା ଗୁଡ଼ିକର ସୃଷ୍ଟି ହେବ । ସବୁ ମଣିଷଙ୍କ ପାଇଁ ନିର୍ଭରଯୋଗ୍ୟ ଏବଂ ଭୟମୁକ୍ତ ଏପରି ଏକ ମୂଳଦୁଆ ଯୋଗାଇ ଦିଆଯିବ, ଯାହାଫଳରେ ସେମାନେ ସମ୍ମାନର ସହିତ ବଞ୍ଚିରହି ପାରିବେ । ଯେଉଁମାନେ କେବଳ ନିଜଟା ବ୍ୟତୀତ ଆଉ କିଛି ହେଲେ ଅବା କାହାରିକୁ ହେଲେ ଦେଖ ପାରନ୍ତି ନାହିଁ, ସେମାନେ ଏକଥା ଅବଶ୍ୟ ହୃଦୟଙ୍ଗମ କରିବେ । ନହେଲେ ଗୋଳ ଉପୁଜିବ । ପୃଥିବୀର ଇତିହାସରେ ସର୍ବତ୍ର ଯାହା ହୋଇଛି, ଏଠାରେ ମଧ୍ୟ ସେହିକଥା ହେବ । ସାହିତ୍ୟ ଭିତରେ ପାରି କରୁଥିବା ସାହିତ୍ୟିକମାନେ ମଧ୍ୟ ଏଥିର ହୃଦୟଙ୍ଗମ କରନ୍ତୁ । ସେମାନେ ସତକୁ ସତ ସବାଆଗ ସବୁ ମଣିଷଙ୍କୁ ଦେଖିବାକୁ ସମର୍ଥ ହୁଅନ୍ତୁ । ସବାଆଗ ମଣିଷମାନଙ୍କୁ ସ୍ପର୍ଶ କରିପାରିଲେ ସେମାନେ ନିଜ ଭିତରେ ବି ଅବହେଳିତ ହୋଇ ରହିଥିବା । ମନୁଷ୍ୟମାଟିକୁ ଆବିଷ୍କାର କରିବାର ଭାଜନ ହେବେ । ଏବଂ ଆମ ସମସ୍ତଙ୍କୁ ନିମନ୍ତେ । ଓଡ଼ିଶା ଏକ ଜୀବନ୍ତ ଆହ୍ଵାନ ରୂପେ ଅନୁଭୂତ ହେବ । ପରସ୍ପରଠାରୁ ଅଧିକ ବଳ ମିଳିବ ବାହୁନା ବନ୍ଦ ହେବ । ଏବଂ ସ୍ଵୟଂ କବିବର ମଧ୍ୟ ସେଥିରେ କେତେ ଖୁସି ହେବେ ଏବଂ ଆମକୁ ଆଶୀର୍ବାଦ କରିବେ ।

Image

 

ପୁନର୍ବାର ପାସ୍ତରନାକ୍

 

୧୯୫୮ ମସିହାରେ ରୁଷିଆର କବି ବୋରିସ୍ ପାସ୍ତରନାକଙ୍କ ଦ୍ଵାରା ଲିଖିତ ‘ଡକ୍ଟର ଜିଭାଗୋ’ ଉପନ୍ୟାସ ସେବର୍ଷର ନୋବେଲ୍ ପୁରସ୍କାର ପାଇଲା ବୋଲି ଘୋଷିତ ହେବା ପୂର୍ବରୁ ହିଁ ପୁସ୍ତକଟି ମୋର ହସ୍ତଗତ ହୋଇ ସାରିଥିଲା । ବହୁ ବିଚକ୍ଷଣତା ଏବଂ ଅନ୍ତର୍ଦରଦ ଦ୍ଵାରା ସିକ୍ତୋଜ୍ଜ୍ଵଳ ହୋଇ ରହିଥିବା ଉପନ୍ୟାସଟିକୁ ପାଠ କରିବା ସଙ୍ଗେ ସଙ୍ଗେ ମୁଁ କ'ଣ ସବୁ ପାଞ୍ଚ ତାହାକୁ ଓଡ଼ିଆରେ ଅନୁବାଦ କରିବା ଆରମ୍ଭ କରି ଦେଇଥିଲି । ସେତେବେଳେ ଓଡ଼ିଆ ପୁସ୍ତକ ପ୍ରକାଶନର ସ୍ଥିତି ଯେଉଁଭଳି ଥିଲା, ଆମେ କେବଳ ଗ୍ରଛଟିର ପ୍ରଥମ ଭାଗଟିକୁ ବାହାର କରିପାରିଲୁ । ସଂପୂର୍ଣ୍ଣ ଉପନ୍ୟାସଟି ଏକାଠି ବାହାରିଲା ଯାଇ ଏତେଦିନକେ । ଏବଂ ଏହି ଅବସରରେ କେତେ କେତେ ଭାବନା ତଥା ଆଲୋଡ଼ନ ମୋତେ ଆସି ପୁନର୍ବାର ଚଞ୍ଚଳ ଓ ଚକିତ ଯେ କରିଦେଇ ଗଲେ, ମୁଁ ବେଳେବେଳେ ନିଜ ଭିତରେ ସେହି କଥାଟିର ରୋମନ୍ଥନ କରୁଥିଲି । ଡକ୍ଟର ଜିଭାଗୋ ପାସ୍ତରନାକଙ୍କର ସର୍ବପ୍ରଥମ ଉପନ୍ୟାସ । ଆଗରୁ ସୂଲିଖୁତ କବିତାଗୁଡ଼ିକ ନିମନ୍ତେ ସେ ନୋବେଲ ପୁରସ୍କାର ଲାଗି ପ୍ରସ୍ତାବିତ ହୋଇ ସାରିଥିଲେ । ଏକ ପୋଖତ କବିଦୃଷ୍ଟି ଯେ ବେଳଟି ଆସି ପହଞ୍ଚିଗଲେ ହଠାତ୍ କ’ଣ ସବୁ ଅନୁଚ୍ଚାରିତ ହୋଇ ରହିଯାଉଛି ବୋଲି ଅନୁଭବ କରିବାକୁ ଆରମ୍ଭ କରେ, ଭିତରୁ ଆବଶ୍ୟକ ଅନୁମତିଟିଏ ଲାଭ କରି ଗଦ୍ୟର ବୃହତ୍ତର ଗହନଟି ମଧ୍ୟରେ ପ୍ରବିଷ୍ଟ ହୁଏ ଏବଂ ନିଜର କେଉଁ ଦେଉଳର ମୁଣ୍ଡିମାରିବାକୁ ବାହାରିବା ଭଳି ଉପନ୍ୟାସଟିଏ ବାଢ଼ି ଥୋଇଦିଏ, ମୁଁ ଭାରି ଗୁରାଇ ତୁରାଇ ହୋଇ ସେହିକଥା ଭାବୁଥିଲି । ଅତ୍ୟନ୍ତ ସତକଥା ଯେ, ଗଦ୍ୟକୁ ଆଦରିବ ବୋଲି କେହି କଦାପି ପଦ୍ୟକୁ ତଲାକ ଦେଇ ପଳାଇ ଆସିବାକୁ ଆଦୌ ବାଧ୍ୟ ହୁଏ ନାହିଁ । ପଦ୍ୟ ମଧ୍ୟରେ ଖୁସି ହୋଇ ବାଟ ଚାଲୁ ଚାଲୁ ଅର୍ଥାତ୍ ଆପଣାକୁ ବିସ୍ତାରି ଦେଉ ଦେଉ ଜଣେ କବି ସମ୍ଭବତଃ ଏମିତି ଗୋଟିଏ ବିଶାଳ ଗାରପାଖରେ ଆସି ପହଞ୍ଚେ, ଯେଉଁଠାରୁ କି ଭିତର ତଥା ବାହାର ଉଭୟ ପଟେ ମଧ୍ୟ ଆହୁରି କେତେ କ’ଣ ଅପେକ୍ଷା କରି ରହିଥାଏ । କବିତାପଦ୍ମଟିର ଅସଲ ପ୍ରେରଣାମୂଳ ଗୁଡ଼ିକରେ ଜୀବନନାମକ ପଙ୍କ ପୋଖରୀଟି ଅପେକ୍ଷା କରି ରହିଥାଏ; ଠିକ୍ ଗର୍ଭଧାରିଣୀ ଜନନୀ ଭଳି ଅପେକ୍ଷା କରି ରହିଥାଏ । ଗଦ୍ୟ ହିଁ ଧାତ୍ରୀ ହୋଇ ଯୁଗେ ଯୁଗେ କବିତାକୁ ଜନ୍ମ ଦେଇ ଆସିଛି ବୋଲି କହି ପକାଇଲେ କବିତା ଯେ କଦାପି ଖୁମାଣ କରିବାକୁ ମନ କରିବ ନାହିଁ, ଏହି ପ୍ରତ୍ୟୟଟି ହୁଏତ ଏକ ଉଚିତ ମୁହୁର୍ତ୍ତରେ ହିଁ ଆସିଥାଏ ।

 

ପ୍ରକାଶିତ ହେବାର ଅନୁକୂଳ ସ୍ଥିତି ସେତେବେଳେ ରୁଷିଆରେ ନଥିବାରୁ ‘ଡକ୍ଟର ଜିଭାଗୋ’ ସବାଆଗ ଇଟାଲୀରେ ହିଁ ବାହାରିଲା; ଆଗ ତାହାର ଇଂରାଜୀ ଅନୁବାଦ ବାହାରିଲା ଏବଂ ମୂଳ ରୁଷୀୟ ଗ୍ରନ୍ଥଟି ତା’ ପରେ ଯାଇ ବାହାରିଲା । କହିବା ବାହୁଲ୍ୟ, ଦେଶ ଓ ବିଦେଶର କେତେକ ବନ୍ଧୁଙ୍କର ଏହି ଦୋଷରୁ ମଧ୍ୟ ସେ ସାଇବିରିଆ ଯିବାକୁ ବାଧ୍ୟ ହୋଇଥାନ୍ତେ । ଉପନ୍ୟାସଟି ନୋବେଲ୍ ପୁରସ୍କାର ଲାଭ କଲା । ଦେଶ ବାହାରକୁ ଯାଇ ପୁରସ୍କାର ଲାଭ କଲା । ଦେଶ ବାହାରକୁ ଯାଇ ପୁରସ୍କାର ଗ୍ରହଣ କରିବା ସକାଶେ ତାଙ୍କୁ ସରକାରୀ ଉଆସଟା ଅନୁମତି ଦେଲା ସିନା, କିନ୍ତୁ ତା' ପରେ ତାଙ୍କୁ ନିଜ ଦେଶକୁ ଫେରି ଆସିବା ଲାଗି ଅନୁମତି ମିଳିବ କି ନାହିଁ, ସେହି ବିଷୟରେ କିଛି ନିଶ୍ଚୟତା ନଥିଲା । ବୋରିସ୍ ପାସ୍ତରନାକ୍ ସେଇଥିରୁ ହିଁ ଅମଙ୍ଗଳର ଘ୍ରାଣ କରିପାରିଲେ ଓ ବିଦେଶକୁ ଯିବା ଲାଗି ରାଜି ହେଲେ ନାହିଁ । ସିଏ ପୁରସ୍କାରଟିକୁ ଗ୍ରହଣ କରିବେ ନାହିଁ ପଛକେ, କିନ୍ତୁ ନିଜର ମାଟିଟାକୁ କେବେହେଲେ ଛାଡ଼ିବେ ନାହିଁ । କବି ତା’ ଭୂଇଁକୁ ଛାଡ଼ିଲେ ତା’ ଚିତ୍ତରୁ ପୁଣି ଆଉ କିପରି କ’ଣ ସମ୍ଭବି ପାରିବ ? ତେଣିକି ସବୁକିଛି ଗୁଡ଼ାଏ ସ୍ଵାଭିମାନ ବା ସ୍ଵପ୍ରଦର୍ଶନ ହେବ ସିନା, କବିତା ମରିଯିବ, ଆଖିମାନେ ଅନ୍ୟ ସଂକ୍ରମଣରେ ଭାରି ବହଳ ହୋଇ ରହିଯିବେ । ପାସ୍ତରନାକ୍ ତେଣୁ ଭୂମିକୁ ଛାଡ଼ିବା ଲାଗି ନାସ୍ତି କରିଦେଲେ । ସେହି ଭୂଇଁଟି ବିଷୟରେ ହିଁ ଏଡ଼େ ନିବିଡ଼ ଭାବରେ ଭାବ ଓ ଭାବନା ଗୁଡ଼ିକୁ ସାଉଁଟି ଆଣି ଉପନ୍ୟାସଟିକୁ ଲେଖିଥିଲେ । ଉପନ୍ୟାସଟିର ନାୟକ ୟୁ ଜିଭାଗୋଙ୍କୁ ନିମିତ୍ତ କରି ସିଏ ନିଜର ଅନ୍ତର୍ବାଣୀଗୁଡ଼ିକୁ ବ୍ୟକ୍ତ କରିଥିଲେ; ସିନା ସ୍ଵଚେତନାର ଉଭା ଏବଂ ପୋତା ଦୁଇଟିଯାକ ଗଭୀରରେ ଅଙ୍ଗେ ନିଭାଇଥିବା ସତ୍ୟଗୁଡ଼ିକୁ ହିଁ ବ୍ୟକ୍ତ କରିଥିଲେ । ନିଜ ଭୂମିଟିକୁ ମାଧ୍ୟମ କରି ଜାଗତିକ ମାନବଭୂମି ବିଷୟରେ ଆମକୁ କେତେ କେତେ ସମ୍ଭାବ୍ୟତାର ଯୋଗ୍ୟ କରିପାରିଥିଲେ ।

 

ସାହିତ୍ୟ-ସତ୍ୟର ପ୍ରତିଫଳନ ଦ୍ୱାରା ଜୀବନ ସତ୍ୟ ମଧ୍ୟରେ ପ୍ରବିଷ୍ଟ କରାଇବା ହେଉଛି ଆମ ପାଠକମାନଙ୍କର ହାତ ଧରି ବାଟ ଚାଲୁଥିବା ଜଣେ ଲେଖକର ଅସଲ ଧର୍ମ ଏବଂ ଅସଲ ରୀତି । ଏଇ ପ୍ରାୟ ପଚାଶ ବର୍ଷ ମଧ୍ୟରେ ପୃଥିବୀରେ ସିଧା ଓ ବଙ୍କା ହୋଇ କେତେ କ'ଣ ଘଟିଛି । ଆଲୁଅ ଓ ଅନ୍ଧାର ସତେଅବା ଛକା ଛକି ହୋଇ ବାଟ ଚାଲି ବାହାରିଛନ୍ତି ଓ ଆମକୁ ନିଜ ନିଜ ଆଡ଼କୁ ଆଉଜାଇ ନେବାପାଇଁ କେତେ ଭଳି ଫନ୍ଦି କରିଛନ୍ତି, ଏବେ ମଧ୍ୟ କରୁଛନ୍ତି-। ରଷିଆରେ ଯେଉଁ ସଂଗ୍ରାମଟି ହୋଇ ଯୁଗଯୁଗର ରାଜତନ୍ତ୍ର ଏବଂ ଶୋଷଣତନ୍ତ୍ରକୁ ଭୁଷୁଡ଼ାଇ ପକାଇଲା, ଇତିମଧ୍ୟରେ ତାହା ବିଶ୍ଵତମାମ କୋଟି କୋଟି ମଣିଷଙ୍କୁ ଆଲୋଡ଼ିତ କରିଛି । ସଂଗ୍ରାମ ବ୍ୟତୀତ କୌଣସି ଲୋକଭାଗ୍ୟର ମୂଳଭୁତ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ପ୍ରତ୍ୟୟଟି ପୃଥିବୀରେ ଅଧୁକ ଦୃଢ଼ୀଭୂତ ହୋଇଛି । ଉପନିବେଶମାନେ ରାଜନୀତିକ ସ୍ଵାଧୀନତା ଲାଭ କରିବା ପରେ ଯେଉଁ ସାମାଜିକ ବିପ୍ଲବ ବା ସଂଗ୍ରାମଟି ଅବଶ୍ୟ କରିବାକୁ ପଡ଼ିବ ବୋଲି ଉଭୟେ ଗାନ୍ଧୀ ଓ କାମାର୍କସ୍ କହିଥିଲେ, ସେହି ସତ୍ୟଟି ନାନାବିଧ ମାର୍ଗରେ ପୃଥିବୀସାରା ଦାନା ବାନ୍ଧି ଆସୁଛି । ଏହି ଭିତ୍ତିଭୂମିକୁ ଅନ୍ଦାଜରେ ରଖି ବୋରିସ୍ ପାସ୍ତରନାକ୍ ରୁଷାୟ ଅକ୍ଟୋବର ବିପ୍ଳବକୁ ଏକ ଆବଶ୍ୟକତା ବୋଲି ସ୍ଵୀକାର କରିଛନ୍ତି । ପରବର୍ତ୍ତୀ ବର୍ଷମାନଙ୍କରେ ବିହିତ ବା ଅବିହିତ ଯାହାକିଛି ଘଟିଥାଉ ପଛକେ, ଋଷିଆ ଆଉ କଦାପି ରାଜତନ୍ତ୍ରକୁ ଫେରିବ ନାହିଁ । ଋଷିଆର ଦାରିଦ୍ର୍ୟ ତଥା ଲୋକଜୀବନକୁ ଅସହାୟ କରି ରଖ ଆସିଥିବା ବହୁ ବାଧାକୁ ଅତିକ୍ରମ କରି ଆସିବା ସେହି ବିପ୍ଳବଟି ଫଳରେ ହିଁ ସମ୍ଭବ ହୋଇଛି । ସମଗ୍ର ପୃଥିବୀର ଚେତନାକୁ ତାହାର ସେହି ଶକ୍ତିମନ୍ତ ସନ୍ଦେଶଟି ଅଭାବନୀୟ ଭାବରେ ଏକ ଉଦ୍ଧାରର ଉପାୟ ଅଲବତ୍ ରହିଛି ବୋଲି ଦୃଢ଼ ସଂପ୍ରତ୍ୟୟ ଗୁଡ଼ିକୁ ଆଣିଦେଇ ପାରିଛି । ସେହିଁ ସନ୍ଦେଶଟିକୁ ସମ୍ମୁଖରେ ରଖି ବାଟ କାଢ଼ି ଅଗ୍ରସର ହେବାରେ ସ୍ଥାନୀୟ ନେତୃତ୍ଵ ଗୁଡ଼ିକ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି, ବହୁପ୍ରକାରେ ଗୋଡ଼ ଖସିଛି, ଖସୁଛି । ଖାସ୍ ଋଷିଆରେ ମଧ୍ୟ ଲୋକହସା ହେବା ଭଳି କେତେ କ'ଣ ଘଟିଛି ଏବଂ ଆଖିର ଏତେବଡ଼ ହର୍ମ୍ୟଟା ବହୁତଙ୍କର ମୋହଭଙ୍ଗ କରାଇ ଭୂଷୁଡ଼ି ପଡ଼ିଛି । ତଦ୍ଦ୍ୱାରା କିଛି ନହୋଇଥାଉ ପଛକେ, ତାହା ବିଶ୍ଵବ୍ୟାପୀ ଏକ ସିଂହାବଲୋକନ ସକାଶେ ଏକ ଉଦ୍‌ବୋଧନ ଅବଶ୍ୟ ଆଣିଦେଇଛି ।

 

ତେଣୁ, ପୃଥିବୀରେ ମଣିଷର ଗୋଟାଏ ଭାଗ ଆଉଗୋଟିଏ ଭାଗଦ୍ଵାରା ବଞ୍ଚିତ ହୋଇ ରହିଥିବା ପର୍ଯ୍ୟନ୍ତ ରଷିଆର ଅକ୍ଟୋବର ବିପ୍ଳବ ସେମାନଙ୍କୁ ନିଶ୍ଚୟ ବହୁ ପ୍ରେରଣା ଯୋଗାଇ ଦେଉଥିବ । ନିରାଟ ନାନା ଆଶାଶୂନ୍ୟତା ଭିତରେ ତଥାପି ଆଶାର ସଞ୍ଚାର କରାଉଥିବ-। ମାତ୍ର ଯେଉଁ ଋଷିଆରେ ଏହି ଏଡ଼େ ବଡ଼ ଘଟଣାଟି ଘଟିଲା, ପରବର୍ତ୍ତୀ ବର୍ଷମାନଙ୍କରେ ତାହାର ଗତିବିଧ ପ୍ରକୃତରେ କେଉଁଭଳି ହେଲା ? ଆଗାମୀ ମନୁଷ୍ୟ - ମୋଚନଟି ଋଷିଆରେ ଘଟିଲା ବୋଲି ନିଷ୍ଠାପର ଭାବରେ ବିଶ୍ୱାସ କରି ପୃଥିବୀ ସାରା ସାମ୍ୟବାଦୀ ଶିବିରମାନ ତିଆରି ହୋଇଗଲା । ନୂଆ ନୂଆ ତତ୍ତ୍ଵ ତଥା ତତ୍ତ୍ଵକାରମାନେ ବାହାରିଲେ । ଧନଦୌଲତର ସବା ବଡ଼ପେଣ୍ଠ ଆମେରିକାରେ ମଧ୍ୟ ଏକ କମୁନିଷ୍ଟ ପାର୍ଟି ଜନ୍ମଲାଭ କରିଥିଲା । କିନ୍ତୁ ଖାସ୍ ଋଷିଆରେ ନୂଆ ତନ୍ତ୍ରଟା କୁଆଡ଼େ ଯିବା ପାଇଁ ମନ କଲା ? ବାହାରୁ କେହି କିଛି ହେଲେ ଜାଣି ପାରିଲେ ନାହିଁ, ବାହାର ଦେଶମାନଙ୍କର କମ୍ୟୁନିଷ୍ଟ ନେତା ସେହି ଉତ୍ସତୀର୍ଥଟିକୁ ଯାଇ କେବଳ ମୁଗ୍ଧ ହୋଇଫେରିଲେ । ସେଠାରେ ବହୁତ କିଛି ସତକୁ ସତ ହେଉଥିଲା ଓ ଘଟୁଥିଲା । ଏତେବଡ଼ ଏକ ଭୂମିରେ ପରମ ଉଦାହ ସହିତ, ମନୁଷ୍ୟ ମାନଙ୍କର ଭାଗ୍ୟୋଦୟ ନିମନ୍ତେ ଅଭୂତପୂର୍ବ ନିର୍ମାଣମାନ ହେଉଥିଲା । ତଥାପି କେଉଁଠାରେ କ’ଣ ବିଗିଡ଼ି ବିଗିଡ଼ି ଯିବାରେ ବି ଲାଗିଥିଲା । ପ୍ରତିବାଦ ହେଉଥିଲା, ତଥାପି ସେଗୁଡ଼ିକୁ ଏକତନ୍ତ୍ରୀୟତାର ଅମାନୁଷିକତା ଭିତରେ ଚପାଇ ଦିଆଯାଉଥିଲା ।

 

ଏପରି ଯେ କେଉଁଠାରେ କ’ଣ ଅନ୍ୟମତି ହେବାକୁ ଆରମ୍ଭ କଲାଣି, ଅକ୍ଟୋବର ବିପ୍ଳବର ସେହି ସମୟଟାରୁ ହିଁ ତାହାର ବେଶ୍ ଆଭାସ ମିଳି ଯାଉଥିଲା । କ୍ଷମତା ଦ୍ଵାରା ହିଁ ସବୁ ସମ୍ଭବ ହେବ ବୋଲି ନୂଆ କ୍ଷମତାଶାଳୀମାନେ ପ୍ରାୟ ଏକ ଧର୍ମ ପରି ବିଶ୍ୱାସ କରିବାକୁ ଖୁବ ଅନୁକୂଳତା' ପାଇଯାଉଥିଲେ । ସଂବେଦନଶୀଳ ପାସ୍ତରନାକ’ ସେଗୁଡ଼ିକୁ ସେତିକିବେଳେ ମଧ୍ୟ ଘ୍ରାଣ କରି ପାରିଲେ । ଡକ୍ଟର ଜିଭାଗୋ ଉପନ୍ୟାସରେ ଆମେ ତାହାରି ସଙ୍କେତ ଗୁଡ଼ିକୁ ଏପରି ସୁଷ୍କ ବ୍ୟଞ୍ଜନାଯୁକ୍ତ କେତୋଟି situation ମାଧ୍ୟମରେ ବ୍ୟକ୍ତ ହୋଇ ପାଠକକୁ ଅଭିନିବିଷ୍ଟ କରି ପାରୁଛି ଯେ, ଆମେ ସେଗୁଡ଼ିକୁ ଗୋଟିଏ ରାଜନୀତିକ ମତବାଦର ବିରୋଧୀ ଆଉ ଗୋଟିଏ ମତବାଦର ଟକ୍କର ବୋଲି ମୋଟେ ଅନୁଭବ କରିବା ନାହିଁ । ଅକ୍ଟୋବର ବିପ୍ଳବ ଅନ୍ତେ ମଧ୍ୟବର୍ତ୍ତୀ ଏହି ଏତେଗୁଡ଼ିଏ ଦଶନ୍ଧି ପରେ ଖୁବ୍ ମନେହେଉଛି, ଏହାହିଁ ହେଉଛି ଆମର ଏହି ସମ୍ପୂର୍ଣ୍ଣ ପୃଥିବୀର ସମସ୍ୟା । ମନୁଷ୍ୟକୁ ଅଗ୍ରସର କରାଇ ନେବ ବୋଲି ସତକୁ ସତ ସାହସ ବାନ୍ଧି ବାହାରିଥିବା ଯାବତୀୟ ତନ୍ତ୍ର ଏବଂ ଏପରିକି ଯାବତୀୟ ପ୍ରୟାସର ସମସ୍ୟା । ତେଣୁ ଉପନ୍ୟାସଟି ତତ୍କାଳୀନ ବିପ୍ଳବର ଦୋଷ ଦେଖାଇ ଦେବାରେ ଆଦୌ କୌଣସି ଉତ୍ସାହ ପ୍ରଦର୍ଶନ କରିନାହିଁ । ଜଣେ ଜଣେ ମନୁଷ୍ୟ ହିସାବରେ ଇଚ୍ଛୁକ ଆମ ସମସ୍ତଙ୍କୁ ଲାଗି ତାହା ବସ୍ତୁତଃ ମୂଳପ୍ରଶ୍ନ ଗୁଡ଼ିକୁ ଉତ୍ଥାପିତ କରିବାକୁ ଚେଷ୍ଟା କରିଛି । ଏହିପରି ଏକ ବିଶ୍ଵତର୍କର ପ୍ରସ୍ତାବ ବାଢ଼ି ଦେଲ ପାସ୍ତରନାକୁ ବହୁ ପରିଣାମ ଭୋଗ କରିବାକୁ ପଡ଼ିଛି । ସେତେବେଳର ରଷିଆରେ ସରକାରୀ ଶିବିରର ଲେଖକବୃନ୍ଦ ତାଙ୍କୁ କେତେ ନା କେତେ ଭର୍ତ୍ସନା କରିଛନ୍ତି । ଭିତରେ ଇଚ୍ଛା କରୁନଥିଲେ ମଧ୍ୟ ବାହାରେ ନିଜ ନିଜକୁ ତଥାପି ବଞ୍ଚାଇ ରଖିବା ନିମନ୍ତେ ତାଙ୍କୁ ଭର୍ତ୍ସନା କରିଛନ୍ତି । ଯାବତୀୟ ସଂବେଦନା ମଧ୍ୟରେ ଏକ ଦୃଢ଼ତା ମଧ୍ୟ ରହିଥାଏ, ଯାହାକି ବଳ ଦିଏ,– ବହୁତ ବୁଝିବାଶକ୍ତି ମଧ୍ୟ ଆଣିଦିଏ । ପୃଥିବୀକୁ ବୁଝିହୁଏ, ତେଣୁ ଆଦୌ ଅଧୀର ଲାଗେ ନାହିଁ । ଦଉଡ଼ିଯାଇ କୋଉଠି ବା କାହାକୁ ହାଣି ପକାଇବାକୁ ବା କାଟି ପକାଇବାକୁ ମୋଟେ ଇଚ୍ଛା ହୁଏ ନାହିଁ । ପାସ୍ତରନାକଙ୍କ ପୁଅ ଶ୍ରୀଯୁକ୍ତ ଇଉଜିନିଙ୍କର ସମ୍ପାଦନାରେ ତାଙ୍କ ବାପାଙ୍କର ବହୁ ଡାଏରୀ ଏବଂ ପତ୍ରାଦିର ଅଂଶଗୁଡ଼ିକ ସଂପ୍ରତି ଗୋଟିଏ ପୁସ୍ତକାକାରରେ ପ୍ରକାଶ ପାଇଛି । ସେହି ଶେଷ ଚରଣରେ ସେ ଲେଖିଥିବା ପତ୍ର ଓ ଡାଏରୀର ଅଂଶଗୁଡ଼ିକ । ଜଣେ କବିର ହୃଦୟ ଭିତରେ ରହିଥିବା ବହୁତ ବ୍ୟଥା, ବେଦନା ଏବଂ ଆଶାର ସ୍ପଟିକବତ୍ ଏକାଧିକ ପ୍ରତିଫଳନ ।

 

ସେହି ପ୍ରସଙ୍ଗରେ ଆଉ ଗୋଟିଏ କଥା ମଧ୍ୟ ପ୍ରାୟ ଆପେ ଆପେ ମନେ ପଡ଼ିଯାଉଛି । ପ୍ରାୟ ଦୁଇ ତିନି ବର୍ଷତଳେ କବି ଶ୍ରୀଯୁକ୍ତ ରମାକାନ୍ତ ରଥ ଆମ ଘରକୁ ଆସିଥିବା ସମୟରେ ମୁଁ ତାଙ୍କୁ ଉକ୍ତ ସମ୍ପାଦିତ ପୁସ୍ତକଟି ବିଷୟରେ କହିଥିଲି । ସିଏ ମୋ ଠାରୁ ସେହିଟିକୁ ପଢ଼ିବା ପାଇଁ ସାଙ୍ଗରେ ନେଇ ଯାଇଥିଲେ । ପଢ଼ିସାରି ଲେଉଟାଇବାକୁ ଆସିଥିବା ସମୟରେ ମୋତେ କହିଥିଲେ, ଚିତ୍ତବାବୁ, ଜଣେ କବିକୁ ପୁଣି ଏତିକି କଷ୍ଟ ସହିବାକୁ ହୁଏ ! ଅର୍ଥାତ୍ ଏତେ ଏତେ ପରୀକ୍ଷାର ମଧ୍ୟ ଦେଇ ଯିବାକୁ ହୁଏ ?

 

ଆପଣ ତ ନିଜେ ପଢ଼ିଲେ, ତେଣୁ ମୁଁ ଆଉ ଅଧିକ କ'ଣ କହିବି–ମୁଁ ଉତ୍ତର ଦେଇଥିଲି-। ତାପରେ ରମାକାନ୍ତ ବାବୁ ଯାହା କହିଥିଲେ ସେ କଥାଟି ମୋର ଏବେ ମଧ୍ୟ ମନେଅଛି-। ସେ କହିଲେ, ତେବେ ଆମ କାହାକୁ ହେଲେ ମଧ୍ୟ କବି ବୋଲି କୁହାଯାଇ ପାରିବ ନାହିଁ । ପୃଥିବୀର ଉଦୟ-ପ୍ରକ୍ରିୟାରେ ଜଣେ କବି ଓ ଉପନ୍ୟାସକାର କିପରି ସାହାଯ୍ୟ କରିପାରେ, ବୋରିସ ପାସ୍ତରନାକ୍ ତାହାରି ଗୋଟିଏ ଦୃଷ୍ଟାନ୍ତ ହୋଇ ରହିଛନ୍ତି । ସିଏ ଆମ ସମସ୍ତଙ୍କର ନମସ୍ୟ ହୋଇ ରହିଛନ୍ତି । ରାଜନୀତିରେ ନଥାଇ ମଧ୍ୟ କବି ଓ ଲେଖକ ରାଜନୀତିକୁ ଚୁନୌତି ଦିଏ, ଗୋଟିଏ ଭୂମିରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସବୁ ଦେଶରେ ବାସ କରୁଥିବା ମଣିଷମାନଙ୍କର କଥା କହେ-। ସିଏ ସକଳ କର୍ତ୍ତୃତ୍ୱ ଲାଗି ବହୁ ମଥାବିନ୍ଧାର କାରଣ ମଧ୍ୟ ହୋଇଥାଏ । ଅଗାଧ ଭାବରେ ବୁଝେ,–ସାଂପ୍ରତିକ କାଳଟିକୁ ବୁଝେ, ସର୍ବକାଳର ମଣିଷକୁ ମଧ୍ୟ ବୁଝେ–ଗୋଟାସୁଦ୍ଧା ବନ୍ଧୁ ହୋଇ ରହେ । ତାକୁ ମୋଟେ ଭୁଲି ହୁଏ ନାହିଁ । ସିଏ ଖାସ୍ କୋଉ ଦେଶର ବୋଲି ସମ୍ପୂର୍ଣ୍ଣ ଭାବରେ ଭୁଲି ହୋଇଯାଏ । ଯୋଉ ଦେଶର ହୋଇଥାଉ ପଛକେ, ପୂରା କତିରେ ହିଁ ରହିଥାଏ ।

Image

 

ପୁନର୍ବାର ପାସ୍ତରନାକ୍ (୨)

 

ଏଥର ବର୍ଷଶେଷ ବେଳକୁ ମୁଁ ଭିଏତ୍‌ନାମର ମହାନ୍ ନେତା ହୋ-ଚି-ମିନଙ୍କର ଏକ ବୃହତ୍ତାକାର ଜୀବନୀ ପୁସ୍ତକ ପଢ଼ିବାର ସୁଯୋଗ ପାଇଲି । ଯେଉଁଥିରେ ମନ୍ତବ୍ୟ କମ୍ ଥିଲା, ମାତ୍ର ଘଟଣାବଳୀର ବିବରଣୀ ଭର୍ତ୍ତି ହୋଇ ରହିଥିଲା । ନିଜ ଦେଶରେ ସଂଗ୍ରାମୀ ପକ୍ଷଟିଏ ଗଠନ କରି ଆଣୁଥିବା ସମୟରେ ସିଏ ଆପଣା ଆଦର୍ଶ ଏବଂ ଅନୁରକ୍ତିର ମୂଳପାଠ ସୋଭିଏତ୍ ଋଷିଆକୁ ଆବଶ୍ୟକ ପ୍ରଶିକ୍ଷଣ ନିମନ୍ତେ ଯାଇଥିଲେ । ପୃଥିବୀଯାକର ତତ୍କାଳୀନ ଉପନିବେଶର ସଂଗ୍ରାମୀମାନେ ସାମ୍ୟବାଦର ସେହି ମହନୀୟ ପ୍ରୟୋଗଟିକୁ ସ୍ଵଚକ୍ଷୁରେ ଦେଖୁ ତଥା ସୋଭିଏତ ପ୍ରଶିକ୍ଷକମାନଙ୍କ ଠାରୁ ଶିକ୍ଷାପ୍ରାପ୍ତ ହୋଇ ନିଜ ଦେଶରେ ମଧ୍ୟ ଏକ ଲୋକସାମ୍ମୁଖ୍ୟର ସଂଗଠନ କରିପାରିବେ ଓ ତଦ୍ଦ୍ୱାରା ସୁନିଶ୍ଚିତ ଓ ଶୃଙ୍ଖଳିତ ଭାବରେ ନିଜ ନିଜ ଦେଶରେ ମଧ୍ୟ ସାମ୍ୟବାଦୀ ଉଦବେଳନ ଗୁଡ଼ିକୁ ସଂଭବ କରି ପାରିବେ । ସୃଷ୍ଟତଃ ରୁଷୀୟ ସରକାର ତଥା କମ୍ୟୁନିଷ୍ଟ ଦଳ ତରଫରୁ ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥାମାନ କରି ଦିଆଯାଇଥିଲା । ଋଷିଆ ତରଫରୁ ଅତ୍ୟନ୍ତ ସୁଚିନ୍ତିତ ଭାବରେ ସେତେବେଳେ ସେହି କାର୍ଯ୍ୟଟିରେ କୋଟି କୋଟି ପରିମାଣରେ ଅର୍ଥରାଶି ଅବଶ୍ୟ ନିୟୋଜିତ ହୋଇଥିବ । ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଏହିସବୁ ପ୍ରସାରକାର୍ଯ୍ୟ ଘଟିଥିଲା । ପ୍ରଚାର ସମ୍ପୂର୍ଣ୍ଣ ନିଖୁଣ ଭାବରେ ପକ୍କା ହୋଇ ରହିଥିଲା । ସେତେବେଳକୁ ଲେନିନ୍ ଗଲେଣି । ଷ୍ଟାଲିନ୍ ସର୍ବମୁଖ୍ୟ ହୋଇ ସେହି ନୂଆ ରୂପାନ୍ତରୀକରଣର କରଣୀୟଗୁଡ଼ିକୁ ସମ୍ଭାଳିବା ନିମନ୍ତେ ଆପଣାର ସ୍ଵତନ୍ତ୍ର ଆସ୍ଥାନଗୁଡ଼ିକୁ ସଜାଡ଼ି ଆଣୁଛନ୍ତି । ଅର୍ଥାତ୍, ନିଜକୁ ଅଧିକରୁ ଅଧିକ ନିରଂକୁଶ ଭାବରେ ପ୍ରତିଷ୍ଠିତ କରାଇବାର ପଦକ୍ଷେପଗୁଡ଼ିକୁ ଗ୍ରହଣ କରୁଛନ୍ତି । ସେହିଠାରୁ ହିଁ ସଂଭବତଃ ଋଷିଆ ଦେଶରେ ଆଦର୍ଶର ଓଳମଗୁଡ଼ାକ ସତେ ଅବା ଆଉ କୁଆଡ଼େ ଟଳିଯିବାକୁ ଆରମ୍ଭ କଲେ । ଉପରକୁ ସବୁ ଅତ୍ୟନ୍ତ ପ୍ରେରଣାଦାୟକ ଭାବରେ ଠିକ୍ ହିଁ ଥିଲା । କିନ୍ତୁ ତଥାପି ଏକ ଏକାଧିନାୟକତ୍ର ଅସଲ ପାରସ୍ପରିକତା ଓ ବିଶ୍ୱାସଗୁଡ଼ିକୁ ଗିଳି ପକାଇବାରେ ଲାଗିଥିଲା ।

 

ସବୁଯାକ ହତ୍ୟା ସେତିକିବେଳେ ହେଲା । ଅନ୍ୟ ମତକୁ ନିତାନ୍ତ କୁପିତ ଭାବରେ ବିରୋଧ ବୋଲି ସଂଦେହ କରାଗଲା ଏବଂ ମୁଖ ବନ୍ଦ କରି ଦିଆଗଲା । କେତେ ହାଣ ମୁହଁରେ ପଡ଼ିଲେ । ଆଉ କେତେ ସାଇବେରିଆ ପଠାଗଲେ ଏବଂ, ଏପରି ନିପୁଣ ଭାବରେ ସବୁକିଛି କରାଗଲା ଯେ, କମ୍ୟୁନିଷ୍ଟ ଆଦର୍ଶରେ ସତକୁ ସତ ମୁଗ୍ଧ ହୋଇ ତାହାରି ପ୍ରେରଣାଗୁଡ଼ିକୁ ସ୍ୱଦେଶକୁ ବହନ କରିନେଇ ନିଜ ଦେଶରେ ମଧ୍ୟ କିଛି ଘଟାଇବାକୁ ରଷିଆକୁ ଆସୁଥିବା ନିଷ୍ଠାପର ବୀର ମାନେ ତାହାର କୌଣସି ସୁରାଖ ମଧ୍ୟ ପାଇ ପାରୁନଥିଲେ । ହଁ, ୧୯୩୬ ମସିହାରେ କବିଗୁରୁ ରବୀନ୍ଦ୍ରନାଥ ମଧ୍ୟ ଋଷିଆ ଭ୍ରମଣରେ ଯାଇଥିଲେ । ସେଠାରେ ତାଙ୍କୁ ଯେତିକି ଅର୍ଥାତ୍ ଯାହାସବୁ ଦେଖିବାର ଅବକାଶ ପ୍ରଦାନ କରାଯାଇଥିଲା, ସେଗୁଡ଼ିକୁ ଦେଖୁ ସେଠାରେ ସିଏ ଭବିଷ୍ୟତର ସମାଜଟିକୁ ଦେଖୁଛନ୍ତି ବୋଲି ଗଦଗଦ ହୋଇ ଚିଠି ଲେଖୁଥିଲେ । ସାହିତ୍ୟ ନିୟନ୍ତ୍ରିତ ହୋଇ ରହିଥିଲା–କମ୍ୟୁନିଷ୍ଟ ଶାସନର ସେହି ଅବଧୂଟିରେ ରଷିଆର କଳା, ବାଲେନୃତ୍ୟ, କ୍ରୀଡ଼ାନୈପୁଣ୍ୟ ଓ ଏପରିକି ସର୍କସ ମଧ୍ୟ ବହୁ ଯଶ ଦ୍ଵାରା ମଣ୍ଡିତ ହେଲା । ସତ, ତଥାପି ତନ୍ତ୍ରଟା ଦ୍ଵାରା ହିଁ ନିୟନ୍ତ୍ରିତ ହୋଇ ରହିଥିଲା । ଋଷିଆରୁ ହିଁ ପ୍ରେରଣା ଗୁଡ଼ିକର ଚରୁ ଆଣି ପୃଥିବୀର ବହୁ ସଂଖ୍ୟକ ଦେଶରେ ସୋଭିଏତ୍ ମୈତ୍ରୀ ସମାଜର ସ୍ଥାପନା ହେଲା । ପ୍ରଚାର ପତ୍ରିକା “ସୋଭିଏତ୍ ଦେଶ’ ସେତେବେଳେ ଭାରତବର୍ଷରେ ଆମ ଓଡ଼ିଶା ସମେତ ସବୁ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିଲା । ଓଡ଼ିଶା ସମେତ ପୃଥିବୀର ପ୍ରାୟ ଶତାଧିକ ଭାଷାରେ ସେହି ମସ୍କୋରେ ହିଁ ସିରସ୍ତା ଖୋଲାହୋଇ ରୁଷୀୟ ବହିମାନଙ୍କର ଅନୁବାଦ ହେଲା ଓ ପ୍ରକାଶିତ ହେଉଥିଲା । କେଉଁଠାରେ କିଛି ହେଁ ରହିଛି ବୋଲି ବାହରକ ଏତେଟିକିଏ ବି ଗନ୍ଧ ମିଳୁନଥିଲା ।

 

ସ୍ଵକୀୟ ଗ୍ରନ୍ଥମାନଙ୍କର ଏକ ଅଭିନବ ତତ୍ତ୍ଵପ୍ରତିଷ୍ଠା ଦ୍ଵାରା କାର୍ଲମାର୍କ୍ସ ଘୋଷଣା କରିଥିଲେ ଯେ, ଯେଉଁସବୁ ଦେଶରେ ଆଧୁନିକ ଉତ୍ପାଦନ ପ୍ରଣାଳୀ ଦ୍ଵାରା ପୁଷ୍ଟ ହୋଇ ଏକ ପୁଞ୍ଜିବାଦୀ ବ୍ୟବସ୍ଥା ବେଶ୍ ପୋଖତ ହୋଇ ସାରିଲାଣି, ସେହିସବୁ ଦେଶର ଶ୍ରମିକ ହିଁ ସବାଆଗ ସଚେତନ ହେବ, ବିପ୍ଳବ କରିବ ଓ ପରବର୍ତ୍ତୀ ସମାଜବାଦୀ ବିକଳ୍ପଟି ଆଡ଼କୁ ବାଟ ତଥା ନେତୃତ୍ଵଟିକୁ ସଂଭବ କରିବାରେ ପୁରୋଗାମୀ ରୂପେ କାର୍ଯ୍ୟ କରିବ । ୟୁରୋପର ସ୍ଥିତିକୁ ପରୀକ୍ଷା କରି ସେ ଜର୍ମାନୀରେ ହିଁ ସେହି ଘରଣାଟି ସୁଆଗ ଘଟିବ ବୋଲି ଏକ ପୂର୍ବନୁମାନ ମଧ୍ୟ କରିଥିଲେ-। ରୁଷିଆରେ ସେତେବେଳେ ତ ରାଜତନ୍ତ୍ର ହିଁ ବିରାଜୁଥୁଲା, ପୁଞ୍ଜିବାଦର ଏକ ହୃଦ୍‌ବୋଧକାରୀ ପ୍ରାଥମିକ ବିକାଶ ମଧ୍ୟ ଘଟିନଥିଲା । ମାର୍କ୍ସ କାରଖାନାର ଶ୍ରମିକକୁ ପରବର୍ତ୍ତୀ ସମାଜବାଦୀ ସଂଗ୍ରାମର ଜାଗରୁକ ଯୋଗ୍ୟନେତା ବୋଲି କଳ୍ପନା କରୁଥିଲେ । କୃଷକ ସ୍ଵଭାବତଃ ରକ୍ଷଣଶୀଳ । ପରମ୍ପରା ଭିତରେ ପ୍ରକୃତରେ ମୁହଁମାଡ଼ି ପଡ଼ି ରହିଥାଏ । ତା’ ଦ୍ଵାରା ସେହି କାର୍ଯ୍ୟଟି କଦାପି ହେବନାହିଁ । ମାତ୍ର ଇତିହାସରେ ଗୋଟାସୁଦ୍ଧା ଅଲଗା ଘଟଣା ଘଟିଲା । ଜର୍ମାନୀର କମ୍ୟୁନିଷ୍ଟ ନେତୃତ୍ଵ ଗୃହଯୁଦ୍ଧ ଭିତରେ ଜଡ଼ିତ ହୋଇଗଲା । ଏବଂ ତେଣେ ରୁଷିଆରେ ହଁ ସଂପୃକ୍ତ ବହୁତଙ୍କୁ ଚକିତ କରି ବିପ୍ଲବ ହେଲା ଓ ସମାଜବାଦୀ ତନ୍ତ୍ରଟିର ପ୍ରତିଷ୍ଠା ହେଲା । ସାମ୍ୟବାଦ ଲାଗି ଆଶାୟୀ ପୃଥ୍ଵୀ-ଶିବିରଟି ମଧ୍ୟ ସେହି ସତ୍ୟ ଘଟଣାଟିକୁ ସ୍ଵୀକାର କରିନେଲା । ପ୍ରେରଣା ନିମନ୍ତେ ରୁଷିଆକୁ ହିଁ ଅନାଇଲା । ଏଥିରେ ଆଦୌ କୌଣସି ଅସ୍ଵାଭାବିକତା ନଥିଲା । ତଥାପି ସେହି ପ୍ରକ୍ରିୟାରେ ଗୋଟାଏ କେଁ ମଧ୍ୟ ପଶି ଯାଇଥିଲା । ରୁଷିଆରେ ସତକୁ ସତ ଶ୍ରମିକ ଶିବିର ବୋଲି ସେପରି ସଚେତନ କିଛି ହେଲେ ନଥିଲା । ଏକ ଶ୍ରେଣୀ ହିସାବରେ ସିଏ ପୁଣି ଏଡ଼େ ବଡ଼ ପରିବର୍ତ୍ତନ କ୍ରମରେ ଆଗରେ ରହି ନେତୃତ୍ଵ ଦେବ, ଏହା କଦାପି ସଂଭବ ହୋଇନଥାନ୍ତା । ତେଣୁ ସଚେତନ ଶ୍ରମିକ ବର୍ଗଙ୍କର ଏକନାୟକତ୍ଵରେ ସାମ୍ୟବାଦର ପ୍ରତିଷ୍ଠା ହେବ ବୋଲି ମାର୍କ୍ସ ଯେଉଁ ତତ୍ତ୍ଵାନୁମାନ କରିଥିଲେ, ରୁଷିଆରେ ତାହା ସଂଭବ ହେବାର କୌଣସି ଭିତ୍ତିଭୂମି ନଥିଲା । ସୁତରାଂ ପରିପୂର୍ଣ୍ଣ ସଦିଚ୍ଛା ତଥା ଗାମ୍ଭୀର୍ଯ୍ୟ ସହିତ ରୁଷିଆରେ ଶାସକ କମ୍ୟୁନିଷ୍ଟ ପାର୍ଟିଟା ହିଁ ଏକନାୟକତ୍ଵର ଭୂମିକାରେ ଅବତୀର୍ଣ୍ଣ ହୋଇ ଆସିଲା ଏବଂ ହୁଏତ ସେଇଥିରୁ ହଁ ବହୁତ କିଛି ଭଣ୍ଡୁର ହୋଇଗଲା ।

 

କାର୍ଲମାର୍କ୍ସଙ୍କର ବୃହତ୍ ପ୍ରତିଶ୍ରୂତିଗୁଡ଼ିକୁ ନେଇ ସେତେବେଳେ ସେହି ଅନୁସାରେ ପୃଥ୍ଵୀମୟ ବୃହତ୍ ଆଲୋଡ଼ନଟିକୁ ସଂଗଠିତ କରି ଆଣିବା ପାଇଁ ତତ୍କାଳୀନ ୟୁରୋପରେ ଯେଉଁ ଇଣ୍ଟରନ୍ୟାସନାଲର ସ୍ଥାପନା ହୋଇଥିଲା, ସେଥିରେ ନ୍ୟାୟତଃ କେବଳ ଶ୍ରମିକମାନେ ହିଁ ଯାବତୀୟ ଦୃଷ୍ଟିର ସମକ୍ଷରେ ରହିଥିଲେ । କୃଷକମାନେ ନଥିଲେ । ମାତ୍ର ଯଦି ଶ୍ରେଣୀଶୋଷଣକୁ ହିଁ ମୂଳ ବୋଲି ଗ୍ରହଣ କରାଯାଏ, ତେବେ ତତ୍କାଳୀନ, ଉତ୍ପାଦନ କ୍ଷେତ୍ରରେ ଶ୍ରମିକ ତଥା କୃଷକ ଉଭୟେ ଶୋଷିତ ହେଉଥିଲେ । କାର୍ଲମାର୍କ୍ସ ଗୋଟିକୁ ସ୍ଵୀକୃତି ଦେଇ ଆଉଗୋଟିକୁ କାହିଁକି ଯେ ଉପେକ୍ଷା କରୁଛନ୍ତି, ସେତେବେଳେ କମ୍ୟୁନିଷ୍ଟମାନଙ୍କ ଗୋଷ୍ଠୀଟିରେ ମଧ୍ୟ କେତେକଙ୍କ ପାଇଁ ତାହା ମୋଟେ ସ୍ପଷ୍ଟ ହେଉନଥିଲା । ସମାନ୍ତର ଉତ୍ସାହରେ ଗୋଟିଏ ଗୋଟିଏ ବିକଳ୍ପ ରୂପେ ଫାର୍ମର୍ସ୍ ଇଣ୍ଟରନ୍ୟାସନାଲ୍ ଏବଂ ଗ୍ରୀନ ଇଣ୍ଟରନ୍ୟାସନାଲ୍ ଭଳି ସଂସ୍ଥାମାନ ମଧ୍ୟ ଜନ୍ମ ଲାଭ କରିଥିଲେ । ମାତ୍ର ମୂଳ ମାର୍କ୍ସୀୟ ଧାରାଟି ହିଁ ରହିଲା, ଅନ୍ୟମାନେ ମଉଳି ଯାଇଥିଲେ । ତଥାପି ରୁଷିଆରେ ନୂଆ ତଟି ସ୍ଥାପିତ ହେବା ପରେ ସାମ୍ୟବାଦୀ ଚିନ୍ତାଧାରା ପ୍ରଧାନତଃ ସେତେବେଳର କେତୋଟି ଉପନିବେଶୀୟ ସଂଗ୍ରାମ ମଧ୍ୟକୁ ସଂକ୍ରମିତ ହୋଇ ଯାଇଥିଲା । ସଂଯୋଗବଶତଃ ଏସବୁ ଦେଶରେ କୃଷକମାନେ ହିଁ ପ୍ରମୁଖ ବର୍ଗ ହୋଇ ରହିଥିଲେ । ଯୁଗ ଯୁଗ ଯାବତ ଶୋଷିତ ହୋଇ ଆସିଥିଲେ ଏବଂ ନିଜ ନିଜ ଦେଶରେ କ୍ରିୟାଶୀଳ ହୋଇ ରହିଥିବା ମୁକ୍ତି ସଂଗ୍ରାମରେ ସେହିମାନଙ୍କର ସମସ୍ୟାଗୁଡ଼ିକୁ ହିଁ ସମ୍ମୁଖରେ ରଖି ଲୋକଜାଗରଣର ସ୍ତମ୍ଭଗୁଡ଼ିକୁ କ୍ରମଶଃ ବଳିଷ୍ଠ କରି ଅଣାଯାଉଥିଲା । ଶ୍ରମିକ କହିଲେ ଏକ ଅଲଗା ଶ୍ରେଣୀ ରୂପେ ସଂଗଠିତ ଭାବରେ ହୁଏତ କେହି ନଥିଲେ । ଚୀନ୍‌ର ମାଓଜେଡ଼ଙ୍ଗ, ଭିଏତନାମର ହୋ-ଚି-ମିନ୍ ଓ ଭାରତର ମାନବେନ୍ଦ୍ର ନାଥରାୟ ଲେନିନ୍‌ଙ୍କର ରୁଷିଆ ପଦକ୍ଷେପକୁ ନିଜ ନିଜ ଦେଶର ବିଶେଷ ସ୍ଥିତିଟି ସହିତ ତୁଳନା କରି ପ୍ରାୟ ଏକ ଧର୍ମସଂକଟରେ ପଡ଼ି ବି ଯାଇଥିଲେ । ମାତ୍ର, ସେମାନେ ରହିଗଲେ, ରୁଷିଆର ପ୍ରୟୋଗଟି ହିଁ ଅସଲ ହୋଇ ସ୍ୱୀକୃତି ପାଉଥିଲା ।

 

‘ଡକ୍ଟର ଜିଭାଗୋ’ ଉପନ୍ୟାସରେ ପାସ୍ତରନାଜ୍ ମଧ୍ୟ ସେହି ଦ୍ଵନ୍ଦଟିର ଉପସ୍ଥାପନା କରିଛନ୍ତି । ରୁଷିଆ ଦେଶରେ ବଲଶେଭିକ୍ ପାର୍ଟିତନ୍ତ୍ରଟି ଅଭିଷିକ୍ତ ହୋଇ ବସିବା ସମୟରେ ସେଠାରେ କୃଷକକୁଳ ହିଁ ପ୍ରଧାନତର ହୋଇ ରହିଥିଲେ । ଶିଳ୍ପୋଦ୍ୟୋଗର ଅନ୍ୟ ପକ୍ଷଟା ଏକାଧିକ ଅର୍ଥରେ ଅତ୍ୟନ୍ତ ଅପୋଖତ ଅବସ୍ଥାରେ ଥିଲା । ତଥାପି ମାର୍କ୍ସଙ୍କର ସେହି ପୋଥ ବାଇଗଣଟାକୁ ଅତ୍ୟନ୍ତ ଉତ୍ସାହରେ ଦେଶ ଉପରେ ମଡ଼ାଇ ଦିଆଗଲା । କୃଷକମାନଙ୍କ ଉପରେ ପ୍ରବଳ ଜବରଦସ୍ତିମାନ କରାଗଲା । ସତେଅବା କୌଣସି ବହିର ତତ୍ତ୍ଵ ଅନୁସାରେ ସେମାନଙ୍କୁ ମଣ ବି କରାଯାଇଥିଲା । ସେମାନେ ବାଧ୍ୟ ହୋଇ ବଶ୍ୟତା ସ୍ୱୀକାର କଲେ । ଜମିଗୁଡ଼ିକୁ ସରକାରୀ ତ୍ରାସଗୁଡ଼ାକର ତୋଡ଼ ଦେଖାଇ ଯୌଥ କରି ଦିଆଗଲା । କମ୍ୟୁନିଷ୍ଟ ପାର୍ଟିର କୌଣସି କର୍ମକର୍ତ୍ତା ସର୍ବେସର୍ବା ହୋଇ ସବା ଉପରେ ରହିଲେ ଏବଂ ସବୁକିଛିକୁ ଉର୍ଦ୍ଧ୍ଵରୁ ଆସୁଥିବା ବରାଦଗୁଡ଼ିକ ଅନୁସାରେ ଅତ୍ୟନ୍ତ ବିଶ୍ୱସ୍ତ ଭାବରେ ଗୁଳିଟା ଭିତରେ ଆଣି ପଢ଼ାଇବାକୁ ଚେଷ୍ଟା କଲେ । ଯିଏ ମାନିଲା, ସିଏ ସୁନାପୁଅ ହେଲା । ନମାନିବା ଅନ୍ୟମାନେ କଷଣ ସହିଲେ । ସାଇବିରିଆ ଗଲେ, ହଜାର ହଜାର ସଂଖ୍ୟାରେ ହାଣମୁହଁରେ ପଡ଼ିଲେ । ଉପନ୍ୟାସଟିର ଶେଷ ଭାଗରେ ଜଣେ ପାତ୍ରର ମୁହଁରୁ ପାସ୍ତରନାକ୍ କହିଛନ୍ତି ଯେ, ଏହିସବୁ ଉପୀଡ଼ନର ସତକୁ ସତ କୌଣସି ଆବଶ୍ୟକତା ନଥିଲା । ମନୁଷ୍ୟମାନଙ୍କର ଯାବତୀୟ ନିୟତି-ପରିବର୍ତ୍ତନରେ ସବାଆଗ । ସେହି ମଣିଷମାନଙ୍କର ହିଁ ମୁଖ୍ୟ ଭୂମିକା ରହିବ । ତେବେ ଯାଇ ପରିବର୍ତ୍ତନର ଭୂମିକୁ ମଧ୍ୟ ଭେଦି ପାରିବ ଅର୍ଥାତ୍ ସ୍ଥାୟୀ ହେବ । ରାଷ୍ଟ୍ର ଯେତେ ବେଶି ଆଦର୍ଶବାଦୀ ହୋଇଥାଉ । ପଛକେ, ଉପରୁ ଆଦୌ କୌଣସି ଛାଞ୍ଚକୁ ଉପରୁ ଆଣି ଲଦିଦେଇ ପାରିବ ନାହିଁ ।

 

ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦ କ୍ରମେ ଅଧିକରୁ ଅଧିକ ବିସ୍ତାରିତ ହେବେ । ବିବିଧ ବହୁ ଛଟା ଓ ବହୁ ଛଦ୍ମତାରେ ଫୁଲିବେ । ପାଚିବେ ଓ ଶେଷକୁ ଆପେ ଆପେ ଫାଟିବେ ଅର୍ଥାତ୍ ଆପଣାର ଗାଡ଼ ଆପେ ଖୋଳିବେ ବୋଲି ମାର୍କ୍ସ ଓ ଲେଲିନ୍ ଦୁହେଁଯାକ ଆମକୁ ସେମାନଙ୍କର ସମୟରୁ ହିଁ କେତେ ଭରସା ଏବଂ ଆଶ୍ୱାସନା ଦେଇ ଯାଇଛନ୍ତି । କମ୍ୟୁନିଷ୍ଟ ରୁଷିଆର ପାର୍ଟି ଶାସନ ଭିତରେ ଏପରି କ’ଣ ସବୁ ଆତ୍ମଘାତୀ ସବୁ ରହିଥିଲା, ଯାହା ଭିତରକୁ ହୁଡ଼ିଯାଇ ସେଠାରେ ବି ଏତେ ଏତେ ଶୁଭେଚ୍ଛା ଏବଂ କ୍ରିୟାଶୀଳତା ହାଉଲେ ହାଉଲେ ଏକ ଅତି କ୍ରୁର ଜାତୀୟତାବାଦୀ ଏକନାୟକତ୍ଵରେ ପରିଣତ ହୋଇଗଲା ? ଏପରିକି, ସାଂପ୍ରତିକ ପୃଥିବୀର ଗଣତନ୍ତ୍ରଗୁଡ଼ାକ ଭିତରେ ମଧ୍ୟ କ'ଣ କେଉଁଠି କର୍ତ୍ତବ୍ୟଗୁଡ଼ାକ ରହିଛି, ଯାହାର ପରିଣାମ ସ୍ଵରୂପ ସେଠାରେ ମଧ୍ୟ ଅଶୁଭ ନେତୃତ୍ଵମାନେ ପ୍ରଶ୍ରୟ ପାଇ ଅସୁରବତ୍ ଆଚରଣ କରୁଛନ୍ତି ଓ ସେହିଭଳି କୌଣସି ଦୁର୍ବୁଦ୍ଧି ହେତୁ ବିଜ୍ଞାନଟା ମଧ୍ୟ ମନୁଷ୍ୟ-ଜୀବନର ସବା ପ୍ରଥମ ମୂଳଦୁଆଗୁଡ଼ିକ ମଜବୁତ୍ କରିବାର ଅସଲ କାମଟାରେ ନଲାଗି ବୋମାମାନଙ୍କର ଗୋଦାମ ନିମନ୍ତେ ଭୃତ୍ୟ ହେବାରେ ଲାଗିଛି ? ବୋରିସ୍ ପାସ୍ତରନାଲ୍ ଆପଣାର ଉପନ୍ୟାସଟିରେ ସେହିସବୁ ମୂଳପ୍ରଶ୍ନର ଉଦ୍ରେକ କରାଇଛନ୍ତି ।

 

ସେହି ପ୍ରଶ୍ନଗୁଡ଼ିକ କେବଳ ରୁଷିଆର ନୁହେଁ । କିମ୍ବା କେବଳ କମ୍ୟୁନିଷ୍ଟବାଦ ନିମନ୍ତେ ନୁହେଁ । ଆମେ ଯେତେ ଯିଏ ଯେଉଁ ଦେଶରେ ଥିଲେ ମଧ୍ୟ ଏହି ପୃଥିବୀ ରୂପକ ମନୁଷ୍ୟ ମହାଖଣ୍ଡଟିକୁ ପ୍ରକୃତରେ ନିଜର ଘର ପରି ଭଲ ପାଉଥିବା ସତେଅବା ଆମ ସମସ୍ତଙ୍କ ତରଫରୁ ହିଁ ପ୍ରଶ୍ନଗୁଡ଼ିକ ଉତ୍‌ଥାପିତ ହୋଇଛି ।

Image

 

ଆଉ ମଣିଷ ଦିଶୁ ନାହାନ୍ତି

 

ଜଣେ କଳାକାରକୁ ସବୁକଛି ଖାଲି କଳାମୟ ଦେଖାଯାଉଛି, କେବଳ କଳା ହିଁ ଦିଶୁଛି, ମାତ୍ର ମଣିଷ ଦିଶୁ ନାହାନ୍ତି । ଜଣେ ସଙ୍ଗୀତଜ୍ଞ ଯୁଆଡ଼େ କାନ ପ୍ରସାରି ଦେଉଛି, ଖାଲି ସଂଗୀତର ପରିପୂର୍ଣ୍ଣ ମୂର୍ଚ୍ଛନାଟିକୁ ଶୁଣିପାରୁଛି, ଏହି ପୃଥ୍ଵୀ ଏବଂ ଏହି ଅନ୍ତରୀକ୍ଷରେ କେବଳ ସଂଗୀତ ହିଁ ଧ୍ଵନିତ ହୋଇ ରହିଛି ବୋଲି ସେ ଅନୁଭବ କରୁଛି ଏବଂ ଏପରି ଜୁଡ଼ୁବୁଡ଼ୁ ହୋଇ ସିଏ ସେଥିରେ ମଜ୍ଜିଯାଉଛି ଯେ ଆଉ କିଛି ହେଲେ ଦେଖି ପାରୁନାହିଁ । ଜଣେ କବି କୁଆଡ଼େ ଖାଲି କବିସତ୍ୟମାନଙ୍କୁ ହିଁ ଘ୍ରାଣ କରିପାରୁଛି; ମନୁଷ୍ୟ-ସତ୍ୟଟାଏ । ଅଛି ବୋଲି ଖୁବ୍ ଅବଲୀଳା ସହିତ ପାସୋରି ହେଉଛି । ଯେହେତୁ ମନୁଷ୍ୟକୁ ଦେଖୁନାହିଁ, ତେଣୁ ମନୁଷ୍ୟସତ୍ୟକୁ ପୁଣି କିପରି ଦେଖିପାରନ୍ତା ? ସାହିତ୍ୟିକକୁ କେବଳ ସାହିତ୍ୟ ହିଁ ଦିଶୁଛି । ମଣିଷମାନେ ଆଉ ମୋଟେ ଦିଶୁନାହାନ୍ତି । ଯେଉଁ ଦେଶର ସାହିତ୍ୟ ଯେତେ । ଉନ୍ନତ, ସେହି ଦେଶ ମଧ୍ୟ ସେତିକି ଉନ୍ନତ ବୋଲି ସିଏ କେତେ କଣ ପୁଲକରେ କହିବାରେ ଲାଗିଛି ।

 

ଆଉ କେଉଁମାନେ ସମ୍ଭବତଃ ଏପରି ଅଛନ୍ତି, ଯେଉଁମାନେ କି ମନ୍ଦିରଟାକୁ ଦେଖୁଛନ୍ତି । କିନ୍ତୁ ରାମଙ୍କୁ ଦେଖି ପାରୁନାହାନ୍ତି । ସେମାନେ ମସ୍‌ଜିଦ୍‌କୁ ଦେଖୁଛନ୍ତି ମାତ୍ର । ଆଲ୍ଲାଙ୍କୁ ଦେଖୁପାରୁନାହାନ୍ତି । କିଏ ହିନ୍ଦୁତ୍ଵଟାକୁ ରଥରେ ବସାଇ ଦେଶତମାମ ପରିକ୍ରମା କରିବାରେ ଲାଗିଛି, କିନ୍ତୁ ହିନ୍ଦୁମାନେ ମୂଳତଃ ଜଣେ ଜଣେ ମଣିଷ ହୋଇଥିବେ ବୋଲି ମୋଟେ ଠଉରାଇ ପାରୁନାହିଁ । ଗୋଟାଏ ପଟ ହିନ୍ଦୁତ୍ଵର ଖଜାଚୋବାଉଛି ଏବଂ ଆଉ ଗୋଟାଏ ପଟ ମୁସଲମାନୀୟକୁ ଜୁଲୁରେ ସଜାଇ ରାସ୍ତାରେ ବାହରିଛି । କୋଉ ଗୋଟାଏ ପଟଟା ବି ଇନ୍‌ସାନିୟତ୍ଵକୁ ଦେଖୁପାରୁନାହିଁ । ସବା ଆଗ ହେଉଛି ଇନ୍‌ସାନିୟତ୍ ଏବଂ ତା'ପରେ ଯାଇ ଏଇଟା ଅଥବା ସେଇଟା ବୋଲି ଯଦି ତୁମେ ସେମାନଙ୍କୁ କେବେ କହିବାକୁ ଚେଷ୍ଟା କରିବ, ତେବେ ଖୁବୁ ସମ୍ଭବ ସେମାନେ ତୁମ ଆଡ଼କୁ ଜଳ ଜଳ ହୋଇ ଅନାଇ ରହିବେ ଏବଂ ଏହି ଏକବିଂଶ ଶତାବ୍ଦୀରେ ଏହି ବୋକା ମରହଟ୍ଟା ଲୋକଟା କୁଆଡ଼ୁ ଆସି ପହଞ୍ଚିଲା ବୋଲି ଭାରି ବିସ୍ମିତ ହେଉଥିବେ । ଜଣେ ଜଣେ ଖାସ୍ ମଣିଷ ଅଛନ୍ତି, ଯେଉଁମାନେ ଧର୍ମର କଥା କହନ୍ତି, ଭଗବାନଙ୍କ କଥା କହନ୍ତି, ପ୍ରବଚନ ଦେଇ ଦୁଇଟି, ତଥାପି ମଣିଷମାନଙ୍କୁ ଦେଖି ପାରୁନଥାନ୍ତି । ମଣିଷଙ୍କୁ ବାଦ୍ ଦେଇ ସେମାନେ ପରମ ଈଶ୍ଵରଙ୍କର ରାଜ୍ୟଟାକୁ ଏହି ଧରଣୀପୃଷ୍ଠରେ ପ୍ରତିଷ୍ଠିତ କରିବେ ବୋଲି କିପରି ବିଚାର କରୁଥାରି କେଜାଣି ? ମଣିଷମାନଙ୍କୁ ବାଦ୍ ଦେଇ ଭଗବାନଙ୍କର ରାଜ୍ୟଟାଏ ପ୍ରତିଷ୍ଠା କରିବେ। ବୋଲି ଭ୍ରମଭିତରେ ପଡ଼ି ଯାଇଥାନ୍ତି ବୋଲି କ’ଣ ଅତ୍ୟନ୍ତ ଦୟନୀୟ ଭାବରେ ଗୋଟାଏ ସଂପ୍ରଦାୟ ପାଖରେ ଅଟକି ରହିଯାଆନ୍ତି କି ? ଭଳି ଭଳି ସନ୍ତକ, ଭଳି ଭଳି ଶାସ୍ତ୍ର ଓ ଭଳି ଭଳି ଉପାସନା, କିସମ-କିସମର କସରତ ଏବଂ କିସମ କିସମର ରୁଟିନ୍ । କେବଳ ଗୋଟିଏ ପବିତ୍ର, ତେଣୁ ଅନ୍ୟମାନେ ଅପବିତ୍ର, ଆମଟା ଅସଲ ଏବଂ ତେଣୁ ଅନ୍ୟ ସବୁଗୁଡ଼ିକ ଅବର ଏବଂ ଅପବିତ୍ର-। ଜଗତଯାକର ଗୁରୁମାନେ ଏହିସବୁର ଭିଆଣ କରି । ମଣିଷ ପାଖରେ କାଳେ କାଳେ କେତେ ଅପରାଧ ଯେ କରି ଆସିଛନ୍ତି, ଥରେ ସେହି କଥାଟିର କି ଆକଳନ କରାଯାଇ ପାରନ୍ତା ନାହିଁ ।

 

ଏହି ପ୍ରବୃତ୍ତିଟି ଏକ ଜାଗତିକ ପରମ୍ପରା ରୂପେ ପ୍ରାୟ ସେହି ଆବହମାନ କାଳରୁ ବଳୀୟାର ହେ!ଇ ଆମ ନିୟତି ଟି ଉପରେ ସବାର ହେଇ ବସି ଆସିଛି କି ? ଆଦର୍ଶବାଦୀମାନେ ନିଜର ଆଦର୍ଶକୁ ଏପରି ଐକାନ୍ତିକ ଭାବରେ ଦେଖୁଛନ୍ତି ଯେ, ସେମାନେ ମଣିଷମାନଙ୍କୁ ଆଦୌ ଦେଖୁନାହାନ୍ତି । ମଣିଷମାନଙ୍କୁ କେତେ ନା କେତେ ଫିସାଦର ଆକର୍ଷରେ ଏକାଠି ଯୋଚି ସେମାନେ ଆଦର୍ଶର ରଥଗୁଡ଼ାକୁ ଧରି ବାହାରିଛନ୍ତି । ସେହି ଆଦର୍ଶମାନେ ବହୁ ସାଂପ୍ରତିକ ଦୁର୍ବୃଦ୍ଧିର ପ୍ରଶ୍ରୟ ଲାଭ କରି ଆମ ଏବର ମୌଳବାଦରେ ପରିଣତ ହୋଇ ଯାଇଛନ୍ତି । ମୌଳବାଦୀମାନେ ଅଧିକ ଉତ୍ତପ୍ତ ହୋଇ ସଂତ୍ରାସବାଦ ନାମକ ସେହି ଅନ୍ୟ ବିପର୍ଯ୍ୟୟ ଗୁଡ଼ିକର ସ୍ତରକୁ ଉତ୍ତୀର୍ଣ୍ଣ ହେବାରେ ଲାଗିଛନ୍ତି । ମଣିଷମାନଙ୍କ ଅପେକ୍ଷା ସେମାନେ ଅସ୍ତ୍ରଶସ୍ତ୍ର ଉପରେ ହିଁ ଅଧିକ ବିଶ୍ଵାସ କରୁଛନ୍ତି । ସତ୍ୟଗୁଡ଼ିକ ଅପେକ୍ଷା ଅଫିମମାନଙ୍କୁ ହିଁ ସତେଅବା ଅଧିକ ଫଳପ୍ରଦ ବୋଲି ଗ୍ରହଣ କରି ନେଇଛନ୍ତି । ରାଷ୍ଟ୍ରର ସମର୍ଥନ ପାଇଥିବା ସନ୍ତ୍ରାସବାଦ ଏବଂ ରାଷ୍ଟ୍ର ବାହାରେ ପ୍ରାୟ ସମାନ ଦର୍ପରେ ଖଣ୍ଡା ଉଞ୍ଚାଇଥିବା ସନ୍ତ୍ରାସବାଦ । କୌଣସି ଗୋଟିଏ ପଟକୁ ମଧ୍ୟ ମଣିଷମାନେ ପ୍ରକୃତରେ ଦେଖାଯାଉଥିବା ପରି ଆଦୌ ମନେ ହେଉନାହିଁ । ସେହି ସେକାଳରେ ଯେଉଁମାନେ କେତେ ସାହସର ସହିତ ମହାସାଗର ପାରି ହେଇ ପ୍ରଥମ କରି ଆମେରିକାରେ ଯାଇ ପହଞ୍ଚିଥିଲେ, ସେମାନେ ସେଠାରେ ଗଦା ହୋଇଥିବା ସୁନାଗୁଡ଼ାକ ସିନା ଦେଖୁଥିଲେ, କିନ୍ତୁ ସେଠାରେ ବାସ କରି ଆସିଥିବା ମଣିଷମାନଙ୍କୁ ମୋଟେ ଦେଖୁନଥିଲେ । ତେଣୁ ସେମାନଙ୍କୁ ମାରିଲେ, ନିରଙ୍କୁଶ ହେଲେ, ଆପଣାକୁ ନିରାପଦ ମଣିଲେ । ସେଠାରେ ଶ୍ରମ ଖଟି ଲକ୍ଷ୍ମୀ ପକାଇବା ନିମନ୍ତେ ସେମାନେ ଆଫ୍ରିକାରୁ ବଳାତ୍କାର ଦ୍ଵାରା ଯେଉଁମାନଙ୍କୁ ହରଣ କରି ନେଇଥିଲେ, ସେମାନଙ୍କୁ ମଣିଷ ଭାବେ ଦେବାର କୌଣସି ଅବକାଶ ହିଁ ନଥିଲା । ସଭ୍ୟତାଗୁଡ଼ାକ ଗୋଟାଏ ଗୋଟାଏ ଘୋଡ଼ା ପରି ତିଆରି ହୋଇଗଲେ, ତଥାପି ଥୋକେ ମଣିଷ ବାହାରେ ବାହାରେ ରହିଗଲେ । ଏବଂ, ଏବେ ମଧ୍ୟ ଏହି ପୃଥିବୀରେ ନାନା ଦରବାରୀ ବର୍ବରତାର ଊଢ଼ୁଆଳରେ କୋଟି କୋଟି ମନୁଷ୍ୟ ରହିଛନ୍ତି, ଯେଉଁମାନେ ଅପୁଛା ଓ ଅଲୋଡ଼ା ହୋଇ ରହିଛନ୍ତି ।

 

ତେଣୁ, ଅସଲ ମୋହଭଙ୍ଗଟି ହେବ ବୋଲି ଏବେ ମଧ୍ୟ ଅପେକ୍ଷା ରହିଛି । ଅସଲ ଚୁନୌତିଟି ଦିଆଯିବା ନିମନ୍ତେ ହିଁ ଅପେକ୍ଷା ରହିଛି । ସେହି ଚୁନୌତିଟି ଦିଆଯାଇ ପାରିବ ବୋଲି ସତେ ଯେପରି ବିଗତ ବହୁ ଯୁଗ ଧରି ମୂଳଦୂଆଟିଏ ପଡ଼ି ଆସିବାରେ ହିଁ ଲାଗିଛି । ଅମାନେ ସମ୍ଭବତଃ ଏହି କ୍ଷେତ୍ରରେ ସର୍ବପ୍ରଥମ ସାହସଟିକୁ ଆଣି ଦେଇଛନ୍ତି ଏବଂ ବିଜ୍ଞାନ ନାମକ ଆମର ଏହି ଅଭିନବ ଆଖିଟି କ୍ରମେ ସେହି ଆଡ଼କୁ ବାଟ ଫିଟାଇ ଦେବାକୁ ଚେଷ୍ଟା କରୁଛି । ତଥାପି, ଗୋଟାଏ ଆଦି ଅନ୍ଧାର ସତେ ଅବା ଗୋଟାଏ ଆଦି ଆଲୁଅର ବାଟ ଓଗାଳି ବସିଛି । ପରିବେଶମାନ ଅନ୍ଧାରର ଅକ୍ତିଆରରେ ରହିଛି ଏବଂ ତେଣୁ, ଆଗକୁ ଯେତିକି ବେଗରେ ଖୋଜ ପଡ଼ିବାର କଥା, ତାହା ହୋଇ ପାରିନାହିଁ । ଥୋକେ କ୍ଷମତାଗୁଡ଼ାକୁ ଏକା ଅକ୍ତିଆର କରି ବହୁ ସ୍ଵାଭାବିକ ଚେତନା–ବିକାଶ ତଥା ବିବେକାଦୟକୁ ଅକ୍ତିଆର କରି ନେଇଛନ୍ତି । ରାଜାର କ୍ଷମତା, ସ୍ଵାଭିମାନୀ ମାନଙ୍କର କ୍ଷମତା, ବିତ୍ତର କ୍ଷମତା ଇତ୍ୟାଦି । କ୍ଷମତା ହାତରେ ଭଣ୍ଡାର ଭଣ୍ଡାର ଅସ୍ତ୍ର, କ୍ଷମତା ହାତରେ ହିଁ ନିଜ ଉପାର୍ଜିତ ପାଠମାନଙ୍କୁ ଗୋଲାମ କରି ରଖିଥିବା ପାଠୁଆମାନେ । ଏମାନଙ୍କୁ କଦାପି ମଣିଷମାନେ ଦିଶିବେ ନାହିଁ । ନାହିଁ ନଥିବା ବୁଦ୍ଧିମାନଙ୍କୁ ଖର୍ଚ୍ଚ ନ କରି ସେମାନେ ନୂଆ ନୂଆ ପ୍ରକାରେ ବର୍ବର ହେବାରେ ଲାଗିଥିବେ । ପୃଥିବୀର ରାଜନୀତିଟା ମ ସେହି ବର୍ବରତା ଗୁଡ଼ାକ ଲାଗି ପୋଇଲୀ ହୋଇ ଖଟୁଥିବ । କିନ୍ତୁ, ଏସବୁର ଅନ୍ତ ନହେଲେ ଏହି ପୃଥୀ ରହିବଟି ।

 

ଏଥର ଆସନ୍ତୁ, ଆମେ ଆପଣଙ୍କର ଗାଆଁ ଆଡ଼କୁ ଯିବା । ଆମ ଗାଆଁର ବାଟ ଦେଇ ଆପଣଙ୍କ ଗାଆଁକୁ ଯିବା । ଆମ ଦୁଇ ଗାଆଁକୁ ଯିବା । ଆମ ଦୁଇ ଗାଆଁର ସାଆନ୍ତମାନଙ୍କର ଆଖିକୁ ମଣିଷମାନେ ସତକୁ ସତ ଦିଶନ୍ତି କି ନାହିଁ, ସେହି କଥାଟିକୁ ଜାଣିବାକୁ ଚେଷ୍ଟା କରିବା । ଭାରତବର୍ଷର ମୁନି ଓ ରଷିମାନେ ସତେଅବା ସେହି ଅରଣ୍ୟ ଭିତରେ ସତ୍ୟ ସହିତ ରମଣ କରୁ କରୁ ଗେଲରେ ଗେଲରେ ଏପରି କେତେଟା କଥା କହି ପକାଇଥିଲେ, ଯାହାକି ବିଶ୍ୱବିଦ୍ୟା ଓ ବିଶ୍ୱ-ପାଣ୍ଡିତ୍ୟର ଦରବାର ମାନଙ୍କରେ ଆମର ଏହି ଦେଶଟାକୁ କେଡ଼େ ବିଖ୍ୟାତ କରି ରଖୁଛି । ସତ୍ୟ, ପରମ ସତ୍ୟ ଅର୍ଥାତ୍ ପରମେଶ୍ୱର ପ୍ରତ୍ୟେକ ମନୁଷ୍ୟର ହୃଦୟରେ ବିରାଜି ରହିଛନ୍ତି ବୋଲି ସେମାନେ କି ଉତ୍ତମ ଭାବଦରଦ ସହିତ କହିଯାଇ ନାହାନ୍ତି । ସେଗୁଡ଼ାକୁ ପାଠ କଲାବେଳେ ଆମ ଅଧମମାନଙ୍କର ବକ୍ଷମାନେ ମଧ୍ୟ ଉପୁଲ ହୋଇ ଉଠୁଛନ୍ତି । ସେହି ନିଦାନ ସତ୍ୟଟି ଯଦି ସତକୁ ସତ ଏତେଟିକିଏ ମଧ୍ୟ ଆମର ଚମ ଭିତରକୁ ଭେଦିପାରିଥାଆନ୍ତା, ତେବେ ତ ଆମେ ସର୍ବଦା କେବଳ ମଣିଷମାନଙ୍କୁ ହିଁ ଦେଖୁଥାଆନ୍ତେ । ଗରିବ ଭିତରେ ଗରିବଟା ଦିଶିବା ଆଗରୁ ମଣିଷ ହିଁ ଦିଶିଯାଉ ଥାଆନ୍ତା ଓ ଆମକୁ ମଧ୍ୟ ମଣିଷ ହେବାର କେତେ ଭରସା ଦେଇଯାଇ ପାରୁଥାନ୍ତା । ମଣିଷମାନେ ଦିଶିଲେ ବ୍ରାହ୍ମଣ ଦିଶନ୍ତା ନାହିଁ କିମ୍ବା ଶୂଦ୍ର ମଧ୍ୟ ଦିଶନ୍ତା ନାହିଁ । ଏବଂ, କାହାକୁ ଭାଗ୍ୟହୀନ ବୋଲି କହି ଏକାଧିକ ଅବଜ୍ଞା ମଧ୍ୟରେ ପରିତ୍ୟକ୍ତ କରି ପକାଇ ରଖିବାକୁ କଦାପି ମନ ବି ହୁଅନ୍ତା ନାହିଁ । ପାଜିଟା ଭିତରେ କ’ଣ ଖାଲି ପାଜିଟାଏ ରହିଥାଏ, ପତିତଟା ଭିତରେ କ’ଣ ଖାଲି ପତିତଟିଏ ରହିଥାଏ ଏବଂ ଜଣେ ବଞ୍ଚିତ ଭିତରେ କ'ଣ କେବଳ ବଞ୍ଚିତ ହୋଇ ରହିବାର ଅଯୋଗ୍ୟ ମଣିଷଟିଏ ରହିଥାଏ ? ଏବଂ,

 

ଏକଦା ଯେଉଁ ସରକାରୀ ଆଦେଶରେ ପଲଟନମାନ ଯାଇ ମାଇକଞ୍ଚ ଗାଆଁରେ ତିନିତିନିଟା ଭେଣ୍ଡାଙ୍କୁ ଗୁଳି ମାରି ହତ୍ୟା କରି ଆସିଲେ ଅଥବା କେରଳ ଭାଇନାଡ଼ ଅଞ୍ଚଳରେ ଯେଉଁ ପୋଲିସ୍ ପରିକରମାନେ କୃତାନ୍ତବତ୍ ବସତିଗୁଡ଼ାକ ଉପରେ ଉତ୍ପୀଡ଼ନ ଲଗାଇ ଦେଲେ, ସେହି ଆଦେଶ ବା ସେହି ପଲଟନ ପଲକୁ କ’ଣ ମଣିଷମାନେ ସତକୁ ସତ ଦିଶୁଥିଲେ ? ପୁନଶ୍ଚ, ଯେଉଁ ସରକାର ଆମ ଜଙ୍ଗଲମାନଙ୍କରେ ନକ୍ସଲମାନେ ମାତିଲେଣି ବୋଲି ବିଯୁକ୍ତ ହୋଇପଡ଼ି ପ୍ରତିକାର ସକାଶେ ଅଧିକ ସୈନ୍ୟବଳ ସହିତ ସଜ ହେବାକୁ କଳନାମାନ କରୁଛି, ତାକୁ ବି କ’ଣ ପ୍ରକୃତରେ ମଣିଷମାନେ ଦିଶୁଛନ୍ତି ?

 

ଏହି ପୃଥିବୀ ବିଚିତ୍ର, ସମାଜ ବୋଲି କୁହାଯାଉଥିବା ଆମର ଏହି ପାରସ୍ପରିକତାର ବସତିଗୁଡ଼ିକ ମଧ୍ୟ ସର୍ବଦା କେଡ଼େ ବିଚିତ୍ର । ବୃତ୍ତି ବିଚିତ୍ର, ପ୍ରବୃତ୍ତି ବିଚିତ୍ର-ରୁଚି ଓ ଅରୁଚିମାନେ ମଧ୍ୟ କେତେ ନା କେତେ ବିଚିତ୍ର । ଆମର କେଡ଼େ ଆଦରର ଅତିବିଶ୍ଵାସ । ଏବଂ ଅଦ୍ଧ-ବିଶ୍ଵାସ ଗୁଡ଼ିକ କେତେ ବିଚିତ୍ର । ତଥାପି ଏହିସବୁ ବୈଚିତ୍ରୀ ପଛରେ କ’ଣଟିଏ ଅଧିକ ସତ୍ୟ ହୋଇ ପ୍ରକୃତରେ ରହିଛି, ଯାହାଫଳରେ କି ଏଠି ଆମକୁ ସବୁକିଛି ଘରଟିଏ ପରି ସଜା ହୋଇ ରହିଥିଲା ଭଳି ଲାଗୁଛି-। ତେଣୁ, ଏଠି ଯଦ୍ଵାରା ସବୁ ମଣିଷଙ୍କ ପାଇଁ ମଧ୍ୟ ଏହି ଘରଟି ସତକୁ ସତ ଘରଟିଏ ପରି ଲାଗିବ ସେଇଟି ହେଉଛି ଅସଲ ପରିବେଶ । ତାହାହିଁ ଆମର ଅସଲ କାର୍ଯ୍ୟ ହୋଇ ରହିବା ଉଚିତ-। ତେଣୁ, ଏହି ବହୁ ଦ୍ରବ୍ୟ ତଥା ବହୁ ଆକର୍ଷଣରେ ଅରଣ୍ୟଟି ମଧ୍ୟରେ ଏଠି ସବା ଆଗ ମଣିଷମାନେ ଦିଶି ପାରୁଥିଲେ ଯାଇ ସେହି କାମ୍ୟ ପରିବେଶଟି କ୍ରମଶଃ ଗଢ଼ି ହୋଇ ଆସିବ । ଏହି ପୃଥିବୀରେ ଯଦି ସମସ୍ତଙ୍କ ପାଇଁ ଯଥେଷ୍ଟ ଲକ୍ଷ୍ୟ ରହିଛି, ତେବେ ସେହି ପରିବେଶଟି ତଥାପି କ’ଣ ପାଇଁ ସମ୍ଭବ ନହେବ ? ସଂଶୟୀମାନେ ଏବଂ ଛାନିଆମାନେ ସେକଥା ବାରମ୍ବାର ପଚାରନ୍ତୁ-। ନିଜକୁ ପଚାରରୁ ତଥା ପରସ୍ପରକୁ ପଚାରନ୍ତୁ । ଯଥା ସମ୍ଭବ ଅଧୁକ ସହଳ ହୋଇ ପଚାରନ୍ତୁ । ପଚାରି ପାରିଲେ ଅବଶ୍ୟ ଉତ୍ତର ମିଳିବ ଏବଂ ଉତ୍ତର ମିଳିଲେ ଯାଇ ଆମ ରାତି ପାହିବ ।

Image

 

ଶବ୍ଦର ମୈଥୁନଶକ୍ତି

 

ଆମ ଆଧୁନିକ କାଳରେ ଥୋକେ ମଣିଷ ବାହାରିଛନ୍ତି, ଯେଉଁମାନେ କି ଖାଲି କଥା କହି କହି ପୃଥୀ କମ୍ପାଇ ଦେଉଛନ୍ତି । ସମ୍ଭବତଃ କଥା କହି ପୃଥୀ କମ୍ପାଇ ଦେବା । ମଣିଷ ଯୁଗେ ଯୁଗେ ରହିଥିଲେ, ତଥାପି ଶବ୍ଦ ସରାବରାହର ସାଧନଗୁଡ଼ିକ ସେତେ ଉନ୍ନତ କାଟର ହୋଇନଥିବାରୁ ପ୍ରଧାନତଃ ସ୍ଥାନୀୟ ଭାବରେ ଯାହାକିଛି କର୍ମି ପାରୁଥିଲା ସିନା, ମାତ୍ର ତେଡ଼େ ଉପଦ୍ରବୀ ହେବା ନିମନ୍ତେ ମଉକା ପାଉନଥିଲା । ଏବେ ଆଉ ସେହି ବାଧାଟା ନଥିବାରୁ ଶବ୍ଦମାନେ ସତେଅବା ଯେକୌଣସି ମୈଥୁନର ପରାକ୍ରମରେ ଏକ ତ୍ରିଭୁବନ କମ୍ପାଇ ଦେଇ ପାରୁଛନ୍ତି । ଶୁଣି ଶୁଣି ବିଚରା ତୁମ ଆମ ଭଳି ସାଧାରଣ ମଣିଷମାନେ ନୟାନ୍ତ ହୋଇପଡ଼ୁଛନ୍ତି ସିନା, କହିବାମାନଙ୍କର ଆଦୌ କୌଣସି କ୍ଳାନ୍ତି ହିଁ ନାହିଁ । ଅସଲ ଶକ୍ତିଗୁଡ଼ିକ ଏହି ପୃଥିବୀକୁ ଅର୍ଥାତ୍ ଆମ ମଣିଷମାନଙ୍କର ଅସଲ ସଂହତିଟିକୁ କ’ଣ ନା କ’ଣ ଇପ୍ପିତ ନକ୍ସାଟିଏ ଦେଇ ଗଢ଼ନ୍ତା ସିନା, ମାତ୍ର ବହୁତ ଦୃଷ୍ଟିରୁ ବିଚାର କଲେ ପୁରୁଣାଗୁଡ଼ାକ, ସେଇ ପୁରୁଣା ହୋଇ ପଡ଼ି ରହିଛନ୍ତି, ସତେଅବା ଏଠି ମୋଟେ କିଛି ବଦଳିବ ନାହିଁ ବୋଲି କେଉଁ ଅପଭଗବାନମାନେ ଗଉଁଧରି ବସିଛନ୍ତି । ଶବ୍ଦମୈଥୁନମାନେ ସବୁଠାରୁ ଅଧୁକ ଦର୍ପିଷ୍ଟ ହୋଇ ଏହି ପୃଥିବୀର ପୁରୁଷାର୍ଥ ଗୁଡ଼ିକୁ ଭଣ୍ଡୁର କରି ରଖୁଛନ୍ତି ।

 

କାହାଣ କାହାଣ ଶାସ୍ତ୍ର ଓ ପଣ ପଣ ସମ୍ପ୍ରଦାୟ । ସମ୍ପ୍ରଦାୟ ଅନୁସାରେ ଭଳି ଭଳି ଭେକ ଓ ଭଳି ଭଳି ଗାଦୀ । ସମସ୍ତେ କହୁଛନ୍ତି ଏଣିକି ଆଉ ଅନ୍ଧାର ରହିବ ନାହିଁ; ଏକ କୃପା ଏପରି ବରଷିବ, ଯାହାର ପ୍ରତାପରେ ସବୁକିଛି ଅଲବତ ବଦଳିଯିବ । ଯେଡ଼େ ସାନ ହୋଇଥିଲେ ମଧ୍ୟ ଏହି ଗୋଟାଏ ଭାରତବର୍ଷ ତଥା ଗୋଟାଏ ଓଡ଼ିଶାରେ କ’ଣ କମ୍ ପ୍ରକୋପରେ ଶବ୍ଦ ଗୁଡ଼ାକର ମୈଥୁନ ଚାଲିଛି ? ଯେଡ଼ିକି ଉତ୍ସାହରେ କୁହାଳିଆମାନେ କହୁଛନ୍ତି ଅର୍ଥାତ୍ କଥାରେ ହିଁ ଆଁ ଗୁଡ଼ାକ ବିସ୍ତାର କରି ମଣିଷମାନଙ୍କୁ ଗିଳି ପକାଇବେ ବୋଲି ବାହାରିଛନ୍ତି, ଅପରପକ୍ଷରେ ଶୁଣିବା ଲୋକମାନେ ମଧ୍ୟ ସେତିକି ଆଁ କରି ଶୁଣିବାରେ ଲାଗିଛନ୍ତି । ସତକୁ ସତ ସେମାନେ କ’ଣ ସେହି କଥା ଗୁଡ଼ାକରେ ବିଶ୍ଵାସ କରୁଛନ୍ତି ? ଯେଉଁମାନେ କହୁଛନ୍ତି, ନିଜଦ୍ଵାରା ଉଚ୍ଚାରିତ କଥାମାନଙ୍କରେ କ'ଣ ସେମାନେ ସ୍ୱୟଂ ବିଶ୍ଵାସ କରୁଛନ୍ତି ? ଏବଂ ଯେଉଁମାନେ ଅକ୍ଲାନ୍ତ ଭାବରେ ସେହି କଥାଗୁଡ଼ାକୁ ଶୁଣିବାରେ ଲାଗିଛନ୍ତି, ସେମାନେ ମଧ୍ୟ ସେଗୁଡ଼ିକରେ ବିଶ୍ଵାସ କରୁଛନ୍ତି ? ବା, କହୁଥିବା ଏବଂ ଶୁଣୁଥିବା ଉଭୟ ପକ୍ଷର ହିଁ ଏଗୁଡ଼ାକରେ ଆଦୌ କୌଣସି ବିଶ୍ଵାସ ପ୍ରକୃତରେ ନାହିଁ ଓ ସେମାନେ ନିଜକୁ ପ୍ରଧାନତଃ ଫାଙ୍କି ଦେବାର ମତଲବରେ ହିଁ ଏହି କହିବା ତଥା ଶୁଣିବାରେ ଦୁଇଟା ପକ୍ଷ ହୋଇ ବାହାରିଛନ୍ତି ? ଶବ୍ଦର ମୈଥୁନଦ୍ଵାରା ଯଦି ଭାରତବର୍ଷରେ ପଚାଶଟା ବର୍ଷ କେଡ଼େ ଚିକ୍କଣ ଓ ଚକ ଚକ ଭାବରେ ଅତିବାହିତ ହୋଇଗଲା, ତେବେ ଆହୁରି କିଛି ଅବଧ ସେହିପରି ଗଡ଼ାଇଦେଇ ହେବ ବୋଲି ଏମାନେ ନିଷ୍ଠାପର ଭାବରେ ବିଶ୍ଵାସ କରୁଛନ୍ତି କି ? ଶବ୍ଦକୁ ଏକଦା ଏକ ଶକ୍ତି ବୋଲି କୁହାଯାଉଥିଲା । ଭାରତରେ କେହି କେହି କେଡ଼େ ଶକ୍ତିମାନ ପ୍ରତ୍ୟାୟମାନ ଦେଇ ଶବ୍ଦବ୍ରହ୍ମ ବୋଲି ସେହି ମହିମାମୟ ସମ୍ଭାବନାଟିର ମଧ୍ୟ ଆଭାସ ଦେଇଥିଲେ । ଏ ଯୁଗରେ ଯାଇ ନୂଆ ପାରିବାବାଲାମାନେ ବାହାରିଲେ, ଯେଉଁମାନେ କେଡ଼େ ଚତୁରତା ସହିତ ଶବ୍ଦରେ ମୈଥୁନଶକ୍ତିର ଅମଙ୍ଗଳଟାକୁ ଆଣି ଯୋଡ଼ିଦେଇ ପାରିଲେ ।"

 

ଆମ ମୈଥୁନାଚାର୍ଯ୍ୟମାନଙ୍କର ବାତୁଳପଣିଆକୁ ଠାବ କରିବା ପାଇଁ ଆମେ କ’ଣ ପାଖରେ ଥିବା ଏହି ସୂଚନା ଭବନଟାରୁ ସରୁ କରିବା ? ସେଠାରେ ଯାହାକିଛି ଅଜାଡ଼ି ଦିଆଯାଏ, ସେଗୁଡ଼ିକ ମୈଥୁନର ରୀତିରେ ହିଁ କରାଯାଏ । କେଡ଼େ କେଡ଼େ ଶବ୍ଦ ଅଥଚ ଏହି ବୀରମାମାନଙ୍କର ପାଟିରୁ କେଡ଼େ ଯନ୍ତ୍ରବତ୍ ବାହାରି ଆସୁଥାଏ । ମୈଥୁନରେ ସମ୍ଭବତଃ ଗୋଟାଏ ପ୍ରକାରର ଆନନ୍ଦ ରହିଥାଏ ସିନା, କିନ୍ତୁ ଅଙ୍ଗୀକାରବଦ୍ଧତା ବୋଲି ପଦାର୍ଥଟି କେବେହେଲେ ନଥାଏ-। ଡୋର ତ ଲାଗି ନଥାଏ, ଭିତରେ କେନ୍ଦ୍ରଟିଏ । ବି ନଥାଏ, ତେଣୁ କୌଣସି ଅଙ୍ଗୀକାରବଦ୍ଧତା କିପରି ରହିଥାନ୍ତା ? ସରକାରୀ ବିଭାଗୀୟ ସେବାୟତ ଦୁଆରୀମାନଙ୍କ ଦ୍ଵାରା ସଭାଗୁଡ଼ିକର ବନ୍ଦୋବସ୍ତ ହୋଇଥାଏ, ଏମିତି ବରାଦଟାଏ ସଂଜ ପହରକୁ ରହିଛି ବୋଲି ପୂର୍ବରୁ ଖବରକାଗଜରେ ବାହାରି ବି ସାରିଥାଏ । ସେଠାରେ କେଉଁଦିନ ଚାଖି ଖୁଣ୍ଟିଆଙ୍କ ବିଷୟରେ କହିବାକୁ ହୁଏ ତ ଆଉ କେଉଁଦିନ ଉତ୍କଳଘଣ୍ଟ ଯଦୁମଣିକ ବିଷୟରେ । କୋଉଦିନ ବାଜି ରାଉତ ତ ଆଉ କେଉଁଦିନ କୃଷ୍ଣଚନ୍ଦ୍ର ଗଜପତି । ବିଚରା ଜୟପ୍ରକାଶ ମଧ୍ୟ କଦାପି ବାଦ୍ ଯାଆନ୍ତି ନାହିଁ । ଏବଂ, ଅବସରଟି ଯାହାକୁ ନେଇ ରଖା ହୋଇଯାଉ ପଛକେ, ସମ୍ପୂର୍ଣ୍ଣ ଭାବରେ ଏକ ମୈଥୁନର ମଣ୍ଡନ ବାଗିର୍ ଶବ୍ଦମାନେ ବାହାରି ଆସୁ ଥାଆନ୍ତି; ଏବଂ ସେତେବେଳେ ଶ୍ରୀମୁଖମାନେ ସତକୁ ସତ କେଡ଼େ ଆକୁଲୁ ଥାକୁ ବି ଦେଖାଯାଉଥାନ୍ତି ।

 

ମୁଲକଟାଯାକ ବାରମାସରେ ତେର ଡଜନ ଯାତ ପରି ଦିଅଁମାନେ ସଭା ମଣ୍ଡାଇ ଯାଆନ୍ତି ଏବଂ ସ୍ୱଶକ୍ତିର ସୁରସ ପରିଚୟ ଦିଅନ୍ତି । ଉମରକୋଟରୁ ଅଲରାପାଟଣା କୋଉ ଗୋଟାଏ ଅଞ୍ଚଳ ମଧ୍ୟ ପାସୋର ଯାଏନାହିଁ । ପ୍ରତିଶ୍ରୁତି-ପ୍ରଦାନରେ ବାଟୁଳି ବାଜେ ନାହିଁ କିମ୍ବା ଥାନ ଅଥାନ ବିଷୟରେ ଆଦୌ କୌଣସି ବାରଣ ରହେନାହିଁ । କିଏ କହେ, ସରକାର ଅମୁକ ମହାନଙ୍କର ସ୍ଵପ୍ନଟାକୁ ସାକାର ସାର୍ଥକ କରିବାରେ ପୂରା ବଦ୍ଧପରିକର । ଆଉ ଏତେଟା ବର୍ଷରେ ସବୁ ଗାଁକୁ ଶୁଖିଲା ରାସ୍ତା ପଢ଼ିଯିବ । କ୍ରୀଡ଼ାର କ୍ଷେତ୍ରରେ ରାଜ୍ୟଟାକୁ ଯେକୌଣସି ପ୍ରକାରେ ସବାଆଗକୁ ନିଆଯିବ । ଇତ୍ୟାଦି ଇତ୍ୟାଦି । ଶୁଣୁ ଶୁଣୁ ଅନ୍ତତଃ ସେହି ଘଡ଼ିକ ଲାଗି ସତେଅବା କାଳିଆ ଠାକରୁଙ୍କର କାମସ୍ପର୍ଶ ମିଳିଗଲା ପରି ଲାଗୁଥାଏ, ଏବଂ ହାୟ, ସଭାଟା ଭାଜିଯିବା ପରେ ଲାଗୁଥାଏ, ସତେଯେପରି ଜୀଉମାନେ ଆମ ଗାଁ ରୂପକ ଏହି ମାଣିକ୍ୟ ଗଉଡ଼ୁଣୀଟାକୁ କଥା ମୈଥୁନରେ ଫୁସୁଲେଇ ଦେଇ ଦହିହାଣ୍ଡିଟାକୁ ଚାଟି ପକାଇବାକୁ ଆସିଥିଲେ ଏବଂ କଉଡ଼ି ନଦେଇ ବାହାରିଗଲେ । ତୁଚ୍ଛା ବୋଧ ଦେବା ପାଇଁ ତୋ ଗାଁକୁ ଅମୁକ ଖାସ୍ ଯୋଜନାଟିର ରତ୍ନ ମୁଦିଟାଏ ଅବଶ୍ୟ ମିଳିବ ବୋଲି ଜବାବ ଦେଇଗଲେ । ତାଙ୍କ ହାକିମମାନେ ଏଣିକି ଆଉ ଲାଞ୍ଚ ମାଗିବେ ନାହିଁ ବୋଲି ମୋଟେ କହିଲେ ନାହିଁ ତ । ଏଣିକି ସତକୁ ସତ ଏହି ଦେଶରେ ସମସ୍ତଙ୍କୁ ପୂର୍ଣ୍ଣସ୍ଵୀକୃତ ଜଣେ ଜଣେ ନାଗରିକ ପରି ବେଭାର ମିଳିବ, ଦୟାରେ ନଭୁଲାଇ ମନୁଷ୍ୟୋଚିତ ସମ୍ମାନରେ ସମସ୍ତଙ୍କୁ ସାଙ୍ଗରେ ହିଁ ନିଆଯିବ, ଏବଂ ସର୍ବୋପରି, ଏହି ଗାଁର ସବୁ ପିଲା ଏଥର ଅବଶ୍ୟ ଇସ୍କୁଲରେ ପାଠ ପଢ଼ି ଆସିବେ, ସରକାର ବାହାଦୁରଙ୍କ ତରଫରୁ କେହି ସେହି କଥାଟିକୁ ମୋଟେ ଖୋଲି କହିଲେ ନାହିଁ ତ ! ସବୁ ପିଲାଙ୍କ ପାଠ ପଢ଼ିବା ବିଷୟରେ କଥାଟାକୁ ଉଖାରିଦେବା ବେଳକୁ ସିଧା ଭାବନାମାନ ଦିଲ୍ଲୀଯିଏ ବି ଛୁଟି ଯାଉଛନ୍ତି । ଶବ୍ଦମୈଥୁନର ମୂଳ ମଡ଼େଲଗୁଡ଼ାକ ସକଳ ଅର୍ଥରେ ସେହି ବାରଣାବର୍ଷରୁ ଏଠା ଭୁବନେଶ୍ୱର ଯାଏ ଆସିଛି ଅର୍ଥାତ୍ ଶବ୍ଦମାନଙ୍କୁ ନେଇ ମୈଥୁନ କରିବା ଲାଗି ସମ୍ପୃକ୍ତ ହାବିଲଦାରମାନଙ୍କୁ ହିମ୍ମତ ଯୋଗାଇ ଆସିଛି । ସ୍ୱାଧୀନତା ପରେ ଏହି ଦେଶର ଶିକ୍ଷାରେ ନୂଆ ଛାଞ୍ଚ ଓ ନୂତନ ପରିମଳ ଗୁଡ଼ିକର ସନ୍ଧାନ କରିବା ନିମନ୍ତେ ବହୁ ଜାକଜମକରେ ଗୋଟାଏ ଶିକ୍ଷାକମିଶନ ବସିଥିଲା । ସେଥିରେ ପୃଥିବୀରୁ ଏକାଧିକ ଦେଶରୁ ବଛା ବଛା ବ୍ୟକ୍ତିଙ୍କୁ ସଦସ୍ୟ ରୂପେ ହକାରି ଅଣାଯାଇଥିଲା । କେଡ଼େବଡ଼ ବିଦ୍ଵାନ ଆମ ରାଧାକୃଷ୍ଣଙ୍କୁ ସେଥିରେ ନେତୃତ୍ଵ ପଦରେ ରଖା ଯାଇଥିଲା । ମହାଦେବଙ୍କ ମନ୍ଦିରରେ ଗଜ ଉତୁରିଲା ପରି ସେହି ମଣ୍ଡଳୀଟି ନିଜର ଅଭିନବ ବୃହତ୍‌ପ୍ରସ୍ତାବ ଗୁଡ଼ିକୁ ବାଢ଼ିଦେଇ ରିପୋର୍ଟଟାଏ ଲେଖିଦେଲେ । ତା ପରେ କିଛି ହେଲା ନାହିଁ । ଶବ୍ଦମାନେ ସତେଅବା ପରମ ନିଷ୍ଠାର ସହିତ ଏକ ମହନୀୟ ମୈଥୁନକାର୍ଯ୍ୟରେ ନିମିତ୍ତ ହୋଇ ରହିଗଲେ । ଏକ ମୈଥୁନଶକ୍ତିର ନଜିର ହୋଇ ଆମ ଗ୍ରନ୍ଥାଗାରମାନଙ୍କର ସାଇତା ହୋଇ ରହିଲେ । ପନ୍ଦରବର୍ଷ ପରେ ପୁଣି ଏକ ଦ୍ଵିତୀୟ ଶବ୍ଦ-ମୈଥୁନ ନିମନ୍ତେ ଖମାରୀମାନଙ୍କର ମନ ହେଲା ।

 

ଶ୍ରୀଯୁକ୍ତ ଦୌଲତ ସିଂହ କୋଠରୀ କଳସ ମୁଣ୍ଡାଇଲେ । ଘୋର ତଥ୍ୟସଂଗ୍ରହ ତଥା ପନ୍ଥାନିରୂପଣରେ ସତକୁ ସତ ବ୍ୟସ୍ତ ହୋଇ ରହିଲେ । କମିଶନ ପୁନର୍ବାର ପାଣ୍ଡିତ୍ୟପୂର୍ଣ୍ଣ ଆଉ ଏକ ଗ୍ରନ୍ଥ ପ୍ରସବ କଲେ ଓ ତାହା ସମସ୍ତଙ୍କର ମନକୁ ଆନନ୍ଦ ଦେଲା । ତଥାପି ଏକ ମାଂସପିଣ୍ଡୁଳା ପରି ହୋଇ ରହିଗଲା । କୋଠାରୀ ଏହି ନଶ୍ଵର ଦେଶରୁ ବିଦା ହୋଇଗଲେଣି ସିନା, ମାତ୍ର ଶବ୍ଦ ମୈଥୁନର ଏକ ବୃହତ୍ ଦୃଷ୍ଟାନ୍ତ ରୂପେ ମାଂସପିଣ୍ଡୁଳାଟା ତଥାପି ଏକ ମହିମାମୟ ନମୁନା ହୋଇ ରହିଛି । ଆଉ ଏବେ ସେସବୁ ପ୍ରସଙ୍ଗର ଉଡାପନ ହିଁ ହେଉନାହିଁ । ସ୍ଵୟଂ ଶିକ୍ଷକମାନେ ହିଁ ଅନ୍ୟ-ଅନୁରାଗୀ ହେଲେଣି ।

 

ତେବେ, ଶବ୍ଦଗୁଡ଼ାକ କ’ଣ ମିଛ, ଅର୍ଥାତ୍ କେବଳ ମୈଥୁନର ନିମିତ୍ତ ମାତ୍ର ? ଏହି ଦେଶଟା କ'ଣ ମିଛ ? ନିଜ ଭୁଇଁଟିକୁ ସତକୁ ସତ ଭଲ ପାଇ ନିଜ ଭିତରେ ତାହାରି ସକାଶେ ଶକ୍ତିମାନ୍ ହୋଇ ନିଜକୁ ତିଆରି କରିବା ଏବଂ ସେହି ଅନୁସାରେ କେତେ ନା କେତେ ଅନ୍ୟ ସମ୍ଭାବନା ତଥା ମହତ୍ଵପ୍ରୟାସର ମାର୍ଗରେ ମେଳ ହୋଇ ଅର୍ଥାତ୍ ସାଙ୍ଗ ହୋଇ ବାହାରିବା, ତେବେ ଏଇଟା କଣ ମିଛ ? ଜୀବନଟାକୁ ମୈଥୁନମୟ । କରି ରଖୁଥିବା ଏହି ନିତାନ୍ତ ନୃଶଂସମାନେ ସେକଥା କଦାପି ଅନ୍ଦାଜ କରି ପାରିବେ ନାହିଁ । ଯେଉଁ ସାଧୁ ଓ ସାଧୀମାନେ ବାଟରୁ ବିଚ୍ୟୁତ ହୋଇ ଯାଇଥିବା ପରି ଆମ ସାଧାରଣ ମଣିଷଙ୍କୁ ନିମନ୍ତେ ପ୍ରବଚନ ଦେଇ ପାରଧି କରି ବୁଲୁଛନ୍ତି, ସେମାନେ ହୁଏତ ତୁଚ୍ଛ ସେହି ମୈଥୁନ ମଧ୍ୟରେ ରହିଛନ୍ତି, ଏବଂ ଆହ୍ଲାଦିତ ହେବାରେ ଲାଗିଛନ୍ତି । ଆମ ସାହିତ୍ୟଟା ମଧ୍ୟ ମୈଥୁନୀମାନଙ୍କର କବଳରେ ପଡ଼ି କ୍ରମେ ଆପଣାର ଅସଲ ବଳ ଏବଂ ଅସଲ ପ୍ରତ୍ୟୟଗୁଡ଼ିକୁ ହରାଇ ବସୁଛି । ସାହିତ୍ୟିକ ଯାବତୀୟ ଅବସର ପ୍ରାୟ ମୈଥୁନରେ ମାତିବାର ଏକ ସାଆନ୍ତିଆ ଆଖଡ଼ାଘରରେ ପରିଣତ ହେବାରେ ଲାଗିଛି ଏବଂ ଭୋଗୀ ପେଟଟା ହିଁ ହୃଦୟ ନାମକ ସେହି ଶୌର୍ଯ୍ୟପୂର୍ଣ୍ଣ ସଂବେଦନାଶକ୍ତିକୁ ଗ୍ରାସ କରି ପକାଇବାକୁ ବାହାରି ପଡ଼ିଲାଣି । ଭଗବାନ ଭାଗ ଭାଗ ହୋଇଗଲେଣି ଏବଂ ଏଖଣ୍ଡଟା ସେହି ଆଉ ଗୋଟାଏ ଖଣ୍ଡକୁ ଭୁଷୁଡ଼ାଇ ପକାଇବ ବୋଲି ତଡ଼ା ବାଡ଼ି ନେଇ ବାହାରିଛି । ତେଣୁ ଅସଲ ବ୍ରତଚାରୀମାନେ କିଏ କୋଉଠି ଅଛନ୍ତି, ଡକାଡ଼କି ହୋଇ ଦାଣ୍ଡକୁ ଆସନ୍ତୁ । ନିଜକୁ ସତକୁ ସତ ମନ୍ତୁରାଇ ଏହି ପୃଥିବୀର କାମରେ ଲାଗିବାକୁ ଇଚ୍ଛୁକ ଥିବା ସେହି ବିକଳ୍ପମାନଙ୍କ ନିମନ୍ତେ ହିଁ କାଳ ଅପେକ୍ଷା କରି ରହିଛି । ବସ୍ତୁତଃ ସେହିମାନେ ହିଁ ଶବ୍ଦର ଶକ୍ତିକୁ ଉଦ୍‌ଘାଟିତ କରି ଆଣିପାରିବେ । ପୃଥିବୀର ପରବର୍ତ୍ତୀ ଉଦୟଟି ବିଷୟରେ ସଳଖ ହୋଇ କିଛି ଅବଶ୍ୟ କହିବେ ।

Image

 

କଲ୍ୟାଣମୂଳ ଶିକ୍ଷା

 

ପିଲାମାନେ ପିଠି ଉପରେ ବୋହି ନେଇ ଯାଉଥିବା ବସ୍ତାନିବୋଝଟାକୁ ଦେଖ୍ ହଠାତ୍ ଜଣେ ଦରଦୀ କେଡ଼େବଡ଼ ବ୍ୟକ୍ତିଙ୍କର ପୂରା ମନଟା ଉଦବେଳିତ ହୋଇ ଉଠିବାରୁ ସିଏ ସେହି ବିଷୟରେ ଗୋଟାଏ କିଛି ଅବଶ୍ୟ କରିବାକୁ ହେବ ବୋଲି କ୍ରିୟଶୀଳ ହୋଇ ଉଠିଲେ ଏବଂ ସେହି ରାଜଧାନୀର ଶିକ୍ଷାଦପ୍ତର ମାନଙ୍କରେ ଗୋଟାଏ ଚହଳ ପକାଇ ଦେଇଥିଲେ । ସେଇଥିରୁ ସରକାରୀ ସ୍ତରରେ ଆନନ୍ଦମୟ ଶିକ୍ଷା ନାମରେ ନୂଆ ଖେଳଟାଏ ଆରମ୍ଭ ହେଲା ଏବଂ ଏକ ସ୍ଵତନ୍ତ୍ର ଯୋଜନା ମଧ୍ୟ ସଚଳ ହୋଇଗଲା । ନିର୍ଦ୍ଦେଶ ଦ୍ଵାରା ତାହା ରାଜ୍ୟମାନଙ୍କ ପର୍ଯ୍ୟନ୍ତ ଆସି ପହଞ୍ଚଗଲା । ସେମିନାର ହେଲା, କର୍ମଶାଳା ହେଲା । ମନୀଷୀ ମହଲ ମତ ଦେଲେ ଯେ, ବିଦ୍ୟାଳୟମାନଙ୍କରେ ପିଲାଙ୍କର ଶିକ୍ଷା ଅତ୍ୟନ୍ତ ନିରାନନ୍ଦମୟ ହୋଇ ରହିଛି ବୋଲି ଦେଶର ପିଲାଏ ଇସ୍କୁଲ ଆସିବାକୁ ଯଥେଷ୍ଟ ଆକର୍ଷଣ ଅନୁଭବ କରୁନାହାନ୍ତି । ବରଂ ଗାଈ ଚରାଉଛନ୍ତି । ନାନାବିଧ ଘରକାମ କରୁଛନ୍ତି, ସାନ ଭାଇ ଓ ଭଉଣୀମାନଙ୍କର ହେପାଜତ କରୁଛନ୍ତି ସିନା, ତଥାପି ଇସ୍କୁଲ୍ ଆଡ଼େ ମନ ଦେଉନାହାନ୍ତି । ବହୁ ବିଶେଷଜ୍ଞ ବୁଦ୍ଧି ଖରଚ କରି ସେହି ସବା ଉପରେ । ଶିକ୍ଷାକୁ ଆନନ୍ଦମୟ କରିବା ଲାଗି ନୂଆ ଫନ୍ଦିମାନଙ୍କର କଳ୍ପନା କରାଗଲା, ଜାତୀୟ ତଥା ରାଜ୍ୟର ସ୍ତରରେ ସେଥିଲାଗି ସ୍ଵତନ୍ତ୍ର କିମିଟି ଓ କମିଶନମାନ ବସିଲା । ଭାରି ଗମ୍ଭୀର ଭାବରେ ଚିନ୍ତା କରି ଆମ ଇସ୍କୁଲ୍‌ଗୁଡ଼ିକୁ ନାନା ଭାବେ ଆଗ୍ରହମୁଖର କରି ରଖିବାର ବିଚାରମାନ ବି ପଡ଼ିଲା । ଏସବୁରେ ଆଦୌ କମ୍ ପଇସା ଖରଚ ହୋଇନଥିବ । ସେହି କ୍ଷଣିକ ଉତ୍ସାହରେ ସମ୍ପୃକ୍ତ ମହକୁମା ମାନଙ୍କର ସାଧବକୁଳ ପାଶୋରି ପକାଇଥିଲେ ଯେ, ଆମ ଦେଶରେ ଅଧିକାଂଶ ପିଲା, ଉଭୟ ଗାଁ ଓ ସହରରେ ଅଧୁକାଂଶ ଇସ୍କୁଲୁକୁ ଯାଉଥିବା ପିଲାଙ୍କର ଯଥେଷ୍ଟ ପାଠ୍ୟ ପୁସ୍ତକ ହିଁ ନଥାଏ । ତେଣୁ, ବସ୍ତାନି ଭାରି ହେବାର ଅବକାଶ ମଧ୍ୟ କୁଆଡ଼ୁ ଆସିବ ?

 

ଭାରତବର୍ଷରେ ଶିକ୍ଷାର କ୍ଷେତ୍ରରେ ଭାରପ୍ରାପ୍ତ ମୁଣ୍ଡମାନେ ଯାହାକିଛି କହନ୍ତେ ବା କରନ୍ତେ, ସେଥିରେ ସେମାନେ ସବୁଯାକ ପିଲାଙ୍କୁ ଦୃଷ୍ଟି ସମକ୍ଷରେ ରଖ ଯାହା କିଛି ବିଚାର ତଥା ସମାଧାନ ବାହାର କରନ୍ତେ । କାହାର ବା କେଉଁମାନଙ୍କର ଦୃଷ୍ଟି ଖିଆଲ ଗୁଡ଼ିକ ସକାଶେ ଏହି ବିଗତ ଏକାଧିକ ଦଶନ୍ଧିମାନଙ୍କର ସେତିକି ହୋଇପାରିଲା ନାହିଁ । ଥୋକାଏ ଦାୟିତ୍ଵରେ ରହିଲେ, ହାକିମ ହେଲେ, ମୋଟା ବେତନ ପାଇଲେ ଏବଂ ସତକୁ ସତ ସେହି କାରଣରୁ ସେମାନେ ସବୁ ପିଲାକୁ ଆଗରେ ରଖି କିଛି କରିବା ନିମନ୍ତେ ସାହସ କରି ପାରିଲେ ନାହିଁ କି ? ନିଜ ପିଲାମାନଙ୍କ ସକାଶେ ସେମାନେ ସବା ଆଗ ତଥାକଥିତ ପାଠ ପଢ଼ିବାର ଇନ୍ଦ୍ରଭୁବନ ସଦୃଶ ବ୍ୟବସ୍ଥା ଓ ବରାଦମାନ କରିଦେଲେ । ସେହି ବରାଦସବୁ ଏଇଠି ଏହି ଦେଶରେ ସିନା ହେଲା, ମାତ୍ର ଆମେରିକା ଓ ବିଲାତର ନକ୍ସା ଏବଂ ମର୍ଯ୍ୟାଦା ଅନୁସାରେ ହେଲା । ଆମ ସ୍ଵାଧୀନତା ସଂଗ୍ରାମ ବେଳର ପରିଭାଷା ଅନୁସାରେ ସାମ୍ରାଜ୍ୟବାଦୀ ଛାଞ୍ଚଗୁଡ଼ିକ ଅନୁସାରେ ହେଲା । ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଏହି ଦେଶରେ କେବଳ ଥୋକେ ମଣିଷଙ୍କର ସାମ୍ରାଜ୍ୟଟା ତଥାପି ରହିବ ଓ ଉପରେ ସାଆନ୍ତ ବନି ସେହିମାନେ ହିଁ ନାନା ଅପକୌଶଳର ପ୍ରୟୋଗ କରି ଏଠି ବହୁତ ପକ୍ଷଟାକୁ ସାଧ୍ୟ ଅର୍ଥାତ୍ ବଞ୍ଚିତ କରି ରଖିବେ, ଏଠାରେ ସେହି ହିସାବରେ ଯାବତୀୟ ଅକଥାକୁ ସ୍ଥାୟୀ କରି ରଖାଗଲା । ଅର୍ଥାତ୍, ଆନନ୍ଦବର୍ଦ୍ଧନମାନେ କେବଳ ନିଜର ଏକ ସ୍ୱାର୍ଥ ଗୁଡ଼ିକୁ ଦେଖିଲେ-। ସେମାନଙ୍କର ପିଲାଏ ସେହି ସାମ୍ରାଜ୍ୟବାଦୀମାନଙ୍କର ଭାଷାଟିକୁ ଭାରି ଅଭିସନ୍ଧିମୂଳକ ଭାବରେ କୁଣ୍ଢାଇ ରହିଲେ । ଏହି ମାଟି ତଥା ମାଟିର ଭାଷା ଅର୍ଥାତ୍ ସେହି ଭାଷାରେ ଦିନରାତିକୁ ବଞ୍ଚି ଆସିଥିବା କୋଟି କୋଟି ମଣିଷଙ୍କୁ ହେୟ କରି ହିଁ ଦେଖିଲେ । କେତେ ନା କେତେ ଆଡ଼ମ୍ବରରେ ସେମାନଙ୍କୁ ଦୟା କରି ସତେଅବା କେତେ କଣ କରୁଛନ୍ତି ବୋଲି ଏକ ଧାରଣା ଦେଲେ ଓ ଦରବାର କମ୍ପାଇଲେ । ସବୁ କଲେ, ମାତ୍ର ଏଠି ମନୁଷ୍ୟ ମାତ୍ରେ ଯେ ସମସ୍ତେ ନାଗରିକ, ସେହି ସତ୍ୟଟିକୁ ଗୋପ୍ୟ କରି ରଖିଲେ । ତେଣୁ, ନିରାନନ୍ଦ ହିଁ ପରିଣାମ ହେଲା । ତଥାକଥିତ ଇସ୍କୁଲମାନେ ମଧ୍ୟ ସତର ପ୍ରକାରର ହେଲେ ।

 

ତେଣୁ, ଯେଉଁ ମାତ୍ର ଥୋକାଏ ମଣିଷ ଏହି ଦେଶଟାକୁ ନିତାନ୍ତ ମତଲବପୂର୍ଣ୍ଣ ଭାବରେ ଜିପଢ଼ାଲୁ କରି ରଖିଛନ୍ତି, ସେମାନେ ନିଜେ ହିଁ ଯାବତୀୟ ପଙ୍ଗତକୁ ତଥା ଯାବତୀୟ ସୁଯୋଗ ତଥା ଅଧିକାରକୁ ଦଖଲ କରି ରଖିଛନ୍ତି- ଥିର ହୋଇ ବିଚାର କରି ବସିଲେ ଆମେ ସକଳ ନ୍ୟାୟରେ ସେହିମାନକୁ ହଁ ଏଠାରେ ସର୍ବବିଧ ନିରାନନ୍ଦର ମୂଳ କାରଣ ବୋଲି ଠକ୍ କରି କହିଦେଇ ପାରିବା-। ସେମାନେ ଯଦି ସତକୁ ସତ ସାଧୁ ହୋଇଥାଆନ୍ତେ, ତେବେ ସ୍ଵୟଂ ସେହି ସତ୍ୟଟିକୁ ଅବଶ୍ୟ ବୁଝି ପାରନ୍ତେ । ବେଳେ ବେଳେ ତ ଭାରି ଆଶଙ୍କା ମଧ୍ୟ ହେବ ଯେ, ଯେଉଁମାନେ ଏହି ଅଧର୍ମମୂଳ ଚଳଣିଗୁଡ଼ାକ ଏହିପରି ସ୍ଥାୟୀ ହୋଇ ରହିଥାଉ ବୋଲି ଆପଣାର ଅଙ୍କଖାତା ମାନଙ୍କରେ କୋଠି କାଟି ହିସାବ କରି ରଖିଛନ୍ତି, ଅନେକତଃ ସେହିମାନେ ଆମକୁ ଆନନ୍ଦମୟ ଶିକ୍ଷାର ବୃହତ୍ ବୋଲିମାନଙ୍କୁ ଏପରି ବଖାଣିବାରେ ଲାଗିଛନ୍ତି । ସେମାନେ କେଡ଼େ ଧୋବ ଦେଖା ଯାଉଛନ୍ତି, କେତେ ନା କେତେ ପାଠ ପଢ଼ିଛନ୍ତି, ସଜ୍ଜନରୂପେ ଶୋଭା ପାଉଛନ୍ତି । ଆସୁଣୁ ଯାଉଣୁ ଆମକୁ ସଂସ୍କୃତିର କଥା କହୁଛନ୍ତି, ଅତୀତକୁ ଅନାଇ ଦେଖ ବୋଲି କହୁଛନ୍ତି । ଏବଂ ସବୁ ମଣିଷମାନଙ୍କର ରାତି ପାହିବାର ସେହି ଅସଲ ମୁହୁର୍ତ୍ତ ଅର୍ଥାତ୍ ସତ ଉଦ୍ୟମଗୁଡ଼ାକୁ ଗଡ଼ାଇ ଦେବାରେ ଲାଗିଛନ୍ତି । ସର୍ବବିଧ କର୍ମଶାଳାରେ ସେମାନେ ବହୁ ପୁଲକରେ ଏକାବେଳେ ଚାରିଧାଡ଼ିଯାକ ଦାନ୍ତ ବାହାର କରି ସଦବୁଦ୍ଧି ଦେବା ପାଇଁ ଆସି ପହଞ୍ଚି ଯାଉଛନ୍ତି । ତେଣୁ, ଆନନ୍ଦମୟ ଶିକ୍ଷା ନୁହେଁ, ଏଥର କଲ୍ୟାଣମୂଳ ଶିକ୍ଷାର କଥା ହିଁ କୁହାଯାଉ । କାରଣ, ଯାହା କଲ୍ୟାଣମୂଳ, ତାହାହିଁ ହେଉଛି ଆନନ୍ଦମୟ । କଲ୍ୟାଣ ଅର୍ଥାତ୍‌ ସମସ୍ତଙ୍କର କଲ୍ୟାଣ । ଇସ୍ପିତ ଘରଟି ସମସ୍ତଙ୍କର ଘର ବୋଲି ଅନୁଭୂତ ହୋଇପାରିଲେ ଯାଇ ଏହି ପୃଥିବୀରେ ଆମର ସବୁଯାକ ପ୍ରୟାସ ସତକୁ ସତ ଆନନ୍ଦମୟ ହୋଇପାରିବ । ସେତେବେଳେ ଆମକୁ ଏକାବେଳକେ ସମସ୍ତେ ଦିଶିବେ । କାହାରିକୁ ବଞ୍ଚିତ କରି ଅର୍ଥାତ୍ ଧୋକା ଦେଇ ତୁଚ୍ଛା ନିଜସ୍ୱାର୍ଥଟି ହଁ ଭାରି ଅଳପ ବୋଲି ଲାଗିବ ଏବଂ ତେଣିକୁ ତାହା ନିଜ ପାଇଁ ମଧ୍ୟ ଅସୁନ୍ଦର ବୋଲି ମନେ ହେବ । ଭାରତବର୍ଷକୁ ସତ୍ୟର ପକ୍ଷ ନେଇ ଅନାଇ ଦେଲା ବେଳକୁ ପୂରା ଜଳ ଜଳ ହୋଇ ଦିଶିଯାଉଛି ଯେ ଏଠାରେ ତଥାକଥିତ ପାଠୁଆମାନେ ହିଁ ଦେଶଟାକୁ ନିରାନନ୍ଦମୟ କରି ରଖିଛନ୍ତି । ବହୁ ଭାବେ ବର୍ବର ହୋଇ ରହିଛନ୍ତି ଏବଂ ଭାରତରେ ଯାବତୀୟ ଲୋକୋଦୟକୁ ଭଣ୍ଡୁଚ କରି ରଖିବେ ବୋଲି ଏହି ତଥାତତ ବିଦ୍ୟାର ଡିପୋଗୁଡ଼ାକୁ ଖୋଲି ରଖିଛନ୍ତି ।

 

ଭାରତବର୍ଷର ହତାକୁ ଡେଇଁ ବୃହତ୍ତର ପୃଥିବୀଟାକୁ ମଧ୍ୟ ଅନାଇ ଦେଖିଲା ବେଳେ ଯେତେ ଇଚ୍ଛା କରୁନଥିଲେ ମଧ୍ୟ ତଥାପି ସନ୍ଦେହ କରିବାକୁ ପଡ଼ୁଛି ଯେ, ଏଠାରେ ବେଶି ବେଶି ତତ୍ପରତା ସହିତ ଯେଉଁ ଆନନ୍ଦମୟତା ଗୁଡ଼ିକୁ ସମ୍ଭବ କରି ଆଣିବା ଲାଗି ଆଲୋଡ଼ନ ସୃଷ୍ଟି କରାଯାଇଛି, ସେଗୁଡ଼ିକର ମୂଳରେ କଲ୍ୟାଣ ମୋଟେ ସେତେବେଶି ପରିମାଣରେ ସ୍ଥାନ ପାଇନାହିଁ-। ବହୁତର ଅବସରରେ କଲ୍ୟାଣ-ଚିନ୍ତାକୁ ପଛରେ ପକାଇଦେଇ ତଥାକଥିତ ଆନନ୍ଦ ଲାଭ କରିବାର ଅତି ଆକୁଳତା ହିଁ ସବୁଯାକ ଜାଗାକୁ ମାଡ଼ି ବସିଛି । ମଥା, ବିଦ୍ୟା ଏବଂ କ୍ଷମତା ରହିଥିବା ବଡ଼ମାନେ ଆପଣାର ଗେହ୍ଲା ଆନନ୍ଦଗୁଡ଼ାକୁ ସାତ କିମ୍ବା ସତରପଣ ଅଧିକ ପ୍ରାଚୁର୍ଯ୍ୟ ଏବଂ ଅଧୁକ ଐଶ୍ଵର୍ଯ୍ୟରେ ଭୋଗ । କରିବେ ବୋଲି ଅନେକ ଅନେକ ଅନ୍ୟମାନଙ୍କୁ ଉପେକ୍ଷା କରିଛନ୍ତି ଅର୍ଥାତ୍ ସେମାନଙ୍କୁ ବତ କରି ଆଗକୁ ଆଗକୁ ମାଡ଼ି ଯାଇଛନ୍ତି । ଏହି ପୃଥିବୀର ବେଶି କଲ୍ୟାଣ ହେଉଛି। ନା ଅଧିକତର ପ୍ରକୋପ ସହିତ ତଦ୍ଦ୍ଵାରା ଅଳପ କେତେକଙ୍କର ଆନନ୍ଦଭୋଗ ଗୁଡ଼ାକ ମୋଟା ହେବାରେ ଲାଗିଛି ? ପୃଥିବୀର ଏହି ଶଗଡ଼ ଶଗଡ଼ ବିଦ୍ୟା ଦ୍ଵାରା ସତକୁ ସତ । ଅଳପ ଥୋକାଏଙ୍କୁ ଅଧିକ କୋଟି କୋଟି ମଣିଷକୁ ଧୋକା ଦେବାର ତଥା ନ୍ୟୁନ ଏବଂ ଅସହାୟ କରି ରଖିବାର ଯାବତୀୟ ପାଜିଗିରି ଶିଖାଇ ଦିଆଯାଉନାହିଁ କି ? ବିଚରା ବିଜ୍ଞନଟା ତ ପୋଇଲିଗିରି କରି ଏହି ବୋମା ଗୁଡ଼ାକର ଦୁର୍ବୁଦ୍ଧି ମଧ୍ୟରେ ଆସି ପଶିଲାଣି, ଅଥଚ ସବୁ ମଣିଷକର ପେଟ ପୂରିବା ଭଳି ସହଜ ଭିତ୍ତିଭୂମିଟିଏ ସମ୍ଭବ କରି ପାରୁନାହିଁ । ଦେଶ, ସଂସ୍କୃତି, ସାହିତ୍ୟ ଏହିସବୁ କିଛି ଥୋକାଏଙ୍କର ପ୍ରାୟ ଗୃହକ୍ରୀଡ଼ନକ ହୋଇ ରହିଛି । ସେହିମାନଙ୍କର ଚିତ୍ତବିନୋଦନ ନିମନ୍ତେ ବହି ବାହାରୁଛି, ଧର୍ମଘରେ ବୀନା ଉଡ଼ୁଛି, ଭଗବାନଙ୍କୁ ଭେଶ କରି ଦେଉଳମାନଙ୍କର ନଚା ବି ହେଉଛି । ଏହି ସଂସାରଟା ପ୍ରକୃତରେ କାହାର ଆନନ୍ଦବର୍ଦ୍ଧନ ନିମନ୍ତେ ତିଆରି ହୋଇଥିଲା କେଜାଣି ?

 

ତେଣୁ, ସବା ମୂଳରେ କଲ୍ୟାଣ ହିଁ ରହୁ । ପାଠମାନେ ଜଗତର କଲ୍ୟାଣ ନିମନ୍ତେ ହିଁ ପଢ଼ା ହୁଅନ୍ତୁ, ଲୋଡ଼ା ବି ହୁଅନ୍ତୁ ।

 

ଆମ ଗାଆଁରେ ମଧ୍ୟ ଆମର ଯାବତୀୟ କ୍ରିୟାଶୀଳତାର ମୂଳରେ ସେହି କଲ୍ୟାଣ ଭାବନାଟି ହିଁ ରହୁ । ମୂଳରେ କଲ୍ୟାଣ ରହିଲେ ଯାଇ ସବାଆଗ ମଣିଷମାନେ ଦିଶିବେ । ସବୁ ମଣିଷ ଦିଶିବେ । ଏବଂ ସବୁ ମଣିଷ ସତକୁ ସତ ଦିଶି ପାରୁଥିବା ପର୍ଯ୍ୟନ୍ତ ଆମ ରାଜନୀତି କଦାପି ବାଟମାରଣା ହେବ ନାହିଁ, ଆମ ନେତାମାନେ ଆମକୁ କଦାପି ବୋକା ବନାଇ ପାରିବେ ନାହିଁ ଏବଂ ଆମକୁ ଅସ୍ଵୀକାର କରି କଦାପି ଆଉ କୁଆଡ଼େ ମ ଚାଲିଯାଇ ପାରିବେ ନାହିଁ । ଏହି କଳିଯୁଗରେ ମଧ୍ୟ ଜଗତଯାକର ବିଧାତା ଯେତେବେଳେ ଆମର ଏହି ସଂସାର ବିଷୟରେ ଚିନ୍ତା କରୁଥିବେ, ସେତେବେଳେ ସିଏ ସବୁ ମଣିଷଙ୍କୁ ଅବଶ୍ୟ ଦେଖି ପାରୁଥିବେ, କଦାପି କାହାକୁ ବାଦ୍ ଦେଉନଥିବେ । ମୁଁ ଆଉ କେତେଦିନ ଯାଏ ତୁଚ୍ଛା ମୋ’ରି ଭାଗ୍ୟଟାର ବପୁବୃଦ୍ଧି କରାଇବି ବୋଲି ସେହି ବିଧାତାକୁ ଛୋଟ କରି ରଖୁଥିବି ? କଲ୍ୟାଣର ସେହି ଅନ୍ୟ ବିଶ୍ୱ-ସମ୍ଭାବନାଟିକୁ ମନ କରିପାରିଲେ ସିନା ମୁଁ ତାଙ୍କୁ ପରିପୂର୍ଣ୍ଣ ଭାବରେ ଅନୁଭବ ଓ ଅନ୍ଦାଜ କରିପାରିବ ! ତାହାଦ୍ୱାରା ହିଁ ମୁଁ ପୃଥିବୀଟି ନିମନ୍ତେ ଅଧିକ ନିର୍ଭରଯୋଗ୍ୟ ହୋଇ ତିଆରି ହୋଇପାରିବି । ଉପସ୍ଥିତି ମୁହୁର୍ତ୍ତଟି ନାନ ଭାବେ ସୂଚାଇ ଦେବାକୁ ଲାଗିଲାଣି ଯେ, ଏଣିକି କଲ୍ୟାଣକାରୀମାନେ ହିଁ ବିହନ ହେବେ ଏବଂ ଏକ କଲ୍ୟାଣମୂଳକ ଶିକ୍ଷା ହିଁ ସେହି ନୂଆ ମଣିଷମାନଙ୍କୁ ସକଳ ଅନୁକୂଳତା ଦେଇ ଗଢ଼ିଆଣି ବି ପାରିବ । ଆମ ବିଦ୍ୟାଳୟମାନେ ସେଇଥିପାଇଁ ହିଁ ପ୍ରୟୋଗଶାଳା ରୂପେ ତିଆରି ହେବେ ।

Image

 

ସଚେତନ ହିତାଧିକାରୀ

 

ଆପେ ନାରାୟଣ ବୋଲି ସ୍ଵୀକୃତ ହେବାର ଏକ ସହଜ ପୁଲକପୂର୍ଣ୍ଣ ଇଚ୍ଛାକୁ ପୋଷଣ କରି ଭାରତବର୍ଷରେ କେଉଁମାନେ ଦରିଦ୍ର-ନାରାୟଣର ସେହି କଥାଟିକୁ ଏକଦା ଆମ ସମକ୍ଷରେ ଆଣି ଉପସ୍ଥାପିତ କରିଥିଲେ କି ? ଦରିଦ୍ର ଭିତରେ ମଧ୍ୟ ନାରାୟଣ ଅଛନ୍ତି ବୋଲି ତତ୍ତ୍ଵଟିକୁ ତ ବେଦାନ୍ତ ଏଠି କେଉଁ କାଳରୁ ହିଁ ବଖାଣି ସାରିଥିଲା । ସ୍ଵାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀ ମଧ୍ୟ ସକଳ ଅର୍ଥରେ ସେହି ସତ୍ୟଟିକୁ ହିଁ ଲୋକବିବେକର ସନ୍ନିଧାନକୁ ଆଣିବା ଲାଗି ଅବଶ୍ୟ ସର୍ବଦା କରିଥିଲେ । କିନ୍ତୁ କାଳକ୍ରମେ ବସ୍ତୁତଃ ପ୍ରାୟ ଗୋଟାସୁଦ୍ଧା ଏହିଭଳି ହେଲା ଯେ, ଦରିଦ୍ରମାନେ ଦରିତ୍ର ହିଁ ରହିଲେ ଏବଂ ସେମାନଙ୍କୁ ନାରାୟଣ ବୋଲି ଘୋଷଣା କରୁଥିବା ପ୍ରବକମାନେ ସ୍ଵୟଂ ନାରାୟଣଙ୍କର ମର୍ଯ୍ୟାଦାରେ ଗୃହୀତ ହେଲେ; ପୂଜା ପାଇଲେ, ମୂର୍ତ୍ତି ଭିତରେ କେଡ଼େ ଉଜ୍ଜ୍ୱଳ ଦିଶିଲେ, ଭାରତବର୍ଷର ଅଧ୍ୟାତ୍ମ ସମ୍ମାନରେ କେତେ ନା କେତେ ବୃଦ୍ଧି ଘଟାଇଲେ । ଏହି କଥାଟିକୁ ଆମେ ଆମର ନଶ୍ଵର ସଂସାରଟାରେ ଭଗବାନଙ୍କର ଏକ ଲୀଳା ବୋଲି କହିବା ନା ଏକ କଳୁଷିତ ପରମ୍ପରାରେ ନିତାନ୍ତ ଲଜ୍ଜାକର ଭାବରେ ଘାଣ୍ଟି ହେଉଥିବା ଭରତୀୟ ସାମୂହିକ ଜୀବନର ଏକ ମନ୍ଦଭାଗ୍ୟ ବୋଲି କହିବା ? ସାନ ଜାତିକୁ ବଡ଼ ଜାତିମାନେ ସତେଅବା ଏକ ଅଭ୍ୟସ୍ତ ଅନ୍ତସ୍କରଣରେ ନାରାୟଣ ଜ୍ଞାନରେ ଦେଖିଛନ୍ତି । ଏବଂ ସଭାମାନଙ୍କରେ କେଡ଼େ ଉପୁଲ ଅନୁଭବ ବି କରୁଛନ୍ତି । ଭଲ ହେଲା, ଦେଶଟା ସ୍ଵାଧୀନତା ଲାଭ କଲା, ଭଲ ହେଲା ଏଠାରେ ବାସ କରୁଥିବା ସମସ୍ତଙ୍କୁ ନେଇ ଗୋଟାଏ ସମ୍ବିଧାନ ବି ଲେଖାହେଲା । ଏତିକିକୁ ଅବଶ୍ୟ ମାନି ନିଆଯାଉ, କାରଣ ଅଧିକ ଆଗକୁ ପାଦ ଉଠାଇବାକୁ ମନକଲେ, ତାହା ବହୁ ଅରାଜକତାକୁ ହିଁ ଡାକିଆଣିବ, ଏହିପରି ଏକ ତଣ୍ଡ-ପ୍ରଦର୍ଶନର ଜାଲ ବିସ୍ତାର କରି ସେହି କାରଣରୁ ହିଁ ଆମ ପ୍ରତ୍ୟୁତ୍ପନ୍ନମତିମାନେ ବାଟ ଓଗାଳି ଛିଡ଼ା ହୋଇଛନ୍ତି କି ?

 

ଦରିଦ୍ର ଅବଶ୍ୟ ନାରାୟଣ, ତଥାପି ଦୟାର ପାତ୍ର । ସେମାନଙ୍କୁ ଅବଶ୍ୟ ଦୟା ପ୍ରଦର୍ଶନ କରାଯିବ, ଦାରିଦ୍ର୍ୟ ଭତ୍ତା ଦିଆଯିବ,–ଆମ କାଗଜର ସଂଜ୍ଞାଗୁଡ଼ିକ ଅନୁସାରେ ସେମାନେ ସମସ୍ତେ ବିଶେଷ ଭତ୍ତାମାନ ପାଇବେ । ବିଧବାମାନେ ଭତ୍ତା ପାଇବେ, ବିକଳାଙ୍ଗ ଏବଂ ଅସମର୍ଥମାନେ ଭତ୍ତା ପାଇବେ । ଆଦିବାସୀ ଓ ହରିଜନ ଭତ୍ତା ଭୋଗ କରିବେ । ବାସ୍ ସେତିକିରେ ତୃପ୍ତ ହୋଇ ରହିବେ, ଦାତାର ମଙ୍ଗଳ କାମନା କରିବେ ଏବଂ ମୋଟେ ପାଟି ଫିଟାଇବେ ନାହିଁ । ସାରା ପୃଥିବୀର ସ୍ତରରେ ଗୋଟାଏ ଗୋଟାଏ ବିଶେଷ ସଂସ୍ଥା ଏବଂ ସଂଗଠନ ଶତାଧିକ ବର୍ଷ ହେଲା ଆପଣକୁ ଏତିକି ଭିତରେ କ୍ରିୟାଶୀଳ କରିରଖିଛନ୍ତି, ଯେଉଁମାନେ କି ଦୟାର୍ଦ୍ରତାର ଜାଲ ବିଛାଇ କୁଆଡ଼େ କେତେ ଦେଶର ଦୁସ୍ଥ ଓ ଅଳ୍ପଭାଗ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ପୃଥିବୀରେ ରେଡ଼କ୍ରସ ନାମକ ପକ୍କା ସଂସ୍ଥାଟାଏ ବି ରହିଛି, ଯିଏକି ଯୁଦ୍ଧ ତଥା ସେହିଭଳି କୌଣସି ବିପର୍ଯ୍ୟୟରେ ଆହତ ଓ ପୀଡ଼ିତମାନଙ୍କର ଶୁଶ୍ରୂଷା କରୁଛି । ପୃଥିବୀରେ ଆଦୌ ଏହି ଯୁଦ୍ଧମାନେ କାହିଁକି ବା ଲାଗିଛନ୍ତି, ସଂସ୍ଥାଟି ଏଯାଏଁ ସିଆଡ଼େ ମଥା ଖେଳାଇବାକୁ ହୁଏତ ଆଦୌ କୌଣସି ଖୁଡ଼ଖାଡ଼ କରିନାହିଁ । କେତେ କେତେ ଦାଣ୍ଡରୁ ଅର୍ଥ ଭିକ୍ଷା କରି ଛେଉଣ୍ଡ ଏବଂ ଗୃହଚ୍ୟୁତ ପିଲାମାନଙ୍କର ମୁହଁରେ ଜୋକ ଆଣିଦେଇଛି । କିନ୍ତୁ, କେଉଁ ପାଷଣ ବର୍ଗର ଅବିବେକ ଅର୍ଥାତ୍ ଅନାଚରଣ ହେତୁ ଯେ ପୃଥିବୀରେ ପିଲାମାନେ ଅରକ୍ଷିତ ହୋଇ ବୁଲୁଛନ୍ତି, ସେଇଟା ସତେ ଅବା କୋଉ ଦରବାରମାନଙ୍କରେ ହଲପ କରି ଆସିଥିବାରୁ ଚିନ୍ତା ହିଁ କରି ପାରୁନାହିଁ । ଚିନ୍ତା କଲେ ହୁଏତ ବାଡ଼ି ଉଠାଇବାକୁ ନାନାମନ୍ତେ ଆହ୍ଵାନମାନ ଆସି ପହଞ୍ଚିଯିବ, ଆଉ ରାଜାମାନେ ଭିକ୍ଷା ହିଁ ଦେବେ ନାହିଁ । ତେଣୁ ପରୋପକାର କରିବାର ଏହି ମଞ୍ଚଗୁଡ଼ିକ ହୁଏତ ଭୂଇଁ ଉପରେ ହିଁ ଭୁଷୁଡ଼ି ପଡ଼ିବେ । ସେତେଯାଏ ସାହସ କରିବାକୁ ସମ୍ଭବତଃ ବଳ ପାଉନାହିଁ, ତେଣୁ ବୁଦ୍ଧି ଧୋକାଦେବାରେ ହଁ ଲାଗିଛି । ଅଭ୍ୟସ୍ତ ମଞ୍ଚଗୁଡ଼ିକ ନାରାୟଣର ଚେତନାରେ ନରମାନଙ୍କର ସେବା କରୁଛନ୍ତି ।

 

ଆମ ଭାରତବର୍ଷରେ ତଳେ ରହିଥିବା ସେହି କୋଟି କୋଟି ମନୁଷ୍ୟମାନଙ୍କୁ ହିତାଧିକାରୀ ବୋଲି କୁହାଯାଉଛି । ସେମାନେ ଆମ ଆନୁଷ୍ଠାନିକ ବରାଦ ଗୁଡ଼ିକ ଅନୁସାରେ ବହୁବିଧ ସହାୟତା ଲାଭ କରୁଛନ୍ତି । ସରକାର ଅବଶ୍ୟ ଅଛନ୍ତି । ଏହି ସବୁଯାକ ନଅର-ବ୍ୟବସ୍ଥା ତ ସକଳ ଅର୍ଥରେ ସେହି ସରକାର କରୁଛନ୍ତି । ତଥାପି ଏକାଧିକ କ୍ଷେତ୍ରରେ ଆଉମାନେ, ସ୍ଵେଚ୍ଛାସେବୀମାନେ ମଧ୍ୟ ରହିଛନ୍ତି । ସେମାନେ ଲିଖିତ ଚୁକ୍ତିଗୁଡ଼ାକ ଅନୁସାରେ ଲୋକମାନଙ୍କ ଭିତରେ କେବଳ ହିତ ବାଣ୍ଟୁଥିବେ ନା ସେମାନଙ୍କୁ ସେମାନଙ୍କର ଅଧିକାର ଗୁଡ଼ିକ ବିଷୟରେ ବେଳୁଁବେଳ ଅଧିକ ସଚେତନ କରାଇବେ, ବର୍ତ୍ତମାନ ତାହାରି ଏକ ନିଷ୍ପତ୍ତି କରିବାର କ୍ଷେତ୍ରରେ ସ୍ୱେଚ୍ଛାସେବୀମାନେ କ୍ରମେ ସତେଅବା ଗୋଟିଏ ଧର୍ମସଂକଟରେ ପଡ଼ି ଯାଉଛନ୍ତି । ଏତେ ଏତେ କାମ ତ ହେଉଛି, ଏତେ ଏତେ ନୂଆ, ସିରସ୍ତା ଖୋଲୁଛି, ତଥାପି ଦାରିଦ୍ର୍ୟ ମେଣ୍ଟୁନାହିଁ । ତଥାପି ଜୀବନଗୁଡ଼ାକ କ୍ଲେଶମୟ ହୋଇ ରହିଛି । ମାଗିବାଟା ହିଁ ମନୁଷ୍ୟଧର୍ମ ବୋଲି ବିଶ୍ଵାସ କରିବାଟା ସତେଅବା ସହାୟତା ତଥା ହିତଗୁଡ଼ିକୁ ପ୍ରାପ୍ତ ହେଉଥିବା ସେହି ଅଳ୍ପବଳ ମାନଙ୍କର ଏକମାତ୍ର ଗତି ହୋଇ ରହିଲାଣି । ଆଦିବାସୀ ଆଦିବାସୀ ହୋଇ ରହିଛି ଏବଂ ହରିଜନ ହରିଜନ ହୋଇ ରହିଛି । କୋଉଠି କେଡ଼େ ଯତ୍ନରେ ଲେଖାହୋଇ ରହିଥିବା ଗୋଟାଏ ବହିରେ ତାକୁ ମଧ୍ୟ ଅନ୍ୟମାନଙ୍କ ସହିତ ସାମିଲ କରି ନିଆଯାଇଛି ବୋଲି ସିଏ ଖବର ହିଁ ପାଇନାହିଁ । ଖବରଟା କ'ଣ ପାଇଁ ଆସିପାରୁନାହିଁ କେଜାଣି ? ଏତେ ଏତେ ବାବୁଭୟା ଆସୁଛନ୍ତି, ସେମାନଙ୍କର ସହଜ ଗସ୍ତ ନିମନ୍ତେ ଝାଇଁମାନଙ୍କରେ ପୋଲ ବନି ସାରିଲାଣି, ତା’ ଘରକୁ ତାଡ଼ିଲେ ବହୁମୂଲ୍ୟ ଖଣିଜ ପଦାର୍ଥ ମିଳିବ ବୋଲି ଖବର ପାଇ କୁମ୍ପାନୀମାନେ ଆସି ପହଞ୍ଚିଗଲେଣି, ଦିନ ଦି ପ୍ରହରରେ ଗାଁ ଭିତରେ ପଶି ବନ୍ଧୁକ ଫୁଟାଇ ମଣିଷ ମାରି ଚାଲିଯିବାକୁ ମଧ୍ୟ ପୋଲିସ୍‌ମାନେ ମୋଟେ ଡରୁନାହାନ୍ତି । ତଥାପି, ଅସଲି ଖବର, ଏହି ମାଟି ତିଆରି ଶରୀର ଭିତରେ ଅପେକ୍ଷା କରି ରହିଥିବା ଅସଲ ମଞ୍ଜଟାକୁ ଦୋହଲାଇ ଦେବାପାଇଁ ସେହି ବଡ଼ ଖବରଟା ଏଠି ଆସି ପହଞ୍ଚି ପାରୁନାହିଁ କାହିଁକି ? କାହିଁକି ? କାହିଁକି ?

 

ଲୋକ-ସଚେତନତା ବଢ଼ାଇବା ନିମନ୍ତେ ସ୍ୱେଚ୍ଛାସେବୀ ସଂଗଠନମାନେ ସଂମ୍ପୃକ୍ତ ଅର୍ଥନିଧି ଅଥବା ସରକାରମାନଙ୍କ ଠାରୁ ପଇସା ଆଣୁଥିଲେ । ଏବେ ମଧ୍ୟ ଆଣୁଛନ୍ତି । ସେହି ପଇସାରେ କେତେ ନା କେତେ ସ୍ଫୁର୍ତ୍ତିରେ ନିର୍ଦ୍ଧାରିତ ଏକାଧିକ କାର୍ଯ୍ୟକ୍ରମ ଗୁଡ଼ିକୁ ସମ୍ପାଦନ କରୁଛନ୍ତି-। କୋଉ ସବୁ ବିଷୟରେ ସଚେତନ କରାଇବାକୁ ହେବ, ସେହିସବୁ ମନ୍ତ୍ରଣା ମଧ୍ୟ ସେମାନେ ଅର୍ଥଦାତାମାନଙ୍କଠାରୁ ପାଉଛନ୍ତି । ଗାଆଁକୁ ସଫା ରଖିବ, ପାଇଖାନା ତିଆରି କରିବ, ରାତିରେ ରାତି ସ୍କୁଲକୁ ଆସିବ, ପିଲାମାନଙ୍କୁ ଟୀକା ଦିଆଇବ, ଗ୍ରାମବାସୀ ଶ୍ରମଦାନ ଦ୍ଵାରା ପାହାଡ଼ ଉପରୁ ନାଳ ଖୋଳି ପାଣି ଆଣିବେ ଏବଂ ତାହାରି ମଦତରେ ବାଡ଼ିରେ ପରିବା ଚାଷ କରିବେ,–ଇତ୍ୟାଦି, ଇତ୍ୟାଦି । ଏହି ସବୁଗୁଡ଼ିକ ଅବଶ୍ୟ ଗୋଟିଏ ଗୋଟିଏ ଦରକାରୀ କଥା ଓ ତେଣୁ ସଚେତନ ହେବାର କଥା । ମାତ୍ର ଏତିକିରେ କଦାପି ଦୁଃଖ ଯିବନାହିଁ, ପେଟ ପୂରିବ ନାହିଁ, ଅଣ୍ଟା ମଧ୍ୟ ମଜବୁତ ହେବନାହିଁ । ଶୋଷଣ ଲାଗି ରହିଥିବ ଏବଂ କୋଉମାନଙ୍କର ଫିସାଦ ଅନୁସାରେ ନାଚିବାକୁ ବି ପଡ଼ୁଥିବ । ପାଖେ ହିତ କରୁଥିବେ ଏବଂ ଆଉ ପାଖେ ହିତ ଭୁଞ୍ଜୁଥିବେ, ଏଇଟା ପ୍ରକୃତରେ ଏକ ଦୁଷ୍ଟତନ୍ତ୍ର ହୋଇ ରହିବାକୁ ବାଧ୍ୟ ହେବ । ମଣିଷର ସତବିମୋଚନ ଗୁଡ଼ିକ ତଥାପି ସୁଦୂର-ପରାହତହୋଇ ରହିଥିବ । ଶୋଷଣ ଅବ୍ୟାହତ ରହିଥିବ । ଭାଗ୍ୟମାନେ ସେହି ଆଗପରି ଗୋଡ଼ଗୁଡ଼ାକୁ ସାହସମାନଙ୍କୁ କାମୁଡ଼ି ଧରିଥିବେ । ତେଣୁ ଗୋଟାଏ ଦେଶରେ ଅସଲ ହିତ ହେଉଛି, ଏଠାରେ ଆମେ ସମସ୍ତେ ନାଗରିକ, ଅର୍ଥାତ୍ ଆମ ରାଜିରେ ହିଁ ଏଠାରେ ଯାବତୀୟ ଶାସନ ଚାଲିବ, ଏଠି ଯାବତୀୟ ଖିଚିନେବା ଓ ଘିଚିନେବା ଅଲବତ ବନ୍ଦ ହେବ । ଅଧିକାର-ସଚେତନତାର ହିଁ ନିଦ ଭଙ୍ଗାଇବ, ପୂର୍ଣ୍ଣ ପ୍ରତ୍ୟୟର ଜାଗରୂକତା ଗୁଡ଼ିକୁ ସମ୍ଭବ କରିବ । ଆମେ ଦୟାର ପାତ୍ର ହୋଇ ରହିବାକୁ ଆଦୌ ମଙ୍ଗିବୁ ନାହିଁ । ଆମେ ସାଙ୍ଗ ହୋଇ ସାଙ୍ଗରେ ଯିବୁ, ସମ୍ମାନର ସହିତ ଏହି ଘରକୁ ନିଜର ଘର ବୋଲି ଅନୁଭବ କରିପାରୁଥିବୁ, ତାହାହିଁ ଅସଲ ହିତସାଧନ । ତା'ଠାରୁ ଇଞ୍ଚେ ବି କମ୍ ନୁହେଁ ।

 

ଆମେରିକାରେ ଗୋରାମାନଙ୍କ ନିମନ୍ତେ ଦାସତ୍ଵ ଖଟିବାକୁ ଯେଉଁ ଆଫ୍ରିକୀୟମାନଙ୍କୁ ବଳାତ୍କାର ଦ୍ଵାରା ସେଠାକୁ ଧରି ନିଆଯାଉଥିଲା, ନିଜର ଦୂରବସ୍ଥାରେ କିଞ୍ଚିତ୍ ପରିବର୍ତ୍ତନ ସମ୍ଭବ କରିବା ନିମନ୍ତେ ସେହି ପ୍ରଥମ ଅବସ୍ଥାରେ ମଧ୍ୟ ପ୍ରତିବାଦମାନ ହେଉଥିଲା । କିଞ୍ଚିତ୍ ପ୍ରତିକାର ଅବଶ୍ୟ ମିଳୁଥିଲା, ତଥାପି ଅସମ୍ମାନକର ନିଦାରୁଣତା ଗୁଡ଼ିକର କେବେହେଲେ ଅନ୍ତ ହେଉନଥିଲା-। ଦୟାଳୁମାନଙ୍କର ଖିଆଲ ଅନୁସାରେ ସବୁ ହେଉଥିଲା । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ହେଇଟି ଦ୍ଵୀପରେ ଯେଉଁ ବିଦ୍ରୋହଟି ଘଟିଲା, ସେଇଟିରେ ହିଁ ସର୍ବପ୍ରଥମଥର ପାଇଁ କଳାମାନେ ମଣିଷ ହିସାବରେ ଆପଣାନିମନ୍ତେ ସମାନ ଅଧିକାର ଓ ସମାନ ଥାନମାନ ଦାବି କଲେ । ସେତେବେଳକୁ ୟୁରୋପରେ ଫରାସୀ ବିପ୍ଳବ ସରିଥାଏ । ସମାନତା, ସ୍ଵାଧୀନତା ଏବଂ ଭ୍ରାତୃତ୍ଵର ଧ୍ଵନିରେ ଏକ ନୂତନ ନିଦ୍ରାଭଙ୍ଗ ବିଶ୍ଵଯାକ ସଂକ୍ରମିତ ହେବାକୁ ଆରମ୍ଭ କରୁଥାଏ । ହେଇଟି ବିପ୍ଳବଟିକୁ ମଧ୍ୟ ନୃଶଂସ ଭାବରେ ଦବାଇ ଦିଆଯାଇଥିଲା ସିନା, ମାତ୍ର ତେଣିକି ନିଗ୍ରୋ-ପ୍ରତିବାଦର ସୋପାନ ହିଁ ବଦଳିଗଲା । ଆମେରିକାରେ ମାର୍ଟିନ ଲୁଥର କିଙ୍ଗଙ୍କ ଦୃଷ୍ଟାନ୍ତ ତଥା ନେତୃତ୍ୱରେ ଯାଇ ତାହାର ପୂର୍ଣ୍ଣତର ପରିଚୟଟି ଏ ପ୍ରକଟ ହୋଇପାରିଲା । ଆଗକୁ ମଧ୍ୟ ବହୁ ସଂଗ୍ରାମ ହେବ, ପୃଥିବୀବ୍ୟାପୀ ହେବାରେ ଲାଗିଥିବ; କିନ୍ତୁ ଦୟା ବା ‘ଅନୁଗ୍ରହର ପାତ୍ର ହୋଇ ରହିବା ନିମନ୍ତେ ନୁହେଁ, ମଣିଷର ପୂର୍ଣ୍ଣ ଅଧିକାରକୁ ଦାବିକରି ସେଗୁଡ଼ିକ ହେବ । ବନ୍ଧୁ, ଏଥର କହ, ସେତେବେଳେ ତୁମେ କୋଉପଟେ ରହିବ ।

Image

 

ଯୁଦ୍ଧ, ଅସଲି ଓ ନକଲି

 

ପୂର୍ବେ ରଜା ରଜା ଭିତରେ ଯୁଦ୍ଧ ଲାଗୁଥିଲା । ସ୍ଵୟଂ ଜଗନ୍ନାଥ ଅଂଶଗ୍ରହଣ କରିଥିବା ଯୁଦ୍ଧଟି କ’ଣ ଓଡ଼ିଶା ଏବଂ କାଞ୍ଚି ରାଜ୍ୟ ଭିତରେ ଲାଗିଥିଲା ! ବରଂ ପୂର୍ଣ୍ଣ ନ୍ୟାୟର ସହିତ କୁହାଯିବ ଯେ ତାହା ପୁରୁଷୋତ୍ତମ ଦେବ ଓ ସାଲ୍ ନରସିଂହଙ୍କ ମଧ୍ୟରେ ଲାଗିଥିଲା । ଯୁଦ୍ଧର ନିୟମ ସବୁ ଥୁଲା ଓ ଉଭୟ ପକ୍ଷ ସେହି ନିୟମ ଗୁଡ଼ିକୁ ଅବଶ୍ୟ ମାନୁଥିଲେ । ସବୁଯାକ ଯୁଦ୍ଧ ଦିନରେ ଲାଗୁଥିଲା । ଏବଂ ସୂର୍ଯ୍ୟାସ୍ତ ପରେ ପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ବନ୍ଦ ରହୁଥିଲା । ଯୁଦ୍ଧ ସକାଶେ ଖାସ୍ ପଡ଼ିଆମାନ ଥିଲା । ମାତ୍ର ସେହି ପୁରାତନ କାଳଟା ଆମ ଏକାଳରେ ପରିଣତ ହୋଇଯାଉଥିବା ସଂଗେ ସଂଗେ । ଯୁଦ୍ଧର ରୀତିଗୁଡ଼ିକୁ ବଦଳି ଗଲା । ପକ୍ଷମାନେ ତସ୍କରଙ୍କ ପରି ଯୁଦ୍ଧ କରିବାକୁ ହିଁ ଅଧିକ ପସନ୍ଦ କଲେ । ପ୍ରଶିକ୍ଷିତ ସେନାନୀମାନେ ରହିଲେ ସତ, ମାତ୍ର ବେସାମରିକ ନାରଗିକମାନଙ୍କ ଉପରେ ବୋମା ବର୍ଷଣ ହେଲା । ଏଣିକି ଗୋଟାଏ ଦେଶ ଆଉ ଗୋଟାଏ ଦେଶ ସହିତ ଯୁଦ୍ଧ କରୁଛି । ଆଗେ ତ ବେଳେ ବେଳେ ତୁଚ୍ଛା ଦିଗ୍‌ବିଜୟୀ ବୋଲି ଘୋଷିତ ହେବା ନିମନ୍ତେ ହିଁ ରଜାଏ ଯୁଦ୍ଧ କରୁଥିଲେ । ଯଶ ଅର୍ଜନ କରୁଥିଲେ । ଏବେ ଯୁଦ୍ଧ ଗୁଡ଼ିକ ଲାଗିବା ପଛରେ ମୁଖ୍ୟତଃ ବାଣିଜ୍ୟିକ କାରଣମାନେ ହିଁ ରହିଛନ୍ତି । ଆଗଭଳି କ୍ଷତ୍ରିୟ ଆଉ ନାହାନ୍ତି,–ସମସ୍ତେ ବୈଶ୍ୟ ହୋଇଗଲେଣି । ବୈଶ୍ୟର ସ୍ୱାର୍ଥଗୁଡ଼ିକର ବିସ୍ତାର ସକାଶେ ଯୁଦ୍ଧ ହେଉଛି । ବୈଶ୍ୟର ଆବଶ୍ୟକତା ଦୃଷ୍ଟିରୁ ମଧ୍ୟ ଯୁଦ୍ଧ ହେଉଛି । କେବଳ ବୈଶ୍ୟପ୍ରଧାନ ଏହି ଯୁଗଟା ହିଁ ଆମକୁ, ତାର ମର୍ଜି ମୁତାବକ ମଣ କରି ରଖିବ ବୋଲି ଜାତୀୟତାବାଦ ନାମକ ସାଂପ୍ରତିକ ଏହି ଗୁଡ଼ହାଣ୍ଡି ଗୁଡ଼ାକୁ ତିଆରି କରି ରଖିଛି । ବୈଶ୍ୟ-ଧର୍ମ ହିଁ ସବା ଆଗ ଓ ସବା ବଡ଼ ବୋଲି ସ୍ଵୀକୃତ ହୋଇ ଆସିବାରୁ ଆଦର୍ଶବାଦ ମାନଙ୍କୁ ମଧ୍ୟ ଆଖର ଲଙ୍ଗଳା କରି ନଚାଯାଇ ପାରିଲା । ବିଜ୍ଞାନଟାକୁ ପ୍ରାୟ ଗେନା ଗେନା କରି ତୁଚ୍ଛ କେତେଟା ପ୍ରଯୁକ୍ତି-କୌଶଳ ରୂପେ ବ୍ୟବହାର କରାଗଲା । ବୈଜ୍ଞାନିକ ଦୃଷ୍ଟିକୋଣମାନେ ଯହୁଁ ଯହୁଁ ଅଧିକ ମାଡ଼ ଖାଇ ଖାଇ ତୁଚ୍ଛା ବହି ଭିତରେ ରହିଗଲେ, କୌଶଳମାନେ ତହୁଁ ତହୁଁ ଅଧିକ ପ୍ରବଳ ହେଲେ, ଚିତ୍ତ ବହୁଗୁଣିତ ହେବା ସହିତ ସାମୂହିକ ଜୀବନରେ ଆସୁରିକତା ବୃଦ୍ଧି ପାଇଲା । କ୍ଷମତାଶାଳୀମାନେ ପୃଥିବୀରେ ବାଟ ଚାଲିବା ବେଳକୁ ଅଧିକ ଦୁଲୁ ଦୁଲୁ ଶୁଭିଲା ସିନା, କିନ୍ତୁ ପୃଥିବୀଟା ଏଡ଼େ ଅତିଶୟ ମହାଭାଣ ସହିତ ସତକୁ ସତ କୁଆଡ଼େ ଯାଉଛି ବୋଲିଠ ଉରାଇ ମଧ୍ୟ ହେଲାନାହିଁ । ଠଉରାଇବାକୁ କାହାରି ବେଳ ମଧ୍ୟ ନଥିଲା । ଆମ ପୃଥିବୀର ଏହି ଘରଟା ଚାହୁଁ ଚାହୁଁ ବୋମାରେ ଭର୍ତ୍ତି ହୋଇଗଲା ।

 

୧୯୮୪ ନାମକ ଉପନ୍ୟାସର ଲେଖକ ଏକଦା ସୂଚିତ କରାଇ ଦେଇଥିଲେ ଯେ, ବିର, ଅପ୍ ଓ ରାଷ୍ଟ୍ରଶକ୍ତି ବୃଦ୍ଧି ପାଇ ପୃଥିବୀରେ ଶେଷକୁ ଦୁଇଟା ସରକାର ରହିବ । ତଥାପି ଗୋଟାକୁ ଗିଳି କେବଳ ଏକା ଗୋଟାଏ ରହିବ ବୋଲି ଆରଟା ତିଷ୍ଠିବା ସକାଶେ ଦୁଇଟା ମଧ୍ୟରେ ଦୁରାଚାରର ପ୍ରତିଦ୍ଵନ୍ଦିତା ଲାଗିବ। ଲୋକ ଜୀବନଟା ସେହି ପ୍ରତିଦ୍ଵନ୍ଦିତାର ନିୟନ୍ତ୍ରଣ ମଧ୍ୟରେ କଲବଲ ହୋଇ ସମ୍ପୂର୍ଣ୍ଣ ରୂପେ ସାଧ ହେବ । ସେତେବେଳେ କୁହୁଳି କୁହୁଳି ପୃଥିବୀକୁ ଆଚ୍ଛନ୍ନ କରିବାରେ ଲାଗିଥିବା ଶୀତଳ ଯୁଦ୍ଧର ଭୀଷଣତା ଗୁଡ଼ାକୁ ଘୃଣ କରି ଉପନ୍ୟାସକାର ହୁଏତ ସେହିପରି କନାଟିଏ କରିଥିବେ । ଦ୍ଵିତୀୟ ମହାଯୁଦ୍ଧ ପରେ ପ୍ରାୟ ସେହି ଚିତ୍ରଟା ହିଁ ଉକୁଟି ଆସୁଥିଲା । ତା ପରେ ହଠାତ୍ ଗୋଟାଏ ପାଖରେ ପାଚେରୀଗୁଡ଼ାକ ଭୁଷୁଡ଼ି ପଡ଼ିଲା । ରୁଷିଆ ଭୁଷୁଡ଼ି ପଡ଼ିଲା, ଆମେରିକା ରହିଲା । ତେଣିକି କେବଳ ସେହି ଗୋଟାଏ ପଟର ରେରେକାର ଧ୍ଵନି ଶୁଣାଗଲା । ସବୁଥିରେ ଆମେରିକା ହିଁ ଏଡ଼େବଡ଼, ପର୍ବତ ଅତଡ଼ା ହୋଇ ଅବଶିଷ୍ଟ ପୃଥିବୀଟା ଉପରକୁ ପୂରା ଉହୁଙ୍କି କରି ରହିଲା । କେତେବେଳେ ପଡ଼ିଯିବି ଯେ, ତୁମେ ପୃଥିବୀଯାକ ପୂରା ବିଷ୍ଟ ଓ ବିଲୁପ୍ତ ହୋଇଯିବ ! ବିତ୍ତରେ ବେଶି, ବାଣିଜ୍ୟରେ ବେଶି, ଅସ୍ତ୍ର-ବଳରେ ବେଶି, ଜ୍ଞାନ ତଥା ବିଜ୍ଞାନର ନାକରେ କଡ଼ା ଗଳାଇ ସେଠି ଘୋର ଗବେଷଣାବଳରେ ଆମେରିକାର ଏକାଧୂପତ୍ୟଟାକୁ ଏପରି ଖର ଭାବରେ ଦୋରସ୍ତ କରି ରଖାଯାଉଛି ଯେ, ଏବେ ବହୁ ଅନ୍ୟାନ୍ୟ ଦେଶର ଭୀତ ବୁଦ୍ଧିଜୀବୀମାନେ ମଧ୍ୟ କ୍ରମେ ସେଇଟାକୁ ହିଁ ଜଗତୀକରଣ ବୋଲି ହୁରି ପକାଇ ଦେଲେଣି । ହଁ, ଆମେରିକା ତ ଏକା ରହିଲା, ତେବେ ଆଉ ଚିନ୍ତା କରିବାର କ’ଣ ରହିଲା ଯେ ଆମେରିକା ତଥାପି ଶାନ୍ତ ହୋଇ ପାରୁନାହିଁ ? ପୃଥିବୀଯାକ ଗୋଇନ୍ଦା ଲାଗିଛଛି ପୃଥିବୀର ଏକାଧୁକ ଛାଉଣିରେ ଆମେରିକାର ସୈନ୍ୟବାହିନୀ ସତେଅବା ଚତୁର୍ମାସ୍ୟା ଯାପନ କରୁଛନ୍ତି, ଆମେରିକାର ନୌଭେଳାମାନେ ମହାସାଗର ମାନଙ୍କରେ ଛକି ରହିଛନ୍ତି । କୋଉ ଦେଶରେ ଶାସନ କ୍ଷମତାଟା ଯଦି ବଦଳି ଯାଉଛି, ସେଠି ନୂଆ ହୋଇ ଯିଏ ବା ଯେଉଁମାନେ ଗାଦୀକୁ ଆସିବେ, ସିଏ ବା ସେମାନେ ଆମେରିକାର ମନୋମତ ହେବେ ବା ନହେବେ, ସେଥିପାଇଁ ଆମେରିକାରେ ନିରନ୍ତର ଗଣାପୋଛା ଲାଗି ରହିଛି । ହାତରେ ମରାହୋଇ ନପାରିଲେ ଭାତରେ ମହେଉଛି । ବନ୍ଧୁ ଦେଶ ଓ ଅବନ୍ଧୁ ଦେଶ ବୋଲି ଭାଗ ଭାଗ କରି ଆମେରିକାର ଭଣ୍ଡାର ଘରୁ ଅଧ୍ୟକ ପଡ଼ିର ବରାଦ ହେଉଛି କିମ୍ବା ପଡ଼ି କାଟି ଦିଆଯାଉଛି ।

 

ଏବଂ, ଆମେରିକାର ରାଷ୍ଟ୍ରଟା ଯାହାକିଛି କରୁଛି, ତାହାକୁ ଗଣତନ୍ତ୍ର ନାମରେ କରୁଛି । ସକଳ ସତ ଗଣତନ୍ତ୍ର ଯେ ତକୁ ତିଆରି ହୋଇଆସେ, ଘଟଣାପ୍ରବାହର କୌଣସି ଚକ୍ରାନ୍ତଗୁଡ଼ିକ ହେତୁ ଆମେରିକା ନାମକ ରାଷ୍ଟ୍ର-ଡିହଟା ସମ୍ଭବତଃ ସେଇଟାକୁ ଯଥେଷ୍ଟ ସ୍ଵାଭାବିକତା ସହିତ ପ୍ରକୃତରେ ଅଙ୍ଗେ ନିଭାଇନାହିଁ ବୋଲି ତାହାକୁ ତଥାପି ହଜମ କରି ପାରିନାହିଁ କି ? ତେଣୁ, ଏକାଧୁକ ନକଲି ଯୁଦ୍ଧରେ ସିଏ କେଡ଼େ ହାସ୍ୟାସ୍ପଦ ଭାବରେ ନାୟକ ହେବାର ଭୂମିକାଟା ଭିତରେ ଯାଇ ପଡ଼ିଯାଉଛି ଓ ଭାରି ଦୟନୀୟ ଭାବରେ ଧରାପଡ଼ି ଯାଉଛି । ପ୍ରଥୀ-ବଜାରର ବିତ୍ତସ୍ୱାର୍ଥ ଗୁଡ଼ିକୁ ପ୍ରାୟ ଏକଚାଟିଆ ଭାବରେ ନିୟନ୍ତ୍ରିତ କରିବାରେ ଲାଗିଥିଲେ ମଧ୍ୟ ଗୋହରି ଗୁଡ଼ାକରେ ନସର ପସର ହେଉଥିବା କୁନିମାନଙ୍କୁ ମଧ୍ୟ ଈର୍ଷା କରୁଛି । ଗୋଟାଏ ଏକାଧିପତ୍ୟ ନିଜର ଚେହେରା ଯେଡ଼େ ବୃହତ୍‌କାୟ ହେଲେ ମଧ୍ୟ ତଥା ନିଜ ଅବୟବ ବିସ୍ତାରରେ ପ୍ରାୟ ସବୁ ଆଡ଼କୁ ମାଡ଼ି ବସି ରହିଥିଲେ ମଧ୍ୟ ତଥାପି ଯେ କୁନି ଏକାଧିପତ୍ୟ ମାନଙ୍କୁ ଆଦୌ ସହି ପାରେ ନାହିଁ, ପୃଥିବୀର ଏହି ଏବର ଇତିହାସରେ ମଧ୍ୟ ତାହାର ଉଦାହରଣ ରହିଛି । ବୃହତ୍ ଓ ବିଶାଳଟା ଆଗରେ ବିଚରା ସେହି କୁନିମାନେ ସବୁବେଳେ ଭାରି ଅବାଧ୍ୟ ବୋଲି ମନେ ହେଉଥାନ୍ତି । ତେଣୁ ସେମାନଙ୍କୁ ସାଧ୍ୟ କରିବାକୁ ହୁଏ । ଗୋଟାକୁ ସାଧ୍ୟ କରିବା ସକାଶେ ଆଉ ସାତଟାକୁ ନିଜ ଆଡ଼ୁ ସହାୟତା ବଢ଼ାଇ ଦେଇ ତିଆରି କରି ରଖିବାକୁ ବି ପଡ଼େ । ତେଣୁ ସାନ ସାନ ଯୁଦ୍ଧ–ଖେଳ ଗୁଡ଼ିକ ଲାଗି ରହିଥାଏ । ସେଥିରୁ ମଧ୍ୟ ବଡ଼ ଖେଳାଳିଟାକୁ କମ୍ ଆନନ୍ଦ ମିଳୁନଥିବ । ସେହି ଅବସରମାନଙ୍କୁ ତାଜା କରି ରଖିବା ପାଇଁ ତ ମେଣ୍ଟ ପରେ ମେଣ୍ଟ ଗଢ଼ାଯାଏ । ମେଣ୍ଟ ଭାଙ୍ଗି ଯାଉଥାଏ ଏବଂ ଗଢ଼ି ବି ହୋଇଯାଏ । ଶୀତଳ ଯୁଦ୍ଧ ବେଳେ ଆମେରିକାର ମୂଳ ଉଦ୍ୟମ ଦ୍ୱାରା ହିଁ ପ୍ରାୟ କୌଣସି ହେତୁ ନଥାଇ ମେମାନେ ତିଆରି ହୋଇଥିଲେ । ଶୀତଳ ଯୁଦ୍ଧ ପରେ ସେମାନେ କିଛି ସଂଖ୍ୟାରେ ଭାଙ୍ଗି ଗଲେ ସିନା, କିନ୍ତୁ କିଛି ଅବଶ୍ୟ ରହିଲେ । ଏବଂ ନ୍ୟାୟତଃ ଆମେରିକା ସେହିସବୁଗୁଡ଼ିକର ମାହାରୀ ହୋଇ ରହିଲା, ରହିଛି । ହାତଖୋଲା ହୋଇ ଖର୍ଚ୍ଚ କରୁଛି । ପୃଥିବୀରେ ଭୀତିର ହ୍ରାସ କରାଇବାର ଆବେଗଟା ସୃଷ୍ଟି କରିବାର ସାଧୁ ଅଭିପ୍ରାୟରେ ଭୀତିଟା ହିଁ ଜାରି ହୋଇ ରହିବାର ପ୍ରକ୍ରିୟା ଲାଗି ରହିଛି । ଆମ ସମସ୍ତଙ୍କ ଉପରେ ଲଦି ହୋଇ ରହିଛି ।

 

ଏବଂ ତେଣୁ, ନକଲି ଯୁଦ୍ଧଗୁଡ଼ିକ ପଛରେ ଅସଇ କିଛି କାରଣ ମଧ୍ୟ ରହିଛି ଏବ ପୃଥିବୀଟାକୁ ଗରମ କରି ରଖିଛି । କଂସ ଏବଂ ହିରଣ୍ୟକଶିପୁମାନଙ୍କୁ ଚିରକାଳ ଗରମ ପୃଥିବୀଟା ହିଁ ଭଲ ଲାଗି ଆସିଛି । ଆଗକାଳର କଥାମାନଙ୍କ ଅନୁସାରେ ହିରଣ୍ୟକଶିପୁ ଓ କଂସମାନେ ପ୍ରହ୍ଲାଦ ଓ କୃଷମାନଙ୍କୁ ଯେ ମୋଟେ ସହି ପାରୁନଥିଲେ, ସେହି କଥାଟିକୁ ତଥାପି ବେଶ୍ ବୁଝି ହେଉଛି । ଏକାଳରେ ତ ସେମାନେ ସାନ। ହିରଣ୍ୟକଶିପୁ ଓ ସାନ କଂସମାନଙ୍କୁ ମଧ୍ୟ ସହି ପାରୁନାହାନ୍ତି । ରୀତିମତ ପ୍ରାୟ ରାଜସୂୟ ଯଜ୍ଞମାନ ଭିଆଇବାରେ ଲାଗିଛନ୍ତି । ଏପାଖଟାର ପୃଥିବୀ ଠାରୁ ଏତେ ଦୂରରେ ରହିଥିଲେ ମଧ୍ୟ ଜର୍ଜ ଉଇଲିଅମ୍ ବୁଶ୍ ସର୍ଜାମ ହୁସେନ୍‌କୁ ସହି ପାରୁ ନାହାନ୍ତି । ସଦ୍ଦାମ ହୁସେନ୍‌ଙ୍କ ଭିତରେ ସତେଅବା ସିଏ ନିଜର ଭୂତଟାକୁ ହିଁ ଦେଖୁଛନ୍ତି । ସେହି ନିୟତିଟା ତାଙ୍କ ସାଙ୍ଗରେ ଆମ ନାରେ ଥିବା ନିୟତିଟା ସଦୃଶ ଖିରି ଖାଇବାରେ ଲାଗିଛି । ସତେ ଅବା ତାଙ୍କର ନିଦ୍ରାଭଙ୍ଗ କରି ପକାଇଛି ଏବଂ ତେଣୁ, ନିଜ ମାହାଲ ଆମେରିକାରେ ଏତେ ଏତେ ଧନ୍ଦା ରହିଥିଲେ ମଧ୍ୟ ସିଏ ତଥାପି ଗୋଟାଏ ଯୁଦ୍ଧ ଯେପରି ଭାବରେ ହୋଇଯାଉ ବୋଲି ଆଖି ଲାଲ କରି ବାହାରି ପଡ଼ିଛି । ପୃଥିବୀର ଯୁଦ୍ଧ-ବାଟରୁ ଆପଣା ନିମନ୍ତେ ପକ୍ଷମାନ ଓ ପଟମାନ ଖୋଜି ବାହାରିଛି । ବାର ଉପାୟରେ ମିଳିତ ଜାତିସଂଘର ସଦସ୍ୟ ସରକାରମାନଙ୍କୁ ସମର୍ଥକ ରୂପେ କିଣି ନେବାପାଇଁ ବି ଉଦ୍ୟମ କରୁଛି । ତଥାପି, ଆମ ସାଂପ୍ରତିକ ପୃଥିବୀଟାର ସତେଅବା ସବାଦଡ଼ ବାଦଶାହଟା ପରି ଜାତିସଂଘ ଅଥବା ମିତ୍ରମାନଙ୍କ ଭିତରୁ କେହି ନବାହାରିଲେ ମଧ୍ୟ ସିଏ ଏକା ଏକା ସବୁ ଅଲବତ କରିବା ବୋଲି ହୁଙ୍କାର ମଧ୍ୟ ଦେବାକୁ ମୋଟେ ଶଙ୍କି ଯାଉନାହିଁ । ତେଣୁ ସଦ୍ଦାମ ହୁସେନ ମଧ୍ୟ । ଉଇଲିୟମ୍ ବୁକ ଭିତରେ ନିଜର ଭୂତଟାକୁ ଦେଖୁଛନ୍ତି କି ? ପୃଥିବୀର ଗୋଲି ଓ ନହିଲାମାନେ ତାଙ୍କରି ସହିତ ରହିଛନ୍ତି ଅର୍ଥାତ୍ ତାଙ୍କ ପ୍ରତି ବେଶ୍ ସହାନୁଭୂତି ପ୍ରକଟ । କରୁଛନ୍ତି ବୋଲି ସେଇଥିରୁ ଉତ୍ସାହ ପାଇ ଅଡ଼ି ବସିଛନ୍ତି କି ? ଅଧିକ ଜୋରଦାର ପକ୍ଷଟା କ'ଣସବୁ ଭାବି କହି ପକାଇଲାଣି ଯେ ଏହି ଯୁଦ୍ଧଟା ବର୍ତ୍ତମାନ କିଛିଦିନ ପାଇଁ ନିଶ୍ଚୟ ଲାଗିବ । ତେଣୁ କେତେଟା ତଡ଼ା ଓ ବାଡ଼ି ଧରି ଭୁସ୍ କରି ଇରାକ ଭିତରେ ପଶିଯାଇ ସେଠି ହାଣ୍ଡିଗୁଡ଼ିକୁ ଚାରିଟା ବା ସେହିପରି ନିତାନ୍ତ ଅଳପ କେଇଟା ଦିନରେ ପିଟି ଦେଇ ଆସିହେବ ବୋଲି ପ୍ରଥମେ ଏପଟଟ ! ଯାହା କହି ହେଉଥିଲା, ସେକଥା ଆଉ ସେତେ ଦୃଢ଼ କରି ଆଦୌ କହି ହେଉନାହିଁ । ଯୁଦ୍ଧଟା ନହେଉ ବୋଲି ପୃଥିବୀଯାକ । ଆବାଜ ଦିଆଯାଉଛି । ସମ୍ପୃକ୍ତ ଅସମ୍ପୃକ୍ତ ସମସ୍ତେ ଥାଉ ବୋଲି କହୁଛନ୍ତି । ଖାସ୍ ଆମେରିକାରେ ହଜାର ହଜାର ମଣିଷଙ୍କର ବିକ୍ଷୋଭ-ପ୍ରଦର୍ଶନ ହେଉଛି । ଇରାକରେ ତେଣେ କ’ଣ ହେଉଛି କେଜାଣି ? ସେଠାରେ ଉପରକୁ ଯେତେଯାହା ଓଗାଳ ରହିଥାଉ ପଛକେ, ନିଜ ଅନ୍ତସ୍କରଣରେ ସେଠି ମଧ୍ୟ ଅଧିକା˚ଶ ମଣିଷ ଏହି ଗୋଳଟା ଆଗକୁ । ଏହିପରି ଯାଉ ବୋଲି ଖୁବ୍ ସମ୍ଭବ ଆଦୌ ଇଚ୍ଛା କରୁ ନଥିବେ । ତେଣୁ ଉଚିତ ଦରବାରମାନଙ୍କର କାହିଁକି ଗୋଟାଏ ନିଶାପ ସଭା ବସି ପରାମର୍ଶ ନହେଉଛି ଯେ ଉଭୟେ ଉଇଲିଅମ୍ ବୁଶ୍ ଓ ସଦ୍ଦାମ ହୁସେନ୍ ଏକାଠି ବସନ୍ତୁ, ନିରୋଳାରେ ଏକ ଆରେକ ଆଗରେ ନିଜ ନିଜର ଅଭିପ୍ରାୟମାନ ପ୍ରକାଶ କରନ୍ତୁ ଏବଂ ଅଭିଯୋଗଗୁଡ଼ିକୁ ବି ବାଢ଼ନ୍ତୁ ? ଭାରତ ଓ ପାକିସ୍ତାନ ରାଜୀ ହୋଇ ଅଚିରେ ଏକାଠି ବି ଅସମଞ୍ଜସତା ଗୁଡ଼ିକୁ ତୁଟାନ୍ତ ବୋଲି ଯଦି ବୁଶ୍ ତାଙ୍କୁ ପାରିଷଦମାନଙ୍କ ମାଧ୍ୟମରେ ବାରବାର କହି ପାରୁଛନ୍ତି, ତେବେ ନିଜ ବେଳକୁ ମଧ୍ୟ ସେହିଭଳି ବୁଦ୍ଧିଟିଏ କରି ପାରିଲେ ଖାଲି ଦେବତାମାନେ ସ୍ଵର୍ଗରୁ ନୁହନ୍ତି, ଏହି ପୃଥିବୀରେ ବାସ କରୁଥିବା ଶଙ୍କିତ କୋଟି କୋଟି ମଣିଷ ମଧ୍ୟ କେଡ଼େ ଖୁସୀ ନହୁଅନ୍ତେ । ଯଥାର୍ଥ ବିବେକଟିଏ ସତକୁ ସତ ଏଥର କଥା କହିଲା ବୋଲି ନୂଆ ଏବଂ ଶକ୍ତିଶାଳୀ ବିଶ୍ଵାସଟିଏ ଜନ୍ମଲାଭ କରନ୍ତା । ଏବଂ, ତେଣିକି ଆହୁରି କେତେ କ’ଣ ବି ସମ୍ଭବ ହୁଅନ୍ତା ।

Image

 

ଯୁଦ୍ଧ, ଅସଲି ଓ ନକଲି (୨)

 

ଏକଦା କିଏ ବା କେଉଁମାନେ କହିଥିଲେ ଯେ, ସର୍ବଦା ହିଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ଯାଇ ପୃଥିବୀରେ ଶାନ୍ତି ପ୍ରତିଷ୍ଠିତ ହୋଇ ରହିଥିବ । କେତେକ କାରଣ ହେତୁ ମୂଳତଃ ଶାସକମାନେ ହିଁ ଏହିପରି ଭାବରେ ବିଶ୍ଵାସଟିଏ ରଖ ଆସିଛନ୍ତି ଏବଂ ସେହି ଅନୁସାରେ ପୃଥିବୀକୁ ପ୍ରାୟ ଏକ ନିରନ୍ତର ଯୁଦ୍ଧ-ଆଶଙ୍କା ଭିତରେ ଛାନିଆ କରି ରଖିଛନ୍ତି । ଆଧୁନିକ ଜାତୀୟତାବାଦୀମାନେ ଆସି ଗାଦୀରେ ବସିବା ପରେ ସାଧାରଣ ଜନସମୂହ ମଧ୍ୟ ଏପରି ତାଲିମ ପାଇ ଆସିଛନ୍ତି ଯେ, ସେମାନେ ମଧ୍ୟ ପ୍ରାୟ ଏକ ପୁଲକ ସହିତ ଯୁଦ୍ଧ ପକ୍ଷରେ ହିଁ ରହିଛନ୍ତି । ଯୁଦ୍ଧର ଭୟାବହତା ଏବେ ଯାଇ କ୍ରମେ ଅଧିକରୁ ଅଧିକ ପ୍ରତ୍ୟକ୍ଷ ହେବାରେ ଲାଗିଛି । ଆମ ବିଜ୍ଞାନକୁ ମଧ୍ୟ ଭୟାବହ ବହୁତ ତ୍ରାସକୁ ଭୁବନ ତମାମ ଜାରି କରି ରଖିବାରେ ପୋଇଲୀ ପରି ବ୍ୟବହାର କରାଯାଇଛି, ଏବେ ମଧ୍ୟ କରାଯାଉଛି । ସବୁଠାରୁ ଅଧିକ ତୋଫା ବୈଜ୍ଞାନିକ ଯୋଗ୍ୟପୁତ୍ରମାନେ ବୋମା, ବନ୍ଧୁକ ନିର୍ମାଣ କରିବାର ଗୋଳିଟା ଭିତରେ ହିଁ ଯାଇ ପଶିଛନ୍ତି । ସବୁଠାରୁ ଅଧିକ ପଇସ ପାଇବାର ମୋଟା ମୋଟା ଆଶାରେ ବିଚରାମାନେ ତେଣେ ଭାରି । ଜୋରରେ ହିଁ ଟାଣିହୋଇ ଯାଉଛନ୍ତି । ମାତ୍ର, ବିଧାତାର ମନରେ ଆମ ମଣିଷମାନଙ୍କର ନିୟତି ବିଷୟରେ ମୂଳତଃ କୋଉଭଳି ପାଞ୍ଚଟାଏ ରହିଛି କେଜାଣି, ଯାବତୀୟ ଦୃଷ୍ଟିରୁ ଏହି ଯୁଦ୍ଧମାନେ ବଡ଼ ନକଲି ବୋଲି ପ୍ରମାଣିତ ହୋଇ ଯାଉଛନ୍ତି । ଅସ୍ତ୍ରମାନେ ପର୍ବତପ୍ରମାଣେ ବଢ଼ିବାରେ ଲାଗିଛନ୍ତି, ମାତ୍ର ତଥାପି ଯୁଦ୍ଧରେ ଆତଙ୍କ ବଢ଼ି ବଢ଼ି ଯାଇଛି । ସରକାରମାନେ ସୈନ୍ୟବଳ ଉପରେ ହିଁ ଅଧିକ ଭରସା ରଖିଛନ୍ତି । ପୃଥିବୀରେ ସବୁଠାରୁ ଅଧିକ ପଇସା ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ରହିବାରେ ଖରଚ ହେଉଛି । ଯୁଦ୍ଧ ଭୟରେ ହିଁ ମେଣ୍ଟ ହେଉଛି ଓ ମେଣ୍ଟ ଭାଙ୍ଗି ଯାଉଛି । ଏତେ ଏତେ ଉତ୍ତୁଙ୍ଗ ଭାବନା ଓ ବିଚାରର ଆମର ଏହି ଆଧୁନିକ ପୃଥିବୀଟା, ନିତାନ୍ତ ଆଦିମ ହୋଇ ରହିଥିବାରୁ ହିଁ ସତେ ଅବା ଆଦିମ ହୋଇ ରହିବାର ନୂଆ ନୂଆ ସୂତ୍ର ଫିସାଦଗୁଡ଼ାକୁ ବାହାର କରି ତାହାରି ଭିତରେ ବାନ୍ଧି ହୋଇ ରହିଛି ।

 

ସମ୍ପ୍ରତି ପୃଥ୍ଵୀ ପରିବେଶଟିରେ ଅଧିକରୁ ଅଧିକ ମନୁଷ୍ୟଙ୍କର ବିଦ୍ୟା ଓ ପ୍ରଜ୍ଞା କ୍ରମେ ପାକଳ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଏଠାରେ ରାଷ୍ଟ୍ରର ବେଢ଼ାମାନଙ୍କୁ ଡେଇଁ ଏକ ନୂଆ ସାହସ ଜନ୍ମଲାଭ କରୁଛି ଏବଂ ସେହି ସାହସଟି ଅନୁସାରେ ହିତ ତଥା ଉଚିତଗୁଡ଼ିକର ସଂଜ୍ଞା ମଧ୍ୟ ବଦଳି ଯାଉଛି । ଏଣିକି ଅସଲ ଯୁଦ୍ଧଗୁଡ଼ିକ ରାଷ୍ଟ୍ରସ୍ତରରେ ମୋଟେ ଲଢ଼ାହେବ ନାହିଁ । ଅସଲ ଯୁଦ୍ଧ ଦାରିଦ୍ର୍ୟ ବିରୋଧରେ, ଅସଲ ଯୁଦ୍ଧ ଅଶିକ୍ଷା ବିରୋଧରେ, ଅସଲି ଯୁଦ୍ଧ ଶୋଷଣ ଏବଂ ଅବଜ୍ଞାଗୁଡ଼ିକର ବିରୋଧରେ । ଜାତି, ଦେଶ, ରାଷ୍ଟ୍ର, ଧର୍ମ ଏବଂ ଏପରିକି ରାଜନୀତିକ କ୍ଷମତା-ବିସ୍ତାରର ମିଛ ବୋଲିଗୁଡ଼ାକର ଧୂଆଁରେ ମଣିଷମାନଙ୍କୁ ହୁଡ଼ାଇ ନେଇ ପୃଥିବୀରେ ଏଯାଏ ପ୍ରଧାନତଃ ନକଲି ଯୁଦ୍ଧଗୁଡ଼ାକୁ ହିଁ ଲଢ଼ାହୋଇ ଆସିଲା ଏବଂ ତାହାଦ୍ଵାରା ମୋଟେ ଦୁଃଖ ଗଲା ନାହିଁ । ଅଧିକରୁ ଅଧିକ ମଣିଷ ଅସହାୟତାରେ ସଢ଼ିଲେ; ଆଦୌ କୌଣସି କାରଣ ନଥାଇ ସେମାନେ ଅସହାୟ ହୋଇ ରହିଲେ । ଧନପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର ହୋଇ ରହିଲେ । ପାଠଗୁଡ଼ାକ ଏପରି ଆସୁରିକ ଅବାଗରେ ପଢ଼ାଗଲା ଯେ ତଦ୍ଦ୍ୱାରା ପାଠ ପଢ଼ିଥିବା ଲୋକମାନେ ହିଁ ପୃଥିବୀରେ ବଡ଼ ବଡ଼ ଠକ ହୋଇ ବାହାରିଲେ । ମଣିଷ ମଣିଷର ଅଧିକ ନିକଟବର୍ତ୍ତୀ ହୋଇ ଆସିବାର ଯାବତୀୟ ସାଧନ ଏହି ପୃଥିବୀରେ ଭରପୂର ହୋଇ ରହିଥିଲେ ମଧ୍ୟ ଏଠି ଦୂରତା ବଢ଼ିଲା, ଅବୁଝାମଣାଟା ବଢ଼ିଲା, ବଡ଼ ସାନ ଭେଦମାନେ ସେହି ଆଦିମ ଯୁଗ । ପରି ବଳବତ୍ତର ହୋଇ ରହିଲେ । ଅଥଚ ପୃଥିବୀର ସବୁଠାରୁ ଅଧୁକ ପଇସ। ଯୁଦ୍ଧରେ । ଖରଚ ହେଲା,– ଘୃଣା ବଢ଼ିଲା, ଭୟମାନେ ବହୁଗୁଣିତ ହେଲେ । ମଣିଷ ଭିତରେ ଦେବତା ରହିଛନ୍ତି ବୋଲି ଶାସ୍ତ୍ରରେ ଲେଖାହୋଇ ରହିଥିଲେ ମ ସବଳମାନେ, ନ୍ୟସ୍ତସ୍ଵାର୍ଥମାନେ ତଥା କ୍ଷମତାଖୋରମାନେ ବାକୀମାନଙ୍କୁ ଗିଳିପକାଇବେ ବୋଲି ନାନା ଉଦ୍ଦଣ୍ଡତା ଦେଖାଇ ବାହାରିଲେ । ଗଣତନ୍ତ୍ର ବା ସାମ୍ୟବାଦ ଉଭୟ ସାହିରେ ଏହି ଏକା । କଥା ହିଁ ଦେଖିବାକୁ ମିଳିଲା । ଅସଲ ଯୁଦ୍ଧଟା ଏହି ନିର୍ବୋଧତା ବିରୋଧରେ ହିଁ ଲଢ଼ାହେବ, ପ୍ରବଞ୍ଚନା ସବୁ ଦେଶରେ ରହିଛି, ସବୁ ଧର୍ମରେ ତଥା ଦେଉଳରେ ନାନା । ହାସ୍ୟାସ୍ପଦ ପ୍ରଶ୍ରୟ ଲାଭ କରି ରହିଛି । ସେହି ପ୍ରବଞ୍ଚନା ତୁମ ଆମ ଗାଆଁ ମାନଙ୍କରେ ରହିଛି । ଯେଉଁଠି ଯେତେ ଯେତେ ଛଳନାରେ ମଣିଷମାନଙ୍କୁ ପ୍ରାୟ ମିଛଟାରେ ଭାଗ୍ୟବାଦୀ କରି ରଖାଯାଇଛି, ଅର୍ଥାତ୍ ଯାହା ଯେପରି ଅଛି, ତାହାକୁ ହିଁ ଈଶ୍ଵର ତଥା ଭାଗ୍ୟର ବରାଦ ବୋଲି ମାନିନେବାକୁ ମନୁଷ୍ୟମାନଙ୍କୁ ଏକ ଷଡ଼ଯନ୍ତ୍ର ଭିତରେ ନାନା ଭାବେ ଜଡ଼ ଓ ନାନାଭାବେ ମୁଗ୍ଧ କରି ରଖାଯାଇଛି, ଅସଲ ଯୁଦ୍ଧ ଅଧିକରୁ ଅଧିକ ସଂକଳ ଏବଂ ସଂଗତି ସହିତ ସେହିସବୁ କ୍ଷେତ୍ରରେ ଲଢ଼ାଯିବ ।

 

ଅର୍ଥାତ୍, ମଣିଷମାନେ ଯେପରି ସେମାନଙ୍କର ଅସଲ ଘରକୁ ଫେରିଆସିବେ, ଅସଲ ଯୁଦ୍ଧ ସେଇଥିପାଇଁ ଲାଗିବ । ମଣିଷମାନେ ଅସଲ ନ୍ୟାୟଗୁଡ଼ିକୁ ଖୋଜି ବାହାରିବେ, ଅସଲ ନ୍ୟାୟଗୁଡ଼ିକ ନିମନ୍ତେ ଲଢ଼ି ବାହାରିବେ । ବର୍ତ୍ତମାନର ପୃଥିବୀଟାରେ ବ୍ୟବସ୍ଥାମାନେ ହିଁ ଅଧିକସଂଖ୍ୟକ ମନୁଷ୍ୟଙ୍କର ଉଦୟ ଦୃଷ୍ଟିରୁ ପ୍ରତିକୂଳ ହୋଇ ରହିଛନ୍ତି । ବହୁବିଧ ଅସତ୍ୟ ପ୍ରାୟ ଭଳି ଭଳି ଯୁଗଧର୍ମରେ ପରିଣତ ହୋଇ ସତ୍ୟର ପଥ ଓଗାଳି ଛିଡ଼ା ହୋଇଛନ୍ତି । ଅତ୍ୟଗୁଡ଼ାକ ଦ୍ଵାରା ବହଳ ହୋଇ ରହିଥିବା ବ୍ୟବସ୍ଥାଟା ନ ବଦଳିଲେ ସତ୍ୟମାନେ ବହିଗୁଡ଼ାକ ଭିତରେ ରହିବେ ସିନା, ତଥପି ପୃଥିବୀରେ ଅନ୍ଧାର ଘୋଟି ରହିଥିବ । ସାହିତ୍ୟ, କଳାଧର୍ମ ଏବଂ ଜୀବନର ସୂକ୍ଷ୍ମ ତଥା ସୁକୁମାର ଅନୁଧାବନ ବୋଲି କୁହାଯାଇ ଆସିଥିବା ଯାବତୀୟ ଅନୁଶୀଳନ ଅସତ୍ୟମାନଙ୍କର ହିଁ ପରିଚର୍ଯ୍ୟା ଖଟୁଥିବ, ଶାସକମାନଙ୍କର ବଶ ହୋଇ ରହିଥିବ ! ତେଣୁ ବ୍ୟବସ୍ଥା ହିଁ ବଦଳିବା ନିମନ୍ତେ ସମ୍ପ୍ରତି ଆମ ପୃଥିବୀରେ ଅସଲ ଯୁଦ୍ଧଟା ଲଢ଼ାଯିବ । ପୃଥିବୀବ୍ୟାପୀ ଏକ ନୂତନ ବିବେକ ଜନ୍ମଲାଭ କରିଆସୁଛି, ଯାହାକି ସେହି ଯୁଦ୍ଧରେ ନେତୃତ୍ବ ଗ୍ରହଣ କରିବ । ଏକ ଅନ୍ୟ ପ୍ରକାରର ଯୁଦ୍ଧ, ତେଣୁ ଅନ୍ୟ ପ୍ରକାରର ନେତୃତ୍ଵ । କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୀତିକ ବାଦ ଯାଇ ରାଷ୍ଟ୍ରଟାକୁ ଅକ୍ତିଆର କରିନେବାର ନେତୃତ୍ଵ,–ସେଇଟାର ତ କେତେ ନା କେତେ ପ୍ରୟୋଗ ହୋଇ ଆସିଛି । ତାହାର ପ୍ରୟାସଟା ଆଦୌ ବହୁ ଦୂରକୁ ଯେ ନୁହେଁ, ସେ କଥା ଖୁବ୍ ଶୀଘ୍ର ଧରା ହିଁ ପଡ଼ିଯାଉଛି । ସେଗୁଡ଼ାକୁ ଢୁ, ଢା’ ଲଢ଼ାଇ ଦେଇ ଯେଉଁସବୁ ଯୁଦ୍ଧ ବହୁ ଆଡ଼ମ୍ବର ସହିତ ପୃଥିବୀରେ ଲାଗିଛି, ସେଗୁଡ଼ିକ ନକଲି ବୋଲି ଭାରି ଶୀଘ୍ର ଧରାପଡ଼ି ଯାଇଛି । ମଣିଷମାନଙ୍କୁ ଗଧ କରି ରଖିବା ପାଇଁ ଆମ ରାଷ୍ଟ୍ରମାନେ ଭାରି ଚେଷ୍ଟା କରି ଆସିଛନ୍ତି ବିଦ୍ୟାକୁ, ବିଜ୍ଞାନଗୁଡ଼ିକୁ ସେମାନେ ଗୋଲାମ କରି ରଖୁଛନ୍ତି । ଏହି ପାରମ୍ପରିକ ଧର୍ମମାନେ ମ ନିତାନ୍ତ ଧର୍ମଛଡ଼ା ହୋଇ ଶାସକମାନଙ୍କର ପକ୍ଷକୁ ଆଉଜି ପଡ଼ିଛନ୍ତି । ନକଲି ଯୁଦ୍ଧମାନଙ୍କରେ ପୃଥିବୀଗୋଟାକୁ ଭୁରୁଡ଼ାଇ ରଖିଛନ୍ତି, ମିଛ ଉତ୍ତେଜନାଗୁଡ଼ିକୁ ସୃଷ୍ଟିକରି ମଣିଷମାନଙ୍କୁ ଅସଲ ଉଦୟସତ୍ୟଗୁଡ଼ିକ ଠାରୁ କେଡ଼େ ଉପଦ୍ରବପୂର୍ଣ୍ଣ ଭାବରେ ଉଢ଼ୁଆଳ କରି ରଖିଛନ୍ତି ।

 

ଜଣେ ଭାରତବାସୀକୁ ଭାରତୀୟ ବୋଲି କହିବାର ଏକ ତାତ୍ପର୍ଯ୍ୟ ରହିଛି, ଏକ ବିଶେଷ ମର୍ଯ୍ୟାଦା ଅବଶ୍ୟ ରହିଛି । ଜଣେ ହିନ୍ଦୁ, ମୁସଲମାନ, ଶିଖ, ଅଥବା ଖ୍ରୀଷ୍ଟିଆନକୁ ସେହି ନାମ ଦେଇ ଚିହ୍ନିବାର ସର୍ବଦା ଏକ ଗୌରବ ମଧ୍ୟ ରହିଛି । ଏଠି ଓଡ଼ିଶାବାସୀ ଆମେ ପ୍ରତ୍ୟେକେ ଆପଣାକୁ ଓଡ଼ିଆ ବୋଲି କହି ଏକ ସ୍ଵତନ୍ତ୍ର ଗୌରବ କ'ଣ ପାଇଁ ଅନୁଭବ ନ କରିବା । ଠିକ୍ ସେହିପରି, ଜଣେ ଆଦିବାସୀକୁ ଜଣେ ଆଦିବାସୀ ବୋଲି ଚିହ୍ନଟ କରାଯାଇ ପାରିବ, ଜଣେ ହିରଜନକୁ ମଧ୍ୟ ଜଣେ ହରିଜନ ହିସାବରେ । ସେହି ନ୍ୟାୟରେ ଅନ୍ୟ ଏକ ସାମୂହିକ ଚିହ୍ନଟର ପ୍ରାସଙ୍ଗିକତାରେ ଆମେ ଅତ୍ୟନ୍ତ ସଚେତନ ଭାବରେ ଜଣେ ଜଣେ ନାଗରିକ ବୋଲି ନିଶ୍ଚୟ ଦାବି କରିପାରିବା । କିନ୍ତୁ, ସବାମୂଳରେ ଆମେ ଜଣେ ଜଣେ ମଣିଷ ବୋଲି ପରିଚୟ ଦ୍ଵାରା ସ୍ଵୀକୃତ ନହେଲେ ଅନ୍ୟ ପରିଚୟ ଗୁଡ଼ିକର ଆଉ କୌଣସି ଅର୍ଥ କାହିଁକି ରହିବ ? ଭୂଇଁ ନାମକ ଏକ ମଜବୁତ ମାଟି ଉପରେ ଆମର ଗୋଡ଼ ପୂର୍ଣ୍ଣ ବିଶ୍ୱସନୀୟ ହୋଇ ଛିଡ଼ା ହୋଇ ପାରୁଥିବ । ସେଇଟି ହେଉଛି ମୋର ଭୌତିକ ଜୀବନ-ମୋ ପେଟ ପୂରୁଥିବ, ନିଜ ତାକତକୁ ଲଗାଇ ମୁଁ ଖଟି ପାରୁଥିବି, କମାଇ ପାରୁଥିବି, ମୋ ନିଜର ବୋଲି ଘର ଖଣ୍ଡ ଥିବ । ଏଇଗୁଡ଼ିକ ହେଉଛି କୌଣସି ମନୁଷ୍ୟ ନିମନ୍ତେ ସର୍ବନିମ୍ନ ନିର୍ଭର, ଏହି ପୃଥିବୀରେ ଯାହା ମୋତେ । ସବାଆଗ ମିଳିବ । ଏଇଟା ମୂଳ, ସର୍ବମୂଳ; ତା’ ପରେ ଯାଇ ଆଉ ଯାବତୀୟ ଶାଖା । ପ୍ରଶାଖାର ପରବର୍ତ୍ତୀ ପରିଚୟ ଗୁଡ଼ାକ । ଏହି ପୃଥିବୀକୁ, ଏହି ଦେଶକୁ ଓ ଆମ ଗାଆଁକୁ କିଏ କାହିଁକି ଏପରି ଅସମଞ୍ଜସ କରି ରଖୁଛି, ଯାହାଫଳରେ କି ଶାଖା ପ୍ରଶାଖାମାନେ । କେଡ଼େ ଶୋଭନୀୟ ଏବଂ ଲୋଭନୀୟ ଭାବେ ସଜାହୋଇ ରହିଥିଲେ ମଧ୍ୟ ତଥାପି ମୂଳଟା ମୋଟେ ଟାଣ ହୋଇପାରି ନାହିଁ ?

 

ଏହି ମୂଳଟାକୁ ସତକୁ ସତ ନିର୍ଭରଯୋଗ୍ୟ କରିବା ନିମନ୍ତେ ଯେଉଁ ଯୁଦ୍ଧ, ତାହା ହିଁ ଅସଲ ଯୁଦ୍ଧ । ସତେ ଅବା ଏଇଟାକୁ ବାଆଁରେଇ ରଖିବା ସକାଶେ ସତର ଭିଆଣର ଆଉ ସବୁଯାକୁ ନକଲି ଯୁଦ୍ଧ । ଚଲାଖିମାନଙ୍କର ଚକ୍ରାନ୍ତ । ଏବର୍ଷ ଫେବୃୟାରୀ ମାସରେ କେରଳର ଭାୟାନାଡ଼ ଜିଲ୍ଲାରେ ସରକାରୀ ପୋଲିସ୍‌ବାହିନୀର ଯେଉଁ ନିର୍ଯାତନା-ଲୀଳା ଆରମ୍ଭ ହୋଇ ଏବେ ମଧ୍ୟ ଲାଗିରହିଛି, ତାହା ହେଉଛି ଏକ ଅସଲ ଯୁଦ୍ଧର କାହାଣୀ । ସବୁ ଅନ୍ୟ ରାଜ୍ୟପରି କେରଳରେ ମଧ୍ୟ ଜମିଟା ଆଦିବାସୀର ଥିଲା । କାଳକ୍ରମେ ବହୁଆ ଇତରମାନେ ତାହାକୁ ଭଣ୍ଡାଇ ନେଇଛନ୍ତି । ଅସଲ ମାଲିକମାନେ ପୁରୁଷ ପୁରୁଷ । ଧରି ବଞ୍ଚିତ ହୋଇ ରହିଛନ୍ତି । ବଞ୍ଚତମାନେ ସେମାନଙ୍କର ଜମି ଫେରିପାଇବେ ବୋଲି ଜିଲ୍ଲା ମହକୁମାରୁ ଘୋଷଣା କରାଯାଇ ସାରିଛି । ତଥାପି ଚକ ବୁଲିପାରୁ ନାହିଁ । ଯେଉଁମାନେ କ୍ଷମତାରେ ଅଛନ୍ତି, ଏପରିକି ବିରୋଧୀ ଦଳରେ ଅଛନ୍ତି, ସେମାନେ ବାଟ ଛାଡ଼ୁନାହାନ୍ତି । କାରଣ ସେହିମାନଙ୍କର ବାଉଁଶମାନେ ହିଁ ତ ସେହି ଜମିଗୁଡ଼ିକୁ ଘିଚି ନେଇ ଆସିଛନ୍ତି । ହଁ, କେରଲରେ ତୁହାକୁ ତୁହା ବାମପନ୍ଥୀମାନେ ହିଁ ନିର୍ବାଚନରେ ଜିତି ସରକାର ଭିତରକୁ ଆସିଛନ୍ତି । କିନ୍ତୁ ସେମାନେ ମଧ୍ୟ ପ୍ରସଙ୍ଗଟିକୁ ଗଡ଼ାଇ ଆସିଛନ୍ତି । ଏଥର ଯୁଦ୍ଧଟା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ ବୋଲି ବଞ୍ଚିତମାନେ ସଜ ହେଲେଣି । ଗୁଳି ଚାଲିଲାଣି-। ଗାଆଁକୁ ଉଜୁଡ଼ାଇ ଦିଆଗଲାଣି । ଆତଙ୍କିତ ଭାବରେ ବହୁତ ମଣିଷ ଜଙ୍ଗଲରେ ଯାଇ ବୁଲୁଛନ୍ତି । ଏମାନଙ୍କୁ ଆମେ ଆଦିବାସୀ ବୋଲି କହିବା ନାହିଁ, ମଣିଷ ବୋଲି ହିଁ କହିବା । ଏଣିକି ସାବଧାନ ରହିବା ଏବଂ ସେମାନଙ୍କୁ ଆମ ଅଭ୍ୟସ୍ତ ରାଜନୀତିକ ଦଳଗତ କୌଶଳର ଜାଲଟା ମଧ୍ୟକୁ ମୋଟେ ଟାଣିବାକୁ ଚେଷ୍ଟା କରିବା । ନାହିଁ । ଯଦି ଅସଲର ମୁହୁର୍ତ୍ତଟି ପ୍ରକୃତରେ ଆସିଥିବ, ତେବେ ଯଥାନୁଯୋଗ୍ୟ ନେତୃତ୍ଵଟି ମଧ୍ୟ ସେହି ସତ୍ୟ ସତେତନମାନଙ୍କ ଭିତରୁ ହିଁ ବାହାରିବ । ସାରାଦେଶ ଲାଗି ମଧ୍ୟ ସେମାନେ ନୂଆ ବାଟିଟିଏ କାଢ଼ି ଆଣିପାରିବେ ।

Image

 

କେରଳରୁ କୋଳାହଳ

 

ଉତ୍ତର କେରଳର ଭାୟନାଡ଼ ଜିଲ୍ଲା । ସେଠାରେ ଅଭୟାରଣ୍ୟ ବୋଲି ଘୋଷିତ ହୋଇଥିବା ଗୋଟିଏ ଅଞ୍ଚଳରେ ମୁଖ୍ୟତଃ ଆଦିବାସୀମାନେ ବାସ କରୁଛନ୍ତି । କୋଉ ପୁରୁଷରୁ ବାସ କରି ଆସିଛନ୍ତି । ଅଭୟାରଣ୍ୟ ମାନଙ୍କରେ ପଶୁମାନେ ଅଭୟରେ ରହିବେ ବୋଲି ସଭ୍ୟ ସରକାରଟା କେତେ ନା କେତେ ବରାଦ କରିଥିବ ଓ କେତେ ପଇସା ଖରଚ ହୋଇଥିବ । ବାହାରୁ ଥାଇ ଶ୍ଵାପଦମାନଙ୍କୁ ପୂର୍ଣ୍ଣ ନିରାପଦ ରହି ଦେଖିବା ନିମନ୍ତେ ଦୂର ଦୂରାନ୍ତରୁ ଆଗନ୍ତୁକମାନେ ଆସୁଥିବେ,–କେତେ ଖୁସି ହେଉଥିବେ । ଏଠାରେ ଏକ ଅଭୟାରଣ୍ୟ ହେବ ବୋଲି ସେଠାକାର ମନୁଷ୍ୟବାସିନ୍ଦା ମାନଙ୍କ ସହିତ କେହି କଦାପି ପରାମର୍ଶ ଦେଇନଥିବ । ଏବଂ, ସେହି ଆଦିବାସୀମାନେ ହିଁ ବର୍ତ୍ତମାନ କେରଳର ସରକାର ନିମନ୍ତେ ଜଳ ହୋଇ ବାହାରିଛନ୍ତି । ଏହି ସରକାରକୁ ମୋଟେ ପାରିବେ । ନାହିଁ ବୋଲି ଭଲ ପ୍ରକାରେ ଜାଣିଥିଲେ ମଧ୍ୟ ସେମାନେ ଯେ ତଥାପି ଜଳ ସୃଷ୍ଟି କରୁଛନ୍ତି, ସମ୍ଭବତଃ ସେଇଟା ହିଁ ସରକାରୀ ବଳବାନ ମାନଙ୍କର ବିଶେଷ କ୍ରୋଧର କାରଣ ହୋଇଛି । ସରକାର ଶାସନ କରିବା ପାଇଁ ରହିଛନ୍ତି; ସେମାନେ କିପରି ଶାସନ କରିବେ, ସେଥିଲାଗି ଆଇନସବୁ ବନ୍ଧା ହୋଇ ରହିଛି । କିନ୍ତୁ, ତୁମେ ଯଦି ଛାର ମୂଷା ହୋଇ ସରକାରଙ୍କର ଆଙ୍ଗୁଠିଟାକୁ ଯାଇ କାମୁଡ଼ିବାକୁ ମନ କରିବ, ତେବେ ହାଡ଼ମ୍ୟାସର ଦେହଟାକୁ ବହି ସରକାର ମଧ୍ୟ ଆଉ କିପରି ସଂଯମ ଭିତରେ ରହିବେ ?

 

ଆଦିବାସୀମାନେ ହିଁ ଭାରତବର୍ଷ ସ୍ଵାଧୀନ ହେବା ପୂର୍ବରୁ ସେଠାରେ ମାର୍ତ୍ତଣ୍ଡ ବର୍ମା ଅଥବା କେରଳ ବର୍ମା ଆଦି ରାଜାମାନଙ୍କ ଅମଳରୁ ଆପଣାର ପଡ଼ାମାନ ତିଆରି କରି ରହି ଆସୁଛନ୍ତି । ପ୍ରକୃତର ମୂଷାଙ୍କ ପରି ସେହିମାନେ ହିଁ ଜଙ୍ଗଲକୁ ତାଡ଼ି ଜମି ତିଆରି କରିଛନ୍ତି । ସେହି ପ୍ରଥମ ଅମଳଟା ଠାରୁ ହିଁ କୃଷି ଉପରେ ନିର୍ଭର କରି ଆସିଛନ୍ତି । ଅଟବୀକୁ ହିଁ ଆପଣ ସମସ୍ତ ଭୁବନ ବୋଲି ଗ୍ରହଣ କରିନେଇ ଆଟବିକର ଜୀବନ ଯାପନ କରୁଛନ୍ତି । ମାତ୍ର କାଳାନୁକ୍ରମରେ ସେହିସବୁ ଜମି ସେମାନଙ୍କ ହାତରୁ ନିତାର ବହିରାଗତ ମାନଙ୍କର ସମ୍ପତ୍ତି ରୂପେ ହସ୍ତାନ୍ତରିତ ହୋଇଯାଇଛି । ଏବେ ଆଦିବାସୀମାନେ ସେହି ଜମି ମାନଙ୍କରେ ମୂଲିଆ ହୋଇ ପେଟ ପାଳୁଛନ୍ତି । ଭୂମ୍ୟଅଧିକାରୀ ହେଉଛନ୍ତି ଅନ୍ୟମାନେ, ନିତାନ୍ତ ଅଣଚାଷୀମାନେ । ସେମାନେ ଜମିର ମାଲିକ । ଏକଦା ଏହିସବୁ ଆବାଦୀ ଭୂମି ଯେଉଁମାନଙ୍କ ହାତରେ ଥିଲା, ସେମାନେ ଶ୍ରମ ଖଟିବେ ଏବଂ ଏହି ଅଣଚାଷୀ ଅଧିକାରୀମାନେ ମାଲିକ ହୋଇ ଆବାଦର ସିଂହଭାଗ ଗୁଡ଼ିକୁ ଭୋଗ କରିବେ । ସେମାନଙ୍କ ପାଖରେ ସେଥିଲାଗି ପ୍ରମାଣ ଲାଗି କାଗଜପତ୍ର ରହିଛି । ତେଣୁ, ଆଦିବାସୀଟା ଯାବତୀୟ ବୈଧତା ଦୃଷ୍ଟିରୁ ଏହି ମାଲିକମାନଙ୍କର ଶାନ୍ତିଭଙ୍ଗ ହିଁ କରୁଛି । ଆପଣ କୁହନ୍ତୁ ତ ନ୍ୟାୟଟା କାର୍ଯ୍ୟତଃ କାହା ପଟରେ ରହିବ !

 

ପୁରୁଷ ପୁରୁଷ ଧରି ଜମିଗୁଡ଼ାକ କିପରି ଖଟୁଥିବା ମଣିଷମାନଙ୍କ ହାତରୁ ମାଲିକମାନଙ୍କର ଅକ୍ତିଆରକୁ ଚାଲିଯାଇଛି, ତାହାର ଇତିହାସ ସାରା ଭାରତବର୍ଷରେ ସେହି ଏକାପରି ନୁହେଁ କି ? ଏକଥା କେବଳ ଭାୟନାଡ଼ ଜିଲ୍ଲାର କାଁ ଭୀ ସେହି କେତୋଟି ଗାଆଁରେ ଘଟିନାହିଁ, ତାହା ଅଧିକ ଅଥବା ଅଳପ ପରାକ୍ରମ ସହିତ ତୁମ ଆମ ଗାଆଁରେ ବି ଘଟିଥିବ । କାଶୀପୁର ଓ କାଶୀନଗରରେ ଘଟିଥିବ, କନିକା ତଥା ବିନିକାରେ ମଧ୍ୟ କାହିଁକି ଘଟିନଥିବ ! ଭାୟନାଡ଼ରେ ସେହିବାଗିର କେତେଟା ଦୃଷ୍ଟାନ୍ତ ଏବେ ଖବର ହୋଇ ବାହାରକୁ ଆସିଛି । ପ୍ରାୟ ସବୁଯାକ ହଡ଼ପ ୧୯୬୦ ଓ ୧୯୭୭ ମସିହା ଭିତରେ ଘଟିଛି । ଜଣେ ଆଦିବାସୀ ଏକ ସମବାୟ ସମିତିରୁ ୧୯୭୩ ମସିହାରେ ପଚିଶିଟା ଟଙ୍କା କରଜ ଆଣିଥିଲା ବୋଲି ନିଜର ଦେଢ଼ ଏକର ଜମି ହରାଇଛି । ୧୯୭୦ ମସିହାରେ ଆଉ ଜଣେ ତିରିଶି ଟଙ୍କା କରଜ ଆଣି ପାଞ୍ଚ ଏକରରୁ ଅଧିକ ଜମି ହରାଇଛି ଏବଂ ୧୯୬୫ ମସିହାରେ ଜଣେ ନିଜର ତିନି ଏକର ଜମିକୁ ପଚାଶ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି । ୧୯୫୮ ମସିହାରେ ଆହୁରି ଜଣେ ପଚାଶଟା ଟଙ୍କାର ଋଣ ଶୁଝିବା ନିମନ୍ତେ ସାଢ଼େ ବାର ଏକର ଜମିକୁ ବିକିଛି । ୧୯୮୨ ମସିହାରେ ପ୍ରକାଶିତ ଗୋଟିଏ ସରକାରୀ ତଥ୍ୟଫର୍ଦ୍ଦ ଅନୁସାରେ ସେହି ଗୋଟିଏ ଅଞ୍ଚଳରେ ହିଁ ମାତ୍ର ତିନି ଲକ୍ଷ ଟଙ୍କାରେ ଦଶ ହଜାର ଏକରରୁ ଅଧିକ ଜମି ବିକ୍ରି ହୋଇଯାଇଛି । ଏସବୁ କିଭଳି ହୁଏ, କେଉଁଭଳି ପ୍ରବଞ୍ଚନା ମଧ୍ୟରେ, ତାହାର ଜବାବ ଆପଣଙ୍କୁ ଏହି ଦେଶର ଯେକୌଣସି ଆଦିବାସୀ ବସତିର ଇତିହାସରୁ ବାରେ ମିଳିଯାଇପାରିବ । ଏବଂ, ଏହି ଯାବତୀୟ ଅଘଟଣରେ ପ୍ରକୃତ ଚାଷୀମାନେ ଅଣଚାଷୀ ମାଲିକମାନଙ୍କୁ ହିଁ ନିଜର ପରିବାର ଅର୍ଜିତ ଜମିଗୁଡ଼ିକୁ ଟେକି ଦେଇଛନ୍ତି । ଆମ ଭାରତବର୍ଷରେ ଆମ ଗାଆଁମାନଙ୍କରେ ହୁଏତ ମୁଖ୍ୟତଃ ସେହି କାରଣରୁ ହିଁ ଜମିର ମାଲିକମାନେ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ କୃଷକ ବୋଲାଉଛନ୍ତି ଏବଂ ପ୍ରକୃତ ଚଷୁଥିବା ମଣିଷଟା ମୂଲିଆ ବନି ଜମି ଚଷୁଛି ।

 

ଏହିଠାରୁ ଆମେ ପୁନର୍ବାର କେରଳର ଭାୟନାଡ଼କୁ ଫେରିଯିବା । ଦେଶରେ ସେହି କାଗଜପତ୍ରରେ ଇତିମଧ୍ୟରେ ଆଇନ ହୋଇସାରିଲାଣି ଯେ ଆଦିବାସୀ ଠାରୁ ହଡ଼ପ କରି ନିଆଯାଇଥିବା ଜମି ସିଏ ଫେରିପାଇବ ଏବଂ ସରକାର ଏଥିରେ ତାକୁ ମଦ କରିବେ । ଅଥବା, କୌଣସି ପ୍ରକାରେ ଉଦ୍‌ବୃତ୍ତ ଜମି ବାହାର କରାଯିବ ଓ ସରକାର ଉଚିତ ପରିବାରଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ପୁନର୍ବାର ଜମି ଉପରକୁ ଥଇଥାନ କରାଇ ଆଣିବେ । କେରଳରେ ବିଗତ ତିନି ଦଶକ ହେଲା ସେହି କଥାଟିର ହିଁ ରଟନା ହେବାରେ ଲାଗିଛି, ଆଶାମାନଙ୍କୁ ଜାଗ୍ରତ କରାଯାଉଛି ଏବଂ ଶେଷକୁ ସବୁ ଫସର ଫାଟିଯାଉଛି । କେତେ ପ୍ରକାରର ରାଜନୀତିକ କୁହାଟି ଦିଆଯାଉଛି ସିନା, ମାତ୍ର ହାତୀଟାର ଅଗ୍ନିମାନ୍ଦ୍ୟ ତଥାପି ଯାଇପାରୁ ନାହିଁ । ବାମପନ୍ଥୀ ଓ ଡାହାଣପନ୍ଥୀ ଉଭୟେ ସରକାର ଚଳାଉଛନ୍ତି, କିନ୍ତୁ ସତେଅବା ପରସ୍ପର ସହିତ କ’ଣ ସଲା କରିଥିବା ପରି ଭାୟନାଡ଼ର ଆଦିବାସୀ ଏବେ ମଧ୍ୟ ଆଁ କରି ଅନାଇଛି । ରାଜନୀତିଟା ବାମ ଓ ଡାହାଣ । ଯାହା ହାତରେ ରହୁ ପଛକେ, ହଡ଼ପ କରିନେଇ ଜମିର ମାଲିକ ହୋଇଥିବା ଲୋକଟା ପ୍ରାୟ ସେହି ଗୋଟାଏ ପକ୍ଷରେ ରହିଛି ଏବଂ ତେଣୁ ଏହି ଆର୍ଥିକ ମୂଳ-ସ୍ଵାର୍ଥଟା ରାଜନୀତିକ କର୍ତ୍ତବ୍ୟ ସମ୍ପାଦନକୁ ଇଞ୍ଚ ବି ଆଗକୁ ଯିବାକୁ ଦେଉନାହିଁ । ମଣିଷ, ପ୍ରତ୍ୟେକ ମଣିଷ ଭିତରେ ଏବଂ ସେହି କାରଣରୁ ହିଁ ତଥାକଥିତ ଏହି ଆଦିବାସୀଙ୍କର ଦେହ ମରେ ଆତ୍ମା ବୋଲି ଏପରି ଏକ ଅସଲ ସତ୍ୟ ରହିଛି, ଯେଉଁଟାର ବି ଆଖିର ଧୈର୍ଯ୍ୟଚୁତି ଅବଶ୍ୟ ହୁଏ । ତା’ପରେ ସିଏ ଦେହସ୍ତରର ଅର୍ଥାତ୍ ପେଟସ୍ତରର ଅବମାନନାକୁ ସମ୍ଭବତଃ ତା’ ନିଜର ଅବମାନନା ପ୍ରାୟ ଅନୁଭବ କରେ ଓ ନରସିଂହ ହୁଏ । ଭାୟନାଡ଼ରେ ଏହି ବର୍ଷର ଆରମ୍ଭରେ ସେହି କଥା ହିଁ ଘଟିଥିଲା । ଗାଆଁବାଲା କେତେଜଣ ସରକାରୀ ଲୋକଙ୍କୁ ଗୋଟାଏ ଘରେ ପୁରାଇ କବାଟ କିଳିଦେଲେ । ଜଣେ । ପୋଲିସର ଦେହ ଉପରେ କିରୋସିନି ଢାଳି ଦେଲେ ଓ ଦିଆସିଲି ମାରିଦେବାକୁ ଯାଉଥିଲେ । ସେମାନଙ୍କ ହାତରେ ଧନୁଶର ଥିଲା ଓ ସେଦିନ ଗୋଟାଏ କିଛି ଅବଶ୍ୟ ଘଟୁ ବୋଲ ହୁଏତ ଚାରି ଦଉଡ଼ା କାଟି ସେମାନେ ବାହାରକୁ ଦାହାରି ଆସିଥିଲେ । ସରକାରୀ ସନ୍ତ୍ରାସବାଦଟା ସେଇଟାକୁ କଦାପି ସହ୍ୟ କରିପାରନ୍ତା ନାହିଁ । ତେଣୁ ଗୁଳି ଚାଲିଲ!, ଆତଙ୍କର ଏକ ଅରାଜକତାକୁ ବ୍ୟାପ୍ତ କରି ଦିଆଯାଇଥିଲା । ସେହି ଆତଙ୍କରାଜ । ଏବେ ମଧ୍ୟ ଚାଲିଛି । ଗାଁର ପୁରୁଷ ଲୋକେ ଜଙ୍ଗଲ ଭିତରେ ଲୁଚି କରି ରହିଛନ୍ତି ଓ ପୋଲିସ କୋପରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି । ଗୁଳି ଖାଇ କିଏ ବା କେତେ ମରୁଛନ୍ତି, ସେହି ହିସାବଟା ମୋଟେ ପ୍ରତ୍ୟୟ ଦେଇପାରୁ ନାହିଁ । ସରକାର ବଡ଼ ଲଣ୍ଡଭଣ୍ଡ ହେଉଛନ୍ତି । ବିରୋଧୀ ରାଜନୀତିକ ପକ୍ଷ ମଉକାଟା ପାଇ ରଡ଼ି ଛାଡ଼ିଛନ୍ତି । ମାତ୍ର, ଅସଲ ସ୍ଵାର୍ଥଗୁଡ଼ିକର କ୍ଷେତ୍ରରେ ଉଭୟେ ପ୍ରାୟ ଧର୍ମତଃ ମଉସା ଓ ପିଉସା ହୋଇ ରହିଛନ୍ତି । ଏହି ତାମସା ଭରତର ସବୁ ରାଜ୍ୟରେ ଲାଗିଛି । ଆହୁରି ଲାଗିବ, ନିତାନ୍ତ ଅବାଗରେ ଏସବୁ କେତେ ପ୍ରକାରେ କୁହୁଳିବାରେ ଲାଗିଥିବ I ଅସଲ ନେତୃତ୍ଵ କେଉଁମାନେ ଦେବେ ? ଆଦିବାସୀ କୁଳରୁ ମଧ୍ୟ ସୌଭାଗ୍ୟବନ୍ତମାନେ ବାହାରି କ୍ରମେ ମନ୍ତ୍ରୀ ହେଲେଣି, ସରକାରୀ ଅମଲାତନ୍ତ୍ରର ଉକ୍ତ ଥାନମାନଙ୍କରେ ଯାଇ ବସିଲେଣି । ଏହି ଭାଗ୍ୟବନ୍ତ ମାନଙ୍କ ନିମନ୍ତେ ଶହେରେ ଏତେ ବା ଏତେ ଥାନ ସ୍ଵତନ୍ତ୍ର କରି ରଖ ସେମାନଙ୍କ ଭିତରେ ଏପରି ଏକ ବିଚିତ୍ର ପୋକର ପୁଲକଗୁଡ଼ାକୁ ପୂରାଇ ଦିଆଯାଉଛି ଯେ, ସେମାନେ ତା ପରେ ରଜା-ଘରର ହାତୀଶାଳରେ ବନ୍ଧା ହୋଇ ରହିବାକୁ ଅଧିକ ଉଚିତ ମନ କରୁଛନ୍ତି ସିନା, ମାତ୍ର କଦାପି ଜଙ୍ଗଲ ଭିତରକୁ ଫେରୁ ନାହାନ୍ତି । ସେମାନେ ବିକି ହୋଇ ଯାଉଛନ୍ତି, ସାମନ୍ତ-ପରିଚୟର ଘୁଙ୍ଗୁରଗୁଡ଼ାକୁ ପିନ୍ଧି କୁଳ ହରାଉଛନ୍ତି । ସେମାନେ କଦାପି କୁଳକୁ ଫେରି ଆସିବେ ନାହିଁ । ଏବଂ ପ୍ରତିକାର କରିବାରେ ଅଗ୍ରଣୀର ଭୂମିକା ଗ୍ରହଣ କରିବାର କୌଣସି ପ୍ରଶ୍ନ ବା କାହିଁକି ଉଠିବ ? ଏବଂ ଅପରପକ୍ଷରେ, ଆଦିବାସୀ କରି ରଖୁ ବିଶେଷ ସୁବିଧାଗୁଡ଼ିକ ଦ୍ୱାରା ଯୁକ୍ତ କରି ଦୟାପ୍ରଦର୍ଶନ ଦ୍ଵାରା ମଧ୍ୟ ସମାଧାନ ହେବ ନାହିଁ । ଉପରେ ଥାଇ ନିଜକୁ ସବାଆଗ ଧାଡ଼ିର ବର୍ଗ ବୋଲି ଧରିନେଇ ସେହି ଦୟାଳୁ ବର୍ଗଟା ଏ ଦେଶରେ ମଣିଷ ମାତ୍ରକେ ସମସ୍ତେ ନାଗରିକତ୍ନର ସର୍ବନିମ୍ନ ନ୍ୟାୟଗୁଡ଼ିକୁ ଅବଶ୍ୟ ପାଆନ୍ତୁ ବୋଲି କଦାପି ଆଦୌ କିଛି କରିବ ନାହିଁ । ବିଗତ ପଚାଶ ବର୍ଷ ହେଲା । ଭାରତବର୍ଷକୁ ଘାରି ରଖିଥିବା ଶୀତଋତୁଟା ଏଠି ଆହୁରି ପଚାଶ ବର୍ଷ ସ୍ଥାୟୀ ହୋଇ ରହିଥାଉ ବୋଲି ସିଏ ତ ତା ଇଷ୍ଟଦେବଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରୁଥିବ । ବଞ୍ଚିତ ସ୍ଵୟଂସଚେତନ ହେଲେ ନେତୃତ୍ଵ ତାହାରି ଭିତରୁ ବାହାରିବ ।

 

ଅର୍ଥାତ୍ ଆଦିବାସୀଙ୍କ ଭିତରୁ ହିଁ ଆଦିବାସୀଙ୍କ ନିମନ୍ତେ ସୁଘତମ ନେତୃତ୍ଵଟି ବାହାରି ପାରିବ । ସେହି ନେତୃତ୍ଵ ଯେତେ ଯେତେ ପ୍ରଲୋଭନର ହାବୁଡ଼ରେ ପଡ଼ିଲେ ମ ତଥାପି ବିକି ହୋଇ ଯିବ ନାହିଁ । ସିଏ ଆଧୁନିକ ପୃଥିବୀର ପରବର୍ତ୍ତୀ ପ୍ରତିଶ୍ରୁତି ଗୁଡ଼ିକୁ ନିଜର ଦୈନନ୍ଦିନ ବ୍ରତସଂକଳ୍ପ ଗୁଡ଼ିକ ମଧ୍ୟରେ ହିଁ ଅନୁଭବ କରୁଥିବ । ବିକି ହୋଇ ଯିବାକୁ ହିଁ ଆତ୍ମହତ୍ୟା କରିବା ବୋଲି ଜାଣୁଥିବ । ସବୁଠାରୁ ବଡ଼କଥା ହେଉଛି ସିଏ ନିଜକୁ ଖାରି ଆଦିବାସୀ ବୋଲି ଅନୁଭବ କରିବା ଆଗରୁ ଏହି ଦେଶର ଜଣେ ନାଗରିକ ବୋଲି ଅନୁଭବ କରୁଥିବ । ଭାରତବର୍ଷ ନାମକ ଆମର ଏହି ଦେଶରେ ଆମ ପ୍ରତ୍ୟେକଙ୍କର ସର୍ବୋଚ୍ଚ ସମ୍ମାନ ତଥା ସର୍ବପ୍ରଥମ ସ୍ୱୀକୃତି ଯେ ଜଣେ ହିନ୍ଦୁ, ଜଣେ ମୁସଲମାନ, ଜଣେ ଆଦିବାସୀ ଓ ଜଣେ ହରିଜନ ହିସାବରେ ଆଦୌ ନୁହେଁ, ସିଏ ସେହିଟିକୁ ହିଁ ବାସ୍ତବସତ୍ୟ ତଥା କାମ୍ୟତମ ସତ୍ୟରୂପେ ଗ୍ରହଣ କରିନେଇ ପାରୁଥିବ ।

 

ଏପରି ଜଣେ ଆଦିବାସୀ କେବଳ ଆଦିବାସୀମାନଙ୍କୁ ନୁହେଁ, ଭାରତୀୟ ମାତ୍ରକେ ଆମ ସମସ୍ତଙ୍କୁ ମଧ୍ୟ ଉପଯୁକ୍ତ ନେତୃତ୍ଵ ଦେଇପାରିବ ଆମ ସମସ୍ତଙ୍କୁ ସବା ଆଗ ସେଇ ବର୍ତ୍ତମାନର ମିଛ ଦୟା, ମିଛ ରାଜନୀତି ଓ ମିଛ ବାଲି ଗୁଡ଼ାକର କଦ୍ଦମ ଭିତରୁ ବାହାର କରି ଆଣିବ । ସେହି ନେତୃତ୍ଵ ସା˚ପ୍ରତିକ ପୃଥ୍ଵୀ-ହାୱା ଗୁଡ଼ିକରୁ ସର୍ବୋତ୍ତମ । ପ୍ରେରଣାଗୁଡ଼ିକୁ ସଂଗ୍ରହ କରି ଆଣି ପାରୁଥିବ ଏବଂ ତଥାପି ଏଠି ଆମ ଯାଏ ଫେରି ଆସି ସବା ତଳକୁ ଓହ୍ଲାଇ ପାରୁଥିବ ଏବଂ ତଥାପି ଏଠି ଆମ ଯାଏ ଫେରି ଆସି ସବା। ତଳକୁ ଓହ୍ଲାଇ ପାରୁଥିବ । ସେହି ନେତୃତ୍ଵ ଖାଲି ଆଦିବାସୀମାନଙ୍କର ନୁହେଁ, ଆମ ସମସ୍ତଙ୍କର ବିଶ୍ୱାସଭାଜନ ହେବ । ପୁରୁଣା ମାର୍ଗମାନଙ୍କୁ କେବଳ ସେଇ ମଞ୍ଚ ଉପରୁ ତଳକୁ ଖସାଇ ଆଣି ଖତମ କରିଦେଇ ପାରିବ ।

Image

 

Unknown

ମୂଲ୍ୟଭିତ୍ତିକ ଶିକ୍ଷା

 

ଆମର ଏହି ଚଳନ୍ତି ଦଣ୍ଡଧାରୀମାନଙ୍କର ପୃଥିବୀରେ ଯେଉଁ ବିଶେଷ ସ୍ଥାନସ୍ଥମାନେ ଆମକୁ ସତେଅବା ଚମତ୍କୃତ କରିଦେଇ ମୂଲ୍ୟଭିତ୍ତିକ ଶିକ୍ଷା ବିଷୟରେ ବଚନିକାମାନ କରିବାରେ ଲାଗିଛନ୍ତି, ସେମାନେ ମୂଲ୍ୟଗୁଡ଼ିକ ଶାସ୍ତ୍ରରେ ହିଁ ଥାଆନ୍ତି ବୋଲି ବିଶ୍ୱାସ କରି ଆସିଛନ୍ତି । ଶାସ୍ତ୍ରୀମାନଙ୍କ ନିମନ୍ତେ ସବୁ କିଛି ସେହି ଶାସ୍ତ୍ରରେ ରହିଥାଏ । ଗୋଟାଏ । କଥା ଘଷରା ହୋଇଗଲେ ସେମାନେ ଏକାଠି ପୁଣି ମଥା ଖରଚ କରି ଆଉ ଗୋଟାଏ କଥା ସର୍ଜନା କରନ୍ତି ଓ ସେହି କଥାଟା ଦ୍ଵାରା ହିଁ ପୃଥିବୀରେ ହୁଲସ୍ତୁଲ ପକାଇ ଦିଅନ୍ତି । କଥାରେ ହିଁ ଯୁଗ ଇଂଘି ଯାଉଥାନ୍ତି ଏବଂ କଥାରେ ହିଁ ପରମେଶ୍ବର ମଧ୍ୟ ପୂରା ଗଦ୍ଗଦ୍ ଅର୍ଥାତ୍ ବଶ ହୋଇ ଯାଉଥିବେ ବୋଲି ଅତ୍ୟନ୍ତ ନିଷ୍ଠାପର ଭାବରେ ବିଚାର ବି କରିନିଅନ୍ତି । ଆମ ଶାସ୍ତ୍ରମାନେ ଏବଂ ଶାସ୍ତ୍ରୀୟ କାହାଣୀମାନେ ସବା ଆଗ ଏହିପରି ଗୁଡ଼ାଏ ମୂଲ୍ୟଦୃଷ୍ଟାନ୍ତ ଦ୍ଵାରା ପୂର୍ଣ୍ଣ ହୋଇ ରହିଥାଆନ୍ତି କି ? ଭାରତବର୍ଷ ସ୍ଵାଧୀନତା ହାସଲ କରିବା । ପରେ ସମ୍ଭବତଃ ସେହିପରି ମୂଲ୍ୟଗୁଡ଼ିକର ରତ୍ନପଥର ଗୁଡ଼ିକୁ ପୃଷ୍ଠା ପୃଷ୍ଠା କରି ସଜାଇ ସମ୍ବିଧାନ ବୋଲି ସୁଗଠିତ ଇମାରତଟିଏ ଗଢ଼ିହେବ, ପୃଥିବୀକୁ ନେତୃତ୍ଵ ଦେବ ଏବଂ ଆମ ସମ୍ପୃକ୍ତ ସଭିଙ୍କ ନିମନ୍ତେ ସତକୁ ସତ ବହୁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଘୋଷଣା ବି କରାଯାଇଥିଲା । ନୂଆ ଦେଶ ନିମନ୍ତେ ସମ୍ପୁର୍ଣ୍ଣ ଭାବରେ ନୂଆ ନୂଆ ମୂଲ୍ୟର ଶିକ୍ଷା, ପ୍ରକୃତ ଶିକ୍ଷା । ସତେ ଅବା ନାନାବିଧ ନୂତନ ମୂଲ୍ୟ ଦ୍ଵାରା ଭରପୂର ହୋଇ ରହିଥିବା ଏକ ଅଭୂତପୂର୍ବ ବ୍ୟବସ୍ଥା ।

 

ଶାସ୍ତ୍ର ଓ ସମ୍ବିଧାନମାନଙ୍କରେ ଯାହା ଲେଖା ହୋଇ ରହିଥାଉ ପଛକେ, ଯାବତୀୟ ଜୀବନକ୍ଷେତ୍ରରେ ହିଁ ଆମର ଅଭିପ୍ରାୟଗୁଡ଼ିକ କ୍ରମପ୍ରକଟ ହୋଇ ଆସିଥାଆନ୍ତି । ଆମ ସାମୂହିକ ଜୀବନର ମୂଲ୍ୟଗୁଡ଼ିକ ଆମ ଅଭିସନ୍ଧିଗୁଡ଼ିକ ଦ୍ଵାରା ନିରୂପିତ ହୋଇଥାନ୍ତି । ସ୍ତୋତ୍ରଟା ଭିତରେ ଦେବୀ ସରସ୍ୱତୀଙ୍କୁ ଆମେ ପୂର୍ଣ୍ଣଶୁଭ୍ର ବୋଲି ବର୍ଣ୍ଣନା କରି ଯେତେ ଯେତେ ପେଟୁଆ ଭାବପ୍ରବଣତାରେ ଲେଡ଼ି ପଡୁ ଥିଲେ ମଧ୍ୟ ସିଏ ଆମ ଉଦ୍ଦେଶ୍ୟ-ସାଧନର ଯାବତୀୟ ମୂଲ୍ୟ ତଥା ମାମଲତରେ ବଡ଼ କୋତର ଓ କୁତ୍ସିତା ହୋଇ ରହିଥାନ୍ତି । ଆମର ସାମ୍ପ୍ରତିକ ବିଦ୍ୟାସ୍ଥାନମାନଙ୍କରେ, ସାନମାନଙ୍କର ଗ୍ରାମଚାଟଶାଳୀ ଠାରୁ ଆରମ୍ଭ କରି ଆମ ଦରବାରୀ ଅଧ୍ୟାପନାର ପ୍ରସାଧନମୁଖର ବିହାରଗୁଡ଼ିକ ଯାଏ ପ୍ରକୃତରେ ସର୍ବତ୍ର, ଯେଉଁସବୁ ସମ୍ବନ୍ଧରେ ବଣିଜମାନ ଚାଲୁଥାଏ, ସେଠାରେ ପ୍ରଧାନତଃ ଏହି ଦେଶର ନାଡୀଗୁଡ଼ାକୁ ସେହି ଭିତରୁ ହିଁ କାଟି ପକାଇବାର ବରାଦ କେଡ଼େ ଗମ୍ଭୀର ଭାବରେ ଚାଲିଥାଏ । ସେଠାରେ ଯେଉଁ ମୂଲ୍ୟଗୁଡ଼ିକର ବିତରଣ ଲାପିଥାଏ, ତଦ୍ବାରା ସମ୍ପୃକ୍ତ ଶିକ୍ଷାଚାରୀମାନେ ଏହି ମାଟିର ବଇରୀ ହୋଇ ତିଆରି ହେବାରେ ଲାଗିଥାନ୍ତି । ଯହୁଁ ଯହୁଁ ବୟସରେ ବଡ଼ ହୁଅନ୍ତି ଏବଂ ବିଦ୍ୟାବନ୍ତ ହେବାର ସନ୍ତକଗୁଡ଼ିକୁ ଆଦରି ନେଉଥାନ୍ତି, ସେମାନେ ତହୁଁ ତହୁଁ ଦେଶ ନାମକ ତଥା ଭବିଷ୍ୟନାମକ ଏହି ବୃହତ୍ତର ନିୟତିଟିର ଭଗାରି ହୁଅନ୍ତି । ନୃଶଂସ ହୁଅନ୍ତି, ଉଦାସୀନ ହୁଅନ୍ତି, ସୁନିପୁଣ ଭାବରେ ରକ୍ଷଣଶୀଳ ହୁଅନ୍ତି ଏବଂ କୋଟି କୋଟି ଲୋକଙ୍କର ପରିବର୍ତ୍ତନ ବୋଲି ଅବଶ୍ୟ କିଛି ଘଟିବା ବିଷୟରେ ରହିଥିବା ସରଳ ବିଶ୍ୱାସ ଗୁଡ଼ିକୁ ବିଗାଡ଼ି ଦେବାରେ ହିଁ ନିମିର ହୁଅନ୍ତି ।

 

ମୂଲ୍ୟଗୁଡ଼ିକୁ ଭିତ୍ତିକରି କୋଉ ଯୁଗରେ ଯେ ଗଦା ଗଦା ଶାସ୍ତ୍ର ଲେଖାହୋର ନାହିଁ, ସେକଥା ଆଦୌ ନୁହେଁ । ଭାରତବର୍ଷରେ ତ ସ୍ଵୟଂ ଋଷିମାନେ ସେଗୁଡ଼ିକୁ ଲେଖୁଛନ୍ତି ଏବଂ ପୃଥିବୀଯାକର ବରେଣ୍ୟ ହୋଇ ରହିଛନ୍ତି । ଦେବତାମାନଙ୍କୁ ମଧ୍ୟ ଆମର ଏହି ନିତିଦିନର ଜୀବନ ଭିତରକୁ ଅବତରଣ କରାଇ ଆଣି ସେହି ମହୋଜ ମୂଲ୍ୟଗୁଡ଼ିକର କୀର୍ତ୍ତନ କରାଯାଇ ଆସିଛି । କିନ୍ତୁ ଆମ ଜୀବନ-ପାଟିଟା, ଆମ ସମ୍ପର୍କଗୁଡ଼ିକର ଆମର ଏହି ନିତ୍ୟ ଆୟତନଟା କାହିଁକି ଏପରି ଗୋଟାସୁଦ୍ଧା ଅଲକ୍ଷଣା ହୋଇ ପଡ଼ିଛି ? ଏବେ ମ ସଭାମଞ୍ଚ ତଥା ଶିକ୍ଷାମଞ୍ଚମାନଙ୍କରେ ମୂଲ୍ୟଗୁଡ଼ିକର ଲାବଣ୍ୟମୟ କୀର୍ତ୍ତନମାନ ଅବ୍ୟାହତ ରହିଥିଲେ ମଧ୍ୟ ଆମ ପଢ଼ୁଆମାନେ କାହିଁକି କୋଟି କୋଟି ଅଳ୍ପବଳ ଏବଂ ଅଳ୍ପ ସମର୍ଥମାନଙ୍କ ଠାରୁ ଦୂରଛଡ଼ା ହୋଇ ରହିଛନ୍ତି ? ସବା ଉପର ଥାକମାନଙ୍କରେ ରହି ଏଠି ବ୍ୟବସ୍ଥା ଗୁଡ଼ିକୁ ଚଳାଉଥିବା ଉତ୍ତମମାନେ କାହିଁକି ଦେଶ-ମଣିଷଙ୍କର ବୃହତ୍ତର ଭାଗ୍ୟଟାକୁ ଉପେକ୍ଷା ଏବଂ ଅବଜ୍ଞା କରିବାରେ ହିଁ ଲାଗି ପଡ଼ିଛନ୍ତି ? ସେମାନେ କ'ଣ ପାଇଁ ଦେଶଟାକୁ ଲୁଟି ନେଉଛନ୍ତି ? ସରକାରର ଯଦି ଦୁଇଟା ଥୋମଣି ରୂପେ, ଗୋଟାକୁ ରାଜନୀତିକ ନେତା ଓ ଅପରଟାକୁ ବିଭାଗୀୟ ସିରସ୍ତାଗୁଡ଼ାକର କଳ୍ପନା କରାଯାଏ, ତେବେ ସେମାନେ ସତେ ଅବା ପରସ୍ପର ସହିତ ସଲା ଅଥବା ସଗାଇ କରିଥିବା ପରି କାହିଁକି ବାକି ମଣିଷଙ୍କର ଉଦୟକୁ ରୋକିକରି ରଖିଛନ୍ତି ? କ’ଣ ପାଇଁ ଏହି ଦେଶଟାକୁ ଘୃଣା କରୁଛନ୍ତି ଏବଂ ମୁଖ୍ୟତଃ ସେହି କାରଣରୁ ଲୋକମାନଙ୍କର ଭାଷାଟାକୁ ମଧ୍ୟ ଘୃଣା କରୁଛନ୍ତି । ଅଳପ ମଣିଷ କେତେ ସୁକଳ୍ପିତ ଭାବରେ ପାଷଣ୍ଡପଣ କରି ଗୋଟାଏ ଯୁଗକୁ ଏବଂ ସେହି ଯୁଗରେ ଆତଯାତ ହେଉଥିବା ବହୁତମାନଙ୍କୁ ଯେ ବଞ୍ଚିତ କରି ରଖିଥିବେ ଏବଂ ଏଠି ସବୁକିଛିକୁ ମାଡ଼ି ବସିବେ, ଭାରତବର୍ଷ କ’ଣ ପାଇଁ ସେହି ନିନ୍ଦାଟାର ଦୃଷ୍ଟାନ୍ତ ହୋଇ ରହିଥିବ ? ମୁଲ୍ୟଭିତ୍ତିକ ଶିକ୍ଷାର ଏବେ ମଧ୍ୟ କୌଣସି ଅଭାବ ନାହିଁ; ଆପଣା ବେଶଭୂଷାରୁ ମଧ୍ୟ ଥୋକେ କେଡ଼େ ମୂଲ୍ୟସମ୍ପନ୍ନ ଭଳି ଦେଖାଯାଉଛନ୍ତି,କି ସୁନ୍ଦର ଭାବରେ ସବୁ ସର୍ବୋତ୍ତମ ଭାବେ ତାଲିଛି ବୋଲି ଏକ ପ୍ରତୀତି ସୃଷ୍ଟି କରି ରଖିଛନ୍ତି, ତଥାପି ଦେଶଟାଯାକ କାହିଁକି କୁହୁଡ଼ି ଘୋଟି ରହିଛି ?

 

ମୂଲ୍ୟଭିତ୍ତିକ ଶିକ୍ଷା ବିଷୟରେ ଦୁନ୍ଦୁଭି ବଜାଇ ଭାଷଣ ପ୍ରଦାନ କରୁଥିବା ସାଂଘାତିକ ଜ୍ଞାନୀବର୍ଗ ଏହି କଥାଟିର ପ୍ରକୃତରେ କି ଉତ୍ତର ଦେବେ କେଜାଣି ? ଥୋକେ ତ କେଡ଼େ ଉଲ୍ଲାସର ସହିତ ଆମକୁ କହିବାରେ ଲାଗିଛନ୍ତି ଯେ, ଅସଲ ମୂଲ୍ୟଗୁଡ଼ାକ ପ୍ରକୃତରେ ଅତୀତରେ ହିଁ ରହିଥିଲା-। ସଂସ୍କୃତି କହିଲେ ସେମାନେ ଭାରି ଅନ୍ୟାସକ୍ତ ଭାବରେ ଆମକୁ ପଛଗୁଡ଼ାକର କଥା କହି ସତେଅବା କ’ଣ ସବୁ ମତଲବରେ ଭାରି ଅନ୍ୟମନସ୍କ କରି ରଖିବାର ଫିସାଦ କରିବାରେ ଲାଗିଥାଆନ୍ତି । ପ୍ରେରଣାଟା ପଛରେ ରହିଛି ବୋଲି ସେମାନେ ପୂରାପୂରି ଏକ ମାଇଚିଆ ଶୃଙ୍ଗାରିକତା ସହିତ କହିବା ଲାଗି ଇଚ୍ଛା କରୁଥାନ୍ତି କ’ଣ ପାଇଁ କେଜାଣି ? ବର୍ତ୍ତମାନର କଞ୍ଚା ଆହ୍ଵାନଗୁଡ଼ିକରୁ ଆମକୁ ବିସ୍ତୃତ କରି ରଖିବାର ମତଲବରେ ସେମାନେ ସେପରି କରୁ ଥାଆନ୍ତି କି-? ଏହି ମାଟିଟା ସହିତ ଆମର ନାଡ଼ିଗୁଡ଼ିକ ଲାଗିଥିଲେ ତ ଆମେ ଆଗ ଉପସ୍ଥିତ ଆହ୍ଵାନଗୁଡ଼ିକୁ ନିର୍ଭୁଲ ଭାବରେ ଶୁଣିପାରିବେ । ଆହ୍ଵାନ ପଛକୁ ଆହ୍ଵାନ । ଅନ୍ତରୁ, ଶିକ୍ଷାରୁ, ସୁଯୋଗରୁ ତଥା ପ୍ରାୟ ଯାବତୀୟ ନ୍ୟାଯ୍ୟ ଅଧିକାରରୁ ବଂଚିତ ହୋଇ ରହିଥିବା ଚମ, ହାଡ଼ ଓ ମାଂସରେ ଏକ ମନୁଷ୍ୟମାକୁ ବହନ କରି ଏହି ଦେଶରେ ଜନ୍ମଗ୍ରହଣ କରିଥିବା କୋଟି କୋଟି ମନୁଷ୍ୟଙ୍କର ଆହ୍ଵାନ-। ଚତୁର୍ଦ୍ଦିଗର ଏହି ବିଶ୍ଵଟା ମଧ୍ୟରେ ଜୀଅନ୍ତା ମଣିଷମାନଙ୍କ ଭିତରେ ମହିମାମୟଙ୍କୁ ଠାବ କରିଥିବା କବି ଭୀମଭୋଇଙ୍କର ଭାଷାରେ ଯଦି ସେମାନେ ନ ରହିବେ, ତେବେ ଆମେ ତଥାକଥିତ ଲକ୍ଷଣଯୁକ୍ତମାନେ ପ୍ରକୃତରେ କିପରି ବା ଏହି ପୃଥିବୀରେ ରହିପାରିବା ? ସବୁ ଯୁବ, ବଜାର ଥିବ, ବିପଣି ଥିବ, ବିତ୍ତଗୁଡ଼ାକ ଅସୁମାରି ଆଡ଼ମ୍ବରରେ ବୃଦ୍ଧି ପାଇବାରେ ଲାଗିଥିବ,–ଏବଂ ତାହାରି ଭିତରେ ଆମ ଗୁଣସନ୍ତମାନେ ସତେ ଅବା କେଉଁଠାରୁ ଅଭିଶାପ ପାଇଥିବା ପରି ନିଜକୁ ନିଃସଙ୍ଗ କରି ରଖିଥିବେ । ଭିତରେ ଅଷ୍ଟଧାତୁର ସିଂହାସନଗୁଡ଼ାକ ଖାଲି ପଡ଼ିଥିବେ । ସେମାନଙ୍କୁ ଆପଣାର ବେଢ଼ ଭିତରକୁ ଉଭୋଳିତ କରି ଆଣିବାକୁ ସେମାନଙ୍କ ପାଇଁ ଜନନୀ ବୋଲି କେହି ନଥିବେ ।

 

ତେଣୁ, ସମ୍ଭବତଃ ଅସଲ ଏବଂ ଯଥାର୍ଥ ମୂଲ୍ୟବୋଧଟି ହେଉଛି ଯେ, ଆମକୁ ଏଠି ନିଜର ଘରଟି ଭିତରେ ସଭିଙ୍କ ମେଳରେ ଥିବାପରି ନିରନ୍ତର ଅନୁଭବ ହେଉଥିବ । ଏଠି ପୃଥିବୀଟା ଘର ପରି ଲାଗୁଥିବ । ଅନ୍ତରର ସ୍ତରରେ, ସାମୂହିକ ଜୀବନ-ସ୍ତରରେ ଅର୍ଥାତ୍‌ସମ୍ବନ୍ଧସ୍ଥାପନର ସକଳ ସ୍ତରରେ ଆମେ ଅତ୍ୟନ୍ତ ଅଭିନୟରହିତ ଅର୍ଥାତ୍ ସହଳ ତଥା ସ୍ଵାଭାବିକ ଭାବରେ ଏକ ଘର ଭିତରେ ହିଁ ବାସ କରୁଥିବା । ସହଜରେ ଦେଇପାରୁଥିବା, ସହଜରେ ଗ୍ରହଣ କରିପାରୁଥିବା । କପଟରହିତ ହୋଇ ସଂସାର ନାମକ ଏହି ମେଳଟି ଭିତରେ ଆମ କେତେକକୁ କାହିଁକି ତଥାପି ଏକାକୀ ଲାଗେ, ଏବେ ସେହି ବିଷୟରେ ମଣିଷର ହୃଦୟର ଦୁଃଖଗୁଡ଼ିକୁ ସହାନୁଭୂତି ସହିତ ସନ୍ଧାନ କରି ଜାଣୁଥିବା ବିଜ୍ଞାନୀମାନେ କେତେ କେତେ ଗୁମରର ଗଣ୍ଡିକୁ କ୍ରମଶଃ ଫିଟାଇ ଆଣି ପାରିଲେଣି । ଏଠି ସମସ୍ତେ ନିଜର ପରି ଓ ନିକଟ ପରି ଲାଗିବେ, ତାହା ହିଁ ଅସଲ ଆସ୍ତିକତା ଏବଂ ଅନ୍ୟପକ୍ଷରେ, ସତେ ଅବା ଧାତୁଗୁଡ଼ାକର କ୍ଷେତ୍ରରେ ଏହି ବିରାଟ ମେଳଟି ଭିତରେ ରହିଥିବା ଏମାନେ ମୋର କେହି ନୁହନ୍ତି, “ଏହା ହିଁ ହେଉଛି ନାୟିକତା, ଏକ କ୍ଷୟକାରୀ ନାସ୍ତିକତା-। ସେହି ନାସ୍ତିକତାଟା ବଢ଼ୁଛି ବୋଲି ଏବେ ଅଧିକରୁ ଅଧୁକ ମଣିଷ ଅସହଜ ହୋଇ ରହିଛନ୍ତି । ବିଶେଷତଃ କେଇ ଚାଖଣ୍ଡଯାଏ ପାଠ ପଢ଼ିଥିବା ମଣିଷମାନେ ପ୍ରାୟ ଅଣଆୟତ୍ତ ଭାବରେ ଅସହଜ ହେବାରେ ଲାଗିଛନ୍ତି । ଅସହଜ ମଣିଷମାନେ ହିଁ ପ୍ରାୟ ଏକ ରାଜକୀୟ ଅନମନୀୟତା ସହିତ ପୌରଳିକ ହୁଅନ୍ତି । ଗାଢ଼ ହୋଇ ଅନ୍ୟମାନଙ୍କର ପିତୁଳାମାନଙ୍କୁ ଭାଙ୍ଗି ବାହାରନ୍ତି । ସେମାନଙ୍କ ଭିତରେ କିଏ ଗୋଟାଏ ସତେ ଅବା କ୍ରମେ ଉଗ୍ରରୁ ଉଗ୍ରତର ହେବାରେ ଲାଗିଥାଏ । ଖାଲି ଆମର ଏହି ପ୍ରର୍ଥୀ ନିମନ୍ତେ ନୁହେଁ, ସିଏ ଖୋଦ୍ ଭଗବାନଙ୍କ ଲାଗି ମଧ୍ୟ ଖୁବ୍ ଆତଙ୍କର କାରଣ ହୁଏ ।

 

ତେଣୁ, ମୂଲ୍ୟଭିତ୍ତିକ ଶିକ୍ଷା ସବା ଆଗ ସେହି ଘରର ଚେତନାଟିକୁ ଜାଗ୍ରତ କରି ଆଣି ପାରୁଥିବା ଶିକ୍ଷାର୍ଥୀ, ଶିକ୍ଷକ ଏବଂ ସମ୍ପୃକ୍ତ କର୍ତ୍ତାକୁଳ ସଭିଙ୍କ ଭିତରେ । ଯେକୌଣସି ଯଥାର୍ଥ ଗଣତନ୍ତ୍ରରେ ଦେଶଟାଯାକ ହିଁ ଗୋଟିଏ ଘର ଭଳି ଚାଲୁଥାଏ । ଯେକୌଣସି ତୁମ ଆମ ଘର ପରି ହୁଏତ କାଗଜ କଲମରେ ବେଶି କିଛି ମୋଟେ ଲେଖା ହୋଇ ରହିନଥାଏ । ଘରର ଗୋଟିଏ ଅନ୍ଦାଜ ଆଣି ଦେବାକୁ ମୋଟେ କୌଣସି ଉତ୍ସବର ପାଳନ ହୁଏ ନାହିଁ । ସବୁ ସହଜ ଲାଗେ, ସିଧାରେ କାମ ହୁଏ । ବିଶ୍ଵାସମାନେ ପ୍ରତ୍ୟକ୍ଷ ହୋଇଯାଉଥାନ୍ତି । ଅଧିକାର ତଥା କର୍ତ୍ତବ୍ୟ ଉଭୟଟିର ସମସ୍ତଙ୍କର ଭାଗ ରହିଥାଏ । ଘରଟି ଭଳି ସମସ୍ତେ ଅଧିକରୁ ଅଧିକ ଦିଅନ୍ତି ସିନା, ମାତ୍ର ଅଧିକରୁ ଅଧିକ ଆଦୌ ମାରିନେବାକୁ ମନ କରନ୍ତି ନାହିଁ । ଭଗବାନ ମଧ୍ୟ ସାଙ୍ଗରେ ବାଟ ଚାଲୁଥାନ୍ତି ।

Image

 

ଇରାକ-ଯୁଦ୍ଧ ଶେଷ

 

ଆମେରିକାର ରାଷ୍ଟ୍ରପତି ଉଇଲିୟମ ବୁଶ ସମ୍ପ୍ରତି ଘୋଷଣା କରିଛନ୍ତି ଯେ, ତାଙ୍କ ଇରାକ ଯୁଦ୍ଧଟା ଶେଷ ହୋଇଛି ଓ ସେଥିରେ ସିଏ ବିଜୟ ଲାଭ କରିଛନ୍ତି । ଆମେରିକାର ମହାମହିମ ରାଷ୍ଟ୍ରପତି ନିଜର କେତେ ହଜାର ସୈନ୍ୟଙ୍କର ସମକ୍ଷରେ ଏହି ଘୋଷଣାଟିକୁ କଲେ । ଏକଦା ଅଠର ଦିନର ତତ୍କାଳୀନ ଗୋଟିଏ ମହାସମରରେ ଗୋଟିଏ ପକ୍ଷ ଠିକ୍ ଏହିପରି ଭାବରେ ବିଜୟ ଲାଭ କରିଥିଲା । ପାଣ୍ଡବ ପକ୍ଷ ଜିତିଥିଲେ ଓ କୌରବ ପକ୍ଷ ପରାଭୂତ ହୋଇଥିଲେ । ପାଣ୍ଡବମାନଙ୍କ ତରଫରେ ସ୍ଵୟଂ କୃଷ୍ଣ ମନ୍ତ୍ରଣାଦାତା ହୋଇ ରହିଥିଲେ ବୋଲି ସେମାନେ ଜିତିଲେ-। ବିଚରା ବୁଙ୍କ ପଟେ କଣ । କୃଷ୍ଣ ରହିଥିଲେ, ଏବଂ ମନ୍ତ୍ରଣା ଦେଉଥିଲେ ? ଏବର ଏହି ଯୁଦ୍ଧମାନଙ୍କରେ କୋଉପଟେ ଧର୍ମଟାଏ ରହିଛି ବୋଲି କ'ଣ ସିଏ ଯୁଦ୍ଧଟାଏ ଲଢ଼ି ଜିତାପଟ ମାରିଆଣି ପାରୁଛି ? ହଁ, ଆମେରିକା ହାତରେ ଯାହାକୁ ଯେତେ ଅସ୍ତ୍ର ରହିଛି, ମାରାତ୍ମକ ବାରୁଦଗୁଡ଼ାକୁ ଆଧୁନିକତମ କୌଶଳର ପ୍ରୟୋଗ କରି ବୋମା ତଥା ତହୁଁ ବଳି ବୋମାଗୁଡ଼ାକୁ ତିଆରି କରି ଦେଉଥିବା ବେହେରାଣିଆ ବୈଜ୍ଞାନିକମାନେ ବି ରହିଛନ୍ତି । ପୃଥିବୀ ଯାକର ସବୁଠାରୁ ଅଧିକ ବିଭବଶାଳୀ ଭେଣ୍ଡାମାନେ ଆକର୍ଷିତ ହୋଇ ସେହି ଦେଶରେ ଯାଇ ପହଞ୍ଚଯାଉଛନ୍ତି ଏବଂ ସେହି ଭୂଇଁଟାର ମସ୍ତିଟାକୁ ପ୍ରକୃତରେ ବେଶ୍ ଜମାଇ କରି ରଖିଛନ୍ତି । ଆମ ଭାରତବର୍ଷରୁ କ’ଣ କମ୍ ଯାଇଛନ୍ତି ? ସେମାନେ ତରି ଯାଉଛନ୍ତି ।

 

ଯଥାସମ୍ଭବ ଏକ ଅତନ୍ଦ୍ର ବୁଦ୍ଧିମତ୍ତା ସହିତ ଯୁଦ୍ଧ ଲଢ଼ିବା ପାଇଁ ଆବଶ୍ୟକ ସାଜ ଓ ସରଞ୍ଜାମଗୁଡ଼ିକୁ ପ୍ରସ୍ତୁତ କରୁଥିଲେ ଯାଇ ତୁମର ଏହି ଯୁଦ୍ଧଖୋର ପୃଥିବୀଟାରେ ତୁମେ ଶାନ୍ତିରେ ରହିପାରିବ ବୋଲି ଏକଦା ବଡ଼ ନିଷ୍ଣୁର ଭାବରେ ବିଶ୍ଵାସ କରାଯାଇ ଆସିଥିଲା । ଅର୍ଥାତ୍, ଆପଣାର ବିବେକଟାକୁ ଗଦ ସୁଘା˚ଇ ରଖିବା ନିମନ୍ତେ ରାଷ୍ଟ୍ରମାନେ କିଏ ଆକ୍ରମଣକାରୀ ହେବ କି ନହେବ, ସେ କଥା ବିଚାର କରିବା ଆଗରୁ ହିଁ ନିଜର ରକ୍ଷା ନିମନ୍ତେ ସଜହେବାରେ ଲାଗିଥିଲେ । ସେହିମାନଙ୍କ ମଧ୍ୟରୁ ହିଁ ଅଚାନକ କିଏ ବା କେତେ ଆକ୍ରମଣକାରୀର ଭୂମିକାରେ ଅବତୀର୍ଣ୍ଣ ହୋଇ ଯୁଦ୍ଧର ଗୋଳଟାକୁ ଆରମ୍ଭ କରି ଦେଉଥିଲେ ଓ ତାପରେ କାଳ ତଥା ସ୍ଵାର୍ଥଗୁଡ଼ାକର ବରାଦମତେ ତିଆରି ହୋଇ ଖଣ୍ଡା ପଜାଇ ରଖିଥିବା ପ୍ରାୟ ସମସ୍ତେ ଏହିପରି କିଛି ଗୋଟାଏ ହୁଏତ ଲାଗୁ ବୋଲି ଅପେକ୍ଷା କରି ରହିଥିବା ଭଳି ପକ୍ଷ ନେଇ ପାଲାଟା ଭିତରେ ଆସି ଲିପ୍ତ ହୋଇ ପଡ଼ୁଥିଲେ-। ସେହିସବୁ ବହୁ ଦଶନ୍ଧି ସମୟରେ ଆମେରିକା ଅପେକ୍ଷାକୃତ ଅନ୍ୟମାନଙ୍କ ଠାରୁ ବେଶ୍ ଦୂରଛଡ଼ା ହୋଇ ରହିଥିଲା ଏବଂ ତାହାକୁ ଏକ ବିଶେଷ ଅନୁକୂଳତା ବୋଲି ଧରି ନେଇ ଆପଣାକୁ ଅଧିକରୁ ଅଧିକ ନିଦା କରି ନେଉଥିଲା, ନିଜର ପୃଥବୀରେ ଏକନମ୍ବର ଶକ୍ତି । ରୂପେ ଜମାଇ ଆଣୁଥିଲା । ସବୁଠାରେ ଥିଲା, ଅଥଚ ନାଆଁ ପକାଇବା ଭଳି ସତେଯେପରି କେଉଁଠାରେ ମଧ୍ୟ ନଥିଲା । ବିଶ୍ୱର ଏହିସବୁ ବିକ୍ଷୋଭ ଭିତରକୁ ଟାଣି ହୋଇ ଆସିଲା ଦ୍ଵିତୀୟ ମହାଯୁଦ୍ଧ ପରେ । ୟୁରୋପର ରାଷ୍ଟ୍ରମାନେ ମଧ୍ୟ ଅଣ୍ଟା ଭାଙ୍ଗି ଶୁକୁ ଶୁକୁ ହେଉଥିଲେ ଓ ପରିସ୍ଥିତି ଦ୍ଵାରା ବାଧ୍ୟ ହୋଇ ଆମେରିକାକୁ ମୁଁ ଯାବତୀୟ କ୍ଷେତ୍ରରେ ଗଉଁତିଆ ରୂପେ ମାନିନେଲେ । ଆମେରିକାର ମନ୍ତ୍ରଣାରେ ଭଳି ଭଳି ମେଣ୍ଟ ହେଲା, ସାମରିକ ମେଣ୍ଟ, ଅର୍ଥନୈତିକ ମେଣ୍ଟ, ବାଣିଜ୍ୟିକ ମେଣ୍ଟ–ଏହିପରି କେତେ କ’ଣ । ଆରପଟର ଡିହଟା ଠାରୁ ନିଜକୁ ଅଲଗା ବୋଲି ଏକ ସଚେନତା ବୋଧ ହେବା ପାଇଁ ଏମାନେ ଆପଣାକୁ । ଗଣତନ୍ତ୍ରର ପଟ ବୋଲି ଚିହ୍ନା ଦେଲେ । ସାରା ପୃଥିବୀଟା ଚାହୁଁ ଚାହୁଁ ଦୁଇଟା ବିବଦମାନ ଶିବିରରେ ବାଣ୍ଟି ହୋଇଗଲା ।

 

ଉପନିବେଶମାନେ ନୂଆ ହୋଇ ସ୍ଵାଧୀନ ହୋଇଥାଆନ୍ତି । ସେମାନେ ନିଜକୁ ସଂଗ୍ରାମ-ପରବର୍ତ୍ତୀ ଏକ ମନୋମତ ଛାଞ୍ଚରେ ଗଢ଼ିବେ ବୋଲି ବାଟ ଖୋଜୁଥାନ୍ତି । ସେହି ମଉକାରେ ସେହି ଗୋଟାଏ ଛଳରେ ସେମାନେ ମଧ୍ୟ ଏହି ଶୀତଳ ଯୁଦ୍ଧଟା ଭିତରେ ଯାଇ ଏପରି ସଂଶ୍ଲିଷ୍ଟ ହୋଇଗଲେ ଯେ, ଥୟ ହୋଇ ବସି ନିଜ ନିମନ୍ତେ ଛାଞ୍ଚଟିଏ ଗ୍ରହଣ କରିବାକୁ ସେମାନଙ୍କୁ ଯଥେଷ୍ଟ ଫୁରସତ ମଧ୍ୟ ମିଳିଲା ନାହିଁ । ଏଡ଼େ ଉତ୍ସାହରେ ପୃଥିବୀର ଏତେ ଏତେ ମଣିଷଙ୍କୁ ନେଇ ତଥାକଥିତ ବୃହତ ଶକ୍ତିଙ୍କ ତରଫରୁ ଏତେ ଅନାଚାର ହୁଏତ ପୂର୍ବରୁ କେବେ ହୋଇନଥୁଲା । ସେ ସମୟର ଏହି ଇତିହାସଟା ପ୍ରକୃତରେ ଗୋଟାଏ ଚିରାକର୍ଷକ ଉପନ୍ୟାସ ଭଳି ହିଁ କାଳକାଳକୁ ଗଳିତ ହୋଇରହିଥିବ । ସେତିକିବେଳେ ଏହି ଆମେରିକା ନାମକ ମହାକାୟ ରାଷ୍ଟ୍ରଟା ଆମ ଏଣେ ମଧ୍ୟ କେତେ ଗୁମର କରି କେଡ଼େ ଉପକାରୀ ପରି ଏକାଧିକ ଦେଶକୁ ଚରି ଯାଇଥିଲା । ଆଫଗାନିସ୍ତାନ, ଇରାନ, ଇରାକ ଏମାନେ ଅଧିକ ଅରାଜକ ହେବା ଲାଗି ଆମେରିକାରୁ ହିଁ ମୁକାମ ପାଇଥିଲେ । ଶୀତଳ ଯୁଦ୍ଧର ବଇରୀ ସୋଭିଏତ୍ ଭାଲୁଟାର ପ୍ରତିରୋଧ କରିବା ଅଭିପ୍ରାୟରେ ଆମେରିକା ସେତେବେଳେ ଗୋଟାସୁଦ୍ଧା ଏପାଖର ଇନ୍ଦ୍ରପଦରେ ରହି ବହୁ ଅକାଶର ନିମିତ୍ତ ବନିଥିଲା । କେତେ କେତେ ଦେଶର ସ୍ଵାଭାବିକ ରାଜନୀତିକ ବିକାଶଗୁଡ଼ିକୁ ବିଗାଡ଼ି ଦେଇଥିଲା । ଉଭୟ ତରଫରୁ ବିଗିଡ଼ି ଯାଇଥିବା ଆମର ଏହି ସାନ ଅଥବ ପାରମ୍ପରିକ ସ୍ଥାନୀୟତା ଗୁଡ଼ିକର ପୃଥିବୀଟି ପୁଣି ସଜାଡ଼ି ହୋଇ ଘରକୁ ଫେରି ଆସିବା ସକାଶେ କାଳର ହାତରେ ପ୍ରକୃତରେ କୋଉଯାଏ କଡ଼ା ଖାଉଥିବା କେଜାଣି ?

 

ଏହି ଉପାଖ୍ୟାନଟିରେ ସମ୍ଭବତଃ ସବୁଠାରୁ ଅଧିକ ହାସ୍ୟାସ୍ପଦ ପ୍ରସଙ୍ଗଟି ହେଉଛି ଯେ, ଆମେରିକା ଆପେ ହଜାରଗୁଣ ଅଧିକ ଅଭିସନ୍ଧିରେ ଯେଉଁସବୁ ଅକାର୍ଯ୍ୟ କରିଛି ଓ କରୁଛି, ବିଚରା ସାନମାନେ ତାହା ନ କରନ୍ତୁ ବୋଲି ହାତରେ ଛାଟଟାକୁ ଧରି ସାନମାନଙ୍କୁ ଧମକାଇବାରେ ଲାଗିଛି-। ଯୁଦ୍ଧ ବାବଦରେ ସବୁଠାରୁ ଅଧିକ ଅର୍ଥ ବ୍ୟୟ । କରୁଛି ଓ ଯୁଦ୍ଧର ବ୍ୟୟ ହ୍ରାସ କରି ଆଣିବା ସକାଶେ ଅପରମାନଙ୍କୁ ଉପଦେଶ ଦେଉଛି । ଆମେରିକାର ରାଷ୍ଟ୍ରଟା ହିଁ ନାହିଁ ନଥିବା ଗୋଇନ୍ଦାଗିରିର ଜାଲ ବିଛାଇ ସନ୍ତାସବାଦ ତେଲଘଡ଼ିଟା ଭିତରେ ଆପଣାର ହାତ ଓ ବୁଦ୍ଧି ଦୁଇଟିଯାକକୁ ଚେଙ୍ଗା କରି ରଖୁଛି, ଅଥଚ ତେଣେ ପରମେଶ୍ୱରଙ୍କ ଠାରୁ ସତେ ଅବା ଆଜ୍ଞାମାଳ ପାଇଥିବା ପରି । ସନ୍ତ୍ରାସବାଦକୁ ଲଢ଼ି ଖତମ କରିବାର ବିସ୍ତୃତ ନକ୍ସାମାନ ତିଆରି କରିବାରେ ଲାଗିଛି । ଗତ ଅଧାଶତାବ୍ଦୀ ଭିତରେ ସିଏ ଏକାଧକ ଶଗଡ଼ର ପରିମାଣରେ ଭଳି ଭଳି ପରମାଣୁ ବୋମା ତିଆରି ସାଇତି ରଖୁଛି ସିନା, ମାତ୍ର ଭାରତ, ପାକିସ୍ତାନ ଅଥବା ଆଉମାନେ ଆମେ ବୋମା ତିଆରି କରିବୁ ନାହିଁ ବୋଲି ଲେଖା ହୋଇଥିବା ଖଣ୍ଡେ ହଲ୍‌ପ କାଗଜରେ ଦସ୍ତଖତ କରନ୍ତୁ ବୋଲି ସେମାନଙ୍କୁ ବସାଇ ଉଠାଇ ଦେଉନାହିଁ । ମୂଳ ଶତ୍ରୁଟାର ମଞ୍ଚଟା ତ ଇତିମଧ୍ୟରେ ଭାଙ୍ଗି ପଡ଼ିଲାଣି । ତଥାପି ଆମେରିକା ସ୍ଥିର ହୋଇପାରୁନାହିଁ କାହିଁକି ? ତା’ର ନିଜର ରାଜନୀତିକ ତାବିଜଟା ଉପରେ ତଥାପି ତାର ବିଶ୍ୱାସ ହେଉନାହିଁ କି ? ବେଳେ ବେଳେ ବି ଭାରି ମନେହୁଏ ଯେ, ସେହି ପ୍ରଥମ କାଳର ଯେଉଁମାନେ ସମ୍ମୁଖରେ ଏକ ନିର୍ଦ୍ଦିଷ୍ଟ ଦିଗବଳୟକୁ ଉତ୍ତୋଳିତ କରି ରଖିଥିଲେ ଓ ସ୍ଵୟଂ ମୂଳଦୁଆ ହୋଇ ଆମେରିକାରେ ସବୁକଥା ଗଢ଼ି ହୋଇ ଆସିବାକୁ ପ୍ରାଣପାତ କରିଥିଲେ, ସେହି ଜେଫର୍ ସନ୍ ଓ ଲିନ୍ କଲ୍ ନ ମାନେ ମଧ୍ୟ ବ ମାନବର ବଶ -ଧର୍ମ ର ଏହି ଉପବୀତଧାରୀମାନଙ୍କୁ ହୁଏତ ଆଦୌ ବୁଝିପାରୁନଥିବେ ।

 

ସେକ୍ସପିଅରଙ୍କର ମ୍ୟାକବେଥ୍ ନାଟକରେ Macbeth hath murdered sleep, the shall sleep no more ବୋଲି ଗୋଟିଏ ଉକ୍ତି ରହିଛି । ଅନେକ ପରିମାଣରେ ଆମ ଭାରତୀୟ ନାଟକମାନଙ୍କର ଥିବା ନିୟତିର ଉକ୍ତି ପରି । ପୃଥିବୀର ଶାନ୍ତିକୁ କଲ୍ୟାଣର ସକଳ ଆହାକୁ ଆଜି କେବଳ ରାଷ୍ଟ୍ରନାୟକମାନେ ନୁହଁନ୍ତି, ଆହୁରି କେତେ କେତେ ଅନ୍ୟମାନେ ମଧ୍ୟ ହତ୍ୟା କରି ବାହାରିଛନ୍ତି । ମଣିଷ, ତୁମ ଆମ ପରି କୋଟିକୋଟି ସାଧାରଣ ମଣିଷଙ୍କର ସ୍ୱପ୍ନ ଅଛି, ମାୟା ଅଛି, ଡୋର ସାଙ୍ଗକୁ ଆହୁରି କେତେ କେତେ ଡୋରମାନ ଏପରି ବିଧିନିର୍ଦ୍ଦେଶିତ ଭାବରେ ଯୋଡ଼ି ହୋଇ ରହିଛନ୍ତି ଯେ, ସେହିମାନଙ୍କର ଖୁସୀ ଦ୍ଵାରା ହିଁ ପୃଥିବୀ ଚାଲିଛି । ଏମାନେ ଆଜିର ଜଗତରେ ଖୋଜଭଳି କାଲି ମଧ୍ୟ ଖୋଜଟିଏ ପକାଇବା ଲାଗି ଏହି ପୃଥିବୀ ଅବଶ୍ୟ ରହିଥିବ ବୋଲି ଭରସା ରଖୁ ପାରୁଛନ୍ତି । ବାହାରେ ଯାବତୀୟ ପ୍ରମାଣ ଭୁଷୁଡ଼ି ପଡ଼ୁଥିଲେ ମଧ୍ୟ ତଥାପି ଭରସା ରଖିଛନ୍ତି । ଥୋକେ କ୍ଷମତାଧାରୀ ସତେଅବା ଆଉ କେଉଁସବୁ ପ୍ରକୋପ ଭିତରେ ଅତ୍ୟାସକ୍ତ ହୋଇ । ରହିଥିବା ପରି ଏଠାରେ ଆମର ଯାବତୀୟ ପ୍ରତ୍ୟୟକୁ ହତ୍ୟା କରିବାରେ ଲାଗିଛନ୍ତି । କିଏ ରାଷ୍ଟ୍ରଶାସକ ବନି ହତ୍ୟା କରୁଛି, କିଏ ବୈଜ୍ଞାନିକ ବନି ହତ୍ୟା କରୁଛି, କାହାକୁ ତା’ ବିତ୍ତମାନେ ବାଇଆ କରି ପକାଉଛନ୍ତି । ତାର ଅସଲ ନାଡ଼ଗୁଡ଼ିକ ଛିଡ଼ି ଯାଉଛି-। କେଡ଼େ ଉଚ୍ଚ ସ୍ଥାନରେ କେତେ କ୍ଷମତାରେ ବସିଛି, କେତେ ବିଦ୍ୟାକୁ ଗର୍ଭସ୍ଥ କରିଛି ଏବଂ କେତେ କେତେ ବିରର ଅଧିକାରୀ ହୋଇଛି । ଏବଂ, ନିଜର ରଜୁଟାରେ ଆମର ଏହି ସହଜ ପୃଥିବୀଟାକୁ ବାନ୍ଧି ଅଚେତ କରିରଖିବ ବୋଲି ବାହାରିଛି । ତାର ଠାକୁରମାନେ ବି ତାକୁ ଆଉ ଗୋଟେ ଚେତାଇ ଦେଇ ପାରୁନାହାନ୍ତି ।

 

ସେମାନେ ଆଉ କଦାପି ଶୋଇପାରିବେ ନାହିଁ । ହତ୍ୟାକାରୀମାନେ ଏମିତି ପ୍ରବଳରୁ ପ୍ରବଳତର ହେଉଥିବେ ଏବଂ ଫୁସକି ଯିବେ । ଡରାଇବେ,ବୋମା ପକାଇବେ, ବା କରାଇବେ । ସେମାନେ ବେଳେବେଳେ ସଫଳ ହୋଇଥିବା ପରି ବି ଖୁବ୍ ଲାଗୁଥିବ । ଏଥରକ ସବୁ ସରିଲା ବୋଲି କହିବାକୁ ଭାରି ଇଚ୍ଛା ହେଉଥିବ । ତଥାପି ମଣିଷ ରହିବ, ପୃଥିବୀ ବି ରହିବ । ସେମାନେ ଆସିବେ, ଆମ ଘରତଳ ଖଣିଟାଏ ଖୋଳାହେବ ବୋଲି ଆମକୁ ଡିହରୁ ଉଠି ଚାଲିଯିବାକୁ ଆଦେଶ ଦେବେ । ତଥାପି ଠାକୁରମାନେ ସହାୟ ହେବେ । ମଣିଷମାନେ ନିଜ ଭିତରେ ସେହି ଠାକୁରଙ୍କର, ଅର୍ଥାତ ସେହି ଶକ୍ତିର ସନ୍ଧାନ ପାଇଲେ ଯାଇ ଦୁର୍ଦ୍ଦଶା ଯିବ । ଏଇଟା ପୂରାପୂରି ସତକଥା ଯେ ତ୍ରାସ ଦେଖାଇବାକୁ କିମ୍ବା ତ୍ରସ୍ତ ହୋଇ ରହିଯିବାକୁ ମଣିଷ ପୃଥିବୀକୁ ମୋଟେ ଆସିନାହିଁ । ଏଠାରେ ମନୋନୀତ ଦେବାଳୟଟିଏ ଗଢ଼ିବା ନିମନ୍ତେ ଆସିଛି । ତା’ ଭିତରେ ତାକୁ ଏକ ଜୀଅନ୍ତା ଚେତନାରେ ରଖିଥିବା ଦେବତାଙ୍କ ପାଇଁ ଦେବାଳୟଟିଏ ।

Image

 

ଆମେରିକାରେ ଆଉଥରେ (୬)

 

ବସ୍ତୁବାଦର ଏକ ଉତ୍ତମ ନମୁନା ଦେଖାଇ ଦେବାକୁ ଯାଇ ଭାରତବର୍ଷରେ ବହୁତ ବହୁତ ମଣିଷ ଆମେରିକା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆଗଭର ହୋଇ ବାହାରି ପଡ଼ିବେ । ବସ୍ତୁର ବହୁଳତା, ପ୍ରକୃତରେ ତାହା ହିଁ କ’ଣ କୌଣସି ଗାଣିତିକ ନିୟମ ଅନୁସାରେ ବସ୍ତୁବାଦକୁ ଜନ୍ମ ଦେଇଥାଏ ? ନା, ସମ୍ଭବତଃ ଆଉ ପ୍ରକାରେ ବି କୁହାଯାଇ ପାରିବ ଯେ, ବସ୍ତୁର ପ୍ରାବଲ୍ୟଟା ହିଁ ବସ୍ତୁବାଦ ଆଡ଼କୁ ମଣିଷର ଅଥବା ମନୁଷ୍ୟମାନଙ୍କର ଗୋଡ଼ ଖସାଇ ନେଇଯାଏ ? ହିସାବମାନଙ୍କରୁ ସମସ୍ତେ କହିଦେଇ ପାରିବେ ଯେ, ଆମେରିକାରେ ହିଁ ପୃଥିବୀମୟ ବସ୍ତୁର ସବାବଡ଼ ଓ ସବାଉଳ କୁଢମାନ ରହିଛି । ଲୋକସଂଖ୍ୟାର ଅନୁପାତରେ ଭୋଗସାମଗ୍ରୀମାନ ବହୁଗୁଣ ହୋଇ ରହିଛି । ଭୋଗବସ୍ତୁର ଦୃଦ୍ଧି ତଥା ବହୁସମୃଦ୍ଧିକୁ ଯଦି ସବୁଠାରୁ ଅଧିକ ଆଖିଶିଆ ଗୋଟିଏ ବଡ଼ ସୁଖ, ବୋଲି କୁହାଯାଏ, ତେବେ ଆମେରିକାଟା ହିଁ ସେହି ଯାବତୀୟ ଅର୍ଥରେ ପୃଥିଯାରେ ସବୁଠାରୁ ଅଧୁକ ସୁଖୀ ହୋଇ ରହିଛି । ହଁ, ପୃଥିବୀରେ ଅଧିକତର ଅଂଶଟା ବସ୍ତୁରେ ତଥା ବିଭୋଗର କ୍ଷେତ୍ରରେ ଅଳପ ଏବଂ ଦରିଦ୍ର ହୋଇ ରହିଥିବାରୁ ସମ୍ଭବତଃ ସେଇଥି ସକାଶେ ହିଁ ଆମେରିକାର ଧନକୁଢ଼ଟାକୁ ଦେଖୁ ଆମକୁ ତାହା ଏତେ ବଡ଼ ଓ ଏଡ଼େ । ଉଚ୍ଚ ପର୍ବତଟାଏ ପରି ମନେହେଉଛି । ଆମର ବି ତ ସେଇ ମଣିଷର ଏହି ନିତିଦିନିଆ ପେଟପାଟଣାର ଆତ୍ମାଟା ଓ ତାହାକୁ ଆବୋରି ରହିଥିବା ନାନା ଆଶାର ଏହି ଭାରି ବହୁଳ କୁହୁଡ଼ିଟା ତେଣୁ ଆମେ ଆମେରିକାକୁ ଈର୍ଷା କଲେ ମଧ୍ୟ ସେଥିରେ ଚକିତ ହୋଇପଡ଼ିବାର କୌଣସି କାରଣ ନାହିଁ । ବୋଧହୁଏ, ନିଜ ଭିତରେ ସେହି ଈର୍ଷାଟାର ତାଡ଼ନାରେ ହିଁ ଆମର ଏଠୁ ମଧ୍ୟ ବହୁ ମନୁଷ୍ୟତ୍ପା ସିଧା ଏଠାରୁ ସେହି ଆମେରିକାରେ ଯାଇ ପହଞ୍ଚି ଯାଉଛନ୍ତି ଏବଂ ସେଠି ଯାହିତାହି ଗୋଟାଏ କୁଳି କୁବେର ଭଳି ଦିଶିଲେ ଯାଇ କିଞ୍ଚିତ ଥୟ ହୋଇପାରୁଛନ୍ତି ।

 

ତଥାପି କିଛି ଅନ୍ୟ ଅନ୍ଦାଜ ମଧ୍ୟ ରହିଛି । ତେଣୁ ଅନ୍ୟ ଚିତ୍ର ମଧ୍ୟ ରହିଛି । ଆମେରିକାରେ ହିଁ ଗତବର୍ଷ ବହିଟିଏ ବାହାରିଛି । Derrick Jensen ସେହି ବହିର ଲେଖକ । ତାଙ୍କୁ ନିଜ ଭୂମି ଆମେରିକାକୁ ମଝି ପୀଢ଼ାରେ ବସାଇ ଲେଖକ ସମଗ୍ର ଭାବରେ ପାଶ୍ଚାତ୍ୟ ସଭ୍ୟତା ଓ ସେଇଥି ପାଶ୍ଚାତ୍ୟ ବସ୍ତୁବହୁଳତାର ଏକ ସମୀକ୍ଷା ପ୍ରସ୍ତୁତ କରିଛନ୍ତି । ସାତଶହ ପୃଷ୍ଠାର ଗୋଟିଏ ବୃହତକାୟ ପୁସ୍ତକ । ଅତ୍ୟନ୍ତ କଠୋର ଭାଷା, ଗୋଟିଏ ସୁଦ୍ଧା ସିଧା ସିଧା କଥାଗୁଡ଼ାକ । ପାଶ୍ଚାତ୍ୟ ସଭ୍ୟତା ଏକାଧିକ ଶତାବ୍ଦୀ ଧରି ଯେପରି mammon ବା ଅର୍ଥସୁଖଟାର ପୂଜା କରି ଆସିଛି, ତାହାରି ଫଳରେ ବର୍ଭମାନ ଆସି ଅତ୍ୟନ୍ତ ଅଣଅକ୍ତିଆର ଭାବରେ ଏକାଧକ ଅତି ଜଟିଳ ବ୍ୟୁହ ଭିତରେ କାବୁ ହୋଇ ପଡ଼ିଯାଇଛି । ଇତିହାସଯାକର ବହୁ କଳକ ଏବଂ ବହୁ ବିନାଶର କାରଣ ହୋଇଛି । ଏପରି ନାନା ରାଜନୀତିକ, ସାମରିକ ଓ ଏପରିକି ଭାବଗତ ଜୀବନର ଯନ୍ତା ଭିତରେ ଯାଇ ପଶିଯାଇଛି, ଯାହାକି ଘୃଣା ଓ ଅନ୍ୟାୟକୁ ମୁଖ୍ୟ ପାଥେୟ କରି ଗ୍ରହଣ କରିଛି । ନିଜେ ଅଧିକରୁ ଅଧିକ ଜାଗାକୁ ଦଖଲ କରି ରହିବ ବୋଲି ନିଜର ପଡ଼ୋଶୀଟିକୁ ପୂରାପୂରି ନିଶ୍ଚିହ୍ନ କରି ଦେବାଲାଗି ଅତ୍ୟୁଗ୍ର ହୋଇଛି । ପୁସ୍ତକଟିର ଉପକ୍ରମଣିକାରେ ଲେଖକ କହିଛନ୍ତି–“ଏହି ଗ୍ରନ୍ଥଟି ହେଉଛି ଏକ ଅସ୍ତ୍ର ବା ତୀର ପରି, ଯାହାକି ବିଦ୍ଧ କରିବାପାଇଁ “ ଲେଖା ହୋଇଛି । ଏଇଟି ହେଉଛି ଗୋଟିଏ ବନ୍ଧୁକ, ଯାହାକୁ ଆମେ ସମସ୍ତେ ହାତରେ ଧରି ବର୍ତ୍ତମାନ ଏକ ଯୁଦ୍ଧ ହିଁ ଆରମ୍ଭ କରିଦେବା,–ଆମେ ଯେଉଁମାନେ ଏହି ଯାବତୀୟ ଅନାଚାର ବିରୋଧ କରିବାକୁ ଇଚ୍ଛା କରୁଛୁ, ସେହି ଯୁଦ୍ଧଟି କେଉଁଭଳି କରିବାକୁ ହେବ, ସେଥିପାଇଁ ଏକ ସହାୟକ ପୁସ୍ତକ ରୂପେ ଏଇଟିକୁ ପ୍ରସ୍ତୁତ କରାଯାଇଛି । ଏହି ପୃଥିବୀରେ ଅଭ୍ୟସ୍ତ ଭାବରେ ଆମେ ଯେପରି ହୀନ ଆଚରଣ ମାନ କରି ଆସିଛୁ ଓ ଯେଉଁ ସବୁ ଦଉଡ଼ିରେ ସେହି କାରଣରୁ ବାନ୍ଧିହୋଇ ରହିଛୁ, ଲିଖିତ ଏହି ପୁସ୍ତକଟି ପ୍ରକୃତରେ ଛୁରୀଟିଏ ହୋଇ ସେହି ଦଉଡ଼ି ଗୁଡ଼ିକୁ କାଟିଦେଇ ପାରିବ । ଆଦୌ କୌଣସି ମାୟା ଦେଖାଇବ ନାହିଁ । ଏହି ବହିଟି ହେଉଛି ଗୋଟିଏ ଦିଆସିଲି କାଠି, ଯାହାକି ଜଳିଉଠି ଏହି ସବୁକିଛିରେ ନିଆଁ ଲଗାଇଦେବ ।

 

ସତକୁ ସତ ନିଆଁ ଲଗାଇଦେବ । The American Dream ବୋଲି ଯେଉଁ ସରାଗପୂର୍ଣ୍ଣ ମିଥଟି ଆମେରିକା ନାଆଁରେ ସତେ ଅବା ସେହି ମଉରସୀ ଅମଳରୁ ପୃଥିବୀଯାକ ବେଙ୍ଗିବାଇଦ ପରି ବାଜି ଆସିଛି, ସେଇଟି ଛିନ୍‌ଛତ୍ର ହୋଇଯିବା ପରି ବୋଧହେବ । ସେଠି ମୂଳରୁ ଏକାବେଳକେ ଅଗ ପର୍ଯ୍ୟନ୍ତ ପଇସା, ପଇସା ଆଉ ପଇସା ହିଁ ପ୍ରେରଣା ଦେଇଆସିଛି ବୋଲି ଆଲୋଚ୍ୟ ବହିଟିରେ ସମସ୍ତଙ୍କୁ ପୂରା ଆଚମ୍ବିତ କରିଦେବା ଭଳି ଘୋଷଣା କରାଯାଇଛି । ଆମେରିକାରେ ଆଫ୍ରିକୀୟ କଳାମାନଙ୍କୁ ନେଇ ପାଶବିକ ଭାବରେ ଦାସ କରି ରଖିବା, ସେଠାରେ ଯୁଗ ଯୁଗ ଧରି ବାସ କରି ରହି ଆସୁଥିବା ଲୋହିତ ମାନଙ୍କୁ ନିପାତ କରିବା, ଦକ୍ଷିଣ ଆମେରିକାରେ ଭିଆ ଯାଇଥିବା ଯାବତୀୟ ରାଜନୀତିକ ହତ୍ୟା ଏବଂ ବର୍ତ୍ତମାନ ସାରା ପୃଥିବୀର ତଣ୍ଟିକୁ କାମୁଡ଼ି ଧରିବାକୁ ଘଣ୍ଟ ବାଡ଼େଇ ବାହାରିଥିବା ବହୁଜାତୀୟ କମ୍ପାନୀମାନଙ୍କର ଫିସାଦଗୁଡ଼ାକ ଇତ୍ୟାଦି, ଇତ୍ୟାଦି, ସବୁ ସେହି ପଇସାର ନିଶାରେ, ପୃଥିବୀରେ ଅପ୍ରତିଦ୍ଵନ୍ଦୀ ଏକନମ୍ବର ହୋଇ କାଳକୁ କବଳରେ ରଖିବାର ଭଳି ଭଳି ଚକ୍ରାନ୍ତ ଏବଂ ଚାତୁରୀ । ଲେଖକ ତ ପୃଥିବୀ ଯାକର ଭୋକ, ଦାରିଦ୍ର୍ୟ, ନିର୍ଦ୍ଦୟତା ସବୁକିଛି ସେହି ମହାଭୁତଟା ପଛରେ ଧାଇଁବାର ପରିଣାମ ବୋଲି କହିଛନ୍ତି । ବସ୍ତୁର ପ୍ରାଚୁର୍ଯ୍ୟ କ୍ଷେତ୍ରରେ ତୁଙ୍ଗତମ ଦୃଷ୍ଟାନ୍ତଟାକୁ ଏପରି ଖିନ୍ ଭିନ୍ ଭାବରେ ଉଖାରି ଦେଖାଇଦେବା, ସେହି ନିଜ ନିନ୍ଦାଟାକୁ ନିଜେ କରିବା ନିମନ୍ତେ ପ୍ରକୃତରେ ଜଣେ ଲେଖକର ବହୁତ ଦୁଃସାହସ ଥିବା ଦରକାର ।

 

ଅଧିକରୁ ଅଧିକ ବିତ୍ତ ସକାଶେ ଏହିପରି ଆଖିବୁଜା ଦୌଡ଼,–ଏପରି ଘଟଣାଟି ଲେଖକଙ୍କ ମତରେ ଏକାବେଳକେ ଅଭୂତପୂର୍ବ । ଏହାଫଳରେ ସେଠାରେ ସାମୁହିକ ଜୀବନର ସମଗ୍ର କୃଷି ତଥା କର୍ଷଣ ଗୁଡ଼ାକ ମଧ୍ୟ କ୍ରମେ ଭୟାବହ ହେଲାଣି । ସେଠି ସାଧାରଣ ମଣିଷ ଗୁଡ଼ାକ ମଧ୍ୟ ଜୀବନରେ କାମ୍ୟ ଆଉ କିଛି ରହିଛି ବୋଲି କୁଆଡ଼େ ଭାବିବାକୁ ମଧ୍ୟ କ୍ରମେ ପାସୋରି ଦେବାରେ ଲାଗିଲେଣି । ସେହି ବୃହଦାକାଂକ୍ଷା ଗୁଡ଼ାକ କ୍ରମେ ପୃଥିବୀଯାକ ସଂକ୍ରମିତ ହୋଇ ଚାଲିଛି । ଏବଂ, ଭୋଗ କରିବାର ଏବଂ ଅଧିକରୁ ଅଧିକ ଆରାମବହୁଳ ଭାବରେ ବାସ କରିବାର ପ୍ରମରତାମାନ ଯେ କିପରି ପୁରା ପୃଥିବୀଟାକୁ ଏକ ନିତାର ଧ୍ଵ˚ସାତ୍ମକ ନିରର୍ଥକତା ଆଡ଼କୁ ଟାଣି ନେଉଛି ଓ ମଣିଷ ମାନଙ୍କୁ ନିପଟ ମେସିନ୍‌ରେ ପରିଣତ କରିଦେଉଛି, ଜଣେ ଥମିଯାଇ ସେକଥା ଚିନ୍ତା କରିବାକୁ ଆଉ କାହାରି ପାଖରେ ବେଳ ନାହିଁ । ଗୋଟାଏ ତୁମୂଳ ପ୍ରଳୟ ଆସି ଦୁଆର ମୁହଁରେ ହେଲାଣି ବୋଲି ଲେଖକ କହୁଛନ୍ତି,–ଯାହାକି ଆମ ସଭ୍ୟତାକୁ ଭୁଷ୍ ଭୁଷ୍ କରି ଭାଙ୍ଗିପକାଇବ । ଏହାର ପ୍ରତିକାର ରୂପେ ଏକ ବୃହତ୍ ବିପ୍ଳବ ହିଁ ଆବଶ୍ୟକ, ଯାହାକି ଆମକୁ ଏହି ବିବେକହୀନ ଉପଭୋକ୍ତାବାଦରୁ ପୁନର୍ବାର ଅସଲ ଘରଗୁଡ଼ିକୁ ଅର୍ଥତ୍ ଏକ ଅସଲ ପାରସ୍ପରିକତାର ଭୂମିକୁ ଲେଉଟାଇ ଆଣିବ । ଆମେ ସମସ୍ତେ ନିଜକୁ ଓ ଏକ ଆରେକୁ ସବାଆଗ ମନୁଷ୍ୟ ଭଳି ଦେଖିବା ଓ ପରସ୍ପର ସକାଶେ ଅପେକ୍ଷା କରି ଶିଖିପାରିବା । ତାଙ୍କରି ଭାଷାରେ କହିଲେ, “ବର୍ତ୍ତମାନର କର୍ପୋରେଶନ ଓ ତରୁଲ୍ୟ ସଂସ୍ଥାମାନ ମଣିଷମାନଙ୍କୁ ସତେଅବା ଯାବତୀୟ ମଣିଷପଣରୁ ହୁଡ଼ାଇ ନେଇଯିବା ଲାଗି ଷଡ଼ଯନ୍ତ୍ର କରିବାରେ ଲାଗିଛନ୍ତି । ତେଣୁ, ଯଦି ପ୍ରକୃତରେ ଆମେ ମଣିଷପଣ ଦ୍ଵାରା ପରିଚାଳିତ ହେଉଥିବା ଏବଂ ପରସ୍ପରର ଚିନ୍ତା କରୁଥିବା ଏକ ପୃଥିବୀରେ ବାସ କରିବାକୁ ଇଚ୍ଛା କରୁଥିବା, ତେବେ ଏହି କର୍ପୋରେଶନମାନଙ୍କୁ ଚାଲିଯିବାକୁ ହିଁ ପଡ଼ିବ ।” ଲେଖକ ମନ୍ତବ୍ୟଟିଏ ଦେଇ କହିଛନ୍ତି ଯେ, ପୃଥ୍ଵୀନାମକ ଗ୍ରହଟିର ଇତିହାସରେ ଏହି ତଥାକଥିତ ଶିଳ୍ପଜନିତ ସୁଖବାଦୀ ସଭ୍ୟତାଟା ପ୍ରକୃତରେ ତାହାର ସର୍ବାଧିକ ବିଲୋପ ସାଧନ ଲାଗି ନାନା ପ୍ରକାରେ ଚକ୍ରାନ୍ତ କରି ବାହାରିଛି ।

 

ଏଭଳି ବହିଟିଏ ଲେଖ ପ୍ରକାଶ କରିଥିବା ଜଣେ ଲେଖକଙ୍କୁ କେବେହେଲେ ଶାନ୍ତି ମିଳିପାରିବ ନାହିଁ । ବହୁତ ଆମେରିକାବାସୀଙ୍କୁ ତାହା ଉତ୍‌କ୍ଷିପ୍ତ କରିପକାଇବ । ସମ୍ରାନ୍ତ ସମାଜଟା ତାଙ୍କୁ ନାନାଭାବେ ଭୂକୁଟି କରିବ । ନିଜେ ଆମେରିକାବାସୀ ହୋଇ ସିଏ କିପରି ଏପରି କଥାମାନ ଲେଖୁପାରିଲେ, ସେଥିଲାଗି ଅନେକେ ଭାବି ଚକିତ ହେବେ । ଆମେରିକାବାସୀ ହୋଇଥିଲେ ମଧ୍ୟ ସେ ଆମେରିକାକୁ ଭଲ ପାଆନ୍ତି ନାହିଁ ବୋଲି ଅପବାଦ ମିଳିବ । କେହି କେହି ତାଙ୍କୁ କମ୍ୟୁନିଷ୍ଟ ବୋଲି କହିବେ, କେହି Greenବୋଲି ମଧ୍ୟ କହିବେ । ଫତୁଆ ଦେଇ ତାଙ୍କୁ ରାଷ୍ଟ୍ରର ଶତ୍ରୁ ଏବଂ ଏପରିକି ଜଣେ ଜନଶତୁ ବୋଲି କହି ଅସହିଷ୍ଣୁତା ପ୍ରକାଶ କରାଯିବ । ଦ୍ଵିତୀୟ ମହାଯୁଦ୍ଧ ପରେ ଘଟଣାକ୍ରମେ ଆମେରିକାର ଖାଲି ବଜାରଟା ନୁହେଁ ବା ଖାଲି ରାଜନୀତିକ କୂଟନୀତିଟା ମଧ୍ୟ ନୁହେଁ, ତଥାକଥିତ ଆମେରିକାନ୍ ଜୀବନଶୈଳୀଟା ମଧ୍ୟ କେତେ କୁଆଡ଼କୁ ଖେଦି ଯାଇପାରିଛି ଓ କୋଟି କୋଟି ଅନ୍ୟ ଦେଶମାନଙ୍କୁ ଆକର୍ଷିତ କରିଛି । ପୃଥିବୀର ଦରିଦ୍ର ଦେଶମାନେ ଯେଉଁମାନେ ବଂଚାଇ କରି ଆପଣାକୁ ବିକାଶଶୀଳ ଦେଶ ବୋଲି କହୁଛନ୍ତି, ସେମାନେ ମଧ୍ୟ ଆମେରିକାର ବହୁ ଝିଲିମିଲି ଦ୍ଵାରା କମ୍ ଜଳକା ହେବାକୁ ମନ କରିନାହାନ୍ତି । ଏବେ ମଧ୍ୟ କରୁଛନ୍ତି । ଆମେରିକୀୟ ବସ୍ତୁବାଦ ସମ୍ପର୍କରେ ଏଡ଼େ ଖୋଲା ଭାବରେ ଏତେ କଥା ଲେଖିଦେଇଥିବା ଏହି ବହିଟି ବୃହତ୍ତର ଏହି ବାହାରଟାରେ କିପରି ପ୍ରତିକ୍ରିୟାମାନ ସୃଷ୍ଟି କରିବ କେଜାଣି ପାରମ୍ପରିକ ତଥା ନୈତିକମାନେ, ଯେଉଁମାନେ କି ନିଜ ଦେଶରେ ସେହି ବନ୍ୟାଟାକୁ ତଥାପି ଅଟକାଇ ପାରୁନାହାନ୍ତି, ସେମାନେ ଯାହାହେଉ ସେହି ମୂଳଦେଶଟାରେ ଏମିତି କାଟର ବହିଟିଏ ବାହାରିଲା ବୋଲି ଦେଖ ଅବଶ୍ୟ ପ୍ରସନ୍ନ ଅନୁଭବ କରିବେ ।

 

ପୃଥିବୀରେ ସବୁଯାକ ମଣିଷକୁ ସର୍ବନିମ୍ନ ଆବଶ୍ୟକତା-ପୂରଣର ଏକ ଭୂମି ଯୋଗାଇଦେବା ନିମନ୍ତେ ତଥାପି ଆହୁରି ଦ୍ରବ୍ୟ ଦରକାର,–ଅଧିକ ଜ୍ଞାନକୌଶଳ, ଦରକାର । ବସ୍ତୁ-ଉତ୍ପାଦନକୁ ବସ୍ତୁବାଦ ଠାରୁ ଅଲଗା କରି ବିଚାର କରିପାରିବା ସକାଶେ ଅନ୍ୟ ବିବେକଟିଏ ଦରକାର । ତେଣୁ ଆମେରିକା ଆଡ଼କୁ ତର୍ଜନୀ ନିର୍ଦ୍ଦେଶ କରି ଆମ ଉତ୍ତମମାନେ କଦାପି ଆମ ତୃତୀୟ ପୃଥିବୀକୁ ଶାନ୍ତ କରି ରଖିପାରିବେ ନାହିଁ । ଛଅ ସାତ ମାସ ତଳେ ଭାରତବର୍ଷକୁ ନମୁନା ରୂପେ ବ୍ୟବହାର କରି ବସ୍ତୁବାଦ ସଂପର୍କରେ ଲେଖାଟିଏ ବାହାରିଥିଲା । ଅବସରପ୍ରାପ୍ତ ଜଣେ ଅର୍ଥନୀତି ଅଧ୍ୟାପକ ଗୋଟିଏ ଇଂରାଜୀ ଦୈନିକରେ ଲେଖାଟିକୁ ଲେଖୁଥିଲେ । ପାରମ୍ପାରିକ ଭାରତୀୟ ଅବସ୍ଥାରେ ବୈଶ୍ୟ ଦ୍ରବ୍ୟ ଉତ୍ପାଦନ କରୁଥିଲା, କ୍ଷତ୍ରିୟ ଶାସନ କରି ସେଗୁଡ଼ିକୁ ଯଥାସମ୍ଭବ ସମୁଚିତ ଭାବରେ ବିତରଣ କରାଇବାର ଦାୟିତ୍ଵରେ ରହିଥିଲା । ବ୍ରାହ୍ମଣ ରାଜାଙ୍କୁ ମନ୍ତ୍ରଣା ଦେଉଥିଲା ।ସେ କାଳର ବ୍ରାହ୍ମଣ ଆମକାଳର ବୁଦ୍ଧିଜୀବୀ ବର୍ଗଟା ସହିତ ତୁଳନୀୟ ହୋଇପାରିବେ । ସମ୍ପଦ 'ଓ ସମ୍ଭାବନା ଗୁଡ଼ିକର ଯଥାସମ୍ଭବ ପୂର୍ଣ୍ଣ ବିନିଯୋଗ ହେବ, ଦ୍ରବ୍ୟଉତ୍ପାଦନ କ୍ଷେତ୍ରରେ ସମୃଦ୍ଧି ହେଉ । ଦେଶର ଶାସକ ବିତରଣ କରାଇ ଦେଉଥିବେ । ବୁଦ୍ଧିଜୀବୀମାନେ ପରାମର୍ଶ ଦେଉଥିବେ, ନୀତି ନିର୍ଦ୍ଧାରଣ କରାଇ ଦେଉଥିବେ । ଆଲୋଚ୍ୟୁ ପ୍ରବନ୍ଧଟିର ଲେଖକ ଖୁଣଟିକୁ ଦର୍ଶାଇ ଦେଇ କହିଛନ୍ତି ଯେ, ଏବେ ଭାରତବର୍ଷରେ ବୁଦ୍ଧିଜୀବୀ ଆଉ ତା’ କର୍ତ୍ତବ୍ୟଟିକୁ କରିପାରୁନାହିଁ । ତେଣୁ ବହୁତ କିଛି ବିଗିଡ଼ି ଯାଉଛି । ତାଙ୍କରି ଭାଷାରେ କହିଲେ–“ବୁଦ୍ଧିଜୀବୀ ମାନେ ଏବେ ଆଉ ସ୍ଵୟଂ ନୀତିରେ ନାହାନ୍ତି, ଅଥଚ ଚାରିଆଡ଼େ ଦ୍ଵିନୀତି ଘାରିରଖିଲା ବୋଲି ବିଳାପ କରୁଛନ୍ତି । ବସ୍ତୁତଃ ସେମାନେ ନିଜେ ହିଁ ନାନା ନୀତିହୀନତା ଭିତରେ ନିଜକୁ ଛନ୍ଦି ରଖିଛନ୍ତି ।” ଏହି ସନ୍ଦର୍ଭରେ ସେ ଚନ୍ଦ୍ରଗୁପ୍ତଙ୍କର ପରାମର୍ଶଦାତା ଚାଣକ୍ୟ ନିଜ ଘରେ ଦୁଇଟି ଦୀପ ରଖିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ଘରେ ରାଜକାର୍ଯ୍ୟ କରୁଥିବା ସମୟରେ ଯେଉଁ ପ୍ରଦୀପଟି ଜଳୁଥିଲା, ସେଥିପାଇଁ ତେଲ ରାଜକୀୟ ପାଣ୍ଠିରୁ ଆସୁଥିଲା ଏବଂ ନିଜର ବ୍ୟକ୍ତିଗତ କାର୍ଯ୍ୟଗୁଡ଼ିକ କରିବା ସମୟରେ ଅନ୍ୟ ପ୍ରଦୀପଟି ଜଳୁଥିଲା ଓ ତାହାର ତେଲ ଚାଣକ୍ୟ ନିଜ ଖର୍ଚ୍ଚରୁ ବହନ କରୁଥିଲେ । ଲେଖକ ଖେଦ କରି ଏବର ଅଧ୍ୟାପକ ମାନଙ୍କ ପାଖରେ ସେହି ମୁତାବକ ଦୁଇଟି ପ୍ରଦୀପ କାହିଁ ବୋଲି ପ୍ରଶ୍ନ କରିଛନ୍ତି । ବୁଦ୍ଧିଆ ହୋଇଥିବାରୁ ଅଧିକ ଚତୁରତା ସହିତ ବୈଶ୍ୟ ହୋଇପାରୁଛନ୍ତି । ନିପୁଣ ଭାବରେ ଧର୍ମଭ୍ରଷ୍ଟ ହେଉଛନ୍ତି । କଥାଟି ହୁଏତ ବେଶ୍ ମାମୁଲି ଲାଗୁଛି ସିନା, ମାତ୍ର ଅସଲ ମର୍ମଟିର କିଛି କିଛି ଝିଅ ତଥାପି ମିଳିଯାଉଛି । ନିତାନ୍ତ ଦୁର୍ବୁଦ୍ଧି ଭିତରେ ମଜ୍ଜି ରହିନଥିଲେ ଆମେ କେହି କଥାଟିକୁ କଦାପି ଏଡ଼ିଦେଇ ପାରିବା ନାହିଁ |

Image

 

ତାଙ୍କର କମିଶନ, ୟାଙ୍କର କର୍ମଶାଳା

 

ଏଡ଼େ ବଡ଼ ଗୋଟାଏ ଦେଶ, ଆମ ସମସ୍ତଙ୍କର ଦେଶ–ଏଠାରେ ପ୍ରତ୍ୟେକ ଦିନ ହିଁ କେତେ କେତେ କଥା ଘଟିବାରେ ଲାଗିଛି । ଏଡ଼େ ବଡ଼ ଗୋଟାଏ ଦେଶ, ଆମ ସମସ୍ତଙ୍କର ଦେଶ, ଏଠାରେ କେତେ କେତେ କଥା ଘଟିବାକୁ ବି ରହିଛି । ଦେଖିପାରିଲେ କେତେ କ’ଣ ଦିଶିବ ଏବଂ ଦେଖି ନପାରିଲେ, ଅର୍ଥାତ୍ ଦେଖିବାକୁ ଇଚ୍ଛା ନକଲେ ସମ୍ଭବତଃ ମୋଟେ କିଛି ହେଲେ ଦିଶିବ ନାହିଁ-

 

ସବୁ ଠିକ୍ ଭାବରେ ଚାଲିଛି ବୋଲି ଏଡ଼େ ବଡ଼ ପାଟିରେ କହିବା ନିମନ୍ତେ ମନ ହେବ । ପୁନଶ୍ଚ ଭବିଷ୍ୟତଟାକୁ ଦେଖିବାକୁ ମନ ନକଲେ ଏବଂ ଏପରିକି ବର୍ତ୍ତମାନଟାକୁ ମଧ୍ୟ ଯଥେଷ୍ଟ ଆତ୍ମୀୟତା ସହିତ ଦେଖିବା ଲାଗି କୌଣସି କାରଣରୁ ପ୍ରାୟ ଏକ ବିମୁଖତା ଆସି ଆଗରେ ଛିଡ଼ା ହୋଇରହିଲେ ବସ୍ତୁତଃ ଅତୀତଟାକୁ ହିଁ ସାତଗୁଣ ଅଧୁକ ମଣ୍ଡନ ଦେଇ ଦେଖିବା ସକାଶେ ଏତେ ଅଧିକ ପରିମାଣରେ ଆମର ଆଖିଗୁଡ଼ାକୁ ଏପରି ନିଶାଟାଏ ଆସି ଘାରି ପକାଇବ ଯେ, ସେହି ଅତୀତରେ ହିଁ ସବୁ ଥିଲା ବୋଲି କହିବାକୁ ସବୁଠାରୁ ଅଧିକ ଉଲ୍ଲାସଟାଏ ମାଡ଼ିବାକୁ ଆରମ୍ଭ କରିବ-। ଭାରତବର୍ଷରେ ଯେତେବେଳେ ସଂଗ୍ରାମ ଟିଏ ଲଢ଼ାହେଉଥିଲା, ସେତେବେଳେ ଏକ ଭବ୍ୟତର ଓ ଉଜ୍ଵଳତର ଭବିଷ୍ୟତର ଚିତ୍ର ହିଁ ସଂଗ୍ରାମୀମାନଙ୍କୁ ସବୁଠାରୁ ଅଧିକ ସଚଳତା ଦେଇ ବାଟ କଢ଼ାଇ ନେଉଥିଲା । ଏହି ଦେଶର ମଣିଷ ମାନଙ୍କୁ ନେଇ ଏକ ଭବ୍ୟତର ଚିତ୍ର ହିଁ ଆଖି ଆଗରେ ଝଟକି ଉଠୁଥିଲା । ନିଜକୁ ଏକ ଉତ୍ସର୍ଗୀକୃତ ସେନାନିରେ ଅନ୍ତର୍ଭୁକ୍ତ କରି ଲଢ଼ାଇ କରିବାରେ କେତେ ଆନନ୍ଦ ମିଳୁଥିଲା । ଏକ ଅଭୂତପୂର୍ବ ଆମଶୁଦ୍ଧି ଅନୁଭବ ହେଉଥିଲା ।

 

ସେହି ଆତ୍ମଶୁଦ୍ଧି ଅର୍ଥାତ ସଂକଳ୍ପ ହିଁ ସ୍ଵାଧୀନତା ଆଣିଲା । ତା'ପରେ ମୁଖ୍ୟତଃ ପ୍ରସ୍ତୁତି, ପାହାଚ ପରେ ପାହାଚ ଉଠା । ଆମେ କେତେ କେତେ ସ୍ଵପ୍ନକୁ ପାଥେୟ କରି କେଡ଼େ ଉତ୍ସାହର ସହିତ ବାହାରି ପଡ଼ିଲୁ । ମଳତଃ ସେଇଥିପାଇଁ ସରକାରଟିଏ ଗଢ଼ାହେଲା ଓ ତାହାକୁ ଜାତୀୟ ସରକାର ବୋଲି କୁହାଗଲା । ଆମେ କେଡ଼େ ନିର୍ମଳ ଭାବରେ ବିଶ୍ଵାସ କରିଥିଲୁ ଯେ ସେହି ପୁରୁଣା ଗୁଳା ଗୁଡ଼ିକ ଆଉ ଆଦୌ କୌଣସି କାମଦେବନାହିଁ । ଏକ ଜାତୀୟ ଶିକ୍ଷାନୀତିର ନିର୍ବାରଣ ହେବ । ସେହିପରି ଜାତୀୟସ୍ଵାସ୍ଥ୍ୟନୀତି, ଜାତୀୟ ଶିଳ୍ପନୀତି, ଜାତୀୟ ଶ୍ରମନୀତି ଏବଂ ଜାତୀୟ ଶ୍ରମିକ ନୀତି । ଏହି କଥାଟିର ଅସଲ ମର୍ମ ହେଉଛି ଯେ, ଏଣିକି ଯାହାକିଛି ପ୍ରଣୟନ ବା ପ୍ରବର୍ତ୍ତନ ହେବ, ତାହା ଏହି ଦେଶର ସବୁ ମଣିଷଙ୍କୁ ହିଁ ବିଚାରକୁ ନେଇ ପାରୁଥିବ । ତେବେ ଯାଇ ନ୍ୟାୟର ସ୍ଥାପନା ହେବ । ଶୋଷଣ ଯିବ, ଅନ୍ୟାୟ ଯିବ । ସ୍ଵାର୍ଥଜଡ଼ିତ ଚତୁରତାମାନେ ବିଦା ହେବେ, ବିଜ୍ଞାନ ହିଁ ମୁଖ୍ୟ ନିୟାମକ ହେବ । ସୁଯୋଗ ସମସ୍ତଙ୍କ ପାଇଁ, ପ୍ରତିଭାର ବିକାଶ ପାଇଁ । ପ୍ରତିଭା ଯେଉଁଠାରେ ପ୍ରଚ୍ଛନ୍ନ ହୋଇ ରହିଛି, ସମୁଚିତ ସନ୍ଧାନ ଦ୍ଵାରା ତାହାର ଆବିଷ୍କାର କରାଯିବ ତଥା ପରିପୂର୍ଣ୍ଣ ସୁଯୋଗ ଦେଇ ତାହାର ବିକାଶ ସାଧନ ହେବ । ପ୍ରତିଭା ଥାଇ କେହି ବଂଚିତ ହେବ ନାହିଁ । ଭାଗ୍ୟରେ ନାହିଁ ବୋଲି କହି ଥମି ରହିବାକୁ ଆଦୌ ବାଧ୍ୟ ହେବନାହିଁ । ଯେଉଁଠାରେ ଭାଗ୍ୟବାଦର ଶାସନ ଚାଲିଥାଏ, ସେଠାରେ ଥୋକେ ମଣିଷ ନିର୍ମଳ ବିବେକର ସହିତ ଅପର ଅନେକଙ୍କୁ ବଂଚିତ କରି ରଖିବେ ଓ ଆପେ ସବୁଯାକ ଘରର ମାଲିକ ହୋଇ ରହିବେ ବୋଲି ସେହି ଅସାଧୁ । ଆପ୍ତବାକ୍ୟ ଗୁଡ଼ିକୁ ସ୍ୱୀକାର କରି ନିଆଯାଇଥାଏ । ସ୍ୱାଧୀନ ଭାରତରେ ସେହି ପୁରୁଣା ଛାଞ୍ଚଗୁଡ଼ିକୁ ଭାଙ୍ଗିବା ଲାଗି ହିଁ ନୂଆ ଧୂସାରେ ସରକାର ଗଢ଼ା ହେଲା । ଜାତୀୟ ସରକାରର ମାନ୍ୟତା ଲାଭ କଲା । ଏଣିକି ଦେଶ ଆମର, ତେଣୁ ସରକାର ମଧ୍ୟ ଆମର । ଗଣତନ୍ତ୍ର ନାମକ ଆମେ ଗ୍ରହଣ କରିଥିବା ଛାଞ୍ଚଟି ଅନୁସାରେ ପ୍ରତିନିଧୂମୂଳକ ଭାବରେ ସେଇଟି ଗଢ଼ା ହୋଇଛି । ଆମ ସରକାର ତେଣୁ ସବାଆଗ ଆମ ପାଖରେ ହିଁ ଦାୟୀ ।

 

ସ୍ଥିତିଗୁଡ଼ିକୁ ଜାଣିବା ପାଇଁ ସରକାର କମିଶନମାନ ବସାଇଲେ । ଶିକ୍ଷା କମିଶନ, କୃଷି କମିଶନ, ଶାସନ ସଂସ୍କାର କମିଶନ, ଅର୍ଥ କମିଶନ, ସଂଖ୍ୟାଲଘୁଙ୍କ ପାଇଁ କମିଶନ ଏବଂ ଆଦିବାସୀମାନଙ୍କ ପାଇଁ କମିଶନ ! ସାମୂହିକ ବିକାଶ ଲାଗି କମିଶନ, ଗ୍ରାମାଞ୍ଚଳମାନଙ୍କରେ ପଞ୍ଚାୟତ ବ୍ୟବସ୍ଥା ପ୍ରଚଳନ କରିବା ସକାଶେ କମିଶନ । ହଡ଼ପ ଓ ହତ୍ୟାକାଣ୍ଡ ବିଷୟରେ କମିଶନ-। ଦରିଦ୍ରଙ୍କର ଦାରିଦ୍ର୍ୟମୋଚନ ବିଷୟରେ ସରକାରଙ୍କୁ ଠିକେ ଠିକେ ଖବର ଯୋଗାଇବା ପାଇଁ କମିଶନ । କମିଶନଟାଏ ବସିଲା ବା ଅନ୍ତତଃ ବସିବ ବୋଲି ଘୋଷଣା ହେଲା । ସେଇଥିରେ ସମସ୍ୟାଟା କେତେ ଚମତ୍କାର ଭାବରେ ଟଳିଯାଇପାରିଲା । କ'ଣ ଗୋଟାଏ ଅବଶ୍ୟ ହେଉଛି ବା ହେବ ବୋଲି ପ୍ରତ୍ୟୟଟାଏ ବନ୍ଦିଲା । ତାପରେ କିଛି ଖୁରୁଡ଼ୁ ଖୁରୁଡ଼ୁ ହେଉଥିବା ଭଳି ଅନୁମାନ ବି ହେଲା । ଷାଠିଏ ମହଣ ଘିଅର ବରାଦ ଯେତେବେଳେ ସତକୁ ସତ ହେଲାଣି, ଏଥିର ଗୋଟାଏ କିଛି ଅବଶ୍ୟ ହେବ ବୋଲି କିପରି ବା ପରତେ ନହୁଅନ୍ତା । କମିଶନଟାଏ ଅର୍ଥାତ୍ ରୀତିମତ ଗୋଟାଏ ଦରକାର; ଥାକ ଥାକ ହୋଇ ଲୋକମାନେ ନିଯୁକ୍ତ ହେଲେ । ସେମାନେ ଦେଶଯାକ ବୁଲିଲେ, ସାକ୍ଷ୍ୟପ୍ରମାଣ ସଂଗ୍ରହ କଲେ । ଗୁଣ୍ଡୁଣୀ ହାତୀଟା ଗେହ୍ଲା ହୋଇ ଏମିତି ପାଦମାନଙ୍କୁ ବି ପକାଇଲା ଯେ, ଲୋକମାନେ କ୍ରମେ କ’ଣ ହେଉଛି କି ନ ହେଉଛି, ଖବର ରଖିବାକୁ ଆଖିର ଭୁଲିଗଲେ । ଏତେ ବଡ଼ ଦେଶରେ କେତେ କେତେ ଘଟଣା ପ୍ରତ୍ୟହ ତ ଘଟୁଛି ଏବଂ ସେହି ଅନୁସାରେ କମିଶନ ପରେ କମିଶନମାନ ବସୁଛି । ତେଣୁ ନୂଆ କମିଶନମାନ ବସିବାର ନଗଦ ଉପରେ ପୁରୁଣା କମିଶନମାନଙ୍କ ବିଷୟରେ ଉତ୍ସାହଟା ଭୁଲି ହୋଇଯାଉଛି । ଜୀବର ନିତାନ୍ତ ଅଳପ ଶକତି ବୋଲି । ପ୍ରତିପାଦିତ ହେଉଛି । କ୍ଷେତ୍ର ବିଶେଷରେ ତ ଏପରି ବି ଖୁବ୍ ହେଉଛି ଯେ କମିଶନ ତା ରିପୋର୍ଟ ସରକାରଙ୍କୁ ଦେଲା ବୋଲି ସମ୍ବାଦ ବାହାରୁଛି, ମାତ୍ର ରିପୋର୍ଟଟା ବାହାରି ପାରୁନାହିଁ । କାହାର ଆବଶ୍ୟକତା ଅଥବା ହିତଦୃଷ୍ଟିରୁ ସେଇଟାକୁ ଚପାଇ ଦିଆଯାଉଛି ।

 

ସମସ୍ତେ କହୁଛନ୍ତି, ସରକାର ତୁଚ୍ଛା ସ୍ଵୟଂ ତୁଲାଇ ପାରିଲେ ନାହିଁ ବୋଲି ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ମାଧ୍ୟମରେ ବହୁତ କିଛି କରାଯାଇ ପାରିବ ବୋଲି ନୂଆ ବୁଦ୍ଧିଟାଏ ଜନ୍ମନେଲା । ଚାହୁଁ ଚାହୁଁ ପୃଥିବୀଯାକ ଗୋଟାଏ ନୂଆ ହଲଚଲ ଆରମ୍ଭ ହୋଇଗଲା । ପାଣିମାନେ ମିଳିଲେ, ସରକାର ମଧ୍ୟ ସେଥିପାଇଁ ନୂଆ ସିରସ୍ତାଗୁଡ଼ିକୁ ଖୋଲିଲେ । ନାଟଗୁଡ଼ିକୁ ଦେଖି ବେଳେବେଳେ ଖୁବ୍ ମନେ ହେଲା ଯେ, ଏଥର ବହୁତ କିଛିର ସମାଧାନ ହୋଇଯିବ । ଅଧିକ କାମ କରିପାରିବାର ପ୍ରାୟ ଏକ ଅତିରଂଜିତ ଅନ୍ଦାଜରେ ସ୍ୱେଚ୍ଛାସେବୀ ସଂଗଠନମାନେ ଚାହୁଁ ଚାହୁଁ ବହୁସଂଖ୍ୟକ ହୋଇଯିବାକୁ ଲାଗିଲେ । ଆପଣାର କାରବାରଟିକୁ ସତେ ଅବା ଏକ ସ୍ଵେଚ୍ଛାସେବୀ ସରକାରୀ ଠାଣିରେ ଚଳାଇବାରେ ବାଗଗୁଡ଼ିକୁ ଶିକ୍ଷା କରିନେଲେ । ଅଧିକାଂଶ ସଂଗଠନ ବିଶାଳରୁ ଆହୁରି ବିଶାଳ ହେଲେ । କାଗଜପତ୍ର ଏବଂ ନେଇ ଆଣି ଥୋଇ ଜାଣିବାର ଯନ୍ତ୍ର ଗୁଡ଼ିକର ଆଦୌ କୌଣସି ଅଭାବ ତ ନଥିଲା, ତେଣୁ ବଡ଼ ସହରମାନଙ୍କରେ ହିଁ ନିଅର ତୋଳି ସେମାନେ ସେହିଠାରୁ ନାନା ଭଳି ଆଚମ୍ବିତକାରୀ ରାଜକୀୟତାରେ ସେବାଦର୍ଶ ଗୁଡ଼ିକର ଶାସନ ବସାଇଲେ । ଗୋଟାସୁଦ୍ଧା ସେକାଳର ଧର୍ମାଶୋକଙ୍କ ପରି ଏହି ପାଟଳିପୁତ୍ର ଗୁଡ଼ିକରୁ ହିଁ ଶାସନ କଲେ । ଉଭୟେ ମିଶି ଏହି କାକଟିକୁ ଜଳକା କରିଦେବାରେ ଏମାନେ ଏକ ଆରେକର ସହାୟତା କରୁନାହାନ୍ତି ତ ? ଉଭୟଙ୍କ ନିମନ୍ତେ ଉଭୟଙ୍କର ତତ୍ପରପଣ ଗୁଡ଼ାକୁ ଲକ୍ଷ୍ୟ କଲେ କ’ଣ ଗୋଟାଏ ଦୁଶ୍ଚିନ୍ତାରେ ପଡ଼ିଯାଇ ଅନେକ ସମୟରେ ଏହି ଭଳି ପ୍ରଶ୍ନଟିଏ ପଚାରିବାକୁ କାହିଁକି ମନ ହୁଏ କେଜାଣି ? ସଂଶୟ ବି ହୁଏ ଯେ ଦୁହେଁ ଦୁହିଁଙ୍କର ଖୁଣ ତଥା ଗୁଣ ଗୁଡ଼ିକୁ ଅତ୍ୟୁତ୍ତମ ଭାବରେ ବୁଝିବା ପରି ପ୍ରାୟ ଏକ ଅଭେଦ ପ୍ରୀତିରେ ସକଳ ବ୍ୟାପାରଟି ଚାଲିବା ସମ୍ଭବ ହୋଇଯାଉଛି । ଉଭୟେ ଏକାଧାରରେ ଓ ଯୁଗପତ୍ ଭାବରେ ନିଜକୁ ନିଜ ନିଜର ହିସାବ ଅନୁସାରେ ସରକାର ଏବଂ ସେଚ୍ଛାସେବୀ ବୋଲି ଭାବି ପାରୁଛନ୍ତି । ଅଧିକ ପ୍ରାଞ୍ଜଳ କରି ପହିଲେ, ସରକାର ନିଜକୁ ଶୁଣ୍ଢି ବୋଲି ଭାବି ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ମାତାଲ ବୋଲି ଭାବୁଛି ଏବଂ ସ୍ଵେଚ୍ଛାସେବୀ ସଂଗଠନମାନେ ମଧ୍ୟ ଆପଣାକୁ ଶୁଣ୍ଢି ବୋଲି ଭାବି ସରକାରଙ୍କୁ ମାତାଲ ବୋଲି ଭାବୁଛି ।

 

ସମସ୍ୟାମାନେ ବହୁ ଦୂରରେ; ସମାଧାନକାରୀ ଏମାନେ ଉଭୟେ ସହରରେ । ଦାରିଦ୍ର୍ୟ, ଅଶିକ୍ଷା, ରୋଗ, ଖାଦ୍ୟାଭାବ ଏବଂ ପାରମ୍ପରିକ ଆହୁରି ଭଳିକି ଭଳି କ୍ଲେଶଗୁଡ଼ାକ ତେଣେ ନିପଟ ଦୂରାଞ୍ଚଳରେ, ଜଙ୍ଗଲ ଭିତରେ । ମାତ୍ର ସମାଧାନର ବରାଦମାନେ ସହରରୁ ଜୋତାମୋଜା ପିନ୍ଧି ଭଳି ଭଳି ନାଁରେ ସେଠାରେ ଯାଇ ପହଞ୍ଚିବାରେ ଯାହାକିଛି ମସୁଧା କରୁଛନ୍ତି । ବଡ଼ମୁଣ୍ଡମାନେ ଏବଂ ବଡ଼ମେଦମାନେ ବହିମାନଙ୍କରୁ ଚରୁ ସଂଗ୍ରହ କରି ପ୍ରକଳ୍ପମାନ ତିଆରି କରୁଛନ୍ତି,–ଜଙ୍ଗଲ ଭିତରେ ଠାଏ ଠାଏ ରହିଥିବା ଡିପୋମାନଙ୍କର ମଝି ବାଟଟା ଦେଇ ସେଗୁଡ଼ିକକୁ କାର୍ଯ୍ୟକାରୀ କରାଯାଉଛି । ନ୍ୟାୟତଃ କାଗଜଟା ହିଁ ଯାହା ହିସାବ ଦେଉଛି, ସେଥିରୁ ସତ୍ୟମାନଙ୍କର ନିର୍ବାରଣ ହେଉଛି । କ’ଣ ସବୁ ଚାଲିଛି କି ନାହିଁ, ତାହାକୁ ପ୍ରାୟ ଏକ ମହୋସୂଚୀ ଆଡ଼ମ୍ବରରେ କର୍ମଶାଳାଗୁଡ଼ିକର ମାଧ୍ୟମରେ ଆକଳନ କରାଯାଉଛି । କର୍ମଶାଳାମାନେ ସେଇ ପୁରୁଣା ବିଷୟଗୁଡ଼ିକୁ ନେଇ ବର୍ଷ ବର୍ଷ ଆଲୋଚନା କରିବାରେ କିଛି ସିଦ୍ଧିର ପ୍ରତୀତି ଆଣି ଦେଉଛନ୍ତି ବୋଲି ତ ପ୍ରାୟ ଋତୁକୁ ଋତୁ ଲାଗି ରହିଛନ୍ତି । ନିପଟ ବିଶେଷଜ୍ଞମାନେ ଆସି ପରାମର୍ଶ ଦେଉଛନ୍ତି । ସରକାରୀ ବିଦ୍ୟାଧରମାନେ ଉଦ୍‌ଘାଟକର ଭୂମିକାମାନ ଗ୍ରହଣ କରୁଛନ୍ତି । ବିଷୟମାନେ ସେହି ପୁରୁଣା ଖନ୍ଦାଗୁଡ଼ିକରୁ ଟିପା ହୋଇ ଆସିଛନ୍ତି । କ’ଣ ପାଇଁ ଗାଁରେ ସବୁ ପିଲା ସ୍କୁଲକୁ ଆସୁନାହାନ୍ତି, ଏତେ ଏତେ ପିଲା କାହିଁକି ମଝିରୁ ପାଠ ଛାଡ଼ି ଚାଲି ଯାଉଛନ୍ତି,–ଶିଶୁ ଶ୍ରମିକ ମାନଙ୍କର ସମସ୍ୟାଟା କିପରି ଦୂର ହୋଇପାରିବ ସବୁଥର ସେଇ ପୁରୁଣା ତଷୁ ଗୁଡ଼ାକାକର କୁଟା ଚାଲିଛି । ଢ଼ିଙ୍କିଶାଳଟାକୁ ଯାହା ନୂଆ ନୂଆ ଜାଗାରେ ବ୍ୟବସ୍ଥା କରାଯାଇଛି । ପୂରା ଦିଲ୍ଲୀରୁ ହିଁ ଆମ Laughing Buddha ମାନେ କେଡ଼େ ସୁତର୍କିତ ଭାବରେ ସେଇ ପୁରୁଣା ବିଫଳତା ଗୁଡ଼ିକୁ ଲୁଚାଇବା ସକାଶେ ଆକର୍ଷଣକାରୀ ନୂଆ ନୂଆ ନାମରେ କାର୍ଯ୍ୟକ୍ରମମାନଙ୍କର ଭିଆଣ କରି ପଠାଇ ଦେଇଛନ୍ତି । ଅନୌପଚାରିକ ଶିକ୍ଷା, ବିକଳ୍ପ ଶିକ୍ଷା, ନବସୃଜନ ଶିକ୍ଷା, ସମସ୍ତଙ୍କ ପାଇଁ ଶିକ୍ଷା, ଜଳଛାୟା ଏହିପରି ଅସରନ୍ତି ଏବଂ ଅସୁମାରୀ ନାଁ ଗୁଡ଼ାକ । ଏଗୁଡ଼ାକ ଆଗର ସେହି ଘଷରା ଗୁଡ଼ାକ ବ୍ୟତୀତ ମୋଟେ ଅଲଗା କିଛି ନୁହେଁ ବୋଲି ଭଲ କରି ବୁଝି ହେଉଥିଲେ ମଧ୍ୟ ନୂଆ ନୂଆ ମୁଥରେ ସେଗୁଡ଼ିକ ନିମନ୍ତେ କୋଟି କୋଟି ଟଙ୍କାର ଅର୍ଥ ବରାଦ ହୋଇ ସିଆଡ଼ୁ ହିଁ ଆସିଛି । ମନା କରିବାକୁ ମୋଟେ ମନ ହେଉନାହିଁ । ତେଣୁ କର୍ମଶାଳା ପରେ କର୍ମଶାଳା ଲାଗି ରହିଛି । ଯେଉଁମାନଙ୍କର ବିଚାର ପକାଇବା ପାଇଁ ଏବଂ ତାହାରି ସାହାଯ୍ୟରେ ସେମାନଙ୍କର ଦୁଃଖ ମୋଚନ କରାଇବା ପାଇଁ ଆମ କର୍ମଶାଳାମାନ ଲାଗିଛି, ସେମାନେ ସେଠାରେ ନାହାନ୍ତି । ଏକାଧିକ କାରଣରୁ ଆମେ ସେମାନଙ୍କୁ ଆମ ସାଥିରେ ବସାଇବାର ଯୋଗ୍ୟ ବି ହୋଇ ପାରିନାହିଁ । କର୍ମଶାଳାଟାଏ ଚାଲୁ ରହିଥିବା ସମୟରେ ଆମର ଉଲ୍ଲାସଗୁଡ଼ାକୁ ଦେଖୁ ମନେହେଉଛି ସତେ ଅବା ଆମ ଘରେ ଗୋଟାଏ କାନ ଫୋଡ଼ା ବା ସେହିଭଳି ଗୋଟାଏ କିଛି ଉତ୍ସବ ଚାଲିଛି । ଆମ ବଗିଚାର ସବୁଯାକ ଆମ୍ବଗଛରେ ଏକାବେଳକେ ବଉଳ । ହୋଇ ତାଳଗୁଡ଼ାକ ଭାଙ୍ଗି ପଡ଼ୁଥିବା ସଦୃଶ ବୋଧ ହେଉଛି । ଯେତେ ସମାଷଣ ଓ ଅଭିଭାଷଣ ରେ ତଥାପି କଥାଟା ଛିଣ୍ଡୁନାହିଁ । ସମାଧାନମାନେ ମୋଟେ ଧର। ଦେଉନାହାନ୍ତି । ବିଚରା ଏହି ଗରିବଗୁଡ଼ାଙ୍କର ଘାଟିଟା ମୋଟେ ଶେଷ ହେଉନାହିଁ । ତଥାପି ସମାଧାନ ଅଲବତ ମିଳନ୍ତା । ଆମର ଏହି ଅଭ୍ୟସ୍ତ ଅକର୍ମଗୁଡ଼ାକୁ ଛାଡ଼ି ସତକୁ ସତ କତିକୁ ଯାଇ ସାମିଲ ହୋଇପାରିଲେ ଆମ ସ୍ଵେଚ୍ଛାସେବୀମାନେ ମଧ୍ୟ ଆମକୁ ସଂଗୀ ରୂପେ ଗ୍ରହଣ କରିନେଇ ପାରନ୍ତେ । ଆମକୁ ସେମାନେ ସେମାନଙ୍କର ସତ ହାତଗୁଡ଼ିକୁ ବଢ଼ାଇଦେଇ ପାରନ୍ତେ । ଏବଂ ତା’ପରେକେତେ କ’ଣ ଆଡ଼କୁ ଚକଟା ବୁଲିଯାଇ ବି ପାରନ୍ତା ।

Image

 

ଧର୍ମରୁ ସିନା ଧର୍ମାନ୍ତରୀକରଣ

 

ଇଏ କହୁଛି ମୁଁ ହିନ୍ଦୁ, ସିଏ କହୁଛି ମୁଁ ମୁସଲମାନ, ଶିଖ, ଖ୍ରୀଷ୍ଟିଆନ କିମ୍ବା ଇହୁଦୀ । ଏମାନେ କହୁଛନ୍ତି ଆମେ ହିନ୍ଦୁ ଓ ସେମାନେ କହୁଛନ୍ତି ଆମେ ମୁସଲମାନ, ଶିଖ, ଇହୁଦୀ ଅଥବା ଖ୍ରୀଷ୍ଟିଆନ । ପ୍ରତ୍ୟେକଙ୍କର ଅଲଗା ଅଲଗା ଗ୍ରନ୍ଥ । ଅଲଗା ଅଲଗା ଦେବସ୍ଥାନ ଏବଂ ଦେବତା । ସେହି ଦେବତାମାନଙ୍କୁ ନେଇ କାହାଣୀମାନ ଯାହାକୁ ଯେତେ । ପ୍ରତ୍ୟେକ ଧର୍ମରେ ଏପରି ପାରଙ୍ଗମ ଗୁରୁମାନେ କାଳେ କାଳେ ରହି ଆସିଛନ୍ତି, ଯେଉଁମାନେ କି ପୃଥିବୀଟା ଧର୍ମରେ ରହୁ ବୋଲି କହୁ କହୁ ଅଲଗା ଅଲଗା ସମ୍ପ୍ରଦାୟଗୁଡ଼ିକୁ ତିଆରି କରି ଥୋଇ ଦେଇଛନ୍ତି । ଗୁରୁମାନେ ଇତିହାସରେ ରାଜାମାନଙ୍କର ମତରେ ସେହି ଧର୍ମ ତଥା ସମ୍ପ୍ରଦାୟମାନଙ୍କୁ ପ୍ରାୟ ଏକ ରାଜକୀୟ ଲାଜସାରେ ଗୋଟିଏ ଗୋଟିଏ । ତନୁଶ୍ରୀ ଯୋଗାଇ ଦେବାର ଫିକର କରିଛନ୍ତି । ତା’ପରେ ଧର୍ମର ପ୍ରଚାର ହୋଇଛି, ପ୍ରସାର ହୋଇଛି । ଧ୍ଵଜାମାନଙ୍କୁ ଉଡ଼ାଇ ବୁଲିବାର ନିଶାରେ ଯୁଦ୍ଧମାନ ଜନ୍ମଲାଭ କରିଛନ୍ତି । ପ୍ରତ୍ୟେକ ଧର୍ମ ପ୍ରାୟ ଏକ ଅନମନୀୟ ସରାଗରେ ଅନ୍ୟ ଖୁଆଡ଼ଗୁଡ଼ାକ ଭିତରୁ ମଣିଷମାନଙ୍କୁ ଝାମ୍ପି ଆଣି ନିଜ ଖୁଆଡ଼ଟାର ବପୁ ବୃଦ୍ଧି କରିଛନ୍ତି ଓ ତଦ୍ୱାରା ନିଜ ଭଗବାନଙ୍କର କେଡ଼େ ବଡ଼ କାମଟାଏ କରିଦେଇ ପାରିଲେ ବୋଲି ଆତ୍ମପ୍ରସାଦ ଲାଭ କରିଛନ୍ତି । ଭାରତବର୍ଷର ଆଦି ଶଙ୍କରାଚାର୍ଯ୍ୟ ମାୟାବାଦର ସାମିଆନାଟାକୁ ସର୍ବୋକୃଷ୍ଟ ବୋଲି ଦର୍ଶାଇ ଦେବାପାଇଁ ଦିଗ୍‌ବିଜୟ କରି ବାହାରି ପଡ଼ିଛନ୍ତି । ମାୟାବାଦର ମାୟାରେ ପଡ଼ି ସତେଅବା ଅଧ୍ୟାପୁର ଦାଣ୍ଡରେ କେଡ଼େ ବଡ଼ ଲଟେରୀଟାରେ ଜିତାପଟ ମାରିନେଲେ ବୋଲି ଅନୁଭବ କରିଛନ୍ତି ।

 

ଆମେ ଯୋଉ ଯୋଉ ଧର୍ମରେ ଜନ୍ମ ହୋଇଛୁ, ସେହି ସେହି ଧର୍ମକୁ ଜଗତରେ ଶ୍ରେଷ୍ଠ ଧର୍ମ ବୋଲି ଦାବି କରିବା ଲାଗି ପୂରା ଅଧିକାରଟାଏ ଲାଭ କରିଛୁ । ମୁଁ କେଉଁ ଧର୍ମରେ ଜନ୍ମିଛି ଓ ସେହି ଅନୁସାରେ ଗୋଟାଏ ନିର୍ଦ୍ଦିଷ୍ଟ ତନ୍ତୁର କେତେଟା ଚିହ୍ନଟ ମୋ ଭେକଟା ଉପରେ ଯେ ଦେଖିବାକୁ ମିଳୁଛି ଏବଂ ମୁଁ ଗୋଟାଏ ନିଦ୍ଦିଷ୍ଟ ଖାତାରେ ଲେଖା ହୋଇ ରହିଲି ବୋଲି କେତେ ସହଜରେ ମଧ୍ୟ ବିଶ୍ୱାସ କରିପାରୁଛି । ଆମକୁ ଏପରି ଏକ ବିଡ଼ମ୍ବନାରେ ବସ୍ତୁତଃ କିଏ ପକାଇ ଦେଇଛି କେଜାଣି ? ଏହି ବିଡ଼ମ୍ବନାଟା କାଳକାଳରୁ ଏପରି ଜବର ହୋଇ ଆମ ଭିତରର ଆଧ୍ୟାତ୍ମିକ ଆସ୍କୃହାଗୁଡ଼ିକୁ ମାଡ଼ି ବସିଛି ଯେ, ସ୍ୱୟଂ ଭଗବାନ ହୁଏତ ଆମ ଭିତରେ ରହିଥିଲେ ମଧ୍ୟ ପାଟି ଫିଟାଇ ଆମକୁ କିଛି କହିବା ଲାଗି କେବେହେଲେ ସାହସ କରିପାରି ନାହାନ୍ତି । ଆମକୁ କୌଣସି ଆକଟ । ଦେଖାଇ ଅଟକାଇବାଟା ତ ଆହୁରି ଦୂରର କଥା । ପାଞ୍ଚଶହ ବର୍ଷ ପୂର୍ବେ ୟୁରୋପରେ ପ୍ରୋଟେଷ୍ଟାଣ୍ଟ ଧର୍ମବାର୍ତ୍ତାଟିର ପ୍ରଚାର କରିଥିବା ମାର୍ଟିନ ଲୁଥର ତ 'ସତେଅବା ସ୍ଵର୍ଗ ନାମକ କେଉଁ ସୁପ୍ରିମ ରାଜ୍ୟରୁ ଏକ ଅନୁମତିପତ୍ର ହାତରେ ଧରି ଆସିଥିବା ପରି ତାଙ୍କ କାଳର ସେ ଇହୁଦୀମାନଙ୍କୁ ସେମାନଙ୍କର ନିଜ ଆଚରିତ ଖଞ୍ଜଟାରୁ ବାହାର କରିଆଣି ଖ୍ରୀଷ୍ଟିଆନ କରିଦେବା ବିଷୟରେ କେତେ ନା କେତେ ମନ୍ତ୍ରଣା ପ୍ରଦାନ କରିଛନ୍ତି । ସେମାନେ ସୁନା ପୁଅ ପରି ରାଜି ହୋଇଗଲେ ତ ସବୁଠାରୁ ଭଲକଥା, ନହେଲେ ସେମାନଙ୍କର ଉପାସନା ମନ୍ଦିରଗୁଡ଼ିକୁ ନଷ୍ଟ ହିଁ କରିଦେବାକୁ ହେବ । ସେମାନଙ୍କ ଘରେ ନିଆଁ ଲଗାଇ ଦିଆଯିବ, ତଥାପି ଅରାଜି ହେଲେ ସେମାନଙ୍କୁ ହାଣି ଶମନପୁରକୁ ମଧ୍ୟ ପେଷି ଦେବାକୁ ପଡ଼ିବ । ପୃଥିବୀର ପ୍ରାୟ ସବୁ ଧର୍ମ ସେହିସବୁ ଅରୀତିର ଆଚରଣ କରିଛନ୍ତି । ପ୍ରାୟ ସବୁଠାରେ ରାଜାମାନଙ୍କ ଠାରୁ ହେମତ ପାଇ ତାହା କରିଛନ୍ତି । ମୁଉଁ ଗୁଡ଼ାଏ ଗଢି ଥୋଇଦେବାର ଏବଂ ଅପର ଧର୍ମର ମୂର୍ତ୍ତି ମାନଙ୍କୁ ଭାଙ୍ଗି ପକାଇ ମରେ ହିଁ ପରମେଶ୍ବରଙ୍କର ଆଶୀର୍ବାଦ ଲାଭ କରିବା,–ଏହି ଦୁଇଟାଯାକୁ ନିଶା ଆମ ଧର୍ମଭୋଳ । ଜୀବମାନଙ୍କୁ ଖୁବ୍ ଘାରିଛି ।

 

ସର୍ବଶ୍ରେଷ୍ଠ ଧର୍ମ କହିଲେ ପୃଥିବୀରେ କେବଳ ଗୋଟିଏ ଧର୍ମ ହିଁ ଅଛି ଏବଂ ସେହି ଧର୍ମଟି ହେଉଛି ମୋ ଧର୍ମ । ଅର୍ଥାତ୍ ମୁଁ ଯେଉଁ ଧର୍ମଟିରେ ଜନ୍ମଗ୍ରହଣ କରିଛି, ସେହି ଧର୍ମ,–ଏଇଟା ଧର୍ମର କଥା ନୁହେଁ, ତାହା ଯାବତୀୟ ସନ୍ତ୍ରାସବାଦୀ କଥା । ଯିଏ ଧର୍ମରେ ଥାଏ, ନିଜର ରାସ୍ତାଟି ତାକୁ ଏପରି ନିବିଡ଼ ତଥା ଅନନ୍ତ ସମ୍ଭାବନାପୂର୍ଣ୍ଣ ଭାବରେ ମଗ୍ନ ଅର୍ଥାତ୍ ଶ୍ରଦ୍ଧାଯୁକ୍ତ କରି ରଖିଥାଏ ଯେ, ଆଉ ଜଣକର ଧର୍ମ ତଥା ଧାର୍ମିକ ଭେକ ଏବଂ ସନ୍ତକଗୁଡ଼ାକୁ ଉଖାଡ଼ି ଦେଖବାକୁ ଏବଂ ତାହାକୁ ହେୟ ବୋଲି କହିବାକୁ ନିଜ ଭିତରୁ ସିଏ କୌଣସି ବିବେକ ହିଁ ପାଏନାହିଁ । ବାଟଟିଏ ଚାଲୁଥିବା ମଣିଷମାନେ ଅନ୍ୟମାନେ ମଧ୍ୟ ସେମାନଙ୍କର ବାଟଗୁଡ଼ିକୁ ଚାଲୁ ଥିବାର ଦେଖୁଲେ କେବଳ ଖୁସୀ ହିଁ ହୁଅନ୍ତି, ସେଥିରୁ ନିଜ ନିମନ୍ତେ ମଧ୍ୟ ବଳି ପାଆନ୍ତି । ଏହି ମୋର ତଥାକଥିତ ବାଟଟାକୁ ଆଉମାନେ ଆସିଲେ ଯାଇ ଯେ ସେମାନଙ୍କର ଅଜ୍ଞାନପୀଶ ଫିଟିବ ଓ ସେମାନେ ଭଗବାନଙ୍କର ଆଶୀର୍ବାଦ ପାଇବେ, ଏପରି ଦୁର୍ବୁଦ୍ଧି କେବେହେଲେ ତା’ ଗୋଡ଼ ଖସାଇ ଦେବାକୁ ଆସି ପହଞ୍ଚିବାକୁ ସାହସ କରେନାହିଁ । ମଣିଷ ଯେତେବେଳେ ଅଧ୍ୟାତ୍ମ ପ୍ରେରଣା ଗୁଡ଼ାକରୁ ହୁଡ଼ିଯାଇ ଆଉ ଅନ୍ୟ କେଉଁ ଦଣ୍ଡଧାରୀର ଜାଲରେ ପଡ଼ିଯାଏ, ସିଏ ସେତିକିବେଳେ ପ୍ରଚାର କରି ବେଶ ପିନ୍ଧ୍ର ଓ ଧର୍ମାନ୍ତରୀକରଣର ଖଣ୍ଡାଗୁଡ଼ାକୁ ଧାରଣ କରି ବାର ଉତ୍ସାହ ଦେଖାଏ । ସିଏ ମିଶନାରୀ ହୁ ଏ; ନିଜ ଜୀବନର ଆହ୍ଵାନକ୍ଷେତ୍ରଗୁଡ଼ିକରେ ଯାହାର କୌଣସି ସୁସ୍ଥ ମିଶନ ନଥାଏ, ହୁଏତ ସେଇ ସବା ଆଗ ମିଶନାରୀ ହେବାର ଏକ କୁଚକ୍ରାନ୍ତରେ ଯାଇ ପଡ଼ିଥାଏ । ସନ୍ତ୍ରାସବାଦର ବିନାଶକାରୀ ଉତ୍ତେଜନାଗୁଡ଼ିକ ସେତିକିବେଳେ ଆସି ବିଚରା ସେମାନଙ୍କୁ କାବୁ କରିନିଅନ୍ତି । ସମ୍ଭବତଃ ଧର୍ମାନ୍ତରୀକରଣର ସର୍ବବିଧ ଇତିହାସରେ ଆମେ ସତ୍ୟ ନିମନ୍ତେ ଅନୁରାଗ ଅପେକ୍ଷା ସନ୍ତ୍ରାସବାଦୀ ତୋଡ଼ଟା ଆପଣାକୁ ଚରିତାର୍ଥ କରିବାର ଜିଦଟାଏ ହିଁ ଅଧିକତର ପରିମାଣରେ ଦେଖିବାକୁ ପାଇଥାଉ । ହିନ୍ଦୁମାନେ, ମୁସଲମାନମାନେ ବା ସେହି ନ୍ୟାୟରେ ଅନ୍ୟମାନେ ଯେଉଁପରି ଭାବରେ ନିଜର ଧର୍ମଟିକୁ ସତକୁ ସତ ନିଜ ଜୀବନରେ ଥାନଟିଏ ଦେଇପାରିଛନ୍ତି, ତାହା ହିଁ ସେମାନଙ୍କର ସ୍ୱତନ୍ତ୍ର ବେଢ଼ାଗୁଡ଼ିକର ବାହାରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଏକ ସୁସ୍ଥ ପ୍ରେରଣା ପ୍ରଦାନ କରି ପାରିଥାନ୍ତା । ସେଇଟା ପ୍ରକୃତରେ ଏକ ବିକାରରହିତ ପ୍ରଣାଳୀ, ଯାହାଦ୍ଵାରା ପୃଥିବୀର କୋଟି କୋଟି ମନୁଷ୍ୟ ନିଜ ନିଜ ମାର୍ଗରେ ରହିଥିଲେ ମଧ୍ୟ ପରସ୍ପରର ନିକଟତର ହୋଇ ଆସୁଥାନ୍ତେ । ମଣିଷମାନଙ୍କୁ ଦେଖି ଭଗବାନଙ୍କର ନିଶ୍ଚୟ ପେଟ ପୂରି ଯାଉଥାଆନ୍ତା ।

 

ବିଭିନ୍ନ ଧର୍ମର ଭରା ଦେଇ ମଣିଷମାନେ କାଳ କାଳକୁ ଯାହାକୁ ବା ଯାହାକୁ ଲୋଡ଼ି ଆସିଛନ୍ତି, ତାହାର ବା ତାଙ୍କର ଛଦାମେ ବି ସ୍ପର୍ଶ ସତକୁ ସତ ବାଜିବା ମାତ୍ରକେ ତାହ। ସକଳ ଅର୍ଥରେ ସମଗ୍ର ପୃଥିବୀ ସକାଶେ ଏକ ମହିମାମୟ ଘଟଣା ହୋଇରହିଯାଆନ୍ତା । ପୃଥିବୀଟାକୁ ତାହା କେତେ ନା କେତେ ବିଭ୍ରାନ୍ତକାରୀ ଗଣ୍ଠିରୁ ଫିଟାଇ ବାହାର କରିନିଅନ୍ତା, ଏହି ମାୟଚ୍ଛନ୍ନ ପୃଥିବୀଟା ନିମନ୍ତେ ପ୍ରକୃତରେ କେତେ ନା କେତେ ଉଦୟର କାରଣ ହୁଅନ୍ତା । ଯାବତୀୟ ଧର୍ମାନୁରାଗ ଅର୍ଥାତ୍ ଧର୍ମସାକ୍ଷାତକାର କେବଳ ଅଧିକ ଉନ୍ମୋଚନର କାରଣ ହେବ ସିନା, ଗୁମ୍ଫାଗୁଡ଼ାକ ଭିତରେ ବାନ୍ଧି ରଖିବାର । କୌଣସି ଦୁର୍ବୁଦ୍ଧି କେବେହେଲେ ଦେବନାହିଁ । ଆମ ଏବର ଏହି ଯୁଗରେ ଭିନ୍ନ ଭିନ୍ନ ଧର୍ମ ପରସ୍ପରକୁ ଭେଟିବା କେତେ ସହଜ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଆଉ କଦାପି କୌଣସି ଧର୍ମ ତଥାପି ସ୍ପର୍ଶକାତର ହୋଇ ରହିବ ନାହିଁ ଏବଂ ବାହାର ସଂକ୍ରମଣଟା ତାକୁ ଦୂଷିତ କରିଦେବ ବୋଲି ମୋଟେ ଭୟ କରିବ ନାହିଁ । ବରଂ ଧରା ହିଁ ପଡ଼ିଯିବ ଯେ, ସିଏ କାହିଁକି କୌଣସି ଅଜ ଭିତରେ ପଡ଼ିରହିଛି ଓ ତା’ ନିଜ ସଂସ୍କାରଗୁଡ଼ାକର କ'ଣ କେଉଁସବୁ ଅସମର୍ଥତା ହେତୁ ଭୂମାଙ୍କୁ ଫାଙ୍କ ଦେଉଛି, ଏବଂ ଲୁଚୁଛି । ଉଗ୍ର ହେଉଛି ଏବଂ ଉଗ୍ରତାଟାକୁ ପ୍ରାୟ ଆତ୍ମଘାତୀ ଭାବରେ ସ୍ଵାଭିମାନ ବୋଲି କହୁଛି; ସେହି କଥାଟା ତା' ହୃଦୟ ଭିତରେ ଖୁବ୍ ଝିଙ୍ଗାସିବାରେ ଲାଗିଥିବ । ଏହିପରି ଭାବରେ ଆପଣାର ଚେତନା ତଥା ଉପାସନାର ସ୍ଵତନ୍ତ୍ର ମାର୍ଗଗୁଡ଼ାକୁ ଦେଇ ମନୁଷ୍ୟମାନେ ପରସ୍ପରକୁ ଭେଟିବେ ତଥା ପରସ୍ପର ପାଖରେ ରାଜି ହୋଇଯିବେ । ଛାଞ୍ଚମାନେ, ଖୋଳମାନେ ଗୌଣ ହୋଇଯିବେ ।

 

ନାରାୟଣ କେବଳ ଗୋଟିଏ ଘଟରେ ନାହାନ୍ତି, ସିଏ ସକଳ ଘଟରେ ହିଁ ଭରି ରହିଛନ୍ତି,–ଯିଏ ଯେଉଁ ସ୍ଥାନୀୟତା ମଧ୍ୟରେ ଜନ୍ମ ହୋଇ ଆତଯାତ ହେଉଥାଉ ପଛକେ, ସେହି ପାହାଚଟି ପାଖରେ ପହଞ୍ଚିଗଲା ପରେ ତଥାକଥିତ ଧର୍ମାନ୍ତରୀକରଣର ଆଉ କାହିଁକି କୌଣସି ଆବଶ୍ୟକତା ରହିବ ! ଏବଂ ପୁନଶ୍ଚ, କୌଣସିଠାରେ ଏକ ତଥାକଥିତ ଧର୍ମାନ୍ତରୀକରଣ ଘଟିଲେ ତୁମେ ଛାନିଆଁ ବା କାହିଁକି ହୋଇଉଠିବ ? ହଁ, ଧର୍ମ କହିଲେ ଯଦି ତୁମେ ନିତାନ୍ତ ବାହାରର ସେହି ଖୋଳ ଏବଂ ଛାଞ୍ଚଗୁଡ଼ାକୁ ବୁଝୁଥିବ ଏବଂ ନିଜର କୌଣସି ନିତାନ୍ତ ମନ୍ଦ ମତଲବଗୁଡ଼ାକୁ ସିଦ୍ଧ କରିବାର ଅସଲ ଲକ୍ଷ୍ୟଟାଏ ରଖ ମନୁଷ୍ୟ ଭିତରେ ପ୍ରାୟ ଜନ୍ମଜାତ ହୋଇ ରହିଥିବା ଧର୍ମାନୁରାଗଟାରୁ ଫାଇଦା ଉଠାଇବାର ଅଭିସନ୍ଧି ରଖୁଥିବ, ତେବେ ତାହା ଅବଶ୍ୟ ଏକ ଅନ୍ୟ କଥା ହେବ । ଏପରି ପୂର୍ବେ ହୋଇଛି, ଏବେ ମଧ୍ୟ ଖୁବ ହେଉଛି । ବିଚରା ବୋଲି କହିବା ସେହି ରଜାମାନଙ୍କୁ, ଯେଉଁମାନେ କି ଗୋଟାଏ ରାଜ୍ୟ ଜୟ କରି ସାରିବାପରେ ବିଜିତ ସେହି ରାଜ୍ୟଟିର ପ୍ରଜାମାନେ ତାହାରି ହେତୁ ହିଁ ତାଙ୍କ ନିଜ ଧର୍ମର ଖୁଆଡ଼ ଭିତରକୁ ପ୍ରବେଶ କଲେ ବୋଲି ଘୋଷଣାମାନ କରିଛନ୍ତି । ଅଶୋକ କଳିଙ୍ଗ ରାଜ୍ୟ ଜୟ କଲେ, ନିଜେ ବୌଦ୍ଧଧର୍ମ ଗ୍ରହଣ କଲେ ଏବଂ ସେହି କାରଣରୁ ହିଁ କଳିଙ୍ଗବାସୀ ବୌଦ୍ଧ ହୋଇଗଲେ । ମାତ୍ର ପ୍ରାୟ ଶହେଟା ବର୍ଷ ପରେ ଖାରବେଳ ଚକ୍ରବର୍ତ୍ତୀ ହେଲେ ଏବଂ ପ୍ରଜାମାନେ ଜୈନ ହେଲେ । ଆମେ ସର୍ବଦା ବିଚରା ବୋଲି କହିବା ସେହି ପାତ୍ରୀ ଏବଂ ପ୍ରଚାରକମାନଙ୍କୁ, ଯେଉଁମାନେ ଆସି ପୁରୁଣା ସନ୍ତକ ଗୁଡ଼ାକ ଜାଗାରେ କେତେଟା ନୂଆ ସନ୍ତକର ଅବସ୍ଥାପନା କରିଦେଇ ଗୋଟାଏ ନୂଆ ଧର୍ମ ଭିତରକୁ ଏହି ପୃଥିବୀଟାକୁ ଉଦ୍ଧାର କରି ଆଣିଲେ ଏବଂ ପାପୀମାନଙ୍କୁ ତାରିଦେଲେ ବୋଲି ନିତାନ୍ତ ଚଗଲାମି କରି ବିଶ୍ଵାସ କରି ଆସିଛନ୍ତି । ଏବଂ ଆମେ ପ୍ରଥମତଃ ବିଚରା ବୋଲି କହିବା ସେହି ଯତି ଏବଂ ଭଳି ଭଳି ବ୍ୟାଖ୍ୟାକାର ମାନଙ୍କୁ, ଯେଉଁମାନେ ଦାଦ୍ୟ ଦୈନିକାଚାର ଗୁଡ଼ାକରୁ କେତେଟାକୁ ବଦଳାଇ ଦେଇ ଏକ ନୂତନ ଧାରାର ସଂସ୍ଥାପନା କଲେ ବୋଲି ଧାରଣାଟାଏ ପ୍ରଚାର କରିଦେଲେ ଏବଂ ସଫଳ ବୋଲାଇଲେ ।

 

ତେଣୁ, ଧର୍ମରେ ଏମାନେ କେହି ନାହାନ୍ତି,–ଏବଂ ଧର୍ମାନ୍ତରୀକରଣର ଭୁଲଭୁଲେୟା ଭିତରେ ଯାଇ ପଶି ଯାଇଛନ୍ତି । ଏମାନେ ଆଦୌ କୌଣସି ଧର୍ମରେ ରହିବେ ନାହିଁ ଏବଂ ପୃଥିବୀଟାକୁ ଭୋଗ କରିବେ ବୋଲି ଧର୍ମାନ୍ତରୀକରଣର ବାନା ଧରି ଆପଣାକୁ ଜଣେ ପରମେଶ୍ୱରଙ୍କର ଲାଇସେନ୍ସ ପ୍ରାପ୍ତ ଗୋଟିପୁଅ ଅର୍ଥାତ୍ ଗୁମ୍ ବୋଲି ଭ୍ରମ କରୁଛନ୍ତି କି ? ଆମ ଭିତରୁ ଯିଏ ଜନ୍ମଗତ ଆକସ୍ମିକତା ହେତୁ ଯେଉଁ ଧର୍ମରେ ରହିଥାଉ ପଛକେ, ସତକୁ ସତ ଧର୍ମରେ ରହିଥିଲେ ସିଏ ଆଦୌ ଧର୍ମାନ୍ତରୀକରଣ କୋଉଠି ହେଉଛି ବୋଲି ଚିଲେଇବାକୁ ମନ କରିବେ ନାହିଁ କିମ୍ବା ସମ୍ପୃକ୍ତ ଲୋକମାନଙ୍କୁ । ପୁନର୍ବାର ସେମାନଙ୍କର ମୂଳ ଡିହଟାକୁ ଫେରାଇ ଅଣାଯାଉ ବୋଲି ପାଟି ବି କରିବେ ନାହିଁ । ତେଣୁ, ଚାଲ, ଆମେ ନିଜ ନିଜ ଧର୍ମରେ ରହିବା, ନିଜ ନିଜ ଧର୍ମର ଅଧିକରୁ ଅଧୁ ଯୋଗ୍ୟ ହେବା ନିମନ୍ତେ ସତକୁ ସତ ପ୍ରୟାସ କରିବା । ବସ୍ତୁତଃ ତାହାରି ଦ୍ଦ୍ଵାରା ହିଁ ଆମେ ପୃଥିବୀର ମନୁଷ୍ୟମାନଙ୍କୁ ଧର୍ମରେ ରହିବାର ସର୍ବୋତ୍ତମ ପ୍ରେରଣାମାନ ଦେଇପାରିବା ଆଗାମୀ ପୃଥିବୀଟା, ସକଳ ଭିନ୍ନତା ସତ୍ତ୍ୱେ ସବୁ ମନୁଷ୍ୟଙ୍କୁ ପ୍ରକୃତରେ ଧର୍ମରେ ରହିଥିବାର ସେହି ସଚଳତା ଏବଂ ସହଜତା ଯୋଗାଇ ଦେଇ ପାରୁଥିବା ସେହି । ଅନ୍ୟ ପରିମଳଟା ସବା ଆଗ ଧର୍ମସ୍ଥ ମଣିଷମାନଙ୍କୁ ହିଁ ଲୋଡ଼ିବ । ସେହିମାନଙ୍କ ଉପରେ ହିଁ ସର୍ବାଧିକ ଭରସା ରଖିବ । ଆମେ ଯେଉଁ ଧର୍ମରେ ରହିଥିଲେ ମଧ୍ୟ ସେତେବେଳେ ପ୍ରକୃତରେ ବହୁତ କାମରେ ଆସିବା,- ନିମିତ୍ତ ହେବା। ଏବଂ ମଣିଷମାନେ ନିମିତ୍ତ ନହେବା ଯାଏ ଯେଉଁ ଧର୍ମରେ ରହିଥିଲେ ମଧ୍ୟ ସମ୍ଭବତଃ ଏକ ସଇତାନଟା ହାତରେ କ୍ରୀଡ଼ନକ ହୋଇ ବ୍ୟବହୃତ ହେଉଥିବେ,–ପୃଥିବୀଟାକୁ ମିଛଟାରେ ତ୍ରସ୍ତ କରି ରଖିବାରେ ହିଁ ବ୍ୟବହୃତ ହେଉଥିବେ ।

Image

 

ମାଟିଆ ଚିଲକୁ ଗୋଇଠା ମାର୍

 

ଗୋଟାଏ ବର୍ଷ ଏପରି ହେଲା ଯେ, ସରକାରୀ ସର୍ବୋଚ୍ଚ ସାହିତ୍ୟପେଣ୍ଠ କ’ଣ । ଭାବି ମୋତେ ଗୋଟାଏ ବିଚାରପତି ହେବାକୁ ଅନୁରୋଧ କରି ଚିଠି ଲେଖିଲେ । ଏବଂ ମୁଁ ରାଜି ହୋଇଗଲି । ସାହିତ୍ୟରେ ବରଷକୁ ବରଷ ପୁରସ୍କାର ଦିଆଯାଏ । ଏକାଧିକ ସ୍ତରର ସେଣାରେ ନିଭିଟି ଉଠି ଉଠି ସବା ଉପର ପର୍ଯ୍ୟନ୍ତ ଯାଏ । ଶେଷକୁ ସବା ଶେଷ ମୁଥକୁ ଦଶଟାକି ବାରଟା ବହି ବଛା ହୋଇଯାଏ । ସେହି ଏତେଟା ବା ସେତେଟା ଭିତରୁ ଗୋଟାଏ ବହି ଏପରି ବଛାହେବ, ଯାହା ନାମରେ କି ସେହି ବର୍ଷଟି ପାଇଁ ନଡ଼ିଆ ଭଙ୍ଗାଯିବ । ଅର୍ଥାତ୍ ସେହି ବହିଟିର ଲେଖକ ହିଁ ସେହି ବର୍ଷ ପୁରସ୍କାର ପାଇଲେ ବୋଲି ଘୋଷଣା ହେବ । ସବା ଉପରେ ବିଚାରକ ତିନିଜଣ । ସେମାନଙ୍କ ପାଖରୁ ଉକ୍ତ ଦଶ ବାରୋଟି ପୁସ୍ତକ ପଠାଯିବ ଏବଂ ସେଥିରୁ ସେମାନେ ଗୋଟିଏକୁ ହୁଏତ ଆଗରୁ ପଢ଼ିଥିବେ ନଚେତ୍ ପାଠ କରିବେ । ପ୍ରତ୍ୟେକଟିର ମୂଲ୍ୟାୟନ କରି ସେମାନଙ୍କର ପସନ୍ଦ ଓ ତଉଲ ଅନୁସାରେ ଯାହାକୁ ଅଭଲ ବୋଲି ବିଚାରିବେ, ସେବର୍ଷ ସେଇଟି ଉଦ୍ଦିଷ୍ଟ ପୁରସ୍କାରଟିକୁ ପାଉ ବୋଲି ସ୍ଥିର କରିବେ ।

 

କଥିତ ବର୍ଷଟିରେ ମୁଁ ସେହି ସର୍ବୋଚ୍ଚ ବିଚାରର ମଣ୍ଡଳୀଟି ମଧ୍ୟରେ ସ୍ଥାନ ପାଇଥିଲି । ଚୁଲୀର ତିନି ଝିଙ୍କ ପରି ସେହି ସ୍ତରରେ ଆମେ ତିନି ମୂର୍ତ୍ତି । ବହିଗୁଡ଼ିକ ସୁରକ୍ଷିତ ଡ଼ାକ ଯୋଗେ ମୋ’ପାଖରେ ଆସି ପହଞ୍ଚିଲେ । ସେହିପରି ଅନ୍ୟମାନଙ୍କ ପାଖରେ ମଧ୍ୟ ଅବଶ୍ୟ ପହଞ୍ଚି ଯାଇଥିବେ । ସେମାନେ କିଏ ମୁଁ କ’ଣ ସେକଥା ଜାଣିଥିଲି ? ବହିଗୁଡ଼ିକ ସହିତ ପଠା ହୋଇଥିବା ଚିଠିଟିରୁ ଜଣାଥିଲା ଯେ, ବିଚାରକମାନେ ମଧ୍ୟ ପରସ୍ପରକୁ ଜାଣିବେ ନାହିଁ । ସେମାନେ ପ୍ରତ୍ୟେକେ ପ୍ରେରିତ ପୁସ୍ତକଗୁଡ଼ିକୁ ପାଠ କରିବେ, ସେଗୁଡ଼ିକର ତୁଳନାତ୍ମକ ମୂଲ୍ୟାୟନ କରିବେ ଏବଂ ସେହି ଅନୁସାରେ ସେବର୍ଷର ପୁରସ୍କାରଟିକୁ ପାଇବା ସକାଶେ ଗୋଟିକୁ ଠିକ୍ କରିଥିବେ । କେତେ ମାସ ପରେ ସେମାନେ କର୍ତ୍ତା ସଂସ୍ଥାଟିର ନିର୍ଦ୍ଧାରଣ ଅନୁସାରେ ଯେତିକିବେଳେ ଏକାଠି ହେବେ, ସେତେବେଳେ ଯାଇ ଅନ୍ୟ ଦୁଇଜଣ ସତକୁ ସତ କିଏ ବୋଲି ଜାଣିବାକୁ ପାଇବେ । ଏକାଠି ହୋଇ ସେମାନେ ନିଜ ନିଜର ପସନ୍ଦଗୁଡ଼ିକୁ ପରସ୍ପର ଆଗରେ ପ୍ରକାଶ କରିବେ । ଏହିପରି ତିନି ମଥା ଏକ ମନ ହୋଇ ଗୋଟିଏ ବହିକୁ ବାଛିବେ ଓ ସେଇଟି ଉପରେ ହିଁ ସେ ବର୍ଷର କଳସ ଢଳାହେବ । ନିର୍ବାଚନରେ ଆଉ ଅଧିକା କ’ଣ ବା ଭଦ୍ରତା ଅବଲମ୍ବନ କରାଯାଇ ପାରନ୍ତା ? କହିବା ବାହୁଲ୍ୟ ଯେ, ଏହି ବିଚାରକମାନଙ୍କୁ ଏତିକି କାର୍ଯ୍ୟ ନିମନ୍ତେ ମନକୁ ପାଇବା ଭଳି ବେଶ୍ କିଛି ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଏ । ଦଶଟିଯାକ ବଛା ବଛା ବହିଗୁଡ଼ିକ ତ ଆଗରୁ ହସ୍ତଗତ ହୋଇ ସାରିଥାଏ ।

 

ମୁଁ ଦଶଟିଯାକ ବହିକୁ ପଢ଼ି ଶେଷକରିନାହିଁ, ଦିନେ ଦୂରରୁ ଆସି ପହଞ୍ଚିଥିବା ଏକ ଟେଲିଫୋନ ବାଜି ଉଠିଲା । ପ୍ରକୃତରେ ବଡ଼ ବିସ୍ମିତ ହେଲି । ତିନିଜଣିଆ ଗୋଷ୍ଠୀଟିରେ ମୁଁ ଜଣେ ବୋଲି ଏ ଆଜ୍ଞା ଜାଣିଲେ ବା କିଭଳି ? ମୁଁ କାହାକୁ ବାଛିଲି ବୋଲି ମୋତେ ସେ ପ୍ରଶ୍ନ କରିଥିଲେ । ତାଙ୍କ ନିଷ୍ପତ୍ତିଟିକୁ ମଧ୍ୟ ସେଥିସହିତ ମୋତେ ଜଣାଇ ଦେଇଥିଲେ । ତାଙ୍କରି ବାଛିବାଟି ହିଁ ସବୁଠାରୁ ଅଧିକ ଠିକ୍ ଏବଂ ତେଣୁ ମୁଁ ମଧ୍ୟ । ସେହି ଲେଖକଙ୍କୁ ଅବଶ୍ୟ ବାଛିବି ବୋଲି ମୋତେ ପରାମର୍ଶ ଦେଲେ । ମୁଁ ଭାରି ଗୋଟାଏ କେମିତି କେମିତିରେ ପଡ଼ି ଯାଇଥିଲି । ଟେଲିଫୋନ୍‌ଟାକୁ ରଖ ଦେବା ପାଇଁ ପ୍ରବଳ ଇଚ୍ଛା ହେଉଥାଏ । ତେଣୁ, ଟାଉଟାଉ କରି ଜବାବ ଦେଇଦେଲି ଯେ ବହିଗୁଡ଼ିକୁ ମୁଁ ତଥାପି ସଂପୂର୍ଣ୍ଣ ଭାବରେ ପାଠ କରିନାହିଁ ଏବଂ ତେଣୁ କୌଣସି ନିଷ୍ଣତ୍ତି କରିନାହିଁ । ଏହି ଘଟଣାର ତିନି ଚାରିଦିନ ପରେ ପୁଣି ସେହି ବାବୁଙ୍କ ଠାରୁ ଟେଲିଫୋନ୍ । ଆପଣ ନିଷ୍ପତ୍ତି କଲେ କି ? ମୁଁ ଯାହାକୁ ବାଛିଚି, ଆପଣ ମଧ୍ୟ ତାଙ୍କୁ ହିଁ ବାଛିଥିବେ । ନାମାଙ୍କିତମାନଙ୍କ ଭିତରେ ତାଙ୍କର ସମକକ୍ଷ ଆଉ କିଏ ଅଛି ଯେ ଆପଣ ଆଦୌ ଭିନ୍ନ ନିରିଟିଏ କରି ପାରିବେ । ମୁଁ ଖାଲି ଶୁଣି ଯାଉଥାଏ । ସେହି ପୁରୁଣା ଉତ୍ତରଟିକୁ ଦେଇଥିଲି । ନାହିଁ, ସବୁଯାକ ବହିକୁ ମୁଁ ତଥାପି ପଢ଼ି ପାରିନାହିଁ । ମିଛ କହିଲି ବୋଲି ଆଦୌ ଦୁଃଖିତ ହୋଇନଥିଲି । ତା’ର ତିନି ଚାରିଦିନ ପରେ ଆମ କମିଟିବିର ତୃତୀୟ ସଭ୍ୟଙ୍କର ମଧ୍ୟ ଟେଲିଫୋନ୍ ଆସିଲା । ସେହି ପୁରୁଣା ପ୍ରସଙ୍ଗଟି । ଅବଶ୍ୟ ଏତିକି ଅଧିକା ଥିଲା ଯେ, ସେମାନେ ଦୁହେଁଯାକ ପରସ୍ପର ସହିତ ଯୋଗସୁତ୍ର ସ୍ଥାପନ କରି ସେହି ଜଣଙ୍କୁ ହିଁ ଏବର୍ଷର ପୁରସ୍କାରଟା ପ୍ରଦତ୍ତ ହେଉ ବୋଲି ନିଷ୍ପତ୍ତି କରି ସାରିଛନ୍ତି । ତେଣୁ, ମୋତେ ମଧ୍ୟ ସେମାନଙ୍କର ପ୍ରଦାନୁସରଣ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଉଥିବା ପରି ମୁଁ ଅନୁଭବ କରୁଥାଏ । ଉଭୟଙ୍କୁ ମୁଁ ଖୁବ୍ ଭଲ ଭାବରେ ଜାଣିଛି, ନିଜ ନିଜ କ୍ଷେତ୍ରରେ ସେମାନେ ଲେଖକ ରୂପେ ମୋର ଅଭିନନ୍ଦନୀୟ । ହୁଁ ହାଁ ମାରିଦେଇ ଟେଲିଫୋନ୍‌ଟାକୁ ରଖୁଦେଲି । ସତେଅବା କାହାର କବଳରୁ ଯେକୌଣସିମତେ ବଞ୍ଚିଗଲି ବୋଲି ଲାଗୁଥାଏ ।

 

ଏହାର ଆଉ ଗୋଟିଏ ଦିନ ପରେ, ଜଣେ ତୃତୀୟ ବନ୍ଧୁ ଟେଲିଫୋନ୍ କଲେ । ବ୍ୟକ୍ତିଗତ ଖାତାରେ ମୋର ଅତି ଘନିଷ୍ଠ । ଏକାଠି କେତେ କଣ ଗପିଛୁ, ସାହିତ୍ୟନାମକ କୃଷ୍ଣକୁ ମଝିରେ ବସାଇ ଗୋପିକା ହୋଇ କେତେ ଶାବ୍ଦିକ ରାସକ୍ରୀଡ଼ା କରିଛୁ ଏବଂ କରୁଛୁ । ଯୁଗଟା କ୍ରମେ ଅସାହିତ୍ୟିକ ହୋଇଯାଉଛି କାହିକି ବୋଲି କେତେ କେତେ ଖେଦ କରିଛୁ । ତାଙ୍କର ତୋରା ତୋରା ଦେହଟି ଏବଂ ସଂସ୍କୃତିବୋଳା ଚେହେରାଟି ମୋର ଆଖିଆଗରେ ଝଟକି ଯାଉଥାଏ । ସିଏ ବି ପଚାରିଲେ, ଏଥର କିଏ ପୁରସ୍କାର ପାଇବ, ଆପଣ କଣ ସେକଥା ସ୍ଥିର କରି ସାରିଲେଣି-? ଏବଂ ମୋ ଠାରୁ ପ୍ରଶ୍ନଟିର ଉତ୍ତର ପାଇବା ଲାଗି କୌଣସି ଅପେକ୍ଷା ନରଖି ନିଜଆଡ଼ୁ ମାଡ଼ି ବସିଲାପରି ହୋଇ । କହିଲେ, ଶୁଣନ୍ତୁ, ଏଥର ଅମୁକକୁ ଦିଅନ୍ତୁ । ଆପଣ ତ ନିଜେ କେତେ ଥର ତାଙ୍କ ଲେଖାର ବହୁତ ପ୍ରଶଂସା କରିଛନ୍ତି । ମୁଁ ଥଙ୍ଗେଇ ଥଙ୍ଗେଇ ହୋଇ ପଚାରିଲି, ଆଜ୍ଞା, ମୁଁ ଏହି କମିଟିରେ ଏଥର ଅଛି ବୋଲି ଆପଣ କିପରି ଜାଣିଲେ ? ଏସବୁ ପରା ଅତ୍ୟନ୍ତ ଗୋପନୀୟ କରି ରଖାଯାଏ । ବିଚାରକମାନେ ମଧ୍ୟ ପରସ୍ପରକୁ ଜାଣି ନଥାନ୍ତି ଏବଂ ସ୍ଵାଧୀନ ଭାବରେ ମୂଲ୍ୟାୟନ କରନ୍ତି । ସିଏ ମୋ’ ଟିଉସନ ମାଷ୍ଟ୍ରକ ପରି କେତେ ସହଜ ପ୍ରକାରେ ଉତ୍ତର ଦେଇଥିଲେ, ହଁ, କାଗଜରେ ତ ସବୁ ଲେଖାଯାଉଛି, କିନ୍ତୁ କୋଉଟା ଅଜଣା ରହୁଛି ? ତେଣୁ, ମୋ କଥା ମନେ ରଖିବେ, ଅମୁକଙ୍କ ପକ୍ଷରେ ହିଁ ନିଷ୍ପତ୍ତି କରିବେ । ସେପାଖରେ ସିଏ ନିଶ୍ଚୟ ଧର୍ମରାଜ ଯୁଦ୍ଧିଷ୍ଟରଙ୍କ ପରି ଟେଲିଫୋନ ରଖି ଦେଇଥିବେ ।

 

ଯେଉଁଦିନ ଶେଷ ନିଷ୍ପତ୍ତିଟି ନିମନ୍ତେ ଆମେ ଗୋଟିଏ ହୋଟେଲରେ ନିର ଭାବରେ ବସିଲୁ, ସେଦିନ ଜଣେ ବିଚାରକ ସେଠାରେ ଆଗରୁ ହିଁ ଉପସ୍ଥିତ ଥିଲେ, ଆଉଜଣେ ଉପସ୍ଥିତ ରହିପାରିବେ ନାହିଁ ବୋଲି ନିଜର ବକ୍ତବ୍ୟ ଓ ମନ୍ତବ୍ୟକୁ ଲେଖିକରି ପଠାଇଦେଇଥିଲେ । ଯେଉଁ ଆଜ୍ଞା ଜଣକ ଉପସ୍ଥିତ ଥିଲେ, ସିଏ ମଧ୍ୟ ବିଶଦ ଭାବରେ । କ’ଣ ସବୁ ଲେଖା ଆଣିଥିଲେ । ଦୁଇଟିଯାକ ପଠିତ ହେଲା । ଶୁଦ୍ଧ ପ୍ରମାଣିତ ହେଲା ଯେ ଉଭୟେ ଆଗରୁ ଏକମନ ଓ ଏକସଂକଳ୍ପ ହୋଇ ଏହି ଅମୁକ ଜଣକ ହିଁ ପୁରସ୍କାର ପାଆନ୍ତ ବୋଲି ଘୋଷଣା କରିବେ ବୋଲି ପ୍ରସ୍ତୁତ ହୋଇ ଆସିଥିଲେ । ସେମାନଙ୍କର କାମଯାକ ଆଗରୁ ସରିଥିଲା । ସଂସାରରେ ଆମ ମଣିଷମାନଙ୍କର ଯେ ସତକୁ ସତ କେତେ ବୁଦ୍ଧି, ମୁଁ ଏଡ଼େ ତାଟକା ହୋଇ ଭାବିବାରେ ମଗ୍ନ ହୋଇପଡ଼ିଥିଲି ଯେ ମୁଁ ମଧ୍ୟ ବିଚାରକ ହିସାବରେ ସେଠାରେ ମତଟିଏ ଦେବାକୁ ଆସିଛି ବୋଲି ସଂପୂର୍ଣ୍ଣ ଭାବରେ ଭୁଲି ଯାଇଥିଲି । ନିୟମ ଅନୁସାରେ ତିନି ଜଣଙ୍କ ଭିତରୁ ଦୁଇଜଣ ଯଦି ଏକମତ ହେଲେ, ତେବେ ତାହାକୁ ହି ନିଷ୍ପତ୍ତି ରୂପେ ଗ୍ରହଣ କରାଯିବ । ତେଣୁ ଔପଚାରିକ ଭାବରେ କାମଟା ଏତିକିରେ ବଢ଼ିବାରେ ଆଉ କୌଣସି ବାଧା ନଥିଲା । ନବସିନ୍ଦା ନିଷ୍ପଭିଟିକୁ ଲେଖି ସେଥିରେ ଆମମାନଙ୍କର ସ୍ଵାକ୍ଷର ନେଇଥିଲେ । ଆମକୁ ଜଳପାନରେ । ଆପ୍ୟାୟିତ କରାଗଲା ଓ ଆମେ ଦକ୍ଷିଣା ନେଇ ଘରକୁ ଫେରିଲୁ । ଜଗଦୀଶଙ୍କ କୃପାରୁ ସବୁ ଭଲରେ ଭଲରେ ହୋଇଗଲା । ପକ୍ଷୀ-ସଂସାରରେ ଚିଲ ଦ୍ଵିବିଧ ଅଛନ୍ତି । ଶଙ୍ଖଚିଲ ଏବଂ ମାଟିଆଚିଲ । ଶଙ୍ଖଚିଲ ଦେଖିଲେ ଶୁଭ ହୁଏ ବୋଲି ଏକ ଲୋକପବାଦ ରହିଛି । ଯେତେଦୂର ମନେହୁଏ, ଶଙ୍ଖଚିଲ, ସଂଖ୍ୟାରେ କମ୍ ରହିଛନ୍ତି, ମାଟିଆଚିଲ ହିଁ ଅଧିକ ସଂଖ୍ୟକ । ମଣିଷମାନଙ୍କ ସଂଖ୍ୟା କମ୍ ଏବଂ ମାଟିଆଚିଲଙ୍କ ସଂଖ୍ୟା ଅଧିକ କି ? ଚିରକାଳ ଯେଉଁଭଳି ରହିଥିଲା, ଆମର ଏହି ଏତେ ସଚେତନ କାଳଟାରେ ମଧ୍ୟ ଠିକ୍ ସେହିପରି । ଶଙ୍ଖଚିଲମାନେ ସବୁଯାକ ଶାସ୍ତ୍ର ଲେଖିଛନ୍ତି, ମାଟିଆମାନେ ଯାବତୀୟ ଅର୍ଥରେ ଆମର ଏହି ଚଳନ୍ତି ଜଗତଟାରେ ଭଳି ଭଳି କାରପଟଦାର ହୋଇ ଜଗତକୁ ଚଳାଉଛନ୍ତି । ଶଙ୍ଖଚିଲମାନେ ପାରି ହେବା ସକାଶେ ଡଙ୍ଗା ଯୋଗାଇ ଦେଇଛନ୍ତି । ମାଟିଆଚିଲମାନେ ମଙ୍ଗ ଧରିଛନ୍ତି । ଶଙ୍ଖ ଚିଲମାନେ ସମ୍ବିଧାନଗୁଡ଼ିକୁ ଗଢ଼ିଛନ୍ତି, ମାଟିଆଚିଲମାନେ ଶାସନ କରୁଛନ୍ତି । ସାହିତ୍ୟ କହିଲେ ସତକୁ ସତ ପ୍ରାୟ ସର୍ବସମ୍ମତି କ୍ରମେ ଯାହାସବୁକୁ ବୁଝାଇବା କଥା, ସେଗୁଡ଼ିକ ପ୍ରକୃତରେ ଆକାଶର ନା । ଏହି ମାଟିର ? ଶୁଭର ବାରତା ପ୍ରଚାର କରି ଆକାଶମାନଙ୍କୁ ଲକ୍ଷ୍ମୀମନ୍ତ କରି ରଖିଥିବା ଶଙ୍ଖଚିଲମାନେ ହିଁ ସେହି ଦ୍ରବ୍ୟଟିର ଅବଶ୍ୟ ଭିଆଣ କରିବେ । ମାତ୍ର ଆମ ସାମୂହିକ ଜୀବନର ଏହି ଚାଳଗୁଡ଼ାକ ଉପରେ ବସିଥିବା ମାଟିଆଚିଲମାନେ କ’ଣ ପାଇଁ ତାହାକୁ ଆପଣା ଚାତୁର୍ଯ୍ୟଗୁଡ଼ିକର ବାଣ ମାରି ତୁଚ୍ଛା ଆଉ କ’ଣ ସବୁରେ ପରିଣତ କରିଦେଉଛନ୍ତି ? ସେହି ମାଟିଆଚିଲମାନେ ହିଁ ହୁଏତ ଯୁଗେ ଯୁଗେ ସବୁଠାରୁ ଅଧିକ କୁହାଳିଆ ହୋଇ ରହିଛନ୍ତି । ବିଚରା ବହୁ ସାଧୁର୍ଦ୍ଦେଶ୍ୟ ନେଇ ପୃଥିବୀକୁ ଆସିଥିବା ମନୁଷ୍ୟମାନେ ଠିକ୍ ବାସନା ପାଇଥିବା ପରି ଶଙ୍ଖଚିଲକୁ ଦେଖିଲେ ଅବଶ୍ୟ ନମସ୍କାର କରିବେ ବୋଲି ସିନା ନୀତିବାକ୍ୟ ଗୁଡ଼ିକୁ ମୁଖସ୍ଥ କରି ରଖୁଛନ୍ତି, କିନ୍ତୁ ମାଟିଆତିଲମାନଙ୍କୁ ଗୋଇଠାମାରି ପାରୁନାହାନ୍ତି କାହିଁକି ?

 

ସେମାନେ ମାଟିଆଚିଲ ମାନଙ୍କର କାନ ଧରି ଶଙ୍ଖଚିଲ ପାଖରେ ଆଣି ହାଜର କରାଇ ପାରୁନାହାନ୍ତି କାହିଁକି ? ଯଦି ସତକୁ ସତ ସତ୍ୟ ଏବଂ ଶୁଭକୁ ଇଚ୍ଛା କରୁଛନ୍ତି, ସାହିତ୍ୟକୁ ଇଚ୍ଛା କରୁଛନ୍ତି, ତେବେ ମାଟିଆଚିଲଟାର ପଥରୋଧ କରୁନାହାନ୍ତି କାହିଁକି ? ପ୍ରକୃତରେ କେଉଁ ଅଭିଶାପରୁ ଡଙ୍ଗାଟାରେ ଆହୁଲା ମାରିମାରି ନୟାନ୍ତ ହୋଇଗଲେଣି ଏବଂ ତେଣେ ମଙ୍ଗଟାକୁ ମାଟିଆଚିଲ ହାତରେ ଛାଡ଼ି ଦେଇଛନ୍ତି ? ଯେତେକ ଭଲ ଭଲ ବକୃତା ପାଟିଆଚିଲମାନେ ଦେଉଛନ୍ତି, ଭଲ ଠାବରେ ସେହିମାନେ ହିଁ ବସିଛନ୍ତି, ସେଇମାନେ ହିଁ ବେଶି ଦରମା ପାଉଛନ୍ତି, ସେହିମାନଙ୍କର ଥାଳୀରେ ହିଁ ପ୍ରାୟ ସବୁଯାକ ଭୋଗ ଚଢ଼ା ହେଉଛି । ବ୍ରାହ୍ମଣମାନେ ବି ହୋମ କରିବେ ବୋଲି ସବାଆଗ ସେହିମାନଙ୍କ ଘରକୁ ଯାଉଛନ୍ତି,–ଅଥଚ ଶଙ୍ଖଚିଲମାନେ କୁଆଡ଼େ ପଳାଇଛନ୍ତି କେଜାଣି ? ସ୍ଵାଧୀନ ଭାରତବର୍ଷର ଇତିହାସଟା ମୁଖ୍ୟତଃ ଏହି ମାଟିଆଚିଲ ମାନଙ୍କର ସବୁକିଛି ମାଡ଼ି ବସିରହିଥିବାର ଏକ ନିତାନ୍ତ ଅଶୁଭ ତଥା ଦୁଃଖଦାୟକ ଇତିହାସ ହୋଇ ରହିଛି । ଅରୀତିମାନେ କ’ଣ ଜାତକରେ ଲେଖା ହୋଇ ରହିଥାଆନ୍ତି, ରାତି ପାହିଯାଉ ବୋଲି ଆମେ ଇଚ୍ଛା କରୁଥିଲେ ମଧ୍ୟ କ’ଣ ରାତିଟା ତଥାପି ପାହେନାହିଁ ?

Image

 

ସ୍ଵାଭିମାନ ଓ ଛତୁଚାଷ

 

ସତ୍ୟଭାମାପୁର ଉତ୍କଳର ଗୌରବ ଶ୍ରୀ ମଧୁସୁଦନ ଦାସଙ୍କ ଗାଆଁ । ଉତ୍କଳ ବା ଓଡ଼ିଶା ନାମକ ଏହି ଭୂମିକୁ ଅତ୍ୟନ୍ତ ସଚେତନ ଭାବରେ ନିଜର ଭୂମି ବୋଲି ଅନୁଭବ କରୁଥିବା ଅମ ପ୍ରତ୍ୟେକଙ୍କ ନିମନ୍ତେ ସ୍ଵତନ୍ତ୍ର ଭାବରେ ମନେ ରଖିବାର ଗୋଟିଏ ଗାଆଁ । ଶ୍ରୀଯୁକ୍ତ ମଧୁସୂଦନ ଏହି ଭୂମିଟି ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିଥିଲେ । ତାଙ୍କରି ଗାଆଁ ହେଉଛି ଏହି ସତ୍ୟଭାମାପୁର-। ଅଙ୍ଗୀକାରବଦ୍ଧ ପ୍ରତ୍ୟେକ ମଣିଷକୁ, ସିଏ ଓଡ଼ିଶାର ହୋଇଥାଉ ଅଥବା ଆଉ ଯେକୌଣସି ଭୁଇଁର ହୋଇଥାଉ ପଛକେ, ଉତ୍କଳ ଗୌରବ ସବୁଦିନେ ଅବଶ୍ୟ ପ୍ରେରଣା ଦେଉଥିବେ । ତାଙ୍କ ପରିବାରର ସେକାଳର ଘରସବୁ ଏବେ ମଧ୍ୟ ରହିଛନ୍ତି । ଭାରତବର୍ଷ ସ୍ଵାଧୀନ ହେବାପରେ ସେଠାରେ ଗୋଟିଏ ସେବାକେନ୍ଦ୍ର ଚାଲିଛି । ଆବଶ୍ୟକତା ଅନୁସାରେ ସେଠାରେ ଘରଗୁଡ଼ିକର ସଂଖ୍ୟା ଅଧିକ ହୋଇଛି । ମାତ୍ର ମଙ୍ଗଳ କେନ୍ଦ୍ରଟିଏ ଅଛି, ଝିଅମାନଙ୍କର ଏକ ଛାତ୍ରାବାସ ରହିଛି, ସମସ୍ତ 'ପ୍ରତିବେଶଟିର ଚିକିତ୍ସା ପାଇଁ କିଛି ସତକୁ ସତ କାମରେ ଆସିବାକୁ ଡାକ୍ତର ଅଛନ୍ତି । ସଂଗ୍ରାମୀମାନେ ଗୋଟିଏ ପରାଧୀନ ଦେଶକୁ ସ୍ୱାଧୀନ କଲେ ଏବଂ ତା'ପରେ ଦେଶବାସୀ ଯେପରି ପୂର୍ଣ୍ଣ ସମର୍ଥତା ସହିତ ଏହି ଦେଶଟିକୁ ଏକ ଉନ୍ନତତର ଅନ୍ୟ ନିଚ୍ଛା ଅନୁସାରେ ଆଗେଇ ନେଇ ଯାଇପାରିବେ, ସେଥିଲାଗି ନିର୍ମାଣର ନାନା କ୍ଷେତ୍ର ଅପେକ୍ଷା କରି ରହିଥିଲେ । ସରକାରଙ୍କର କାଗଜପତ୍ରରେ ତ ଅବଶ୍ୟ କେତେ କ’ଣ ଭାଳେଣି ପଡ଼ିଲା, ଯୋଜନା ଆରମ୍ଭ ହେଲା ଓ ପଇସା ମଧ୍ୟ ଖରଚ ହେଲା । ତଥାପି ଅଙ୍ଗୀକାରବଦ୍ଧ ଅନ୍ୟମାନଙ୍କର ମଧ୍ୟ ଏକାଧିକ ଭୂମିକା ରହିଥିଲା । ସବୁ ଦେଶରେ ସବୁ କାଳରେ ହୃଦୟ ଥିବା, ଆଖି ଥିବା ଏବଂ ସତକୁ ସତ ଅଙ୍ଗୀକାରବଦ୍ଧ ହୋଇ କିଛି କରିବାର ସମ୍ମତି ରହିଥିବା ମଣିଷମାନେ ତଥାକଥିତ କୌଣସି ସରକାର ଠାରୁ ଅଧିକ କାର୍ଯ୍ୟ କରନ୍ତି, ସେମାନେ ଅଧିକ କାମରେ ଲାଗନ୍ତି । ପ୍ରାୟ ସେହି ନ୍ୟାୟରେ ସତ୍ୟଭାମାପୁରରେ ସେବାକେନ୍ଦ୍ରଟିଏ ଆରମ୍ଭ ହୋଇଥିଲା । ଗତ ମହାବାତ୍ୟାରେ ଯେତେବେଳେ ସେଠାରେ ଥିବା ଅଧିକାଂଶ ପୁରୁଣା ଘର ଜଖମ ହୋଇଗଲା ଅଥବା ଭାଙ୍ଗି ପଡ଼ିଲା, କାନାଡ଼ା ଦେଶର ଏକ ବନ୍ଧୁସଂସ୍ଥା ତରଫରୁ କିଛି ଅର୍ଥରାଶି ଯୋଗାଇ ଦିଆଯିବାରୁ ଆଗକୁ ତଥାପି କାମ ଚଳିବା ଭଳି କିଛି ନୂଆ ଘର ତିଆରିକରି ଦିଆହେଲା କିନ୍ତୁ, ଭାରତବର୍ଷରେ ଏହି ଆବଶ୍ୟକତାଗୁଡ଼ିକର ଅଣ୍ଟି ସବୁକାଳେ ଏଡ଼େ ବଡ଼ ଯେ ତୁମେ ଯେତେ ଯେଉଁଆଡ଼ୁ ସରଞ୍ଜାମ ଯୋଗାଡ଼ କରି ଆଣିଲେ ମଧ୍ୟ ତଥାପି ଅସୁରଟା ଆଁ କରି ରହିଥିବ । ସତ୍ୟଭାମାପୁରର ବନ୍ଧୁମାନଙ୍କ ପଛରେ ଔପଚାରିକ କିଛି ସହାୟବଳ ଅବଶ୍ୟ ରହିଥିଲା ସତ, ତଥାପି ସେମାନେ ହୁଏତ ନିଜେ କିଛି ଅର୍ଥକରୀ ଉତ୍ପାଦନ ହାତକୁ ନେଇ କିଛି ରୋଜଗାର କରିପାରିବେ ବୋଲି ଚିନ୍ତା କଲେ । ଏକାଠି ବିଚାର କରି ସେହିଭଳି କେତୋଟି କାର୍ଯ୍ୟ ହାତକୁ ନେଲେ । ସେମାନେ ଛତୁ ଚାଷ କରିବେ ବୋଲି ସ୍ଥିର କଲେ । ସେହି କାର୍ଯ୍ୟଟିକୁ ଆରମ୍ଭ କଲେ । ଆଗେ ଆମର ଏଠାମାନଙ୍କରେ ଛତୁ ଚାଷ ହେଉ ନଥିଲା । ଗୋଟିଏ ନିର୍ଦ୍ଦିଷ୍ଟ ଋତୁରେ ପଡ଼ିଆରେ ପାଳଗଦାରେ ଓ ଉଈହୁଙ୍କାରେ ଛତୁ ହେଉଥିଲା ଏବଂ ଗାଆଁ ଲୋକେ ସେହି ଛତୁ ଘରକୁ ତୋଳି ଆଣୁଥିଲେ । ଛତୁ ବିକ୍ରି ହେଉ ନଥିଲା-। ଛତୁ ସହରକୁ ଆସି ନଥିଲା । ଏବେ ବୈଜ୍ଞାନିକ କୌଶଳରେ ନିଜ ଘରେ ସବୁ ଭଳି ପାଗରେ ଛତୁ ପଳାଇ ହେଉଛି ଏବଂ ତେଣୁ ଦୋକାନ ମାନଙ୍କରେ ବିକ୍ରି ବି ହେଲାଣି । ଏହିପରି ଭାବରେ କିଛି ପରିପୂରକ ଅର୍ଥ ଉପାର୍ଜନ ବି ସମ୍ଭବ ହେଲାଣି । ସତ୍ୟଭାମାପୁରର ସେବାକେନ୍ଦ୍ରର ବନ୍ଧୁମାନେ ଏହି ସବୁକଥା ଅନ୍ଦାଜକୁ ନେଇ ନିଶ୍ଚୟ ଛତୁଚାଷ ଆରମ୍ଭ କରିବେ ।

 

କେନ୍ଦ୍ରରେ ଛାତ୍ରୀନିବାସଟିଏ ମଧ୍ୟ ରହିଛି । ସହଜରେ ଅନୁମାନ କରି ହେଉଛି ଯେ, ଛାତ୍ରୀନିବାସର ଛାତ୍ରୀମାନେ ସମ୍ଭବତଃ ଫୁରସତ ଅନୁସାରେ ସେହି କାର୍ଯ୍ୟଟିର ଦାୟିତ୍ଵଟିକୁ ବହନ କରିବେ । ଏହାଦ୍ଵାରା ସେମାନେ ସହଜ କୌଶଳଟିକୁ ଶିକ୍ଷା କରି କେବଳ ଯେ କେନ୍ଦ୍ରଟିର ଉପାର୍ଜନରେ କିଛି ସାହାଯ୍ୟ କରିଥିବେ ତା’ ନୁହେଁ, କୌଶଳଟି ସେମାନଙ୍କର ମାଧ୍ୟମରେ ଆହୁରି ଏକାଧିକ ପରିବାରକୁ ଏବଂ ଏକାଧିକ ଗ୍ରାମକୁ ସଂକ୍ରମିତ ବି ହୋଇ ଯାଇଥିବ । ପାଠ ପଢ଼ିବା ସହିତ ପିଲାମାନେ ଉପାର୍ଜନସମର୍ଥ କୌଣସି ଶ୍ରମକୌଶଳ ସହିତ ଅବଶ୍ୟ ସଂପୃକ୍ତ ହୋଇ ରହିବେ ବୋଲି ଏବେ ଶିକ୍ଷାର ବିଚାରକ୍ଷେତ୍ରରେ ଯେଉଁ କଥାଟି ଅଧିକରୁ ଅଧିକ ଗ୍ରହଣୀୟ ବୋଲି ସ୍ଵୀକାର କରାଗଲାଣି ଏବଂ ମହାତ୍ମା ଗାନ୍ଧୀ ନିଜର ଶିକ୍ଷା ଯୋଜନାରେ ଧନ୍ଦାର ମାଧ୍ୟମରେ ଶିକ୍ଷା ବୋଲି ଯେଉଁ କଥାଟି ଉପରେ ବହୁତ ମହତ୍ତ୍ଵ ଦେଇଥିଲେ, ସେଇ କଥାଗୁଡ଼ିକୁ ସେମାନେ ହୁଏତ ବୁଝିଥିଲେ । ସତ୍ୟଭାମାପୁରର ଛତୁଚାଷ ଯୋଜନାଟି ବିଷୟରେ ଶୁଣି ଜଣେ ବ୍ୟକ୍ତି ଅବଶ୍ୟ ଖୁସି ହେବ, ସେଥିରେ କୌଣସି ସନ୍ଦେହ ନାହିଁ । ତଥାପି, ସେଦିନ ଗୋଟିଏ ସମ୍ବାଦପତ୍ରରେ ତାହାରି ବିଷୟରେ ମନ୍ତବ୍ୟଟିଏ ଦେଖି ଭାରି ହେରେଷା ଲାଗିଲା । ପତ୍ରପ୍ରେରକ ଲେଖୁଛନ୍ତି ଯେ, ସତ୍ୟଭାମାପୁର ସହିତ ଉତ୍କଳ ଗୌରବଙ୍କର ନାମଟି ଜଡ଼ିତ ହୋଇ ରହିଛି ଯେତେବେଳେ, ସେଠା ସେବାକେନ୍ଦ୍ରରେ ଛତୁଚାଷ କରାଯିବା ଦ୍ଵାରା ଓଡ଼ିଆର ସ୍ଵାଭିମାନ ଉପରେ ପ୍ରକୃତରେ ଏକ ଆଘାତ ହଁ ଲାଗୁଛି । ବାବୁ ଜଣକ ସମ୍ଭବତଃ ଛତୁଚାଷକୁ ଏକ ଛାର ନିମ୍ନସ୍ତରର କଥା ବୋଲି ଭାବିଛନ୍ତି ଏବଂ ଦୁଃଖ କରିଛନ୍ତି ଯେ, ମଧୁସୂଦନଙ୍କର ସେକାଳର ପାରିବାରିକ ଘର ଗୁଡ଼ିକରେ ଛତୁଚାଷ ହୋଇ ସେଗୁଡ଼ିକର ସମ୍ମାନକୁ କ୍ଷୁର୍ଣ୍ଣ ହିଁ କରାଯାଉଛି । ସନ୍ତାନ୍ତମାନେ ହିଁ ଓଡ଼ିଶାରେ ଏହି ସ୍ଵାଭିମାନ ନାମକ କଥାଟିକୁ ଆରମ୍ଭ କରିଛନ୍ତି ଏବଂ ସେମାନଙ୍କର ମନକୁ କେଉଁସବୁ କଥା ଭଲ ନ ଲାଗିଲେ ସେମାନେ ତତ୍‌କ୍ଷଣାତ୍ ରୁଷି ଯାଉଛନ୍ତି, ତତ୍‌କ୍ଷଣାତ୍ ଅଭିମାନରେ ଲୋସଡ଼ି ପଡୁଛନ୍ତି ଏବଂ ଆପତ୍ତି କରି ଉଠୁଛନ୍ତି । ଏହି ସାମନ୍ତମାନଙ୍କୁ ବୁଝାଇ ଭୁଲାଇ ଥଣ୍ଡାକରି ରଖିବା ସକାଶେ କ’ଣ ସତକୁ ସତ ଛତୁ ତରକାରୀ ରାନ୍ଧି ସେମାନଙ୍କୁ ଥରେ ଭୁଞ୍ଜାଇବାକୁ ହିଁ ପଡ଼ିବ ?

 

ସାମାଜିକ ଓ ଅର୍ଥଗତ ସମ୍ପନ୍ନତାର କ୍ଷେତ୍ରରେ କରାଯାଉଥିବା ତୁଳନାତ୍ମକ ନିର୍ଦ୍ଧାରଣ ଗୁଡ଼ିକରେ ଓଡ଼ିଶା ଭାରତବର୍ଷର ଅନ୍ୟ ରାଜ୍ୟଗୁଡ଼ିକ ଭିତରେ ଏକାବେଳକେ କୋଉ ତଳେ ଯାଇ ରହିଛି । ମୁଣ୍ଡ ପିଛା ଆୟ, ପିଲାମାନଙ୍କର ଶିକ୍ଷା, ଶିଶୁମୃତ୍ୟୁ, ନିରକ୍ଷରତା, ଅନାହାର, କର୍ମସଂସ୍ଥାନ,–ଆପଣ ଯେକୌଣସି ଦୃଷ୍ଟିରୁ ହେଉ ପଛକେ ଓଡ଼ିଶାକୁ ଖୋଜିଲେ, ନିଶ୍ଚୟ ଏକାବେଳକେ ସବାତଳ ଖନ୍ଦା ଗୁଡ଼ିକରେ ହିଁ ଭେଟିପାରିବେ । ଦାରିଦ୍ର୍ୟ ବଢ଼ିବାରେ ଲାଗିଛି, ମଣିଷ ପଣିଷ ଭିତରେ ଦୂରତା ବିଜୁଛି । ଶାସନରେ ଉଦାସୀନତାଟା ହିଁ ସର୍ବବ୍ୟାପୀ ହୋଇଛି,–ଏବଂ ଯେ କୌଣସି ମାପକାଠି ପକାଇ ଦେଖୁଲେ ଆପଣ ବହୁତ ସହଜରେ ଜାଣିପାରିବେ ଯେ, ଏହି ସ୍ଵାଭିମାନୀ ମାନଙ୍କର ପ୍ରାୟ ଏକ ବିଶେଷ ଧୂର୍ତ୍ତତା ହେତୁ ହିଁ ଓଡ଼ିଶାରେ ନିତାନ୍ତ ମନୁଷ୍ୟକୃତ ଦୁର୍ଗତିଗୁଡ଼ିକ ଏଠି ସାର୍ବଜନୀନ ନିୟତିଗୁଡ଼ିକୁ ବଡ଼ ଅସଜ ଭାବରେ ମାଡ଼ି ବସିଛି । ଅତ୍ୟନ୍ତ ସଙ୍ଗତି ସହିତ ଏପରି କଥାଟିଏବି କୁହାଯାଇ ପାରିବ ଯେ, ସ୍ଵାଭିମାନର ଖଳାରେ ଓଡ଼ିଶା ସର୍ବୋଚ୍ଚ ସ୍ଥାନରେ ରହିଛି ଓ ତେଣୁ ଓଡ଼ିଶାର ପେଟ ପୂରୁନାହିଁ । ଅଧେ ପିଲାଙ୍କ ନିମନ୍ତେ ଯାବତୀୟ ଉଦୟସମ୍ଭାବନା ସୁଦୂରପରାହତ ହୋଇ ରହିଛି । ମନ୍ଦିର ମାଳ ମାଳ ରହିଛି ଓ ସେଥିରେ ସ୍ଵାଭିମାନୀମାନେ ଠାକୁର ହୋଇ ବସିଛନ୍ତି, ଏବଂ ଦାଣ୍ଡରେ ଲକ୍ଷ ଲକ୍ଷ ଅନ୍ୟମାନେ ଭିକାରୀ ହୋଇ ଅନୁଗ୍ରହର କଣାଏ ଖୁଦ ପାଇବେ ବୋଲି ଅନାଇ ରହିଛନ୍ତି । ଓଡ଼ିଶାକୁ କ’ଣ ଆମେ ଏବେ ମଧ୍ୟ ଏପରି ଏକ ଗଡ଼ଜାତ ବୋଲି କଳ୍ପନା କରିପାରିବା, ଯେଉଁଠାରେ କି ସମ୍ମିଳନୀର ମଞ୍ଚଟା ଉପରେ କେବଳ ରାଜାମାନେ ହିଁ ଆସୀନ ରହିଛନ୍ତି, ଅଥଚ ତେଣେ ପ୍ରଜାମାନେ ଚିରଦିନ ଯେଉଁପରି ସେହିପରି ହୋଇ ରହିବେ ବୋଲି ଲେଖାପଢ଼ା ହୋଇସାରିଛି ? ହୁଏତ ପ୍ରତ୍ୟେକ ମଣିଷର ମଣିଷସୁଲଭ ଗୋଟିଏ ସର୍ବନିମ୍ନ ବୁଦ୍ଧିଯୁକ୍ତ ଲାଜରହିଛି, ଯାହାକୁ ବଂଚି ପାରୁଥିଲେ ସିଏ ସବା ଆଗ ଚତୁର୍ଦ୍ଦିଗର ମଣିଷମାନଙ୍କୁ ଲୋଡ଼େ,–ଏବଂ ସେହି ଲାଜଟି ସତକୁ ସତ ସକ୍ରିୟ ତଥା ଲକ୍ଷଣଯୁକ୍ତ ହୋଇ ରହିନଥିଲେ । ଜଣେ ମଣିଷ ଆପଣାକୁ ସ୍ଵାଭିମାନୀ ହେବାକୁ ମନ କରେ,–ଆଲୋକକୁ ଭାରି ଭୟ କରିବାରେ ଲାଗିଥାଏ ।

 

ମଧୁବାବୁ ସ୍ଵାଭିମାନୀ ନଥିଲେ, କାରଣ ତାଙ୍କ ଭିତରର ଅସଲ ସ୍ଵାଭିମାନଗୁଡ଼ିକ ହିଁ ତାଙ୍କୁ ଏକ ଅନ୍ୟପ୍ରକାରେ ପ୍ରଜ୍ଞାଯୁକ୍ତ କରି ରଖୁଥିଲା ଓ ସିଏ କେଡ଼େ ସହଜରେ ଆମର ଏହି ସମଗ୍ର ଭୁମିଟିକୁ ଓହ୍ଲାଇ ଆସିପାରିଲେ । ବିଚରା ସ୍ଵାଭିମାନୀମାନେ ତାଙ୍କୁ ହୁଏତ କଣେଇ କରି ନଚାଇ ପାରିବେ ସିନା, ତାଙ୍କର ମୋଟେ ଯୋଗ୍ୟ ହୋଇପାରିବେ ନାହିଁ । ପୂଜ୍ୟମାନଙ୍କୁ ଆମେ ଏହିପରି ଭାବରେ ମୁଖ୍ୟତଃ ନଚାଇବାରେ ଲାଗିଛୁ ସିନା, କିନ୍ତୁ ସେମାନେ ନିଜ କ୍ଷେତ୍ରରେ ଏବଂ ନିଜ ସମୟରେ ଏହି ଭୂମିଟି ନିମନ୍ତେ ଯାହାସବୁ ଉଦ୍ୟମ କରି ଯାଇଛନ୍ତି ଏବଂ ଯେଉଁ ସ୍ଵପ୍ନଗୁଡ଼ିକୁ ଦେଖୁଛନ୍ତି, ତାହାର ଅର୍ଥଗୁଡ଼ିକୁ ଆମେ କେତେ ଅଳପ ହିଁ ବୁଝୁଛୁ । ଆମେ ଏହି ଭୂମିକୁ ଆମ ମତଲବରେ ଆମର ବୋଲି କହି ସେଥିରୁ କେତେ ଫାଇଦା ନ ଉଠାଉଛୁ ! ଏବଂ, ଏହି ସମଗ୍ର ଭୂମିଟିର କଲ୍ୟାଣ ନିମନ୍ତେ ଯେଉଁ ସବୁ ପରିବର୍ତ୍ତନ ସବା ଆଗ ଲୋଡ଼ା ହୋଇଥାନ୍ତା, ଆମେ ସେହି ପରିବର୍ତ୍ତନଗୁଡିକୁ ସମ୍ଭବତଃ ଅତ୍ୟନ୍ତ ଧୂର୍ତ୍ତ ଭାବରେ ଅଟକାଇ ରଖୁନାହଁ ତ ? ସଭାରେ, କ୍ଷମତାରେ ଓ ଚଉକୀମାନଙ୍କ ଉପରେ କେବଳ ନିଜର ସଫଳତାକାମୀ । ପ୍ରଚଣ୍ଡତା ଗୁଡ଼ାକ ସହିତ ରତିମତ୍ତର ହୋଇ ରହି ଆମେ ଉପସ୍ଥିତ ସମୟଟାକୁ କେବଳ ଧୋକା ଦେବାରେ ଲାଗିନାହୁଁତ ? ଆମର ବିଦ୍ୟା, ଆମର ବୁଦ୍ଧି ଏବଂ ଆମର ଧନିକପଣଗୁଡ଼ିକ ଏହି ସମୟଟାକୁ ତୁଚ୍ଛା ଅଲକ୍ଷଣ କରି ରଖିବାରେ ହିଁ ସହାୟତା କରୁନାହାନ୍ତି ତ ? ତେଣୁ, ପ୍ରକୃତ ସାଧୁତା ହେଉଛି ଯେ, ଆମେ ପରସ୍ପର ସହିତ ଅଧିକରୁ ଅଧିକ ଏକାଠି ବସିବା, ସ୍ଵାଭିମାନ ଛାଡ଼ି କଥାବାର୍ତ୍ତା ହେବା ଏବଂ ଏହି ଭୂମିର ସବୁ ମଣିଷଙ୍କୁ ସମ୍ମୁଖରେ ରଖୁ ସମାଧାନଗୁଡ଼ିକୁ ଠାବ କରିବା । ପରସ୍ପରକୁ ସମ୍ମାନ ଦେବା, ମୋତେ ଭାଗ୍ୟଦେବୀ ଅର୍ଥାତ୍ କ୍ଷମତାଦେବୀ ସାମୟିକ ଭାବରେ ଅଧିକ ପ୍ରସନ୍ନ ହୋଇଛନ୍ତି ବୋଲି ଅନ୍ୟମାନଙ୍କୁ ମୋଟେ ଗିଳି ପକାଇବାକୁ ମନ କରିବା ନାହିଁ । ଏହି ଭୂମିରେ ଭୂମିର ସମସ୍ତଙ୍କୁ ଭାଗ ଦେବା, ସ୍ଵୀକୃତି ଦେବା, ମିଛ ଉଦାରତାଗୁଡ଼ାକୁ ଦେଖାଇ ମୋଟେ ପାଷଣ୍ଡ ହେବାନାହିଁ ।

 

ମଧୁବାବୁଙ୍କ କଳ୍ପିତ ସୁଖୀ ଓଡ଼ିଶାରେ କେବଳ କର୍ମଠମାନଙ୍କ ନିମନ୍ତେ ହିଁ ଥାନ ରହିଥିଲା । କର୍ମକୋଢ଼ି ଚାଲାଖମାନଙ୍କ ଲାଗି ଆଦୌ ନୁହେଁ । କେବଳ କୃଷକ-ଘରର ପିଲାମାନେ ହିଁ କୃଷିବିଜ୍ଞାନ ପଢ଼ିବେ,ତାଙ୍କ ସମୟରେ ତମାମ ଭାରତବର୍ଷରେ ହୁଏତ ଦ୍ଵିତୀୟ ଆଉଜଣେ ସେକଥା କେବେହେଲେ ଚିନ୍ତା ହିଁ କରିନଥିବେ । ଏବେ ତ ଓଡ଼ିଶାରେ ଉଚ୍ଚ ଉଚ୍ଚ କୋଠାଘର ମାନଙ୍କରେ କୃଷିବିଜ୍ଞାନ ପଢ଼ାଯାଉଛି ଏବଂ ସେଠାରେ କୃଷକ ହେବା ନିମନ୍ତେ ଜଣେ ହେଲେ ପାଠ ପଢ଼ିବାକୁ ଆସିନାହାନ୍ତି । ସରକାରୀ କୃଷିବିଭାଗରେ ଭଳି ଭଳି ସାଆନ୍ତ ହୋଇ ପଇସା କମାଇବାକୁ ହିଁ ସେଠାରେ ତାଲିମ ଦିଆଯାଉଛି । ଓଡ଼ିଶାରେ ଅଣକୃଷକମାନଙ୍କ ହାତରେ ପ୍ରାୟ ସବୁ ଜମି ରହିବ ଏବଂ ଭୂମିହୀନ । ଉପାୟହୀନମାନେ ହିଁ ସେହି ଜମିରେ ମୂଲ ଖଟିବେ, ଉତ୍କଳଗୌରବ ଆମର ଏହି ଫିସାଦଟାକୁ କଦାପି ସହିପାରି ନଥାନ୍ତେ । ତେଣୁ, ହେ ସ୍ଵାଭିମାନୀମାନେ, ଅପେକ୍ଷା କର,–ସାଧୁମାନେ ହିଁ ସବାଆଗ ଆସ, ଶ୍ରଦ୍ଧାଶୀଳମାନେ ହିଁ ଆସ, ଭୂମିଟି ସହିତ ସତକୁ ସତ ଚେରଟିଏ ଲାଗିଥିବା ସନ୍ତାନମାନେ ହିଁ ଆସ। ନେତାମାନେ ଘଡ଼ିଏ ଚୁପ୍ ରହନ୍ତୁ । ସନ୍ତାନଟିଏ ହେବାକୁ ଚେଷ୍ଟା କରନ୍ତୁ । ମଧୁବାବୁ ନିଶ୍ଚୟ ପ୍ରତ୍ୟକ୍ଷ ହୋଇ ଆସିବେ ।

Image

 

ଦୁଃଖୀ ଦେଶର ନରେଶ

 

ପୃଥିବୀରେ ସୁଖୀ ଦେଶ କେତୋଟି ଅଛନ୍ତି, ସେକଥା ମୋଟେ ହିସାବ ପକାଇ କୁହାଯାଇ ପାରିବ ନାହିଁ । ଆଦୌ ସୁଖୀ ଦେଶ କେହି ଅଛନ୍ତି କି ନାହିଁ, ଟିକିଏ ଥିର ହୋଇ ତାହାର ଉତ୍ତରଟିଏ ଖୋଜିଲେ ସମ୍ଭବତଃ ମୋଟେ ଟାଉ ଟାଉ ଉତ୍ତରଟାଏ । ଦେବା ନିମନ୍ତେ ଭାରି କୁଣ୍ଠିତ ଲାଗିବ । ମାତ୍ର ଦୁଃଖୀ ଦେଶ ସତକୁ ସତ ବହୁତ ଅଛନ୍ତି । ଏବଂ, ଦୁଃଖୀ ଦେଶଗୁଡ଼ିକର ନରେଶମାନେ ହିଁ ପ୍ରକୃତରେ ନିତାନ୍ତ ବିଶେଷ ଭାବରେ ବଡ଼ ଦେଖାଯାଆନ୍ତି, ନବାବଙ୍କ ଭଳି ଯାଆଆସ ହୁଅନ୍ତି । ଦରିଦ୍ର ଓଡ଼ିଶା ନିଜ ଠାକୁରଟାକୁ ଜଗତର ନାଥ ବୋଲି ଡିଣ୍ଡିମ ପିଟି ଯେମିତି କାଳରେ ଓ ଅକାଳରେ ନିଜକୁ ଅନ୍ୟମାନଙ୍କ ତୁଳନାରେ ଏଡ଼େ ବଡ଼ ବୋଲି ଅନୁଭବ କରିବା ଲାଗି ସରାଗ ଦେଖାଏ, ଇଏ କ’ଣ ପ୍ରାୟ ସେହିପରି କଥାଟିଏ କି ? ଦୁଃଖୀ ଦେଶମାନଙ୍କରେ ସମସ୍ତେ ନହେଲେ ନହେଲା ପଛକେ, ଅତ୍ୟ ଅପେକ୍ଷାକୃତ କିଛି ଆଖିଶିଆ ସଂଖ୍ୟାର ମଣିଷ ମଣିଷ ପରି ବଂଚି ପାରିବାର ପରିବେଶ ସିନା ସମ୍ଭବ ହୋଇପାରିନଥାଏ, କିନ୍ତୁ ନରେଶ ସର୍ବଦା ସତେବା ବଡ଼ସିଂହାର ବେଶ ହୋଇ ପାରିଧ କରି ବୁଲୁଥାଆନ୍ତି । ଠାକୁରଙ୍କ ପରି ଗସ୍ତ କରନ୍ତି, ଠାକୁରଙ୍କ ପରି ବିଜେ ହୁଅନ୍ତି ଏବଂ ଠାକୁରଙ୍କ ପରି ଅଭ୍ୟର୍ଥନା ପାଇ ବୁଲୁଥାନ୍ତି । ତାଙ୍କୁ ଦେଖୁଲେ ଏହି ଦେଶଟା ବସ୍ତୁତଃ ଛିନ୍ ଛତ୍ର ହୋଇପଡ଼ିଛି ବୋଲି ଅନ୍ତତଃ ଦଣ୍ଡକ ଲାଗି ଭୁଲି ହୋଇଯାଏ କି ? ପୃଥିବୀରେ ଯେଉଁ ସବୁ ଦେଶରେ ନରମାନେ ବେଶି ବଂଚିତ, ବେଶି ଅପାକଳ ଏବଂ ବେଶି ବେଶି ଅସମର୍ଥ, ସେହିସବୁ ଦେଶରେ ପ୍ରାୟ କୌଣସି ଏକ ନିୟମ ମାନିଲା ଭଳି ନରେଶମାନେ ଅଧିକ ଚହଳ ଓ ଗହଳ ଲଗାଇ ଦାଣ୍ଡ ପରିକ୍ରମା କରିବାରେ ଲାଗିଥାନ୍ତି । ସକଳ ସକାଳର ବୈରୀସ୍ଵରୂପ ହୋଇ ରହିଥିବା ରାତିଗୁଡ଼ାକ ସେତେବେଳେ ନିଶ୍ଚୟ ଭାରି ଭଲ୍ଲାସ ଅନୁଭବ କରୁଥିବେ । କାଳ ସେହି ପୁରୁଣା ଶଗଡ଼ଟା ପରି ଗଡ଼ି ଗଡ଼ି ଚାଲି ଯାଉଥିବ । ଏବଂ, ମଣିଷ ଭିତରେ ଶକ୍ତିମାନ ହୋଇ ଭଗବାନ ବୋଲି ଯଦି ସତକୁ ସତ କେହି ରହିଥିବେ, ତେବେ ସିଏ ଭାରି ହାହାକାର କରି ଉଠୁଥିବେ । କୋଟି କୋଟି ସଂଖ୍ୟାରେ ରହିଥିଲେ ମଧ୍ୟ ଏହି ମଣିଷମାନେ କାହିଁକି ତଥାପି ଏହି ତୁଚ୍ଛା ଆଡ଼ମ୍ବର ଗୁଡ଼ାକୁ ସହ୍ୟ କରୁଛନ୍ତି, ସେଥିଲାଗି ଖୁବ୍ କ୍ରୋଧ କରୁଥିବେ ।

 

ସେଦିନ ନରେଶ ଆମ ରାଜ୍ୟକୁ ଆସିଥିଲେ । ଆମ ରାଜ୍ୟକୁ ଗାଦୀରେ ଆରୂଢ଼ ହେବା ପରେ ତାଙ୍କର ଏଇଟି ପହିଲି ବିଜେ ବୋଲି ଆଗରୁ ଖବରକାଗଜ ମାନଙ୍କରେ ବିଜ୍ଞାପିତ ହୋଇ ସାରିଥିଲା । ତେଣୁ ସ୍ଥାନୀୟ ସରକାରୀ ବରକନ୍ଦାଜ ମହଲଟା ସେଥିସକାଶେ ବିଶେଷ ଭାବରେ ନିଜକୁ ଜାଗତିକ ଏବଂ ସତର୍କ କରି ରଖିଥିଲା । ଏଠାରେ ଦିନେ ବା 'ଦେଢ଼ଦିନ ରହଣି ସମୟରେ ସିଏ କେଉଁସବୁ ଥାନକୁ ପରିଦର୍ଶନ କରିବାକୁ ଯିବେ, କୋଉ କୋଉ ପ୍ରଖ୍ୟାତ ବାମନମୂର୍ତ୍ତମାନଙ୍କୁ ଭେଟିବେ, କେଉଁସବୁ ନୂତନ ଗୃହ ଅଥବା ନୂତନ ସଂସ୍ଥାଗୁଡ଼ିକର ଉଦ୍‌ଘାଟନ କରିବେ, ଏହିସବୁ ଯାବତୀୟ କଥା ଅତ୍ୟନ୍ତ ଔପଚାରିକ କାଇଦାରେ ସଂପୃକ୍ତ ସ୍ଥଳାକାରୀ ମାନଙ୍କ ଦ୍ଵାରା ଆଗରୁ ହିଁ ସୁନିର୍ଦ୍ଦିଷ୍ଟ ହୋଇ ରହିଥିଲା । ଯଦି କେଉଁଠି ଉତ୍ସବରେ ପୁରୋଧା ରୂପେ ବିଦ୍ୟମାନ ରହିବା କଥା, ତେବେ ତାଙ୍କଠାରୁ କେତେ କେତେ କଦମ ବ୍ୟବଧାନରେ ପ୍ରାସଙ୍ଗିକ ଅନ୍ୟମାନଙ୍କ ଲାଗି ଚଉକୀ ପକାହେବ, ସେଗୁଡ଼ିକ ମଧ୍ୟ ସ୍ଥିର ହୋଇ ସାରିଥିଲା । ନରେଶ କେଉଁ ଥାନମାନଙ୍କରେ ଆହାର କରିବେ, କେମନ୍ତ ଦ୍ରବ୍ୟମାନ ଆହାର କରିବେ, ସେତେବେଳେ ତାଙ୍କ ସାଥିରେ କେଉଁ ଅନ୍ୟମାନଙ୍କ ପାଇଁ ପତର ପଡ଼ିବ, କିଏ ରାନ୍ଧିବା ଏବଂ ବୃକୋଦର ତଥା ବୃହନ୍ନଳା ହୋଇ କେଉଁ ଉଚ୍ଚ କର୍ତ୍ତାମାନେ ବିଶେଷ ଭାବରେ ନିୟୋଜିତ ହୋଇ ଏହି ଦାୟିତ୍ଵମାନଙ୍କୁ ସମ୍ଭାଳିବେ,–ସେଇଟାକୁ ମଧ୍ୟ କିପରି ବାଦ୍ ଦିଆଯାଇଥାଆନ୍ତା ! ନରେଶ ଅମୁକ ଠାବରେ ରାତି ବିଶ୍ରାମ କରିବେ ତଥା ଅମୁକ ଘଟିକାରେ ଆମର ଏହି ପ୍ରଗନାଠାରୁ ବିଦାୟ ନେଇ ସ୍ୱମୁକାମକୁ ପ୍ରସ୍ଥାନ କରିବେ, ସବୁକିଛି ସମଗ୍ର କାର୍ଯ୍ୟକ୍ରମଟିରେ ସରିଏ ସରିଏ ସୂତାରେ ସଂଗ୍ରଥିତ ହୋଇ ରହିଥିଲା । ଏବଂ, ଭାରପ୍ରାପ୍ତ ଅଳିନ୍ଦଗୁଡ଼ିକ ଯେପରି ବେଳହୁଁ ସବୁ ବିଷୟରେ ଅବଗତ ହୋଇପାରିବେ ଓ ସେଥିଲାଗି ଉଚିତ ଭାବରେ ପ୍ରସ୍ତୁତ ରହିପାରିବେ, କାର୍ଯ୍ୟକ୍ରମର ଏହି ଚିଟାଉଟି କେତେ କିତା ହୋଇ କେତେ ଥାନକୁ ପ୍ରକୃତରେ ଯାଇଥିବ, ଆପଣମାନେ ଥରେ ହିସାବ କରି କହନ୍ତୁ ତ !

 

ଆଗେ ପାରମ୍ପରିକ ପୃଥୀଧାରଣାଟା ଅନୁସାରେ ନରେଶ କହିଲେ ଗୋଟାଏ ବଂଶାନୁକ୍ରମିକ ବରାଦକୁ ବୁଝାଉଥା । ରାଜ୍ୟରେ ପ୍ରଜାମାନେ ଥିଲେ । ସେମାନେ କେବେହେଲେ ନରେଶକୁ ବାଛୁନଲେ ! ରାଜା ରାଜବଂଶରେ ରହିଥିଲେ ଏବଂ ସର୍ବମୋଟ ସେତିକି ଅଧିକାରରେ ସିଏ ପ୍ରଜାମାନଙ୍କୁ ପାଳୁଥିଲେ । ରାଜତନ୍ତ୍ର ଯାଇ ଏବେ ଗଣତନ୍ତ୍ରର କାଳଟା ପୃଥିବୀରେ ଚଳିବା ପରେ ମଧ୍ୟ ତଥାପି ଆଗର ସେହି ନରେଶର ମର୍ଯ୍ୟାଦା ପ୍ରଦାନ କରାଯାଇ ସର୍ବୋଚ୍ଚମାନେ ରହିଛନ୍ତି । ସେହି ପଦଟିର ପ୍ରତିଷ୍ଠା ପୂର୍ବରୁ ସେହି ନରେଶମାନଙ୍କର ପ୍ରତିଷ୍ଠା ଠାରୁ ଅନେକ ଭିନ୍ନ ପ୍ରକାରର, ଆଉ ପ୍ରଜାମାନେ କେହି ନାହାଁନ୍ତି,- ଆଗର ପ୍ରଜାମାନେ ଏବର ନାଗରିକ । ବହୁତ ଦେଶର ବିଧାନ ଅନୁସାରେ ନାଗରିକମାନେ ହିଁ ନିଜର ନରେଶଙ୍କୁ ବାଛିଛନ୍ତି । ତେଣୁ ସିଏ ହେଉଛନ୍ତି ଅଧୁକତର ଅର୍ଥରେ ଆମର ସବାବଡ଼ ପ୍ରତିନିଧି, ଆମ ସୁରକ୍ଷାର ସର୍ବୋଚ୍ଚ ପ୍ରହରୀ, ଆମ ସାମୂହିକ ଭାଗ୍ୟଗୁଡ଼ିକର ସର୍ବୋଚ୍ଚ ପ୍ରତୀକ । ସିଏ ଗୋଟିଏ ଦେଶର ଶାସନଘରେ ଆମ ବିଧି-ବ୍ୟବସ୍ଥାର ସର୍ବୋଚ୍ଚ ଆସ୍ଥାନଟିରେ ରହି ମଙ୍ଗ ଧରି ବସିଥିବେ । ରାଜଶକ୍ତି ହାତରେ କଣ୍ଢେଇଟିଏ ନହୋଇ ଲୋକଶକ୍ତିର ପକ୍ଷଟିର ହିଁ ପ୍ରାୟ ଧର୍ମତଃ ପ୍ରତିନିଧିତ୍ଵ କରୁଥିବେ । ମାତ୍ର, ଗୋଟିଏ ଦୁଃଖୀ ଦେଶରେ କାହିଁକି କେଉଁ ଅପାଳକ ପଡ଼ିବାରୁ ବହୁତ କିଛି ଅବାଗ ହୋଇ ଯାଇଥାଏ ଯେ, ସ୍ଵୟଂ ନରେଶ ମଧ୍ୟ ଉପରେ ଉପରେ ରହିଯାଆନ୍ତି, ପାରି କରିବା ପରି ଥାନକୁ ଥାନ ବିଜେ କରୁଥାନ୍ତି, ଏପରି ଗାର ମାନବତା ଦେବାରେ ମଜି ରହିଥାନ୍ତି ଯେ, କ୍ଷଣେ ଦୁଃଖ ସୁଖ ବି ହୋଇ ପାରନ୍ତି । ନାହିଁ ? ଭାରତ ଶାସନର ବିଧାତାମାନେ ଯେ ଏତେ ଏତେଟା ପୁରୁଷ ସେହି ଉପରେ ହିଁ ରହିଗଲେ ଏବଂ ମୋଟେ ଆମଯାଏ ଓହ୍ଲାଇ ଆସି ପାରିଲେ ନାହିଁ, ଏଇଟା ନିମନ୍ତେ ଆମେ ଆଖର କାହାକୁ ବା କେଉଁମାନଙ୍କୁ ଦାୟୀ କରିବା ? ଏହି ଦେଶରେ ସତେ ଅବା । ଗୋଟାଏ ଅଶୁଦ୍ଧ କାଳ ଆଉ କେତେଦିନ ଯାଏ ଘୋଟି ରହିଥିବ, ଯାହା ଫଳରେ କି । ଆମ ପାଇଁ ସତକୁ ସତ ଦାୟୀ ନରେଶମାନେ ଆମକୁ ଅବଜ୍ଞା କରି ରହିଥିବେ ଓ ଦେଶଟାକୁ ଏଡ଼େ ଦୁଃଖୀ କରି ରଖିଥିବେ ?

 

ଦୁଃଖୀ ଦେଶର ନରେଶ ଗାଦୀରେ ଅଭିଷିକ୍ତ ହେବା ପରେ ସର୍ବ ପ୍ରଥମ କରି । ଓଡ଼ିଶାକୁ ଆସିଲେ ଯେ, ସ୍ଵରହଣିର ପ୍ରାୟ ଦୁଇଦିନର ଅବଧ ମଧ୍ୟରେ ସିଏ ଗୋଟାଏ ନୂଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ । ଏବଂ, ଆନୁଷଙ୍ଗିକ କାର୍ଯ୍ୟ ହିସାବରେ ମହାବାତ୍ୟା ପରେ ଏଠି ତ୍ରାଣ କାର୍ଯ୍ୟ ରୂପେ ରାଜ୍ୟ ବାହାରର କୌଣସି ସଂସ୍ଥା ଦ୍ୱାରା ତିଆରି ହୋଇଥିବା କେତେଟା ଘର ମଧ୍ୟ ଦେଖୁଗଲେ । ବଡ଼ ବଡ଼ ଥାନରେ ଆସି । ବସିବା ପୂର୍ବରୁ ସିଏ କୋଉ ସେକାଳେ ଜଣେ ଶିକ୍ଷକର କାର୍ଯ୍ୟ ତୁଲାଇଥିଲେ ବୋଲି ନିଜ ଆଗ୍ରହରେ ହିଁ ଶିକ୍ଷକମାନଙ୍କୁ ଭେଟିବାକୁ ଇଚ୍ଛା କରିଥିବାରୁ ଏଠି ରାଜଧାନୀରେ ତଦନୁରୂପେ ବୈଠକଟିଏ ମଧ୍ୟ ଆୟୋଜିତ ହୋଇଥିଲା । ହଁ, ରାଜଭବନରେ ମନ୍ତ୍ରୀ ଏବଂ ବିଧାୟକମାନଙ୍କର ଏକ ମେଳରେ ତାକୁ ଘଡ଼ିଏ ରହି କିଛି କହିବାକୁ ପଡ଼ିଥିଲା । ଏତେ ଏତେ ସମ୍ପଦ ଥାଇ ସମ୍ଭାବନାଗୁଡ଼ିକୁ ସାକାର କରି ପାରିବା ପରିବର୍ତ୍ତେ ରାଜ୍ୟଟା କାହିଁକି ତଥାପି ଏପରି ବିରକ୍ତିକର ଭାବେ ଅନଗ୍ରସର ହୋଇଛି, ତାହାର କାରଣଗୁଡ଼ିକୁ ନିର୍ଣ୍ଣୟ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନରେଶ ପରାମର୍ଶ ଦେଇଥିଲେ । ସମ୍ବାଦଟିକୁ ପାଠ କରିବା ସମୟରେ ନିଶ୍ଚୟ ବହୁତ ପାଠକ ଭାବିଥିବେ, ଅନଗ୍ରସରତା ନିମନ୍ତେ ଯେଉଁ ରାଜନୀତିକ ଅସ୍ତାବଲର ହସ୍ତୀ ଏବଂ ଅଶ୍ଵମାନେ ସବୁଠାରୁ ଅଧିକ ଦାୟୀ, ଭେଟ ନାମକ ଏକ ଉତ୍ସବତୁଲ୍ୟ ଅବସରରେ ନରେଶ ସେମାନଙ୍କୁ ମାମୁଲି ପରାମର୍ଶଟିଏ ଦେଇ ସେଦିନ ବସ୍ତୁତଃ କେଡ଼େବଡ଼ କାର୍ଯ୍ୟଟାଏ ନକଲେ । ପରାମର୍ଶଦାତା କମିଟି ଏମିତି କି ଉପାୟ ବତାଇବ ଯେ ଆଗାମୀ କୋଡ଼ିଏ ବର୍ଷ ଭିତରେ ଏହି ଦୁଃଖୀ ରାଜ୍ୟଟାର କଳେବର ବଦଳିଯିବ ? ତଥାକଥିତ ଏକ ବୈଷୟିକ ବିଶ୍ଵବିଦ୍ୟାଳୟର ଶିଳାନ୍ୟାସ ମେଳାରେ ମଧ୍ୟ ନରେଶ ପ୍ରାୟ ସେହିପରି ଇସ୍କୁଲିଆ କଥାଟିଏ କହିଥିଲେ । ଦେଶକୁ ପ୍ରଗତି ଓ ସମୃଦ୍ଧିର ପଥରେ ଆଗେଇ ନେବା ପାଇଁ ବୈଷୟିକ ଜ୍ଞାନ ହିଁ ଏକମାତ୍ର ମାଧ୍ୟମ ବୋଲି ସିଏ ଏକାବେଳକେ ସିଧା ଗାରଟାଏ ପକାଇଦେଲା ପରି ସେଠି ଘୋଷଣା କରିଥିଲେ । ଆମ ପିଲାଦିନେ ସାହିତ୍ୟରେ ରଚନା ଲେଖୁଥିବା ସମୟରେ ଆମେ ଛୁଆମାନେ ହୁଏତ ସେହିପରି କିଛି ଲେଖିଥିଲୁ ଓ ଭଲ ନମ୍ବର ଆଣୁଥିଲୁ !

 

ଶିକ୍ଷକମାନଙ୍କର ଗହଣରେ ନିଜେ ଏକଦା ଜଣେ ଶିକ୍ଷକ ଥିଲେ ବୋଲି ସମ୍ଭବତଃ ବେଶ୍ ଉଲ୍ଲସିତ ହୋଇ ନରେଶ ଯେଉଁ କଥାମାନ କହିଛନ୍ତି, ସେଗୁଡ଼ିକୁ ଖବରକାଗଜରୁ ପଢ଼ି ଆମ ଗାଆଁ ଓ ତୁମ ଗାଆଁର ଶିକ୍ଷକମାନଙ୍କର ମନରେ କେଉଁଭଳି ପ୍ରତିକ୍ରିୟା ହୋଇଥିବ କେଜାଣି ? ପିଲାମାନେ ନିଜର ଭବିଷ୍ୟତ ନିଜେ ନିଦ୍ଧାରଣ କରନ୍ତୁ ବୋଲି ସିଏ ଶିକ୍ଷକମାନଙ୍କୁ ତାଗିଦ କରି ଦେଇଥିଲେ । ଯେଉଁ ଦେଶରେ ପ୍ରାୟ ଅଭିପ୍ରାୟ ପ୍ରଣୋଦିତ ଭାବରେ ବର୍ତ୍ତମାନଟାକୁ ନିତାନ୍ତ ନରଖର କରି ରଖାଯାଇଛି, ସେଠି ଭବିଷ୍ୟତ ସମ୍ବନ୍ଧରେ ଏଇଟା ସେଇଟା କହିବା ସମୟରେ କ୍ଷୁଦ୍ର ତଥା ବୃହତ୍ ନରେଶମାନେ ଏତେ ଭାବଗଦଗଦ ହୋଇ ଉଠନ୍ତି କାହିଁକି କେଜାଣି ? ଶିକ୍ଷାର କ୍ଷେତ୍ରରେ ଯାବତୀୟ ବରାଦ ଦେଶଟାଯାକ ଏପରି ଗୋଟାଏ ଗୋରୁଗୁହାଳ ହୋଇ ଯେ ରହିଛି, ନରେଶ କ'ଣ ସେହି ବିଷୟରେ କିଛି ଜାଣିନାହାନ୍ତି ? ଅଧେ ପିଲା ଇସ୍କୁଲ ମାଡ଼ି ପାରୁନାହାନ୍ତି, ବହୁତ ପିଲା ଅଧାରୁ ପାଠ ଛାଡ଼ି ବାହାରି ଆସୁଛନ୍ତି, ଏକ ଅତ୍ୟନ୍ତ ଖଳ ମତଲବରେ ସେହି ମୂଳରୁ ହିଁ ସତର ନକ୍ସାରେ ପାଠପଢ଼ା ହୋଇ ସତର ପ୍ରକାରର ଭେଦରେ ପିଲାଙ୍କର ମୂଳଦୁଆକୁ ବିଗାଡ଼ିବାର ଚକ୍ରାନ୍ତ ଚାଲିଛି । ମୁଁ ଭାବିଲି, ସମ୍ଭବତଃ ଗୋଟିଏ ନିର୍ଦ୍ଦିଷ୍ଟ କାଟର ଇସ୍କୁଲମାନଙ୍କରୁ ଶିକ୍ଷକମାନଙ୍କୁ ଆଣି ସେଠାରେ ଶ୍ରୋତା ଭାବରେ ବସାଇ ଦିଆଯାଇଥିଲା, ଯେଉଁମାନେ କି ସାଆନ୍ତଘରର ପିଲାମାନଙ୍କୁ ହିଁ ପାଠ ପଢ଼ାନ୍ତି । ପିଲାମାନେ ବଡ଼ ହୋଇ ଏହି ଦେଶର ଯାବତୀୟ ମାହାଲରେ ଯେପରି ସାଆନ୍ତ ହୋଇ ରହିବେ, ସେହିଭଳି ପିଲାଙ୍କର ଶିକ୍ଷକମାନଙ୍କୁ । ନରେଶ ହୋଇ ସିଏ ଯେ ଖାଲି ଏହି ପିଲାମାନଙ୍କୁ ଦୃଷ୍ଟିରେ ରଖି ଭାରତବର୍ଷକୁ ସୁଖୀ କରିବାର ସ୍କୁଲ ସ୍ଵପ୍ନମାନ ଦେଖୁଛନ୍ତି, ଏଭଳି ସନ୍ଦେହଟାଏ ବି ଖୁବୁ ହେଉଥିଲା ।

 

ମୁଁ କାହାଣୀରେ ପଢ଼ିଥିବା ରଜାମାନେ କୁଆଡ଼େ ବେଳେ ବେଳେ ଅନ୍ଧାରି ବିଜେରେ ମଧ୍ୟ ବାହାରୁଥିଲେ । ସାଧା ପୋଷାକରେ କୁଆଡ଼େ କୁଆଡ଼େ ଉଣ୍ଡି ଉଣ୍ଡି ସବୁକିଛି ଦେଖୁଥିଲେ ଓ ତାଙ୍କ ରାଜ୍ୟର ଖୋଦ୍ କଟୁଆଳମାନେ ମଧ୍ୟ ତାହାର ଟେର୍ ପାଉନଥିଲେ । ହଁ, ଖୋଦ୍ ମହାଦେବ ଏବଂ ପାର୍ବତୀ ମଧ୍ୟ ଗୁପ୍ତ ଭାବରେ ଦୁଃଖୀଙ୍କର ଦୁଃଖ ବୁଝିବାକୁ ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ପଡ଼ୁଥିଲେ । ଏକାଳର ନରେଶମାନେ ଆମର କେଉଁ କର୍ମଫଳ ହେତୁ ଏକଥା କରି ପାରୁନାହାନ୍ତି ? ସବୁଥାନରେ ସାଆନ୍ତମାନେ ହିଁ ପଥ ଓଗାଳି ଛିଡ଼ା ହୋଇଛନ୍ତି । ଥରେ ଚିନ୍ତା କରି ଦେଖିଲେ, ନରେଶ ଯେଉଁଦିନ ଏହି ଦୁଃଖୀ ଦେଶଟାର ଯେଉଁଠାକୁ ବି ଯାଉଥିବେ, ସେଠାରେ ଏହିପରି ଦରବାର ଲାଗୁଥିବ, ମୁଠା ମୁଠା ପଇସ। ଖରଚ ହେଉଥିବ ଏବଂ ସ୍ଵୟଂ ନରେଶ ମଧ୍ୟ ମଣ ହୋଇ ରହିଥିବା ପରି ଔପଚାରିକ ବୃଥାଡ଼ମ୍ବରରେ କଣ୍ଢେଇଟିଏ ପରି ରାଜ୍ୟ ବୁଲୁଥିବେ, ମାମୁଲି କଥାଗୁଡ଼ାକୁ ହିଁ କହୁଥିବେ । ଯୁଗଟା ଏହିପରି ଭାବରେ ନିର୍ମମ ହୋଇ କୋଟି କୋଟି ମଣିଷଙ୍କ ଉପରେ ଅଦଉଡ଼ି ହୋଇ ବସିଥିବ । ସେଇଟା ଆମକୁ ବି ଆଉ କେତେଦିନ ଭଲ ଲାଗୁଥିବ ?

Image

 

କବି-ସତ୍ୟ : ଲୋକସତ୍ୟ

 

ଏବେ ଗୋଟିଏ କବିତା ବହିରେ ଆଉ ଜଣେ କବିଙ୍କ ଦ୍ଵାରା ଲିଖିତ ମୁଖବନ୍ଧଟିକୁ ପଢ଼ୁଥିଲି । କବିତାକୁ କାଳ ଅନୁସାରେ ଭାଗ ଭାଗ କରି ଯେଉଁମାନେ ନିଜକୁ ଆଧୁନିକ ବୋଲି କହି ସତେ ଅବା ଭାରି ବିଶେଷ ଭାବରେ କ’ଣଟିଏ ପରି ଅନୁଭବ କରନ୍ତି ଏବଂ ପ୍ରାୟ ଗୋଟାସୁଦ୍ଧା ସେଇଥିରୁ ହିଁ ଅଧିକ ନିର୍ଭରଯୋଗ୍ୟ ଭାବରେ ନିଜ ଗୋଡ଼ତଳେ ଭୂଇଁଟିଏ ଅବଶ୍ୟ ରହିଥିବ ବୋଲି ଧରିନିଅନ୍ତି, ଆମେ ସେମାନଙ୍କର ଦୀକ୍ଷାଟାକୁ ଗ୍ରହଣ କରିବା ନାହିଁ ସିନା, ତଥାପି ବୁଝିବାକୁ ଚେଷ୍ଟା କରିବା । ଦୀକ୍ଷା ନେଇଥିବା ଲୋକମାନେ ପ୍ରକୃତରେ ସେପରି ବେଶି ବୁଝି ନଥାନ୍ତି,–ବାହାରେ ରହି ହିଁ ଅଧିକ ବୁଝିହୁଏ ଏବଂ ଅଧୁକ ସହାନୁଭୂତି ସହିତ ପାଖରୁ ଦେଖିହୁଏ ।

 

ଲୋକସତ୍ୟଟା ହିଁ ସବାଆଗ । ସେଇଟିର ଉତ୍ତରାଧିକାର ବିଷୟରେ ସମସ୍ତେ ସମାନ ଭାବରେ ସଚରାଚର ସଚେତନ ନଥାନ୍ତି; ଏହି ଲୋକଟା ଭିତରେ ରହି ମଧ୍ୟ ସମସ୍ତେ ସତ୍ୟଗୁଡ଼ିକୁ ସମାନ ଭାବରେ ଆଦୌ ଅଙ୍ଗେ ନିଭାଉ ନଥାନ୍ତି । ତେଣୁ ଲୋକକୁ ନେଇ ସେମାନଙ୍କର ଯାବତୀୟ ଗ୍ରହଣ ଏବଂ ବର୍ଜନ ସେହି ଅନୁସାରେ ନିର୍ଦ୍ଧାରିତ ହେବାରେ ଲାଗିଥାଏ । ମୂଳତଃ ଏହି କାରଣରୁ ଆମର ଏହି ନାନାବିଧ ସମ୍ପର୍କଯୁକ୍ତ ମନୋରମ ପୃଥିବୀଟାରେ ଭିନ୍ନ ଭିନ୍ନ ବାଦ ତଥା ବିବାଦର ଭେଳିକିମାନ ଲାଗି ରହିଥାଏ କି ? ସମ୍ଭବତଃ ସେହି ଭେଳିକି ଭିତରେ ନିତାନ୍ତ ବାଳବତ୍ ପଶିଯାଇ କେହି କେହି ଆପଣାକୁ ଜଣେ ଜଣେ ଆଦର୍ଶବାଦୀ ବୋଲି କହିଥାନ୍ତି । ସେହି ତରାଜୁରେ ପକାଇ ଦେଖିଲେ ଜଣେ ଜଣେ ଲେଖକଙ୍କୁ ମଧ୍ୟ କ’ଣ ଆଦର୍ଶବାଦୀ ବୋଲି କୁହାଯାଇ ପାରିବ ? କବିମାନେ ଆଗକାଳେ ରହିଥିଲେ, ଏବକାଳେ ମଧ୍ୟ ଖୁବ୍ ଅଛନ୍ତି । ସବୁ କାଳକୁ ବା କାହିଁକି ନ ରହିବେ ? ଲୋକଟିଏ ଯେତେଦିନ ଯାଏ ରହିଛି, ସତ୍ୟ ବୋଲି ଗୋଟିଏ ସମ୍ପଦ ମଧ୍ୟ ଅବଶ୍ୟ ରହିବ । ସେହି ସତ୍ୟ ବିବିଧ ହେବାକୁ ବାଧ୍ୟ ହେବ । ତେଣୁ, ଜଣେ ବ୍ୟକ୍ତି ଗୋଟିଏ ସମୂହ ଏବଂ ସେହି ହେତୁ ଜଣେ କବି ତଥା ଲେଖକ ମଧ୍ୟ ଆପଣାକୁ ଯେତିକି ଅଧିକ ସମ୍ପ୍ରସାରିତ କରିପାରିବ ଅର୍ଥାତ୍ ଯେତିକି ଅଧିକ ଖିଅ ଯୋଡ଼ିପାରିବ, ସିଏ ଅନୁଭବ କରୁଥିବା ଆହ୍ଵାନଗୁଡ଼ିକ ମଧ୍ୟ ସେତିକି ବ୍ୟାପ୍ତ ଓ ପ୍ରସାରିତ ହେବାକୁ ବାଧ୍ୟ ହେବ । ଲୋକସତ୍ୟଟି ଜଣେ କବିକୁ ଯେତିକି ଅନ୍ତରଙ୍ଗ ଭାବେ ଆଲୋଡ଼ିତ କରି ରଖିପାରୁଥିବ, କବି ସତ୍ୟ ନାମକ ସେହି ବିଶେଷ ଦ୍ରବ୍ୟଟି ମଧ୍ୟ ନିଶ୍ଚୟ ସେତିକି ସ୍ଵେଚ୍ଛା-ଆକର୍ଷିତ ହୋଇ ଲୋକସତ୍ୟକୁ ହିଁ ଆପଣାର ଉସ ରୂପେ ସ୍ୱୀକାର କରିନେବା ଲାଗି ଆଗଭର ହେବ । ଆଗ ଯୁଗମାନଙ୍କରେ ଦୂରତାଗୁଡ଼ିକ ଦୀର୍ଘ ଥିଲେ–ଯାବତୀୟ ଅର୍ଥରେ ମନୁଷ୍ୟମାନେ ସ୍ଥାନୀୟ ଥିଲେ । ପୃଥିବୀରେ ଗବାକ୍ଷ ପରେ ଗବାକ୍ଷମାନ ଖୋଲି ଆସିବା ସଂଗେ ସଂଗେ ନିଜ ଘରଟିର ବିଷୟରେ, ଦୁଃଖ ଓ ସୁଖ ବିଷୟରେ ଏବଂ ପରିପୂର୍ଣ୍ଣତା ଲାଭ କରିବାର ଯାବତୀୟ କ୍ଷେତ୍ରରେ ଆମ ସମ୍ଭାବନା ତଥା ସମ୍ବେଦନାର ଇନ୍ଦ୍ରିୟଗୁଡ଼ିକ ଅଧିକରୁ ଅଧିକ ପ୍ରଭାବଶାଳୀ ଭାବରେ କ୍ରମେ ସମ୍ପ୍ରସାରିତ ବି ହୋଇଗଲେ । ଏହି ସମ୍ପ୍ରସାରିତ ହେବାକୁ ହିଁ ଏବଂ ସ୍ଥାନୀୟ ହୋଇ ରହି ନପାରିବାକୁ ହିଁ ଆମେ ଏକ ଆଧୁନିକ ପୃଥ୍ଵୀ-ଚେତନାର କ୍ରମପ୍ରବେଶ ଘଟିଲା ବୋଲି କହିପାରିବା କି ?

 

ଭାରତବର୍ଷକୁ ଏହି ଆଧୁନିକତାର ସଂସ୍ରବଟି ଆସି ମୂଳଦୁଆଟାକୁ ହିଁ ଦୋହଲାଇ ଦେଇଥିଲା । ଜଗତ୍ -ଆବିଷ୍କାରର ଏହି ପର୍ବଟି ସହିତ ଏଠି ଆମେ ନିଜକୁ ମଧ୍ୟ ବୃହତ୍ତର କରି ଆବିଷ୍କାର କଲୁ । ପ୍ରାଚୀନ ଶାସ୍ତ୍ରମାନେ ନାନା ନୂତନ ଅନ୍ତର୍ଦୃଷ୍ଟି ଲାଭର କାରଣ ହେଲେ ଏବଂ ସବୁଠାରୁ ଅଧିକ ଅସଲ କଥାଟି ହେଉଛି ଯେ, ଏହି ଭୂମିଟିକୁ ମଧ୍ୟ ଆମେ ନିଜର ବୋଲି ଅଧୁକ ଦାୟିତ୍ଵପୂର୍ଣ୍ଣ ଭାବରେ ଚିହ୍ନିଲୁ । ଏହି ସମଗ୍ର ଘରଟି ବିଷୟରେ ଏକ ଉଜ୍ଜ୍ଵଳ ଭବିଷ୍ୟତ-ଚିତ୍ର ମଧ୍ୟ ଆମକୁ ପୂର୍ବରୁ ପ୍ରାୟ ଅଭାବନୀୟ ନାନା ଆସ୍ପୃହା ଦ୍ଵାରା ସଚଳ କରିବାକୁ ଆରମ୍ଭ କରିଥିଲା । ପ୍ରଧାନତଃ ସେଇଥିପାଇଁ ଭାରତୀୟ ଜୀବନର ସର୍ବବିଧ କ୍ଷେତ୍ରରେ ଯେଉଁ ଉଦବେଳନମାନ ଆସି ସେହି କାଳଟିକୁ ବିଶେଷ ଭାବରେ ସଚଳ କରିଦେଲା, ତାହାକୁ ପ୍ରାୟ ଏକ ସ୍ୱତନ୍ତ୍ର ଅର୍ଥରେ ରେନେସାଁସ୍ ଏକ ଯୁଗଟିଏ ବୋଲି ସମୀକ୍ଷକମାନେ ଏବେ ମଧ୍ୟ କହୁଛନ୍ତି । ସେହି ପର୍ଯ୍ୟାୟରେ ଭାରତୀୟ ସାହିତ୍ୟକୁ ମଧ୍ୟ କେତେ ନୂତନ ଆୟାମ ତଥା ନୂତନ ସାହସ ଆସି ମିଳି ଯାଇଥିଲା । ଏଠି ଆମ ଓଡ଼ିଆ ସାହିତ୍ୟ ଭିତରେ ମଧ୍ୟ ଏକ ନୂଆ ଗତିଶୀଳତା ଆସି ଆମକୁ ନୂଆ ନୂଆ ତଲାସର ସନ୍ଧାନ ଦେଇ ଯାଇଥିଲା । ତଥାପି ପରିସ୍ଥିତିଗତ କେତେ ଅସମର୍ଥତା ଆମକୁ ଘାରି ରହିଥିବାରୁ ଆଧୁନିକ ଅସଲ କାଳଟିକୁ ଖୋଜି ଆମେ ସମ୍ଭବତଃ ସତ୍ୟବାଦୀ ଯୁଗ ପାଖରେ ଆସି ପହଞ୍ଚିଯିବା । ତଥାପି, ଅଧିକ ସଙ୍ଗତିର ସହିତ କୁହାଯାଇ ପାରିବ ଯେ, ଭାରତବର୍ଷରେ ରାଜନୀତିକ ସ୍ଵାଧୀନତା ହାସଲ କରିବାର ସମୟଟି ଯେତିକି ପାଖ ହୋଇ ଆସୁଥାଏ, ଆମେ ସେହି ଆଧୁନିକତା ନାମକ ଚେତନାଟିକୁ ସତେ ଅବା ଆମ ଏରୁଣ୍ଡିବନ୍ଧ ଗୁଡ଼ିକର ସେତିକି ପାଖରେ ଅନୁଭବ କରୁଥାଉ । ତାହା ସତେ ଅବା କାହାଲାଗି ଅଥବା କେତେ କ’ଣ ଲାଗି ଅପେକ୍ଷା କରି ରହିଥାଏ ଏବଂ ସାହିତ୍ୟ ମଧ୍ୟ ସେଥିଲାଗି ଅବଶ୍ୟ ଯଥାସତ୍ଵର ତିଆରି ହୋଇ ରହୁ ବୋଲି ବାରତାଟିଏ ଆସି ପହଞ୍ଚି ଯାଇଥାଏ ।

 

ଏକ ଅନ୍ୟ ନେତୃତ୍ଵର ଅପେକ୍ଷା ରହିଥିଲା । ତଥାପି କ୍ରମେ କ’ଣ ସବୁ ବଙ୍କାଇ ବଙ୍କାଇ ଯିବାରେ ଲାଗିଲା । ଯେଉଁମାନେ ସବା ଆଗରେ ଯାଇଥାଆନ୍ତେ ଏବଂ ଅନ୍ୟମାନଙ୍କୁ ପ୍ରତ୍ୟୟଟିଏ ଦେଇପାରିଥାନ୍ତେ, ସେମାନେ କ’ଣ ପାଇଁ ଲୁଚକାଳି ଖେଳିବାକୁ ମନ କଲେ କେଜାଣି ? ନେତୃତ୍ୱ-ଦାନର ଥାନମାନଙ୍କରେ ବୀରମାନେ ସତେ ଅବା କୁନ୍ଥାଇବାକୁ ଆରମ୍ଭ କରିଦେଇଥିଲେ । ରାଜନୀତିରେ ଭୋଗୀମାନେ ପ୍ରବଳ ହେଲେ । ଭୋଗୀ ମନଟା କମର୍ସିଆଲ ହେବାକୁ ଆଦୌ ବେଶି ବେଳ ଲାଗିଲା ନାହିଁ । ଶାସନ ବଦଳିଲା ନାହିଁ ଅର୍ଥାତ୍ ସମ୍ମୁଖସ୍ଥ ଲୋକସତ୍ୟ ଗୁଡ଼ିକୁ ସ୍ୱୀକାର ହିଁ କଲାନାହିଁ । କାଗଜଗୁଡ଼ାକରେ ବୀରତ୍ଵ ଦେଖାଇ କେତେ କ’ଣ ଲେଖା ହୋଇ ରହିଲା ସିନା, କିନ୍ତୁ କଚେରୀମାନଙ୍କରେ ହାକିମମାନେ ଆପଣାକୁ ନୂଆ ରଜା ପରି ଜ୍ଞାନ କଲେ ଓ ସତ୍ୟଗୁଡ଼ିକର ଉପେକ୍ଷା କଲେ । ପାଠ ବଦଳିଲା ନାହିଁ । ଏହି ଭୂମିଟା ପ୍ରତି ଆମର ସର୍ବପ୍ରଥମ ଆନୁଗତ୍ୟ ରହିଛି ବୋଲି ପାଠୁଆମାନେ ପୁରା ପାସୋରି ଦେବାକୁ ହିଁ ପାଠ ପଢ଼ିଲେ । ସାହେବୀ ଭାଷାର ଅଗାଡ଼ିଟାକୁ ସର୍ବାଧିକ ଶ୍ରଦ୍ଧାରେ କୁଟିବାକୁ ଆରମ୍ଭ କରିଦେଲେ । ବାବୁ ହେଲେ । ସିଂହଭାଗ ଗୁଡ଼ିକୁ ପ୍ରଥମରୁ ହିଁ ନିଜ ଲାଗି ଅଲଗା କରି ରଖିଦେବାକୁ ହିଁ ପ୍ରଜ୍ଞା ରୂପେ ଆଚରିଲେ । ଏହି ବାବୁମାନେ ହିଁ ଆମ ସାହିତ୍ୟକୁ ମାଡ଼ି ବସିଲେ । ସାହିତ୍ୟକୁ ସହରିଆ କରି ରଖିଲେ । ଏବଂ ତେଣିକି ଏମାନେ ଯାହାସବୁ ଲେଖିଲେ, ତାହାକୁ ହିଁ ଆଧୁନିକ ସାହିତ୍ୟ ବୋଲି ଘୋଷଣା କରି ପକାଇଲେ । ଏପରି କରି ସେମାନେ କୌଣସି ଅପରାଧ କରୁଛନ୍ତି ବୋଲି ମୋଟେ ଜାଣିପାରିଲେ ନାହିଁ ।

 

ସେହି ଆଧୁନିକତାଟା କବିତାର ମାହାଲଟାରେ ହିଁ ସ୍ୱତନ୍ତ୍ର ଭାବରେ ପ୍ରବଳ ହେଲା । ଓଡ଼ିଆ ସାହିତ୍ୟର ପୁରାତନ ତଥା ପୂର୍ବତନ କବିମାନଙ୍କ ସହିତ ପରିଚିତିଟିଏ ରହିଥିଲେ ଯାଇ ଯେ ଆଧୁନିକଟା ପ୍ରକୃତରେ ସୁସ୍ଥ ହୋଇ ନିଜକୁ ବ୍ୟକ୍ତ କରିପାରିବ, ସେଇଟା ବିଷୟରେ କୌଣସି ହୋସ୍ ରହିଲା ନାହିଁ । ସେମାନେ ତେଣୁ କୁଆଡ଼ୁ ଚରୁଗୁଡ଼ାକୁ ଆଣି ଚଟ୍ ଚଟ୍ ଏମିତି ଗିଳିପକାଇଥିଲେ ଯେ, ତୁଚ୍ଛା ଅନୁକରଣ କରି ଯାହା ବି ଯେତେବେଳେ ଲେଖିଦେଲେ, ସେହି ନହସଟା ଭିତରେ ମଜ୍ଜି ଯାଇ କେବଳ ନିଜକୁ ହିଁ କବିତାର ବେଦୀ ଉପରେ ଏକମାତ୍ର କନ୍ୟା ବୋଲି ଭାବିଲେ । ପଦରେ ଲେ- ତେଣୁ ସାହିତ୍ୟ ଘରେ ମଧ୍ୟ ନିଜଟାକୁ ହିଁ ଏକମାତ୍ର ମାନ୍ୟତାପ୍ରାପ୍ତ ମାଲ ବୋଲି ଖୁବ୍ ଚଳାଇନେଲେ । ଓଡ଼ିଶାରେ ସେମାନଙ୍କର ବକ୍ତବ୍ୟଗୁଡ଼ିକ ଆଦୌ କୌଣସି ଭୂମି ପାଇଥାଉ ବା ନଥାଉ, ତେଣିକା ଭାଷାରେ ସେଗୁଡ଼ାକର ଅନୁବାଦ କରିପକାଇଲେ : ଆନ୍ତର୍ଜାତିକ ଆୟତନରେ ମଧ୍ୟ ଆମକୁ ସ୍ୱୀକୃତି ଅର୍ଥାତ୍ ଖାତିରି ମିଳିଲାଣି ବୋଲି ହାବୁକାଗୁଡ଼ାକୁ ମାରିଦେଇ ଏଠି ଗାନୀୟମାନଙ୍କୁ ଆଚମ୍ବିତ କଲେ । ଲୋକସତ୍ୟରୁ ହୁଡ଼ିଗଲେ ଏବଂ ଆତ୍ମରମଣର ସାମଗ୍ରୀ ରୂପେ ନିଜ କାନିଟାରେ ଯାହା କିଛି ତଥାପି ରହିଲା ବୋଲି ଭାବୁଥିଲେ ସେମାନେ ସେଇଟାକୁ କବିସତ୍ୟ ବୋଲି କହିଲେ କି ?

 

ତେଣୁ ଲୋକ-ସତ୍ୟ ଆଗ; ଲୋକ-ସତ୍ୟ ହିଁ ମୂଳ ଓ ଜନନୀ ସଦୃଶ । ଉପନିଷଦରେ ପରଂବ୍ରହ୍ମ ସ୍ତରର ସତ୍ୟଟିକୁ କବି ବୋଲି କୁହାଯାଇଛି । ଅସଲ କବି ତ ସିଏ । ଯିଏ ମାମୁଲି ମତଲବଗୁଡ଼ିକର ଆଖିରେ ଦେଖାଯାଉଥିବ, ମାତ୍ର ଏତିକିଗୁଡ଼ିକର ଗାରକୁ ଡେଇଁଯାଇ ଆହୁରି ଅଧିକ ଅର୍ଥାତ୍ ଆହୁରି ସେପାଖକୁ ଅର୍ଥାତ୍ ଆହୁରି ସମଗ୍ର ଭାବରେ ଦେଖିହେବ । ବିଶ୍ଵକୁ ବଳ ପାଏନାହିଁ ବୋଲି ଯିଏ ନିଜର ଗୁମ୍ଫା ଭିତରେ ଆସି ପଶିବାକୁ ପ୍ରତିକାର ରୂପେ ଗ୍ରହଣ କରେ, ସେଇ ମଣିଷ ନିଃସଙ୍ଗ ହୁଏ । ଏଠି ସଂସାରଟା ସହସ୍ରହସ୍ତ ହୋଇ ଡାକୁଥିଲେ ମଧ୍ୟ ସିଏ ନିଜକୁ ନିଃସଙ୍ଗ ମଣୁଥାଏ । ଆତ୍ମନିର୍ବାସିତ ହୋଇ ରହିଥାଏ । ଆଧୁନିକ କବି ସେହିପରି କିଛି ଆଚରଣ କରି କବି-ସତ୍ୟ ବୋଲି ଅଲଗା କିଛି ଖୋଜିବାର ମନ୍ଦ ବୃତ୍ତି ଆଚରି ପ୍ରକୃତରେ ଆପଣା ପ୍ରତି ହିଁ ସବୁଠାରୁ ଅଧିକ ଅପରାଧ କରିଛି ଏବଂ ପ୍ରଧାନତଃ ତାହାରି ଉତ୍ତାପରେ ହିଁ ବହୁବିଧ ଆତ୍ମଗ୍ଲାନି ଭିତରେ ଛଟପଟ ହେବାରେ ଲାଗିଛି । ଏହି ସଂସାରରୂପୀ ସଦନଟିକୁ ନିନ୍ଦୁଛି ଏବଂ କାବ୍ୟ-ସାଗରରେ ସେଗୁଡ଼ିକୁ ଯତ୍ରେ କତ୍ରେ ବଖାଣି ଦେଇପାରିଲେ ସତେ ଅବା ଅବସାଦଗୁଡ଼ିକୁ ଭୁଲିଯାଇ ହେବ ବୋଲି ବିଚାର କରୁଛି । ଏଠି ଭାରତବର୍ଷରେ ସହସ୍ର ପ୍ରକାରେ ସମର୍ପିତ ହୋଇ ରହିବାର ଅବକାଶମାନ ଉନ୍ମୁକ୍ତ ହୋଇ ରହିଥିଲେ ମଧ୍ୟ ଆମ ନିଃସଙ୍ଗ ମଣୁଥିବା ବିଚରା କବିଟି ସତେ ଅବା ଦୂରଛଡ଼ା ହୋଇ ଛିଡ଼ା ହୋଇଛି ଏବଂ ସାଙ୍ଗ କେହି ମିଳିଲେ ନାହିଁ ବୋଲି କବିତାର ଏକ ନିତାନ୍ତ ଅସୃଜନାତ୍ମକ ଦାଣ୍ଡି ବୃତ୍ତରେ ଉଚ୍ଚ ପାରାୟଣ କରିବାରେ ଲାଗିଛି । ନିତାନ୍ତ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ସିଏ ଆପଣାକୁ ଦୁଇଖଣ୍ଡ କରି ବଂଚୁଛି କି ? ଏହି ଚାରିପାଖର ପୃଥିବୀଟା ଯେପରି ହୋଇ ରହିଛି, ସେଠାରେ ସିଏ କେଡ଼େ ଚତୁର ହୋଇ ସଫଳତା ପଛରେ ଧାଇଁଛି ଏବଂ ଅପରପକ୍ଷରେ ଏହି ଗୁହାଳଟାକୁ ସାମନା କରି ସତକୁ ସତ ନିଜ ଜୀବନର ଅସଲ ଔଚିତ୍ୟଗୁଡ଼ିକର ପ୍ରମାଣ ଦେବା ନିମନ୍ତେ ଡାକରା ଆସି ପହଂଚିଲେ ମଧ୍ୟ ସିଏ ଗୁମ୍ଫା ଭିତରକୁ ପଳାୟନ କରୁଛି । ଦିନରେ ମାରଣା ହୋଇ ପୌରୁଷ ଦେଖାଉଛି ଓ ରାତିରେ ଭୀରୁଟାଏ ବନି କବିସତ୍ୟର ପେଖନାଗୁଡ଼ାକ ଭିତରେ ଯାଇ ପଶିଯାଉଛି ।

 

ଅସଲ ସତ୍ୟ ହେଉଛି ଏହି ସମଗ୍ର ପୃଥିବୀର ଅଖଣ୍ଡ ଜୀବନୋତ୍ସସବଟିରେ ଭାଗନେବା-। ଜୀବନରେ ଥରେ ଏହି ଅସଲ ଡାକରାଟିକୁ ଶୁଣିପାରିଲେ ଆପଣାର ଅନ୍ତରଙ୍ଗତମ ଆଦାନଗୁଡ଼ିକର ସ୍ତରରେ ଏପରି ଏକ ସର୍ବୋତ୍ତମ ବନ୍ଧୁର ସଂସ୍ପର୍ଶ ଆସି ମିଳିଯିବ ଯେ ତା'ପରେ ଆପଣାକୁ ନିଃସଙ୍ଗ ବୋଲି ଭାବିବାକୁ ହିଁ ଲଜ୍ଜା ଲାଗିବ । ପୃଥିବୀରେ ଏବେ କେତେ ଦୁଃଖ–ବହୁ ବହୁ ଦୂରତା ତଥା ଉପେକ୍ଷାକୁ ଏକାବେଳେକେ ତୁଚ୍ଛାଟାରେ ପ୍ରଶ୍ରୟ ଦିଆଯାଇଥିବାର ଦୁଃଖ । ସେଠି କବିଟିଏ ନିଃସଙ୍ଗ ହୋଇ ରୁଷି ବସିବାକୁ କଦାପି ମନକରି ପାରିବ ନାହିଁ । ବୃହତ୍ତର ପୃଥ୍ଵୀ-ଆଲୋଚନାର ସ୍ତରରେ ଏବେ ଆଧୁନିକ ବଦଳରେ ଉତ୍ତର-ଆଧୁନିକ କଥା କୁହାଗଲାଣି । ଭାରତବର୍ଷରେ ମଧ୍ୟ ଆମେ ନିଦ ଭାଙ୍ଗିଦେଇ ପାରିଲେ ସେହିପରି ଗୋଟିଏ ନୂଆ ସୋପାନକୁ ସମ୍ଭବ କରି ଆଣିପାରିବା । ଆମକୁ ଗୁମ୍ଫା ଭିତରେ ନିଃସଙ୍ଗ ଭଗାରିଟାଏ ପରି ରଖିଥିବା ଆଧୁନିକ ବଦଳରେ ଆମେ ମଧ୍ୟ ଏକ ଉତ୍ତର-ଆଧୁନିକତାର ନୂଆ ସୋପାନର ବାସନା ନେଇ ଏକତ୍ର ହୋଇପାରିବା । ପରସ୍ପରକୁ ଲୋଡ଼ି ବାହାରିବା । ଗୁମ୍ଫା ବାହାରେ ମଧ୍ୟ ପୃଥିବୀ ରହିଛି ବୋଲି ହୃଦୟଙ୍ଗମ କରିବା । ପୁଣି, ସାହିତ୍ୟ ବାହାରେ ମଧ୍ୟ ଜୀବନଟିଏ ରହିଛି । ଜୀବନ ନିମନ୍ତେ ହିଁ ସାହିତ୍ୟ ସମେତ ଏହି ଯାବତୀୟ ବଣିଜ । କବି ମୁଖ୍ୟତଃ ଗୁମ୍ଫାବାସୀ କଦାପି ନୁହେଁ –ସିଏ ହେଉଛି ସତକୁ ସତ ସର୍ବୋତ୍ତମ ଅର୍ଥରେ ଜଣେ ଜୀବନଲୋଭୀ–ସଂଗଲୋଭୀ । ଆଧୁନିକ ପୃଥିବୀରେ ପୃଥ୍ଵୀ-ବନ୍ଧନର ସନାତନ ସତ୍ୟଟିକୁ ଖିନଭିନ୍ କରିଦେବା ପାଇଁ ପାଷଣ୍ଡ କ୍ଷମତାକାମୀମାନେ ଯେଉଁ ଭଳି ଭଳି ଚକ୍ରାନ୍ତ କରିବାରେ ବାହାରିଛନ୍ତି, ଆପଣାକୁ ଲୋକ-ସତ୍ୟର ଦାୟାଦ ବୋଲି ଅନୁଭବ କରୁଥିବା କବିମାନେ ହିଁ ତାହାର ସମ୍ମୁଖୀନ ହୋଇପାରିବେ ଏବଂ କବି-ସତ୍ୟକୁ ଲୋକ-ସତ୍ୟର ପରିଚର୍ଯ୍ୟାରେ ନିୟୋଜିତ କରି ସେମାନେ ତାହା କରିପାରିବେ ।

Image

 

ସବୁ ମଣିଷରୁ ପୂର୍ଣ୍ଣାଙ୍ଗ ମଣିଷ

 

ସାଧୁମାନେ କହି ଯାଇଛନ୍ତି, ମଣିଷମାତ୍ରକେ ସମସ୍ତଙ୍କର ଦେହ ଅଛି, ମନ ଅଛି ଏବଂ ଆତ୍ମାଟିଏ ବି ଅଛି । ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପଣ୍ଡିତମାନେ ଏବେ କହୁଛନ୍ତି ଯେ, ଜଣେ ମଣିଷର ସ୍ୱାସ୍ଥ୍ୟ କହିଲେ ତା’ର ଦୈହିକ, ମାନସିକ ଏବଂ ଆତ୍ମିକ ଅର୍ଥାତ୍ ଆଧାୟିକ ସ୍ୱାସ୍ଥ୍ୟକୁ ବୁଝାଇବ । ମହାପୁରୁଷମାନେ ବେଶି ଭାଗରେ ମଣିଷର ଆତ୍ମାଟାର କଥା ହିଁ କହିଛନ୍ତି । ଆତ୍ମାର ମୁକ୍ତି, ଆତ୍ମାର ସଦ୍‌ଗତି, ଆର ସ୍ଵର୍ଗପ୍ରାପ୍ତି ଇତ୍ୟାଦି ଇତ୍ୟାଦି । ଦେହ, ମନ ଓ ଆତ୍ମା, ଏହିପରି ତିନୋଟି ପ୍ରସ୍ଥ ବା ଆୟାମର କଥା କହି ସେମାନେ ଏକ ଚତୁର୍ଥ ପ୍ରସ୍ଥ ବିଷୟରେ ପ୍ରାୟ ଆଦୌ କିଛି ହେଲେ କହିନାହାନ୍ତି କାହିଁକି କେଜାଣି ? ଚତୁର୍ଥ ପ୍ରସ୍ଥଟି ହେଉଛି ସମାଜ, ସମସ୍ତେ, ଯେପରି ମୁଁ, ସେହିପରି ଅନ୍ୟମାନେ । ଏହି ପୃଥିବୀ, ସଂସାର ଯାକର ସମସ୍ତେ । ବ୍ୟକ୍ତି ଆଗ ଅଥବା ସମାଜ ଆଗ, - ଏହି ବିଷୟରେ ଇସ୍କୁଲରେ ପାଠ ପଢ଼ୁଥିବା ସମୟରେ ଆମେ ବହୁବାର ତର୍କାଲୋଚନା କରିଛୁ । କିଏ ବ୍ୟକ୍ତି ଆଗ ବୋଲି କହିଛି ଓ ଆଉ କିଏ ସମାଜ ଆଗ ବୋଲି କହିଛି । ଦୁଇ ପକ୍ଷ ଭିତରେ ଘମାଘୋଟ ବାକ୍‌ଯୁଦ୍ଧ ଲାଗିଛି । ତଥାପି କଥାଟା ମୋଟେ ଛିଣ୍ଡିନାହିଁ । ସତେତ, ବ୍ୟକ୍ତି ବୋଲି କେହିନଥିଲେ ସମାଜଟିଏ କିପରି ସମ୍ଭବ ହୁଅନ୍ତା ଏବଂ ସମାଜ ବୋଲି କିଛି ନ ଥିଲେ ବ୍ୟକ୍ତିର ଜୀବନ ବୋଲି ବା କଥାଟାଏ କିପରି ରହନ୍ତା ?

 

ମୁଁ ବ୍ୟକ୍ତି ହିସାବରେ ଆପଣାକୁ ଅଧିକରୁ ଅଧିକ ଯୋଗ୍ୟ କରିବି; ଅଧିକ ବିଦ୍ୟ, ଅଧିକ ଧନ, ଅଧିକ କ୍ଷମତା,–ଏହି ସବୁକିଛି ହାସଲ କରିବି । କିନ୍ତୁ, ଯାହାକିଛି ହାସଲ କରିବି, ତାହାକୁ ବିବାକ ମୋ’ର ବୋଲି ଭାବିବି ନାହିଁ । ସେଗୁଡ଼ିକୁ କାଖରେ ଯାକି କୋଉ ଗାତରେ ପଶି ଯିବିନାହିଁ-। ସେହି ଯାବତୀୟ ଧନକୁ ମୁଁ ସମସ୍ତଙ୍କର ଅର୍ଥାତ୍ ସମାଜର କାମରେ ଲଗାଇବି,–ଏହିଠାରେ ବୋଧହୁଏ ଭୋଗ ଏବଂ ଯୋଗ ମଧ୍ୟରେ ଅସଲ ଫରକଟି ସର୍ବଦା ରହିଥାଏ । ଯିଏ ଖାଲି ଭୋଗ କରିବ ବୋଲି ଧନ, ବିଦ୍ୟା ଓ ସେହିପରି ଆଉ ସବୁକିଛିକୁ କମାଏ,ସିଏ ସତକୁ ସତ ରୋଗୀଟିଏ ହୋଇଯାଏ, କେବଳ ରୋଗଟାଏ ହିଁ ଭୋଗ କରୁଥାଏ । ସେହିପରି ଯିଏ ଖାଲି ଯୋଗୀ ହୋଇ ବାହାରେ, ସଂସାରକୁ ଅନାଏ ନାହିଁ, ଯେତେ ଯାହା ଅସାଧାରଣତା ହାସଲ କଲେ ମଧ୍ୟ ସିଏ ବି ରୋଗୀ ହୋଇ ପଡ଼ିଥାଏ । ସଂସାରରେ ସାର ବୋଲି କିଛି ନାହିଁ ବୋଲି ଯିଏ ଅସଲ ମୁକ୍ତିର ଲୋଭରେ ଏଠାଟାକୁ ଛାଡ଼ି ନିର୍ଜନିଆ ଅନ୍ୟତ୍ର କେଉଁଠାକୁ ପ୍ରସ୍ଥାନ କରେ, ପଛକୁ ଅନାଇବାକୁ ମାୟା ବୋଲି କହେ,–ଏହି ନଶ୍ଵର ସଂସାରଜନମରୁ ମୋତେ ପାରି କରି ତୁମ ପାଖକୁ ସତ୍ୱର ନେଇଯାଅ ବୋଲି ଏକ ବିକଟ ଗୁହାରି କରି ତା କଳ୍ପନାର ଠାକୁରଙ୍କୁ ଡାକିବାରେ ଲାଗିଥାଏ, ସଂସାରକୁ ବଳ ପାଏ ନାହିଁ ବୋଲି ବିଚରା ସିଏ ଏଭଳି ଆଚରଣ କରିବାକୁ ମନ କରେକି ? ସିଏ ନିଜକୁ ହିଁ ସତେ ଯେପରି ଏକମାତ୍ର କେନ୍ଦ୍ର ବୋଲି ମନେ କରୁଥାଏ । ଭାରତରେ କାଳକାଳରୁ ସେହିପରି ଲକ୍ଷ ଓ ନିୟୁତ ପ୍ରମାଣରେ ମନୁଷ୍ୟମାନେ ସଂସାରକୁ ବଳ ପାଇବ ନାହିଁ ବୋଲି ଭୟ କରି ସଂସାରଛାଡ଼ି ବାହାରିଗଲେ, ବୈରାଗ୍ୟ ବିଷୟରେ ଶାସ୍ତ୍ରମାନ ପାରାୟଣ କଲେ, ଅଲଗା ଭେକଗୁଡ଼ିକୁ ଧାରଣ କଲେ, ଗୁରୁ ହୋଇ ସଂସାର ଭିତରେ ହିତୋପଦେଶ ଦେଲେ । ସମ୍ପ୍ରଦାୟଗୁଡ଼ିକୁ ଗଢ଼ିଲେ, ସାତ ଢଙ୍ଗରେ ଧର୍ମଗୋଳ ଲଗାଇଲେ, ସଂସାରୀମାନଙ୍କୁ ସେମାନଙ୍କର ସଂସାରଧର୍ମରେ ଖୁବ୍ ଅନ୍ୟମନସ୍କ ବି କଲେ, ସେମାନଙ୍କ ଠାରୁ ଏକାଧିକ ଛଦ୍ରମରେ ସଂସାରର ସମ୍ମୁଖୀନ ହେବାର ହିମତଗୁଡ଼ିକୁ ହରଣ କରିନେଲେ ।

 

ପୂର୍ଣ୍ଣତା ହାସଲ କରିବା ହେଉଛି ଆମ ଜୀବନର ସବା ଆଗ ଲକ୍ଷ୍ୟ ବୋଲି ଆମକୁ ନାନା ଛଳରେ ତଥା ନାନା ଥନରେ ଯୁଗ ଯୁଗରୁ କୁହାଯାଇ ଆସିଛି । ମୁଁ ଆହୁରି ଅଧିକ କମାଇବି, ଅଧିକ ସୁଖରେ ରହିବି, ଅଧିକ ଭାଗ୍ୟଶାଳୀ ହେବି - ପୃଥିବୀରେ ସର୍ବାଧିକ ମନ୍ଦିରମାନଙ୍କରେ ତାହାରି ଉପାସନାଟା ହିଁ ମହାପ୍ରାବଲ୍ୟ ସହିତ ଚାଲିଆସିଛି । ଅନ୍ୟ ପଚିଶ ଜଣ ମୋ’ର ସାତ ପଛରେ ଯାଉଥିବେ ଓ ମୁଁ ସବା ଆଗ ଦଉଡ଼ି ଯାଇ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ଯିବି, ଆମ କଳ୍ପନାର ଭଗବାନଟି ପାଖରେ ଆମେ ଅଧିକତର ବ୍ୟାକୁଳତା ସହିତ ହୁଏତ ସେହି ପ୍ରାର୍ଥନାଟିକୁ କରୁଛୁ । ପୃଥିବୀ ଅଧିକ ଧନୀ ହେଉଛି, ପୃଥିବୀରେ ଜ୍ଞାନ ବିଜ୍ଞାନ ବହୁ ଗୁଣ ହେଉଛି, ସୁଯୋଗ ବଢ଼ୁଛି, ନୂଆ ନୂଆ ସମ୍ଭାବନାର ପଟସବୁ ଖୋଲିଯାଉଛି ଓ ନୂଆ ନୂଆ ସଫଳତାର ଇନ୍ଦ୍ରଜାଲଗୁଡ଼ିକୁ ସୃଷ୍ଟି କରିବାରେ ଲାଗିଛି । ତଥାପି କୋଟି କୋଟି ମନୁଷ୍ୟ ଦରିଦ୍ର ଓ ଅରକ୍ଷିତ ହୋଇ ରହିଛନ୍ତି । ଆମ ଗାଆଁରେ ଯାହା, ପୃଥିବୀ ନାମକ ଏହି ବୃହତ୍ତମ ଗାଆଁଟିରେ ମଧ୍ୟ ପ୍ରାୟ ସେଇଆ । ଦେଶମାନେ ଉନ୍ନତିପଥରେ ଧାବମାନ ହେବାରେ ଲାଗିଛନ୍ତି, କିନ୍ତୁ ଦେଶର ଅଧେ ମଣିଷ ସେଥିରୁ ବାହାର ହୋଇ ରହିଛନ୍ତି । ଜାତିମାନେ ଗୌରବ ପତାକା ଉଡ଼ାଇ ମୁଣ୍ଡରେ ଉଜ୍ଜ୍ଵଳ ଠେକାମାନ ଭିଡ଼ି, କେତେ କେତେ ଛଇରେ ନର୍ତ୍ତନ କରୁଛନ୍ତି, ତଥାପି ଦେଶରେ ଅଧେ ବା ତତୋଽଧିକ ମଣିଷ ଅନ୍ଧାର ଭିତରେ ପ୍ରବଞ୍ଚିତ ହେବାରେ ଲାଗିଛନ୍ତି ।

 

ଇଏ କେବଳ ଗୋଟାଏ ଦେଶରେ ନୁହେଁ, ପୃଥିବୀଯାକ ପ୍ରାୟ ସର୍ବତ୍ର । କେବଳ ‘ମୁଁ’ ଗୁଡ଼ାକର ଜୟଯାତ୍ରା–ଉଭୟ ବ୍ୟକ୍ତି ‘ମୁଁ ତଥା ସାମୂହିକ ‘ମୁଁ ମାନଙ୍କର । ମୁଁ ଅଧିକରୁ ଅଧିକ ତୋରା ଦିଶିପାରିବି ବୋଲି କ’ଣ ଅବଶ୍ୟମ୍ଭାବୀ କୌଣସି ବିଧାନ ଅନୁସାରେ ଆଉମାନେ ଅସନା ଭିତରେ ଘାଣ୍ଟି ହେବାରେ ଲାଗିଥିବେ ? ବେଳେ ବେଳେ ତ ଏପରି କହିବାକୁ ବାଧ୍ୟ ହେଲା ପରି ଲାଗେ ଯେ, ପୂର୍ଣ୍ଣାଙ୍ଗ ସୁଖ, ପୂର୍ଣ୍ଣାଙ୍ଗ ଶାନ୍ତି,ଗୋଟିଏ କଥାରେ କହିଲେ ବ୍ୟକ୍ତି ନିମନ୍ତେ ମଧ୍ୟ ପୂର୍ଣ୍ଣାଙ୍ଗ ଭାଗ୍ୟଟିଏ କଦାପି ସମ୍ଭବ ହେବ ନାହିଁ, ଯେପର୍ଯ୍ୟନ୍ତ ସମସ୍ତକୁ ନେଇ ଏକତ୍ର ବିଚାର କରାଯାଇଛି । ବାରବାର ପୃଥିବୀଟାକୁ ଅର୍ଥାତ୍ ଅନ୍ୟମାନଙ୍କୁ ଚିତା କାଟି ସବୁକିଛିକୁ ମୁଁ ବା ଆମେ କେତେ ଜଣ ଭୋଗ କରିବୁ ବୋଲି ଭାଡ଼ି ତଳକୁ ପଳାଇବାର ଅପସଂସ୍କାରଟାର ପାଲରେ ପଡ଼ିଥିବାଯାଏ ଏହି ପୃଥିବୀଟା ଅଲକ୍ଷଣା ହୋଇ ହିଁ ରହିବ ଏବଂ ସ୍ଵପ୍ନମାନେ ଧୋକା ଖାଇ ଯାଉଥିବେ ।

 

ତେଣୁ, ଆଗ ସବୁ ମଣିଷ, ସମସ୍ତେ । ଭୂମିଟି ଟାଣ ହୋଇ ତିଆରି ହେବ, ଯେପରିକି ସବୁ ମଣିଷଙ୍କର ବର୍ତ୍ତମାନଟି ଅନ୍ତତଃ ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକର କ୍ଷେତ୍ରରେ ସମୁଚିତ ପ୍ରତ୍ୟୟଗୁଡ଼ିକୁ ଯୋଗାଇ ଦେଇପାରୁଥିବ । ସବୁ ମଣିଷ ଏକ ନିର୍ଭରଯୋଗ୍ୟ ମାଟି ଉପରେ ଛିଡ଼ା ହୋଇଥିବେ, ଯେପରିକି ସେମାନଙ୍କର ଆଖିଆଗରେ ମନଲାଖି ବାଟଟିଏ ଦିଶି ଦିଶି ଯାଉଥିବ ଓ ମୁଣ୍ଡ ଉପରେ ରହିଥିବା ଏହି ଆକାଶଟି ମଧ୍ୟ ଆସ୍ପୃହାଗୁଡ଼ିକୁ ଆଣି ପହଞ୍ଚାଇ ଦେଉଥିବ । ଧିକ୍ ସେହି ଜାତୀୟତାବାଦୀ ସ୍ଵାର୍ଥୀମାନଙ୍କୁ, ଯେଉଁମାନେ କି ଜାତିକୁ ନେଇ ଗର୍ବ କରନ୍ତି, ଅତୀତଟାକୁ ନେଇ ମଞ୍ଜୁଳ ଉପନ୍ୟାସମାନ ଲେଖିଦେଇ ଫୁଲେଇ ହେଉଥାଆନ୍ତି, ଅଥଚ ଆପେ ବହୁ ଶୋଷଣର କାରଣ ହୋଇ ରହିଥାଆନ୍ତି । ସେମାନେ ସତକୁ ସତ ଏହି ପୃଥିବୀଟାକୁ ଏକା ଏକା ଭୋଗକରିବାକୁ ଇଚ୍ଛା କରୁଥାଆନ୍ତି । ଯୋଉ ଘରେ ସମସ୍ତଙ୍କୁ ଭାଗ ନଦେବାକୁ ହିଁ ସରକାରୀ ଏବଂ ବେସରକାରୀ ଷଡ଼ଯନ୍ତ୍ରମାନ ଲାଗିରହିଥାଏ, ମୂଳଦୁଆଟିକୁ ଟାଣ ନକରି କୋଠାଟାକୁ ଉଚ୍ଚା ଓ ଅଧିକ ଉଚ୍ଚା କରି ଗଢ଼ିବା ନିମନ୍ତେ ଔପଚାରିକ ବହୁଆଡ଼ମ୍ବରରେ ନାନା 'ତତ୍ପରତା ଲାଗି ରହିଥାଏ, ସେହି ଘର ଅଲକ୍ଷଣା ହେବାକୁ ବାଧ୍ୟ ହିଁ ହେବ । ଭାରତବର୍ଷ ନାମକ ସମଗ୍ର ଭୂମିରେ ହେବ ଏବଂ ଓଡ଼ିଶାରେ ମଧ୍ୟ ହେବ । ସ୍ୱାଧୀନ ଭାରତବର୍ଷରେ ଓ ତେଣୁ ଓଡ଼ିଶାରେ ଅଗ୍ରଗତିର ଯେତେ ଯେତେ ଯୋଜନା ହୋଇଛି, ସେଥିରେ ସମସ୍ତଙ୍କ ବିଷୟରେ ଖୁବ ବେଶି ବିଚାର ହୋଇପାରିନାହିଁ । ତେଣୁ ଏତେ ମଥା ଖରଚ ହୋଇ ଏଠାରେ କରାଯାଇଥିବା ଅଧିକତମ ଉଦ୍ୟମରେ ଆମେ ଅଳପ କେତେକ ମିଶି ନିଜକୁ ପୂରା ଆଗେଇ ଯିବାର ଏକ ଦୁର୍ବୃଦ୍ଧିରେ ବଣା କରିଦେଇ ନାନା ଅସୁନ୍ଦର ତଥା ନାନା ଅମଙ୍ଗଳକୁ ଡାକି ଅଣାଯାଇଛି । ଏବଂ ତଥାକଥିତ ଯୋଗ୍ୟମାନେ ହିଁ ଅଧୁକ ଅକଲ୍ୟାଣର କାରଣ ହୋଇଛନ୍ତି । ସାହିତ୍ୟ ଅଳପଙ୍କର ଅବସର ବିନୋଦନରେ ପରିଣତ ହୋଇ ରହିଛି, ସଂସ୍କୃତି କହିଲେ ସନ୍ଧ୍ୟା ସମୟର କେତେଟା ନାଚ, ଗୀତ ତଥା ତତ୍ତୁଲ୍ୟ ତାମସାମାନଙ୍କୁ ବୁଝାଉଛି, ଯାହାକି କେଡ଼େ ଧୂର୍ତ୍ତ ଭାବରେ ଆମେ ଯେ ଆହୁରି ବହୁତଙ୍କୁ ପଛରେ ପକାଇ ଦେଇ ଚାଲି ଆସିଛୁ, ସେହି ସତକଥାଟିକୁ ପାସୋରି ରହିବା ନିମନ୍ତେ ଖୋରାକମାନ ଯୋଗାଇ ଦେଉଛି ।

 

ତେଣୁ ସବା ଆଗ ସବୁ ମଣିଷ, ତା'ପରେ ଯାଇ ପୂର୍ଣ୍ଣାଙ୍ଗ ମଣିଷ ସମ୍ବନ୍ଧରେ ଯାହା କିଛି ବିଚାର ଅଥବା ଉଦ୍ୟମ । ଭାରତବର୍ଷର ଶାସ୍ତ୍ରମାନଙ୍କରେ ବହୁ ତଥ୍ୟର ବଖାଣ କରାଯାଇଛି,– ସବୁ ମଣିଷ ମଧ୍ୟରେ ଆତ୍ମାନାମକ ବ୍ରହ୍ମ-ଅଂଶଟିଏ ରହିଛି ବୋଲି ଘୋଷଣା କରାଯାଇଛି । କିନ୍ତୁ ସମାଜଟା କାହିଁକି ତଥାପି ସେହି ନିତାନ୍ତ ଆଦିମ ସ୍ତରରେ ପଡ଼ି ରହିଛି ? ଆମର ଜ୍ଞାନୀ ଓ ମହାତ୍ମାମାନେ ଏପରି ବହୁ ଛଟକରେ କ୍ଷମତାଧୀଶମାନଙ୍କ ପାଖରେ ବିକ୍ରି ହୋଇଯାଉଛନ୍ତି ଯେ, ସେମାନେ ସବୁ ମଣିଷଙ୍କୁ ସାଙ୍ଗରେ ଅଗ୍ରସର ହେବାଟା ହିଁ ଅସଲ ବିବେକ ବୋଲି କହିବାକୁ ସାହସ କରିନାହାନ୍ତି । ସେମାନେ ପ୍ରାୟ ସମସ୍ତେ ସେହି ବର୍ବର ବଡ଼ମାନଙ୍କ ଆଡ଼କୁ ଆଉଜି ପଡ଼ିଛନ୍ତି । ତେଣୁ ସେମାନେ ମଧ୍ୟ ଅନ୍ଧକାର ଗୁଡ଼ାକୁ ଏବଂ ଅନ୍ୟାୟଗୁଡ଼ାକୁ ସତେ ଅବା ବାଟ ଛାଡ଼ି ଦେଇଛନ୍ତି । ଅଧ୍ୟାତ୍ମ ଆନ୍ଦୋଳନଗୁଡ଼ିକୁ ଶୀତଳ କରି ରଖିବାରେ ଏବଂ ଯଥାର୍ଥ ଜୀବନସତ୍ୟଗୁଡ଼ିକୁ ଠାକୁର ପିତୁଳା କରି ବସାଇ ଦେବାର ଫିକର ଗୁଡ଼ିକରେ ମୁଖ୍ୟତଃ ପୌରୋହିତ୍ୟ କରିଛନ୍ତି ।

 

ଭାରତବର୍ଷ ସବା ଆଗ ସବୁ ମଣିଷକୁ ସ୍ଵୀକାର କଲେ ଯାଇ ବର୍ତ୍ତମାନର କପଟତାପୂର୍ଣ୍ଣ ରାତ୍ରିଗୁଡ଼ାକର କବଳରୁ ପରିତ୍ରାଣ ଲାଭ କରିପାରିବ । ସବୁ ମଣିଷକୁ ସ୍ୱୀକାର କରି ଏଠି ଯେତେବେଳେ ସମ୍ବିଧାନଟିଏ ତିଆରି ହେଲା, ସେତେବେଳେ ନେତୃତ୍ୱଗୁଡ଼ିକର ଠିକଣା ଦିଗ୍‌ଦର୍ଶନ ଗୁଡ଼ିକୁ ଦେଇ ପାରିବା ପାଇଁ କ’ଣ ଠିକଣା ଲୋକମାନେ ନଥିଲେ ? ଏଭଳି ଶୋଚନୀୟ ଭାବରେ ଏତେ ଏତେ ଧୋକା ହୋଇଗଲା କିପରି ? ସବୁ ମଣିଷକୁ ଭାଗ ଦିଆଯାଇ ପାରିଲା ନାହିଁ କାହିଁକି-? ଶାସକମାନେ କାହିଁକି ଏପରି ହୃଦୟହୀନ ବା ହେଲେ ? ହୃଦୟଟିଏ ଥିଲେ ସିନା ମଣିଷମାନେ ଆଦୌ କୌଣସି ଅଙ୍ଗୀକାରବଦ୍ଧତା ପାଇଁ ଯୋଗ୍ୟ ହୋଇପାରନ୍ତେ ! ଆମେ ପଢ଼ୁଥିବା ପାଠମାନଙ୍କରେ ଅଙ୍ଗୀକାରବଦ୍ଧତା ବୋଲି ଆଉ କିଛି ହେଲେ ରହିଲା ନାହିଁ । ତେଣୁ ପାଠ ପଢ଼ି ଥୋକେ କେବଳ ପେଟୁଆ ହେଲେ । ଯେଉଁ ଭୂମିଟା ରହିଛି ବୋଲି ସେମାନେ ଆଦୌ ପାଦଟିଏ ଥାପି ବଞ୍ଚି ପାରୁଛନ୍ତି, ସେଇ ଭୂଇଁଟା ପ୍ରତି ମୂଳତଃ ବେଇମାନୀ କରିବା ଲାଗି ସେମାନେ ପାଠମାନଙ୍କୁ ପଢ଼ିଲେ କି ? ଗଣ୍ଠି ସ୍ଥାନମାନଙ୍କରେ ସେହିମାନେ ନିଯୁକ୍ତ ହୋଇ ରହିଲେ, ଇନ୍ଦ୍ର ଭଳି ବିହରଣ କଲେ,–ସବୁମଣିଷଙ୍କୁ ବିଚାରକୁ ନିଆଗଲେ ଯାଇ ସତକୁ ସତ ଦମ୍ଭ କରି ଓ ସୁସ୍ଥ କରି ଯେ ଆଦୌ କିଛି ଗଢ଼ାଯାଇ ପାରିବ, ସେହି କଥାଟିକୁ ନିଜର ବିବେକ ପାଖରୁ ବୁଦ୍ଧିମତ୍ତାର ସହିତ ଲୁଚାଇ ରଖିଲେ । ମିଛ ମୁକୁଟମାନ ମୁଣ୍ଡରେ ଲଗାଇଲେ, ମିଛ ବାକ୍ୟଗୁଡ଼ିକୁ କହି ବୁଲିଲେ–ମୂଲ୍ୟବାନ ଅର୍ବଶତାବ୍ଦୀଟିଏ ବରବାଦ କରିଦେଲେ । ମିଛ ମଣିଷମାନଙ୍କର ସାହାଯ୍ୟରେ ସତ୍ୟଗୁଡ଼ିକୁ ଭୁରୁଡ଼ାଇ ରଖି ଭାରତବର୍ଷରେ ସବୁ ପୂରା ସଳଖ ହୋଇ ଚାଲିଛି ବୋଲି ଗୋଟାଏ କୁହୁଡ଼ି ସୃଷ୍ଟି କରି ରଖଲେ । ଏହି ଦେଶଟାକୁ ସତେ ଅବା ଜୟ କରି ନେଇଥିବା ପରି ଦମ୍ଭ ଦେଖାଇଲେ । ଏବଂ ସେଇଥିରେ କେଡ଼େ ଖୁସି ବି ହେଲେ । ତଥାପି ସବୁ ମଣିଷଙ୍କୁ ନେଇ ସୁପ୍ନ ଦେଖିବାକୁ ହେବ, ନିଜକୁ ସବୁ ମଣିଷଙ୍କ ସହିତ ସାମିଲ କରି ହିଁ ଆଗକୁ ପାଦଗୁଡ଼ିକ ପକାଇବାକୁ ହେବ । ସମଗ୍ର ପୃଥିବୀରେ ମଧ୍ୟ ସେହି ସବୁ ମଣିଷମାନେ କ୍ରମେ ସଚେତନ ହେଲେଣି । ଭାରତବର୍ଷରେ ତ ସେହି ସତ୍ୟଟି ଅପେକ୍ଷାକୃତ ଅଧିକ ସହଜରେ ବୋଧଗମ୍ୟ ହୋଇପାରିବା ଉଚିତ ।

 

ଭାତରବର୍ଷର ବିଶ୍ଵାସଟି ଅନୁସାରେ ଯଦି ସବୁ ମଣିଷଙ୍କ ଭିତରେ ଆତ୍ମା ନାମକ ସେହି ପରମ ସମ୍ପଦଟି ରହିଥାଏ, ତେବେ ଆମେ ଥୋକେ ଚାଲାକ ହୋଇ ଅନ୍ୟ ଥୋକେଙ୍କୁ ଧୋକା ଦେଇପାରିବା କିପରି ? ସେମାନଙ୍କର ଅନ୍ତରସ୍ଥ ଆତ୍ମା ଆମକୁ ସେଥିଲାଗି କଦାପି ବାଟ ଛାଡ଼ି ଦେବ ନାହିଁ ।

Image

 

ଇସ୍ରାଏଲରୁ ଖୁଏ କଥା

 

କୋଉ ଆରମ୍ଭ ଶତାବ୍ଦୀ ଗୁଡ଼ିକରେ ଇହୁଦୀମାନେ ସେମାନଙ୍କର ବର୍ତ୍ତମାନ ଭୂମି ଇସ୍ରାଏଲରେ ବାସ କରୁଥିଲେ । ଏକାଧିକବାର ଆକ୍ରମଣକାରୀ ଅନ୍ୟ ଧର୍ମମାନଙ୍କ ଦ୍ୱାରା ଭୂମିରୁ ବିତାଡ଼ିତ ହୋଇ ସେମାନେ ପୃଥିବୀର କେତେ କେତେ ଦେଶରେ ଖେଳେଇ ହୋଇରହିବାକୁ ବାଧ୍ୟ ହେଲେ । ତଥାପି ଧର୍ମୀୟ ମାଳିକା ମାନଙ୍କରେ ଲେଖାହୋଇଥିଲା ଯେ, ସେମାନେ ପୁନର୍ବାର ଗୋଟିଏ ଯୂଥ ଓ ଗୋଟିଏ ଜାତି ହୋଇ ମୂଳ ଭୂମିଟିକୁ ନିଶ୍ଚୟ ଫେରି ଆସିବେ । ତେଣୁ ବାଧ୍ୟ ହୋଇ ଯିଏ ଯେଉଁ ଦେଶରେ ରହି ଯାଇଥିଲେ ମଧ୍ୟ ଇହୁଦୀମାନଙ୍କର ଅନ୍ତର ଭିତରେ ଆଶାଟିଏ ସର୍ବଦା ଜାଗ୍ରତ ହୋଇରହିଥିଲା ଯେ, ସେହି ଆପେକ୍ଷିତ ଆନନ୍ଦ ମୁହୁର୍ତ୍ତଟି ନିଶ୍ଚୟ ଦିନେ ନା ଦିନେ ଆସିବ ହିଁ ଆସିବ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଳପ କେତେ ଇହୁଦୀ ସେହି ପ୍ରେରଣା ଦ୍ୱାରା ପରିଚାଳିତ ହୋଇ ପାଲେଷ୍ଟାଇନରେ ବସବାସ କରିବା ସକାଶେ ଆସି ପଂହଚିଲେ । ସେମାନେ ସମସ୍ତେ ୟୁରୋପରୁ ହିଁ ଆସିଥିଲେ । କାର୍ଲମାକ୍ସଙ୍କ ପରେ ୟୁରୋପରେ ଯେଉଁ ସାମ୍ୟବାଦୀ ଆନ୍ଦୋଳନଟିର ଜନ୍ମ ହୋଇଥିଲା, ଏମାନେ ପ୍ରାୟ ସମସ୍ତେ ସେହି ଆଦର୍ଶଟି ଦ୍ୱାରା ଉଦ୍‌ବୁଦ୍ଧ ହୋଇଥିଲେ । କିନ୍ତୁ ଭିତରେ ଇହୁଦୀର ହୃଦୟଟିଏ ସର୍ବଦା ଜୀଇ ରହିଥିଲା ଓ ସେମାନେ ଇସ୍ରାଏଲରେ ଏକ ସାମ୍ୟବାଦୀ ଭବିଷ୍ୟତର ନିର୍ମାଣ କରିବେ ବୋଲି ସେହି ମୂଳରୁ ହିଁ ସ୍ଵପ୍ନ ଦେଖୁଥିଲେ ।

 

ପାଲେଷ୍ଟାଇନରେ ଆରବୀୟମାନେ ବାସ କରୁଥିଲେ । ସମ୍ପୂର୍ଣ୍ଣ ଭୂମିର ଅଧିକାରୀ ସେମାନେ ହିଁ ଥିଲେ । ପ୍ରଥମ ଇହୁଦୀ ବହିରାଗତମାନେ ସେହିମାନଙ୍କର ଜମିରେ କାମ କଲେ । ଶ୍ରମିକ ହୋଇ ସେହିମାନଙ୍କର ଅଧୀନରେ ରାସ୍ତା ତିଆରି କଲେ ଇତ୍ୟାଦି ଇତ୍ୟାଦି । ସେହି ବର୍ଷଗୁଡ଼ିକ ପ୍ରକୃତରେ ଅତ୍ୟନ୍ତ କଷଣପୂର୍ଣ୍ଣ ହୋଇ ରହିଥିଲା । ତଥାପି ଏକ ଅସାଧାରଣ ସଂକଳ୍ପଶକ୍ତି ଏବଂ ସଂହତି-ଭାବନାର ବଳରେ ସେମାନଙ୍କ ଗୋଡ଼ ଗୁଡ଼ିକ ସେହି ଭୂମିରେ ଅଳ୍ପ ପାଇଲେ ଏବଂ ସର୍ବପ୍ରଥମ ଇହୁଦୀ ବସତିଗୁଡ଼ିକର ଥାପନା ହେଲା । ସେଗୁଡ଼ିକ ପ୍ରାୟ ପୂର୍ବରୁ ହିଁ ସ୍ଥିର ହୋଇ ସାରିଥିବା ପରି ସାମ୍ୟବାଦୀ ଗଢ଼ଣରେ ଗଢ଼ାଗଲା । ବ୍ୟକ୍ତିଗତ ସମ୍ପତ୍ତି ରହିବ ନାହିଁ, ବସତିଟିରେ ସାମୂହିକ ନିଷ୍ପରି ଦ୍ୱାରା ସକଳ ବ୍ୟବସ୍ଥା କାୟମ ରହିବ । ସମସ୍ତେ ଗୋଟିଏ ଘରେ ଏକା ପରି ଖାଦ୍ୟ ଖାଇବେ, ପରିବାର ଗୁଡ଼ିକର ପିଲାମାନେ ନିଜ ବାପାମାଆଙ୍କ ପାଖରେ ନରହି ଏକତ୍ର ଆବାସିକ ଭାବରେ ଲାଳିତପାଳିତ ହେବେ । ଏବଂ ଏକ ତଦନୁରୂପ ଢାଞ୍ଚା ତଥା ଧାରାରେ ସେମାନଙ୍କର ପାଠ ପଢ଼ିବା ଲାଗି ବିଦ୍ୟାଳୟଗୁଡ଼ିକ ମଧ୍ୟ ତିଆରି ହେବ । ସେତେବେଳେ ସାମ୍ୟବାଦୀମାନେ ହିଁ ନିର୍ବାଚନ ମାନଙ୍କରେ ବିଜୟ ହାସଲ କରି ସରକାରକୁ ଚଳାଉଥିଲେ । ଅନ୍ୟାନ୍ୟ ନାମକୁ ମାତ୍ର ରାଜନୀତିକ କେତେକ ଦଳ ଅବଶ୍ୟ ରହିଥିଲେ । ୧୯୪୮ ମସିହାରେ ମିଳିତ ଜାତିସଂଘ ଇହୁଦୀମାନଙ୍କର ଏକ ସ୍ଵତନ୍ତ୍ର ନିଜ ଦେଶ । ସ୍ଥାପିତ ହେବା ବିଷୟରେ ପ୍ରସ୍ତାବଟିକୁ ମଂଜୁର କରିଦେବା ପରେ ତତ୍କାଳୀନ ଦୁଇ ସାମ୍ୟବାଦୀ ଦଳ–ମାପାଇ ମାପାମ୍ ହିଁ ଦେଶର ଯାବତୀୟ ମାମଲତରେ କର୍ଣ୍ଣଧାର ହୋଇ ରହିଥିଲେ । ଗୋଟିଏ ଶାସକ ଦଳ ହେଲେ ଆରଟି ବିରୋଧୀ ଦଳର ଭୂମିକା ଗ୍ରହଣ କରୁଥିଲା । କାଁ ଭାଁ ଆଉ କେତେ ଦଳ କ୍ଷେତ୍ରରେ ତାଲିକାଭୁକ୍ତ ହୋଇ ରହିଥିଲେ ସତ, ମାତ୍ର ସାମ୍ୟବାଦର ହିସାବରେ ସବୁକିଛି ଚାଲୁଥିଲା । ନ୍ୟାୟତଃ ସାମ୍ୟବାଦୀ ସମୁହ ଗାଆଁ ଗୁଡ଼ିକର ସଦସ୍ୟମାନେ ହିଁ ଜାତୀୟ ନେତୃତ୍ୱ ନିର୍ବାହର ମୀମାଂସକ ସକଳ ସ୍ତରରେ ସର୍ବାଗ୍ର ହୋଇ ରହିଥିଲେ ।

 

ସେତେବେଳେ ସେହି ପୁରୋଗାମୀ ସାହସମୟର ନେତୃବର୍ଗ ସେମାନଙ୍କର କଳ୍ପିତ ଇସ୍ରାଏଲରେ ଏକମାତ୍ର ଇହୁଦୀମାନେ ରହିବେ ବୋଲି ମୋଟେ ଚିନ୍ତା କରିନଥିଲେ । ଆରବମାନେ ଏହି ଭୂମିର ମୂଳ ବାସିନ୍ଦା ଏବଂ ତେଣୁ ଇହୁଦୀମାନେ ସେମାନଙ୍କ ସହିତ ଗୋଟିଏ ଦେଶରେ ମିଳି କରି ରହିବେ, ମିଳିତ ଶାସନଟିଏ ରହିବ ଓ ଯଥା ସମ୍ଭବ ଏକ ସାମ୍ୟବାଦୀ ସମଗ୍ର ପରିମଳରେ ଯେଉଁ ଉନ୍ନୟନର କାର୍ଯ୍ୟକ୍ରମମାନ ଆରମ୍ଭ ହେବ, ସେଥିରେ ଉଭୟ ଗୋଷ୍ଠୀ ଉପକୃତ ହେବେ । ଉଭୟ ଗୋଷ୍ଠୀର ଦାୟିତ୍ଵରେ ହିଁ ସବୁ ଚାଲିବ । ବିଚାର କରାଯାଇଥିଲା ଯେ, ୟୁରୋପରୁ ଏଠାକୁ ଆସିଥିବା ଇହୁଦୀମାନେ ଆଧୁନିକ କୌଶଳ ତଥା ବିଦ୍ୟାଗୁଡ଼ିକରେ ସମ୍ପନ୍ନ ହୋଇ ଆସୁଥିବାରୁ ସେମାନେ ହୁଏତ ଆଗରେ ଆଗରେ ରହିଥିବେ, କିନ୍ତୁ ଆରବମାନଙ୍କୁ ମଧ୍ୟ ଅବଶ୍ୟ ସାଙ୍ଗରେ ସାମିଲ କରିବେ । ଧର୍ମୀୟ କିମ୍ବଦନ୍ତୀଟି ଅନୁସାରେ ମୁସଲମାନ ଓ ଇହୁଦୀ ପ୍ରକୃତରେ ଦୁଇ ଭାଇ ଓ ତେଣୁ କାହିଁକି ଏକାଠି ହୋଇ ନରହିବେ ବୋଲି ସେତେବେଳେ ସଂପୃକ୍ତ ଇହୁଦୀ ସାମ୍ୟବାଦୀ ନେତୃତ୍ୱଟି ଖୁବ ଆଶାବାଦୀ ଥିଲା । ମାତ୍ର ପ୍ରାୟ ସେହି ମୂଳରୁ ହିଁ ସୋସିଆଲିଜିମର ଆଦର୍ଶଟି ସହିତ ଜିଓନିଜିମ୍ ନାମକ ଧର୍ମୀୟ ଆଦର୍ଶଟି ରହିଥିଲା । ଯେତେ ଗୌଣ ହେଲେ ମଧ୍ୟ ତଥାପି ରହିଥିଲା ଏବଂ ୧୯୪୮ ମସିହା ପରେ ନୂଆ ଦେଶଟିକୁ ଜାତିସଂଘର ଅନୁମୋଦନ ମିଳିଗଲା ପରେ ସତେଅବା ଧିସାଟି ସମ୍ପୂର୍ଣ୍ଣ ବଦଳିଗଲା । ଧର୍ମୀୟ ନେତାମାନେ ପ୍ରବଳ ହେଲେ, ଧର୍ମୀୟତାକୁ ମୂଳ କରି ନୂତନ ରାଜନୀତିକ ଦଳମାନେ ଅଙ୍କୁରିତ ହେଲେ ଓ ସେମାନଙ୍କର ଏହି ନୂଆ ଆବେଦନଟି ମଧ୍ୟ ଅଧିକରୁ ଅଧିକ ମଣିଷକୁ ଘେନେଇଲା । ଏବଂ ଶେଷକୁ ଏଭଳି ଦଶାଟିଏ ଆସି ପହଞ୍ଚିଲା, ଯେତେବେଳେ କି ସାମ୍ୟବାଦୀ ଦଳ କ୍ରମେ ପଛକୁ ପଛକୁ ରହିଗଲେ, ଧର୍ମୀୟମାନେ ବପୁବନ୍ତ ହେଲେ ଓ ଅଧିକ ବଳବନ୍ତ ଦିଶିଲେ । ବର୍ତ୍ତମାନ ଇସ୍ରାଏଲ ଦେଶରେ ତ ଏପରି ଗୋଟାଏ ସାତସିଲାଇ ସରକାର ଚାଲିଛି, ଯେଉଁଥିରେ କି ଧର୍ମୀୟମାନେ ପ୍ରମୁଖ ହୋଇ ରହିଛନ୍ତି ଓ ସାମବାଦୀ ମାପାଇ ଦଳଟି ସେମାନଙ୍କ ସହିତ ଆପଣାକୁ ଗୁନ୍ଥିକରି ରହିଛି । ବିଚରା ଅନ୍ତତଃ ତା’ର ତଥାପି ଏକ ଅସ୍ତିତ୍ୱ ଅଛି ବୋଲି ସୂଚନା ଦେଉଛି ।

 

୧୯୫୩ ମସିହାରେ ମୁଁ ଶ୍ରୀ ମାର୍ଟିନ୍ ବୁବରଙ୍କୁ ଜେରୁଜେଲମ ସହରରେ ତାଙ୍କ ଘରେ ଯାଇ ଭେଟିଥିଲା ସମୟରେ ସିଏ ସେହି କଥା କହୁଥିଲେ । ଅତ୍ୟନ୍ତ ବିରସ ହୋଇ ବି କହୁଥିଲେ । ଆପଣାର ଯୁବାବସ୍ଥାରୁ ହିଁ ସିଏ ଅନ୍ୟ ସାଥୀମାନଙ୍କ ସହିତ ମିଶି । ସେହି ୟୁରୋପରେ ହିଁ ନିଜ ଭୂମି ଇସ୍ରାଏଲକୁ ଲେଉଟି ଆସିବାର ଆସ୍ଫୃହାଟିକୁ ସକଳ ଅର୍ଥରେ ଏକ ଆନ୍ଦୋଳନର ରୂପ ଦେଇଥିଲେ । ଦର୍ଶନଶାସ୍ତ୍ରର ଅଧ୍ୟାପକ ହିସାବରେ ଇସ୍ରାଏଲକୁ ଆସି ବିଶ୍ୱପ୍ରସିଦ୍ଧ ହେଲେ । ସମଗ୍ର ବିଶ୍ଵର ନମସ୍ୟ ହୋଇ ରହିଲେ । ତଥାପି କ୍ରମେ ଅଧିକରୁ ଅଧିକ ଅସୁଖୀ ମଧ୍ୟ ହେଲେ । ନୂଆ ହୋଇ ଦେଶଟାଏ ପାଇଥିବା ଇହୁଦୀମନଟା ଏହି ଦେଶଟା ଏକୁଟିଆ ଇହୁଦୀମାନଙ୍କର ହୋଇ ରହିବ ବୋଲି ନୂଆ ଝୁଙ୍କଟିଏ ବାହାର କଲା ଓ ସେହି କଥାଟିକୁ ସବା ଆଗରେ ଏକ ଆଦର୍ଶ ରୂପେ ଉତ୍ତୋଳିତ କରି ରଖିଥିବା ଧର୍ମୀୟ ଦଳମାନେ ଅଗ୍ରଭାଗକୁ ଆସିଲେ, ଶାସନଟାକୁ ବି ଦଖଲ କରିନେଲେ । ସାମ୍ୟବାଦର ତାରାଟି ତାହାରି ପ୍ରକୋପରେ କ୍ରମଶଃ ନିଷ୍ପଭ୍ର ହୋଇ ଆସିଲା । ଆରବମାନଙ୍କୁ ଦ୍ୱିତୀୟ ଧାଡ଼ିର ନାଗରିକ କରି ରଖା ବି ଗଲା । ସେହି ଉତ୍ତାପରେ ଦାର୍ଶନିକ ଶ୍ରୀ ବୁବରଙ୍କର କଥାଟା ମଧ୍ୟ ପଛକୁ ରହିଗଲା, ଏଥର ଦ୍ୱିତୀୟଥର ପାଇଁ ସେଠାକୁ ଯାଇଥିବାବେଳେ କେତେଥର ମୋତେ ପୋଖତ ଅଧ୍ୟାପକଙ୍କ ପାଖରୁ ଶୁଣିବାକୁ ମିଳୁଥିଲା ଯେ, ମାଟିନ୍ ବୁବର ଜଣେ ମହାପୁରୁଷ ସିନା, ମାତ୍ର ତାଙ୍କର ଭାବନାଗୁଡ଼ିକ, ବାସ୍ତବ ରାଷ୍ଟ୍ରଧନ୍ଦାର କ୍ଷେତ୍ରରେ ଆଦୌ କାମ ଦେବନାହିଁ । ସବୁଠାରୁ ବଡ଼ ମାଡ଼ ଗୁଡ଼ାକ ହେଲା ଇସ୍ରାଏଲର ସେହି ସମୁହ ଗାଁ ଗୁଡ଼ିକ ଉପରେ, ଯେଉଁମାନେ କି ପୁରୋଗାମୀ ସଦୃଶ ଭୂମିଟିକୁ ଆସି ଯାବତୀୟ କଷ୍ଟକୁ ବରଣ କରି ଅସଲ ମୂଳଦୁଆ ଗୁଡ଼ିକୁ ପକାଇଥିଲେ । ସେମାନେ ସାମ୍ୟବାଦୀ ଥିଲେ, ନ୍ୟାୟର ପ୍ରତିଷ୍ଠା ଦ୍ୱାରା ଇହୁଦୀ ଓ ଆରବ ଉଭୟଙ୍କୁ ସ୍ଥାନ ମିଳୁ ବୋଲି ପ୍ରକୃତରେ ଇଚ୍ଛା କରୁଥିଲେ । ଏବେ ତ ସରକାରୀ ପୃଷ୍ଠପୋଷକତା ଧିମେଇ ଆସିବାରୁ ସେହି ବସତିଗୁଡ଼ିକ ଅନେକତଃ ଏକ ସ୍ଥିତିରେ ଯାଇ ରହିଲେଣି ଓ ସତେଅବା ଡେଣା କଟି ଯାଇଥିବା ଗୋଟାଏ ଗୋଟାଏ ଚଢ଼େଇ ପରି ପଡ଼ି ରହିଛନ୍ତି-। ରାବଣ ସହିତ ଯୁଝିବାକୁ ଆଉ ଜଟାୟୁ ମାନଙ୍କର ବଳ ପାଉନାହିଁ । ଜଣେ ଇହୁଦୀ ଧର୍ମବାଦୀ ହିଁ ଆତତାୟୀ ହୋଇ ସେହି ଦେଶର ଜଣେ ସମାଜବାଦୀ ପ୍ରଧାନମନ୍ତ୍ରୀଙ୍କୁ ଯେ ହତ୍ୟା କଲା, ସେଇଟିକୁ ମଧ୍ୟ ତାହାର ଏକ ସମର୍ଥକ ଶକୁନ ବୋଲି କୁହାଯାଇପାରେ ।

 

ଇସ୍ରାଏଲର ସେହି ସାଂପ୍ରତିକ କାୟା-ପରିବର୍ତ୍ତନକୁ ଦର୍ପଣ କରି ଆମେ ସଂଭବତଃ ନିଜ ଦେଶ ଭାରତବର୍ଷରେ ମଧ୍ୟ ଏକ ଆତ୍ମନିରୀକ୍ଷଣ କରିପାରିବା । ଏକ ସ୍ଵତନ୍ତ୍ର ରାଷ୍ଟ୍ର ରୂପେ ଇସ୍ରାଏଲର ଜନ୍ମ ଏବଂ ଭାରତବର୍ଷର ସ୍ଵାଧୀନତା ଲାଭ ଦୁଇଟିଯାକ ଘଟଣା ପ୍ରାୟ ଏକ ସମ୍ରୟରେ ଘଟିଛି ବୋଲି କୁହାଯାଇ ପାରିବ । ଦେଶ-ଶାସନକୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନା ମାନ ଦେଇ ଭାରତରେ ମଥାମାନେ ଏକାଠି ବସି ଯେଉଁ ସମ୍ବିଧାନଟିଏ ତିଆରି କରିଥିଲେ, ସେଥିରେ ମଧ୍ୟ ସମାଜବାଦୀ ଚିତ୍ରଟିଏ ସଂପୃକ୍ତ ସମସ୍ତଙ୍କର ଆଖି ଆଗରେ ରହିଥିଲା । ଗଣତନ୍ତ୍ରକୁ ମାଧ୍ୟମ କରି ସାମାଜିକ ଯେଉଁ ନ୍ୟାୟର ପ୍ରତିଷ୍ଠା ହେବ, ସେଥିରେ ଭାରତବାସୀ ସମସ୍ତଙ୍କୁ ନାଗରିକ ବୋଲି ଗ୍ରହଣ କରାଯିବ, ଦେଶର ନିର୍ମାଣରେ, ଶାସନ ରେ ତଥା ସଂପଦ ଗୁଡ଼ିକରେ ସମସ୍ତଙ୍କୁ ହିଁ ସଂପୃକ୍ତ କରିରଖାଯିବ । ପୃଥିବୀର କୌଣସି ଧର୍ମର ଏଗୁଡ଼ିକ ବିଷୟରେ ତ ଆଦୌ କୌଣସି ଆପତ୍ତି ରହିବା ଉଚିତ ନୁହେଁ । ଏଠି ପାରମ୍ପରିକ ଭାବରେ ବିକଶିତ ହୋଇ ଆସିଥିବା ବୈଚିତ୍ର୍ୟ ଅର୍ଥାତ୍ ବିଭିନ୍ନତା ଗୁଡିକୁ ଅବଶ୍ୟ ପୂର୍ଣ୍ଣ ସମ୍ମାନ ଓ ସ୍ୱୀକୃତି ଦିଆଯିବ, କିନ୍ତୁ ପ୍ରତ୍ୟେକ ମନୁଷ୍ୟର । ସର୍ବପ୍ରଥମ ଅର୍ଥାତ୍ ସର୍ବନିମ୍ନ ଆବଶ୍ୟକତା-ପୁରଣର କ୍ଷେତ୍ରରେ ଆଦୌ କାହାକୁ ବଂଚିତ କରାଯିବ ନାହିଁ, ଥୋକେ କେଉଁମାନଙ୍କୁ ପଛରେ ଅସମର୍ଥ କରି ଛାଡ଼ି ଆସି ଆଉ । ଥୋକେ ସବୁ ଭୋଗିବା ଲାଗି ପ୍ରଶ୍ରୟ ମଧ୍ୟ ପାଇବେ ନାହିଁ । ଯେଉଁମାନେ ଦେଶର ପ୍ରତିନିଧି ହୋଇ ଶାସନକୁ ଗଲେ, ସେମାନେ ଦେଖୁ ଦେଖୁ ଏପରି ହୁଡ଼ିଯିବାକୁ ମନ କଲେ ଯେ, ସବୁଯାକ ପ୍ରୟାସ ଧୀରେ ଧୀରେ ପଣ୍ଡ ହେବାରେ ହିଁ ଲାଗିଲା । ପ୍ରତ୍ୟେକ କ୍ଷେତ୍ରରେ ବଡ଼ ମାଛମାନେ ସାନମାଛମାନଙ୍କୁ ଗିଳି ବାହାରିଲେ । ଦେଶଟାକୁ ନିର୍ମାଣ କରି ସମସ୍ତଙ୍କ ନିମନ୍ତେ ଏକ ଘର ପରି ଘର ସଂଭବ କରି ଆଣିବାର କାର୍ଯ୍ୟକ୍ରମଟି ବହୁ ଶଠତାର ରାଜନୀତିରେ ଛନ୍ଦି ହୋଇ ମାଡ଼ ଖାଇଗଲା । ନେତୃତ୍ୱ ସଂକଳ୍ପ ହୁଡ଼ିଲା ଓ ଜନସାଧାରଣ ବିଶ୍ଵାସରୁ ହୁଡ଼ିଗଲେ, ସେହି ଅରାଜକତାର ସୁଯୋଗ ନେଇ ଏଠି ଏକ ଧର୍ମାନ୍ଧତାକୁ ବାହାରି ଆସିବା ଲାଗି ବାଟ ଛାଡ଼ିଦିଆଗଲା କି ? ସେଇଥିପାଇଁ ହୁଏତ ଭଗବାନ ଭାରି କମ୍ ଦେଖାଗଲେ ଏବଂ ଦେଉଳଗୁଡ଼ାକ ସବାଆଗ ଓ ଏପରିକି ଏକମାତ୍ର ହୋଇ ଦିଶିଲା । ବିଗିଡ଼ା ପରିସ୍ଥିତିଟାର ସୁଯୋଗ ନେଇ ଅନୁରୂପ ସୁରାସୁରମାନେ ମଧ୍ୟ ବାହାରି ଆସିଲେ ଏବଂ ଆମର ନିୟତି ଗୁଡ଼ିକ ଉପରେ ରଜା ହୋଇ ବସିଲେ । ଯେଉଁ ଭାରତବର୍ଷର ନବରଚନା ନିମନ୍ତେ ଏକଦା ଏକ ମହିମାମୟ ସଂଗ୍ରାମ ଲଢ଼ାଯାଇଥିଲା ଏବଂ ସମଗ୍ର ପୃଥିବୀକୁ ମଧ୍ୟ ଅନନ୍ୟ ହୋଇ ଦିଶୁଥିଲା, ସେହି ଭାରତକୁ ଏହି ଏକାନ୍ତବାଦୀ ଅତ୍ୟଳ୍ପମାନେ କାହୁଁ ବା ବୁଝିଥାନ୍ତେ । ଏବେ ତ କେବଳ ବସୁଧା ପୁଣି ଫାଟିବ ବୋଲି ଯାହା ଅପେକ୍ଷା ଅଛି ।

Image

 

Unknown

ମୋର ମନ ମୋତେ ପଚାରେ

 

‘ଭାରତ ଛାଡ଼', ଆନ୍ଦୋଳନ ସମୟରେ ବ୍ରହ୍ମପୁର କେନ୍ଦ୍ର ଜେଲରେ ରହିଥିବା ସମୟରେ କବି ବୀରକିଶୋର ଦାସ ଗୋଟିଏ ଗୀତ ଲେଖିଥିଲେ । ୧୯୪୩ ମସିହା ଆରମ୍ଭର କଥା। ବଙ୍ଗଳାରେ ଘୋର ଦୁର୍ଭିକ୍ଷ ଲାଗିଥାଏ । ତାହାର ଆଘାତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମଧ୍ୟ ଦୁର୍ଗତ କରି ରଖିଥାଏ । ମହାତ୍ମାଗାନ୍ଧୀ ବନ୍ଦୀଶାଳାରେ ଥାଇ ଅନଶନ କରିଥାନ୍ତି । ବେଳେବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇ ଉଠୁଥାଏ । ଗୀତଟି ଆମେ ଥିବା କଟକ ଜେଲକୁ ସରବରାହ ହୋଇ ଆସିବା ପାଇଁ ଆଦୌ ବେଶିଦିନ ଲାଗିନଥିଲା । ଆନ୍ଦୋଳନ ଧିମେଇ ଯାଇଥାଏ । ବ୍ରିଟିଶ ସରକାର ଏହି ସଂଗ୍ରାମଟି ଉପରେ ନାନା ଭର୍ତ୍ସନାବାକ୍ୟ ପ୍ରୟୋଗ କରି ବିଶ୍ୱବାସୀଙ୍କ ଆଗରେ ଭାରତର ନିନ୍ଦା କରିବାରେ ଲାଗିଥାନ୍ତି । ବୀରବାବୁ କବିତାଟିରେ ତାଙ୍କର କେଡ଼େ ଆବେଗମୟ ଭାଷାରେ ସତେଅବା ଆମ ପ୍ରତ୍ୟେକ ସଂଗ୍ରାମୀର ମାନସିକ କ୍ଷୋଭଗୁଡ଼ିକୁ ବ୍ୟକ୍ତ କରିଦେଇଥାନ୍ତି । ବନ୍ଦୀଶାଳାରେ ରାଜନୀତିକ ବନ୍ଦୀମାନଙ୍କୁ ବହୁତ ସୁଖ ଓ ସୁବିଧା ଯୋଗାଇ ଦିଆଯାଇଥାଏ । ହେ ସଂଗ୍ରାମୀ, ତୁ କ’ଣ ଏହି ବନ୍ଦୀଜୀବନର ଆରାମ ଗୁଡ଼ିକ ଭିତରେ କାଳକ୍ଷେପଣ କରିବାକୁ ଆସିଥିଲୁ ବୋଲି ଜଣେ ବନ୍ଦୀ ଗୀତଟିର ପ୍ରଥମ ଧାଡ଼ିଟିରେ ହିଁ ଆପଣାକୁ ପ୍ରଶ୍ନ କରିଥିଲା । ବୀରବାବୁ ପ୍ରକୃତରେ ଆମ ସମସ୍ତଙ୍କ ମନୋବ୍ୟଥାଟିକୁ ହିଁ ପ୍ରକାଶ କରି ଦେଇଥିବା ପରି ଅନୁଭବ ହେଉଥାଏ-। ଆମେ ବହୁତ ଆତ୍ମବିହ୍ୱଳ ହୋଇ ଗୀତଟିକୁ ବାରମ୍ବାର ଏକାଠି ହୋଇ ଗାଉଥିଲୁ ।

 

ଗାଉଥିଲୁ ଏବଂ ଆହୁରି ଆଗକୁ ଅନାଇ ଦେଖୁଥିଲୁ । ନାଇଁ, ନାଇଁ, ଆଗକୁ ଅଚିରେ ରାତି ନିଶ୍ଚୟ ପାହିବ । ସଂଗ୍ରାମର ବିଜୟ ହେବ । ଭାରତବର୍ଷ କଡ଼ଲେଉଟାଇବ ଏବଂ ଅଭାବନୀୟ ବହୁ ଉଦ୍ୟମରେ ନିଜକୁ ନୂଆ ସାକାରତା ଦେଇ ଅବଶ୍ୟ ଗଢ଼ିବ । ଏହି ଅନୁଭବଗୁଡ଼ିକ ସେତେବେଳେ ମୋଟେ କୌଣସି ଆତ୍ମହରା ଭାବପ୍ରବଣତା ବୋଲି ଲାଗୁନଥିଲା । କାରଣ ସେଇଟି ଭିତରେ ମିଛ ବୋଲି କିଛି ନଥିଲା । ଅପେକ୍ଷମାଣ ଭୂମିଟିକୁ କେଡ଼େ ଅନ୍ତରଙ୍ଗତା ସହିତ ଚିହ୍ନି ହେଉଥିଲା । ଏହି ଭୂମିର ଏତେ କୋଟି ମଣିଷ,- ସେହି ମାନଙ୍କର ହିଁ ଦିନ ଆସୁଛି । ସେମାନେ ମର୍ଯ୍ୟାଦାବନ୍ତ ହେବେ, ଭେଦମାନେ ବିଲୁପ୍ତ ହୋଇଯିବେ । ଭାରତବର୍ଷର ସ୍ଵାଧୀନତାଲାଭ ଏହି ସମ୍ପୂର୍ଣ୍ଣ ଭୂପୃଷ୍ଠରୁ ହିଁ ଉପନିବେଶବାଦର ବିଲୁପ୍ତି ନିମନ୍ତେ ଦ୍ଵାର ଖୋଲିଦେବ । ପୃଥିବୀରେ ଏପରି ଏକ ନୂତନ ପରିଚୟର ବିରାଦରୀ ସ୍ଥାପିତ ହେବା ପାଇଁ ବାଟ ଫିଟିଯିବ, ଯାହାକି ବିଶ୍ଵରାଜନୀତି ଏବଂ ବିଶ୍ୱ-ବୁଝାମଣାରେ ଗୋଟାଏ ନୂତନ ମୋଡ଼କୁ ସମ୍ଭବ କରି ଆଣିବ । ଆମ ଉତ୍ସାହଗୁଡ଼ିକୁ ଡେଣା ଯୋଗାଇଦେବା ପାଇଁ ଆମର ନେତୃବର୍ଗ ତ ସ୍ଵାଧୀନ ଭାରତବର୍ଷ ହିଁ ସାରା ପୃଥିବୀର ପଥ ପ୍ରଦର୍ଶକ ଗୁରୁର ଭୂମିକାଟିଏ ଗ୍ରହଣ କରିବ ବୋଲି ଘୋଷଣା କରି ଯାଇଥିଲେ । ଆମେ ସେଥିରେ ବିଶ୍ୱାସ ମଧ୍ୟ କରୁଥିଲୁ ଓ ସେଇଥିପାଇଁ ତ ସଂଗ୍ରାମ ଭିତରକୁ ଆସିଥିଲୁ । ନେତାମାନେ ଭାରତବର୍ଷର ଆଖି ହୋଇ ରହିଥିଲେ, ସତେଅବା କେତେ ନା କେତେ ସାମନାକୁ ଦେଖିପାରୁଥିଲେ । ସ୍ଵଂୟ ନିଷ୍ଠାରେ ଓ ସାଧୁତାରେ ପୂର୍ଣ୍ଣ ହୋଇ ରହିଥିଲେ ଏବଂ ତେଣୁ ଲୋକମାନଙ୍କ ଠାରେ ବି ପରିପୂର୍ଣ୍ଣ ବିଶ୍ୱାସ ରଖି ପାରୁଥିଲେ ।

 

ସେହି ବେଳାଟିର କଣ୍ଟାକଣ୍ଟି ଷାଠିଏ ବର୍ଷ ପରେ ଆମେ ବର୍ତ୍ତମାନ ପଛକୁ ନା ଆଗକୁ ପ୍ରକୃତରେ କୋଉଟା ଉପରକୁ ଅନାଇବା ? ଭୂମିଟି ଏବେ ମଧ୍ୟ ରହିଛି, ଅପେକ୍ଷା କରି ରହିଛି । କୋଟି କୋଟି ମଣିଷ ଅପେକ୍ଷା କରିଛନ୍ତି, କ’ଣ ଗୋଟିଏ ଘଟୁ ବୋଲି ଆଶା କରି ସେମାନେ ଅପେକ୍ଷା କରି ରହିଛନ୍ତି । କ’ଣ ସବୁ ଘଟିଥାଆନ୍ତା, ଅଥଚ ଘଟିପାରିଲା ନାହିଁ । ଆମେ କରିଥାନ୍ତୁ ମାତ୍ର ସେମାନେ କରିପାରିଲେ ନାହିଁ, ତାଙ୍କୁ ତଡ଼ିଦେଇ ଆମକୁ ନେଇ ମାହାଲଗୁଡ଼ିକରେ ବସାଇଦିଅ, ତେବେ ସବୁ ବାଗ ହୋଇଯିବ, ଦୁଃଖର ଅନ୍ତ ହେବ,- ଥୋକେ ମଣିଷ ତ ଭାରତବର୍ଷ ପ୍ରାୟ ସାଧୀନତା ହାସଲ କରିବା ଦିନଠାରୁ ସେକଥା କହିବାରେ ଲାଗିଛନ୍ତି । ସତେଅବା ସେମାନଙ୍କର ଆଉକିଛି ହେଲେ କହିବାକୁ ନାହିଁ । ଯେକୌଣସି କାରଣରୁ ହେଉ ପଛକେ, ସେମାନେ ହୁଏତ ଆପଣାକୁ ଜାଣିଶୁଣି ବିଗାଡ଼ି ଦେଇସାରିଲେଣି । ଯଦି ରାଜନୀତି କହିଲେ ମୂଳତଃ ଏକ ପ୍ରଶସ୍ତ ତଥା ପର୍ଯ୍ୟାସ୍ତ ଭିତ୍ତିଭୂମିକୁ ହିଁ ନିର୍ମାଣ କରିବାର ସମଗ୍ର ବିଦ୍ୟାଟିକୁ ବୁଝାଇବ,ତେବେ ସେମାନେ ସେହି ରାଜନୀତିକୁ ମଧ୍ୟ ବିଗାଡ଼ି ଦେବାରେ ଲାଗିଛନ୍ତି । ଦୁଇ ବା ତତୋଽଧିକ ଶିବିରରେ ବିଭକ୍ତ ହୋଇ ସେମାନେ ସେହି ବିଗାଡ଼ି ଦେବାର ଶୋଚନୀୟ କର୍ମଟିରେ ହିଁ ଲାଗିଛନ୍ତି । ନିଜର ଗୋଟାଏ ଖଣ୍ଡାକୁ ଲୁଚାଇ ରଖୁଛନ୍ତି ଏବଂ ଆରଖଣ୍ଡାକୁ ନେଇ ବଡ଼ ଅସହଜ ଭାବରେ ଧକଡ଼ ଚକଡ଼ ହେଉଛନ୍ତି । ବିଚରାମାନଙ୍କୁ ଆମେ ତଥାପି ସମ୍ପୂର୍ଣ୍ଣ ଭାବରେ ହିଁ ବୁଝିବା । ଆମକୁ ସେମାନେ କେବଳ ଖଣ୍ଡିଆ କରି ଦେଖିବାର ଯେତେ ମନ୍ତ୍ରଣା ଦେବାକୁ ମନ କରୁଥିଲେ ମଧ୍ୟ ଆମେ ତଥାପି ମଙ୍ଗିବା ନାହିଁ । ସମ୍ଭବତଃ ତେବେଯାଇ ସେମାନଙ୍କର ଆଣ୍ଟ ଭାଙ୍ଗିଦେଇପାରିବା । ହଁ, ଏହି କ୍ଷେତ୍ରରେ ମଧ୍ୟ ଜାତୀୟ କବି ବୀରକିଶୋରଙ୍କର ସେହି କବିତାଟି ବହୁତ କାମ ଦେଇପାରିବ ।

 

ଦେଶଟାକୁ ଅର୍ଥାତ୍ ଭୁଇଁଟାକୁ ଗୋଟାଏ ବନ୍ଦୀଶାଳା ବୋଲି ଧରିନେଇ ଯେଉଁମାନେ ଆରାମ କରୁଛନ୍ତି, ବଛାବଛି ହୋଇ ସେହିମାନେ ହିଁ ଆପଣାକୁ ପରିପୂର୍ଣ୍ଣ ପ୍ରଶ୍ରୟ ଦେଇ ଖଣ୍ଡିଆ କରି ରଖିଛନ୍ତି କି ? କେଡ଼େ ରାଜକୀୟ କାରବାର ଭିତରେ ଡଉଲଡ଼ାଉଲ ହୋଇ ରହିଛନ୍ତି, ନିଜର ଅନ୍ତସ୍କରଣ ଗୁଡ଼ିକୁ ତୁଚ୍ଛା ଖାସୁ କରି ରଖୁଛନ୍ତି । ତେଣୁ କେଡ଼େ ଆରାମରେ ସେମାନେ ଦେଶଟାକୁ ମଧ୍ୟ ଖଣ୍ଡିଆ କରି ରଖିଛନ୍ତି । ନିଜର ମନଟାଏ ରହିଥିଲେ ମଧ୍ୟ ମୋଟେ କିଛି ପଚାରିପାରିବାର ଅବସ୍ଥାରେ ନାହାନ୍ତି । ଏହି ଭୂମିରେ ଏତେ ମଣିଷଙ୍କର ପେଟ ପୁରୁନାହିଁ, ଏତେ ପିଲା ଇସ୍କୁଲ ମାଡ଼ୁ ନାହାନ୍ତି, କାମ ନାହିଁ, ଇଲମ ନାହିଁ, ସାହସ ନାହିଁ ଏବଂ ବିଶ୍ୱାସ ମଧ୍ୟ ନାହିଁ । ତଥାପି ସେହି ଖଣ୍ଡିଆ ଗୁଡ଼ାକର ଭରଣା ହେବା ନିମନ୍ତେ କୋଟି କୋଟି ଟଙ୍କା ଋଣ ଆସୁଥିଲେ ମଧ୍ୟ ତଥାପି ସବୁ ମଣିଷଙ୍କ ଲାଗି ଗୋଡ଼ତଳେ ରହିଥିବା ଭୂମିଟା ମୋଟେ ଟାଣ ହୋଇପାରୁନାହିଁ । ସର୍ବୋପରି ଆରାମ ଲୋଡ଼ୁଥିଲେ ହିଁ ସମ୍ଭବତଃ ମଣିଷ ନିଜେ ମୋଟାରୁ ଆହୁରି ଅଧିକ ମୋଟା ହେବାରେ ଲାଗିଥାଏ ସିନା, କାହାର କୌଣସି କାମରେ ଲାଗି ପାରେ ନାହିଁ । ସିଏ ଭୂମିଟିର ଆଦୌ କୌଣସି କାମରେ ଲାଗେ ନାହିଁ । ତେଣୁ ଭଗବାନଙ୍କର ବି କୌଣସି କାମରେ ଲାଗେ ବୋଲି କିଭଳି ବା କୁହାଯାଇ ପାରିବ ? ଆରାମଲୋଭୀ ସାହିତ୍ୟ ମଧ୍ୟ ତା ଘରର ପୋଇଲୀପଣ କରିବାକୁ ବାଧ୍ୟ ହୁଏ-। ସଂସ୍କୃତିଟା ସତେ ଅବା ଗୋଟାଏ ସଲପ ତୋଟାରେ ପରିଣତ ହୋଇ ରହିଥାଏ । ଶାସନ କହିଲେ ତେଣିକି ନାନାବିଧ କ୍ଷମତାଘର ଗୁଡ଼ାକୁ ହିଁ ବୁଝାଏ, ଯେଉଁଠାରେ କି ଖାଲି ହାଣ୍ଡିଆ ରନ୍ଧା ହେବାରେ ଲାଗିଥାଏ । ସଚରାବର କୋଢ଼ିମାନେ ହିଁ ଚଉକିଟା ଉପରେ ଆସି ବସିଗଲେ ହିଁ ତାହାରି ଦ୍ୱାରା ଦେଶଟାଯାକ ଝଲମଲ ହୋଇ ଉଠିଲା ବୋଲି ଅନୁଭବ କରୁଥାନ୍ତି । ଏମିତି ହୁଏତ ବର୍ଷ ବର୍ଷ ଗଡ଼ିଯାଏ ଏବଂ ବିଧାତା ଅପେକ୍ଷା କରିଥାନ୍ତି । ସିଏ ଆପଣାର ନୂଆ ନିମିତ୍ତମାନଙ୍କୁ ତିଆରି କରୁଥାନ୍ତି କି ?

 

ଏହିଭଳି ଏକ ଦୁର୍ବିନୀତ କାଳରେ ଆଗ କିଏ ଦାଣ୍ଡକୁ ବାହାରିବ, କିଏ ପୁରୋଗାମୀ ମାନଙ୍କର ଭୂମିକାଟିଏ ଗ୍ରହଣ କରିବ ? ଏଥକୁ ଚୋରମାନେ ପାରିବେ ନାହିଁ କିମ୍ବା ପୁଲିସ୍‌ମାନେ ମଧ୍ୟ ପାରିବେ ନାହିଁ । ଖଣ୍ଡିଆମାନେ ମଧ୍ୟ କିପରି ପାରିବେ ଆପଣ ବିଚାର କରି କହିଲେ ! ମୁଖାମାନଙ୍କରେ ମଣ୍ଡନ ତଳେ ନିଜକୁ ଲୁଚାଇ ରଖିଥିବା ଡିକୁମାନେ ମଧ୍ୟ ସେଡ଼େଭଳି ମୋଟେ ହେବେ ନାହିଁ । ଅଧିକରୁ ଅଧିକ ପଢ଼ି ଅଧିକରୁ ଅଧିକ ଚାଇଁ ହେବାରେ ଲାଗିଥିବା ଚଣ୍ଡ ଏବଂ ପ୍ରଚଣ୍ଡମାନେ ଏକାଠି ନିରନ୍ତର ଅଯୋଗ୍ୟ ହୋଇ ହିଁ ରହିଥିବେ । ଜଣେ ଶିକ୍ଷକ ହିସାବରେ କ’ଣ ପାଇଁ ନିଜ ମନଟା ଖୁବ୍ ଅଧିକ ହକହକ ହୋଇ କହିବାକୁ ବାହାରି ପଡ଼ୁଛି ଯେ, ଶିକ୍ଷକମାନେ ହିଁ ପାରିବେ । ତଥାପି ସବୁ ଶିକ୍ଷକ କଦାପି ପାରିବେ ନାହିଁ । ସବୁ ସିଂହ କଦାପି ସେମାନେ ବାସ କରୁଥିବା ଅରଣ୍ୟଟିକୁ ସମ୍ଭାଳି ପାରନ୍ତି ନାହିଁ । ଆମ ସାନ୍ଧ୍ୟସଭା ମାନଙ୍କରେ ଭାଷଣଗୁଡ଼ିକୁ ଉଦ୍ଗାରି ପକାଉଥିବା ନାଟୁଆମାନେ ମଧ୍ୟ ପାରିବେ ନାହିଁ । ଆମ ଘରଟାକୁ ଆଖର ଗୋଟାଏ ଗୁହାଳରେ ପରିଣତ କରି ରଖିଥିବା ଘୁଷୁରିମାନେ ବା କିପରି କରିପାରିବେ ? ଏବଂ, ଆହୁରି ସ୍ପଷ୍ଟ କଥାଟାଏ ହେଉଛି ଯେ, ସମସ୍ତେ ଯେତେବେଳେ ମାରିନେବାରେ ହିଁ ଲାଗିଛନ୍ତି, ସେତେବେଳେ ମୁଁ ବୋକାଙ୍କ ପରି କାହିଁକି ଆଉ ପ୍ରକାରେ କଥା କହି ମିଛଟାରେ ରସଭଙ୍ଗ କରିବି ବୋଲି ଭାବୁଥିଲା ମନୁଷ୍ୟଟିଏ ମଧ୍ୟ ପାରିବ ନାହିଁ । ସିଏ ତ ସଂଘମୁହାଁ ହୋଇ ରହିବାକୁ ହିଁ କାଳାଚାର ବୋଲି ଗ୍ରହଣ କରିବ ଏବଂ ଯଥାସମ୍ଭବ ଅଧିକ ଉପକୃତ ହେବାକୁ ହିଁ ପ୍ରୟାସ କରିବ । ଏବେ ମଧ୍ୟ ଅଧିକତର ସଂଖ୍ୟାର ଶିକ୍ଷକ ରହିଛନ୍ତି, ଯେଉଁମାନେ କି ଯୁଗର ଗୋଡ଼ଟା କ୍ରମେ ଖସି ଖସି ଯିବାରେ ଲାଗିଛି ବୋଲି ହୃଦୟଙ୍ଗମ କରୁଛନ୍ତି । ସେମାନେ ତଥାପି ତୁଣ୍ଡ ଖୋଲି କିଛି କହୁନାହାନ୍ତି । ନିଜ ବିବେକ ପାଖରେ ଚାପୁଡ଼ା ମାରି ହେଉଛନ୍ତି ଏବଂ ଜୀବିକା- ଜର୍ଜର ଜୀବନଟାରେ ସଜ୍ଜନ ତଥା ସୁମନ୍ତ ହୋଇ ରହିଛନ୍ତି । ଯିଏ ପାରିବ, ସିଏ ଆପଣାକୁ ଅନ୍ୟ ଭାବରେ ଗଢ଼ି ଆଣିବ । ଅଧିକ ସହିବ, ଅଧୁକ ବୁଝିବ, ତେଣୁ ପ୍ରତିବାଦ କରିବାର ଯୋଗ୍ୟ ହୋଇପାରିବ । ଭିତରେ ଅଧିକ ଯୋଗ୍ୟତା ମଧ୍ୟ ରହିଥିବ । ସେଭଳି ଶିକ୍ଷକଙ୍କୁ ପିଲାମାନେ ଘ୍ରାଣ କରିବା ମାତ୍ରକେ ଅବଶ୍ୟ ଚିହ୍ନି ବି ନେଇ ପାରନ୍ତି ।

 

ଭୀରୁଙ୍କ ଭିତରେ ସାହସୀଟିଏ ଦେଲେ କିଏ ଖୁସି ନହୁଏ ଏବଂ କିଏ ଆକର୍ଷିତ ନହୁଏ ! ମାନିବାକୁ ପଡ଼ୁଥାଏ ବୋଲି ସିନା ପିଲାମାନେ ଶିକ୍ଷକର ଭୂମିକାମାନ ଗ୍ରହଣ କରିଥିବା ଭୀରୁମାନଙ୍କର କଥାକୁ ମାନନ୍ତି, ମାତ୍ର ଯଥାର୍ଥ ଅନ୍ତସ୍କରଣରେ ସେମାନଙ୍କୁ ପ୍ରତ୍ୟାଖ୍ୟାନ ହିଁ କରିଥାନ୍ତି । ଏବଂ, ଭୀରୁମାନେ ମଧ୍ୟ ମୋଟା ଦରମା ପାଇ ମହାସଂଘମାନ ଗଢ଼ି ଏପରି ଆତ୍ମବିସ୍ମୃତ ହୋଇ ରହିଥାନ୍ତି ଯେ ଛାତ୍ରମାନେ ସତକୁ ସତ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ମୋଟେ ସମଝି ପାରନ୍ତି ନାହିଁ ।

 

ଶାସନ, ରାଜନୀତି, ଚାକିରି, କଚେରୀ,–ଏବେ ଏସବୁ ସ୍ଥାନରେ ଭୀରୁମାନେ ହିଁ ଏତେ ବହୁଳ ପରିମାଣରେ ଆସି ପଶି ଯାଇଛନ୍ତି ଯେ, ସେମାନେ ଗୋଡ଼ଗୁଡ଼ିକ କ୍ରମଶଃ ଖସି ଖସି ଯାଉଥିବାର ବହୁ ପ୍ରମାଣ ପାଇ ପାରୁଥିଲେ ମଧ୍ୟ ତଥାପି ନାଆଁ ପକାଇବାକୁ ନିରାପଦ ମନେ କରିପାରୁନାହାନ୍ତି । ଭିତରେ ସୋଦରଟିଏ ବସିଛି; ପଚାରି ପାରିଲେ ଉତ୍ତରଟିଏ ନିଶ୍ଚୟ ମିଳିପାରନ୍ତା, ମାତ୍ର ସେହି ସୋଦରଟି ପାଖରେ ମଧ୍ୟ ଏମାନେ କୋଉଦିନୁ ଚୋର ହୋଇ ବୁଲୁଛନ୍ତି-। ନିଜର ପ୍ରକୃତ ଘରଟି ଭିତରକୁ ଅନ୍ତତଃ ବେଳେ ବେଳେ ଫେରିଆସି ପାରୁଥିଲେ ସିନା ସୋଦରଟିଏ ରହିଛି ବୋଲି ପ୍ରତ୍ୟୟଟିଏ ହୋଇପାରନ୍ତା । ନିଜ ଭିତରର ସେହି ସୋଦରଟି ସହିତ ଯାହାର ଭେଟ ହୋଇନଥାଏ, ସିଏ ବାହାରେ ଯେତେଯାହା ଡିଙ୍ଗରପଣ ଦେଖାଉଥିଲେ ମଧ୍ୟ ନିଜ ଭିତରେ ପୂରା ଛେଉଣ୍ଡଟିଏ ହୋଇ ରହିଥାଏ । ନିଜର ଉତ୍ସଗୁଡ଼ିକୁ ଜାଣି ନଥାଏ ଏବଂ ନିଜର ଶିଖର ଗୁଡ଼ିକୁ ମଧ୍ୟ ଠଉରାଇ ପାରିନଥାଏ । ସେଇ ଆମ ପୃଥିବୀରେ ସତକୁ ସତ ଗୋଟାଏ କାଳ ହୋଇ ବାହାରେ, ଯାବତୀୟ ଉପଦ୍ରବର କାରଣ ହୁଏ । ସେତିକିବେଳେ ଭୂମିଟିରେ ଚେର ଲାଗିଥିବା ତଥା ଶିଖର ଗୁଡ଼ିକୁ ଅନ୍ଦାଜ କରିପାରୁଥିବା ମନୁଷ୍ୟମାନେ ପ୍ରତିବାଦ କରି ବାହାରନ୍ତି । ପ୍ରତିବାଦ କରିବାର ମାଧ୍ୟମରେ ହିଁ ପରିବର୍ତ୍ତନ ପାଇଁ ନିମିତ୍ତ ହୁଅନ୍ତି । ଭୂମି ତଥା ଶିଖରଗୁଡ଼ିକ ବିଷୟରେ ସତକୁ ସତ ସଚେତନ ହୋଇ ବଞ୍ଚୁଥିବା ମଣିଷମାନଙ୍କୁ ମହାତ୍ମା ଗାନ୍ଧୀ ଏକଦା ସତ୍ୟାଗ୍ରହୀ ବୋଲି କହୁଥିଲେ । ସତ୍ୟାଗ୍ରହୀମାନଙ୍କୁ ସିଏ ଏକାଠି କରି ସଂଗ୍ରାମଟିଏ ଲଢ଼ିବାରୁ ଭାରତବର୍ଷକୁ ସ୍ଵାଧୀନତା ଆସିଲା । ସେହି ସତ୍ୟାଗ୍ରହୀମାନେ ସଂଖ୍ୟା ଉପରେ ନିର୍ଭର କରନ୍ତି ନାହିଁ, ସେମାନେ ସତ୍ୟ ଉପରେ ନିର୍ଭର କରନ୍ତି । ସତ୍ୟ ବ୍ୟତୀତ ଆଉ କିଏ ଅଛି ଯେ ଅସତ୍ୟକୁ ଅସତ୍ୟ ବୋଲି କହିବ ? ଅସତ୍ୟକୁ ଅସତ୍ୟ ବୋଲି କହିବା,- ତାହାହିଁ ଯାବତୀୟ ଅସଲ ସଂଗ୍ରାମର ପ୍ରଥମ ପଦକ୍ଷେପ । ନିଜ ଭିତରକୁ ତଥା ପରସ୍ପର ଭିତରକୁ ବାଟ ପଚାରି ଆମେ ସତ୍ୟର ନିଦ୍ରାଭଙ୍ଗ କରି ବାହାରିବା । ସେହି ପଚାରିବାରୁ ହିଁ ବଳ ପାଇବା । ସେହି ବଳ ହିଁ ନିମିତ୍ତ ହେବାର ଯୋଗ୍ୟତା ଆଣିଦେବ । କାଳ ଆଶୀର୍ବାଦ କରିବ ।

Image

 

ଶ୍ରୀ ଅରବିନ୍ଦ

 

ତାଙ୍କ ବାପା ଡାକ୍ତର ଥିଲେ । ବିଲାତରୁ ଡାକ୍ତରୀ ବିଦ୍ୟା ପଢ଼ି ଭାରତରେ ଡାକ୍ତର ହୋଇଥିଲେ । ସେ ଭାବୁଥିଲେ ବିଲାତର ସବୁ କିଛି ଭଲ । ତେଣୁ ଭାରତରେ ସବୁ କିଛି ଖରାପ । ସେଥିପାଇଁ ସେ ନିଜର ପୁଅମାନଙ୍କୁ ଏକାବେଳକେ ପିଲାଦିନରୁ ଇଂଲଣ୍ଡ ପଠାଇଦେଲେ । ପିଲାମାନେ ଗୋଟିଏ ଇଂଲିଶ ପରିବାରରେ ରହିଲେ, ମଣ ହେଲେ । ପୃଥିବୀରେ ଅଧିକାଂଶ ପିଲା ମଣ ହୋଇ ଯାଆନ୍ତି । ଅରବିନ୍ଦ ଘୋଷ ସହଜରେ ମଣ ହେବାର ପିଲା ନଥିଲେ । ସିଏ ନିଜକୁ ତିଆରି କଲେ । ଅସୁରର ଉତ୍ସାହରେ ବିଦ୍ୟାର୍ଜନ କରିଥିଲେ । ଯାହା ପଢ଼ିଲେ, ଇଂରାଜୀ ଭାଷାରେ ପଢ଼ୁଥିଲେ ସତ, ମାତ୍ର ଗ୍ରୀକ୍ ଓ ଲାଟିନ୍ ପ୍ରଭୃତି ୟୁରୋପର ପ୍ରାଚୀନ ଭାଷାଗୁଡ଼ିକୁ ମଧ୍ୟ ଶିକ୍ଷା କଲେ-। ନିଜର ପ୍ରତିଭା ତାକୁ ଜ୍ଞାନର କେତେ କେତେ ସମୁଦ୍ରକୁ ବାଟ ଦେଖାଇ ନେଇ ଯାଇଥିଲା । ବିଶ୍ୱବିଦ୍ୟାଳୟରେ ବିଖ୍ୟାତ ହେଲେ । ତଥାପି ନିଜର ମାତୃଭାଷା ବଙ୍ଗଳା ଶିକ୍ଷା କରିବା ଲାଗି କୌଣସି ସୁଯୋଗ ପାଇନଥିଲେ । ଦେଶକୁ ଫେରିବା ପରେ ଯାଇ ବଙ୍ଗଳା ଶିଖିଲେ । ସେତେବେଳକୁ ତାଙ୍କୁ ପ୍ରାୟ ପଚିଶ ବର୍ଷ ହୋଇଥିବ ।

 

ବାପା ଇଚ୍ଛା କରୁଥିଲେ ଯେ ପୁଅ ବିଲାତରୁ ବଡ଼ ଅଫିସର ହୋଇ ଫେରିବ । ସେତେବେଳେ ଇଂରେଜମାନେ ଭାରତବର୍ଷକୁ ଶାସନ କରୁଥିଲେ । ଶାସନର କଳରେ ଯେଉଁମାନେ ସବା ଉପରେ ବା ସବା ଉଚ୍ଚରେ ଥିଲେ, ସେମାନଙ୍କୁ ଆଇସି ଏସ୍ ବୋଲି କୁହାଯାଉଥିଲା । ଆଇସି ଏସ୍ ଅର୍ଥାତ୍ ଇଣ୍ଡିଆନ୍ ସିଭିଲ ସର୍ଭିସ । ବାପା ପୁଅକୁ ପ୍ରସ୍ତାବ ଦେଲେ ସିଏ ବିଲାତରୁ ସେଇ ବଡ଼ ଅଫିସର ହୋଇ ଫେରିବେ । ବାପାଙ୍କ ମନ ରଖିବା ପାଇଁ ଅରବିନ୍ଦ ସେଥିଲାଗି ପ୍ରସ୍ତୁତ ହେଲେ । ପରୀକ୍ଷାରେ ବସିଲେ ସତ, ମାତ୍ର ଘୋଡ଼ାଚଢ଼ାରେ ସଫଳ ହେଲେ ନାହିଁ ବୋଲି ଅଫିସର ବି ହୋଇପାରିଲେ ନାହିଁ । ସେତେବେଳକୁ ତାଙ୍କର ମନ ବି ବଦଳି ଯାଇଥିଲା । ଭାରତବର୍ଷ କିପରି ବିଦେଶୀମାନଙ୍କର ଶାସନରୁ ମୁକ୍ତ ହେବ, ସିଏ ବେଶି ସେହି କଥା ଚିନ୍ତା କରୁଥିଲେ । ଭାରତବର୍ଷକୁ ନିଜର ଜନନୀ ବୋଲି ଅନୁଭବ କରୁଥିଲେ । ଏଭଳି ମଣିଷମାନେ କଦାପି କଳ ଭିତରେ ଖାପଖୁଆଇ ଯାଆନ୍ତି ନାହିଁ । ସେମାନେ କଳକୁ ବଦଳାନ୍ତି । ସଂଗ୍ରାମୀ ହୁଅନ୍ତି । ସଂଗ୍ରାମ କରନ୍ତି ।

 

ଶ୍ରୀ ଅରବିନ୍ଦ ଦେଶକୁ ଫେରିବା ବେଳକୁ ତାଙ୍କ ବାପାଙ୍କର କାଳ ହୋଇ ଯାଇଥିଲା । ଶ୍ରୀ ଅରବିନ୍ଦ ସବାଆଗ ବରୋଦାର ରାଜଦରବାରରେ କୌଣସି ପଦରେ ନିଯୁକ୍ତ ହେଲେ ସତ, କିନ୍ତୁ ଏଣେ ଅଧ୍ୟାପନା ମଧ୍ୟ କଲେ । ଭିନ୍ନ ଭିନ୍ନ ପତ୍ରିକାରେ ଲେଖିବା ମଧ୍ୟ ଆରମ୍ଭ କରିଦେଲେ । ସେହି ଲେଖାଗୁଡ଼ିକରୁ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ଧରା ପଡ଼ିଗଲେ । ଭାରତରେ ଲୋକମାନଙ୍କୁ ସ୍ଵାଧୀନତା ହାସଲ କରିବା ନିମନ୍ତେ ସେତେବେଳେ କେତେ ପ୍ରକାର ଉଦ୍ୟମ ଆରମ୍ଭ ହୋଇ ଯାଇଥିଲା । କେତେକ ଯୁବକ ଭାବୁଥିଲେ ଯେ, ବ୍ରିଟିଶ ସରକାର ବିରୋଧରେ ଷଡ଼ଯନ୍ତ୍ର କରି ବ୍ରିଟିଶ୍ ଅଫିସରମାନଙ୍କୁ ବୋମା ଦ୍ଵାରା ଆତଙ୍କିତ କରିପାରିଲେ ତାହା ଭାରତୀୟମାନଙ୍କର ମନରେ ସଂଗ୍ରାମ ଦ୍ୱାରା ସ୍ୱାଧୀନତା ହାସଲ କରିବା ଲାଗି ସାହସ ଓ ଆତ୍ମବିଶ୍ୱାସ ଆଣିଦେଇ ପାରିବ । ଶ୍ରୀ ଅରବିନ୍ଦ ବଙ୍ଗଳାର ଏହିପରି ଗୋଟିଏ ଦଳ ସହିତ ସମ୍ପର୍କ ସ୍ଥାପନ କଲେ, ସେମାନଙ୍କର ନେତା ହୋଇ ରହିଲେ । ତାହା ହେଉଚି ବିଂଶ ଶତାବ୍ଦୀର ଆରମ୍ଭ ବେଳର କଥା । ବନ୍ଦେ ମାତରମ୍ ଆନ୍ଦୋଳନ ବେଳର କଥା ।

 

ବ୍ରିଟିଶ ସରକାର ବଙ୍ଗ ପ୍ରଦେଶକୁ ଦୁଇଭାଗ କରି ଦେବାକୁ ଆଇନଟାଏ କରିଦେଲେ । ତାହାରି ବିରୋଧରେ ବଙ୍ଗଳାରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହାରି ନାମ ବନ୍ଦେ ମାତରମ୍ ଆନ୍ଦୋଳନ । ଏକଦା ବଙ୍ଗଳାର ଶ୍ରୀଯୁକ୍ତ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖିଥିବା ବନ୍ଦେ ମାତରମ୍ ଗୀତଟି ଏହି ଆନ୍ଦୋଳନର ମନ୍ତ୍ର ହେଲା । ସେତେବେଳେ ଶ୍ରୀ ଅରବିନ୍ଦ କଲିକତାରୁ ସେହି ବନ୍ଦେ ମାତରମ୍ ନାମରେ ପତ୍ରିକାଟିଏ ବାହାର କଲେ । ସିଏ ତାହାର ସମ୍ପାଦକ ଥିଲେ । ବ୍ରିଟିଶ ଶାସନ ଦୂର ହୋଇ ଗଲାପରେ ଭାରତବର୍ଷକୁ । କେଉଁ ଆଦର୍ଶ ଅର୍ଥାତ୍ କେଉଁ ଛାଞ୍ଚରେ ଗଢ଼ାଯିବ ଶ୍ରୀ ଅରବିନ୍ଦ ତାଙ୍କର ଲେଖାଗୁଡ଼ିକରେ । ତାହାରି ଚିତ୍ରମାନ ପ୍ରଦାନ କରୁଥିଲେ । ବନ୍ଦେ ମାତରମ୍ କ୍ରମେ ସମଗ୍ର ଭାରତବର୍ଷରେ ମୁକ୍ତି ଆନ୍ଦୋଳନରେ ପରିଣତ ହେଲା । ବ୍ରିଟିଶ୍ ସରକାର ହଟିଲେ, ମୁଣ୍ଡ ନୁଆଁଇଲେ। ବଙ୍ଗପ୍ରଦେଶ ଆଉ ଦୁଇଖଣ୍ଡ ହେଲାନାହିଁ । ମାତ୍ର ଏହି ଆନ୍ଦୋଳନରୁ ହିଁ ସରକାର ତାଙ୍କର ଶାସନକୁ ଦୋହଲାଇ ଦେଉଥିବା ଜଣେ ବିପଜ୍ଜନକ ବ୍ୟକ୍ତି ରୂପେ ଶ୍ରୀଅରବିନ୍ଦଙ୍କର ପ୍ରମାଣ ପାଇଲେ । ଏକ ଷଡ଼ଯନ୍ତ୍ର ମୋକଦ୍ଦମାରେ ଅନ୍ୟମାନଙ୍କ ସହିତ ତାଙ୍କୁ ଲିପ୍ତ କରି ଗିରଫ କରାଗଲା-। ମୋକଦ୍ଦମା ପ୍ରାୟ ବର୍ଷେ କାଳ ଚାଲିଥିଲା । ପ୍ରମାଣ ଅଭାବରୁ ଶ୍ରୀ ଅରବିନ୍ଦ ଖଲାସ ହେଲେ ସିନା, ତଥାପି ସରକାର ତାଙ୍କୁ ପୁନର୍ବାର ଜେଲ ଭିତରକୁ ଧରିନେବାଲାଗି ପାଞ୍ଚ କରୁଥିଲା-

 

ବଙ୍ଗଳାର ଚନ୍ଦନନଗର ବୋଲି ଗୋଟିଏ ସ୍ଥାନ ସେତେବେଳେ ଫରାସୀମାନଙ୍କର ଅଧୀନରେ ଥିଲା । ଶ୍ରୀ ଅରବିନ୍ଦ ବ୍ରିଟିଶ ଅଧିବାସୀମାନଙ୍କୁ ଏଡ଼ିବା ସକାଶେ କଲିକତାରୁ ଚନ୍ଦନ ନଗର ଚାଲି ଯାଇଥିଲେ ଓ ସେଠାରୁ କିଛିଦିନ ପରେ ବଙ୍ଗୋପସାଗରରେ ଜାହଜରେ ବସି ଦକ୍ଷିଣ ଭାରତର ପଣ୍ଡିଚେରୀ ଚାଲିଗଲେ । ଏହା ହେଉଛି ୧୯୧୦ ମସିହା ଏପ୍ରିଲ ମାସର କଥା । ପଣ୍ଡିଚେରୀ ମଧ୍ୟ ଫରାସୀ ଶାସନର ଅଧୀନରେ ଥିଲା । ସେଠାରୁ ତାକୁ ଗିରଫ କରି ଆଣିବା ବ୍ରିଟିଶ୍ ସରକାରଙ୍କ ପକ୍ଷରେ ଆଉ ସମ୍ଭବ ହେଲାନାହିଁ । ପରବର୍ତ୍ତୀ ଚାଳିଶ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହାରେ ତାଙ୍କର ଦେହତ୍ୟାଗ ପର୍ଯ୍ୟନ୍ତ ଶ୍ରୀ ଅରବିନ୍ଦ ଆଉ ପଣ୍ଡିଚେରୀରୁ ବାହାରକୁ ଆସିନାହାନ୍ତି । ଆଉ ରାଜନୀତିକୁ ମଧ୍ୟ ଫେରି ନାହାନ୍ତି । ରାଜନୀତିରେ ରହିଥିଲେ ସିଏ ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ଜଣେ ତୁଙ୍ଗ ହୋଇ ରହିଥାନ୍ତେ । ମାତ୍ର ଶ୍ରୀ ଅରବିନ୍ଦ ପଣ୍ଡିଚେରୀକୁ ଯିବାପରେ ଆଉ ମାର୍ଗକୁ ମନ କରିନାହାନ୍ତି । ଏଣିକି ସିଏ ଯୋଗୀ ଅରବିନ୍ଦ ନାମରେ ପରିଚିତ ହୋଇଛନ୍ତି । ଯୋଗୀର ଆଖିରେ ଭାରତବର୍ଷକୁ ଦେଖିଛନ୍ତି । ତାଙ୍କର ଯାବତୀୟ ବିଚାର ଏବଂ ଭାବନାରେ ଭାରତବର୍ଷ ସବୁଠାରେ ଏବଂ ସର୍ବଦା ରହିଛି । ତାଙ୍କର ଜନ୍ମଦିନ ଅର୍ଥାତ୍ ଏକ ଅଗଷ୍ଟ ପନ୍ଦର ତାରିଖରେ ସେ ବ୍ରିଟିଶ ଶାସକମାନେ ଭାରତବର୍ଷ ହାତରେ ରାଜନୀତିକ କ୍ଷମତାକୁ ଅର୍ପଣ କଲେ, ସମ୍ଭବତଃ ସେହି ଘଟଣାଟିର ପଛରେ ମଧ୍ୟ ବିଧାତାଙ୍କର ଏକ ଇଙ୍ଗିତ ରହିଛି । ସେହି ବରାଦ ଅନୁସାରେ ଆମ ଦେଶର ସ୍ୱାଧୀନତା ଦିବସ ଓ ଶ୍ରୀ ଅରବିନ୍ଦଙ୍କର ଜନ୍ମ ତାରିଖ, ଦୁଇଟିଯାକ ଗୋଟିଏ ଦିନରେ ।

 

ଶ୍ରୀ ଅରବିନ୍ଦ ପଣ୍ଡିଚେରୀରେ ଯୋଗସାଧନା କଲେ: ନିଜ ସାଧନାର ଅନୁଭବ ଗୁଡ଼ିକୁ ନିଜ ଗଭୀର ଅଧ୍ୟୟନର ଦୀପ୍ତିଦେଇ ସେ ଗ୍ରନ୍ଥମାନ ବି ରଚନା କଲେ । ପଣ୍ଡିଚେରୀରୁ ସିଏ “ଆର୍ଯ୍ୟ” ନାମକ ଯେଉଁ ମାସିକ ପତ୍ରିକା ବାହାରେ କରୁଥିଲେ, ସେଥିରେ ସବୁକିଛି ନିଜେ ହିଁ ଲେଖୁଥିଲେ । ତାଙ୍କ ଦ୍ୱାରା ଲିଖିତ ସାତୋଟି ଯାକ ପ୍ରଧାନ ଗ୍ରନ୍ଥ ପ୍ରଥମେ କ୍ରମିକ ଭାବରେ ସେହି ପତ୍ରିକାରେ ହିଁ ପ୍ରକାଶ ପାଇଥିଲା । ଶ୍ରୀ ଅରବିନ୍ଦଙ୍କୁ ପ୍ରେରଣାର କେନ୍ଦ୍ର କରି ପଣ୍ଡିଚେରୀ ଠାରେ ଯେଉଁ ସାଧନା-ସଦନଟି ଗଢ଼ି ଉଠିଲା, ସେଠାରେ ଦେଶ ବିଦେଶରୁ ଅନ୍ୟ ସାଧକମାନେ ମଧ୍ୟ ଆସି ଯୋଗ ଦେଇଥିଲେ । ଏବେ ତାହା ଶ୍ରୀ ଅରବିନ୍ଦ ଆଶ୍ରମ ନାମରେ ପରିଚିତ । ଏହାକୁ ଆଶ୍ରମ ନକହି ଅଧିକ ସଂଗତି ସହିତ ହୁଏତ ଏକ ପ୍ରୟୋଗଶାଳା ବା ଲାବୋରେଟରୀ ବୋଲି କୁହାଯାଇପାରିବ । କୌଣସି ଲାବୋରେଟରୀରୁ ପ୍ରାପ୍ତ ହେଉଥିବା ସ୍ଥାନ ଯେପରି ବାହାରକୁ ଆସି ନୂଆ ବିଜ୍ଞାନ ରୂପେ ସାରା ପୃଥିବୀର କାମରେ ଲାଗେ, ସେହିପରି ଏକ ନୂଆ ପୃଥିବୀର ଗଠନ ପାଇଁ ଶ୍ରୀ ଅରବିନ୍ଦ ଆଶ୍ରମ ନାମକ ପ୍ରୟୋଗଶାଳାରେ ସାଧନା କରାଯାଉଛି । ନୂଆ ଆଖି ଥିବା ମନୁଷ୍ୟମାନେ ହିଁ ତ ନୂଆ ପୃଥିବୀଟିଏ ସତକୁ ସତ ଗଢ଼ିପାରିବେ ।

 

ସାଧନା ଅର୍ଥାତ୍ ତପସ୍ୟା । ଧ୍ରୂବ ତା’ ବାପାଙ୍କ ଅନ୍ତେ ରାଜଗାଦୀରେ ବସିବା ବୋଲି ତପସ୍ୟା କରୁଥିଲା । ମହିଷାସୁର ସ୍ଵର୍ଗକୁ ଜୟକରି ଦେବତାମାନଙ୍କୁ ବାନ୍ଧି ଆଣିବ ବୋଲି ତପସ୍ୟା କରୁଥିଲା । ରାଜା ରାମଚନ୍ଦ୍ର ରାବଣକୁ ମାରିବେ ବୋଲି ଦେବୀଙ୍କୁ ପ୍ରସନ୍ନ କରିବାପାଇଁ ତପସ୍ୟା କରିଥିଲେ । ଶ୍ରୀ ଅରବିନ୍ଦ ଆଶ୍ରମର ତପସ୍ୟା ପୃଥିବୀକୁ ବଦଳାଇବା ପାଇଁ ବର୍ତ୍ତମାନର ପୃଥିବୀ ସ୍ୱାର୍ଥରେ ଚାଲୁଛି, ଲୋଭରେ ଚାଲୁଛି, ଭୋଗରେ ଚାଲୁଛି । ବିଦ୍ୱେଷରେ ଚାଲୁଛି । ତେଣୁ ଭୟରେ ଚାଲୁଛି । ମଣିଷର ନିଜ ଭିତରେ ମଧ୍ୟ ଯଦି ସତ୍ୟ ରହିଛି, ତେବେ ସିଏ ଭୟ କରିବ କାହିଁକି ? ନିଜ ଭିତରର ସେହି ରତ୍ନଟିକୁ ଚିହ୍ନିଲେ ସିଏ ଅନ୍ୟମାନଙ୍କ ଭିତରେ ମଧ୍ୟ ସେହି ରଟିକୁ ଚିହ୍ନିବ । ସିଏ ଏକ ନୂତନ ଚେତନା ଦ୍ୱାରା ପରିଚାଳିତ ହେବ । ନୂଆ ସମ୍ବନ୍ଧରେ ଅନ୍ୟମାନଙ୍କ ସହିତ ଖୁସିରେ ବାନ୍ଧି ହୋଇଯିବ । ଏବଂ ସମ୍ବନ୍ଧ ବଦଳିଲେ ସମାଜ ବଦଳିଯିବ, ଅର୍ଥାତ୍ ସହଯୋଗରେ ଚାଲିବ ଦୂରତା ଯିବ । ମଣିଷମାନେ ଗୁମ୍ଫାରୁ ବାହାରି ଆସିବେ । ଉଶ୍ୱାସ ହେବେ । ସତ୍ୟକୁ ସାଙ୍ଗରେ ନେଇ ବାଟ ଚାଲିବେ । ଦିବ୍ୟତାର ପରିଚୟ ପାଇବେ । ବର୍ତ୍ତମାନର ଯେତେ ଯେତେ ଗାର ଓ ଯେତେ ଯେତେ ବାଡ଼ ମଣିଷମାନଙ୍କୁ ପରସ୍ପର ଠାରୁ ଅଲଗା କରି ରଖୁଛି, ସେଗୁଡ଼ିକର ଆଉ କୌଣସି ପ୍ରୟୋଜନ ହେବ ନାହିଁ ।

 

ଆଗେ ଯୋଗୀମାନେ ଘର ଛାଡ଼ି ପଳାଇଥିଲେ । ସଂସାର ତ୍ୟାଗ କରୁଥିଲେ । ଜଙ୍ଗଲକୁ ଅଥବା ହିମାଳୟକୁ ପଳାଉଥିଲେ । ଏହି ପାପପଙ୍କିଳ ପୃଥିବୀରୁ ମୁକ୍ତି ପାଇ ତରିଯିବେ ବୋଲି ସେମାନେ ପ୍ରାର୍ଥନା କରୁଥିଲେ । ଶ୍ରୀ ଅରବିନ୍ଦ ପୃଥିବୀରୁ ପଳାଇ ଯିବାପାଇଁ କୌଣସି ପରାମର୍ଶ ଦେଇନାହାନ୍ତି । ଯୁଗେ ଯୁଗେ ମଣିଷମାନେ ଏହି ପୃଥିବୀ ସ୍ଵର୍ଗରେ ପରିଣତ ହେଉ ବୋଲି ଇଚ୍ଛା କରିଛନ୍ତି । କିନ୍ତୁ ସତେ ଯେପରି ନିରାଶ ହୋଇ ଓ ବିଶ୍ୱାସ ହରାଇ ସ୍ଵର୍ଗ ପୃଥିବୀର ବାହାରେ ଆଉ କେଉଁଠାରେ ରହିଛି ବୋଲି କଳ୍ପନା କରିଛନ୍ତି । ସେହି ସ୍ଵର୍ଗର ଲାଳସାରେ କେତେ ଭାଗରେ ବିଭକ୍ତ ହୋଇ ଜଣେ ଆଉ ଜଣକୁ ଘୃଣା କରିଛନ୍ତି, ଭଗବାନଙ୍କ ନାମରେ ପରସ୍ପରର ମନ୍ଦିର ଭାଙ୍ଗିଛନ୍ତି, ପରସ୍ପରକୁ ହତ୍ୟା କରିଛନ୍ତି ଓ କରୁଛନ୍ତି । ଶ୍ରୀ ଅରବିନ୍ଦଙ୍କର ଯୋଗ କହୁଛି, ମଣିଷ ନିଜ ସାଧନା । ଦ୍ଵାରା ଅର୍ଥାତ୍ ନିଜର ଜୀବନରେ ଜ୍ଞାନ, କର୍ମଶକ୍ତି ଓ ପ୍ରେମର ବିକାଶ ଦ୍ଵାରା ନିଜକୁ ଅନ୍ୟ ପ୍ରକାରେ ଅର୍ଥାତ୍ ଶକ୍ତିମନ୍ତ ଏବଂ ଅହଂକାରମୁକ୍ତ କରି ତିଆରି କରୁ ଏବଂ ଅନୁରୂପ ସମାଜଟିଏ ସମ୍ଭବ କରିଆଶୁ । ତେବେ ସତ୍ୟ ଏହି ପୃଥିବୀର ଉପରକୁ ହିଁ ଓହ୍ଲାଇ ଆସିବ । ଆଉ ବାବାଜୀ ହୋଇ ପଳାଇବାକୁ ପଡ଼ିବ ନାହିଁ ।

 

ଶକ୍ତିମନ୍ତ ଏବଂ ଅହଂକାରମୁକ୍ତ ମଣିଷ ହେଉଛି ଜଣେ ପୂର୍ଣ୍ଣାଙ୍ଗ ମଣିଷ । ଶ୍ରୀ ଅରବିନ୍ଦ ସେଥିଲାଗି ପୂର୍ଣ୍ଣାଙ୍ଗ ଶିକ୍ଷାର କଥା କହିଛନ୍ତି । ଏହି ଶିକ୍ଷାରେ ଭୟ ନାହିଁ । ଶାସ୍ତି ଦେବା ନାହିଁ । ସାନ ଶିଶୁ ଉପରେ ବୟସ୍କର ବଳପ୍ରୟୋଗ ମଧ୍ୟ ନାହିଁ । ବିଦ୍ୟାଳୟ ହେଉଛି ସହଯୋଗ ଓ ସଖ୍ୟକୁ ମୂଳକରି ଧରିଥିବା ଏକ ବୃହତ୍ ପରିବାର, ଯେଉଁଠାରେ ବଡ଼ ଓ ସାନ ସମସ୍ତେ ନିଜର ବିକାଶ ସାଧନ କରୁଥିବେ, ସମସ୍ତେ ଆଗକୁ ଯାଉଥିବେ ଏବଂ ପରସ୍ପରକୁ ଆଗକୁ ଯିବାପାଇଁ ବଳ ଓ ପ୍ରେରଣା ଦେଉଥିବେ । ଖୁସି ହଁ ବିଦ୍ୟାଳୟରେ ମୂଳ ପରିମଳ ହୋଇ ରହିଥିବ । ଏହି ଶିକ୍ଷାର ପ୍ରୟୋଗ ଶ୍ରୀ ଅରବିନ୍ଦ ଆଶ୍ରମରେ ଗତ ପ୍ରାୟ ପଚାଶ ବର୍ଷ ହେଲା ଚାଲିଛି । ଓଡ଼ିଶାରେ ମଧ୍ୟ ତିନି ଶହରୁ ଅଧିକ ଶିକ୍ଷାକେନ୍ଦ୍ରରେ ସେହି ଉଦ୍ୟମ ହେଲାଣି ।

 

ଏକ ଅନ୍ୟ ଭବିଷ୍ୟତର ନିର୍ମାଣ ନିମନ୍ତେ ଯେଉଁ ସଂଗ୍ରାମ କରାଯାଏ, ସିଏ ମଧ୍ୟ ଏକ ସାଧନା, ଏକ ତପସ୍ୟା । ସେହି ତପସ୍ୟାରେ ଅତୀତର ବହୁ ଅଳ୍ପତା ସହିତ ସଂଗ୍ରାମ କରିବାକୁ ହୋଇଥାଏ । ସେହି ସଂଗ୍ରାମ ନିରନ୍ତର ଚାଲିଥାଏ । ଭାରତବର୍ଷରେ ଶ୍ରୀ ଅରବିନ୍ଦ ହେଉଛନ୍ତି ଆମ ସମସ୍ତଙ୍କ ଲାଗି ସେହି ସଂଗ୍ରାମର ପ୍ରତୀକ, ଆମ ଚାଲିବା ବାଟରେ ଜଣେ ମହାନ୍ ସାଥୀ ।

Image

 

ଗାନ୍ଧୀ-ବିବେକ : ଗାନ୍ଧୀକବଚ

 

ଥରେ କେତେଜଣ ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ମହାତ୍ମା ଗାନ୍ଧୀଙ୍କ ପାଖକୁ ସିଏ ଖ୍ରୀଷ୍ଟିଆନ ହୋଇଯାଆନ୍ତୁ ବୋଲି ପ୍ରବର୍ତ୍ତାଇବା ପାଇଁ ଆସିଥିଲେ । ଏକ ଅନ୍ୟ ଅବସରରେ ମହାତ୍ମାଜୀ କେଉଁଠାରେ କହିଥିଲେ ଯେ, ଯଦି ଧର୍ମପୁସ୍ତକ ବାଇବେଲରେ ଉକ୍ତ ହୋଇଥିବା ଗିରିଶଖର ଉପଦେଶର ସନ୍ଦେଶଗୁଡ଼ିକୁ ପାଳନ କଲେ ଜଣେ ବ୍ୟକ୍ତିକୁ ଖ୍ରୀଷ୍ଟିଆନବୋଲି କୁହାଯିବ ତେବେ ସିଏ ନିଜକୁ ମଧ୍ୟ ଜଣେ ଖ୍ରୀଷ୍ଟିଆନ ବୋଲି ଅବଶ୍ୟ ଭାବିପାରିବେ । ଏହି କଥାଟି ଦ୍ଵାରା ହୁଏତ ଖୁବ ଉତ୍ସାହିତ ହୋଇ ପାତ୍ରୀମାନେ ମହାତ୍ମାଜୀଙ୍କୁ ଭେଟିବେ ବୋଲି ସ୍ଥିର କରିଥିଲେ । ପ୍ରକୃତ କଥାଟି ତ ହେଉଛି ଯେ, ଜଣେ ମନୁଷ୍ୟ ଖ୍ରୀଷ୍ଟିଆନ ଧର୍ମର’ ହୋଇଥିଲେ ମଧ୍ୟ ଗିରିଶିଖର ଉପଦେଶକୁ ସୁନିଶ୍ଚିତ ଭାବରେ ଯେ ମାନୁଥିବ, ସେକଥା କେହି ମୋଟେ ଦାବି କରିପାରିବେ ନାହିଁ । ତେବେ, ତାହାକୁ ନିଜ ଜୀବନରେ ପାଳନ କରୁଥିବା ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ ହେବାକୁ କାହିଁକି ବାଧ୍ୟ ହେବ-? ମାତ୍ର ପାଦ୍ରୀମାନେ ଏହି କଥାଟିକୁ କିପରି ବା ବୁଝନ୍ତେ ? ତେଣୁ ସେମାନେ ଖୁବ ଆଶାୟୀ ହୋଇ ଆସିଥିଲେ ।

 

ଗାନ୍ଧୀ ଉତ୍ତର ଦେଇ କହିଥିଲେ ଯେ, ଖ୍ରୀଷ୍ଟିଆନ ଧର୍ମଟିରେ ଏପରି କଥାମାନ ରହିଛି, ଯାହା କି ଏକ ଉଚିତ ମାର୍ଗରୂପେ ଯେକୌଣସି ଧର୍ମର ଲୋକମାନଙ୍କୁ ମଧ୍ୟ ପାଳନୀୟ ବୋଲି ମନେହେବ ତଥା ଅବଶ୍ୟ ଆକର୍ଷଣ କରିବ । ମାତ୍ର, ଯେଉଁସବୁ ଧାରାରେ ପାଦ୍ରୀମାନେ ନିଜ ଧର୍ମର ପ୍ରଚାର କରୁଛନ୍ତି, ସେଗୁଡ଼ିକୁ ସେ ଆଦୌ ସମୁଚିତ ବୋଲି ମନେ କରୁନାହାନ୍ତି । ଆହୁରି ଅଧିକ ସ୍ପଷ୍ଟ ହୋଇ ସେ କହିଥିଲେ ଯେ ପାଦ୍ରୀମାନେ ଆଦୌ ଜଣେ ବ୍ୟକ୍ତି ପାଖକୁ ଯାଇ ସିଏ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁ ବୋଲି କେବେହେଲେ କହିବେ ନାହିଁ; ବରଂ ଜଣେ ହିନ୍ଦକୁ ସିଏ ଅଧୁକ ଉତ୍ତମ ହିନ୍ଦୁଟିଏ ହେବା ନିମନ୍ତେ ଉତ୍ସାହିତ କରିବେ, ଜଣେ ମୁସଲମାନଙ୍କୁ ଜଣେ ଅଧିକ ଭଲ ମୁସଲମାନ ହେବାକୁ କହିବେ ଓ ଏପରିକି ଜଣେ ନାସ୍ତିକ ବ୍ୟକ୍ତିଙ୍କୁ ମଧ୍ୟ ଜଣେ ଅଧିକ ଉତ୍ତମ ନାସ୍ତିକ ହେବା ଲାଗି କହି ପାରୁଥିବେ, ତାହା ହିଁ ପଦ୍ଧତି,–ଧର୍ମସଂସ୍ଥାପନାର ପ୍ରଶସ୍ତତମ ପଦ୍ଧତି । ଏବଂ, ତାହାରି ଦ୍ୱାରା ହିଁ ମନୁଷ୍ୟମାନେ ସତକୁ ସତ ଧର୍ମରେ ରହିବା ପାଇଁ ସର୍ବୋତ୍ତମ ସମାଧାନ ଗୁଡ଼ିକୁ ପାଇପାରିବେ । ମଣିଷ ରହିବ, ଧର୍ମରେ ହିଁ ରହିଥିବା ଏବଂ ଧର୍ମମାନେ ଏହି ପୃଥିବୀର ଅଭ୍ୟୁଦୟରେ ସତକୁ ସତ ସହାୟତା ମଧ୍ୟ କରୁଥିବେ । କହିବା ବାହୁଲ୍ୟ, ପାଦ୍ରୀ ଆଜ୍ଞାମାନେ ସେଦିନ ମହାତ୍ମା ଗାନ୍ଧୀଙ୍କ ପାଖରୁ ଅତ୍ୟନ୍ତ ନିରାଶ ହୋଇ ଫେରିବେ ।

 

ମହାତ୍ମା ଗାନ୍ଧୀଙ୍କର କାମ ସରି ନଥିଲା, ସିଏ ଚାଲିଗଲେ । ତାଙ୍କର ହତ୍ୟା କରାଗଲା । ଅବଶ୍ୟ ଏକଥା ମଧ୍ୟ ସତ ଯେ, ନିଜର ନିକଟତମ ଅନୁଗାମୀମାନେ, ଯେଉଁମାନେ ମୁଖ୍ୟ ମୁଖ୍ୟ ସେନାପତି ଭାବେ ଗାନ୍ଧୀ–କ୍ରାନ୍ତି ଭିତରେ ରହିଥିଲେ, ସେମାନଙ୍କର ଯଥାର୍ଥ ଆଚରଣର ପରିଚୟ ପାଇ ସେ ଯଥାଶୀଘ୍ର କ୍ଷେତ୍ରଟିରୁ ବିଦାୟ ନେଇ ଚାଲିଯିବାକୁ ଇଚ୍ଛା କରୁଛନ୍ତି ବୋଲି କେତେଥର ପ୍ରାୟ ଏକ ଖେଦର ସହିତ କହି ସାରିଥିଲେ । ସେମାନେ ଧରାପଡ଼ି ଯାଇଥିଲେ । ଗାନ୍ଧୀଙ୍କୁ ପ୍ରକୃତରେ ମାନୁଥିଲେ ବୋଲି ଯେ ସେମାନଙ୍କୁ ତାଙ୍କୁ ଗ୍ରହଣ କରୁଥିଲେ ସେକଥା ନୁହେଁ, ତାଙ୍କୁ ସେମାନଙ୍କର ଦଳର ଲକ୍ଷ୍ୟସାଧନ ନିମନ୍ତେ କାର୍ଯ୍ୟରେ ଲଗାଇ ପାରୁଥିଲେ ବୋଲି ତାଙ୍କର କାର୍ଯ୍ୟକ୍ରମଟି ଭିତରେ ଅବଶ୍ୟ ରହିଥିବା ପରି ଆଚରଣ କରୁଥିଲେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତବର୍ଷ ବିଦେଶୀ ଆଧିପତ୍ୟର କବଳରୁ ଶୀଘ୍ର ମୁକ୍ତ ହୋଇ ଆସୁ ବୋଲି ସେମାନେ ପ୍ରକୃତରେ ଇଚ୍ଛା କରୁଥିଲେ ଏବଂ ଉପସ୍ଥିତ ପରିସ୍ଥିତିଟିରେ ଗାନ୍ଧୀ ହିଁ ସର୍ବୋତ୍ତମ ତଥା ସମର୍ଥତମ ନେତୃତ୍ୱ ଦେଇପାରିବେ ଏବଂ ଭାରତର ଜନଗଣ ସକଳ ଅବସ୍ଥାରେ ଗାନ୍ଧୀଙ୍କର କଥାରେ ରହିବେ ବୋଲି ସେମାନେ ଖୁବ୍ ପରିଷ୍କାର ଭାବରେ ବୁଝିଥିଲେ । ଭାରତବର୍ଷ ସ୍ଵାଧୀନତା ଲାଭ କଲା ଓ ସେହି ତୁଙ୍ଗମାନେ କମେ ଫିଡ଼କିବାକୁ ଆରମ୍ଭ କଲେ । ସର୍ବୋଚ୍ଚ କ୍ଷମତାଥାନମାନଙ୍କରେ ରହିଲେ, ଜନସମୂହ ମଧ୍ୟ କେଡ଼େ ସରଳ ଭାବରେ ଏମାନେ ମହାତ୍ମାଙ୍କ ସହିତ ଅବଶ୍ୟ ଅଛନ୍ତି ବୋଲି ବିଶ୍ୱାସ କରୁଥିଲେ । ଆତତାୟୀ ଦ୍ୱାରା ନିହତ ନ ହୋଇଥିଲେ ଗାନ୍ଧିଜୀ ଏହି କ୍ଷମତାଧାରୀମାନଙ୍କ ସକାଶେ ନିଶ୍ଚୟ ବହୁ ଅଡ଼ୁଆ ସୃଷ୍ଟି କରିଥାଆନ୍ତେ । ସରକାର ବହୁ ବହୁ ବ୍ୟାପାରରେ ବାଟ ଓଗାଳି ଛିଡ଼ା ହୋଇଥାନ୍ତେ । ସାଙ୍ଗରେ ଆଦୌ କେହି ନବାହାରିଲେ ମଧ୍ୟ ଗାନ୍ଧୀ ଏକା ଏକା ନିଜ ପନ୍ଥାରେ ଯୁଝିଥାନ୍ତେ ।

 

ସ୍ଵାଧୀନତା ଲାଭ କରିବା ପରେ ଭାରତବର୍ଷ ବହୁ ଅର୍ଥରେ ଆପଣାର ବିବେକ ହରାଇ ପକାଇଛି ବୋଲି ଯହୁଁ ଯହୁଁ ଏହି ଦେଶରେ ଅଧିକ ହୃଦ୍‌ବୋଧ ହେବାରେ ଲାଗିଛି, ତହିଁ ତହୁଁ ଅଧିକରୁ ଅଧିକ ମଣିଷ ଗାନ୍ଧୀଙ୍କୁ ଖୋଜିବାକୁ ଆରମ୍ଭ କରୁଛନ୍ତି । ଦେଶ ବିବେକ ହରାଇ ପକାଉଛି ଅର୍ଥାତ୍ ବଳ ମଧ୍ୟ ହରାଉଛି । ଆଡ଼ମ୍ବରମାନେ ଧରାପଡ଼ିଗଲେଣି । ତେଣୁ, ଏବେ କିଛି ବ୍ୟକ୍ତି ତାଙ୍କୁ ଆକୁଳ ଭାବରେ ଖୁବ୍ ମନେ ପକାଉଛନ୍ତି । ତାଙ୍କର 'ଅନୁଗାମୀମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତା ଭିତରେ ଯାଇ ପଶିଲେ, ସେମାନେ ଗାନ୍ଧୀଙ୍କର ମୂର୍ତ୍ତିଗୁଡ଼ିକୁ ସହସ୍ର ସଂଖ୍ୟାରେ ଥାପି ଦେଲେ ଏବଂ ସ୍ଫୁଲିଙ୍ଗଗୁଡ଼ିକୁ ବେଶ୍ କୌଶଳରେ ହିଁ ନିଭାଇଦେଲେ । ମହାତ୍ମାଙ୍କ ବିଷୟରେ ଆମ ପିଲାମାନେ ପାଠ ବହିମାନଙ୍କରେ ପଢ଼ିଲେ । ଗାନ୍ଧୀ ଆମ ସାହିତ୍ୟ ଭିତରକୁ ଆସିଲେ । ତାଙ୍କର ଛାପରେ କବିତା ଓ ଉପନ୍ୟାସମାନେ ଲେଖାହେଲେ । କେହି କେହି ପୁରାଣ ବି କାହିଁକି ନ ଲେଖି ଥାଆନ୍ତେ । ଅସଲ ନିଆଁଟିକୁ ଭାରି ଚତୁରତା ସହିତ ଶୀତଳ କରି ଦିଆଗଲା । ପୁନଶ୍ଚ ସରକାର ବାହାରେ ମଧ୍ୟ ଆଉ କିଛି ମନୁଷ୍ୟ ରହିବାକୁ ଅଧିକ ପସନ୍ଦ କଲେ, ଯେଉଁମାନଙ୍କୁ ଦେଶ ଗାନ୍ଧୀବାଦୀ ବୋଲି କହିଲା, ଖାତିର ଦେଲା; ସେମାନେ ଖଦୀ କାମ କଲେ, ଗ୍ରାମୋଦ୍ୟୋଗ ଜରିଆରେ କାମ ନଥିବା ଲୋକଙ୍କୁ କାମ ଯୋଗାଇଲେ, କୃଷ୍ଣସେବା, ହିନ୍ଦୀ ପ୍ରଚାରରେ ରହିଲେ । ବନ୍ୟା, ବାତ୍ୟା ଓ ମରୁଡ଼ି ବେଳେ ରିଲିଫ ଦିଆଇଲେ । ହିତୈଷୀ ସରକାର ବି ଏମାନଙ୍କୁ ଅର୍ଥରାଶି ଯୋଗାଇ ଦେଲେ । କେତେ ଜାଗାରେ ଆଶ୍ରମ ବି ଗଢ଼ି ଉଠିଲା-ସଘନ ଭାବରେ ନାନା କାର୍ଯ୍ୟ ହେଲା,–ପ୍ରତିଷ୍ଠାତାମାନେ ସେଗୁଡ଼ିକରେ ବାପା ମାଆର ମର୍ଯ୍ୟାଦା ପାଇଲେ । ମାତ୍ର କେଉଁଠି କେଉଁସବୁ ଅସମ୍ମତିମାନ ରହିଥିଲା କେଜାଣି, ମହାତ୍ମା ଗାନ୍ଧୀ ଯାବତୀୟ ନିର୍ମାଣ ଏବଂ ପରିବର୍ତ୍ତନ ନିମନ୍ତେ ସତ୍ୟାଗ୍ରହ ନାମକ ସେହି ପ୍ରତିରୋଧ, ସଂଗ୍ରାମ, ତଥା କଷ୍ଟବରଣର ଯେଉଁ ଅସ୍ତ୍ରକୁ ଦେଖାଇ ଯାଇଥିଲେ ସେହି ଅସ୍ତ୍ରଟିକୁ ସତେ ଅବା ଜାଣି ଶୁଣି ଲୁଚାଇ ରଖି ଦିଆଗଲା ।

 

ମହାତ୍ମା ଚାଲିଗଲେ, ମାତ୍ର ତାଙ୍କର ବହୁତ କାର୍ଯ୍ୟ ପ୍ରକୃତରେ ଅପୂର୍ଣ୍ଣ ହୋଇ ରହିଗଲା । ପ୍ରଧାନତଃ ସେଇଟାକୁ ଜଳଜଳ ହୋଇ ହୃଦୟଙ୍ଗମ କରୁଥିବା ଏବେ ବହୁତ ବ୍ୟକ୍ତି ଗାନ୍ଧୀ କାହିଁକି ଆଉ ଥରେ ଆସୁନାହାନ୍ତି ବୋଲି ଏଡ଼େ ଆକୁଳ ହୋଇ କହିବାରେ ଲାଗିଲେଣି କି ? ଗାନ୍ଧୀମାର୍ଗରେ ଲୋକେ ପୁନର୍ବାର ବାଟ ଚାଲନ୍ତୁ ବୋଲି ବଡ଼ ଅଥୟ ଭାବରେ ଭାବୁଥିବାରୁ ହିଁ ସେମାନେ ସମ୍ଭବତଃ ବେଳେବେଳେ ସମାଧାନ ରୂପେ ଏଇଟା ବା ସେଇଟା ପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି । ସେଗୁଡ଼ିକୁ ମଧ୍ୟ ପୂର୍ଣ୍ଣ ଆହ୍ଲାଦର ସହିତ ଏକ ଆନ୍ଦୋଳନର ଆଖ୍ୟା ପ୍ରଦାନ କରିବାକୁ ମନ କରି ପକାଉଛନ୍ତି । କିଏ କହୁଛନ୍ତି, ଚାଲ, ଏଣିକି ଆମେ ଆଣ୍ଠ ନ ଲୁଚିବା ବସ୍ତ୍ରମାନ ବ୍ୟବହାର କରିବା, ତେବେ ବହୁତ କିଛି ନିଶ୍ଚୟ ହୋଇଯାଇ ପାରିବ । ଉତ୍ସାହଟିକୁ ତଥା ଆକୁଳତାଟିକୁ ସନ୍ଦେହ କରିବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । ଆହୁରି କିଏ କିଏ ବି କହୁଛନ୍ତି, ସବୁ ସ୍ତରର ପାଠ୍ୟ ପୁସ୍ତକରେ ଏଣିକି ଗାନ୍ଧୀଙ୍କ ବିଷୟରେ ପ୍ରସଙ୍ଗମାନ ଅବଶ୍ୟ ରହୁ, ତେବେ ସମସ୍ତେ ସେହି କୋମଳ ବୟସରୁ ହିଁ ଗାନ୍ଧୀ-କଥାକୁ ମର୍ମ ଭିତରକୁ ନେଇପାରିବେ ଓ ତାହାର ପ୍ରଭାବ ସେମାନଙ୍କର ଜୀବନକୁ ଅବଶ୍ୟ ସ୍ପର୍ଶ କରିବ । ମହାମାଙ୍କୁ ନେଇ କେତେ ମନୋହର ତଥା ମନୋରମ ପୁସ୍ତକମାନ ବାହାରୁଛି,–ଏହି ଯାବତୀୟ ଉଦ୍ୟମ ତଥା ଅଭିଳାଷରେ କୌଣସି ଅସାଧୁତା କାହିଁକି ବା ରହିବ ?

 

ଗାନ୍ଧୀ–ଜୀବନର ଶେଷ ଚରଣରେ ଯେତେବେଳେ ସଦ୍ୟ ଦ୍ୱିଖଣ୍ଡିତ ହୋଇ ଭାରତବର୍ଷ ସ୍ଵାଧୀନତା ଲାଭ କରିଥିଲା, ସେତେବେଳେ ମହାତ୍ମା ଆମର ଏ ଖଣ୍ଡଟାରେ ଭିଆ ହେଉଥିବା ହତ୍ୟାକାଣ୍ଡଗୁଡ଼ିକୁ ପ୍ରଶମିତ କରିବା ନିମନ୍ତେ ଏଠାରୁ ସେଠାକୁ ଓ ଏଠାକୁ ଧାଇଁବାରେ ଲାଗିଥିଲେ । ଏପରିକି ପାକିସ୍ତାନ ଯିବା ବିଷୟରେ ମଧ୍ୟ ଚିନ୍ତା କରୁଥିଲେ । ସେତିକିବେଳେ କିଛିଦିନ ସକାଶେ ତାଙ୍କର ଜଣେ ସେକ୍ରେଟାରୀ ରୂପେ କାର୍ଯ୍ୟ କରିଥିବା ଅଧ୍ୟାପକ ନିର୍ମଳ କୁମାର ବସୁ ଏକ ପ୍ରଶ୍ନର ସମାଧାନ ଲାଗି ତାଙ୍କ ନିକଟକୁ ପତ୍ରଟିଏ ଲେଖିଥିଲେ । ସମାଧାନଟିଏ ଦିଆ ଯାଇଥିବା ନିଜର ସେହି ପତ୍ରଟିକୁ ଗାନ୍ଧିଜୀ ଗୋଟିଏ ତାବିଜ ବୋଲି ବର୍ଣ୍ଣନା କରିଥିଲେ । ପରାମର୍ଶ ଲୋଡ଼ିଥିବା ଶ୍ରୀଯୁକ୍ତ ବସୁ ପ୍ରଶ୍ନ କରିଥିଲେ ଯେ, ଦୈନନ୍ଦିନ ଜୀବନରେ ବହୁବିଧ ଅବସରରେ ଆମେ ଯେଉଁସବୁ କାର୍ଯ୍ୟ କରୁ, ସେଗୁଡ଼ିକ ମଧ୍ୟରୁ ପ୍ରକୃତରେ କେଉଁଟି ଠିକ୍ ଓ କେଉଁଟି ଠିକ୍ ନୁହେଁ, କେଉଁଟି ଉଚିତ୍ ଏବଂ କେଉଁଟି ଅନୁଚିତ ? ଉତ୍ତର ଦିଆଯାଇଥିଲା–ଆପଣ କେବେ କେଉଁଠାରେ ଦେଖିଥିବା ନିତାନ୍ତ ଅସହାୟ ଓ ଦରିଦ୍ର କୌଣସି ପିଲାଟିକୁ ସେତେବେଳେ କଳ୍ପନା କରିବାକୁ ଚେଷ୍ଟା କରିବେ, ଯିଏ ଖାଇବାକୁ ପାଉନଥିବ, ଦେହ ଘୋଡ଼ାଇବାକୁ ବସ୍ତ୍ର ନଥିବ, ବାସ ନଥିବ ଏବଂ ଆଗକୁ ଭାବିବା ନିମନ୍ତେ ମଧ୍ୟ କୌଣସି ଆଧାରଶିଳା ନଥିବ । ସେହି ମୁହଁଟି କ୍ରମେ ଚାକ୍ଷୁଷ ହୋଇ ଆସିଲେ ଆପଣ ବିଚାର କରିବେ, ମୁଁ ଯାହା କରିବାକୁ ଯାଉଛି, ତଦ୍ଦ୍ୱାରା ଏହି ପିଲାଟିର ମଧ୍ୟ ମଙ୍ଗଳ ହେବ ତ ଅଥବା, ଅନ୍ତତଃ ତା’ର କିଛି ଅମଙ୍ଗଳ ହେବନାହିଁ ତ ? ଯଦି ହେଉଥିବ, ତେବେ ଜାଣିବେ ଯେ ଆପଣ କରିବାକୁ ଇଚ୍ଛା କରୁଥିବା କାର୍ଯ୍ୟଟି ପ୍ରକୃତରେ ଏକ ଅନୁଚିତ କାର୍ଯ୍ୟ । ଅନ୍ୟଥା ସେହି କାର୍ଯ୍ୟଟି ହେଉଛି ଏକ ଉଚିତ କାର୍ଯ୍ୟ । ଖାଲି ସେହି ପିଲାଟିର ଯେ ମଙ୍ଗଳ ହେବ, ତାହା ନୁହେଁ, ସମଗ୍ର ବିଶ୍ଵର ହିଁ ମଙ୍ଗଳ ହେବ । ଏହି ତାବିଜଟିକ ପରିପ୍ରେକ୍ଷୀରେ ରଖି ଆମେ ଗାନ୍ଧୀଙ୍କର ଏକ କଳନା କରିବାକୁ ଚେଷ୍ଟା କରିବା । ଆକୁଳ ଚିତ୍ତରେ ଏକ ମତବିଭ୍ରମ ହୋଇଥିବା ପରି ଆମେ ଏବେ ହେ ଗାନ୍ଧୀ ମହାତ୍ମା, ଏହି ଭାରତବର୍ଷକୁ ତୁମେ ଆଉ ଥରେ ଆସ ବୋଲି ଯେତେବେଳେ ହୁରି ପକାଉଛୁ, ଆମ ଭିତରେ ରହିଥିବା ସତ ରାଧୁଆଟା ସେତେବେଳେ ଖିଲିଖିଲି କରି ହସି ଉଠି ଆମର ବିଦ୍ରୂପ କରୁନାହିଁ ତ ? ତେବେ ଏମିତି ପିନ୍ଧିଲେ ବା ଏମିତି ଦିଶିଲେ ଗାନ୍ଧୀଙ୍କର ପରିମଳଟି ଅନୁସାରେ ଦେଶଟି ପୁନର୍ବାର ଚାଲିବାକୁ ମନ କରିବ ଓ ଏଠି ସକଳ ଦୁଃଖ ତଥା ତାପର ଅନ୍ତ ହେବ ବୋଲି ଆମେ କଦାପି କହିବା ଲାଗି ପନ କରନ୍ତେ ନାହିଁ ।

 

ଗାନ୍ଧୀଙ୍କର ତାବିଜଟି ପଛରେ ଗୋଟିଏ ଖାସ୍ ସାମାଜିକ ସହବିଚାର ଏବଂ ସହାବସ୍ଥାନର ନକ୍ସାଟିଏ ରହିଛି । କେହି ଯଦି ଆପତ୍ତି ନ କରିବେ, ତେବେ ତାହାକୁ ଏକ ଖାସ୍ ଅଧ୍ୟାତ୍ମ ନକ୍ସା ବୋଲି ମଧ୍ୟ କୁହାଯାଇ ପାରିବ । ତେଣୁ ଭାରତବର୍ଷକୁ ଗାନ୍ଧୀଙ୍କର ପ୍ରେରଣାବତରଣଟି ବସ୍ତୁତଃ ଗାନ୍ଧୀଙ୍କ ଉପରେ ନୁହେଁ, ଆମ ଉପରେ ନିର୍ଭର କରୁଛି । ଆମ ଭିତରୁ ଅନ୍ତତଃ କେତେଜଣ ସତକୁ ସତ ଇଚ୍ଛା କଲେ, କ୍ରିୟାଶୀଳ ହେଲେ ଏବଂ ପରସ୍ପରକୁ ଲୋଡ଼ିଲେ ଆମେ ଉକ୍ତ ତାବିଜଟିର ଅଧିକାରୀ ହୋଇପାରିବା । ସେତେବେଳେ ବିଧାତା ମଧ୍ୟ ଆମକୁ ଲୋଡ଼ି ଲୋଡ଼ି ଆମ ପାଖରେ ଆସି ପହଞ୍ଚିଯିବେ ।

Image

 

କୁଆଡ଼େ ଗଲା ଜଙ୍ଗଲ ?

 

ଜଙ୍ଗଲୀମାନେ ହିଁ ଆମ ପୃଥିବୀଟାକୁ ଗୋଟାଏ ଜଙ୍ଗଲରେ ପରିଣତ କରି ରଖିଛନ୍ତି । ଆମ ଭାରତବର୍ଷରେ ମଧ୍ୟ ସେହି ଜଙ୍ଗଲୀମାନେ ପୁରା ଦେଶଟାକୁ କେତେ ବିଚିତ୍ର ଅବାଗରେ ଏକ ଜଙ୍ଗଲରେ ପରିଣତ କରି ରଖିଛନ୍ତି । ମୋ’ର ଜଣେ ବନ୍ଧୁ କେତେଦିନ ତଳେ ଲେଖାଟିଏ ଲେଖିଛନ୍ତି, ଯେଉଁଥିରେ ସିଏ ଆମ ଜଙ୍ଗଲମାନେ କୁଆଡ଼େ ଗଲେ ବୋଲି ଖୁବ ବ୍ୟାକୁଳ ହୋଇ ପଚାରିଛନ୍ତି । ତାଙ୍କ ପିଲାଦିନେ ଚନ୍ଦକା ଜଙ୍ଗଲରେ ଦିନରେ ମଧ୍ୟ ବାଘ ଦେଖିବାକୁ ମିଳୁଥିଲେ । ତାଙ୍କ ବାପା ସେତେବେଳେ ସରକାରଙ୍କର ଜଙ୍ଗଲ ବିଭାଗରେ ଚାକିରି କରିଥିଲେ । ତେଣୁ ପିଲାଦିନରେ ନିଜେ ଅଙ୍ଗେ ନିଭାଇଥିବା ସତକଥା ଗୁଡ଼ିକୁ ସିଏ ଲେଖିଛନ୍ତି । କେତେଟା ବର୍ଷରେ ଓଡ଼ିଶା ସମେତ ଏହି ଭାରତବର୍ଷରୁ ଜଙ୍ଗଲ ଲୋପ ପାଇଯିବେ, ପାହାଡ଼ମାନେ ଲଣ୍ଡା ହୋଇଯିବେ, ବର୍ଷା ପରିମାଣ ହ୍ରାସ ପାଇବ ଏବଂ ଶେଷରେ ଏହି ପୃଥିବୀରେ ଜୀବନଧାରଣ କରିବା ଆଉ ସମ୍ଭବ ହେବନାହିଁ । ତେଣୁ ହେ ପୃଥିବୀବାସୀ, ହୋସକୁ ଆସ, ଜଙ୍ଗଲକୁ ବଞ୍ଚା, ଆଉ ମୋଟେ ହେଳା କର ନାହିଁ, ସେହି ଲେଖାରେ ସଂପୃକ୍ତ ସମସ୍ତଙ୍କୁ ଚେତାବନୀ ଦିଆଯାଇଥିଲା । କେହି ଆର୍ତ୍ତନାଦ କରୁଥିବା ପରି ଲାଗୁଥିଲା । ମୋ’ର ଜଣେ ଭାଇଙ୍କର ଶ୍ୱଶୁର ସେକାଳେ କଳାହାଣ୍ଡିରେ ଉଚ୍ଚ ଚାକିରି କରିଥିଲେ ଯେ ମୋ’ ଭାଉଜବୋହୁ ଯୌତୁକରେ ଆମ ଘରକୁ ଆସିଥିବା କାଠ ଜିନିଷମାନ ସିଧା କଳାହାଣ୍ଡିରୁ ତିଆରି ହୋଇ ଅଣାଯାଇଥିଲା । ପଲଙ୍କ, ଆଲମିରା ସବୁ ଜିନିଷ । ସେତେବେଳେ ଗଡ଼ଜାତରେ ରଜାମାନେ ଥିଲେ ଏବଂ ମୋଗଲବନ୍ଦୀରୁ ଯେଉଁମାନେ ସେଠା ରଜାମାନଙ୍କ ଅଧୀନରେ ବଡ଼ ବଡ଼ ହାକିମ ହୋଇ କାମ କରୁଥିଲେ, ରଜାମାନେ ସେମାନଙ୍କୁ ବହୁ ଅନୁକମ୍ପା ଦେଖାଉଥିଲେ । ସେମାନଙ୍କ ସକାଶେ ସବୁ ଖଞ୍ଜି ଦେଉଥିଲେ । ଜଙ୍ଗଲରେ ଶାଳ, ପିଆଶାଳ ଓ ଶିଶୁମାନେ ପ୍ରାୟ ଷୋଳପଣେ ସେହିମାନଙ୍କ ଘରକୁ ଆମ ଉପକୂଳ ଯାଏ ଚାଲି ଆସି ପାରୁଥିଲେ । ଆମ ଗାଆଁରେ ମଧ୍ୟ ଗୋଟିଏ ବଡ଼ ମେଲାଥିଲା, ଯାହାର କବାଟ, ଶେଣୀ, ଓରା ସବୁ ସରଞ୍ଜାମ ଦାମୀ ଦାମୀ କାଠରେ ତିଆରି ହୋଇଥିଲା । ସେଗୁଡ଼ିକ ଉପରେ ବାରଜାତିର କମ ପଡ଼ିଥିଲା । କାଠଗୁଡ଼ିକ ସେହି ଗଡ଼ଜାତରୁ ଆସିଥିଲେ । ଗଡ଼ଜାତରେ ମଧ୍ୟ ପ୍ରଜାମାନେ ରହିଥିଲେ, ତାଙ୍କୁ ମଣିଷର ମର୍ଯ୍ୟାଦାରେ କେହି ସ୍ୱୀକାର କରୁନଥିଲେ । ତେଣୁ ରାଜାମାନେ ଏଠି ସମ୍ମିଳନୀରେ ବସି ଆମ ଜାତିର ଗୌରବ ମାନଙ୍କୁ ପୂର୍ଣ୍ଣାଙ୍ଗ ଉତ୍କଳର ତତ୍କାଳୀନ ଆନ୍ଦୋଳନରେ ନୈତିକ ଓ ଆର୍ଥିକ ବହୁ ସାହାଯ୍ୟ କରୁଥିଲେ ସିନା, ମାତ୍ର ଗଡ଼ଜାତର ପ୍ରଜାଏ ସେହି ଗଡ଼ଜାତରେ ହିଁ ରହିଥିଲେ ।

 

ସେତେବେଳେ ତ ରଜା ଦୟା କଲେ ହାକିମମାନଙ୍କ ନିମନ୍ତେ ଗଛ କଟା ଯାଉଥିଲା । ହାକିମ ଅଳପ ଥିଲେ । ତେଣୁ କିଛି ଶାଳ ପିଆଶାଳ ବା ଶିଶୁ କଟାହେଲେ ଜଙ୍ଗଲର ଦେବତା ହୁଏତ କୌଣସି ଅଭିଯୋଗ କରୁନଥିଲେ । ଜଙ୍ଗଲଟା ଆଦୌ ଖଣ୍ଡିଆ ହୋଇଗଲା ପରି ଲାଗୁନଥିଲା । ଭାରତବର୍ଷ ସ୍ଵାଧୀନ ହୋଇଯିବା ପରେ ହାକିମ ମାନଙ୍କର ସଂଖ୍ୟା କେତେଗୁଣ ଯେ ବଢ଼ି ଯାଇଥିବ, ଆପଣ ଅନୁମାନ କରି କହିଲେ ! ଗଜଜାତମାନେ ବି ଜିଲ୍ଲା ହେଲେ । ଉଚ୍ଚ ଚାକିରିଆମାନେ ଏଣୁ ପ୍ରାୟ ସୁଅପରି ଯାଇ ସେଠାରେ ପହଞ୍ଚି ଯାଇଥିବେ । ଏହାଛଡ଼ା ମନ୍ତ୍ରୀମାନେ ବି ତ ଅଛନ୍ତି । ସମସ୍ତେ ଆପଣାକୁ ରଜା ବୋଲି ଭାବିବାକୁ ହିଁ ସତେ ଅବା ଅସଲ ଗଣତନ୍ତ୍ର ବୋଲି ଭାବିବା ନିମନ୍ତେ ସେହି ବାଟର ଲୋକମାନଙ୍କ ପାଇଁ ଆଉ କୌଣସି ବାଧା ହିଁ ରହିଲା ନାହିଁ । ତେଣିକି ପ୍ରୟୋଜନ ବଶତଃ ଠିକଦାର ନାମକ ନୂଆ ଶ୍ରେଣୀଟିଏ ଆସିଲେ । ସେହି ପ୍ରୟୋଜନରେ କରତକଳ ବି ବସିଲା । ଜଙ୍ଗଲମାନେ ଜୁର ହୋଇଗଲେ । ଯେଉଁମାନେ ମୂଳରୁ ହିଁ ପାରମ୍ପରିକ ଭାବରେ ଜଙ୍ଗଲରେ ବାସ କରୁଥିଲେ, ସେମାନେ ସତକୁ ସତ ସେଠାରେ ବାସିନ୍ଦା ହୋଇ ରହିଥିଲେ । ଏବେ ହାକିମ ଓ ଠିକାଦାରମାନେ କାହିଁକି ଆପଣାକୁ ସେପରି ଆଦୌ ଭାବିଥାନ୍ତେ ! ତେଣୁ ପୂର୍ଣ୍ଣ ନିର୍ମଳ ମନରେ ଜଙ୍ଗଲଟାକୁ ଜୁର କରିବାରେ କୌଣସି ବାଧା ବି ରହିନଥିବ । ସେହି ମୂଳ ବାସିନ୍ଦାମାନେ କିଛି ଅଂଶ ଡଙ୍ଗର ଏବଂ ବଗଡ଼ଗୁଡ଼ିକୁ କାଟି ଚାଷଜମି ତିଆରି କରିଥିଲେ, ଯାହାକୁ କି କାଳ କ୍ରମେ ତୁଚ୍ଛା ଅଣଚାଷୀ ଜମିମାଲିକମାନେ ନାନା ଫିକରରେ ହଡ଼ପ କରି ନେଇଗଲେ । ଆଦିବାସୀ ମୂଲିଆ ହେଲେ, ତଥାପି ଆଉ କେତେ ଗଉଣି ମାଣ୍ଡିଆ ବା ଅଳସୀ ପାଇବାର ଆଶାରେ । ପାହାଡ଼ମାନଙ୍କର କ୍ରମେ ଉଚ୍ଚକୁ ଉଠି ପୋଡ଼ୁ ପଦ୍ଧତିରେ କିଛି ସାମୟିକ କୃଷିକ୍ଷେତ୍ର ମଧ୍ୟ ଅକ୍ତିଆର କରିବାରେ ମନ ବଳାଇଲେ । ତେଣୁ, ଜଙ୍ଗଲ ଆଉ କିପରି ବା ରହନ୍ତା-? ରହିଲେ ବି ସାମନ୍ତମାନଙ୍କ ପାଇଁ ତ ରହନ୍ତା । ଅନ୍ୟମାନଙ୍କୁ, ଅନେକ ଅଧିକମାନଙ୍କୁ, ଗୋଟାସୁଦ୍ଧା ଲଙ୍ଗଳା କରି ରଖି ଯେଉଁମାନେ ଏହି ପୃଥିବୀରେ ସାଆନ୍ତପଣଟାକୁ ଆବୋରି ରଖିବାକୁ ପ୍ରାୟ ଧର୍ମ ବୋଲି ଗ୍ରହଣ କଲେ, ସେହିମାନେ କ୍ରମେ ଜଙ୍ଗଲୀ ହେଲେ ଓ ଜଙ୍ଗଲ ଲୁପ୍ତ ହେଲା ।

 

ଖାଲି ଓଡ଼ିଶା କିମ୍ବା ଭାରତବର୍ଷ ନୁହେଁ, ସମଗ୍ର ପୃଥିବୀଟା ଯେପରି ଆମର ଏହି ବହୁ ବିଡ଼ମ୍ବନାପୂର୍ଣ୍ଣ ଯୁଗରେ ଜଙ୍ଗଲୀମାନଙ୍କ ଦ୍ଵାରା ଶାସିତ, ଶୋଷିତ ଏବଂ ଧର୍ଷିତ ହେବାରେ ଲାଗିଛି । ସେମାନଙ୍କ ପାଖରେ ପ୍ରାୟ ସବୁଯାକ ଧନ ଓ ସମ୍ବଳ, ଜ୍ଞାନ ଓ ବିଜ୍ଞାନ ସେହିମାନଙ୍କର ଅକ୍ତିଆରରେ । ଗୋଦାମମାନଙ୍କରେ ଭଳି ଭଳି ଏପରି ଅସ୍ତ୍ରମାନ ମହଜୁଦ ହୋଇରହିଛି, ଯାହାକୁ ହୁଏତ ଦେବତା ମାନଙ୍କର ମଧ୍ୟ କୌଣସି ବୁଦ୍ଧି ପାଇବ ନାହିଁ । ଏଠି ସବୁଠାରୁ ବଡ଼ ସନ୍ତ୍ରାସବାଦୀମାନେ ପୃଥିବୀରେ ସାନ ସନ୍ତ୍ରାସବାଦ ଗୁଡ଼ିକୁ ତୁମେମାନେ ସନ୍ତ୍ରାସବାଦ ବନ୍ଦ କର ବୋଲି କହି ଯୁଦ୍ଧ କରି ବାହାରିଛି । ଜଙ୍ଗଲୀମାନେ ହିଁ ଏହି ପୃଥିବୀରେ ଭୋଗକୁ ହିଁ ଏକମାତ୍ର ଧର୍ମ ବୋଲି ମାନନ୍ତି । ଭୋଗ-ବହୁଳତାକୁ ସଭ୍ୟତା ବୋଲି ବିଚାର କରନ୍ତି । ସ୍ୱାଧୀନ ଭାରତରେ ଆମର କେଉଁଠି କ'ଣ ଅସତର୍କତା ରହିଗଲା ଯେ, ଏହି ଭୋଗୀ ଜଙ୍ଗଲୀମାନଙ୍କ ହାତରେ ହିଁ ଆମ ଅସଲ ଭାଗ୍ୟ-ସମ୍ଭାବନା ଗୁଡ଼ିକ ଯାଇ ନିତାନ୍ତ ଅକର୍ତ୍ତବ୍ୟ ଭାବରେ ରହିଗଲା ? ଅତ୍ୟନ୍ତ ସିଧା କଥା ଯେ, ଜଙ୍ଗଲୀ ହେବା ନିମନ୍ତେ ଏହି ସ୍ଵାଧୀନତା ଏକଦା ଆମ ହାତକୁ ଆଦୌ ଆସି ନଥିଲା । ତାହା ପ୍ରକୃତରେ ଯେଉଁମାନଙ୍କ ପାଖକୁ ଆସିଥାନ୍ତା, ସେମାନେ ଜଙ୍ଗଲୀମାନେ ଆସି ଘରଟାକୁ ଦଖଲ କରି ନେଉଛନ୍ତି ବୋଲି ସଜ୍ଞାନ ହେବା ପୂର୍ବରୁ ହିଁ ଏମାନେ ଘର ଭିତରେ ଆସି ପଶିଗଲେ । ଜଙ୍ଗଲୀମାନେ ଏମିତି ଗୋଟାଏ ଅଣସଂସ୍କାରର ସତର ପ୍ରକାରର ଛଇଟା ଭିତରେ ଏଠି ଆମ ସାମୂହିକ ଭାଗ୍ୟର ଡୋରିଗୁଡ଼ିକୁ ମାଡ଼ି ବସିଲେ ଯେ, ଯାବତୀୟ ଅର୍ଥରେ ଅଧିକ ମଣିଷଙ୍କୁ ଠକିଲେ, ହେୟଜ୍ଞାନ କଲେ; ଆପଣାର ସତେଅବା ଏକ ପ୍ରଭୋଗ ତଥା ପୂର୍ଣ୍ଣ ସୁଖର ପୃଥିବୀକୁ ଦୋରସ୍ତ କରି ରଖିବେ ବୋଲି ଯଥାର୍ଥ ଅଭ୍ୟୁଦୟଗୁଡ଼ିକ ନିମନ୍ତେ ଭଗାରିପଣ କଲେ । ଏମିତି ଭାଷାରେ କାରବାର କଲେ ଯେ ନିତାନ୍ତ ଅବିବେକୀ ଭାବରେ ସର୍ବବିଧ ଲୋକୋଦ୍ୟମ ପାଖରୁ ଦୂରଛଡ଼ା ହୋଇ ରହିଲେ ।

 

ଏଠି ଏହି ଶାସନଟା ତ ସଂପୂର୍ଣ୍ଣ ଭାବରେ ଜଙ୍ଗଲୀମାନଙ୍କ ଦ୍ଵାରା ଚାଲିଛି । ତେଣୁ ସଂପୂର୍ଣ୍ଣ ସଙ୍ଗତି ସହିତ ଜଙ୍ଗଲୀମାନଙ୍କର ପ୍ରୀତ୍ୟର୍ଥେ ହିଁ ଚାଲିଛି | ଆପଣ ଯେକୌଣସି ସରକାରୀ ମହକୁମା ଭିତରେ ପଶି ଗଲେ ସେହି ଜଙ୍ଗଲୀମାନଙ୍କୁ ହିଁ ଭେଟିବେ । ମୋଟା-ମୋଟା ଦରମା ସିନା ନେଉଛନ୍ତି; ମାତ୍ର ଯାହା ପାଇଁ ନିଯୁକ୍ତ ହୋଇଛନ୍ତି, ସେମାନଙ୍କ କଥା ମୋଟେ ମନେ ନାହିଁ । ଚମଡ଼ାଟା କ୍ରମେ ଏପରି ମୋଟା ମଧ୍ୟ ହୋଇଗଲାଣି ଯେ ସେମାନେ ହୁଏତ ସତକୁ ସତ ତୁଚ୍ଛା ନିଜବ୍ୟତୀତ ଆଉ କାହାକୁ ହେଲେ ଲୋଡ଼ୁ ନାହାନ୍ତି । ଯେତିକି ଧରାପଡ଼ୁଛନ୍ତି, ସତେଅବା ସେତିକି ବହଳମୁହଁ ହେବାରେ ଲାଗିଛନ୍ତି । ଏତେ ଏତେ ପାଠ ପଢ଼ିଛନ୍ତି, ଏତେ ଏତେ ପ୍ରକାର ଦ୍ରବ୍ୟବେଷ୍ଟିତ ହୋଇ ରହିଛନ୍ତି; ଏ ଯୁଗରେ ତୁମ ଭିତରେ ହୃଦୟନାମକ ସେହି ଅନ୍ୟ ଦ୍ରବ୍ୟଟା କ୍ରିୟାଶୀଳ ହେଲେ ତୁମେ ପୂରା ଅପଦାର୍ଥ ବୋଲି ପ୍ରମାଣିତ ଯେ ହୋଇଯିବ, ଏହି ଖଳସତ୍ୟଟିକୁ ସେମାନେ କୋଉ ଜଙ୍ଗଲରୁ ଶିକ୍ଷା କରିଛନ୍ତି କେଜାଣି ?

 

ତେଣୁ, ଏହି ଜଙ୍ଗଲୀମାନେ ଦାଣ୍ଡଗୁଡ଼ାକର ମାଲିକ ହୋଇ ରହିଥିବା ପର୍ଯ୍ୟନ୍ତ ଦେଶଟାଯାକ ଏକ ବୃହତ୍ ଜଙ୍ଗଲରେ ହିଁ ପରିଣତ ହେବାରେ ଲାଗିଥିବ ଓ ତେଣୁ ପାହାଡ଼ମାନେ ଲଙ୍ଗଳା ହୋଇ ରହିବେ । ଯିଏ ଜଙ୍ଗଲକୁ ସତକୁ ସତ ରକ୍ଷା କରିପାରନ୍ତା, ତା’ଘରେ ତ ଭାତ ନାହିଁ, ସିଏ ଏବେ ମଧ୍ୟ ନିଜକୁ ଏ ଦେଶର ନାଗରିକ ବୋଲି ଦାବି କରି ଶିଖି ପାରିନାହିଁ । ଜଙ୍ଗଲୀ ଉପର ସ୍ତରଟା କେବେହେଲେ ସେ କଥା କରାଇ ଦେବନାହିଁ । ତୁମ ସାହିତ୍ୟମାନ ସେହି ଜଙ୍ଗଲୀମାନଙ୍କୁ ଆମୋଦିତ କରି ରଖିବା ପାଇଁ ହିଁ ନିଜର ସବୁଯାକ ବଳ ସାରିଦେଉଥିବ ଓ ମିଛ ଦରବାର ମାନଙ୍କରେ ପାଟଲୁଗା ପିନ୍ଧି ଠିଆ ହୋଇଥିବ । ସଂସ୍କୃତି ନାମରେ ନୂଆ ନୂଆ ଦରବାରୀ ଜଙ୍ଗଲୀ କଦରରେ ଅଭିନବ ପୀଠମାନେ ଖୋଲା ହେଉଥିବେ । ପୂଜ୍ୟପୂଜାର ଅଳରେ ବହୁ ଅଯୋଗ୍ୟ ଶଠାଚାରୀ ସାଂସ୍କୃ ତିକ ଜାଗାଘର ମାନଙ୍କରେ ପହିଲିମାନୀ ଦେଖାଇବାରେ ଲାଗିଥିବେ । ଉତ୍ସବପରେ ଉତ୍ସବର ଭିଆଣ ହେଉଥିବ । ଦିନମାନର ଦାନବମାନେ ରାତିରେ ଚଉକିମାନଙ୍କ ଉପରେ ମଥାରେ ମୟୂରଚନ୍ଦ୍ରିକା ଖୋଷି ଚନ୍ଦ୍ରମା ପରି ଶୋଭା ପାଉଥିବେ ଏବଂ ଆମ ସତପରିମଳ ଗୁଡ଼ିକୁ ନିତାନ୍ତ ଲାଜରା କରି ରଖିଥିବେ । ଏବଂ, ପହରକୁ ପହର କୁହାଯିବାରେ ଲାଗିଥିବ ଯେ ସେମାନେ ସମସ୍ତେ ମିଶି କୋଉ ପୂର୍ବତନ ବାଘମାମୁଁଙ୍କର ସ୍ଵପ୍ନଗୁଡ଼ିକୁ ହିଁ ପୂର୍ଣ୍ଣ କରିବେ ବୋଲି ବଦ୍ଧପରିକର ହୋଇ ବାହାରିଛନ୍ତି । ସେମାନଙ୍କର ଜୀବନରେ ସତେ ଯେପରି ଆଉ ଆଦୌ କୌଣସି ଅନ୍ୟ ଉଚ୍ଚାଶା ଏତେଟିକିଏ ବି ନାହିଁ, କେବଳ ଏହି ଦେଶଟା ନିମନ୍ତେ ହିଁ ସେମାନେ ଚାନ୍ଦ୍ରାୟଣବ୍ରତ ପାଳନ କରୁଛନ୍ତି ! ଏହିପରି ଗୁଡ଼ାଏ କଥାର ଗୋଟାଏ ସୁବର୍ଣ୍ଣକଙ୍କଣ ଦେଖାଇ ହଁ ଏମାନେ ତୁମକୁ ଭୁଲାଇ ରଖିବାକୁ ପ୍ରୟାସ କରୁଥିବେ ।

 

ତେଣୁ, ବନ୍ଧୁଙ୍କୁ କହିବାକୁ ପଡ଼ିବ ଯେ ସିଏ ଏଇଠି ଯଦି ଜଙ୍ଗଲୀମାନଙ୍କୁ ଠାବ କରି ପାରିବେ, ତେବେ କ’ଣ ପାଇଁ ବୃଥା ଚନ୍ଦକା ଯାଏ ପଥଶ୍ରମ କରିବାକୁ ଇଚ୍ଛା କରିବେ ! ଏହି ଜଙ୍ଗଲୀ ମିଜାଜଟା କାଳର ତଣ୍ଟିଟାକୁ ଚିପି ଧରିଥିବା ପର୍ଯ୍ୟନ୍ତ ଚନ୍ଦକାର ପାହାଡ଼ ଲଣ୍ଡା ହୋଇ ହିଁ ରହିଥିବ । ଜଙ୍ଗଲୀ ତାମସାଟା ଭାଙ୍ଗିଲେ ଯାଇ ଏଠି ଭୂମିଭାଗ୍ୟର ମୁଣ୍ଡିଆଟା ପୁଣି ସବୁଜ ହୋଇଉଠିବ । ଫିସାଦ ଯିବ ଏବଂ ପ୍ରହସନମାନେ ବନ୍ଦ ହେବେ । ଦେଶରେ ସମ୍ମାନବୋଧର ଯୁଗ ଆସିବ, ଅନୁଗ୍ରହ-ପ୍ରଦର୍ଶନର ଦୃଷ୍ଟ ଯୁଗଟା ସତକୁ ସତ ଚାଲିଯିବ । ଭାରତବର୍ଷରେ ନାଗରିକ ଜଣେ ନାଗରିକ ହିସାବରେ ନିଜକୁ ସମୁଚିତ ସମ୍ମାନ ସହିତ ଦେଖିଶିଖିବ । ଭାରତବର୍ଷରେ ନାଗରିକର ମାନ ବଢ଼ିବ, ଅର୍ଥାତ୍ ମୂଳଦୁଆ ଗୁଡ଼ିକ ଦୃଢ଼ ହୋଇ ତିଆରି ହେବେ, ସେଥିନିମନ୍ତେ ଖରଚ କରାଯାଉଥିବା ଅର୍ଥକୁ ତସ୍କରମାନେ ଆଦୌ ହଡ଼ପ କରି ନେଇ ପାରିବେ ନାହିଁ । ଯେଉଁ ଭାଗ୍ୟକୁ ନାଗରିକମାନେ ଏକତ୍ର ମିଶି ନିର୍ମାଣ କରନ୍ତେ, ଏହି ଦେଶରେ ସେହି ଭାଗ୍ୟର ଚର୍ଚ୍ଚା ହେବ, ସେହି ଚର୍ଚ୍ଚା ସକାଶେ ହଁ ଖୋଲାମଞ୍ଚମାନ ବସିବ । ଯେଉଁ ଭାଗ୍ୟବାନ ମଣିଷମାନଙ୍କ ମଧ୍ୟରୁ ବାଛି ବାଛି ମାତ୍ର କେତେକଙ୍କୁ ମର୍ତ୍ତ୍ୟମଣ୍ଡଳକୁ ପଠାଇଥାନ୍ତି, ତେଣିକି ତାହାକୁ ଜଙ୍ଗଲୀମାନଙ୍କର ଏକ ଷଡ଼ଯନ୍ତ୍ର ବୋଲି ଘୋଷଣା କରାଯିବ । ଏହି ଦେଶରେ ପ୍ରାୟ ସେହି ଆବହମାନ କାଳରୁ ହିଁ ଜଙ୍ଗଲୀମାନେ କେବଳ ଆପେ ଭାଗ୍ୟବାନ ହୋଇ ରହିବେ ବୋଲି ପଣ୍ଡିତ ଓ ପୁରୋହିତ ମାନଙ୍କୁ ଲଗାଇ କେତେ ନା କେତେ ଶାସ୍ତ୍ର ଓ ସଂହିତାମାନ ଲେଖାଇ ରଖିଛନ୍ତି । ମଣିଷମାନଙ୍କର ଶକ୍ତିକୁ ହରଣ କରିନେବାର ବହୁ ଚକ୍କର କରିଛନ୍ତି । ଏବର ଯୁଗଟି ପାଇଁ, ଓଡ଼ିଶା ପାଇଁ ଭାରତବର୍ଷ ପାଇଁ ଶକ୍ତିମାନ ମଣିଷମାନେ ହିଁ ସବାଆଗ ଦରକାର ଥିଲେ । ମାନୀ, ଅଭିମାନୀ ଏବଂ ଏପରିକି ସ୍ଵାଭିମାନୀମାନେ ଆଦୌ ଦରକାର ନଥିଲେ । ଏହି ଜଙ୍ଗଲୀମାନେ ହିଁ ଆତ୍ମପ୍ରମତ୍ତ ହୋଇ ଖାଲି ଆମ ପାହାଡ଼ ଓ ପର୍ବତମାନଙ୍କୁ ନୁହେଁ, ବହୁ ପ୍ରତିଶ୍ରୁତିପୂର୍ଣ୍ଣ ଏହି ସ୍ଵାଧୀନ ଦେଶଟାର ଭାଗ୍ୟକୁ ମଧ୍ୟ ଲଣ୍ଡା ଓ ପଦାକରି ରଖିଛନ୍ତି । ପୃଥିବୀଟା ଯାକକୁ ଉଜୁଡ଼ାଇ ରଖୁ ନିଜର ଭାଗ୍ୟଟାକୁ ହିଁ ଉଜ୍ଜ୍ଵଳ କରି ରଖିବାର ଦୌରାତ୍ମ୍ୟ କରୁଥିବା ସ୍ଵାର୍ଥଗୁଡ଼ାକ ସହିତ ସେହିମାନେ ହାତ ମିଳାଇଛନ୍ତି । ଆମ ସମ୍ଭାବନାର ଘରଗୁଡାକୁ ମାରା କରିବାରେ ଲାଗିଥିବା ସେହିମାନେ ହିଁ ଆମକୁ ପରିବେଶ ବିଷୟରେ ସନ୍ଧବାଣୀ ଶୁଣାଇବାରେ ଲାଗିଛନ୍ତି । ତେଣୁ, ଆମେ ବିଳାପ କରିବା ନାହିଁ । ବିଳାପର ମୁଖାଗୁଡ଼ାଏ ପିନ୍ଧି କଦାପି ଦୁଃସମୟଟାକୁ ଅଧିକ ଦୀର୍ଘ କରି ରଖିବାର ଅପଚେଷ୍ଟା ଗୁଡ଼ିକ ସହିତ ସହଯୋଗ କରିବା ନାହିଁ । ଆମ ପିଲାମାନଙ୍କୁ ମଧ୍ୟ ଆମେ ବିଳାପ କରିବାର ନୁହେଁ, ଶକ୍ତିମନ୍ତ ହେବାର ପାଠ ପଢ଼ାଇବା ।

Image

 

ଅର୍ଥାଭାବ ହିଁ ପ୍ରତିବନ୍ଧକ

 

ଓଡ଼ିଶାରେ ଉଚ୍ଚଶିକ୍ଷା ମାଡ଼ି ମାଡ଼ି ଚାଲିଛି । ଗୋଟାମନ୍ତେ କଳାପାହାଡ଼ ସଦୃଶ ମାଡ଼ିମାଡ଼ି ଯାଉଛି । ସୋର ନାହିଁ କି ଅନିଶା ବି ନାହିଁ । ଯେତିକି ହୁଏତ କୋଡ଼ିବ ବୋଲି ଆଶା କରାଯାଉଛି, ସତେଯେପରି ସେତିକି ମାଡ଼ିଯିବାରେ ଲାଗିଛି । ରହ ରହ ବୋଲି କହିଲେ ମଧ୍ୟ ମୋଟେ ରହୁନାହିଁ । ରହିବାର କୌଣସି କାରଣ ମଧ୍ୟ ନାହିଁ । ସେଇଟି ମଧ୍ୟ ପ୍ରକୃତରେ କାହାରି କଥାରେ ମାଡ଼ି ମାଡ଼ି ଯାଉଥିଲେ ସିନା, ସିଏ ରହ ବୋଲି କହିଲେ ରହି ଯାଆନ୍ତା । ଉଚ୍ଚଶିକ୍ଷା କହିଲେ କଲେଜ ଶିକ୍ଷା । ସ୍ନାତକ ବନିବାର ଶିକ୍ଷା । ସ୍ନାତକ ଅନ୍ତେ ସ୍ନାତକୋତ୍ତର, ତା’ ପରେ ଆହୁରି ମଧ୍ୟ କେତେଟା ନାମ ଅବଶ୍ୟ ରହିଛି । ଆମ ପିଲାଦିନେ ଆମ ଗାଆଁରେ ଗୋଟିଏ ମାଇନର ଇସ୍କୁଲ ଥିଲା । ଭାରତ ସ୍ଵାଧୀନ ହେଲା ବେଳକୁ ହାଇସ୍କୁଲ୍ ବସିଲା । ବର୍ତ୍ତମାନ କଲେଜ-। ସେଠାରୁ ମୋଟେ କୋଶେ ଅରରେ ଆହୁରି ଗୋଟାଏ କଲେଜ । ଘର ପାଖରେ କଲେଜ । ଆପଣ ଘରେ ପଖାଳ ଖାଇ ଆରାମରେ ନିଜ ଗାଁରେ ଥିବା କଲେଜରେ ପଢ଼ିପାରିବେ । ପୁଅ ପଢ଼ିପାରିବେ, ଝିଅମାନେ ପଢ଼ିପାରିବେ । କାରଣ ପ୍ରତିବନ୍ଧକ ବୋଲି ମୋଟେ କିଛି ନାହିଁ । ଅବଶ୍ୟ, ସ୍ୱାଧୀନ ଭାରତରେ ଗୋଟାକେତେ କମିଶନ ବସି ଆମ ଦେଶରେ ଉଚ୍ଚଶିକ୍ଷା ଏପରି ହେଉ ଏବଂ ସେପରି ହେଉ ବୋଲି ମହାର୍ଘ ସୁପାରିଶ ଗୁଡ଼ାକର ବସ୍ତାନିମାନେ ଖୋଲା ନ ହୋଇ ହୁଏତ ଗୋଟିଏ ଗୋଟିଏ ପବିତ୍ର ଦ୍ରବ୍ୟ ପରି ଥାକ ମରା ହୋଇ ରହିଛନ୍ତି । ସେଥିରେ ମୋଟେ ଚିନ୍ତା କରିବାର କୌଣସି କାରଣ ନାହିଁ । ତା’ ବେଳ ଆସିଲେ ସେଗୁଡ଼ିକ ବଳେ ଖୋଲାଯିବ। ତେଣୁ ବର୍ତ୍ତମାନ ସବୁକଥା ଯେଉଁପରି ଚାଲିଛି ଚାଲୁ । ଦେଶଟା ତମାମ ଉଚ୍ଚଶିକ୍ଷାମୟ ହୋଇ ପ୍ରଥମେ ଦେଖାଯାଉ । ଆଦୌ କୌଣସି ଅଞ୍ଚଳ ବଂଚିତ ବା ଅବହେଳିତ ହୋଇ ନରହୁ । ଅଗ୍ରଗତି ଅବାରିତ ରହିଥାଉ ।

 

ତୁମ ଗାଆଁ ଆମ ଗାଆଁ କଲେଜ, ସେମାନେ ବେସରକାରୀ । ଏଗୁଡ଼ିକର ଉପର ଦାଣ୍ଡିରେ ସରକାରୀ କଲେଜମାନେ ରହିଛନ୍ତି । ଆହୁରି ଆଗକୁ ଗଲେ ବିଶ୍ୱବିଦ୍ୟାଳୟ । ବିଶ୍ଵବିଦ୍ୟାଳୟରେ ଖାଲି ସ୍ନାତକୋତ୍ତର । ସେଥିରୁ ରାଜ୍ୟରେ ଚାରୋଟି କି ପାଞ୍ଚୋଟି ରହିଛି । ଏଗୁଡ଼ିକ ରଜାଘର ପରି ତିଆରି ହୋଇଛନ୍ତି । ଏକାବେଳକେ ରଜାଘର ପରି ଦେଖା ଯାଉଛନ୍ତି ଓ ଏକାବେଳକେ ବାରି ହୋଇ ଯାଉଛନ୍ତି । ସତେଅବା ଏ ଦେଶର ଏବଂ ଏ ମାଟିର ନୁହନ୍ତି ବୋଲି ସିଧା ବୁଝି ହୋଇ ଯାଉଛି । ପୂରା ଆମଦାନୀ ହୋଇ ବାହାର ଦେଶମାନଙ୍କରୁ ଆସିଛି । ତେଣୁ ନକଲି ହୋଇଥିବ ବୋଲି ସଂଦେହ କରିବାର ଅବକାଶ ନାହିଁ । ହଁ, ଏଇଟା ଅବଶ୍ୟ ସତକଥା ଯେ, ଆମ ଦେଶରେ ଖଞ୍ଜି ଦିଆଯାଇଥିବା ସମଗ୍ର ଶିକ୍ଷାରୂପକ ସେହି ଶରୀରଟିର ହାତଗୋଡ଼ ନଳି ବଳି ହୋଇ ଦିଶୁଛି ଏବଂ ଗାଲଗୁଡ଼ାକ ପଶି ପଶି ଯାଇଛି ଏବଂ ତାହାରି ଭିତରେ ବିଶ୍ଵର୍ବିଦ୍ୟାଳୟ । ଗୋଟାଏ ଥନ୍ତଲ ପେଟ ଭଳି ଶୋଭା ପାଉଛି,–ମନେ ହେଉଛି ସତେଯେପରି ଅନ୍ୟ ଅବୟବମାନେ ନିଜ ପେଟରୁ କାଟି କେବଳ ବିଶ୍ୱବିଦ୍ୟାଳୟକୁ ହିଁ ଏପରି ଥନ୍ତଲ ହୋଇ ରହିବା ପାଇଁ ରାଜି ବି ହୋଇଯାଇଛନ୍ତି । ତଥାପି ଉପର ମହଲରୁ ବାବୁମାନେ ଭାବୁଛନ୍ତି ଥରଲଟା ଆହୁରି ଅନ୍ତଲ ହୋଇ ପାରନ୍ତା–ହୁଏତ ଦେହଟା କହିଲେ ମୋତେ କିଛିକୁ ବୁଝନ୍ତା ନାହିଁ ବା ଦିଶନ୍ତା ନାହିଁ । କେବଳ ଏହି ପେଟଟି ଦିଶନ୍ତା ଓ ପେଟଟିକୁ ହିଁ ବୁଝାଉ ଥାଆନ୍ତା । ଏବେ ଗୋଟିଏ ସଭାରେ ସେଥିପାଇଁ ଖେଦ ବି ପ୍ରକାଶ ପାଇଛି । ହଁ, ପଇସା ଥିଲେ ଆହୁରି ହୋଇ ପାରୁଥାନ୍ତା । ବିଶ୍ଵବିଦ୍ୟାଳୟ ସଂପର୍କୀୟ ସର୍ବୋଚ୍ଚ ମହୀପାଳ ଅର୍ଥାଭାବକୁ ହିଁ ଏକମାତ୍ର ପ୍ରତିବନ୍ଧକ ବୋଲି ଘୋଷଣା କରିଛନ୍ତି ।

 

ଅର୍ଥାଭାବ ନଥିଲେ ସତକୁ ସତ ସବୁ ହୋଇଯାଆନ୍ତା ? ଅର୍ଥାଭାବ ନଥିଲେ ଏବେ ଯେତିକି ରହିଛି, ତାହାର ହୁଏତ ଆହୁରି ତିନିଗୁଣ କି ଚାରିଗୁଣ ସଂଭବ ହୁଅନ୍ତା । ବରାଦଗୁଡ଼ାକ ଆହୁରି ଆକାଶଛୁଆଁ ହୁଅନ୍ତା, ଖର୍ଚ୍ଚ ଗୁଡ଼ାକର ପରିମାଣ ଆହୁରି କୋଧା ହୋଇ ଦିଶନ୍ତେ । କୋଠାବାଡ଼ି ବଢ଼ନ୍ତା ଏବଂ ସଂପୃକ୍ତ ସାଆନ୍ତମାନେ ସେଗୁଡ଼ିକୁ ନୂଆ ନୂଆ ବିଭାଗ ବୋଲି କହନ୍ତେ । ତାହା ଫଳରେ ନୂଆ ନୂଆ କିସମର ପାଠମାନେ ବରାଦ ହୋଇ ପାରନ୍ତେ । କିନ୍ତୁ ସେହି ଅନୁପାତରେ ବରବାଦମାନେ ଯେ ନବଢ଼ନ୍ତେ, ସେ ବିଷୟରେ କିଏ ନିଶ୍ଚିତ ଜବାବଟିଏ ଦେଇପାରନ୍ତା କି ! ରାଜ୍ୟରେ ଯେଉଁସବୁ ଦୁର୍ଭାଗ୍ୟ ହେତୁ ଏହି ତଥାକଥିତ ଉଚ୍ଚଶିକ୍ଷାଟା ଗୋଟାଏ ସମସ୍ୟା ହୋଇ ଠିଆ ହୋଇଛି, ସେହି ସମସ୍ୟାମାନଙ୍କର କିଛି ସମାଧାନ ମିଳିପାରନ୍ତା କି ? ଦେଶର ଶିକ୍ଷିତମାନେ ତ ଇହାଦେ ବିଚରା ଦେଶଟା ଉପରେ ଅର୍ଥାତ୍ ଆମକୁ ଶାସନ କରୁଛି ବୋଲି କହୁଥିବା ବ୍ୟବସ୍ଥାଟା ଉପରେ ଗୋଟାଏ କ୍ଷୟକାରୀ ବୋଝ ପ୍ରାୟ ହୋଇ ରହିଛି । ପ୍ରାୟ ସାଧାରଣ ଘରମାନଙ୍କରୁ ଉଚ୍ଚଶିକ୍ଷା ଲାଭ କରିବା ସକାଶେ ଆସୁଥିବା କଅଁଳ ଓ ଜିଜ୍ଞାସାପୂର୍ଣ୍ଣ ତରୁଣମାନଙ୍କୁ କ’ଣ ସବୁ ମିଛ ଫୁଲ ସୁଂଘାଇ ଦେଇ ଓ ମିଛ ଫୁସୁଲା ଫୁସୁଲାଇ ଏପରି ଚଗଲା କରି ପକାଉଛି ଯେ, ସେମାନେ ଆଉ ଘରକୁ ଫେରିବାକୁ ମନ କରୁନାହାନ୍ତି । ଅସଲ ଚେରଗୁଡ଼ିକ କେତେ ବାଗରେ ଛିଡ଼ିଯାଉଛି । ଜୀବିକାର୍ଜନ କରିବାର ନାନା ପ୍ରତାରଣାପୂର୍ଣ୍ଣ ଦଉଡ଼ ଗୁଡ଼ାକରେ ପଶି ସେମାନେ ନିଜ ଗୋଡ଼ତଳେ ରହିଥିବା ଭୂଇଁଟିକୁ ହରାଇ ବସୁଛନ୍ତି ଓ ଏଣେ ସାମ୍ନାରେ ମଧ୍ୟ ସେପରି କୌଣସି ସକାରାତ୍ମକ ଦିଗ୍‌ବଳୟ ମଧ୍ୟ ମୋଟେ ଦେଖାଯାଉନାହିଁ, ଯାହା ସେମାନଙ୍କୁ ଆଦୌ କୌଣସି ସଂସାର ସହିତ ଅଙ୍ଗୀକାରବଦ୍ଧ କରି ରଖିପାରୁଛି ।

 

ଉଚ୍ଚଶିକ୍ଷା ଭିତରେ ପ୍ରାୟ ପେଲି ହେବାରେ ଲାଗିଥିବା ଆମର ଦୁଲାଳ ତଥା ଦୁଲାଳୀମାନେ ଶିକ୍ଷିତ ହେବାର ସୋପାନ-ଆରୋହଣରେ ପ୍ରକୃତରେ କିଏ କେତେ ଉଚ୍ଚକୁ ଯାଇପାରୁଛନ୍ତି କେଜାଣି ? କିଏ କାହିଁକି କେଉଁ ବିଷୟ ପଢ଼ୁଛି, ତାହାର କୌଣସି ବାଇସ ହିଁ ନାହିଁ । କିଏ ଇତିହାସ ପଢ଼ୁଛି ତ ଆଉ କିଏ ସାହିତ୍ୟ ପଢ଼ୁଛି । କିଏ ନୃତ, କିଏ ଭୂଗୋଳ, ଆଉ କିଏ ଦର୍ଶନ କିମ୍ବା ଆହୁରି କଅଣ । ପାଠ ପଢ଼ିସାରି ସେମାନେ ଶହେରୁ ପ୍ରାୟ ନବେଜଣ ସେହି ପାଠର କ୍ଷେତ୍ରରେ ଆଦୌ ରହୁ ନାହାନ୍ତି । ଯେଉଁଟାରେ ରହୁଛନ୍ତି, ଏକଦା ଅଧୀତ ବିଷୟଟା ସହିତ ତାହାର ବିନ୍ଦୁ ବିସର୍ଗ କୌଣସି ସଂପର୍କ ନାହିଁ । ପାଠ ସରିବା ପରେ ଚାକିରି ଖୋଜା ଚାଲିଛି । ଚାକିରି ମିଳିବା ତ ଆଗଭଳି ସହଜ ହେଉନାହିଁ । ତେଣୁ ଯିଏ ଯୋଉଟା ପାଇଲା, ସେଇଟା ଭିତରେ ଯାଇ ପଶିଯାଉଛି । ସେଥିପାଇଁ ସିଂଏ ପଢ଼ିଥିବା ପାଠଟାକୁ ନୁହେଁ, ନିଜ ଭାଗ୍ୟ ଏବଂ ଆହୁରି କେତେ କ’ଣ ସଂଯୋଗକୁ ହଁ ଧନ୍ୟବାଦ ଜ୍ଞାପନ କରୁଛି । ଚାକିରି ଜୁଟିପାରିଲା ନାହିଁ ତ ସିଏ ଚିଙ୍ଗୁଡ଼ି ବେପାର ଯାଏ ମଧ୍ୟ ଯିବା ଲାଗି ରାଜି ହୋଇଯାଉଛି । ଚାକିରିଟାଏ ହୋଇଯିବା ପରେ ସତେଅବା ଆପଣାର ଯାବତୀୟ ସନ୍ତର୍ପଣ ସହିତ ସତକୁ ସତ ଅବସର ଗ୍ରହଣ କରୁଛି । ଏତେଗୁଡ଼ାଏ ପାଠ ଏବଂ ସେଥିଲାଗି କରାଯାଇଥିବା ଏତେଗୁଡ଼ାଏ ମିହନ୍ତ କୌଣସି କାମରେ ଲାଗିଲା ନାହିଁ ବୋଲି ଆଦୌ କୌଣସି ଖେଦ ନାହିଁ । ବେଳେ ବେଳେ ଭିତରେ ରହିଥିବା ଦୃଷ୍ଟ ନାରଦଟା ହୁଏତ ଟାହି କରି କିହବାକୁ ଆସି ପହଞ୍ଚିବ,ହରରେ ବାପ, ଯଦି ଏହି ଭୂଇଁର ନିଜ ଭାଷାଟାରେ ତୋ’ ସରକାର ଚାଲୁଥାନ୍ତା, ତେବେ ଏହି ଉଚ୍ଚଶିକ୍ଷିତମାନଙ୍କ ଲାଗି ମୋଟେ କୌଣସି ଅପେକ୍ଷା ରହନ୍ତା ନାହିଁ । କିଂଚିତ୍ ସାଧାରଣ ବ୍ୟବହାରବୁଦ୍ଧି ରହିଥିଲେ ଯିଏ ମନ ସିଏ ମଧ୍ୟ ବର୍ତ୍ତମାନ ପାଠୁଆମାନେ ମାଡ଼ି ବସିଥିବା ଥାନମାନଙ୍କରେ ଆସି ହୁଏତ ଅଧିକ ସୂଚାରୁ ଭାବରେ ଅଭିପ୍ରେତ କର୍ମଗୁଡ଼ିକୁ ଖୁବ ତୁଲାଇ ପାରୁଥାନ୍ତେ । ଜେଲର, ପୋଲିସ ଅଫିସର, ବ୍ୟାଙ୍କ୍ ବାବୁ, ଅବକାରୀ ବିଭାଗର ହାକିମ, ଅଡ଼ିଟର, କଚେରୀର ଓକିଲ ଏବଂ ଆହୁରି କେତେ କ’ଣ ପଦ ଏବଂ ଦାୟିତ୍ଵ ଆମ ଓଡ଼ିଶାରେ ଓଡ଼ିଆ ଓ ଆନ୍ଧ୍ରରେ ତେଲୁଗୁ ଭାଷାରେ ସରକାର ଚାଲୁଥିଲେ, ତଥାକଥିତ ଉଚ୍ଚଶିକ୍ଷା ଲାଭ କରିଥିବାର ପ୍ରମାଣସୂଚକ କାଗଜ ଖଣ୍ଡେ ମୋଟେ ଲୋଡ଼ା ହୁଅନ୍ତା ନାହିଁ ।

 

ଦେଶର କୃଷକମାନେ ହିଁ କୃଷିବିଜ୍ଞାନ ଦ୍ଵାରା ଉପକୃତ ହେଉଥାଆନ୍ତେ। ତଥାକଥିତ କୃଷିର ବିଶ୍ୱବିଦ୍ୟାଳୟରେ କୃଷକର ମୋଟେ କୌଣସି ପ୍ରବେଶ-ଅଧିକାର ନାହିଁ । ସେଠୁ କେବଳ କୃଷିବାବୁମାନେ ବାହାରୁଛନ୍ତି, ଯେଉଁମାନେ କି କୃଷି ଧନ୍ଦାର ବାହାରେ ବାହାରେ ରହିବେ ବୋଲି ଏକ ନିତାନ୍ତ ମନମୋଟା ଉଚ୍ଚଶିକ୍ଷାର ବିନୋଦନ ଭିତରେ ଯାଇ ପଶିଛନ୍ତି ଓ କୃଷିପ୍ରଧାନ ଏହି ଦେଶର ନିଦାରୁଣ ନାନୀ କ୍ଷତି କରିବାରେ ଲାଗିଛନ୍ତି । ଅର୍ଥାତ୍ କୋଟି କୋଟି ଅର୍ଥରାଶି ଖରଚ ହୋଇ ବିଜ୍ଞାନର ବିଳାସଟା ହିଁ ଚାଲିଛି । ଠିକ୍ ସେହିପରି ଶତାଧିକ ପ୍ରଯୁକ୍ତି-କ୍ଷେତ୍ରରେ ବିଦ୍ୟାମାନେ ଉପରେ ଉପରେ ସାଆନ୍ତ ଗଢ଼ିବାରେ ଲାଗିଛନ୍ତି ସିନା, ଭୂଇଁଟାକୁ ଲକ୍ଷ୍ମୀଛଡ଼ା ହୋଇ ରହିବାରେ ସାହାଯ୍ୟ କରୁଛନ୍ତି । ଆମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ କାରିଗରମାନେ ସମାଜର ବହୁ ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରି ଆସିଛନ୍ତି, ସେମାନଙ୍କୁ ଆଧୁନିକ ବୈଜ୍ଞାନିକ ସାରଣୀମାନଙ୍କରେ ପ୍ରଶିକ୍ଷିତ କରାଇ ଆଣିବାରେ ଆମର ଉଚ୍ଚଶିକ୍ଷା ଏବେ ମଧ୍ୟ ଚିନ୍ତା କରି ପାରୁନାହିଁ । ଦେଶରେ ଗୋଟାଏ ଫାଲ୍‌ତୁ ବାବୁବର୍ଗର ଦୌରାତ୍ମ୍ୟଟାକୁ ହିଁ କେତେ ଯତ୍ନରେ ଘଣ୍ଟ ଘୋଡ଼ାଇ ରଖିଛି । ଥାନଗୁଡ଼ିକରେ ପ୍ରକୃତରେ କାମରେ ଲାଗି ପାରିବାର ଯୋଗ୍ୟ ହୋଇପାରନ୍ତି ବୋଲି ଏହି ବାବୁବର୍ଗଟା ଯେଉଁଠାକୁ ଯାଉଛି, ସେଠାରେ କେବଳ ଲୁଟି ନେବାରେ ଲାଗିଛି କି ? ଏବେ ତ ଦେଶରେ ଭୂରି ଭୂରି ପ୍ରମାଣ ମିଳିଲାଣି ଯେ, ଯେଉଁମାନେ ସବୁଠାରୁ ବଡ଼ ବଡ଼ ତସ୍କରଗିରି କରୁଛନ୍ତି, ସେମାନେ ପ୍ରାୟ ସମସ୍ତେ ଉଚ୍ଚଶିକ୍ଷା ଲାଭ କରିଛନ୍ତି, ବଡ଼ ଥାନମାନଙ୍କୁ ଦଖଲ କରି ରହିଛନ୍ତି ଓ ବେଶି ସମ୍ଭ୍ରାନ୍ତ ଦିଶୁଛନ୍ତି । ଏବଂ ସବା ଶେଷରେ ଗୋଟାଏ ଅସଲ କଥାର ମଧ୍ୟ ବିଚାର ହେବା ଉଚିତ । ସମଗ୍ର ପୃଥିବୀରେ ଯେଉଁସବୁ ଦେଶ ଶିକ୍ଷାର କ୍ଷେତ୍ରରେ ସର୍ବାଧିକ କୁଶଳତା ହାସଲ କରିଛନ୍ତି, ଅର୍ଥାତ୍ ଶିକ୍ଷା ଦ୍ୱାରା ସର୍ବାଧିକ ଜନହିତ ସଂଭବ କରିଛନ୍ତି, ସେଠାରେ ଉଚ୍ଚଶିକ୍ଷାରେ ସମସ୍ତଙ୍କର ଅବାଧ ପ୍ରବେଶ ନିମନ୍ତେ ମୋଟେ ସାହାଣ ମେଲା ହୋଇ ରହିନଥାଏ । ଉଚ୍ଚଶିକ୍ଷା ନିମନ୍ତେ ଏକ ରୁଚି ରହିଥିବା ଆବଶ୍ୟକ ହୁଏ ଏବଂ ସେହି ରୁଚିର ପ୍ରମାଣ ଦେବାକୁ ହୋଇଥାଏ । ସେଥିଲାଗି ଜଣେ ଛାତ୍ର ବା ଛାତ୍ରୀର ମେଧାଗତ ସମାର୍ଥୀ ତଥା ସମ୍ମତି ରହିଥିବାର ମଧ୍ୟ ପ୍ରତ୍ୟାଶା ରଖାଯାଇଥାଏ ଓ ତାହାର ପ୍ରମାଣ ବି ଦେବାକୁ ହୁଏ । ଅର୍ଥାତ୍ ସର୍ବନିମ୍ନ ଶିକ୍ଷାସ୍ତରଟି ସବୁ ପିଲାଙ୍କ ନିମନ୍ତେ ଖୋଲା ରହିଥାଏ, ସମସ୍ତେ ଯଥାସଂଭବ ସମାନ ସୁଯୋଗ ଏବଂ ଶିକ୍ଷା-ପରିବେଶଟିଏ ପାଆନ୍ତି । ସମାନ ସୁଯୋଗରେ ନିଜ ନିଜକୁ ତିଆରି କରୁଥିବା ସମୟରେ ହିଁ ସେମାନଙ୍କର ଅନ୍ତର୍ମେଧାଗତ ବିଶେଷତା ଓ ସ୍ଵକୀୟତାର ପରିଚୟ ମିଳିଯାଏ ଏବଂ ପ୍ରାୟ ଏଗାର ବାରବର୍ଷ ବେଳକୁ କିଏ ସେଇଠି ରହିଯିବ ଓ କିଏ ଉପରକୁ ଅଧିକ ପାଠ ପଢ଼ିବ, ତା’ର ଇଂଗିତ ମଧ୍ୟ ମିଳିଯାଏ । ସେହି ପ୍ରଥମ ନିର୍ବାଚନ ପରେ କେବଳ ନିର୍ବାଚିତମାନେ ହିଁ ହାଇସ୍କୁଲ୍ ପାଠ ପଢ଼ନ୍ତି । ସେଠାରେ ବୟସ ଅଠର ଜଣେଇଶ ଛୁଇଁବା ପରେ ଯାଇ ବିଶ୍ୱବିଦ୍ୟାଳୟ ପାଇଁ ନିର୍ବାଚିତ ହେବାର ଅସଲ ପ୍ରବେଶିକା ପରୀକ୍ଷାଟିଏ ହୁଏ । ସେଠାରେ କିଏ କ'ଣ ପଢ଼ିବ, ସେ କଥା ପ୍ରାୟ ସ୍ଥିର କରିନେଇ ସେହି ଅନୁସାରେ ପ୍ରସ୍ତୁତି-ସହାୟକ ବିଶେଷ ବିଷୟଗୁଡ଼ିକୁ ହାଇସ୍କୁଲରୁ ହିଁ ଅଧ୍ୟୟନ କରିବାକୁ ପଡ଼େ । ଗୋଟିଏ ମାତ୍ର ଉଦାହରଣ ଦେଇ କହିଲେ, ଇଂଲଣ୍ଡରେ ଯିଏ ଉଚ୍ଚଶିକ୍ଷାର ସ୍ତରରେ ଇଂରାଜୀ ସାହିତ୍ୟ ଅଧ୍ୟୟନ କରିବ ବୋଲି ମନସ୍ଥ କରୁଛି, ତାକୁ ଏହି ହାଇସ୍କୁଲରୁ ଗ୍ରୀକ୍, ଲାଟିନ୍ ଓ ଫରାସୀ ଭାଷାକୁ ବିଶେଷ ବିଷୟ ରୂପେ ନେବାକୁ ହୋଇଥାଏ । ନହେଲେ ସେଠାକୁ ଯାଇ ଇଂରାଜୀ ସାହିତ୍ୟର ଅଧ୍ୟୟନ ନିମନ୍ତେ ସୁଯୋଗ ମିଳେନାହିଁ । ଏଠି ଆମ ଦେଶରେ ଆମେ ଉଚ୍ଚଶିକ୍ଷା ନାମରେ ଗୋଟାଏ ହାଟ ପରି ବଗୁଳିଆ ଅବସରଟାଏ ସୃଷ୍ଟି କରିବାକୁ କାହିଁକି ଇଚ୍ଛା କରିଛୁ କେଜାଣି ?

 

ତେଣୁ, ଅର୍ଥାଭାବ ପ୍ରତିବନ୍ଧକ ନୁହେଁ । ଉପରେ ଉପରେ ବାୟାଚଢ଼େଲ ପରି ଉଡ଼ି ବୁଲୁଥିବା ପତି ଓ ଅଧିପତିମାନେ ଯେତେବେଳେ ଏକ ଶିକ୍ଷିତ ଇଚ୍ଛା ସହିତ ଅର୍ଥାତ୍ ଏହି ଭୂମିଟିର ପ୍ରକୃତ କଲ୍ୟାଣ କାମନା କରି ମୀମାଂସା ଗୁଡ଼ିକୁ କରିବାକୁ ମନ କରନ୍ତି ନାହିଁ, ସେତେବେଳେ ସେମାନେ ନିଜେ ହିଁ ସବା ବଡ଼ ପ୍ରତିବନ୍ଧକ ହୋଇ ରହିଥାନ୍ତି । ଯୁଗଟା ବଡ଼ କଲବଲ ହେଉଥାଏ ।

Image

 

ରୋଗର ନାମ ନିଉରୋସିସ୍

 

କେଡ଼େ ବଡ଼ ଏହି ପୃଥିବୀ, କେତେ ପ୍ରକାରର ନିୟତି ଅର୍ଥାତ୍ କେତେ କେତେ ପ୍ରକାରର ବନ୍ଧନ । ଅର୍ଥାତ୍ କେତେ କେତେ ଡୋରରେ ଏଠାରେ ସବୁ ଗଅଁଠା ହୋଇ ରହିଛି । ବହୁତ ମଣିଷ ଅଛନ୍ତି, ଯେଉଁମାନେ କି ସେହି ପୃଥିବୀଟାକୁ ଦେଖି ପାରନ୍ତି ନାହିଁ । କେତେ ବୁଦ୍ଧିଆ ସେମାନେ, ଭରଣ ଭରଣ ପାଠ ପଢ଼ି କେଡ଼େ ଉଜ୍ଜ୍ଵଳ ଦେଖାଯାଉଥାନ୍ତି । ମୁଠା ମୁଠା ପଇସା ରୋଜଗାର କରନ୍ତି, ସତେଅବା କୋଉ ମଥାନ ଉପରେ ଢିପା ଢିପା ପାଦ ପକାଇ ବାଟ ଚାଲୁଥାଆନ୍ତି । କ୍ଷମତାକୁ ସବୁଠାରୁ ବଡ଼ ବୋଲି ଦେଖୁଥାଆନ୍ତି । ସବୁ ମଣିଷଙ୍କ ପରି ସେମାନଙ୍କର ମଧ୍ୟ ସୁଖର ବେଳ ଥାଏ, ଦୁଃଖର ବେଳ ଥାଏ । ତଥାପି ସୁଖ ବେଳେ ସେମାନେ କେବଳ ନିଜକୁ ହିଁ ଦେଖତି, ଦୁଃଖ ବେଳେ ମଧ୍ୟ ନିଜକୁ ଦେଖୁଥାଆନ୍ତି । ସେମାନଙ୍କର ଚାରିପାଖରେ ସମଷ୍ଟିଟିଏ ଥାଏ, ମିତମାନଙ୍କର ମେଳଟିଏ ରହିଥାଏ । କେଉଁଠି କ'ଣ ସେର ଓ ମାଣ ଅପୂରଣ ରହିଥାଏ କେଜାଣି, ସେମାନେ ସେହି ମେଳଟି ଭିତରେ ମୋଟେ ଜଣେ ମିତ ହୋଇପାରନ୍ତି ନାହିଁ । ସେମାନଙ୍କର ଗୋଟାଏ ଦେଶ ମଧ୍ୟ ଥାଏ, ତଥାପି ଦେଶଟାକୁ ମୋଟେ ଆଦରି ନେଇ ପାରନ୍ତି ନାହିଁ । ତୁଚ୍ଛା ନିଜକୁ ହିଁ ଦେଖୁଥାନ୍ତି, ତେଣୁ ମୋଟେ ଆଉ କାହାକୁ ଦେଖି ପାରନ୍ତି ନାହିଁ । ଏହି ପୃଥିବୀ ଭିତରେ ଏକାନ୍ତ ଅନମନୀୟ ଭାବରେ ଆପଣାର ଗୋଟାଏ ଅଲଗା ବେଢ଼ ଭିତରେ ସେମାନେ ବଡ଼ ଉତ୍ତେଜିତ ହୋଇ ରହିଥାଆନ୍ତି । ନିଜ ଦର୍ପଣରେ ପୃଥିବୀକୁ ଦେଖନ୍ତି; ନିଜକୁ ହୁଏତ ଏକମାତ୍ର ସତ୍ୟ, ଅର୍ଥାତ୍ ଶ୍ରୋତବ୍ୟ ମନ୍ତବ୍ୟ ବୋଲି ଗ୍ରହଣ କରୁଥାନ୍ତି ଏବଂ ତେଣୁ ସେଇଟାର ବାହାରେ ରହିଥିବା ସବୁ କିଛିକୁ ମାୟା ଜ୍ଞାନରେ ହିଁ ବିଚାର କରନ୍ତି । ପୃଥିବୀଟାକୁ ଦେଖିବା ସକାଶେ କାହିଁକି ଯେ ମଙ୍ଗି ପାରୁନଥାନ୍ତି, ସେକଥା କିଏ ଅଙ୍କ କଷି ପ୍ରକୃତରେ କହିଦେଇ ପାରିବ ?

 

ଏଇଟି ଗୋଟିଏ ରୋଗ, ନିଉରୋସିସ୍ ନାମକ ରୋଗଟିଏ । ଆପାଣାକୁ କେତେ ନିକିଟା ଓ ନଛୋଡ଼ବନ୍ଦା ଭାବରେ ଭଲ ପାଇଲେ ଯେ ଜଣେ ମଣିଷକୁ ନିଉରୋଟିକ୍ ବୋଲି କହି ହେବ, ସେକଥା ବହିରୁ ପଢ଼ି ଯେତେ ଜାଣିନହେବ, ନିଉରୋଟିକ୍ ମାନଙ୍କୁ ଦେଖିଲେ ତାହା ବଡ଼ ସହଜରେ ଧରି ହୋଇଯିବ । କୋଉସବୁ ଗଞ୍ଜଣା ଭିତରେ ବାଧ୍ୟ ହୋଇ ମୃନୁଷ୍ୟଟିଏ ଆକାମୀ ଅର୍ଥାତ୍ ଆତ୍ମରାତି ହୋଇ ସୁଖ ପାଏ, ସେହି କଥାଟିକୁ ସୁମାରି କରି ବସିଲେ ତୁମର ରାତି ପାହିଯିବ ସିନା, ମାତ୍ର ସୁମାରିଟା ମୋଟେ ଶେଷ ହେବ ନାହିଁ । ପାଠ ପଢ଼ିଲେ ତୁମର ଅପାଠୁଆପଣଟା ହୁଏତ ଚାଲିଯାଇଥିବା ପରି ଦେଖାଯିବ ଓ ଧନ କମାଇ ଧନୀ ହେଲେ ତୁମର ଦାରିଦ୍ର୍ୟପଣଟା ସିନା ବଜାରର କାରବାରଟା ଅନୁସାରେ ଢାଙ୍କି ହୋଇ ରହିଥିବ ସିନା, ମାତ୍ର ତୁମେ ତଥାପି ଯେ ନିଜ ନିଉରୋସିସ୍‌ରୁ ମୁକ୍ତ ହୋଇ ବାହାରି ଆସିବ, ବାଧ୍ୟରେ ଆସିବ, ସେ କଥାଟା କେହି ହଲପ ମାରି କହି ପାରିବ ନାହିଁ । ଏହି ଦେଶରେ ଆମର ଏ କାଳଟାରେ ନିଉରୋଟିକ୍ ମାନଙ୍କର ସଂଖ୍ୟାଟା କୋଉଠୁ ପ୍ରୋତ୍ସାହନ ଲାଭ କରି ଏପରି ଭାବରେ ବଢ଼ିଯାଇଛି ଯେ ଇହାଦେ ନୀରୋଗ ମଣିଷଟିଏ ଆଦୌ କେଉଁଠାରେ ତଥାପି ଥିବ ବୋଲି କହିବା ଲାଗି ସାଧାରଣତଃ ସାହସ ବି ହେଉନାହିଁ । ଏଡ଼େବଡ଼ ଗଛଟା ଅର୍ଥାତ ଏଡ଼େ ବଡ଼ ଗୋଟାଏ ଦେଶ, ମାତ୍ର ହଳଦିଆ ନିର୍ମୂଳୀ ଲଟାମାନେ ହିଁ ଗୋଟାପଣେ ତା’ ଉପରେ ମାଡ଼ି ଏଭଳି ଦାଉ ଦାଉ ଦେଖାଯାଉଛନ୍ତି ଯେ, ଏଗୁଡ଼ାକ ତଳେ ସତକୁ ସତ ଗଛଟାଏ ଅର୍ଥାତ୍ ଦେଶଟାଏ ଅଛି ବୋଲି ମୋଟେ ହୋଇ ପାରୁନାହିଁ-। ତଥାପି, ଗଛଟାଏ ଆଗ ରହିଛି ବୋଲି ସିନା ଏହି ନିର୍ମୂଳୀଟା ତା ଉପରେ ମାଡ଼ି ପାରୁଛି ।

 

ଇସ୍କୁଲ ବା କଲେଜରେ ଶିକ୍ଷକ ନାମକ ସେହି ମହନୀୟ ଅସ୍ତିତ୍ୱଟିଏ, ସିଏ ସତେଅବା ଅତ୍ୟନ୍ତ ନିଦାରୁଣ ଭାବରେ ନିଜ ଭିତରେ ନିବୁଜ ହୋଇ ରହିଛି । ସତେଅବା ଏକ ବ୍ରତ ପାଳନ କରୁଥିବା ପରି ନିତାନ୍ତ ଐକାନ୍ତିକ ହୋଇ ରହିଛି । ସତେଅବା ଐକାନ୍ତିକ ଭାବରେ ଗୋଟାଏ ପ୍ରତିଯୋଗିତାରେ ଏକାର୍ତ୍ତ ହୋଇ ଧାଇଁଛି । ଗହୀରଟା ଭିତରେ ଆଖିବୁଜି ଓ ଅଣନିଃଶ୍ଵାମୀ ହୋଇ ଧାଇଁଛି । କେବଳ ନିଜକୁ ହିଁ କୁଣ୍ଢାଇ କରି ଧରିଛି | ବିଚରା ନିଜଟାକୁ ହିଁ ହୁଏତ ବାହା ହୋଇ ପଡ଼ିଛି-। ଯୋଉ ଇସ୍କୁଲ ବା କଲେଜରେ ଅଛି, ସେଇଟାକୁ ମୋଟେ ଦେଖୁନାହିଁ । ପିଲାମାନଙ୍କୁ ଦେଖିପାରିବା ତ ଆହୁରି କେତେ ଚାଖଣ୍ଡ ଅଧିକ ଦୂରର କଥା । ପିଲାମାନେ ତ ଆସୁଛନ୍ତି, ଯାଉଛନ୍ତି, ଆହୁରି ଆସିବେ ଓ ଆହୁରି ଯିବେ । ସେହି ଅସାର ସଂସାରଟା ତାକୁ ଦାନା ଯୋଗାଉଛି ସିନା, କିନ୍ତୁ ସିଏ ସେଇଟି ଭିତରେ ମୋଟେ ନାହିଁ । ସତେ ଅବା ଏଣିକି ସମଗ୍ର ସଂସାରଟା ଗୋଟାଏ ହାଟ ହୋଇ ସାରିଲାଣି କି କ'ଣ, ସିଏ ସେହି ହାଟରେ ସମସ୍ତଙ୍କ ଅପେକ୍ଷା ବେଶି ସରସା ବଳଦଟିଏ ଭଳି ଦେଖାଯିବ ଓ ଅଧିକ ପଇସାରେ ବିକ୍ରି ହୋଇଯିବ ବୋଲି ଧାଇଁଛି । କିନ୍ତୁ ତା ପରେ କ'ଣ ହେବ ? ତା ପରେ ସିଏ କେବଳ ଗୋଟାଏ ଶିକ୍ଷକ ବୋଲି କେହି ମୋଟେ ଭାବିବେ ନାହିଁ ଓ ତେଣୁ ସିଏ ସେଇଥିରୁ ହିଁ ସତେଅବା ଏକ ପ୍ରତିଶୋଧ ନେଇପାରିବ । ତେଣୁ ସିଏ ନିଜ ବ୍ୟତୀତ ଆଉ କିଛିକୁ ବି ଥୟ ହୋଇ ଦେଖିପାରୁ ନାହିଁ । ନିଜ ଅଦୃଷ୍ଟଟାର କାନ ଧରି ତାକୁ ସାଧ୍ୟ କରିଦେବ ବୋଲି ସାଧନା କରୁଛି ।

 

ଆପଣ ଏହି ଉଚ୍ଚ ହାକିମମାନକୁ ସତକୁ ସତ କେବେ ଦେଖିଛନ୍ତି ? ସବୁବେଳେ ହସ ହସ, ସବୁବେଳେ ଭଦ୍ର । ସତକୁ ସତ କେଡ଼େ ଭଦ୍ର । ମୁହଁଟା ଗୋଟାଏ କଖାରୁ ବଡ଼ି ପରି କେଡ଼େ ତୋରା ଦିଶୁଛି । ଶାସନଘରର ସବୁଯାକ ଚାବି ତାହାରି ହାତରେ । ଏହି ଘରଟା ସିନା ମଙ୍ଗରାଜଙ୍କର, ମାତ୍ର ପୂରା ମାହାଲଟା ସେମାନଙ୍କ ହାତରେ । ସେମାନେ ଏହି ବିଭାଗ ଗୁଡ଼ିକରେ ଜଣେ ଜଣେ ସାଆନ୍ତାଣୀ । ଆମ ଦେଶର ସବୁଠାରୁ ଲକ୍ଷ୍ମୀମନ୍ତ ଭୃତ୍ୟ ଯାବତୀୟ ପଣରେ ଏଇମାନେ । ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ତେଲ ଲୁଣ, ବାହାଘର, କର୍ଣ୍ଣବୋଧ, ସବୁ ସେହିମାନଙ୍କର କଲମ ମୁନରେ । ସୁକୁମାରମାନେ ଗୋଟାଏ ନିର୍ଦ୍ଦିଷ୍ଟ ଗାରର ତଳକୁ ଆସନ୍ତି ନାହିଁ । ଚାଲିଲା ବେଳକୁ ଶିଖିଥିବା କାଇଦା ଗୁଡ଼ିକ ଅନୁସାରେ ଧରଣୀଟା ସିନା ଦୁଲୁକି ଉଠୁଥିବା ପରି ଲାଗୁଥାଏ, କିନ୍ତୁ ଅନ୍ଧାରଗୁଡ଼ାକ ଯେମିତି ସେମିତି ରହିଥାଆନ୍ତି । ଏପରି ଗୋଟାଏ ଭାଷାରେ କାରବାର ବି ହେଉଥାଆନ୍ତି, ଯାହାଦ୍ୱାରା କି ବର୍ଷ ବର୍ଷ ବିତି ଯାଉଥିଲେ ମଧ୍ୟ କିଛି ବଙ୍କା ବି ହୋଇ ପାରେ ନାହିଁ । ଏମାନଙ୍କର କୌଣସି ଦେଶ ନଥାଏ, ଆଧୁନିକତାର ଏକ ନିତାନ୍ତ ଧୋକା ଦିଆ ତୁଚ୍ଛା ଚାରୁବାକ୍ୟ ଗୁଡ଼ିକର ଫାଶ ଭିତରେ ସେମାନେ ଆପଣାର ଅସଲ କଲିଜା ଗୁଡ଼ାକୁ ବାନ୍ଧି ରଖୁଥାନ୍ତି । ନିଜର ନପାରିବା ଗୁଡ଼ାକର କୁରୁସଭାଟା ତଥାପି ବିଗତସ୍ପୃହ ହୋଇ ରହିବା ନିମନ୍ତେ ସେମାନେ କେତେ ଭଳି ନିଉରୋଟିକ୍ ବିଳାସରେ ଅନ୍ୟମନସ୍କ ହୋଇ ରହିବାକୁ ହିଁ ଗତ୍ୟନ୍ତର ରୂପେ ଗ୍ରହଣ କରିଥିଲେ ମଧ୍ୟ ନିଜର ଅସଲଟି ପାଖରେ କୌଣସି ଜବାବଦେହୀ ଦେଇ ପାରନ୍ତି ନାହିଁ । ନିଜର ସାଆନ୍ତିଆ ଦୁଃଖରେ ନିବୁଜ ହୋଇ ରହିଥାଆନ୍ତି । ସେମାନଙ୍କର ସେହି ହଇରାଣିଆ କବଳଟା ଭିତରେ ଦେଶଟା ରାଗି ମାଗି ରୋଦନ କରିବାରେ ଲାଗିଥାଏ ।

 

ଏକ ବିକାଶଶୀଳ ଦେଶରେ ରାଜନୀତି ହେଉଛି ସବା ମୂଳର କଥା । ରାଜନୀତି ଅର୍ଥାତ୍ ରାଜନୀତିକ ନେତୃତ୍ଵ । ଆଗକୁ ଆହୁରି ବହୁତ ବାଟ ଯିବାକୁ ବାକୀ ଅଛି,ଗୋଟାଏ କାଳକାଳରୁ ମାତ୍ର କେତେଟା ଶ୍ରେଣୀ ଅର୍ଥାତ୍ କେତେଟା ସ୍ୱାର୍ଥ ପରାକ୍ରମଶାଳୀ ହୋଇ ରହିଆସିଥିବା ଗୋଟିଏ ଭୂଇଁରେ ସବୁ ମଣିଷକୁ ନିମନ୍ତେ ନ୍ୟାୟ, ସମ୍ମାନ ଓ ଅଧିକାରର ସର୍ବନିମ୍ନ ଅନୁକୂଳତା ଅର୍ଥାତ୍ ନିର୍ଭରଯୋଗ୍ୟତା ଯୋଗାଇ ଦେବାକୁ ହେବ, ରାଜନୀତିର ନେତୃତ୍ଵ ଆପଣାକୁ ସେଇଥି ନିମନ୍ତେ ସାଧୁତାର ସହିତ ତପ୍ତର କରି ରଖିବ । ଭାରତବର୍ଷ ଏକ ସ୍ଵାଧୀନତା ସଂଗ୍ରାମ ଲଢ଼ୁଥିବା ସମୟରେ ଲୋକମାନଙ୍କୁ ସବା ଆଗ ସେଇଥିପାଇଁ ସଚେତନ କରୁଥିଲା । ସେହି ଅନୁସାରେ ଲୋକମାନେ ସ୍ୱାଧୀନ ଭାରତରେ ରାଜନୀତିକ ବିବେକ ଥିବା ଦଳଗୁଡ଼ିକ ଦ୍ୱାରା ହିଁ ପରିଚାଳିତ ହୋଇଥାଆନ୍ତେ । ଏକ ସୁସ୍ଥ ଗଣତନ୍ତ୍ର ସମସ୍ତଙ୍କର ରାଜନୀତିକ ବୁଝାମଣା ଅର୍ଥାତ୍ ରାଜନୀତିକ ସହମତି ଦ୍ଵାରା ହିଁ କ୍ରିୟାଶୀଳ ହୋଇ ରହିଥାଆନ୍ତା । କିନ୍ତୁ ବିଗତ ପଚାଶଟା ବର୍ଷରେ ଆମ ଦେଶରେ କାଳଟା କେଉଁ ନିଉରୋସିସ୍‌ର ନାନା ଲଟା ଭିତରେ ଯାଇ ପଶିଲାଣି କେଜାଣି, ଏବେ ସତେଅବା ରାଜନୀତି ବୋଲି ଆଦୌ କୋଉଠି କିଛିହେଲେ ଦେଖାଯାଉ ନାହିଁ । ଏ ନେତାମାନଙ୍କର ମୋଟେ କୌଣସି ଦେଶ ହିଁ ନାହିଁ । ନିତାନ୍ତ ନିଉରୋଟିକ୍ ଭାବରେ ସେମାନେ ନିଜ ବ୍ୟତୀତ ଆଦୌ କିଛି ହେଲେ ରହିଥିବାର ଅନୁଭବ କରି ପାରୁନାହାନ୍ତି । ବାମ ଡ଼ାହାଣ ମଧ୍ୟରେ ଆଦୌ ବାରଣ ନାହିଁ, – ଟୋକା ବୁଢ଼ା ଉଭୟେ ଖାଲି ବହଟ ଦିଶୁଛନ୍ତି ସିନା, ତୁଳା ବଳଦଙ୍କ ପରି କ୍ଷମତା ନାମକ ଅଇଁଠା ଗୁଡ଼ାକ ଭିତରେ ଲଟପଟର ହେଉଛନ୍ତି । କେବଳ ଉପସ୍ଥିତ କ୍ଷଣଟି ବ୍ୟତୀତ ଆଗକୁ ଆଉ କିଛି ଅଛି ବୋଲି ଦେବାର ଏତେ ଟିକିଏ ଅକଲ ବି ନାହିଁ । ଯୋଉଥିରେ ହାତ ଦେଉଛନ୍ତି, ତାହାକୁ ଚାହୁଁ ଚାହୁଁ । ଗୋଟାଏ ଗୁହାଳରେ ପରିଣତ କରି ଦେଉଛନ୍ତି ।

 

ଶାସ୍ତ୍ର କହୁଛି, ନିଉରୋସିଟା ଯାଉ ବୋଲି ନିଉରୋଟିକ୍‌ମାନେ କେବେହେଲେ ଇଚ୍ଛା କରନ୍ତି ନାହିଁ । ନିଉରୋସିଟାକୁ ସେମାନେ କୁଆଡ଼େ ଖୁବ ଭଲ ପାଆନ୍ତି ଏବଂ ଅତୀବ ଆହ୍ୱାଦରେ ନିଜ ଚରିବାର ଆୟତନମାନଙ୍କୁ ବଢ଼ାଇବାରେ ଲାଗିଥାନ୍ତି । ବାପ ତା' ପୁଅଝିଅଙ୍କୁ ସେଇଥିପାଇଁ ତିଆରି କରିଦିଏ, ସେମାନଙ୍କର ଜ୍ଞାନ ନପାଉଣୁ ସେମାନଙ୍କୁ ବହୁ ନିଉରୋଟିକ୍ ରାଜକୀୟତାରେ ଖାସୁ କରି ରଖିଥାଏ । ସେଇଥିରେ କେଡ଼େ ଖୁସୀ ହେବାରେ ଲାଗିଥାଏ । ଗୋଟାସୁଦ୍ଧା ଏକ ଧ୍ଵଜଭଙ୍ଗ ଭିତରେ ବଜର ହୋଇ ରହିବାକୁ । ସେମାନଙ୍କୁ ମୁହାଁସ ଦେବାରେ ଲାଗିଥାଏ । ଏହି ନିଉରୋସିସ୍‌ର ଲୀଳାଗୁଡ଼ିକୁ ଦେଖି ଆମେ ହସିବା ନା କାନ୍ଦିବା ? ଆମେ ନିଉରୋସିସଟାକୁ ନିଉରୋସିସ୍ ବୋଲି କହିବା । ନିଉରୋଟିକ୍‍ମାନଙ୍କୁ ନିଉରୋଟିକ୍ ବୋଲି ଧରା ପକାଇଦେବା। ନିଜର ଭୂମିଟି ପ୍ରତି କେତେ ଗଭୀର ଭାବରେ ଅଙ୍ଗୀକାରବଦ୍ଧ ହୋଇ ରହିପାରିଲେ ଯେ ଆମ ଦ୍ୱାରା ତାହା ସମ୍ଭବ ହେବ, ଅନୁଭବୀ ମାତ୍ରକେ ସେକଥାଟିକୁ ଅବଶ୍ୟ ଜାଣିଥିବ । ଅଙ୍ଗୀକାରବଦ୍ଧ ଶିକ୍ଷକଟିଏ ଜାଣିବ, ଅଙ୍ଗୀକାରବଦ୍ଧ ଅମଲାଟିଏ ଜାଣିବ ଏବଂ ଅଙ୍ଗୀକାରବଦ୍ଧ ରାଜନୀତି ମଧ୍ୟ ଭାରି ସହଜରେ ତାହାକୁ ପ୍ରାଣ କରିପାରିବ । ମିଛ ଦରବାରଗୁଡ଼ାକୁ ଦେଖି ମୋଟେ ଶଙ୍କି ଯିବ ନାହିଁ । ଆଗାମୀ ପୃଥିବୀଟି ନିମନ୍ତେ ଠାକୁରମାନେ ସମ୍ଭବତଃ ଅଙ୍ଗୀକାରବଦ୍ଧ ମାନଙ୍କର ସନ୍ଧାନରେ ଓହ୍ଲାଇ ଆସି ସାରିଲେଣି । ଯିଏ ଚିହ୍ନିବ, କେବଳ ସେଇ ଚିହ୍ନିବ । ଯଃ ପଶ୍ୟତି ସ ପଶ୍ୟତି । ଯିଏ ଯୋଉ ଠାକୁରଙ୍କର ନିମିତ୍ତ ହେବ, ସିଏ ଯେ ସେହି ଠାକୁରଙ୍କୁ ଚିହ୍ନି ପାରିବ ନାହିଁ, ଏକଥା ପୁଣି କିପରି ହେବ ?

Image

 

ଆମେରିକାରେ ଆଉଥରେ (୭)

 

ଆମ ପିଲାମାନଙ୍କୁ ମଣିଷ କରିବା,–ଏହି ଦାୟିତ୍ୱଟି ସମ୍ପୂର୍ଣ୍ଣ ଭାବରେ ଆମର । ଏକଥା ବାପା ମାଆମାନେ କାଳେ କାଳେ କହି ଆସିଛନ୍ତି । ଆମେ ଶିକ୍ଷକମାନେ ବି କ’ଣ କମ୍ ଉତ୍ସାହରେ ନାନା ଶବ୍ଦାଭରଣ ମଣ୍ଡାଇ ଦେଇ ସେହି କଥାଟିକୁ କହିଛୁ ଓ କହୁଛୁ ? ଶିକ୍ଷକ ଭଳି ଶିକ୍ଷକଟିଏ ହୋଇ ନ ପାରୁଛୁ ବା ଆଦୌ ମନ ନ କରୁଛୁ ପଛକେ, ମାତ୍ର ବିଷ୍ଣୁ ଶର୍ମା ନାମକ ସେହି ସ୍ଵତନ୍ତ୍ର ଅନ୍ୟ ଆସନଟିରେ ଯାଇ ବଡ଼ ହକହକ ହୋଇ ବସିଯାଉଛୁ । ଭଗବାନଙ୍କ ଉପରେ ଗୋଟାଏ ଗୋଟାଏ ସମାଜର ହୁ ଏତ ଏତେ ଟିକିଏ ବିଶ୍ୱାସ ନଥାଉ ପଛକେ, ବିଷ୍ଣୁ ଶର୍ମାମାନଙ୍କୁ ଛାଡ଼ିଦେଲେ କେବେହେଲେ ଚଳିବ ନାହିଁ ବୋଲି ବିଶ୍ୱାସଟା ମଣିଷମାନଙ୍କର ଲହୁ ଭିତରେ ଯୁଗେ ଯୁଗେ ରହିଆସିଛି । ବାଟଟିଏ ଚାଲିବା ଅପେକ୍ଷା ବାଟଟିଏ ବତାଇ ଦେବାରେ ସମ୍ଭବତଃ ଅଧିକ ମଜା ହିଁ ରହିଛି । ପୃଥିବୀର ଅଧିକାଂଶ ଧର୍ମ ତଥା ଧର୍ମାତ୍ମାମାନେ ବାଟଟିଏ ଚାଲିବାର ଆହ୍ୱାନ ଏବଂ ଦାୟିତ୍ଵଗୁଡ଼ିକୁ ପୂରା ପାସୋରି ପକାଇଥିଲେ ମଧ୍ୟ ବାଟଟିଏ ବତାଇବାରେ ଅଧିକ ଆହ୍ଲାଦ ଅନୁଭବ କରିଛନ୍ତି । ସାଥୀଟିଏ ହେବା ସତକୁ ସତ ବଡ଼ କଷ୍ଟକର ବୋଲି ରାମା ଓ ଶାମା ସମସ୍ତେ ମଉକା ପାଇବା ମାତ୍ରକେ ଜଣେ ଜଣେ ବିଷ୍ଣୁଶର୍ମା ବନି ମୁହଁ ଲୁଚାଇ ନିଶ ଫୁଲାଇ ରହିଛନ୍ତି କି ?

 

ଏଥର ଆମେରିକାର ଏକ ଖବରକାଗଜରେ ଗୋଟିଏ ପିଲା ନାମରେ ଲେଖା ହୋଇଥିବା ପ୍ରସଙ୍ଗଟିଏ ପଢ଼ିଲି । ପ୍ରକୃତରେ ଜଣେ ମାଆ ଓ ତାଙ୍କର ଝିଅ ଏକ ଛଦ୍ମ ନାମରେ ଲେଖାଟିକୁ ପ୍ରସ୍ତୁତ କରିଛନ୍ତି । ଗୋଟିଏ ଝିଅର ନାମରେ ଏକ ପତ୍ର ଆକାରରେ ସେଇଟି ତିଆରି ହୋଇଛି । ବାପା ମାଆଙ୍କୁ ଗୋଟିଏ ସାନ ଝିଅ ତା’ ନିଜର ସନ୍ଦର୍ଭରେ ବାପା ମାଆଙ୍କର କିପରି ଆଚରଣ ହେବା ଉଚିତ, ସେହି କଥା ସୂଚାଇ ଦେଇଛି । ତେରବରଷର ସେହି ଝିଅଟି କ୍ରମାନ୍ୱୟରେ ବାପା ମାଆଙ୍କୁ ପରାମର୍ଶ ଦେଇ ଲେଖିଛି : (୧) ତୁମେମାନେ ଯେଉଁସବୁ କାମ କରୁଛି, ତୁମ ନିଜର ପୁଅ ଝିଅମାନଙ୍କୁ ଯେ ସେହି କାମ ଗୁଡ଼ିକ ଭଲ ଲାଗିବ, ତୁମେମାନେ କେବେହେଲେ ସେପରି ଆଶା କରିବ ନାହିଁ । (୨) ନିଜ ପିଲାମାନଙ୍କୁ ଯେ ତୁମେମାନେ କେତେ ଭଲ ପାଅ, ପ୍ରତିଦିନ ସେମାନଙ୍କୁ ସେକଥା ନିଶ୍ଚୟ କହିବ । (୩) ତୁମର ପିଲାମାନେ ଯେତେବେଳେ କୌଣସି ଭୁଲ କାମ । କରୁଛନ୍ତି ଅର୍ଥାତ୍ ଏପରି କିଛି କରୁଛନ୍ତି ଯାହା ତୁମମାନକୁ ଭଲ ବୋଲି ଲାଗୁନାହିଁ, ସେହି କଥାଟିକୁ ସେମାନଙ୍କ ଆଗରେ ବାରମ୍ବାର କହି ହୁଅ ନାହିଁ । କାରଣ, ଏପରି ଏକ ସମ୍ଭାବନା ହୁଏତ ଥାଇପାରେ ଯେ ତୁମେ ଥରେ ମାତ୍ର ସେମାନଙ୍କୁ ସେହି କଥାଟିକୁ କହିବା ପରେ ମଧ୍ୟ ସେମାନଙ୍କ ଲାଗି ତାହା ବଡ଼ କର୍ଣ୍ଣକଟୁ ହେଉଛି, ତେଣୁ, ବାରମ୍ବାର କହିବାରେ ଲାଗିଥିଲେ ତାହା କେତେ ଅସୁଖର କାରଣ ନହେଉଥିବ ! (୪) ସବୁବେଳେ ମନେ ରଖିଥିବା ଉଚିତ ଯେ, ସାନ ଥିବା ସମୟରେ ତୁମେମାନେ ମଧ୍ୟ ଆଦୌ ନିଖୁଣ ଭାବରେ କେବଳ ଭଲ ହଁ ନଥିଲ,–ଅର୍ଥାତ୍ ତୁମେମାନେ ମଧ୍ୟ ଭୁଲ କରୁଥିଲ । ତେଣୁ କିପରି ଆଶା କରୁଛ ଯେ, ତୁମର ପିଲାମାନେ ଏକାବେଳକେ ମୂଳରୁ ହିଁ ଆଦୌ କୌଣସି ଭୁଲ କାମ କରିବେ ନାହିଁ ? (୫) ତୁମମାନଙ୍କର ଯଦି ଗୋଟିକରୁ ଅଧିକ ପିଲା ଥାଆନ୍ତି, ତେବେ ତୁମେ କେବେହେଲେ ଜଣକୁ ଆଉ ଜଣକ ସହିତ ତୁଳନା କରିବ ନାହିଁ । ସେମାନେ ଆଦୌ କେହି ଏକାଭଳି ନୁହନ୍ତି । ଏକାଭଳି ହେବାକୁ ମୋଟେ ପୃଥିବୀକୁ ଆସିନାହାନ୍ତି ।

 

(୬) ପିଲାମାନଙ୍କ ବିଷୟରେ ସର୍ବଦା ଧୈର୍ଯ୍ୟ ଅବଲମ୍ବନ କରିବ । କାହାର କ'ଣ ତୁମକୁ ଭଲ ନ ଲାଗିଲା ବୋଲି ଅଧୀର ହୋଇ ପଡ଼ିବ ନାହିଁ । ସେମାନଙ୍କର ତ ଏଇଟି ପିଲାବୟସ ଏବଂ ପିଲା ବୟସ ହେଉଛି ଶିକ୍ଷା କରିବାର ହିଁ ବୟସ । (୭) ଯଦି କେଉଁଠି କ’ଣ ଭୁଲ ହୋଇଗଲା, ତେବେ ସେଥିପାଇଁ ଦୋଷଗୁଡ଼ାକୁ ନେଇ ପିଲାମାନଙ୍କ ମୁଣ୍ଡରେ ଢାଳି ଦିଅନାହିଁ-। ସର୍ବଦା ଦୋଷଗୁଡ଼ିକ କ’ଣ ପାଇଁ ଖାଲି ସେମାନଙ୍କର ହେବ ? (୮) ବେଳେବେଳେ ପିଲାମାନଙ୍କୁ ନିଜ ଆଡ଼ୁ ଭଲ ଚିଜଟି ଏ ଦିଅ ଓ ସେମାନଙ୍କୁ ବିସ୍ମିତ କରିଦିଅ । କେବଳ ତୁମମାନଙ୍କୁ ଭଲ ଲାଗିବା ଭଳି କୌଣସି କାମ କଲେ ଯାଇ ଯେ ସେମାନେ ତୁମଠାରୁ ସ୍ୱୀକୃତି ପାଇବେ, ସେମାନଙ୍କର ମନରୁ ସେ ଧାରଣାଟିକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଦିଅ । (୯) ସର୍ବଦା ହେତୁ ରଖ ଯେ ତୁମର ପିଲାମାନେ ବୟସରେ ବଡ଼ ବି ହେଉଛନ୍ତି । ସେମାନେ ମୋଟେ ସେଇ ପାଞ୍ଚ ବରଷର ହୋଇ ରହି ନାହାନ୍ତି। (୧୦) ନିଜର ପିଲାଙ୍କ ଉପସ୍ଥିତିରେ ତୁମେମାନେ କଦାପି ଯୁଦ୍ଧ କରନାହିଁ । କଥାରେ ନୁହେଁ କିମ୍ବା ଅନ୍ୟ କୌଣସି ପ୍ରକାରେ ମଧ୍ୟ ନୁହେଁ । (୧୧) ତୁମ ପିଲାମାନେ ଯାହା କିଛି ଯେତେବେଳେ ଭାବୁଛନ୍ତି, ତୁମେମାନେ ତାହା ଅବଶ୍ୟ ଜାଣିଛ ବୋଲି ଆଦୌ ଧାରଣା କରିନିଅ ନାହିଁ । ସେଭଳି ଯାବତୀୟ ଦମ୍ଭକୁ ମଥା ଭିତରୁ ସମ୍ପୂର୍ଣ୍ଣ ରୂପେ ପୋଛିଦିଅ ।

 

ଆଉ ଗୋଟିଏ ଲେଖା ଜଣେ ବୟସ୍କ ଲେଖିଛନ୍ତି । ଜଣେ ପିଲା ତା’ ବାପା ମାଆକୁ ଯାହା କହନ୍ତା, ଏଇଟି ସେହି ଛାଞ୍ଚରେ ଲେଖାଯାଇଛି । ଦଶଟି ଆଦେଶ ଆକାରରେ ବାଇବେଲ ଧର୍ମ ପୁସ୍ତକର ଦଶଆଜ୍ଞା ପରି । କ୍ରମାନ୍ୱୟରେ ଆମେ ସେଗୁଡ଼ିକୁ ମଧ୍ୟ ପାଠ କରିବା– (୧) ମୋର ହାତ ଗୁଡ଼ିକ ଭାରି ସାନ ସାନ; ତେଣୁ, ମୁଁ ଯେତେବେଳେ ବିଛଣା ପକାଉଛି, ଛବିଟିଏ ଆଙ୍କୁଛି, ବଲଟିଏ ଫୋପାଡ଼ୁଛି, ସେଗୁଡ଼ିକ ପୂରା ନିଖୁଣ ହେବ ବୋଲି ତୁମେମାନେ ଆଦୌ ଆଶା କରିନାହିଁ-। ମୋ ଗୋଡ଼ଗୁଡ଼ିକ ବି ସାନ ସାନ, ତେଣୁ ତୁମେମାନେ ଏମିତି ଡଗ ଡଗ ହୋଇ ଆଗକୁ ପଳାଅ ନାହିଁ । ଥିରିଥିରି ପାଦ ପକାଅ, ଯେପରିକି ମୁଁ ମଧ୍ୟ ତୁମମାନଙ୍କ ସହିତ ପାଦକୁ ପାଦ ମିଳାଇ ଚାଲିପାରିବି । (୨) ତୁମମାନଙ୍କର ଆଖି ପରି ମୋର ଆଖିମାନେ ଏହି ପୃଥିବୀର ଏତେ ବେଶିକୁ ଏବେ ମଧ୍ୟ ଦେଖି ନାହାନ୍ତି । ତେଣୁ, ତୁମେମାନେ ଧୀରେ ସୁସ୍ଥେ ମୋତେ ମଧ୍ୟ ମୋର ପୃଥିବୀଟିକୁ ଆବିଷ୍କାର କରିବାକୁ ଦିଅ । ମୋତେ କୌଣସି କାରଣ ନଥାଇ ଗାରଗୁଡ଼ାକୁ ଦେଇ ଅଟକାଇ ପକାଅ ନାହିଁ । (୩) ଘରେ ତ ଏଇଟା ସେଇଟା ସବୁବେଳେ କାମ ରହିବ ହିଁ ରହିବ । ମୁଁ ଇହାଦେ ସିନା ପିଲା ଅଛି, ସବୁବେଳେ କ’ଣ ପିଲା ହୋଇ ରହିବି ? ତେଣୁ, ମୋ, ପାଇଁ ସମୟ ଦିଅ ଓ ଏହି ଅତିବିସ୍ମୟପୂର୍ଣ୍ଣ ପୃଥିବୀଟି ବିଷୟରେ ସବୁ କିଛି ବୁଝାଇ କହିବା ନିମନ୍ତେ ହାତରେ ସର୍ବଦା ଅବଶ୍ୟ ସମୟ ରଖିଥାଅ । ଏବଂ, ଖୁସି ହୋଇ ସମୟ ରଖିଥାଅ । ମୋଟେ ତରତର ହୁଅନାହିଁ । ମୁଁ ବୁଝିବା ପର୍ଯ୍ୟନ୍ତ ଧୈର୍ଯ୍ୟଶୀଳ ହୋଇ ରହ । (୪) ମୋର ଭାବାନୁଭୂତିମାନେ ଅତ୍ୟନ୍ତ କୋମଳ, ଅତ୍ୟନ୍ତ ଅପାକଳ । ତେଣୁ ତୁମେମାନେ ମୋ ଆବଶ୍ୟକତାଗୁଡ଼ିକ ବିଷୟରେ ସମ୍ବେଦନଶୀଳ ହୋଇ ରହିଥାଏ । ଦିନମାନ ମୋତେ ଉଖାରି ଉଖାରି ବିରକ୍ତ କରି ପକାଅ ନାହିଁ । (ତୁମେ ମୋ ବିଷୟରେ ଆହୁରି ଆହୁରି କଥାମାନଙ୍କୁ ଜାଣିବାକୁ ଇଚ୍ଛା କରୁଛି ବୋଲି ମୁଁ ଅସ୍ତବ୍ୟସ୍ତ ହେବାରେ ଲାଗିଥିବି, ତୁମେମାନେ କ'ଣ ପ୍ରକୃତରେ ତାହା ଚାହୁଛ ?) ତୁମେ ଆପେ ଯେଉଁଭଳି ବ୍ୟବହାର ପାଇବା ସକାଶେ ଇଚ୍ଛା ରଖିଛ, ମୋ ସହିତ ସେହି ମୁତାବକ ବ୍ୟବହାର କର । (୫) ଈଶ୍ଵରଙ୍କର ଏକ ସ୍ଵତନ୍ତ୍ର ସମ୍ପଦ ରୂପେ ମୁଁ ଏହି ପୃଥିବୀକୁ ଆସିଛି । ଈଶ୍ଵର ପ୍ରକୃତରେ ଯେଉଁପରି ଇଚ୍ଛା କରିଛନ୍ତି, ତୁମେମାନେ ମୋତେ ସେହିଭଳି ଗୋଟିଏ ସମ୍ପଦ ରୂପେ ଅବଶ୍ୟ ସାଇତି ରଖ । ମୋ କାର୍ଯ୍ୟଗୁଡ଼ିକ ନିମନ୍ତେ ମୋତେ ଦାୟିତ୍ୱସଚେତନ କରାଅ, ନିଜର ଜୀବନକୁ ନିର୍ଭରପୂର୍ଣ୍ଣ ଭାବରେ ବଂଚିବା ସକାଶେ ମୋତେ ସୁରାଖଗୁଡ଼ିକୁ ବତାଇ ଦିଅ । ମୂଳତଃ ଶ୍ରଦ୍ଧା ଦ୍ଵାରା ପରିଚାଳିତ ହୋଇ ହିଁ ମୋତେ ଶୃଙ୍ଖଳାଗୁଡ଼ିକୁ ଶିଖାଇଦିଅ (୬) ବଡ଼ ହେଉଥିବା ପ୍ରକ୍ରିୟାରେ ମୋ ଲାଗି ତୁମେ ମୋତେ ସର୍ବଦା ଉତ୍ସାହିତ କରିବ ବୋଲି ମୋର ସତତ ପ୍ରୟୋଜନ ରହିଛି । ଖାଲି ଗୁଡ଼ାଏ ନିନ୍ଦା ବା ଭର୍ତ୍ସନା କରି ମୋତେ ନିରାଶ କରିପକାଅ ନାହିଁ । ମନେରଖ, ମୋର କାର୍ଯ୍ୟଗୁଡ଼ିକ ବିଷୟରେ ତୁମେମାନେ ଅବଶ୍ୟ କଠୋର ହେଲାପରି ଟୀକା କରିପାରିବ ସିନା, ମାତ୍ର ମୋ ଉପରେ କଦାପି ସେପରି କ୍ରୂର ବା କଠୋର ହୋଇପାରିବ ନାହିଁ । (୭) ମୋ ନିଜ ବିଷୟରେ ମୋର ଯାହା କିଛି ନିଷ୍ପତ୍ତି କରିବା କଥା, ସେଗୁଡ଼ିକୁ କରିବା ନିମନ୍ତେ ତୁମେମାନେ ମୋତେ ଦୟା କରି ସ୍ୱାଧୀନତା ଦେବ । ମୋତେ ବିଫଳ ହେବାକୁ ମଧ୍ୟ ଅନୁମତି ଦିଅ, ତେବେ ସିନା ମୁଁ ନିଜର ଭୁଲଗୁଡ଼ିକରୁ ଶିକ୍ଷାକରିପାରିବି ! ତେବେ ଯାଇ ମୋ ଜୀବନରେ ପ୍ରକୃତରେ ଏପରି ଦିନଟିଏ ଆସିବ, ଯେତେବେଳେ କି ମୁଁ ନିଜ ଜୀବନର ଆବଶ୍ୟକ ନିଷ୍ପତ୍ତି ଗୁଡ଼ିକୁ କରି ପାରିବି । (୮) ତୁମେମାନେ କେବେହେଲେ ଉପରେ ପଡ଼ି ମୋ ପାଇଁ ସବୁକିଛି କରି ପକାଇବ ନାହିଁ ।

 

ସେସବୁ ସମୟରେ ମୁଁ ଖୁବ୍ ଅନୁଭବ କରିବାକୁ ଆରମ୍ଭ କରେ ଯେ, ମୁଁ ନିଜେ ଯାହାସବୁ ଚେଷ୍ଟା ଓ ଉଦ୍ୟମ କଲି, ସେଗୁଡ଼ିକ ମୋଟେ ତୁମମାନଙ୍କର ମନକୁ ପାଇଲା ନାହିଁ । (୯) ସପ୍ତାହାନ୍ତ ମାନଙ୍କରେ ତୁମେ ଦୁହେଁ ଆମକୁ ଏଠି ଛାଡ଼ି ଆଉ କୁଆଡ଼େ ଯାଇ ଛୁଟି କଟାଇବାକୁ ଆଦୌ ଭୟ କରନାହିଁ । ବାପା ମାଆଙ୍କୁ ଯେପରି ବେଳେବେଳେ ସେମାନଙ୍କ ପିଲାଙ୍କ ଠାରୁ ଛୁଟି ମିଳିବା ଦରକାର, ପିଲାମାନଙ୍କର ବାପା ମାଆଙ୍କ ଠାରୁ ବେଳେବେଳେ ଅବଶ୍ୟ ଛୁଟି ମିଳିବା ଦରକାର । (୧୦) ତୁମେମାନେ ମୋତେ ନିୟମିତ ଭାବରେ ଗୀର୍ଜାକୁ ସାଙ୍ଗରେ ନେଇଯିବ । ରବିବାରର ଧର୍ମଶିକ୍ଷାର କାର୍ଯ୍ୟକ୍ରମରେ ମଧ୍ୟ ଆମକୁ ସାମିଲ ହେବାର ସୁଯୋଗ ଦେବ । ତେବେ ସିନା ମୁଁ ତୁମମାନଙ୍କ ଠାରୁ ଗୋଟିଏ । ଉତ୍ତମ ଅଭ୍ୟାସ ଶିକ୍ଷା କରିପାରିବି ।

 

ଆମ ଦେଶରେ ବି ପିଲାମାନେ ନିଜ ବାପାମାଆଙ୍କୁ କେବେ ଯାଇ ଏହିପରି ପରାମର୍ଶ ଦେଇପାରିବେ ? ସତକୁ ସତ ପୁରୁଣା ସାମ୍ରାଜ୍ୟଟାଏ ଭାଙ୍ଗିଯିବ ଏବଂ ଗୋଟିଏ ନୂଆ ସମ୍ବନ୍ଧରେ ପରିବାର ଚାଲିବ ? ପୁନଶ୍ଚ, ଏଠି ପତ୍ନୀମାନେ ମଧ୍ୟ କେବେ ନିଜର ପତିମାନଙ୍କୁ ଏହି ପ୍ରକାରର କିଛି ପରାମର୍ଶ ଦେବାକୁ ସାହସ କରିବେ ?

Image

 

ଅଜ୍ଞାନୀ ରହିବେ କାହିଁ ?

 

ଯେଉଁ ବିଚିତ୍ରମାନଙ୍କର ଚିତ୍ତରେ ମାତୃଭାଷା ଏବଂ ମାତୃଭୂମି ପ୍ରତି ଆପଣା ଛାଏଁ କୌଣସି ଶ୍ରଦ୍ଧାଭାବ ସମ୍ଭବ ହୋଇନାହିଁ, କବି ଗଙ୍ଗାଧର ମେହେର ସେମାନଙ୍କୁ ଅଜ୍ଞାନୀ ବୋଲି କହିବାକୁ ଇଚ୍ଛା କରିଛନ୍ତି । ସେଦିନ ସେହି କବିଙ୍କୁ ସମକ୍ଷରେ ଥାପି ଗୋଟିଏ ସଭାରେ ଏହି ଉକ୍ତିଟିକୁ ଏକାଧିକ ପ୍ରବାଚକ କେଡ଼େ ଗାମ୍ଭୀର୍ଯ୍ୟ ସହିତ ହିଁ କହିବାରେ ଲାଗିଥିଲେ । ମୋତେ ଲାଗୁଥିଲା, ଅଜ୍ଞାନୀମାନେ ସେହି ସଭାଘରେ ହିଁ ଭର୍ତ୍ତୀ ହୋଇ ରହିଥିଲେ । ଗୋଟାଏ ଦାଣ୍ଡ–ଭାଷାକୁ ଶିଖୁ ଶିଖୁ ଯେଉଁମାନେ ନିଜ ଘର ଭିତରର ଭାଷାଟିକୁ ସତେଅବା ନିତାନ୍ତ ଜାଣତରେ ନୀରସ ବୋଲି ମଣି ବର୍ଜନ କରନ୍ତି, ଆମ ସାମୂହିକ ଜୀବନର ସକଳ ପରିମଳରେ ସେହିମାନଙ୍କୁ ହିଁ ଠିକ୍ କରି ଅଜ୍ଞାନୀ ବୋଲି କହି ଦେଇହେବ । ବାବୁମାନେ ତ କେଡ଼େ ଖୁସି ହୋଇ ଇଂରାଜୀ ଭାଷାକୁ ସକଳ ଅର୍ଥରେ ଏକ ଭାରତୀୟ ଭାଷା ବୋଲି ସ୍ୱୀକାର କରିବା ନିମନ୍ତେ ଆମକୁ ଫୁସଲାଇବାରେ ଲାଗିଲେଣି । ସେହିମାନେ ହିଁ ଏମ କେଡ଼େ ନିର୍ଦ୍ଦୋଷ ଭାବମୁଦ୍ରା ଧାରଣ କରି କେବଳ ଇଂରାଜୀ ମାଧ୍ୟମରେ ପାଠ ବୋଲି କିଛି ପଢ଼ା ହେଉଛି ବୋଲି କହି ଏକ ପ୍ରବଳ କଳରବ ସୃଷ୍ଟି କରିବାରେ ଲାଗି ଯାଇଛନ୍ତି । ସେହିମାନଙ୍କର ପ୍ରକୋପରେ ଆମ ଜଗତସିଂହପୁର ଠାରୁ ଆରମ୍ଭ କରି ତୁମ ଜୟପାଟଣା ପର୍ଯ୍ୟନ୍ତ ନୂଆ ଛଇରେ ପିଲାଙ୍କ ନିମନ୍ତେ ହୁ ହୁ ହୋଇ ଇସ୍କୁଲ ସବୁ ବସୁଛି, ଯେଉଁଠାରେ କି ଇଂରାଜୀର ରମ୍ୟ ଉଦ୍ୟାନ ଭିତରେ ବେଳ ଥାଉଁ ପଶିନଗଲେ ତୁମ ଭବିଷ୍ୟତ ନାମକ କୋଉଠି କିଛି ମୋଟେ ରହିବ ନାହିଁ ବୋଲି ଏମାନେ ହୁଲିଆ ଜାରି କରିଦେଲେଣି । ସେହି ଅଭିଲା ଅବିବେକରେ ପାଠ ପଢ଼ୁଥିବା ପିଲାମାନେ ସତକୁ ସତ କୋଉ ଭେଳିକି ବା ଭାଲୁର ମହାକର୍ଷଣ ଭିତରକୁ ପେଲି ହୋଇ ଯାଉଛନ୍ତି କେଜାଣି, ସେମାନେ ଏହି ଦେଶରେ ବହୁ ଅମଙ୍ଗଳର କାରଣ ହେଉଛନ୍ତି, ଏହି ଦେଶର ନିୟତିଟା ଉପରେ ସେମାନେ ଯେପରି ଚାଖଣ୍ଡେ ବା ଦେଢ଼ ଚାଖଣ୍ଡ ଉପରକୁ ହିଁ ଡଉଲଡ଼ାଉଲ କଣ୍ଢେଇଟିଏ ପରି ଅଥବା ମାଇଚିଆ ରଜାଟିଏ ପରି ଦିଶିବେ, ସେହି ମୁତାବକ ଯାବତୀୟ ବିଡ଼ମ୍ବନାପୂର୍ଣ୍ଣ ବାଗରେ ସେମାନଙ୍କୁ ଏକାବେଳକେ କଚି ପିଲାଟିଏ ଅବସ୍ଥାରୁ ହିଁ ସାଉଁଳା ସାଉଁଳି କରି ନିଆଯାଉଛି ।

 

ସେମାନେ ଏହି ଭୂପିଟାର ଯାବତୀୟ ସମ୍ଭାବନା-ଘରେ ଯେପରି ଆଗାମୀ ଦଶଟା ବର୍ଷ ମଧ୍ୟରେ ଠେଙ୍ଗାଟାଏ ଧରି ଦୁଆର ଜଗି ଛିଡ଼ା ହୋଇଯିବେ, ସତେଅବା ହାଉଲେ ହାଉଲେ ସେହି ବରାଦଟା ସବୁଠାରୁ ଅଧିକ ଗମାତ ସହିତ ଚାଲିଛି । ଖବର କାଗଜରେ ପ୍ରାୟ ପ୍ରତ୍ୟହ ଗୋଟାଏ ହାହାକାରପୁର୍ଣ୍ଣ ଛାନିଆ ସୃଷ୍ଟି କରି ଲେଖାମାନ ବାହାରୁଛି ଯେ ଓଡ଼ିଆ ଭାଷାଟା ଆଖର ଯେପରି ଏଠାରୁ ଗୋଟାସୁଦ୍ଧା ଲୁପ୍ତ ହୋଇଯିବ, ତାହାର ଶକୁନମାନେ କ୍ରମେ ପରିଷ୍କାର ଦେଖାଗଲେଣି । କିଏ ପାଣ୍ଡିତ୍ୟର ପାଟୀଗଣିତ ବହିଟାରୁ ହିସାବ ଆଣି କହିଲାଣି ଯେ, ବାରଟା ବାଜିବାକୁ ମୋଟେ ଏହି କେଇ ମିନିଟ୍ ବାକୀ ରହିଲା । ଖୁବ୍ ବେଶି ହେଲେ ମାତ୍ର ପଚାଶଟା ବରଷ ଏବଂ ତା’ପରେ ତୁମର ଏତେ ଦିନର ଭାଷାଟା ଗୁରୁବାର ଜାଉ କରିବା ନିମନ୍ତେ ବି ଆଉ ବଣାରେ ନଥିବ । ସହରମାନଙ୍କରେ ଅନ୍ତତଃ ଦୋକାନର ନାମପଟାଗୁଡ଼ାକ ଉପରେ ଧାଡ଼ିଏ ଓଡ଼ିଆ ରହୁ ବୋଲି ନିବେଦନ କରିବାକୁ କତିପୟ ସମ୍ଭ୍ରାନ୍ତ ମଧ୍ୟ ପୂରା ବିକଳ ହୋଇ ବାହାରି ପଡ଼ୁଛନ୍ତି । ନିଜର ବିବେକ ନାମକ ସନ୍ଧିଟା ଭିତରେ ସତେଅବା ସେମାନେ ଏହି ଘରଭାଷାଟା ଆଉ ମୋଟେ ରହିବ ନାହିଁ ଓ ଇଂରାଜୀ ପାଖରେ ମାଡ଼ ଖାଇଯିବ ବୋଲି ପୂରା ପରାଭବରେ ମାନିନେଇ ସାରିଲେଣି, ତଥାପି ଶବଟା ପୋତାହେବା ପୂର୍ବରୁ ତା ଉପରେ ନିଜ ହାତରେ ଅନ୍ତତଃ ମୁଠାଏ ମାଟି ପକାଇ ଦେବା ନିମନ୍ତେ ଇଚ୍ଛା କରୁଛନ୍ତି । କେବଳ ଗୋଟାଏ ଓଡ଼ିଶାକୁ ନୁହେଁ, ଖିଳ ଜଗତଟାକୁ ଦେଖୁଥିବା ଜଗନ୍ନାଥ ଯଦି ସତକୁ ସତ ଥିବେ, ତେବେ ନିଶ୍ଚୟ ତାହାର ପ୍ରତିକାର ବିଧାନ କରିବେ । ଦେଶକୁ ଗୋଟାଏ ସ୍ଵାଧୀନତା ଆସି ପହଞ୍ଚିଲା; ସେତେବେଳେ ତୁଚ୍ଛା ଆପଣା କ୍ଷୁଦ୍ର ଗୁଡ଼ିକର ବିବର ଭିତରେ ଆସନ୍ନ ନୂଆ ସ୍ଥିତିଟିରେ ମଧ୍ୟ ଯଥାସମ୍ଭବ ଅଧିକରୁ ଅଧିକ ଲାଭବାନ ହେବେ ବୋଲି ଯେଉଁମାନେ ଗାଲରେ ଚନ୍ଦନ ମାରି ରହିଥିଲେ, ବିଗତ ପଚାଶ ବର୍ଷର ଅବଧିଟାରେ ସେହି ଅଜ୍ଞାନୀମାନେ ଏଠି ଏକଚାଟିଆ ଭାବରେ ସବୁ କିଛିକୁ ନିଜର ହାସ୍ୟାସ୍ପଦ ହୁକୁମତଟା ଭିତରେ ଛନ୍ଦି ଅସମର୍ଥ କରି ରଖିବେ ବୋଲି ପ୍ରକୃତରେ ସଜ ହିଁ ହେଉଥିଲେ ଏବଂ, ତଦନୁରୂପ ପାଠଗୁଡ଼ାକୁ ପଢ଼ି ଚାହୁଁ ଚାହୁଁ ସବୁ ମାଡ଼ି ବସିଲେ । ସେହି ପୁରୁଣା, ଏବଂ ପାଖଣ୍ଡୀ ଗୋରୁହାଟଟାର କାଇଦାରେ ସେମାନେ ନୂଆ ଭାରତବର୍ଷକୁ ମଣ କରିବା ନିମନ୍ତେ ଯାବତୀୟ' ଅପପ୍ରୟାସ ହିଁ କଲେ । ବିଚରା ଆମ ରାଜନୀତିକ ନେତୃତ୍ଵଘରର ବିରାଟ ବୃକୋଦର ଏବଂ ବୃହନ୍ନଳାମାନେ ସମ୍ଭବତଃ ଗୁର୍ଦୁ ହାଲିଆ ହୋଇ ପଡ଼ିଥିଲେ ଏବଂ ତକ୍ଷଣେ ମଙ୍ଗି -ଯାଇ ପଲଙ୍କ ଆଦରି ରହିଗଲେ । ଦେଶଟାରୁ ଗୋଟାପଣେ ହୁଡ଼ିଗଲେ । କମିଶନ ପରେ କମିଶନ ବସିଲା ଏବଂ ଫୁସକିଗଲା । ଏବେ ବି କ’ଣ କମ୍ କମିଶନ ବସୁଛି ଓ ଫୁସକି ଯାଉଛି ? ଫୁସ୍‌କାଇ ଦେବାର କାଇଦାଗୁଡ଼ାକୁ ମାମୁଘରୁ ମୁଖସ୍ଥ କରି ଆସିଥିବା ଅଜ୍ଞାନୀମାନେ ତେଣୁ କମିଶନ ବସାଇବାକୁ ଆଉ କାହିଁକି ବା ଡରନ୍ତେ ? ସବା ଆଗ ଆମ ପାଠ ବ୍ୟବସ୍ଥାଟିର ଘରେ ହିଁ ପ୍ରହାର କରାଗଲା, ଯାହାଦ୍ୱାରା ହୁଏତ ଏକାଧିକ ପୀଢ଼ି ପାଇଁ ସକଳ ତାରୁଣ୍ୟ ତଥା ପୁରୁଷାର୍ଥବୋଧକୁ ପଣ୍ଡ କରି ଦିଆଗଲା। ରଜାଘର ପୁଅମାନଙ୍କ ନିମନ୍ତେ ଉଆସ ଆଡ୍ଡାରେ ଇସ୍କୁଲମାନ ବସିଲା ଏବଂ ସେମାନେ ଯେପରି ପଛକୁ ଅନାଇ ନିଜ ଗାଁ ବା ବସ୍ତିରେ ଛାଡ଼ି ଆସିଥିବା ସେହି ପ୍ରବଞ୍ଚିତ ପିଲାସାଙ୍ଗମାନଙ୍କ ଆଡ଼କୁ ଥରେ ହେଲେ ବି ଅନାଇବାକୁ ମନ ନ କରିବେ, ସେମାନଙ୍କୁ ସେହିଭଳି ମେଣ୍ଢାମୁଣ୍ଡିଆ ପାଠଗୁଡ଼ାକୁ ଗିଳାଇ ଦିଆଗଲା ଏବଂ ଅତ୍ୟନ୍ତ ଦାରୁଣ ଭାବରେ ମେଣ୍ଢା କରି ଦିଆଗଲା । ଉପରକୁ ବଡ଼ ଛନଛନିଆ ଦିଶୁଥିବା ବିଶୁଦ୍ଧ ମେଣ୍ଢାଟିଏ । ସମ୍ପୂର୍ଣ୍ଣ ପରିପାଟୀ ଅନୁସାରେ ପୂର୍ଣ୍ଣ ଉଦାସୀନ ଅଥଚ ନିଜର ଗାତଗୁଡ଼ିକୁ ସୁରକ୍ଷିତ କରି ରଖିବାରେ ହିଁ ସବୁଠାରୁ ଅଧିକ ବୁଦ୍ଧିମତ୍ତାକୁ ବ୍ୟୟ କରି ପାରୁଥିବା ନିତାର ଲାଳସରସର ମେଣ୍ଢାଟିଏ । ସେହିପରି ଗୋଟିଏ କିଛି ହେବାଟା ଏବେ ପାଠୁଆ ମାନଙ୍କର ମହାନ୍ ଆଦର୍ଶ ହିଁ ହୋଇଛି । ମୋ ପିଲାଟି ଏହିଭଳି କିଛି ହେଉ ବୋଲି ଆମର ଏକ ନିର୍ଦ୍ଦିଷ୍ଟ କାଟର ବାପମାଆ ମଧ୍ୟ ସଦା ଜାଗ୍ରତ ହୋଇ ରହିଛନ୍ତି । ଏହି ରାଜ୍ୟରେ ସର୍ବଭାରତୀୟ ଚାକିରି ନିମନ୍ତେ କେହି ଯୋଗ୍ୟ ହୋଇପାରୁ ନାହାନ୍ତି ବୋଲି ସାଧବମାନଙ୍କର ମହଲରେ ଭାଳେଣି ପଡ଼ିଛି-। ଅନାହାର ମୃତ୍ୟୁ, ହଜାର ହଜାର ଶିଶୁ ଶ୍ରମିକ ଓ ଆହୁରି ବାଆସ୍ତରୀ ପ୍ରକାରର ହତଭାଗ୍ୟମାନଙ୍କ ସକାଶେ ବାହାରୁ କରଜ ଆସିଲେ ଯାଇ ହୁଏତ ଅଧିକ ଏଇଟା କିମ୍ବା ସେଇଟା କରିହେବ ବୋଲି ସରକାରୀ ନାଜରମାନେ ଆମକୁ ଖୁବ୍ ସାନ୍ତ୍ଵନା ଦେଉଛନ୍ତି।

 

ଆମର ଏହି ଘରର ସାହିତ୍ୟର ଆଧୁନିକ ପର୍ଯ୍ୟାୟଟିକୁ ଅଜ୍ଞାନୀମାନଙ୍କର ହିଁ ଗୋଟିଏ ପ୍ରକାରର କୋଳାହଳ–ଯୁଗ ବୋଲି କହିଲେ ଆପଣ ଗାଳି ଦେବାକୁ ଆରମ୍ଭ କରିଦେବେ ନାହିଁ ତ-? ଏହି ଯୁଗଟା ଗୋଟାଏ ଝୁଲା ଯୁଗ, ଏହାର ଗୋଡ଼ରେ କୌଣସି ମାଟି ନହିଁ । ଏବଂ, ଯେଉଁଠି ମାଟି ରହିଛି, ସେଠାରେ ଏହି ଆତ୍ମସଂକୀର୍ତ୍ତନିଆମାନେ ମୋଟେ ନାହାନ୍ତି । କୋଉ କେତେ ଦୂରର ଏକ: ଅନ୍ୟ ହାଟରୁ ସେମାନେ ଖିଏ ଖିଏ ଚରୁ ନେଇ ପହଞ୍ଚି ଯାଇଛନ୍ତି, ଆମର ଏଠାରେ ଡେରା ପକାଇଛନ୍ତି ଏବଂ ନିଜକୁ ଆଧୁନିକ ବୋଲି ପ୍ରାୟ ଗୋଟାଏ ବଳଦିଆ ଉତ୍ସାହରେ କହିବାରେ ଲାଗିଛନ୍ତି । ସେମାନେ କହୁଛନ୍ତି ଆମେ ଯାହାସବୁ ଲେଖୁଛୁ ତୁମେ ତାକୁ ଝଟପଟ ଇଂରାଜୀ ଭାଷାରେ ଅନୁବାଦ କରିଦିଅ- ତେବେ ଯାଇ ଓଡ଼ିଆ ସାହିତ୍ୟର ଆନ୍ତର୍ଜାତିକ ସ୍ତରରେ ନାଁ ରହିବ । ଏହି ସାନ ଓଡ଼ିଶାଟା ସେମାନଙ୍କୁ ଆଦୌ ପୋଷଉନାହିଁ । ବେଳେ ବେଳେ ସେମାନେ ସିଧା ଇଂରାଜୀରେ ହିଁ ସାହିତ୍ୟ ଲେଖି ପକାଉଛନ୍ତି, ତେଣିକାର ଗୋଟିଏ ଖାତାରେ ଆଗ ନିଜର ନାଆଁଟା ଲେଖାଇ ସେଇଠାରୁ ଆଜ୍ଞାମାଳ ନେଇ ଏଠି ଆମ ଚଉପାଢ଼ୀ ମାନଙ୍କରେ ସାଆନ୍ତ ହୋଇ ବସି ଯାଉଛନ୍ତି । ଆମର ଏହି ଚିହ୍ନ ଘରଟିର ବୋହୂ ଭଳି ଆଦୌ ଆଚରଣ କରୁନାହାନ୍ତି । ମସ୍ତ ଅଜ୍ଞାନୀମାନଙ୍କୁ ଆଉ ଓଡ଼ିଆ କହି ଆସୁନାହିଁ ଅଥବା ଓଡ଼ିଆ କହିବାକୁ ସେମାନଙ୍କୁ ମୋଟେ ଭଲ ଲାଗୁନାହିଁ । ମଞ୍ଚମାନଙ୍କ ଉପରେ ଦଣ୍ଡାୟମାନ ହୋଇ ସେମାନେ କେଡ଼େ ନିପଟ ଜଳକା ଏକ ବିନମ୍ରତା ସହିତ କହୁଛନ୍ତି ଯେ ସେମାନେ ଓଡ଼ିଆରେ କିଛି କହିଲେ ବଡ଼ ଅସହଜ ବୋଧ କରିବେ-। ତେଣୁ ଦେଢ଼ଟା ଅଢ଼େଇଟା ବାକ୍ୟ ଓଡ଼ିଆରେ କହି ଚାହୁଁ ଚାହୁଁ ଇଂରାଜୀ ଭିତରକୁ ଡେଇଁ ପଡ଼ୁଛନ୍ତି ଓ ସତେଅବା ଯେକୌଣସି ପ୍ରକାରେ ଥଳ ପାଇଗଲା ପରି ଉଷତ ମୁଦ୍ରାରେ ବେଙ୍ଗି ବାଇଦଟାଏ ଘଅଁ ଘଅଁ କରିବାରେ ଲାଗିଛନ୍ତି । ଯିଏ ଓଡ଼ିଆ ଜାଣିଛି, କିନ୍ତୁ ଇଂରାଜୀରେ ସେତେବେଶି ରୋମନ୍ଥନ କରିପାରି ନାହିଁ, ଆମ ଓଡ଼ିଶାରେ ଯାବତୀୟ କୁଳୀନ ମଞ୍ଚରେ ସିଏ ଓଲମା ହୋଇ ରହିଯାଇଛି । ପୁନଶ୍ଚ, ଅନ୍ୟ ପକ୍ଷରେ, ଯିଏ ଇଂରାଜୀ ଭାଷାର ଗହନରେ ଫଡ଼ ଫଡ଼ ହୋଇ ଗଛକୁ ଗଛ ଉଡ଼ି ପାରୁଛି, ବାଉଁଶରାଣୀ । ହୋଇ ଶୁନ୍ୟରେ ସାଧନ ଭାଙ୍ଗୁଛି ଅଥଚ ଓଡ଼ିଆ ଭାଷାରେ କହିଲା ବେଳେ ବହୁ ସଙ୍କୋଚରେ ଥଙ୍ଗ ଥଙ୍ଗ ହେଉଛି, ତାକୁ ଆପଣ ପ୍ରକୃତରେ କ’ଣ ବୋଲି କହିବେ ? ସେମାନେ ଆମକୁ ନାନାମରେ ପ୍ରବଞ୍ଚିତ ହୋଇ ରହିବାକୁ ସେହି ଉପନିବେଶକାଳ ଠାରୁ ବଇନା ନେଇ ଏଠି ହୁନ୍ଦର ଲଗାଇ ରଖିବାକୁ ମନସ୍ଥ କରି ନାହାନ୍ତି ତ ?

 

କୃଷି ବିଦ୍ୟା, ଚିକିତ୍ସା କୌଶଳ, ବିଜ୍ଞାନ,–ତଥାକଥିତ ସକଳବିଧ ଉଚ୍ଚ ଶିକ୍ଷା,ଏସବୁ ଓଡ଼ିଆ ଭାଷାକୁ ପ୍ରତ୍ୟାଖ୍ୟାନ କରି କ'ଣ ପାଇଁ ଇଂରାଜୀର ଖୋଳଟାଏ ପିନ୍ଧି ଫୁଲାଇ ହେଉଥିବେ-? ଓଡ଼ିଆରେ ପଢ଼ା ହେଉଥିଲେ ସିଧା କୃଷକମାନେ ହିଁ କୃଷିବିଜ୍ଞାନ ଅଧ୍ୟୟନ କରିବାର ସ୍ଵାଭାବିକ ଅଧିକାରଟିକୁ ପାଇପାରି ଥାଆନ୍ତେ ଏବଂ ତଦ୍ଦ୍ୱାରା ଆମର କୃଷିନାମକ ନିୟତିଟି ପ୍ରକୃତରେ ସିଧା ଆମର ଜୀବନକୁ ସ୍ପର୍ଶ କରି ପାରୁଥାନ୍ତା । ବର୍ତ୍ତମାନ ତ ବେତାଏ ବେତାଏ କୃଷିବାବୁ ବାହାରି ଆମକୁ ପ୍ରାୟ ଚାକର କରି ରଖିଛନ୍ତି । ଠିକ୍ ସେହିଭଳି ଯାବତୀୟ ଜ୍ଞାନ ଇଂରାଜୀର ନାନା ଅର୍ଥହୀନ ଭୁରୁଡ଼ ଭିତରେ ବାନ୍ଧି ହୋଇ ରହିଛି ବୋଲି ଏତେ ସମ୍ପଦ ଓ ସମ୍ଭାବନା ମହଜୁଦ ଥାଇ ମଧ୍ୟ ଆମେ କାଙ୍ଗାଳ ହୋଇ ରହିଛୁ ଏବଂ ଅଜ୍ଞାନୀମାନେ ହିଁ ଆମକୁ ଗୋଟାଏ ଗୋଟାଏ ଖଲିପା ବନି ଭୋଗ କରିବାରେ ଲାଗିଛନ୍ତି ! କିଞ୍ଚିତ କରି କହନ୍ତୁ ତ, ଓଡ଼ିଆରେ ଆମ ସାମୂହିକ ଜୀବନଟି ସତକୁ ସତ କ୍ରିୟାଶୀଳ ହୋଇ ରହିଥିଲେ ଆମର ଏଠି ଭ୍ରଷ୍ଟାଚାର, ଏହି ବହୁବିଧ ଉପେକ୍ଷା ଏବଂ ଅବଜ୍ଞା ପ୍ରାୟ ଏଡ଼େ ଅଣଅକ୍ତିଆର ଭାବରେ ବିପଦ ସଙ୍କେତର ସୀମାଟାକୁ ଡେଇଁ ଆମକୁ ବୋକା ବନାଇବାରେ ଲାଗିଥାଆନ୍ତା କି ?

 

ତେଣୁ, କବି ମେହେରଙ୍କର ଉଲୁଗୁଣା ଦେଇ ବାବୁମାନେ ଓଡ଼ିଆ ଭାଷାର ମହିମା ବଖାଣି ରୋଦନ କରିବାର ମିଥ୍ୟା ବିଳାସଟାକୁ ପରିତ୍ୟାଗ କରନ୍ତୁ । ଯେଉଁଠାରେ ଧକ୍କା ଦେଲେ ଆମ ଉଦୟର ଦୁଆରଗୁଡ଼ାକ ସତକୁ ସତ ଖୋଲିଯିବ, ସେମାନେ ଅନୁରୂପ ସାଧୁତା ଦେଖାଇ ସେହିଠାରେ ଯାଇ ଧକ୍କା ଦିଅନ୍ତୁ । ଭାଷାର ଆନ୍ଦୋଳନକୁ ସେମାନେ ଯାବତୀୟ ଦରବାରୀ ଦୟା ଏବଂ ମଞ୍ଚମାୟାର କବଳରୁ ମୁକ୍ତ କରନ୍ତୁ, ମେରୁଦଣ୍ଡଧାରୀ କୌଣସି ପ୍ରାଣୀ ପରି ଅଣ୍ଟାକୁ ସିଧା କରି ଆହ୍ୱାନ ଭଳି ଆହ୍ୱାନମାନ ଦିଅନ୍ତୁ । ଅଜ୍ଞାନୀମାନଙ୍କର କପଟପାଶା ମଧ୍ୟରୁ ଜ୍ଞାନକୁ ମୁକ୍ତ କରନ୍ତୁ, ସତ୍ୟକୁ ମୁକ୍ତ କରନ୍ତୁ । ଯାବତୀୟ ସଂଗ୍ରାମ ମଧ୍ୟରେ ସର୍ବଦା ଏକ ବିଶ୍ଵବିଶ୍ଵାସର ଅଟଳ ନିର୍ଭର ହିଁ ସଚରାଚର ଅପେକ୍ଷା କରି ରହିଥାଏ, ଏକ ମୋହଭଙ୍ଗ ତଥା ଗୁହାମୁକ୍ତିର ମୁହୁର୍ତ୍ତ ହିଁ ଅପେକ୍ଷା କରି ରହିଥାଏ । ଆଗାମୀ ପୃଥିବୀଟି ଯେ ସତକୁ ସତ ଜାଗରୂକମାନଙ୍କୁ ଅଗ୍ରସର କରାଇ ନେବାକୁ ଆସୁଛି, ସେହିପରି ଏକ ବିଶ୍ଵବିଶ୍ୱାସ । ନିଜକୁ ଅନ୍ୟ ସମସ୍ତଙ୍କ ମଧ୍ୟରେ ସାମିଲ କରି ଶ୍ରଦ୍ଧାର ସହିତ ସମ୍ମୁଖକାମୀ ହୋଇ ବାଟ ଚାଲିବାର ବିଶ୍ୱାସ । କେବଳ ସେହି ଶ୍ରଦ୍ଧା ଓ ସେହି ବିଶ୍ଵାସ ହିଁ ଏହି ମିଛ ମେଦିନୀଟାକୁ ଫଟାଇ ପାରିବ ।

Image

 

ଆସିବନି କି ଓହ୍ଲାଇ ?

 

ଭାରତ ଛାଡ଼ ଆନ୍ଦୋଳନ ସମୟରେ କଟକ ଜେଲର ଘଟଣା। ସେତେବେଳେ ଜଣେ ସହବନ୍ଦୀ ଗୀତଟିଏ ବୋଲି ଆମକୁ ଶୁଣାଉଥିଲେ । କେଡ଼େ ଆକୁଳ ଏବଂ ନିଷ୍କପଟ ଭାବରେ ସିଏ ସେହି ଗୀତଟିକୁ ବୋଲୁଥିଲେ । ଗୋଟାସୁଦ୍ଧା ଆମ ହୃଦୟ ଯାଏ ଖେଦି ଯାଉଥିଲା । ଆମ ଭିତରୁ ବି ଆମେ ଥୋକେ ପରମ ଆଦରରେ କ୍ରମେ ତାହାକୁ ଶିଖିନେଲୁ ଓ ବୋଲିବାକୁ ଆରମ୍ଭ କରିଦେଲୁ। ହେ ସ୍ଵର୍ଗର ଦେବତା, ତୁମେ କ’ଣ ଆଉ ଥରେ ତୁମର ସେହି ଧାମରୁ ପୃଥିବୀକୁ ଓହ୍ଲାଇ ଆସିବ ନାହିଁ ? ପରମ ଦେବତାଙ୍କୁ ସତେ ଅବା ସ୍ମରଣ କରାଇଦେଇ କୁହାଯାଇଥିଲା, ତୁମେ ଥରେ ରାମଙ୍କର ରୂପ ଧରି ଏହି ଧରା ତଳେ ଅବତୀର୍ଣ୍ଣ ହୋଇଥିଲ ଓ ରାବଣକୁ ସଂହାର କରି ପୃଥିବୀର ରକ୍ଷା କଲ ଏବଂ ଆଉ ଥରେ ଦ୍ଵାପର ଯୁଗରେ କୃଷ୍ଣରୂପ ଧାରଣ କରି ଆସିଥିଲ ଏବଂ କଂସର ଦର୍ପକ ମଧ୍ୟ ଚୂର୍ଣ୍ଣ କଲ । ରାମରାଜ୍ୟର କଥାକୁ ମନେପକାଇ ଲୋକମାନେ ଏଯାଏ ବି ଏପରି ଝୁରି ହେଉଛନ୍ତି ଯେ, ସେମାନଙ୍କର ଆଖିର ଲୋତକଧାର ତଥାପି ଶୁଖି ଯାଇନାହିଁ । କେତେ ସାନ୍ତ୍ଵନା ମିଳୁଥିଲା ସେତେବେଳେ ସେହି କେତେପଦ ଗୀତରୁ ! ଲାଗୁଥିଲା, ସତେ ଯେପରି ସ୍ଵର୍ଗବାସୀ ଜଗତପତି ଆମର ଦଇନିଟାକୁ ଶୁଣି ଅର୍ଥାତ୍ ଆମ ଦୁଃଖକୁ ଦୂର କରିବା ନିମନ୍ତେ ଆସି ପହଞ୍ଚି ଯାଉଥିଲେ । ପ୍ରକୃତରେ ତତ୍‌କ୍ଷଣାତ୍, ଠିକ୍ ଯେଉଁଭଳି ଏକଦା ଗଜରାଜ କୁମ୍ଭୀରର ହାବୁଡ଼ରେ ପଡ଼ିଥିବା ବେଳେ, ଘୋରବନରେ ମୃଗୁଣୀକୁ ବିପତ୍ତି ପଡ଼ିଥିବା ବେଳେ ଏବଂ କୁରୁସଭାରେ ଦ୍ରୋପଦୀ କ୍ରନ୍ଦନ କରୁଥିବା ସମୟରେ ଇତ୍ୟାଦି, ଇତ୍ୟାଦି । କାଳଜୟୀ ଏହି କଥାଗୁଡ଼ିକ ଏବେ ମଧ୍ୟ ଆମର ଆର୍ତ୍ତଚିତ୍ତ ଅଧୀରମାନଙ୍କୁ କ’ଣ କମ୍ ବଳଦାୟକ ଖୋରାକମାନ ଆଣି ଯୋଗାଇ ପାରୁଛି ।

 

ପରମ୍ପରାଟି ଏବେ ମ ଲାଗି ରହିଛି ! ଆମକୁ ଆଦୌ ଛାଡ଼ି ପାରୁନାହିଁ । ଆମେ ତାହାକୁ ଛାଡ଼ିଲେ ସିନା ସିଏ ମଧ୍ୟ ଆମକୁ ଛାଡ଼ିବାର ଆଦୌ କୌଣସି ଅବକାଶ ପାଆନ୍ତା ? ପ୍ରାୟ ସେହି ପୁରାତନ ବ୍ୟାକୁଳତାର ମଣ୍ଡନରେ ଏବର କେତେ ଗୀତ ଓ କବିତାରେ ମଧ୍ୟ ସେହି ମୂର୍ଚ୍ଛନାଗୁଡ଼ିକ ନିନାଦିତ ହେଉଛି ଏବଂ ଆମକୁ ଅବଶ ଅଥବା ଅନ୍ୟବଶ କରି ରଖିଛି । କାରଣରୁ ଅକାରଣରୁ ଆମେ ରାଜ୍ୟର ଦୁଃଖକୁ ତାଙ୍କ ଆଗରେ ଜଣାଇବାକୁ ମନ କଲା ମାତ୍ରକେ ଜଗତର ନାଥ ଜଗନ୍ନାଥଙ୍କୁ ମଧ୍ୟ ଆମର ଏହି ଦୁଃଖମୟ ସମୟଟାରେ ଅବତରି ଆସିବା ନିମନ୍ତେ ଉଦ୍‌ବୋଧନ ଦେବାକୁ ଅଗ୍ରସର ହୋଇଯାଉଛୁ । ପୂଜ୍ୟପୂଜାର ଯେଉଁ ଅଭିନବ ଶୈଳୀଟା ଏବେ ମଧ୍ୟ ଦାଣ୍ଡମାନଙ୍କରେ ପ୍ରାୟ ସର୍ବପରାକ୍ରମୀ ହୋଇ ଆମକୁ ଘାରି ରଖିଛି, ସ୍ୱତନ୍ତ୍ର ଅବସରଗୁଡ଼ିକରେ ସେଇଟି ପ୍ରାୟ ଅବିଛିନ୍ନ ଭାବରେ ଆମର ବିବେକଟିକୁ ଗେହ୍ଲା କରି ରଖିଛି । ହେ ଗୋପବନ୍ଧୁ, ହେ ଉତ୍କଳର ମଣି, ହେ ଦୟାର ସରୋବର ଉତ୍କଳପ୍ରାଣ, ତୁମେ ପୁଣି କେବେ ଯାଇ ଏହି ଉତ୍କଳ ଭୂମିରେ ଜନ୍ମ ଗ୍ରହଣ କରିବ ? ଉତ୍କଳରେ ଏବେ ମଧ୍ୟ ଦୁର୍ଭିକ୍ଷ, ବନ୍ୟା ଓ ବାତ୍ୟା ଲାଗି ରହିଛି,–ଘାଟି ସରିନାହିଁ, ରିଷ୍ଟ କଟିନାହିଁ । ଏଠି ଆହା ବୋଲି କହିବାକୁ କେତେ କେତେ ଅଛନ୍ତି ସିନା, ମାତ୍ର ତୁମ ପରି କେହି ନାହାନ୍ତି । ତେଣୁ ତୁମେ ଆଉଥରେ ଆସ, ଉତ୍କଳ ମାତାଙ୍କର ଦୁଃଖକୁ ଦୂର କର, ଇତ୍ୟାଦି ଇତ୍ୟାଦି । ପଦ୍ୟରେ ଯେତିକି, ଗଦ୍ୟରେ ମଧ୍ୟ ସେତିକି । ସଭାମାନଙ୍କରେ ମଧ୍ୟ କୌଣସି ଗୁଣରେ ଆଦୌ କମ୍ ନୁହେଁ । ସେ ନେତା ଆଉ ମିଳିବେ ନାହିଁ, ସେହି କବି ଓ ଯୁଗସ୍ରଷ୍ଟ ମଧ୍ୟ ମିଳିବେ ନାହିଁ । ଯେତେବେଳେ ଓଡ଼ିଆ ଭାଷା ବିପନ୍ନ ହୋଇ ପଡ଼ିଥିଲା, ଓଡ଼ିଆମାନେ ନିତାନ୍ତ ଅଗଣ୍ୟ ହୋଇ ମୁହଁ ଲୁଚାଇ ଭାଗ୍ୟ ଆଦରି ରହିଥିଲେ, ସେତେବେଳେ ସେଇ ଆସି ସିନା ଏକ ନବଜାଗରଣର ଡାକରା ଦେଲେ ଓ ଆମେ ଯିଏ ଯେତେ ଶୋଇ ରହିଥିଲୁ, ତାଙ୍କର ଡାକ ଶୁଣି ସିନା ଚେତିଲୁ ଓ ଉଠିଲୁ,- ନିଜ ଭିତରେ ଥିବା ସବା ଆଗର ଏବଂ ସବାପାଖର ଭଗବାନ ଅର୍ଥାତ୍ ଶକ୍ତିପ୍ରଦାୟକ ଓ ପଥପ୍ରଦର୍ଶକଙ୍କ ପାଖରେ ଚୋରା ହୋଇ ବଙ୍ଗ ଚଙ୍ଗ ହୋଇ ବୁଲୁଥିଲା ପରି ଆମେ ସଭାମାନଙ୍କରେ ହୁରି ପକାଉଥିବା ସମୟରେ ସ୍ୱୟଂ ଭଗବାନ ମଧ୍ୟ ବିସ୍ମିତ ହୋଇ ଯାଉଥିବେ ଓ ଏହି ଭୂଇଁଟାକୁ ମୋଟେ ପାରିବେ ନାହିଁ ବୋଲି କହିବାକୁ ମନ କରୁଥିବେ ।

 

ସେଦିନ ହିମାଳୟ ବିଷୟରେ ମଧ୍ୟ କବିତାଟିଏ ପଢ଼ିଲି । କବି କେତେ ଅସହାୟ ଏହି ଭାରତବର୍ଷର ପକ୍ଷ ନେଇ କହୁଛନ୍ତି,–ଏହି ଦେଶରେ ଏତେ ଦୁଃଖ, ଶତ୍ରୁମାନେ ଆମ ଚାରିପାଖରେ ଘେରି ରହିଛନ୍ତି, ଏକ ମନ୍ଦକାଳ ଆସି ଏଠାରେ କେଡ଼େ କେଡ଼େ ସମ୍ଭାବନାକୁ ଜଡ଼ପ୍ରାୟ କରି ରଖିଛି, ତେଣୁ ଆସ, ତୁମରି ଦ୍ୱାରା ପରିଚାଳିତ ଏହି ଦେଶର ଚିତ୍ତରେ ପ୍ରାଣର ସଂଚାର କର, ଏହି ଜଡ଼ତାର ଅବସାନ ହେଉ, ଭାରତର ଏହି ମହାନ୍ ଭୂମିଟି ତା’ର ପୂର୍ବ ଗୌରବ ବିଷୟରେ ସଚେତନ ହେଉ, ଜାଗିଉଠୁ, କଡ଼ ଲେଉଟାଉ, ଇତ୍ୟାଦି ଇତ୍ୟାଦି । ଏହିପରି କୌଣସି ବିଶେଷ ମାୟାର ଚାତୁର୍ଯ୍ୟରେ ବାନ୍ଧିହୋଇ ପଡ଼ିଛନ୍ତି ବୋଲି ଏହି ଭୂମି ତଥା ଏହାର ଅଧିବାସୀମାନେ ଏପରି ଏକ ସାନ୍ତ୍ୱନାଦାୟକ ଖୁଣ୍ଟକୁ ଯାବୁଡ଼ି ଧରିଛନ୍ତି କି ? ଗୋଟିଏ ଚିତ୍ତବୈକଲ୍ୟ ଏପରି ରହିଛି, ଯାହାକି ଆପଣାର ଅକର୍ମଣ୍ୟତା ତଥା ଅସମର୍ଥତା ଗୁଡ଼ିକୁ ପ୍ରଦର୍ଶନ କରି ଏକ ମହାନନ୍ଦ ଅନୁଭବ କରୁଥାଏ । ବହୁତ ଉତ୍ତାପ ସହିତ ଗୁହାରିଗୁଡ଼ାକୁ କରେ; ସ୍ଵର୍ଗବାସୀ ପିତାଙ୍କୁ, ଯାହାଙ୍କୁ କି ସିଏ ଆପଣା ସ୍ୱଭାବର ପ୍ରକୋପଟା ଭିତରେ ପଡ଼ି ନିଜ ଭିତରେ ଠାବ କରିବାର ସାହସ କରିପାରେ ନାହିଁ,–ସତେ ଅବା ବେକରେ ଗାମୁଛା ପକାଇ ତାଙ୍କୁ ପୂରା ଏଯାଏ ଘୋଷାରି ଆଣିବ ବୋଲି ସିଏ ବଡ଼ ନିଷ୍ଠାପର ଭାବରେ ହିଁ ବିଶ୍ବାସ କରୁଥାଏ । କେଉଁ ଅସଲ ବିଶ୍ଵାସଟିର ଭାଜନ ହୋଇ ପାରିନଥାଏ ବୋଲି ଗୋଟାଏ ତୁଚ୍ଛା ଅଣବିଶ୍ଵାସଟାକୁ ବିଶ୍ୱାସ ବୋଲି କହିବାରେ ଆପଣାକୁ ଏକ ଅନୁରୂପ ଅପସଂସ୍କାରର ହିମ୍ମତରେ ଅଭ୍ୟସ୍ତ କରି ରଖିଥାଏ କେଜାଣି ! ଏହିପରି ଜଣେ ଅସମର୍ଥ କବି ବା ଲେଖକଙ୍କୁ ଆମେ ପ୍ରକୃତରେ ନିତାନ୍ତ ଅଣଆୟତ୍ତ ଅର୍ଥାତ୍ ଭାବପ୍ରବଣ ବୋଲି କହିବା ନା ସିଏ ଆପଣାର କୌଣସି ନିଗୁଢ଼ ଭାବ-କାରବାର ଗୁଡ଼ିକର କ୍ଷେତ୍ରରେ କ’ଣ ପାଇଁ କିଂଚିତ୍ ଚତୁର ହୋଇ ରହିବାର ପନ୍ଥା ଧରିଛନ୍ତି ବୋଲି କହିବା ? ସତକୁ ସତ ସୃଜନଶୀଳ ମଣିଷଟିଏ ବସ୍ତୁତଃ କଦାପି ସେଭଳି ବୃଦ୍ଧି କରନ୍ତୁ ନାହିଁ । ସିଏ ନିଜ ଭିତରେ ଏପରି ଏକ ଅଭୟର ସଂକ୍ରମଣସ୍ପର୍ଶର ବାରତା ପାଆନ୍ତା, ଯାହା ତାକୁ ଏହି ପୃଥିବୀରେ ଅଧିକ ବିଶ୍ଵାସକୁ, ଅଧିକ ସାହସକୁ ସମ୍ଭବ କରି ଆଣିବାରେ ଗୋଟିଏ ନିମିତ୍ତ ରୂପେ ବ୍ୟବହାର କରି ପାରନ୍ତା । ସୃଜନଶୀଳ ମନୁଷ୍ୟଟିଏ, ସୃଜନଶୀଳ ଲେଖକ ଅଥବା କବିଟିଏ ସଚରାଚର ଠିକ୍ ଏହି ରୀତିରେ ହିଁ ପୃଥିବୀଯାକକୁ ନିଜର ଅତି ନିକଟବର୍ତ୍ତୀ ପରି ହିଁ ଅନୁଭବ କରିଆସିଛି, ପୃଥିବୀଟାକୁ କେତେ ନା କେତେ ହିମ୍ମତ ଦେଇ ସର୍ଣ୍ଣ ଭାବରେ ଜଣେ ବନ୍ଧୁ ପରି କେଉଁ ପରମ ଇପସିତଙ୍କର ସମ୍ଭାବନା ସମ୍ପଦଗୁଡ଼ିକ ଆଡ଼କୁ ବହନ କରି ନେଇଛି ।

 

ଆରେ ବାବୁ, ତୁ ତେଣୁ ଏହି ପୃଥିବୀଟାକୁ ଆଉ ମୋଟେ ଅକାରଣରେ କାତର କରି ପକାଇବାର ଉଦ୍ୟମ କରିବୁ ନାହିଁ । ନାନା କାରଣରୁ ଆମର ଏହି ପୃଥିବୀରେ ତଥାକଥିତ ଆଧୁନିକ କାଳଟାରେ ହିଁ ଭୟମାନେ ବଢ଼ିଛନ୍ତି । କ୍ଷମତାମାନେ ଅଧିକ ନିରଙ୍କୁଶ ଭାବରେ ବହୁଦନ୍ତ ହେବାରେ ଲାଗିଛନ୍ତି । ନିତାନ୍ତ ହିଂସ୍ରମାନେ ନିଜ ଭିତରେ ରହିଥିବା ମହତ୍ତମ ମନୁଷ୍ୟ-ମହିମାଗୁଡ଼ିକ ଆଡ଼କୁ ଆଉ ସିଧା ଆଖି ଅନାଇ ପାରୁନାହାନ୍ତି ବୋଲି କେଡ଼େ ଭୟବିହ୍ଵଳ ଭାବରେ ଆମ ସାଧାରଣ କୋଟି କୋଟି ମଣିଷଙ୍କୁ ଏକାଧିକ ପ୍ରକାରେ ଅନ୍ୟମନସ୍କ କରି ରଖିବାର ବହୁ ଚକ୍ରାନ୍ତ କରିବାରେ ଲାଗିଛନ୍ତି । କେବଳ ଶାସକମାନେ ନୁହନ୍ତି, ସଂସାରର ହାଟରେ ଏକୁଟିଆ ରହିବେ ଓ ସବୁକିଛି ଭୋଗ କରିବେ ବୋଲି ସତେ ଅବା କୌଣସି ପାଷାଣ୍ଡପଣିଆର ଆସକ୍ତିରେ ଧାବମାନ ଏହି ବଣିକମାନେ ନୁହଁନ୍ତି, ଆମର ଧର୍ମମାନେ ତଥା ଧର୍ମଘରର ଗୁରୁମାନେ ମଧ୍ୟ ପୃଥିବୀ ପାଖରୁ ତାର ସ୍ଵାଭାବିକ ସହଜଶ୍ରଦ୍ଧା ଗୁଡ଼ିକୁ ଅପହରଣ କରିନେବାରେ ଫିସାଦମାନଙ୍କରେ ମତ୍ତ ହୋଇ ରହିଛନ୍ତି । ଏମାନେ ସମସ୍ତେ ମେଳ ହୋଇ ସାଧାରଣ ସେହି କୋଟି କୋଟିକୁ ଅଧିକରୁ ଅଧିକ ବଳହୀନ କରି ଦେବାକୁ କେଡ଼େ ବଳୀୟାର ହୋଇ ବାହାରିଛନ୍ତି, ସେହିମାନେ ଫିକର କରି ଗଢ଼ିଥିବା ନାନା ଆନୁଷ୍ଠାନିକତା ଭିତରେ ମଣିଷମାନେ ଏକାବେଳକେ ନିତାନ୍ତ କୋମଳ ବୟସରୁ ହିଁ ଏପରି ବାଇଆ ହୋଇଯାଉଛଛି ଯେ, ଉପସ୍ଥିତ ଆହ୍ୱାନ ଗୁଡ଼ିକର ସାମନାରେ ଅଣ୍ଟାକୁ ସିଧା କରି ଠିଆ ହେବାକୁ ଆଉ ମୋଟେ ସାହସ କରିପାରୁନାହାନ୍ତି । ମନୁଷ୍ୟମାନେ ନିଜ ଭିତରୁ ମୂଳତଃ ଏପରି ଏକ ଶକ୍ତିର ଉଦ୍‌ବୋଧନ ଶୁଣିପାରନ୍ତେ, ଏପରି ଏକ ଅମିତ ଶକ୍ତିଭଣ୍ଡାରର-। ଆବିଷ୍କାର କରନ୍ତେ, ଯାହାକି ସେମାନଙ୍କୁ ପରସ୍ପର ମଧ୍ୟରେ ମଧ୍ୟ ସେହି ଶକ୍ତିମତ୍ତାଟିକୁ ଠାବ କରିବାର ସାମର୍ଥ୍ୟ ଆଣି ଦିଅନ୍ତା,–ଉପସ୍ଥିତ କାଳଟିର ପୃଷ୍ଠଭୂମି ଉପରେ ତା’ ନିଜର ତଥା ତାହାରି ପରି କୋଟି କୋଟିଙ୍କର ଏହି ପୃଥିବୀରେ ମନୁଷ୍ୟ ନିଜର ଅସଲ ଉତ୍ତରାଧିକାରଟିକୁ ଚିହ୍ନି ନେଇ ପାରନ୍ତା । ଏବଂ, ତା’ପରେ ମନୁଷ୍ୟକୁ ଆଉ କିଏ ପାରନ୍ତା, କେଉଁ ରାଷ୍ଟ୍ର ପାରନ୍ତା, କୋଉ ଅସ୍ତ୍ରାଗାରମାନେ ପାରନ୍ତେ ଏବଂ ଏବରୁ ଏହି ସଂଗଠିତ ଦୁଷ୍ଟମାନେ ତା’ର ଆଉ କଣ ବା କରିପାରନ୍ତେ ?

 

ତେଣୁ, ଆଉ କେହି ମୋଟେ ଓହ୍ଲାଇ ଆସିବେ ନାହିଁ । ତ୍ରେତାଯୁଗର ରାମଚନ୍ଦ୍ର ନୁହନ୍ତି କି ଦ୍ଵାପର ଯୁଗର କୃଷ୍ଣଚନ୍ଦ୍ର ଓ ଆଉ ଯାବତୀୟ ଚନ୍ଦ୍ର ଓ ସୂର୍ଯ୍ୟ,–ସେମାନେ ସମସ୍ତେ ଏକଦା ଏହି ଧରାଧାମରେ ହିଁ ରହିଥିଲେ, ଆହ୍ୱାନଗୁଡ଼ିକୁ ଶୁଣିପାରିଥିଲେ, ସେଗୁଡ଼ିକର ଜବାବ ଦେଲେ ଏବଂ ଆମ ପାଇଁ ଅମର ହୋଇ ରହିଲେ, ଆମର ଗୌରବ ତଥା ଗର୍ବ ହୋଇ ରହିଲେ । ଗୋପବନ୍ଧୁ, ଗାନ୍ଧୀଜୀ ଏମାନେ କେହି ହେଲେ କଦାପି ଓହ୍ଲାଇ ଆସିବେ ନାହିଁ । ସେମାନେ ଏହିଠାରେ ହିଁ ରହିଥିବେ, ପ୍ରେରଣା ଦେଉଥିବେ । ଜାଗରୂକମାନଙ୍କର ନିତ୍ୟସଙ୍ଗୀ ଏବଂ ନିତ୍ୟସମ୍ପଦ ହୋଇ ରହିଥିବେ । ତେଣୁ, ଆମର ଉଚ୍ଛନ୍ନ କବିମାନେ ଓ ଲେଖକମାନେ ଆହୁରି ଥିର ହୁଅନ୍ତୁ । ଆପଣାର ସଦନଟିରେ ହିଁ ଗାନ୍ଧୀ ଅଥବା ଗୋପବନ୍ଧୁଙ୍କୁ ଆବିଷ୍କାର କରିପାରିବା ଭଳି ଧିର ହୁଅନ୍ତୁ । ଏହି ଓଡ଼ିଶାକୁ, ଏହି ଭାରତବର୍ଷକୁ ତଥା ଏହି ଉପସ୍ଥିତ ପୃଥିବୀଟିକୁ ନିଜର ଘର ବୋଲି ସ୍ୱୀକାର କରନ୍ତୁ-। ତେବେ ଯାଇ ସେମାନଙ୍କର ସୃଜନଶୀଳତାଟି ମଧ୍ୟ ଥଳ ପାଇବ, ସେମାନଙ୍କର ବହୁ ଗୁହାମୁକ୍ତିର କାରଣ ହୋଇପାରିବ । ଠାକୁରମାନେ, ମୁକ୍ତିଦାତାମାନେ ତଥା ସତ୍ୟୋଦଘାଟନରେ ଅସଲ ପ୍ରତିଭୂମାନେ ଏହି ପୃଥିବୀର ବାହାରେ କେଉଁଠି ରହିଛନ୍ତି ବୋଲି ଗୋଟାଏ ହୋ ଲଗାଇ ଦେବାଦ୍ୱାରା କେବଳ ଅଲକ୍ଷଣାମାନେ ହିଁ ଯୁଗେ ଯୁଗେ ଅଧିକ ମୁହାଁସ ପାଇଛନ୍ତି । ଠକମାନଙ୍କୁ ଏଠି ଠକିବା ପାଇଁ ଖୁବ୍ ମଉକା ମିଳିଯାଇଛି । ବରଷକେ ଥରେ ରାବଣର ପୁତ୍ତଳିକାଟାରେ ଅଗ୍ନି ସଂଯୋଗ କରିଦେଇ ତାହାରି ଦ୍ୱାରା ହିଁ ପୃଥିବୀରୁ ଅନ୍ଧାର ଏବଂ ଅନ୍ୟାୟର ଅବସାନ ଘଟିଲା ବୋଲି ନିପଟ ଅସାଧୁତାର ହାବୁକାମାନ ମାରିଦେଇ ପ୍ରଚଣ୍ଡମାନେ ପୃଥିବୀଟାକୁ ଏବେ ମଧ୍ୟ ଭୋଗ କରୁଛନ୍ତି ।

 

ଖିଳ ମନୁଷ୍ୟ–ସମୂହର ଆଲୋକକାମା ଆକାଂକ୍ଷାଗୁଡ଼ିକୁ କ୍ରମେ ଭାରି ଶୀତଳ କରି ରଖିଦିଆଯାଇଛି । ତେଣୁ, କବିମାନେ ଓ ଲେଖକମାନେ ସେମାନଙ୍କର କଣ୍ଠ ବଦଳାନ୍ତୁ । ସେପଟେ ନରହି ସେମାନେ ମନୁଷ୍ୟର ପଟକୁ ଆସନ୍ତୁ, ମନୁଷ୍ୟମାନଙ୍କୁ ଏକ ଅନ୍ୟ ସଂହତି ନିମନ୍ତେ ପ୍ରସ୍ତୁତ କରନ୍ତୁ । ସେମାନେ ଏଣିକି ନୂଆ ମନ୍ତ୍ର ଗୁଡ଼ିକୁ ଲେଖନ୍ତୁ । ନିଜ ଭିତରେ ଏକ ନୂଆ ହିନ୍ଦୁତ୍ୱର ଆହ୍ୱାନକୁ ଶୁଣିବାର ଯୋଗ୍ୟତା ହାସଲ କରନ୍ତୁ । ଯାବତୀୟ ସୃଜନଶୀଳତା ସର୍ବବିଧ ଜଡ଼ତାକୁ ଅପହରଣ କରିନେବାକୁ ସମର୍ଥ ହେଉ । ଏହି କପଟମାନଙ୍କର ଅନ୍ତ ହେଉ । କାରଣ, ଆମେ ଭଗବାନ ବୋଲି ଯାହା କିଛିର କଳ୍ପନା କରିବା ପଛକେ, ସିଏ ଯେ କଦାପି କପଟୀ ହୋଇନଥିବେ, ସେହି କଥାଟିକୁ ଅବଶ୍ୟ ଆମେ ସ୍ୱୀକାର କରିବା ।

Image

 

ଶତ୍ରୁ ସେଇ ଗୋଟିଏ

 

ସନ୍ତ୍ରାସବାଦ ହିଁ ଏକମାତ୍ର ଶତ୍ର । ସବାମୂଳ ଶତ୍ର, ତେଣୁ ସବାବଡ଼ ଶତ୍ରୁ । ତ୍ରାସରୁ ସନ୍ତ୍ରାସ । ଭିତରେ ତ୍ରାସ, ବାହାରେ ସନ୍ତ୍ରାସବାଦ । ଭିତରେ ହିଂସ୍ର, ବାହାରେ ସନ୍ତ୍ରାସବାଦ । ଏକାବେଳକେ ଭଳି ଭଳି ସନ୍ତ୍ରାସବାଦ । ଭଳି ଭଳି ହିଂସ୍ର ମଣିଷ, ତେଣୁ ଭଳି ଭଳି ବି ଏହି ସନ୍ତ୍ରାସବାଦୀମାନେ । ସଚରାଚର ଆଦର୍ଶବାଦୀ ମଣିଷମାନେ ହିଁ ସନ୍ତ୍ରାସବାଦ ଦ୍ୱାରା ଭାରି ଆକର୍ଷିତ ହୋଇ ଆସୁଛନ୍ତି । ପୃଥିବୀରେ ଆଦର୍ଶବାଦ ସହିତ ଆଦର୍ଶବାଦର ଯୁଦ୍ଧ ହୋଇ ଆସିଛି । ଅର୍ଥାତ୍, ତାହାରି ବାହ୍ୟ ପ୍ରତିଫଳନ ବା ବାହ୍ୟ ପ୍ରକୋପଗୁଡ଼ାକୁ ପ୍ରକଟ କରିବାକୁ ଇଚ୍ଛା କରି ହିଁ ସଂପୃକ୍ତ କ୍ଷଣୋତ୍ସାହୀମାନେ ସିଧା ଗୋଟାଏ ଗୋଟାଏ ଯୁଦ୍ଧରେ ଯାଇ ଅବତୀର୍ଣ୍ଣ ହୋଇ ପଡ଼ିଛନ୍ତି । ଆଦର୍ଶ ଭିତରେ ଅବଶ୍ୟ କୌଣସି ମଳି ଧୂଳି ରହିବାର କୌଣସି କାରଣ ରହିବା ଉଚିତ ନୁହେଁ । ସତ ମଣିଷଟିଏ ଆଦର୍ଶକୁ ନିଜର ଡେଣା ପରି ହିଁ ବ୍ୟବହାର କରେ । ଏହି ଡେଣାମାନେ ତ ମଣିଷମାନଙ୍କୁ ନିମିତ୍ତ ଟିଏ ହୋଇ ବାଟ ଚାଲି ବାରେ ବଳ ଦିଅନ୍ତି । ଆଖିରେ ମନ୍ଦିର–ଚୁଡ଼ାଟିଏ ଏପରି ଦେଖାଯିବାକୁ ଆରମ୍ଭ କରେ ଯେ ଗୋଡ଼ମାନଙ୍କୁ କାଢ଼ି ଡଗ ଡଗ ହୋଇ ଚାଲିଯିବାକୁ ମୋଟେ ତର ସହେନାହିଁ । ଯୁଦ୍ଧ କରିବାକୁ ବେଳ ନଥାଏ, ହିଂସ୍ର ହେବାର ବି ବେଳ ନଥାଏ । ଆଦର୍ଶ ହେବାକୁ ମନ କରୁଥିବା ଗୋଟିଏ ବିଶେଷ କାଟର ମଣିଷମାନେ ହିଁ ଆଦର୍ଶବାଦୀ ହୁଅନ୍ତି । କ’ଣ ଗୋଟାଏ ନିତାନ୍ତ ଆସୁରିକ ଏକ ଅସହଜତା ଆସି ଜଣେ ମଣିଷ ତଥା ଏକ ମନୁଷ୍ୟ–ସମୁହ ଭିତରେ ଆସି ପଶିଯାଏ। ଯେ, ଆଦର୍ଶମାନେ ବି ଆଦର୍ଶବାଦରେ ପରିଣତ ହେବା ସକାଶେ ଖୁବ ଉଚ୍ଚାଟନ ଲାଭ କରନ୍ତି ।

 

ହଁ, ସନ୍ତ୍ରାସବାଦ ମଧ୍ୟ ଭଳି ଭଳି । ସରକାରୀ ସନ୍ତ୍ରାସବାଦୀ ତଥା ଗୌର–ସରକାରୀ ସନ୍ତ୍ରାସବାଦୀ । କ୍ଷମତାରେ ରହିଥିବା କୋଧା ମାନଙ୍କର ସନ୍ତ୍ରାସବାଦ । ତଥା କ୍ଷମତାରେ ନଥିବାରୁ ନିଜକୁ ଅତ୍ୟନ୍ତ ବଂଚିତ ବୋଲି ଅନୁଭବ କରୁଥିବା ଏବଂ ପ୍ରାୟ ଅଥୟ ହୋଇପଡ଼ି ହାତରେ ଖଣ୍ଡା ଧରି ବାହାରି ପଡ଼ୁଥିବା ସେହି ଭତର ଶିବିରଟାର ସନ୍ତ୍ରାସବାଦ । ନଜିରଗୁଡ଼ାକ ଆମକୁ ମାଳ ମାଳ ମିଳିଯିବ । ଆଗ ଅପେକ୍ଷା ଏବର ସନ୍ତ୍ରାସବାଦୀମାନେ ଅଧିକ ଭୀଷଣ ଯେ ମନେ ହେଉଛନ୍ତି, ତାହା ଅବଶ୍ୟ ସତକଥା । ତାହାର କାରଣ ହେଉଛି, ଏବେ କ୍ରମେ କ୍ରମେ କ୍ଷମତାପନ୍ନମାନଙ୍କର ଅସ୍ତ୍ରଶାଳରେ ଏପରି ଅସ୍ତ୍ରମାନେ ବାହାରିବାକୁ ଆରମ୍ଭ କଲାଣି ଯେ, ସେଗୁଡ଼ିକୁ ପ୍ରୟୋଗ କରାଗଲେ କେବଳ ତଥାକଥିତ ଶତ୍ରୁଟା ଯେ ମୂଳପୋଛ ହୋଇଯିବ ତାହା ନୁହେଁ, ଆମ ସମଗ୍ର ପୃଥିବୀଟା ମଧ୍ୟ ତବାହ ହୋଇଯିବ । ଡର ମାଡ଼ୁନାହିଁ ସିନା, ତଥାପି ଡର ମାଡ଼ୁଛି । ଏହି ହିଂସ୍ରତାଗୁଡ଼ାକ ଆଉ ଅଧିକ ନବଢ଼ୁ ଓ ଏତିକିରେ ରହୁ ବୋଲି ଖୋଦ୍ କ୍ଷମତାଧାରୀମାନେ ମଧ୍ୟ ବେଳେ ବେଳେ ଇଚ୍ଛା କରୁଛନ୍ତି, ତଥାପି ସୂତାଗୁଡ଼ାକ ହାତରୁ ଗଳ ଗଳ ହୋଇ ଖସିଯିବାରେ ଲାଗିଛି । ସତେଅବା ଆଉ କାହାରି ଅକ୍ତିଆରରେ ନାହିଁ । ହୁଣ୍ଡାଙ୍କ ପରି କେତେ ଏପରି ବି ହୁଏତ ମନେ କରୁଛନ୍ତି, ଯାହା ହେବାର ହେଉ, ଯାହା ସ୍ୱୟଂ ବିଧାତା ଏହି ପୃଥିବୀର ଅଦୃଷ୍ଟରେ ଲେଖିଛି, ତାହା ହିଁ ହେବ । ହିଂସ୍ରମାନେ ଯେ ପୁଣି ଏଡ଼ିକି ହୁଣ୍ଡା ହୋଇପାରନ୍ତି, ତାହାର ଉଦାହରଣ ଯାଇ ଆମର ଏକାଳରେ ହିଁ ଠାବ କରାଯାଇ ପାରୁଛି । ପୁନଶ୍ଚ, ବ୍ୟକ୍ତିମାନେ ସମ୍ଭବତଃ ଆଉ ଅନ୍ୟପ୍ରକାରର ଆଦୌ କିଛି ହେଲେ ସମ୍ଭବ ହେବନାହିଁ ବୋଲି ଧରିନେଇ ରାଷ୍ଟ୍ରମାନଙ୍କୁ ହିଁ ଫଇସଲା କରିବାର ଦାୟିତ୍ୱଟିକୁ ସମର୍ପି ଦେଇ ସତେ ଅବା ଝାଡ଼ିଝୁଡ଼ି ହୋଇ ବସିଛନ୍ତି । ବ୍ୟକ୍ତି ଭୋଗ କରୁଛି, ରାଷ୍ଟ୍ରପଘାଗୁଡ଼ିକୁ ଯାବୁଡ଼ି ଧରିଛି । ବିଜ୍ଞାନୀମାନେ ଅସ୍ତ୍ର ଗଢ଼ୁଛନ୍ତି । ବେଳେବେଳେ ଭାଣ୍ଡମାନେ ତାହାକୁ ହିଁ ଜାତୀୟବାଦ ବୋଲି କହୁଛନ୍ତି । ଆଗକାଳର ରଜା ଓ ଆମ ଏକାଳର ଏହି ରାଷ୍ଟ୍ରମାନେ । ତଥାକଥିତ ଧର୍ମଟା ମଧ୍ୟ ସେକାଳରେ ସତେଅବା ରାଜ୍ୟ ଅନୁସାରେ ଆପଣାକୁ ଅନୁଗତ କରି ରଖିଥିଲା ଓ ଏକାଳରେ ରାଷ୍ଟ୍ରର ଅନୁଗତ କରି ରଖିଛି । ନହେଲେ ସତେଅବା ତିଷ୍ଠି ରହିବା ଲାଗି କୌଣସି ଉପାୟ ପାଇନାହିଁ । ପୃଥିବୀରେ ଅଧିକାଂଶ ଧର୍ମଗୁରୁ ସେଥିପାଇଁ ଆପଣାର ବାନାଟିକୁ ଉଡ଼ାଇବେ ବୋଲି ଆଗ ରାଜାଙ୍କୁ ହିଁ ତୁଷ୍ଟ କରିବା ନିମନ୍ତେ ମସୁଧା କରିଛନ୍ତି-। ଅଶୋକ କଳିଙ୍ଗକୁ ଜୟ କଲେ ଓ ତେଣୁ ବିଚରା କଳିଙ୍ଗ ପୁରା ବୌଦ୍ଧ ହୋଇଗଲା । ମେଘବାହାନ ଖାରବେଳଙ୍କ ସମୟରେ ସେହି ଭୂମିଟା ସତେଅବା ଇଚ୍ଛା କଲା ମାତ୍ରକେ ଜୈନ ପାଲଟି ଯାଇଥିଲା । କେବଳ ସେକାଳରେ ନୁହେଁ, ଆମର ଏହି ଏ କାଳଟିରେ ମଧ୍ୟ ଯିଏ ଉଚିତ ବୌଦ୍ଧ ତଥା ଉଚିତ ଜୈନ ସଂସ୍କାରଗୁଡ଼ିକୁ ଯଥାସାଧ୍ୟ ନିଜ ଜୀବନରେ ଗ୍ରହଣ କରିବାକୁ ପ୍ରୟାସ କରୁଥିବେ, ଗୋଟିଏ ଧର୍ମରେ ପ୍ରକୃତରେ ରହିବା ଯେ ଜୀବନରେ କେତେ କେତେ ମୀମାଂସକ ଆହ୍ୱାନର ସମ୍ମୁଖୀନ ହେବା ଆବଶ୍ୟକ କରିଥାଏ, ସେଇ ଅବଶ୍ୟ ସେକଥା କହିପାରିବେ । ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ ସବାଆଗ ରାଜା ପ୍ରତାପରୁଦ୍ରକୁ ନିଜର ଧର୍ମବେଢ଼ା ଭିତରକୁ ପଣେଇ ନେଇ ଆସିଲେ ଏବଂ ତାପରେ ଯାଇ ନିଜ ଧର୍ମପ୍ରଚାର ନାମକ ଜାହଜଟିକୁ ତତ୍କାଳୀନ ଏହି ଭୂମିଟିର ପୋତାଶ୍ରୟ ଭିତରକୁ ପ୍ରବିଷ୍ଠ କରାଇ ପାରିଥିଲେ । ସବୁଠାରୁ ତ ବଡ଼ ବିସ୍ମୟକାରୀ କରିସ୍ମାଟି ସମବ ହେଲା, ଯେତେବେଳେ ବହୁ ଦୂରରେ ଅବସ୍ଥିତ କାଞ୍ଚି ରାଜ୍ୟର ରାଜକନ୍ୟାଙ୍କୁ ତାଙ୍କ ବାପାଙ୍କ ପାଖରୁ ଛଡ଼ାଇ ଆଣିବାର ସେହି ରାଜପଦର ହକରା ପାଇ ଦେଉଳର ଉଭୟ ଭାଇ ଆଗୁଆ ସିପାହୀ ହୋଇ ବାହାରି ପଡ଼ିଥିଲେ । ଆମେ ଏହି ସବୁ ବ୍ୟାପାରକୁ ଆଦର୍ଶବାଦ ବୋଲି କହିବା ନାହିଁ ସିନା, ମାତ୍ର ସନ୍ତ୍ରାସବାଦ ବୋଲି ଅବଶ୍ୟ କହିବା । ଏହି ଯାବତୀୟବିଶେଷ କାହାଣୀଗୁଡ଼ିକ ଆମର ଜାତୀୟତାବାଦୀ ଯୁଗର ପ୍ରସାଦ-ବଣ୍ଟନରେ ଆମର ବହୁତ କାମରେ ଏବେ ମଧ୍ୟ ଲାଗୁଛି ! ଜାତିର ପିଲାମନଟିକୁ ଖୁବ୍ ବୁଝାଇ ରଖିପାରିଛି ।

 

ୟୁରୋପରେ ମାର୍ଟିନ ଲୁଥର ଧର୍ମରେ ସଂସ୍କାର ନିମନ୍ତେ କେଡ଼େ ସାହାସୀ ହୋଇ ବାହାରିପଡ଼ିଲେ ସିନା, ମାତ୍ର ନିଜର ନୂଆ ମୂଳଦୁଆଟିକୁ ପକାଇବାରେ ତାଙ୍କୁ ସେହି ସମୟର ସ୍ଥାନୀୟ ରାଜ୍ୟ–ଶାସକମାନଙ୍କର ହିଁ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା । ସିଏ ଶାସକମାନଙ୍କୁ ହିଁ ଆଗ ନିଜ ପଇତାଟିକୁ ପିନ୍ଧାଇ ଦେଉଥିଲେ ଏବଂ ସେହି ପ୍ରକ୍ରିୟାରେ ରାଜ୍ୟବାସୀ ସମସ୍ତେ ସତେ ଅବା ଗୋଟାଏ ଗାର ମାରିଦେବାର ଜୋରରେ ନୂତନ ଧର୍ମଟିରେ ଆଉଟା ହୋଇ ଯାଉଥିଲେ । ରାଜା ନୂଆ ଧର୍ମରେ ହଁ ମାରିବା ପରେ ଯଦି କୌଣସି ପ୍ରଜା ତଥାପି ପଇତା ବଦଳାଉ ନଥିଲା, ତେବେ ତାକୁ ରାଜ୍ୟ ଛାଡ଼ି କୌଣସି କାଥୋଲିକ ରାଜାଙ୍କର ରାଜ୍ୟକୁ ପଳାଇ ଯିବାକୁ ପଡ଼ୁଥିଲା । ନଚେତ୍ ଆପଣାର କ୍ଷୁଦ୍ର ପ୍ରାଣଟିକୁ ବିସର୍ଜନ କରିବାକୁ ପଡ଼ୁଥିଲା । ଲୁଥରଙ୍କ ଦ୍ୱାରା ପ୍ରଚାରିତ ସେହି ନୂତନ ଧର୍ମସମାଚାରଟିର ହାବୁକା ବାଜି ଜର୍ମାନୀର କୃଷକମାନେ ଯେତେବେଳେ ନିଜ ଶୋଷକମାନଙ୍କର ବିରୋଧରେ ବିଦ୍ରୋହ କଲେ ଏବଂ ତାଙ୍କରି ଜଣେ ଘନିଷ୍ଠ ସହକାରୀ ଯେତେବେଳେ ତହିଁରେ ନେତୃତ୍ୱ ଦେଲେ, ସେତେବେଳେ ଗୁରୁ ଲୁଥର ରାଜପୁତ୍ରଙ୍କର ପଟ ହିଁ ନେଲେ ଓ ହଜାର ହଜାର କୃଷକମାନଙ୍କର ହତ୍ୟାରେ ଭାଗୀ ହୋଇଥିଲେ । ତାଙ୍କର ସେହି ଘନିଷ୍ଠ ସାଥୀ ବା ସହକାରୀ ମଧ୍ୟ ସେହି ଗୋଳଟିର ଆହବ ମରେ ପଡ଼ି ନିହତ ହେଲେ । ପ୍ରାୟ ସେହି ସମୟରେ ୟୁରୋପରୁ କଲମ୍ବସ୍ ଆମେରିକାରେ ଯାଇ ସଭ୍ୟତାର ନୂଆ ଜମିଦାରୀଟିର ଦଖଲ ନେଉଥିଲେ । ସେତେବେଳେ ମଧ୍ୟ ପାଦ୍ରୀମାନେ ତାଙ୍କର ଡାହାଣ ହାତ ହୋଇ ରହିଥିଲେ, ସ୍ଥାନୀୟ ମୂଳ ବାସିନ୍ଦାମାନଙ୍କୁ ସହସ୍ର ସଂଖ୍ୟାରେ ବିଲୁପ୍ତ କରିବାରେ ହତ୍ୟାକାରୀମାନଙ୍କୁ ଉତ୍ସାହ ଦେବାଲାଗି ସର୍ବଦା ମହଜୁଦ ଥିଲେ । ଆମ ସାମ୍ପ୍ରତିକ କାଳର ଏହି ନାନାବିଧ ଶିବିରର ସନ୍ତ୍ରାସବାଦୀମାନେ ଗୋଟାଏ ଗୋଟାଏ ଧର୍ମର ବାନାକୁ ଆଳ କରି ଏତେ ଏତେ କାଣ୍ଡ ଯେ ଭି ଆଉଛନ୍ତି, ତାହାର ଖୁଣ୍ଟଟା ସତେ ଅବା ସେହି କାଳରୁ ହିଁ ପୋତାହୋଇ ରହିଛି ।

 

ସ୍ଵାଭିମାନ ପଛରେ ଯେ ଅଭିମାନଟାଏ ଅବଶ୍ୟ ରହିଥାଏ, ସେହି କଥାଟି ତ ଶବ୍ଦଟାରୁ ହିଁ ସୃଷ୍ଟ ହୋଇଯାଉଛି, କିନ୍ତୁ ସ୍ୱାଭିମାନ ପଛରେ ଏକ ହିଂସ୍ରତା ମଧ୍ୟ ରହିଥାଏ। କି ? ମଣିଷର ଆପଣା ସହିତ କ'ଣ ସବୁ ପଟି ପାରିନଥାଏ ଏବଂ ସେହି କାରଣରୁ ଏ ଅତ୍ୟନ୍ତ ଅବଶ ଭାବରେ କ୍ଷତଟିଏ ବହନ କରି ବଂଚିବା ଲାଗି ବାଧ୍ୟ ହେଉଥାଏ । ବୋଲି ସିଏ ସ୍ଵାଭିମାନୀ ହୋଇ ଯେକୌଣସି ପ୍ରକାରେ ଏକ କ୍ଷତିପୂରଣ କରିବାକୁ ଚେଷ୍ଟା କରୁଥାଏ କି ? ସେହିପରି ଏକ ସମୂହ ବିଷୟରେ ମଧ୍ୟ ଅନୁରୁପ କଥାଟିଏ । ବେଶ୍ କୁହାଯାଇ ପାରିବ ।

 

ପୃଥିବୀରେ ବି କେତେ ଧର୍ମ ଅଛନ୍ତି, ଯେଉଁମାନେ କି ନିଜର ଶାସ୍ତଗୁଡ଼ାକୁ ଦେଖାଇ ଆପଣାକୁ ଏକମାତ୍ର ଠିକ୍ ଧର୍ମ ବୋଲି କୁହନ୍ତି । କ୍ଷମତାରେ ଗୁଡ଼ାଏ ଗରୁହୋଇଥିଲେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସେହି ମିଥ୍ୟାଟିରେ ମଣ ହେବାପାଇଁ ବାଧ୍ୟ କରନ୍ତି । କେତେକ ସମୂହ ନିଜର ଠାକୁରଟାକୁ ହିଁ ଏକମାତ୍ର ସତ ଠାକୁର ବୋଲି କହି ଭାରି ଉପଦ୍ରବ କରନ୍ତି । ସେହିପରି ରାଜନୀତିକ କ୍ଷମତାରେ ମଧ୍ୟ ଏବେ ପୃଥିବୀରେ ଏଭଳି ଘଟଣାମାନ ଖୁବ ଘଟୁଛି । ସନ୍ତ୍ରାସବାଦକୁ ଲୋଭନୀୟ କରି ରଖାଯାଇଛି । ଗୋଟାଏ ଗୋଟାଏ ରାଷ୍ଟ୍ର ମଧ୍ୟ ନିଜର ଘାଆଗୁଡ଼ାକୁ ଲୁଚାଇ ରଖୁବେ ବୋଲି ସନ୍ତ୍ରାସବାଦକୁ ବହୁତ ନିଷ୍ଠା ସହିତ ବାରୁଦ ଯୋଗାଇ ଦେବାରେ ଲାଗିଛନ୍ତି । ସେହି ରୀତିରେ ଭଳି ଭଳି ସାମ୍ରାଜ୍ୟବାଦ ମଧ୍ୟ ନିର୍ମଳ ବିବେକ ସହିତ ଅନ୍ୟ ବହୁତଙ୍କୁ ଗିଳି ପକାଇବାର ବ୍ୟାଧି ଭିତରେ ଯାଇ ପଶି ଯାଇଛନ୍ତି । ବଡ଼ ବଡ଼ ସନ୍ତ୍ରାସବାଦୀ ସ୍ଵାର୍ଥ ତଥା ସନ୍ତ୍ରାସବାଦୀ ରାଷ୍ଟ୍ର ସାନ ସାନ ସନ୍ତ୍ରାସବାଦୀ ଆଖଡ଼ାମାନଙ୍କୁ ଏକାଧିକ ପ୍ରକାରର ହିତ ଯୋଗାଇ ଆସିଛନ୍ତି ଏବଂ ପୃଥିବୀଟାକୁ ବହୁବିଧ ଦୁଃଖରେ ଜର୍ଜର କରି ରଖିଛନ୍ତି । ଏବଂ ନିଜକୁ ଶକ୍ତିମାନ ଓ ନିରାପଦ ରଖିବାର ଗଉଁରେ ଯେତେ ଯେତେ ସରକାର ନିଆଁଗିଳା ବନି ପୃଥିବୀକୁ ପରମାଣୁ ବୋମା ଯାଏଁ ଆଣିଲେଣି, ସେମାନଙ୍କୁ ଗୋଟାଏ । ଖୁଆଡ଼ ଭିତରେ ପୂରାଇଦେଇ କ’ଣ ପାଇଁ ସନ୍ତ୍ରାସଧର୍ମୀ ତଥା ସନ୍ତ୍ରାସବାଦୀ ବୋଲି କୁହାନଯିବ ?

 

ସମ୍ଭବତଃ ଆମର ଏହି ଚଳଛି ପୃଥ୍ଵୀମଂଚଟି ଉପରେ ବହୁତଙ୍କ ଉପରେ ଅଳପଙ୍କର ସନ୍ତ୍ରାସବାଦଟା ହେଉଛି ସବୁଠାରୁ ଅଧିକ ଉପଦ୍ରବ କରି ଆସିଥିବା ଓ ଏବେ ମଧ୍ୟ କରୁଥିବା ସନ୍ତ୍ରାସବାଦ । ସେଇଥିପାଇଁ ହୁଏତ ତୁମ ଆମ ଗାଆଁରୁ ଆରମ୍ଭ କରି ସମଗ୍ର ଏହି ନବଖଣ୍ଡ ମେଦିନୀ ପର୍ଯ୍ୟନ୍ତ ସବୁଠାରେ ବହୁତଙ୍କ ଉପରେ ଅଳପଙ୍କର ଅତ୍ୟାଚାର ଲାଗିରହିଛି । ପୁରା ସନ୍ତ୍ରାସବାଦୀ ବିଶ୍ୱାସରେ ଲାଗି ରହିଛି । ଅଳପଙ୍କ ହାତରେ ଏତେ ଅଧିକ ରହିଛି ଯେ, ଧନ, ଜ୍ଞାନ, ଅସ୍ତ୍ରଶସ୍ତ୍ର ଏବଂ ବିଜ୍ଞାନର ଅପକୌଶଳ ସବୁକିଛି, ବହୁତ ପକ୍ଷଟା ଭାରି ଅସମର୍ଥ ଏବଂ ଅକର୍ତ୍ତବ୍ୟ ହୋଇ ପଡ଼ିରହିଛି । ଅଳପ ଲୋକ ଅଧକଙ୍କ ଉପରେ ଘୋଡ଼ା ଚଢ଼ି ବାହାରିଛନ୍ତି । ଅପାଠୁଆ ହିଁ ଅଧିକ, ଏବଂ ବୋଧହୁଏ ସେହି କାରଣରୁ ଅଳପ ମଣିଷ ଯେଉଁ ତଥାକଥିତ ପ୍ରକାର ପ୍ରକାର ପାଠ ପଢ଼ୁଛନ୍ତି, ତାହା ପୃଥିବୀ ନିମନ୍ତେ ନିତି ନୂଆ ନୂଆ ଦୁଃଖ ଓ ଅହିତ ସୃଷ୍ଟି କରିବାରେ ଲାଗିଛି । ଅଳପମାନେ ବାବୁ,–ଏବଂ ସେହି କାରଣରୁ ଅଧିକ ପଟେ ରହିଥିବା କୋଟି କୋଟି ମଣିଷକୁ ତୁଚ୍ଛା ଅନାବଶ୍ୟକ ଭାବରେ ବହୁ ଜୁଲମକୁ ମାନିନେବା ଲାଗି ବାଧ୍ୟ କରୁଛନ୍ତି । ଏବଂ ସ୍ଵର୍ଗଟା କାହିଁକି ଏପରି ସାନ ଓ ଅଣଓସାରିଆ ହୋଇ ତିଆରି ହୋଇଛି ଯେ, ସେଠାରେ କେବଳ ଅଳପଙ୍କ ନିମନ୍ତେ ଯାବତୀୟ ଯୋଗାଡ଼ ହୋଇପାରୁଛି ? ସଭ୍ୟତା, ସଂସ୍କୃତି ଏବଂ ସାହିତ୍ୟ ଏହି ସବୁକିଛି ସେହି ଅଳପଙ୍କ ପାଇଁ ନୂଆ ନୂଆ ଚାତୁରୀ ଯୋଗାଇ ଦେଇ ପ୍ରାୟ ଲଜାହୀନ ଭାବରେ ସେହିଠାରେ ଅଟକି ରହିଯାଉଛି । ଅଟକି ଯାଇଥିବା ବହୁପଟଟା କେତେ କ’ଣ ଦ୍ୱାରା ଚେତା ହୋଇ ପାରିଲେ ଯାଇ ଆମ ପୃଥିବୀରୁ ଏହି ସ୍ଥିତାବାସ୍ଥାର ସନ୍ତ୍ରାସବାଦଟା ଦୂରହେବ କେଜାଣି ?

Image

 

ଧର୍ମରେ ଧର୍ମ-ସଙ୍କଟ

 

ସମ୍ପ୍ରତି ଧର୍ମରେ ଧର୍ମସଂକଟ ପଡ଼ିଛି । ବନ୍ୟାଟା ଯେମିତି ବେଳେବେଳେ ବିପଦର ସୀମାକୁ ପାର ହୋଇଯାଏ, ପ୍ରାୟ ସେହିପରି ଧର୍ମମାନେ କୌଣସି ବିପଦ-ସୀମାକୁ ଟପି ଯାଉଥିବା ପରି ବୋଧ ହେଉଛି । ଖାଲି ଏ ଧର୍ମରେ ନୁହେଁ କି ସେ ଧର୍ମରେ ନୁହେଁ, ଧର୍ମରେ ହିଁ ଧର୍ମ-ସଂକଟ ପଡ଼ିଛି । ଧର୍ମର କିଆରିମାନଙ୍କରେ ବାଳଙ୍ଗା ବେଶି । ଫସଲଟା ଏତେ କମ୍ ଯେ, ଆଦୌ ଫସଲ ଅଛି କି ନାହିଁ, ସେହି ବିଷୟରେ ପ୍ରତ୍ୟୟଟାଏ ମଧ୍ୟ ଆସୁନାହିଁ । ବାଳୁଙ୍ଗାମାନେ କହୁଛନ୍ତି, ମୋ ଠାକୁର ଷୋଳକଳା, ତେଣୁ ତୋ ଠାକୁର ମାତ୍ର କଳାଏ କିମ୍ବା ଦେଢ଼ କଳା । ମୋ ଠାକୁର ଏକାବେଳକେ ଅବତାରୀ, ତୋ ଠାକୁର ଅବତାର ମାତ୍ର । ଇଏ ତାକୁ ବାଳୁଙ୍ଗା ବୋଲି କହୁଛି ତ ସିଏ ୟାକୁ ବାଳୁଙ୍ଗା ବୋଲି କହୁଛି । ଅନ୍ତର୍ଯ୍ୟାମୀ ହସୁଛନ୍ତି । ତାଙ୍କୁ ନେଇ ପୃଥିବୀ ତମାମ ବାଳୁଙ୍ଗାମାନେ ଧୂଳି ଉଡ଼ାଇବାରେ ଲାଗିଥିବାର ଦେଖ ସିଏ ଆଉ ମୋଟେ କାନ୍ଦୁନଥିବେ । ଏହି ବାଳୁଙ୍ଗାମାନଙ୍କର ଅଳିଅଳକୁ ଦେଖି ଦେଖି ଓ ସହି ସହି ସିଏ କ୍ରମେ କଂସାରିଘର ପାରାରେ ପରିଣତ ହୋଇ ଯାଇଛନ୍ତି । ସୁଦର୍ଶନ ପେଷି ଗ୍ରହମାନଙ୍କୁ ନାଶିବା ଲାଗି ମୋଟେ ମନ କରୁନାହାନ୍ତି-। ପୁରୁଣା ଭକ୍ତମାନଙ୍କର ସେହି ବିଳାପଗୁଡ଼ାକ ଏ ଯୁଗର ମଳୁମାନଙ୍କ ନିମନ୍ତେ କୌଣସି କାମ ଦେଉନାହାନ୍ତି । କାଳ କଇଁଥା ହୋଇ ହୋଇ ଯାଉଛି, ମହାକାଳ ଅପେକ୍ଷା କରିଛି ।

 

ଧର୍ମରେ ଯାହା ସନାତନ, ତାହାହିଁ ସନାତନ ଧର୍ମ । ବାଳୁଙ୍ଗାମାନେ ସେ କଥା ବୁଝିବାକୁ ଗାଜୀ ହେଉନାହାନ୍ତି । ବୁଝିଲେ ସତେ ଅବା କୌଣସି ପ୍ରମାଦରେ ପଡ଼ିଯିବେ ବୋଲି ଜାଣି ବୁଝିବାକୁ ରାଜ୍ୟ ହେଉନାହାନ୍ତି କି ? ଶାସନର ସୁଧର୍ମା ସଭାମାନଙ୍କରେ ମଧ୍ୟ ବାଳୁଙ୍ଗା ଅଧିକ, ଫସଲ ବହୁତ କମ୍ । ଆଫ୍ରିକା ମହାଦେଶରେ ,ମରୁଭୂମିଟା ପ୍ରଭବକ୍ଷମ ଭୂଇଁମାନଙ୍କୁ ଗ୍ରାସ କରି ପକାଉଥିବା ଭଳି ଧର୍ମର ଏହି ପୃଥ୍ଵୀମହାମଣ୍ଡଳ । ମଧ୍ୟରେ ବାଳୁଙ୍ଗାମାନେ ହିଁ ପ୍ରତିଶ୍ରୁତ ଫସଲଗୁଡ଼ିକୁ ଗ୍ରାସ କରି ନେଉଛନ୍ତି । ବେଳେବେଳେ ଏହି ଫସଲମାନେ ମଧ୍ୟ ବାଳୁଙ୍ଗା ଦାଉରୁ ଆପଣାକୁ ରକ୍ଷା କରିବାର ଟାଉ ଟାଉ ଦ୍ଵାରା । କାତର ବି ହୋଇପଡ଼ୁଛନ୍ତି ଏବଂ ବାଳୁଙ୍ଗାଙ୍କ ଠାରୁ କାଇଗୁଡ଼ିକୁ ଶିକ୍ଷା କରି ତଥାପି ତିଷ୍ଠି ରହି ପାରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଧର୍ମର ଘରମାନଙ୍କରେ ବାଳୁଙ୍ଗାମାନେ ହିଁ ଅଧିକରୁ ଅଧିକ ହିମ୍ମତ ପାଉଥିଲା ପରି ପ୍ରତାପଶାଳୀ ହୋଇ ଉଠୁଛନ୍ତି । ଖଳତାମାନଙ୍କର ଭଳି ଭଳି ପ୍ରହରଣଗୁଡ଼ିକୁ ଧାରଣ କରି କ୍ରମେ ପୃଥିବୀରେ ବହୁ ମାରଣାପଣର କାରଣ ହେଉଛନ୍ତି । ଧର୍ମଟାକୁ, ଅର୍ଥାତ୍ ଧର୍ମରେ ରହିଥିବା ଯେକୌଣସି ପରମ୍ପରା ମଧ୍ୟରେ ତ ସଚରାଚର ଏପରି ମହକଟିଏ ଅଲବତ ରହିଥାନ୍ତା, ଯାହାକି ତାହାକୁ ବଳେ ବଳେ ଧରା ପକାଇ ଦେଉଥାନ୍ତା । ପ୍ରତ୍ୟେକ ଧର୍ମ ଏପରି ଗୋଟିଏ ପାବନ ମଣ୍ଡପର ଥାନକୁ ହାତ ଧରି ପ୍ରେରଣା ଦେଇ ଡାକି ନେଉଥାଆନ୍ତା ଯେ ସେଠାରେ ଆମେ ପ୍ରତ୍ୟେକେ ବାହାରର ଏହି ଯାବତୀୟ ମଣ୍ଡଣିଗତ ଅର୍ଥାତ୍ ଢାଙ୍କୁଣିଗତ ପାର୍ଥକ୍ୟ ସତ୍ତ୍ୱେ ଅସଲ ସତ୍ୟଟିକୁ ଅବଶ୍ୟ ଚିହ୍ନି ନେଇ ପାରୁଥାନ୍ତୁ । ଆମ ଭଗବାନ ଉପଯୁକ୍ତ ଉତ୍ସାହ ତଥା ଭକ୍ତିଗୁଡ଼ିକୁ ଦେଇ ତଥା ଅନ୍ୟ ଯାବତୀୟ ଭଗବାନଙ୍କର ଗର୍ଭମନ୍ଦିର ଯାଏ ବାଟ କଢ଼ାଇ ନେଉଥାନ୍ତେ । ପୃଥିବୀରେ ପଡ଼ୋଶୀପଣ ବୃଦ୍ଧି ପାଉଥାନ୍ତା ଓ ଫିସାଦମାନେ ଧରା ପଡ଼ି ଯାଉଥାନ୍ତେ । ଏବେ ତ ସବୁ ଓଲଟା ଓଲଟା ହିଁ ହେବାରେ ଲାଗିଛି । ଦେଉଳମାନେ ଅଧିକ ଢୋଲା ହେଉଛନ୍ତି, ପତାକାମାନେ ସତେ ଅବା ଏକ ଅପଶକୁନପୂର୍ଣ୍ଣ ମନ୍ଦଦର୍ପରେ ଉଡ଼ି ଆକାଶଟାକୁ ବୁଡ଼ାଇ ଦେବାରେ ଲାଗିଛନ୍ତି । ଏବେ ତ ବାଳୁଙ୍ଗାମାନେ ସ୍ୱୟଂ ଠାକୁରଙ୍କ ଠାରୁ ଅଧିକ ଢୋଲା ଦିଶୁଛନ୍ତି । କପୋଳମଣ୍ଡନରେ ସିହର ଲଗାଇ ଗୋଟାଏ ଗୋଟାଏ କାପାଳିକ ସାଜି ଭାଷଣ ଦେଉଛନ୍ତି । ଶାସକମାନଙ୍କୁ ପାଳକ ପଡ଼ିଛି ।

 

ଯେତେବେଳେ ଶାସକମାନେ ଭଗବାନଙ୍କୁ ସତେ ଅବା କୁଣ୍ଢାଇ ଧରି ଏକ ଅସୁସ୍ଥ ଧାତ୍ରୀପଣର ଅଭିନୟ କରୁଥାନ୍ତି, ସେତେବେଳେ ଜାଣିବ ଯେ ସେମାନେ ସାପ ହୋଇ ଧର୍ମକୁ ମଣ୍ଡୁକବତ୍ ମଣି ଗିଳି ପକାଇବାକୁ ମନସ୍ଥ କରିଛନ୍ତି । ସେହି କୋଉ ସୁଦୂର ଅତୀତରେ ଯେତେ ବେଳେ ଖ୍ରୀଷ୍ଟିଆନ ଧର୍ମ ଇଉରୋପରେ ଆସି ପହଞ୍ଚିଲା, ସେତେବେଳେ ରୋମର ସମ୍ରାଟମାନେ ସତକୁ ସତ ପ୍ରମାଦ ଗଣିଲେ । ନୂଆ ଖ୍ରୀଷ୍ଟିଆନ୍‌ମାନଙ୍କୁ ବହୁତ ନିର୍ଯ୍ୟାତନା ଦେଲେ, ଜୀଅନ୍ତା ସିଂହମାନଙ୍କ ଆଗରେ ଅସହାୟ କରି ଛାଡ଼ିଦେଲେ । ତଥାପି ଖ୍ରୀଷ୍ଟିଆନ୍‌ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଥିଲା । ତାପରେ ଜଣେ ମହାଚାଲାଖ ସମ୍ରାଟ ଆସି ପହଞ୍ଚିଲେ, ଯିଏକି ସ୍ୱୟଂ ପୁରୋହିତ ବସାଇ ଖ୍ରୀଷ୍ଟିଆନ୍ ହୋଇଗଲେ । ଖ୍ରୀଷ୍ଟିଆନ ଧର୍ମକୁ ରାଜାନୁଗ୍ରହର ଖୁଣ୍ଟରେ ବାନ୍ଧି ରଖିଲେ । ଅଧିକାଂଶ ଧର୍ମର ଇତିହାସରେ ଏମିତି ଖୁଣ୍ଟରେ ବନ୍ଧା ହୋଇଥିବାର ନିଦାରୁଣ ଇତିହାସଟିଏ ରହିଛି । ସକଳ ମନୁଷ୍ୟଧର୍ମ ନିମନ୍ତେ କାଳ ହୋଇଛି । ଥାକ ଥାକ ବହି, ଭାଡ଼ି ଭାଡ଼ି ସାନ ଓ ଜ୍ଞାନର ଭାଷ୍ୟ, ଚିତା ପଇତା ଓ ଆହୁରି କେତେ କ’ଣ । ପାଞ୍ଚ ଶହ ବର୍ଷ ତଳେ କଲମ୍ବସ୍ ଯେତେବେଳେ ନୂଆ ଭୂଇଁ ଆମେରିକା ଗଲେ, ସେତେବେଳେ ମଧ୍ୟ ସିଏ । ସୈନ୍ୟବଳ ଅର୍ଥାତ୍ ଖଡ଼ଗ-ବଳ ସହିତ ପୁଳାଏ ପାତ୍ରୀଙ୍କୁ ଗହଣରେ ନେଇଥିଲେ । ଧର୍ମର ଧର୍ମ-ସଂକଟଟା ହୁଏତ ସେହିଦିନରୁ କୁହୁଳି କୁହୁଳି ଆସିଛି । ବର୍ତ୍ତମାନ ଏପରି ପରାକ୍ରମରେ ତାହା ଦଶଦିଶକୁ ଧୂଆଁଗୁଡ଼ାକର ଜାକଜକମରେ ଝଲମଲ କରି ରଖିଛି ଯେ, ଧର୍ମର ବିମୋଚନକାରୀ ବାର୍ତ୍ତାଗୁଡ଼ିକ କୋଉ କେତେ ତଳେ ଯାଇ ପୋତି ହୋଇ ରହିଲେଣି । ଆଧୁନିକ ଯନ୍ତ୍ରଗୁଡ଼ିକର କୌଶଳମାନେ ଅଧିକତର ପରିମାଣରେ ପୃଥିବୀରେ ବାଳୁଙ୍ଗାପଣ ଗୁଡ଼ାକୁ ହିଁ ଅଧିକ ନିର୍ଲଜ୍ଜ ଭାବରେ ଭଳି ଭଳି ଦାନବୀୟତା ଆଣି ଯୋଗାଇ ଦେଇଛନ୍ତି ।

 

ତେବେ, କୋଉ ଧର୍ମରେ ବେଶି ବାଳୁଙ୍ଗା ଏବଂ କେଉଟାରେ କମ୍ ବାଳୁଙ୍ଗା ? ସମସ୍ତେ ତ କେତେ ସନ୍ତର୍ପଣରେ କହିବାରେ ଲାଗିଛନ୍ତି ଯେ ଆମେ ହେଉଛୁ ଗୋଟା–ସୁଦ୍ଧା ସୁନ ।, ଆମେ ସ୍ଵୟଂ ଭଗବାନଙ୍କର ମେଣ୍ଢାଶାଳରେ ହିଁ ବନ୍ଧା ହୋଇ ରହିଛୁ । ଠିକ୍ ଯେପରି ଏକ ରାଷ୍ଟ୍ର କହୁଛି ଯେ, ଆମେ ଆଦୌ କୌଣସି ଦେଶ ଉପରେ ଚଢ଼ୋଉ କରିବା ନିମନ୍ତେ ସୈନ୍ୟସାମନ୍ତ ରଖିନାହିଁ-। ଆମେ ଗୋଟା ସୁଦ୍ଧା ଶାନ୍ତି ହିଁ ଚାହୁଛୁ । ଆପର ପଡ଼ୋଶୀଟା କାଳେ ଆମକୁ ଗିଳି ପକାଇବ, ସେଥିଲାଗି ଆମକୁ ବାଧ୍ୟ ହୋଇ ପ୍ରତିରକ୍ଷା ପାଇଁ କିଛି କରିବାକୁ ପଡ଼ୁଛି । ଏହିପରି ନିତାନ୍ତ ନିର୍ମଳମାନଙ୍କର ବାଳୁଙ୍ଗାପଣ ହେତୁ ପୃଥିବୀରେ ଶାସନଘରମାନେ ଅସ୍ତ୍ରଶସ୍ତ୍ର, ସୈନ ସାମନ୍ତ ପ୍ରଭୃତି ଅପରାଧମୂଳକ କ୍ଷେତ୍ରରେ ହିଁ ଅଧିକ ପଇସା। ସାରୁଛନ୍ତି । ପୁନଶ୍ଚ, ପୃଥିବୀରେ କୋଉଧର୍ମରେ ଅଧର୍ମ ଲାଗି ପୁରା ହୁଗୁଳା ହୋଇଯାଇଥିବାର ଦୃଷ୍ଟାନ୍ତ ଉଣା ହୋଇ ରହିଛି ? ଯୋଉଠି ଯାହାର ସଂଖ୍ୟାଧିକ, ସେଠି ସିଏ ଉଗ୍ର ଆସୁରିକତା ନିମନ୍ତେ ସତେ ଅବା ସବୁଯାକ ଲାଇସେନ୍ସକୁ ହାତର ପାଞ୍ଚ କରିନେଇଛି । ସେଦିନ ପଢ଼ୁଥିଲି, ଆମ ପଡ଼ୋଶୀ ମିଆଁମାର ଦେଶରେ ସଂଖ୍ୟାଧିକ ବୌଦ୍ଧମାନେ ମୁସଲମାନ ଏବଂ ଖ୍ରୀଷ୍ଟିଆନ୍‌ମାନଙ୍କୁ ଜବରଦସ୍ତି ବୌଦ୍ଧଧର୍ମରେ ଦୀକ୍ଷିତ କରାଇ ଆଣିବା ସକାଶେ କେତେ କେତେ ଅକର୍ମ କରୁଛନ୍ତି । ଠିକ୍ ସେହି ନିୟମରେ ଶ୍ରୀଲଙ୍କାରେ ମଧ୍ୟ ସଂଖ୍ୟାଧିକ ବୌଦ୍ଧମାନଙ୍କର ଅଣବୌଦ୍ଧ ମାନଙ୍କ ଉପରେ ପ୍ରୟୋଗ କରାଯାଉଥିବା ପ୍ରକୋପ କମ୍ ସୁନାମ ଅର୍ଜନ କରୁନାହିଁ । ଏବଂ ସଂଖ୍ୟାକ ସୁନ୍ନିମାନେ ସିହାଙ୍କ ଉପରେ ତଥା ସଂଖ୍ୟାଧିକ ସିହାମାନେ ସୁନ୍ନିଙ୍କ ଉପରେ ଆଦୌ କମ୍ ଅନାଚରଣ କରୁନାହାନ୍ତି । ବନ୍ଧୁ, ତୁମେ ଏହିଭଳି ଏକ ହାଟଟା ଭିତରେ କେଉଁଠାରେ ପ୍ରକୃତରେ କେଉଁ ସମୟ କରିବ ? ଯଦି ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦ, ଏବେ ଆମ ଭିତରେ ଥାଆନ୍ତେ, ତେବେ ସେମାନେ ସେହି ପୁରୁଣା ସମୟ ନାମକ କଥାଟାର ମାୟାଟାକୁ ଛାଡ଼ି ସମ୍ଭବତଃ ଆଉ ଅଲଗା କିଛି ପାଇଁ ଚିନ୍ତା ମଧ୍ୟ କରୁଥାନ୍ତେ । ସକଳ ଘଟରେ ନାରାୟଣ ବି ରାଜିତ ଅଛନ୍ତି ବୋଲି ଘୋଷଣା କରି ଆସିଥିବା ଭାରତବର୍ଷ ରେ ସଂଖ୍ୟାଧକଙ୍କର ଧର୍ମଟି ବି କ୍ରମେ ସିଆଣିଆ ହୋଇ ଶିଖୁଛି ଓ ଅଣ୍ଟାରେ ଛୁରୀଟାଏ ଧରି ବୁଲିବାର ନୂଆ ଧନ୍ଦାଟିରେ ଆପଣାକୁ ଯେ ମଣ କରିନେଉଛି, ଏଥିପାଇଁ ଆମ ଠାକୁରମାନେ ପ୍ରକୃତରେ କାହାକୁ ଗାଳି ଦେଉଥିବେ ? କାହାର ହାତିଅଳସ ବଶତଃ କିଆରୀଟା ଭିତରେ ଚାହୁଁ ଚାହୁଁ ଏତେ ବାଳୁଙ୍ଗା ମାଡ଼ିଗଲା କାହିଁକି କେଜାଣି ? ଆମ ଧର୍ମ–ଭାଗବତର କେଉଁ ସ୍କନ୍ଦଟା ଆମକୁ ଏଥିପାଇଁ ବୃଦ୍ଧି ଯୋଗାଇ ଦେଉଥିବ ?

 

ଏହି ଧର୍ମସଂକଟ ଭିତରୁ ଆମକୁ କିଏ ପ୍ରକୃତରେ ବାଟ କଢ଼ାଇ ନେଇ ଯାଇପାରିବ ? ଧର୍ମସଙ୍କଟ ଭିତରୁ ଧର୍ମକୁ, ବାହାରର ଏହି ନାନାବିଧ ନିଶାଖୋରି ଭିତରୁ ଏପରି ଏକ ଭରସାକୁ, ଯାହା ପ୍ରକୃତରେ ଘରଟିଏ ଭିତରକୁ ବାଟ ଦେଖାଇ ପାରୁଥିବ । ସବା ଆଗ ନିଜ ଭିତରେ ଠାବଟିଏ ଖୋଜୁଥିବା ପରି ପ୍ରତ୍ୟୟଟିଏ ଅନୁଭୂତ ହେବ । ଏହି ଯାବତୀୟ ମୁର୍ତ୍ତୀକୁ ଡେଇଁ ନିଜ ଭିତରର ଏକ ମର୍ମଟିର ନିକଟବର୍ତ୍ତୀ ହେବାର ଅନ୍ୟ ବାସନାଟିଏ । ହଁ, ସବା ଆଗ ନିଜ ଭିତରର । ତାପରେ ଯାଇ ଏହି ବୃହତ୍ତର ବାହାରେ ଏବଂ ପରସ୍ପର ଭିତରେ ସେହି ମର୍ମଟିକୁ ଠାବ କରିବାର ସାହସଟିଏ ଆସିଯିବ । ଆମ ଚାରିପାଖରେ ଭର୍ତ୍ତୀ ହୋଇ ରହିଥିବା ଯାବତୀୟ ପ୍ରତିମା ସବେ ତାହା ହେଉଛି ଏକ ଅନ୍ୟ, ପ୍ରତିଷ୍ଠା । ସେହି ପ୍ରତିଷ୍ଠାଟିର ଅନୁଭୂତି ଆମକୁ ଆଉ କଦାପି ଆପଣାର ଛାଞ୍ଚଟି ମଧ୍ୟରେ କିଳି ହୋଇରହିବାକୁ ଏବଂ ପାଷଣ୍ଡ ହେବାକୁ ଦେବାଲାଗି ମନ କରିବ ନାହିଁ । ଛାଞ୍ଚ ରେ ମଣିଷମାନେ ଦେଖାଯିବେ । ଛାଞ୍ଚରୁ ମଣିଷମାନଙ୍କୁ ଦେବା । ଏବଂ ମଣିଷର ମାଧ୍ୟମରେ ତାର ଛାଞ୍ଚଗୁଡ଼ିକୁ ଦେଖିବା, ସେହି ଦୁଇଟା ପ୍ରକୃତରେ ଗୋଟାସୁଦ୍ଧା ଅଲଗା ଅଲଗା ବିବେକ । ଏବଂ ସେହି ଅନୁସାରେ ଅଲଗା ଅଲଗା ଲୋଡ଼ିବା, ଅଲଗା ଅଲଗା ଉତ୍ସାହ ଏବଂ ଅଲଗା ଅଲଗା ବାଣିଜ୍ୟ । ଏପରିକି ଅଲଗୀ ଅଲଗା ରାଜନୀତି, ଅଲଗା ଅଲଗା । ଅର୍ଥବ୍ୟବସ୍ଥା ଓ ଅଲଗା ଅଲଗା ନୈତିକତାର ସଙ୍ଗତି ଅଥବା ଅସଙ୍ଗତି । ପୃଥିବୀ ସହିତ ଆମ ସମସ୍ତଙ୍କର ପରିଚୟ ବିପୁଳତର ଭାବରେ ବୃଦ୍ଧି ପାଉଥିବା ସହିତ ପୃଥିବୀ ଯାକର ଯାବତୀୟ ଭେକର ଅନ୍ତରାଳରେ ମଣିଷମାନେ ଅଛନ୍ତି, ଯେଉଁମାନେ କି ଏହି ତମାମ ବିଶ୍ୱକୁ ହିଁ ଭଗବାନଙ୍କର ପ୍ରତିଷ୍ଠା ଲାଗି ଗୋଟାଏ ଯୋଗ୍ୟ ଗୃହରୂପେ ଦେଖୁଛନ୍ତି । ସେମାନେ ସବୁଯୁଗରେ ଥିଲେ, ଏ ଯୁଗରେ ମଧ୍ୟ ଅଛନ୍ତି । ହୁଏତ ଏ ଯୁଗରେ ଅଧିକ ସଂଖ୍ୟାରେ ଅଛନ୍ତି । ସେମାନେ ଏକାଠି ହେବେ । ଏକାବେଳେକେ ଅନ୍ୟ ପ୍ରକାରେ ଘ୍ରାଣ କରି ପାରୁଥିବା ସେହି ଅନ୍ୟମାନେ ଏକାଠି ହେବେ । କୌଣସି ନୂଆ ମଠ ତିଆରି କରିବେ ନାହିଁ । ତଥାପି ଗୋଟିଏ ନୂଆ ସଖ୍ୟକୁ ଲୋଡ଼ି ପରସ୍ପରର ନିକଟବର୍ତ୍ତୀ ହେବେ । ତାହାହିଁ ଏହି ପୃଥିବୀରେ ଆମର ଅଭିଳଷିତ ପରବର୍ତ୍ତୀ ସଖ୍ୟଟି ରୂପେ ପ୍ରତିଷ୍ଠିତ ହେବ । ବର୍ତ୍ତମାନର ମିଛ ସିଂହାସନଗୁଡ଼ିକୁ ସେହିମାନେ ବଦଳାଇବେ । ସେହି ଅଭିନବ ବାସ୍ତବଟି ନିମନ୍ତେ ସରଞ୍ଜାମଗୁଡ଼ିକ ସଜାଡ଼ି ହୋଇ ଆସିଲାଣି । ସେହିମାନଙ୍କର ନିମିତ୍ରଟି ହିଁ ଧର୍ମର ଏହି ଧର୍ମସଂକଟକୁ ଭାଙ୍ଗିବ,–ଘୋଟି ରହିଥିବା ମେଘଟା ମଧ୍ୟରେ ଗୋଟାଏ ଫାଟ ନିମନ୍ତେ ଷଡ଼ଯନ୍ତ୍ର କରିବ । ପ୍ରତ୍ୟକ୍ଷ ହୋଇଆସିବ ଯେ, ଈଶ୍ଵର ମାନେ କେବଳ ଏହି ଯାବତୀୟ ଦେଉଳ, ବିଧ, ଭେକ ଅଥବା ବୋଲିଗୁଡ଼ାକର ବନ୍ଦୀଶାଳା ଭିତରେ ନାହାନ୍ତି । ସିଏ ଉପସ୍ଥିତ କାତରତା ଗୁଡ଼ିକର ସେପଟେ ଅଛନ୍ତି, "ଆମ ପରସ୍ପର ମଧ୍ୟରେ ରହିଛନ୍ତି, ଜଗଦ୍ଧାତ୍ରୀ ଜନନୀ ସିଏ ରୂପେ କେଡ଼େ ଦମରେ ଅପେକ୍ଷା କରି ରହିଛନ୍ତି ।

Image